Friday 24 June 2022

ପ୍ରଥମ ଥର ପାଇଁ ଓଡ଼ିଶା ଆନ୍ତର୍ଜାତୀୟ ସ୍ତରରେ ପରିଚୟ ପାଇଲା

 Tweets in original by Tusar Nath Mohapatra

Savitri Era: Sri Aurobindo outlines the philosophy of the future savitriera.blogspot.com/2022/05/sri-au
ଓଡ଼ିଆ ଓଳିଆ: ଅନାଗତର ଭୃତ୍ୟ ହେବା odiaolia.blogspot.com/2022/05/blog-p
କୌଣସି ତଥାକଥିତ ଜାତୀୟ ଦଳ ସମ୍ମୁଖରେ ମୁଣ୍ଡ ନୋଇଁବା ଓଡ଼ିଆଙ୍କ ପାଇଁ ଆତ୍ମଘାତୀ। ଅଣଓଡ଼ିଆଙ୍କ ପରିଚାଳିତ କୋଉ ଦଳକୁ ମଧ୍ଯ ସମର୍ଥନ କରିବା ନପୁଂସକତା। ଶିକ୍ଷିତ ଓଡ଼ିଆମାନେ ନିଜେ ବାଟ ବଣା ଅଥଚ ଦୋଷ ଦଉଛନ୍ତି ଗରିବ ଲୋକଙ୍କୁ। ରାଜନୈତିକ ଆଦର୍ଶର ମଙ୍ଗ ଠିକ୍ ରୂପେ ନ ଧରିଲେ ମଝି ନଈରେ ବୁଡ଼ି ଯିବାର ଆଶଙ୍କା ବେଶୀ। ତେଣୁ ବେଳହୁଁ ସାବଧାନ।
ଓଡ଼ିଆ ହିସାବରେ କିଏ କେତେ ଅଗ୍ରଗତି କରିପାରୁଛି ତା କେବଳ ଭାଷା ଉପରେ ନିର୍ଭରଶୀଳ ନୁହେଁ। କିନ୍ତୁ ଭାଷାକୁ ବେଖାତିର କରି ଯେତେ ପ୍ରଗତି କଲେ ସୁଦ୍ଧା ତାର ମୂଲ୍ଯ ଅଧା। କୋଉ ଜାଗାରେ ସାମାନ୍ଯ ପ୍ରଚେଷ୍ଟା ବା ପ୍ରୋତ୍ସାହନ ଦ୍ବାରା ଓଡ଼ିଆକୁ ସାହାଯ୍ୟ କରିହେବ ତା ନିରୂପଣ କରିବା କଷ୍ଟ ନୁହେଁ କିନ୍ତୁ କାହିଁକି କେଜାଣି କିଛି ନଜରରେ ପଡ଼ୁନି।
ଓଡ଼ିଶାରେ ଧର୍ମକୁ ନେଇ କୌଣସି ବିବାଦ ନାହିଁ କିନ୍ତୁ ଅନ୍ୟ ପ୍ରଦେଶର କଳିର ଆଳରେ ଓଡ଼ିଆମାନଙ୍କୁ ମତେଇବା ପାଇଁ ଚେଷ୍ଟା କରାଯାଉଛି। ଅଣଓଡ଼ିଆମାନଙ୍କୁ ଶାସନଗାଦିରୁ ତଡ଼ିବା ଆମର ମୁଖ୍ଯ ଲକ୍ଷ୍ଯ। ତେଣୁ କାହାର ଉସକେଇବା ଫଳରେ ଅଯଥା ଉତ୍ତେଜିତ ହେବା, ନିଜ କାନ୍ଧକୁ ବନ୍ଧୁକ ରଖିବା ପାଇଁ ଭଡ଼ାରେ ଦେବା, ବା ବୁଦ୍ଧିକୁ ବନ୍ଧା ପକେଇବା ଅନୁଚିତ।
ଦେଶ ବିଦେଶର ଘଟଣାବଳୀ ଉପରେ ନଜର ତ ନିଶ୍ଚୟ ରହିବ କିନ୍ତୁ ଓଡ଼ିଆକୈନ୍ଦ୍ରିକ କଥାବାର୍ତ୍ତାକୁ କିପରି ପ୍ରାଥମିକତା ମିଳିବ ସେଥିପାଇଁ ମିଳିତ ଉଦ୍ୟମ ଦରକାର। ଦଳ ସର୍ବସ୍ବ ହୋଇ ଗୋଷ୍ଠୀ ସୃଷ୍ଟି ଦ୍ବାରା ଏକତା ପରାହତ ହେବ। ଭାଷା ଯେଉଁ ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି ହତାଦର ବଢ଼ିବାର ଆଶଙ୍କା ବେଶୀ। ଶହେ ବର୍ଷ ତଳ ଅପେକ୍ଷା ବର୍ତ୍ତମାନ ଗୁରୁତର।
ହେଳା ବା ଅବହେଳା ତ ଠିକ୍ ଶବ୍ଦ କିନ୍ତୁ ଅଣହେଳା କିପରି ସେଇ ଏକା ଅର୍ଥବୋଧକ ହେଲା ବୁଝିହେଉନି। ହୁଏତ ଅପଭ୍ରଂଶ ହୋଇପାରେ।
ହେଳେର ଅର୍ଥ ମଧ୍ଯ ହେଳାର ବିପରୀତ ପରି ମନେହୁଏ।
ଅଭିଜ୍ଞତା ନଥିବା ଦୋଷାବହ ନୁହେଁ। ଶିଖିବା ପ୍ରତି ଆଗ୍ରହ ଓ ଲକ୍ଷ୍ଯପ୍ରାପ୍ତି ଦିଗରେ ଅଧ୍ଯବସାୟ ହିଁ ବ୍ଯକ୍ତିର କର୍ତ୍ତବ୍ଯ। ଜୀବନ ଓ ଦର୍ଶନ ବା ଆଧ୍ଯାତ୍ମିକ ଜ୍ଞାନ ଅଲଗା ନୁହଁନ୍ତି ବୋଲି ଶ୍ରୀଅରବିନ୍ଦ କୁହନ୍ତି। ପୁରାତନ ଓ ନୂତନ ମଧ୍ଯରେ ବିଭେଦକୁ ବୁଝିବା ହିଁ ବିବେକର କାର୍ଯ୍ୟ। ସୁଯୋଗର ଏବେ ଅଭାବ ନାହିଁ।
ସାମ୍ବାଦିକତା ମାଧ୍ୟମରେ ଯେଉଁ ବିପୁଳ ସାହିତ୍ୟ ତଥା ଇତିହାସ ସୃଷ୍ଟି ହୋଇଛି ତାହା ମୂଲ୍ଯବାନ। ନଥିକରଣ ବି ହେଉଛି କିନ୍ତୁ ସହଜରେ ଖୋଜି ପାଇବା ପାଇଁ ଯେଉଁ ଶ୍ରେଣୀବିଭାଗ ଆବଶ୍ଯକ ତାର ଅଭାବ। ମୋଟଉପରେ ଓଡ଼ିଆଭାଷାର ସଂରକ୍ଷଣ ସକାଶେ ଯେଉଁ ଏକ କେନ୍ଦ୍ରୀୟ ପ୍ରଚେଷ୍ଟା ଦରକାର ତାର ଅୟମାରମ୍ଭ ହୋଇନାହିଁ। ବିଜ୍ଞାପନ ଭିତ୍ତିରେ ସମ୍ଭବ ହୋଇପାରେ।
୧୯୮୮ ମସିହା ମେ ୨୮ ତାରିଖରେ ମୁଁ ଓଡ଼ିଶା ଛାଡ଼ି ଦିଲ୍ଲୀ ଆସିଥିଲି। ଏତେ ବର୍ଷ ଧରି ବିଭିନ୍ନ ପ୍ରକାରର ସଂସ୍କୃତି ସଂସ୍ପର୍ଶରେ ଆସିଥିଲେ ମଧ୍ଯ କିଛି ମୌଳିକ ଓଡ଼ିଆ ଚଳଣିର ଆକର୍ଷଣ ବଞ୍ଚି ରହିଛି। ଅବଶ୍ଯ ଦୁଇଆଡ଼ୁ ସୁବିଧା ମିଳୁଛି ବୋଲି ହୁଏତ ଏକଥା କହି ହେଉଚି। ଯଦି କେବଳ ଗୋଟିଏ ପରିବେଶରେ ରହିବାକୁ ପଡ଼େ ତେବେ ବିତୃଷ୍ଣା ଅବଶ୍ଯମ୍ଭାବୀ।
ଓଡ଼ିଆରେ କିଛି ଲେଖିବା ପାଇଁ ଧର୍ମକୈନ୍ଦ୍ରିକ ରାଜନୀତି, ଉନ୍ନତି ହଉନି ବୋଲି ଅଭିେଯାଗ, ବା ସାମାଜିକ ସମାଲୋଚନା ଆଦି ବ୍ଯତୀତ ବିଶେଷ କିଛି ନାହିଁ। ବାକି ସବୁ କଳ୍ପନା ଜଗତର ଖେଳ। ତଥାପି ଓଡ଼ିଆକୁ ଏକ ଆଧୁନିକ ଶକ୍ତିର ଉତ୍ସ ଭାବରେ ଠିଆ କରିବାକୁ ପଡ଼ିବ। କେବଳ ପୁରାତନ ସାହିତ୍ୟ ଓ ସଙ୍ଗୀତର ଗଦି ଉପରେ ଗୋଡ଼ଲମ୍ବେଇ ବସି ଆରାମ କଲେ ଚଳିବ ନାହିଁ।
ଓଡ଼ିଆ ଓ ଉତ୍କଳ ଜନନୀ ଭିନ୍ନ ଭିନ୍ନ। ଓଡ଼ିଆ ଭାଷା ଭିତ୍ତିକ ରାଜନୀତି ଗୋଟିଏ ଦିଗ। ଅନ୍ୟଟି ହେଲା ଓଡ଼ିଆ ପ୍ରତି ନିଛକ ପ୍ରେମ। ଏହି ପ୍ରେମ ସ୍ବତଃସ୍ଫୁର୍ତ୍ତ ହେଉ ବା ନ ହେଉ, ଅନ୍ଯାନ୍ଯ ଆକର୍ଷଣକୁ ସଙ୍କୁଚିତ କଲେ ହିଁ ଏହା ଡଙ୍କେଇବାର ସମ୍ଭାବନା ରହିଛି। ଅର୍ଥାତ୍ ପ୍ରଚେଷ୍ଟା ଆବଶ୍ଯକ। ଓଡ଼ିଆ ଭାଷା ଓ ଲିପି ପାଇଁ ସବୁ ସ୍ତରରେ ଉଦ୍ୟମ ହେଉ।
ଓଡ଼ିଶାର ଉନ୍ନତି ହେଉ ବା ନ ହେଉ, ଓଡ଼ିଆ କିପରି ବଞ୍ଚି ରହିବ ସେଇଟା ହିଁ ଚିନ୍ତାର ବିଷୟ। ଯେଉଁମାନେ ପ୍ରକୃତରେ ଓଡ଼ିଆ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଓ ଅନ୍ୟ ଭାଷାର ଧାର୍ ଧାରନ୍ତି ନାହିଁ ସେମାନଙ୍କର ସାମାଜିକ ସ୍ତର ନିମ୍ନରେ। ଅନ୍ୟମାନେ ବହୁଭାଷୀ ହେବାର ବହୁବିଧ ଲାଭ ଉଠାନ୍ତି ଯାହାଦ୍ବାରା ଓଡ଼ିଆଭାଷୀ ବିଚରା ହୀନମନ୍ୟତାରେ ସଢ଼େ।
ପିଲାଦିନେ ଯେତେବେଳେ ବିଶେଷ କିଛି ନଥିଲା ସେ ସ୍ମୃତି ଭିତରେ ଆହେ ଦୟାମୟ ବିଶ୍ୱ ବିହାରୀ ବୋଧେ ପ୍ରଥମ। ତା ସାଙ୍ଗରେ ଥିଲା କହଇ ମନ ଆରେ ମୋ ବୋଲ କର ଯାହାର ପିଞ୍ଜରା କାଠି କଥା ପଢ଼ି ଡର ମାଡ଼ୁଥିଲା। ଭବେ ମନ ନ ବଳାଅ ଭଜନଟି ଥିଲା ମୋର ପ୍ରିୟ। ବାପାଙ୍କର ପ୍ରିୟ ଉତ୍କଳ-କମଳା ବିଳାସ-ଦୀର୍ଘିକା। ତାପରେ ଆସିଲା ଆଜି ଆକାଶେ କି ରଙ୍ଗ ଲାଗିଲା।
ମାଆଟିଏ ଶିଶୁକୁ ପାଳି ପୋଷି ବଡ଼ କଲାପରି ଆଶାଟିଏ ପୋଷିବା ବି ଛୋଟିଆ କଥା ନୁହେଁ। ଯେଉଁସବୁ ଜାଗାରୁ ସ୍ବାଭାବିକ ଭାବେ ଆଦରଯତ୍ନ ଆଶା କରିବା କଥା ତାର ଅଭାବ ସତ୍ତ୍ବେ ଓଡ଼ିଆ ଯେ ନିଜର ଯଥାର୍ଥ ମର୍ଯ୍ୟାଦା ପାଇବ ଏହା ବର୍ତ୍ତମାନ ପରିସ୍ଥିତିରେ ଆକାଶ କୁସୁମ ସମ। ତଥାପି ଆଶା ରଖିବା ହିଁ ସବୁଠାରୁ ବଡ଼ ଅବଦାନ। ଏ ଦିଗଟି ପ୍ରତି ପ୍ରୀତି ବଢ଼ୁ।
ଶ୍ୟାମନଗରରୁ ଶିୟାଲଦହ ଦେଇ ଡାନକୁନି ଯାଇଥିଲି। ସେଠାରୁ ଫେରି ବାଲି ହଲ୍ଟରେ ଓହ୍ଲେଇ ହାଓଡ଼ା ଗଲି। ଫେରୀ ବୋଟରେ ହୁଗୁଳି ନଈ ପାରି ହୋଇ ବାବୁଘାଟରେ ପହଞ୍ଚିଲି। ଓଡ଼ିଶାର ବିଭିନ୍ନ ଜାଗାକୁ ଯିବାପାଇଁ ବହୁତ ବସ୍ ଅପେକ୍ଷା କରିଥିଲେ। ଓଡ଼ିଆ ଅକ୍ଷର ପଢ଼ି ଖୁସି ଲାଗିଲା। ଇଡ଼େନ୍ ଗାର୍ଡ଼ନ୍ ଷ୍ଟେସନରୁ ଦମଦମ ବାଟେ ବ୍ୟାରାକପୁରରେ ଖାଇ ଫେରିଲି।
ମହାପୁରୁଷ ଆଖ୍ୟା ଦେଇ ସ୍କୁଲରେ ଆମ୍ଭମାନଙ୍କୁ ଯେଉଁ ଅତିରଞ୍ଜିତ ଇତିହାସ ସବୁ ଶିକ୍ଷା ଦିଆଯାଉଥିଲା ଏବେ ବି ସେୟା ଚାଲିଛି କି ନା ମୁଁ ଜାଣେନା। କିଛି ବ୍ଯକ୍ତି ଓଡ଼ିଶା ପାଇଁ କାର୍ଯ୍ୟ କରିଛନ୍ତି କିନ୍ତୁ ପ୍ରଶଂସା କରି ତାଙ୍କୁ ନେଇ ସ୍ବର୍ଗରେ ଥୋଇବା ମାନସିକ ଦୁର୍ବଳତାର ଲକ୍ଷଣ। ବ୍ଯକ୍ତି ପୂଜା ଏକ ବଦଭ୍ୟାସ ଓ ବୌଦ୍ଧିକ ଆଳସ୍ଯର ପରିଚାୟକ।
ପାଠ୍ୟପୁସ୍ତକର ଆକଳନ ବା ରାଜନୈତିକ ଦଳ ମାନଙ୍କର ଆସ୍ଫାଳନ ଅନୁସାରେ ସମାଜର ପରିବର୍ତ୍ତନ ଘଟିଲା ନାହିଁ ବୋଲି ମୋର ଷାଠିଏ ବର୍ଷର ଅନୁଭବ। ତେଣୁ ସମୟର ଗୋଟିଏ ନିଜସ୍ବ ଧାରା ରହିଛି ବୋଲି ମାନି ନେବାକୁ ହେବ। ସାମୟିକ ସମାଲୋଚନା ମନୋରଞ୍ଜନ ମାତ୍ର। ଭଲମନ୍ଦ ମିଶା ଏଇ ସଂସାରର ଖେଳ। ତାରିଭିତରେ ଅମୃତର ତୃଷ୍ଣା ସଜାଗ ବୋଲି ଶ୍ରୀଅରବିନ୍ଦଙ୍କ ମତ।
ଟ୍ବିଟରର ପ୍ରାୟ ପ୍ରତ୍ୟେକ ତେଣ୍ଡା ନିଜକୁ ନୈତିକତାର ମୂର୍ତ୍ତିମନ୍ତ ଅବତାର ବୋଲି ଦର୍ଶାନ୍ତି କିନ୍ତୁ ବାସ୍ତବତା ଭିନ୍ନ। ତଥାପି ସ୍ବର୍ଗୀୟ ଶବ୍ଦଟିର କିଛି ଗୋଟାଏ ଯଥାର୍ଥତା ରହିଛି ବୋଲି ବିଶ୍ବାସ କରିବାକୁ ବୈଦିକ ଦର୍ଶନ ବାଧ୍ଯ କରେ। ଶ୍ରୀଅରବିନ୍ଦ ବିବର୍ତ୍ତନକୁ ଏହି ଆଦିମ ଆକାଂକ୍ଷା ସହିତ ଯୋଡି଼ଲେ ଏବଂ ଚେତନାର ପରବର୍ତ୍ତୀ ସ୍ତର ଦେଲେ
ଭାଟ ଦଳ ରାଜାଙ୍କର ଜୟଗାନ କରିବା ଢାଞ୍ଚାରେ ଭଗବାନଙ୍କ ଜୟଗାନ କରିବା ହାସ୍ଯାସ୍ପଦ। ଅବଶ୍ଯ ଭକ୍ତି ବା ପ୍ରେମରେ ସବୁ ଫେକଚାମି ମାଫ୍। କିନ୍ତୁ ଭୋପାମି ଆଉ ବୋକାମି ଭିତରେ ତଫାତ୍ ବୁଝିବା ଉଚିତ୍। ନିଜର ସୀମିତତାକୁ ପରିବ୍ୟାପ୍ତ କରି ଅସୀମ ଓ ଅନନ୍ତ ସହ ମିଳିତ ହେବାର ଅରରହ ପ୍ରଚେଷ୍ଟା କେବଳ ଘଣ୍ଟ ବଜେଇବା ଦ୍ବାରା କେବେ ସାଧିତ ହେବ ନାହିଁ।
୧୯୮୮ ମସିହାରେ ଯେତେବେଳେ ମୁଁ ଓଡ଼ିଶା ଛାଡ଼ି ଦିଲ୍ଲୀ ଗଲି ସେଠି କଥା କଥାକେ ଲୋକେ ପାକିସ୍ତାନ ଓ ମୁସଲମାନଙ୍କୁ ଗାଳି ମନ୍ଦ କରିବାର ଶୁଣିଲି ଯାହାକି ମୋ ପାଇଁ ଏକବାରେ ନୂଆ ଥିଲା। କାରଣ ଓଡ଼ିଶାରେ ସେଭଳି କିଛି କ୍ରୋଧର ବାତାବରଣ ନଥିଲା। ଏବେବି ଓଡ଼ିଶାରେ ଧର୍ମକୈନ୍ଦ୍ରିକ ଝଗଡ଼ା ନାହିଁ। ତେଣୁ ବିଜେପିର ଶାଖାପ୍ରଶାଖା ମେଲିବା ମୁସ୍କିଲ୍।
କେବଳ ଓଡ଼ିଆ ପ୍ରତି ଅନୁରାଗ, ଅନୁରକ୍ତି, ଓ ଆନୁଗତ୍ଯ ହିଁ ଏକତାର ଚାବିକାଠି। ଯେଉଁଦିନ ଶିକ୍ଷିତ ଓଡ଼ିଆମାନେ ଏହାର ମର୍ମ ବୁଝିବେ ଓ ମୋର ଆହ୍ବାନ ଉପରେ ଭରସା କରିବେ ତେବେ ଯାଇ ଅଣଓଡ଼ିଆଙ୍କୁ ଶାସନକଳରୁ ବିତାଡ଼ିତ କରିହେବ। ଆଞ୍ଚଳିକବାଦକୁ ମଧ୍ଯ ତଣ୍ଟି ଚିପି ନିଷ୍କାସିତ କରିବା ପାଇଁ ଏହା ହିଁ ହେଲା ମୂଳମନ୍ତ୍ର। ବିଜେପି ପ୍ରତି ମୋହ ତୁଟୁ।
ଗଣତନ୍ତ୍ର କାହାରି ରକ୍ତରେ ନଥାଏ। ତେଣୁ ଏଥିପାଇଁ ନିରବଚ୍ଛିନ୍ନ ପ୍ରଚେଷ୍ଟା ଆବଶ୍ଯକ। ରାଜତନ୍ତ୍ର ପରି ଖାଲି ତୁଙ୍ଗ ନେତାମାନଙ୍କ ଅନୁଧାବନ କରିବା ଓ ଜଣେ ସାଧାରଣ ଲୋକର କଥାକୁ ବେଖାତିର କରିବା ଗଣତନ୍ତ୍ରର ପନ୍ଥା ନୁହେଁ। ଶିକ୍ଷିତ ଓଡ଼ିଆ ମାନଙ୍କ ମଧ୍ଯରେ ଘଟଣା ବୁଝିପାରିବାର କ୍ଷମତା ତଥା ଗଣତାନ୍ତ୍ରିକ ମନୋଭାବ ଜାଗ୍ରତ ହେଉ ବୋଲି କାମନା।
ଓଡ଼ିଶାର ଉନ୍ନତି ହେଲାନାହିଁ ବୋଲି ମୁଁ ଷାଠିଏ ବର୍ଷ ହେଲା ଶୁଣି ଆସୁଛି। ତେଣୁ, ଆଜି ଯଦି ପୁରୀ ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୁଏ ତେବେ ଏହା ନିଶ୍ଚୟ ଶୁଭ ସମ୍ବାଦ। ଯେଉଁମାନେ ଅଯଥା ବାକ୍ ବିତଣ୍ଡା କରୁଛନ୍ତି, ଅର୍ଥନୈତିକ ଦିଗଟିର କଡ଼ା ଗଣ୍ଡା ହିସାବ କରିବା ଦରକାର। ମୁଖ୍ଯମନ୍ତ୍ରୀ ଶେଷ ଟର୍ମରେ ଆତ୍ମସନ୍ତୋଷ ପାଆନ୍ତୁ।
ରାଜନୀତି ବିଜ୍ଞାନ ଓ ଶ୍ରୀଅରବିନ୍ଦଙ୍କ ଦର୍ଶନ ଉପରେ ଦଖଲ ନଥାଇ ବହୁ ତେଣ୍ଡା ଏଠି ବୁଦ୍ଧିଜୀବିର ଲେବଲ୍ ଜାବୁଡ଼ି ଧରି ବସିଛନ୍ତି। ମୁଁ ବାରମ୍ବାର ଚେତେଇ ଦେଉଛି ଯେ ଏପରି ଉପରଠାଉରିଆ କାରବାର ଶୀଘ୍ର ଦେବାଳିଆ ହୋଇଯିବ। ଦୀର୍ଘସ୍ଥାୟୀ ବ୍ୟବସାୟ ପାଇଁ ଭଲ ମୂଳଜମାର ମୂଳଦୁଆ ଅନିର୍ବାର୍ଯ୍ୟ। ବୃତ୍ତିଗତ ଜ୍ଞାନ ଓ ସାମାଜିକ ବିଜ୍ଞାନ ଅଲଗା ଅଲଗା।
ଗୋଟିଏ ଆମୋଦକର ଲେଖା ଅଛି ଯଦିଓ ସିଧାସଳଖ ଏଇ ପ୍ରଶ୍ନ ସଂଲଗ୍ନ ନୁହେଁ। ସମସ୍ତଙ୍କୁ ପଢ଼ିବାକୁ ଅନୁରୋଧ। evergreenessays.blogspot.com/2005/11/neat-p
ଆକର୍ଷଣୀୟ ଫଟୋ ତ ଦେଖିବାକୁ ମିଳୁଛି କିନ୍ତୁ ସକାଳେ ଠେଲାଗାଡ଼ିରେ ଯେଉଁ ଜଳଖିଆ ବିକ୍ରି ହେଉଛି ସେଥିରେ ସ୍ବାଦ ନାହିଁ। ଅବଶ୍ଯ ଏତେ ଶସ୍ତାରେ ତିନି ଚାରି ପ୍ରକାରର ପ୍ରସ୍ତୁତି ଅନ୍ୟ କୌଣସି ରାଜ୍ଯରେ ମିଳିବନି କିନ୍ତୁ ଶସ୍ତା ବୋଲି ମାନ ବିଷୟରେ ଚୁପ ରହିଲେ ଚଳିବନି। ପ୍ରାୟ ସବୁ ଜାଗାରେ ଇଟିଲିର ଆକାର ହିଁ ବଞ୍ଚି ରହିଛି। ବାସ୍ନା ନାହିଁ।
ଅନ୍ୟ ରାଜ୍ଯ ତୁଳନାରେ ଓଡ଼ିଶାରେ ରାସ୍ତାକଡ଼ ଦୋକାନ ବଜାର ନାହିଁ କହିଲେ ଚଳେ। ଦୀର୍ଘ ପଥ ଯାତ୍ରା କଲାପରେ କିଛି ବି ନଥାଏ। ଦୂରରେ ବ୍ୟବସାୟ କରି ରିସ୍କ ନେବାପାଇଁ ସାହାସର ଅଭାବ ବୋଧହୁଏ। ଆମେ ସାଧାରଣତଃ ସବୁ ଦୋଷ ସରକାରଙ୍କ ମୁଣ୍ଡରେ ଲଦି ଦେଉ କିନ୍ତୁ ଦୋକାନ ତ ସରକାର ଆସି କରିବେନି। ଲୋକେ ନିଜେ ଉଦ୍ୟମୀ ନହେଲେ କୌଣସି ପ୍ରତିକାର ନାହିଁ।
ପ୍ରଥମ ଥର ପାଇଁ ଓଡ଼ିଶା ଆନ୍ତର୍ଜାତୀୟ ସ୍ତରରେ ପରିଚୟ ପାଇଲା, ଏତିକି ଏକ ସନ୍ତୋଷର ବିଷୟ। ଅନ୍ୟ ସବୁ ପ୍ରଶସ୍ତି ପତ୍ରର ବିଶେଷ ମହତ୍ତ୍ବ ନାହିଁ। ଓଡ଼ିଆ ଭାଷା କେତେଦୂର ଆଗକୁ ବଢ଼ି ପାରିବ, ତା ପାଇଁ ସମସ୍ତଙ୍କର ଉଦ୍ୟମ ଦରକାର। ଓଡ଼ିଆ ଲିପିକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରାଇବା ସକାଶେ ସଙ୍ଗଠିତ ପ୍ରଚେଷ୍ଟାର ଆବଶ୍ଯକତା ରହିଛି।
ଓଡ଼ିଶାର ସମସ୍ତ ଭୋଟର ଏବଂ ତାଙ୍କ ପିଲାମାନେ ହେଲେ ଓଡ଼ିଆ।
କିନ୍ତୁ ଦୁଇଜଣଙ୍କ ନାଁ ବାଜି କେମିତି ହେଲା? କବି ନିଶ୍ଚୟ ଟିକେ ସୁରାକ୍ ଛାଡ଼ି ଦେଇଛନ୍ତି।
ମୋ ଜାଣିବାରେ, ମରାଠା ବୀର ବାଜୀ ପ୍ରଭୂ ଦେଶପାଣ୍ଡେଙ୍କ ଅବଲମ୍ବନରେ ବାଜି ରାଉତର ସୃଷ୍ଟି। ଆଉ, ତଥ୍ୟ ଯଦି ସତରେ କିଛି ଅଛି, ତାହେଲେ କେତେ ଭାଗ ଓ କ'ଣ ତାହା ସମସ୍ତେ ଜାଣିବା ଦରକାର।
ସାହିତ୍ୟ ଓ ସଂସ୍କୃତି ନାଁରେ ଡାହା ମିଛ କଥା ସବୁ ଶିକ୍ଷା ଦିଆଯିବା ଦୁଃଖ ଦାୟକ। ଧରମା, କାଳିଜାଈ, କେଦାର ଗୌରୀ, ବା ବାଜି ରାଉତ ଇତ୍ୟାଦି ଯେ କପୋଳକଳ୍ପିତ ଏକଥା ଖୁବ୍ କମ୍ ଲୋକ ଜାଣନ୍ତି। ସତ ଓ ଗପ ଭିତରେ ପ୍ରଭେଦକୁ ଭୁଲିଗଲେ ଯାଞ୍ଚ କରିବାର ଆବଶ୍ଯକତା ରହେନାହିଁ। ନିଜର ସୁବିଧା ଅନୁସାରେ କଳାକୁ ଧଳା ବା ଧଳାକୁ କଳା କହିଦେଇ ହୁଏ।
ଜୟଦେବଙ୍କ ଉପରେ ବାଦାନୁବାଦ ଚାଲିଛି। ତାଙ୍କରଚିତ କାବ୍ୟ ଓଡ଼ିଆଭାଷାର ନୁହେଁ। ତେଣୁ କିମ୍ବଦନ୍ତୀ ଭିତ୍ତିରେ ତାଙ୍କୁ ଓଡ଼ିଆବୋଲି ଦାବୀକରିବା କିଶୋରସୁଲଭ। ବିବାଦୀୟ ବିଷୟଗୁଡ଼ିକୁ ସ୍ପଷ୍ଟଭାବେ ଉଲ୍ଲେଖ କରିଦିଆଯିବା ଦରକାର ଯଦ୍ଦ୍ୱାରା ନୂତନ ବଂଶଧରମାନେ ଭ୍ରାନ୍ତଧାରଣାରୁ ମୁକ୍ତିପାଇବେ। ଯାହା ନିଧାର୍ଯ୍ୟଭାବେ ପ୍ରମାଣିତ ସେତିକି ଜାଣନ୍ତୁ।
ଶାସକ ଦଳର ମୁଖ୍ଯ ଅନ୍ୟ ଦଳର ବିଧାୟକ ମାନଙ୍କୁ ସେମାନଙ୍କ ଦଳର ଶୃଙ୍ଖଳା ଭଙ୍ଗ କରି ବିବେକାନୁମୋଦିତ ଭୋଟ ଦେବାପାଇଁ ଆହ୍ବାନ କରିବା ଅନୁପଯୁକ୍ତ, ଅନୈତିକ, ତଥା ଅଗଣତାନ୍ତ୍ରିକ। ଆଦର୍ଶବିହୀନ ରାଜନୀତି ଯୋଗୁ ଶତ୍ରୁପକ୍ଷ ସହ ହାତ ମିଳାଇବା ପାଇଁ କୁଣ୍ଠା ନାହିଁ। ପ୍ରଶ୍ନ କିଏ କୋଉ ରାଜ୍ଯର ତାହା ନୁହେଁ ବରଂ ହିନ୍ଦୁତ୍ୱ ବିରୁଦ୍ଧରେ ସଙ୍ଗ୍ରାମ।
ଓଡ଼ିଆର ସଜ୍ଞା ନିରୂପଣ କଲାବେଳେ ଭାବପ୍ରବଣ ହେଲେ ଚଳିବନାହିଁ। ସ୍ପଷ୍ଟରୂପେ ଚିହ୍ନଟ ହୋଇପାରୁଥିବା ଭଳି ନିୟମ ଖଞ୍ଜିବା ଦରକାର। ସାଂସ୍କୃତିକ ବା ঐতিহাসিক ଦୃଷ୍ଟିକୋଣ ବହୁଳାଂଶରେ ଧୂଆଁଳିଆ। ୧୯୪୭ ପୂର୍ବକୁ ଫେରିଲେ ବିଭିନ୍ନ ଗଣ୍ଡଗୋଳିଆ କଥା ବାହାରିବ। ଭାଷାବୀର ମାନଙ୍କ କଥାରେ ଭାସିନଯାଇ ସାମ୍ବିଧାନିକ ଓ ବୈଜ୍ଞାନିକ ସଜ୍ଞା ସ୍ଥିର ହେଉ।

ଅର୍ ଧାତୁର ବିଭିନ୍ନ ଅର୍ଥ ଭିତରୁ କର୍ଷଣ କରିବା, ସଙ୍ଗ୍ରାମ କରିବା, ବା ଅଗ୍ରସର ହେବା ଆଦି ଆର୍ଯ୍ୟର ଧର୍ମ ବୋଲି ଶ୍ରୀଅରବିନ୍ଦ ବୁଝେଇଛନ୍ତି। ତେଣୁ ଜଣେ ଆର୍ଯ୍ୟ ହେବା ଜୀବନର ଲକ୍ଷ୍ଯ ହୋଇପାରେ। ସେହିପରି ସଂସ୍କୃତ ହେବା, ଭାରତ ହେବା, କିମ୍ବା ବ୍ରାହ୍ମଣ ହେବା କୌଣସି ଧାର୍ମିକ ରୀତି ବିନା ଆତ୍ମବିକାଶର ମାର୍ଗ ଭାବେ ଗ୍ରହଣ କରାଯାଇ ପାରେ।
ଦିଗବଳୟ ବିସ୍ତାରିତ ହେଲେ ଦୃଷ୍ଟି ପ୍ରସାରିତ ହେବ। ଅଛିଣ୍ଡା ଅଙ୍କ ଭଳି ଲାଗୁଥିବା ସମସ୍ୟାର ଅଚିରେ ସମାଧାନ ହେବ। ଅଡ଼ୁଆ ସୂତା ସମ ଜଟିଳ ପରିସ୍ଥିତି ସବୁ ନିମିଷେକେ ଉଭେଇଯିବେ। ଚଷମାରେ ଜମି ରହିଥିବା ହଳଦିଆ ରଙ୍ଗ ଧୋଇ ହୋଇଯିବ। ଦୋଷାଦୋଷ ଅନ୍ୟ ଠାରେ ନ ରହି ନିଜ ଚିନ୍ତାଧାରାର ବୋଲି ସ୍ପଷ୍ଟ ପ୍ରତୀୟମାନ ହେବ। ପ୍ରଭୁ ଶ୍ରୀଅରବିନ୍ଦଙ୍କ ମତ।
କ୍ଷୁଦ୍ରରୁ ବିଶାଳ ହେବା ବା ଶୁଦ୍ରରୁ ବ୍ରାହ୍ମଣ ଭାବେ ବିବର୍ତ୍ତିତ ହେବା ଏକ ଯାତ୍ରା ଯାହା ତମସାରୁ ଉଠି ଜ୍ୟୋତି ପର୍ଯ୍ୟନ୍ତ ପହଞ୍ଚିବାର ସ୍ପର୍ଦ୍ଧାର ଅଳ୍ପ ଅଂଶ ମାତ୍ର। ଚିଦାକାଶ ମଧ୍ଯରେ କୌଣସି ବାହନର ଆବଶ୍ଯକତା ନାହିଁ ଆଉ ଦ ସ୍କାଇ ଇଜ୍ ଦ ଲିମିଟ୍। ସେଇଥିପାଇଁ ପ୍ରଭୁ ଶ୍ରୀଅରବିନ୍ଦ ଏହାକୁ ଚେତନାର ଦିଗବିଜୟ ବୋଲି ଅଭିହିତ କରିଛନ୍ତି।
ଜୀବନର ଏକ ତୀକ୍ଷ୍ଣ ଲକ୍ଷଣ ହେଉଛି କୌଣସି ସଂକୁଚିତ ପରିବେଶକୁ ସବୁ କିଛି ବୋଲି ଜ୍ଞାନ କରି ସମୟ ଅତିବାହିତ କରିବା। ଗୁଣ ବା ରାଶିି ଚିହ୍ନିତ ଚାରିତ୍ରିକ ପ୍ରକାରଭେଦ ଏହି ପ୍ରବୃତ୍ତିକୁ ସୁବିଧାଜନକ କରିଥାଏ। ପ୍ରକୃତିର ଏହି ପଶାଖେଳରୁ ବାହାରି ଆସିବା ସହଜ ନୁହେଁ। କିନ୍ତୁ ମଣିଷ ଯେହେତୁ ପୂର୍ଣ୍ଣତାର ବୀଜ ଓ ସମ୍ଭାବନାର ଖଣି, ଚାହିଁଲେ ହେବ।
ଶ୍ରୀଅରବିନ୍ଦଙ୍କ 150ତମ ଜନ୍ମବାର୍ଷିକୀ ଆଉ ଦୁଇ ମାସ ବାକି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ତାଙ୍କ ବହି ପଢ଼ିବା ପାଇଁ ଘଣ୍ଟାଏ ଦୁଇଘଣ୍ଟା ସମୟ ଦିଅନ୍ତୁ। ବଙ୍ଗଳା ଏବଂ ସଂସ୍କୃତରେ ଲେଖା, ଶ୍ରୀଅରବିନ୍ଦଙ୍କ ସଂପୂର୍ଣ୍ଣ କାର୍ଯ୍ୟ (CWSA) ଭଲ୍ୟୁମ୍ 9 ଆରମ୍ଭ କରିବା ପାଇଁ ଏକ ଭଲ ସ୍ଥାନ। ଏଠି ଲିଙ୍କ୍ ଅଛି: incarnateword.in/cwsa/09
ଦିନ, ମାସ, ଓ ବର୍ଷ ଆବର୍ତ୍ତନଶୀଳ। ଅନ୍ୟ ପକ୍ଷରେ ବିବର୍ତ୍ତନ ତରଙ୍ଗାୟିତ ହୋଇପାରେ କିନ୍ତୁ ଅଗ୍ରଧାବୀ। ତାର ଲକ୍ଷ୍ଯ କେଉଁଠି କେହି ଜାଣେନା କାରଣ ଆମେ ମଝି ରାସ୍ତାରେ। ଏଇ ପୃଥିବୀରେ ଦିନେ ଗେଣ୍ଡା କଙ୍କଡ଼ା ବି ନଥିଲେ ଆଉ ଆଜି ଆମେ କଙ୍କଡ଼ା ପରି ଅନ୍ୟ ଗୋଡ଼ ଟାଣିବାରେ ବ୍ୟସ୍ତ। ବିବର୍ତ୍ତନ ଦ୍ବାରା ହିଁ ଏ ସବୁର ପରିବର୍ତ୍ତନ ସମ୍ଭବ ହେବ।
ଆଠ ବର୍ଷ ବୟସରେ ଶ୍ରୀମା-ଶ୍ରୀଅରବିନ୍ଦଙ୍କ ସଂସ୍ପର୍ଶରେ ଆସିବା ଫଳରେ ବହୁ ଆଜେ ବାଜେ ଜିନିଷ ପଛରେ ଗୋଡେ଼ଇବାରୁ ମୁଁ ରକ୍ଷା ପାଇଛି। କଲେଜ ଓ ବୃତ୍ତିଗତ ଶିକ୍ଷା ବାହାରେ କଳା, ସାହିତ୍ୟ, ଓ ଦର୍ଶନ ଆଦି କ୍ଷେତ୍ରରେ ଆଶାତୀତ ଅନ୍ତର୍ଦୃଷ୍ଟି ଲାଭ କରିଛି। ପଇଁଚାଳିଶ ବର୍ଷରେ ଚାକିରି ଛାଡ଼ି ଏହି ନୂତନ ସତ୍ଯକୁ ଲୋକଙ୍କ ମଧ୍ଯରେ ବାଣ୍ଟିବାରେ ରତ।
ଶ୍ରୀଅରବିନ୍ଦଙ୍କ ଲେଖା ନପଢ଼ିଲେ କୌଣସି ଲୋକ ରାଜନୀତିର ପ୍ରକୃତ ସ୍ବରୂପ ବୁଝିପାରିବ ନାହିଁ। ଜୀବନର ଯଥାର୍ଥ ମହତ୍ତ୍ବ ମଧ୍ଯ ହୃଦୟଙ୍ଗମ କରିପାରିବ ନାହିଁ। ତଥାପି ଶିକ୍ଷିତ ବ୍ଯକ୍ତିମାନେ ଏ ଦିଗଟିକୁ ଅବହେଳା କରିବା ଆଶ୍ଚର୍ଯ୍ୟଜନକ। ଜ୍ଞାନର ଦାରିଦ୍ର୍ଯ ଦୂର କରିବାର ପ୍ରଥମ ସୋପାନ ହେଲା ଅହଂଭାବକୁ ବନ୍ଧନୀ ଭିତରେ ରଖି ନୂଆ ଜିନିଷ ପଢ଼ିବା।
ହେ ଫଗୁଣ ତୁମେ ତ ପ୍ରସିଦ୍ଧ ଗୀତ। ସେହିପରି ଏକ ଭଲ ରେଡ଼ିଓ ଗୀତ ଥିଲା, ହଜିଗଲା ବୟସ ମିଛେ ଖୋଜି ବସନା। ସବୁଦିନେ ନାହିଁ ଚାନ୍ଦିନୀ ରାତି ବି ପ୍ରାୟ ସମସ୍ତେ ଶୁଣିଥିବେ। ସେଇଭଳିଆ ଆଉ ଗୋଟିଏ ଗୀତ ହେଲା ସବୁଦିନେ ନାହିଁ ଗୋ ଦୂତୀ। ୟା ଛଡ଼ା, ପୀରତିର ମୂଲ କେତେ ଗୀତଟିକୁ କିଏ ଶୁଣିଛନ୍ତି କି ନାହିଁ କେଜାଣି?
ଦୁଇ ବର୍ଷ ପରର ଆରତ ସୁରେ ବାରେ ଗୀତର ସ୍ବର ଏହାର ଯନ୍ତ୍ରସଙ୍ଗୀତ ମଧ୍ଯରେ ଝଙ୍କୃତ।
নির্মলা মিশ্র ଓଡ଼ିଆରେ ନିର୍ମଲା ମିଶ୍ର ହେବାକଥା କିନ୍ତୁ ନିର୍ମଳା ମିଶ୍ର ହୋଇ ସେ ସବୁ ଓଡ଼ିଆଙ୍କୁ ଟପେଇ ଦେଲେ। ତାଙ୍କର ସରଳ, ସାବଲୀଳ, ତଥା ମଧୁର ଗୀତ ସବୁ ଚିରଦିନ ବଞ୍ଚି ରହିବ। ଏବେକାର ଗାୟୀକାମାନେ ଯଥେଷ୍ଟ ଦକ୍ଷ କିନ୍ତୁ ଜିଲିପି ଭଳି ଆବଡ଼ା ଖାବଡ଼ା ସ୍ବରର ଗୀତଯୋଗୁ ନିଜସ୍ବ ପ୍ରତିଭା ବା ନିଛକତା ପ୍ରତିଷ୍ଠିତ ହୋଇପାରୁନାହିଁ।
ଶବ୍ବିର କୁମାରଙ୍କର ସାମାନ୍ଯ ନାସିକାପ୍ରସୂତ ସ୍ବର ଗୀତଟିକୁ ଆକର୍ଷଣୀୟ କରିଛି।
କାଲି ପର୍ଯ୍ୟନ୍ତ ମୁଁ ସେ ଗାୟକଙ୍କ ନାଁ ଶୁଣି ନଥିଲି। ସାଂସ୍କୃତିକ ଜଗତ ଏତେ ବିସ୍ତୃତ ଓ ବୈଚିତ୍ର୍ୟମୟ ହୋଇଗଲା ଯେ ସବୁ ବିଷୟରେ ଅବଗତ ହେବା ଏକରକମ ଅସମ୍ଭବ। ତାଛଡ଼ା ଭାଷାର ବାଡ଼ ଗୋଟିଏ ବହୁତ ବଡ଼ କାରଣ। ବୟସ ଓ ପ୍ରାଥମିକତା ଅନୁସାରେ ଅନେକ ଜିନିଷ ବାଦ୍ ପଡ଼ିଯିବା ମଧ୍ଯ ସ୍ବାଭାବିକ। ତେଣୁ ତାଙ୍କ ଗୀତ କେବେ ଶୁଣିଛି କି ନାହିଁ ଜାଣିନି।
ସବୁଗୁଡ଼ିକୁ unreleased କହିହବନି କାରଣ କେତେକ କ୍ଷେତ୍ରରେ କେବଳ ଗୀତ ରେକର୍ଡ଼ ହୋଇଥିଲା ବା କିଛି ପ୍ରାରମ୍ଭିକ ପଦକ୍ଷେପ ନିଆଯାଇଥିଲା। ତେଣୁ unfinished ବୋଲି ଅନ୍ୟ ଏକ ବର୍ଗ ହେଲେ ଭଲ। ମାଂସର ବିଳାପର status କଣ ମୁଁ ସଠିକ୍ ଜାଣିନି।
ଅକ୍ଷୟ ମହାନ୍ତି ଆଜି ତ ନାହାଁନ୍ତି, ଗାଇ ଯାଇଛନ୍ତି ଗୀତ ଅସରନ୍ତି। କେତେ ହସ କେତେ ଦୁଃଖ ଓ ବିରହ, ସପନ ଜୁଆର ମୋହ ଆଉ କୋହ। ରୀତି ନୀତି ଭାଙ୍ଗି ବଙ୍ଗ ଢଙ୍ଗ ଫିଙ୍ଗି, ଓଡ଼ିଆର ମୂଳଦୁଆ ଥାପିଛନ୍ତି। - ତୁଷାର ----- ଗୀତଟିଏ କେତେ ବରଷରୁ ସତେ ଲୁଚି ରହିଥିଲା କାହିଁ, ଅଧା ଦିନ ଆଜି ସରି ତ ଗଲାଣି ସେ ସୁରଟି ଗାଇ ଗାଇ।

ହେ ବିନ୍ଦୁ ବିଦାୟ

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ। ଓଡ଼ିଆ ଓଳିଆ: ମେଣ୍ଢା ଓ ଶୁଆ o...