Thursday 19 October 2023

ଶ୍ରୀମା ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ବଳିତ ଆଭିମୁଖ୍ୟ ଅନୁସରଣ ଶ୍ରେୟସ୍କର

 ମୁଁ ଗତ ତିନି ଚାରି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ ନିମ୍ନରେ ପ୍ରଦତ୍ତ ହୋଇଛି। ପାଠକ ମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ।


ଓଡ଼ିଆ ଓଳିଆ: ୨୦୩୬ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବା ଦରକାର odiaolia.blogspot.com/2023/10/blog-p…

ସମସ୍ତେ କେବେ ଗୋଟିଏ ଧାରାରେ ଚାଲିବେ ନାହିଁ କିନ୍ତୁ ଶିକ୍ଷାର ଲକ୍ଷ୍ୟ ହେଲା କିଛି ମୌଳିକ ଜିନିଷ ସହ ପରିଚୟ କରାଇଦେବା ଯଦ୍ଦ୍ବାରା ଦରକାର ପଡ଼ିଲେ ଭବିଷ୍ୟତରେ ଜଣେ ତାର ଲାଭ ଉଠାଇ ପାରିବ। ସଂସ୍କୃତି ଓ ପରମ୍ପରାରୁ ମଣିଷ ଅନାୟାସରେ ଯାହା ଆହରଣ କରେ ତାକୁ ସଂଶୋଧନ କରି ଶ୍ରୀଅରବିନ୍ଦ ଅନେକ ନୂତନ ତତ୍ତ୍ବ ତଥା ବିଶ୍ଲେଷଣ ପ୍ରଦାନ କରିଛନ୍ତି।

ବ୍ଯକ୍ତିଗତ ଭାବରେ କାହାର ସ୍ବାସ୍ଥ୍ୟ ବା ବୟସ ସମ୍ବନ୍ଧରେ ଅଶୋଭନୀୟ ଟିପ୍ପଣୀ କରିବାଟା ଦୋଷାବହ କନ୍ତୁ ରାଜ୍ୟର ଶାସନ ଭାର ସମ୍ଭାଳିଥିବା ଜଣେ ବୟସ୍କ ଲୋକଙ୍କର ଶାରୀରିକ ତଥା ମାନସିକ ଅବସ୍ଥାକୁ କେନ୍ଦ୍ର କରି ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ସୃଷ୍ଟି ହେବା କିଛି ବିଚିତ୍ର ନୁହେଁ। ଶେଷ ନିଃଶ୍ବାସ ନେବା ପର୍ଯ୍ୟନ୍ତ କ୍ଷମତା ଲୋଭ ଘୃଣ୍ୟ।

ରାଜତନ୍ତ୍ର ଓ ବିଦେଶୀ ଶାସନର ପ୍ରଭାବ ଯୋଗୁ ଆମ ଦେଶରେ ଲୋକମାନଙ୍କର ଗଣତାନ୍ତ୍ରିକ ଚେତନା ବିକଶିତ ହୋଇପାରୁନାହିଁ। ସାମାଜିକ ସ୍ତରଭେଦ ତଥା ପୌରାଣିକ ଆଖ୍ୟାୟିକା ସବୁ ଏଥିରେ ଓଦା କମ୍ବଳ ଭଳି କାମ କରୁଛନ୍ତି। କ୍ଷମତାରେ ଥିବା ନେତାମାନେ ଯେ ସାଧାରଣ ମଣିଷ ଓ କେବଳ ଭୋଟ ଜରିଆରେ ସେଠାରେ ପହଞ୍ଚିଛନ୍ତି ଏକଥା କେହି ବିଶ୍ବାସ କରିବାକୁ ନାରାଜ।

ପ୍ରମିଦିଆର ପରାକ୍ରମ ଯୋଗୁ ରାଜନୀତିରେ ଜାକଜମକ ତାମସା ଦେଖିବାର ଏମିତି ଅଭ୍ୟାସ ହୋଇଗଲାଣି ଯେ ସୁସ୍ଥ ଓ ନିଷ୍ଠାପର ରାଜନୀତି ଶୁଷ୍କ, ରକ୍ତହୀନ, ବା ପାଣିଚିଆ ବୋଧ ହେଉଛି। ସ୍ମରଣଯୋଗ୍ଯ ଯେ, ରାଜନୀତିକୁ ପରିବର୍ତ୍ତନ କରିବା ପାଇଁ ଆନ୍ନା ହଜାରେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ତାହା ନାଟକୀୟ ସାଜସରଞ୍ଜାମ ସହକାରେ ବେଶ୍ ଆମୋଦଦାୟକ ହୋଇଥିଲା।

ଦେଖାଯାଉଛି ଯେ ଅଶିକ୍ଷିତ ଲୋକମାନଙ୍କ ଅପେକ୍ଷା ଶିକ୍ଷିତ ବ୍ୟକ୍ତିମାନେ ବେଶୀ ମୂର୍ଖପଣିଆ ପ୍ରଦର୍ଶନ କରୁଛନ୍ତି। ଦଳର କ୍ରୀତଦାସ ଭାବରେ ମିଥ୍ଯାପ୍ରଚାର କରିବା ସଙ୍ଗେସଙ୍ଗେ ଅନ୍ୟକୁ ଅଭଦ୍ର ଭାଷାରେ ଗାଳିଗୁଳଜ କରିବାରୁ ପଛଉ ନାହାନ୍ତି। କୌଣସି ନୂତନ ଇଙ୍ଗିତ ତାଙ୍କ ହୃଦୟକୁ ସ୍ପର୍ଶ କରୁନାହିଁ କି ବିବେକ ଦଂଶନ କରୁନାହିଁ। ଜୀଇଁ ମରିବା ପରି।

ସେଇ ପ୍ରିୟ କଟକର ଆଧୁନିକ ଦୃଶ୍ୟ।

ଜୀବନର ଅନେକ ଲୁହ

ଜୀବନ ପରି ଗଣତନ୍ତ୍ର ମଧ୍ୟ ମଣିଷକୁ ଉପହାର ସୂତ୍ରରେ ମିଳିଛି। ତେଣୁ ତାର ଲାଳନପାଳନ ତଥା ରକ୍ଷଣାବେକ୍ଷଣର ଭାର ଏକ ବିରାଟ ଦାୟିତ୍ବ। ଆଧ୍ୟାତ୍ମିକତା ପରି ଏଠି ମଧ୍ୟ ନୈତିକତାର ପ୍ରଚୁର ଆବଶ୍ୟକତା ରହିଛି। ବୁଦ୍ଧିମତ୍ତା ତଥା ସତସାହସର ନିବେଶ ବି ଯଥେଷ୍ଟ। ମୋଟ ଉପରେ ମଣିଷର ବ୍ୟକ୍ତିତ୍ୱ ବିକାଶ ପଥରେ ଏହା ଏକ ଆହ୍ବାନ ଏବଂ ବହୁ ଦିଗରୁ ସହାୟକ।

ରାଜନୀତି ବିଜ୍ଞାନର କୋବିଦମାନେ ସାଧାରଣତଃ ମାର୍କ୍ସବାଦର ସ୍ତାବକ। ଫଳତଃ ତାଙ୍କ ପ୍ରସୂତ କୋବାଦିତା ଏକ ସୁସନ୍ତୁଳିତ ବର୍ଣ୍ଣନଦୀ ସୃଷ୍ଟି କରିବାରେ ଅସମର୍ଥ। ହିନ୍ଦୁତ୍ୱବାଦୀ ବିଚାରଧାରାର ବି ବୌଦ୍ଧିକ ବିଶ୍ବସନୀୟତା ଅତି ନିମ୍ନସ୍ତରର। ଏହି ପରିପ୍ରେକ୍ଷୀରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ବଳିତ ଆଭିମୁଖ୍ୟ ଅନୁସରଣ କରିବା ଶ୍ରେୟସ୍କର।

ଓଡ଼ିଆ ଭାଷାକୁ ଓ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ମୋର ଏ ଅଭିଯାନ। ଅଣଓଡ଼ିଆ ନେତାମାନଙ୍କୁ ବିତାଡ଼ିତ କରି ଜଣେ ଖାଣ୍ଟିଓଡ଼ିଆ ଲୋକଙ୍କୁ ରାଜ୍ୟର ଶାସନଭାର ଅର୍ପଣ କରିବା ହେଲା ଆମର ଲକ୍ଷ୍ୟ। ଘୃଣା ପ୍ରଣୋଦିତ ଚିନ୍ତାଧାରା ପରିତ୍ଯାଗ କରି ଶ୍ରୀମା ଶ୍ରୀଅରବିନ୍ଦଙ୍କ ପ୍ରେମ ଓ ସଙ୍ଗତିର ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ସମସ୍ତଙ୍କୁ ଅନୁରୋଧ।

ଅନ୍ୟାନ୍ୟ ଗୁରୁ ବା ବାବାମାନଙ୍କ ସମତୁଲ୍ୟ କରି ଅନେକେ ଶ୍ରୀଅରବିନ୍ଦଙ୍କୁ ହେୟ ଜ୍ଞାନ କରିଥାଆନ୍ତି କିନ୍ତୁ ଏହା ଏକ ମସ୍ତବଡ଼ ଭୂଲ। ସ୍ପଷ୍ଟ ଭାବେ ଜାଣିବା ଦରକାର ଯେ ଶ୍ରୀଅରବିନ୍ଦ ହେଉଛନ୍ତି ସାରା ପୃଥିବୀର ସର୍ବଶ୍ରେଷ୍ଠ ଦାର୍ଶନିକ ଓ କବି। ଓଡ଼ିଶାର ଭାଗ୍ୟ ଯେ ଗାଁ ଗାଁରେ ଶ୍ରୀଅରବିନ୍ଦ ପାଠଚକ୍ର ପ୍ରତିଷ୍ଠିତ ହୋଇଅଛି ଓ ସ୍କୁଲ ଚାଲିଛି।

ପ୍ରତ୍ୟେକ ବ୍ଯକ୍ତି ନିଜକୁ ବିଜ୍ଞ ବୋଲି ଭାବେ କିନ୍ତୁ ତାର ଅଭିଜ୍ଞତା ସୀମିତ ଓ ଅପରିପକ୍ବ। ଆଜିକାଲି ବୈଷୟିକ ତଥା ବୃତ୍ତିଗତ ଜ୍ଞାନ ଯୋଗୁ ଅନେକେ ନିଜକୁ ଅତ୍ୟଧିକ ଆତ୍ମବିଶ୍ୱାସୀ ମନେକରୁଛନ୍ତି। କିନ୍ତୁ ଜୀବନର ବିଦ୍ୟା ସମ୍ପୂର୍ଣ୍ଣରୂପେ ଏକ ଅଲଗା ବିଷୟ ଏବଂ ଶ୍ରୀମା ଶ୍ରୀଅରବିନ୍ଦ ଏ କ୍ଷେତ୍ରରେ ଶାସ୍ତ୍ରର ସମ୍ଭାର ସୃଷ୍ଟି କରିଛନ୍ତି।

ପ୍ରାୟ ସମସ୍ତେ ପ୍ରମିଦିଆର ପ୍ରଚାରତନ୍ତ୍ର ଦ୍ବାରା ପ୍ରଭାବିତ ହୋଇଥିବାର ମୁଁ ଲକ୍ଷ୍ୟ କରୁଛି। ନିଜସ୍ବ କିଛି ମତ ବା ପ୍ରାଥମିକତା ନଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି। ରାଜନୈତିକ ଦଳମାନେ ମଧ୍ୟ ସ୍ବୀୟ ସ୍ବାର୍ଥାନୁଯାୟୀ କୋବାଦିତା ପରିବେଷଣରେ ବ୍ୟସ୍ତ। ମୁଁ ଯେଉଁ ନୂଆ ବର୍ଣ୍ଣନଦୀ ପ୍ରଚଳନ କରାଇବାକୁ ଚାହୁଁଛି ତାହାର ଭୂମିକା ସୁଦୂରପ୍ରସାରୀ।

ଗାନ୍ଧୀ, ନେହେରୁ, ଜୟପ୍ରକାଶ, ଲୋହିଆ, ଅମ୍ବେଡ଼କର, ପେରିୟାର, ସାଓ୍ୱରକର, ଓ ଗୋଲଓ୍ବାଲକର ଆଦି ନେତାଙ୍କୁ କେନ୍ଦ୍ର କରି ବହୁବର୍ଷ ଧରି ରାଜନୀତି ଚାଲିଛି। ବର୍ତ୍ତମାନ ଶ୍ରୀଅରବିନ୍ଦଙ୍କ ସମୟ ଆସିଛି। ସର୍ବଦା ସତର୍କ ରହିବେ ଯେ ଘୃଣାର ପିଚକାରୀ ଖେଳୁଥିବା ଅନେକ ଲୋକ ବି ଶ୍ରୀଅରବିନ୍ଦଙ୍କ ବାକ୍ଯ ଉଦ୍ଧୃତ କରି ନିଜକୁ ଠିକ ସାବ୍ୟସ୍ତ କରନ୍ତି।

ସାଧାରଣତଃ ଆମେମାନେ ଏକ ନୈତିକ ଜୀବନ ଯାପନ କରୁଛୁ ବୋଲି ସନ୍ତୋଷ ଲାଭ କରିଥାଉ କିନ୍ତୁ ଯେଉଁ ସମାଜରେ ଆମେ ବାସ କରୁଛେ ତାହା ଏତେ ଛଳନା ଓ ଶୋଷଣରେ ଭରା ଯେ ଆମେ ବରାବର ନିଜେ ନିଜକୁ ପ୍ରତାରଣା କରି ଚାଲିଛେ। ଯାହାହେଉ, ଏ ସବୁର ସମାଧାନ କରିବା ପାଇଁ ଚେଷ୍ଟା କରି ମାର୍କ୍ସବାଦୀମାନେ ଫେଲ୍ ମାରିଛନ୍ତି। ଏବେ ଶ୍ରୀଅରବିନ୍ଦଙ୍କୁ ସୁଯୋଗ ଦିଆଯାଉ।

ଶ୍ରୀଅରବିନ୍ଦଙ୍କୁ ଜାଣିଲେ ସବୁ ଜିନିଷର ଫଳାଫଳ ପାଇଁ ଆପଣ ତାଙ୍କ ଉପରେ ନିର୍ଭର କରିବେ। ଭାରତର ଅନ୍ୟ ସମସ୍ତ ରାଜ୍ଯ ଅପେକ୍ଷା ଓଡିଶାରେ ଶ୍ରୀଅରବିନ୍ଦଙ୍କ ବିଷୟରେ ସଚେତନତା ବହୁତ ବେଶୀ। ରାଜନୈତିକ ସ୍ତରରେ ସେଇଟା ପ୍ରତିଫଳିତ ହେଲେ ଓଡିଶା ଖାଲି ଭାରତ କାହିଁକି ସମଗ୍ର ପୃଥିବୀକୁ ଏକ ନୂତନ ଦିଗଦର୍ଶନ ଦେଇପାରିବ। ଓଡ଼ିଆମାନେ ପ୍ରସ୍ତୁତ କି?

ବିବର୍ତ୍ତନର କାରଣ ଓ ପ୍ରଣାଳୀ ସମ୍ବନ୍ଧରେ ବୈଜ୍ଞାନିକମାନେ ଏକ ନୂତନ କାଗବନ୍ଧ ପ୍ରକାଶନ କରିଛନ୍ତି ବୋଲି ପଢ଼ିଲି କିନ୍ତୁ ଯାହା ଶ୍ରୀଅରବିନ୍ଦ ଉନ୍ମୋଚନ କରିଛନ୍ତି ସେ ସମ୍ପର୍କରେ କୌଣସି ଆଲୋଚନା ନାହିଁ। ଯେଉଁମାନେ ଅତିମାନସ ଚେତନାର ଅବତରଣକୁ କପୋଳକଳ୍ପିତ କହି ହସରେ ଉଡ଼ାଇ ଦିଅନ୍ତି ସେମାନେ ଏହି ବୈଜ୍ଞାନିକ ତଥ୍ୟକୁ ମଧ୍ୟ ସେୟା ଭାବିବେ।

ନିଜ ଜୀବନକୁ ନିକାଞ୍ଚନରେ ଯାଞ୍ଚ କରିବାକୁ ଚାଉଁ ଚାଉଁଆ ଲାଗେ ବୋଲି ମଣିଷ ବିଭିନ୍ନ ବାହାରିଆ ଜିନିଷର ହାଉଜାଉ ଭିତରେ ନିଜକୁ ବ୍ୟସ୍ତ ରଖେ। ରସବୋଧ ଓ ଉପଭୋଗ ଭଳି ଅନ୍ତର୍ନିହିତ ସରଞ୍ଜାମ ମାଧ୍ୟମରେ ସେସବୁ ବୈଚିତ୍ର୍ୟ ସହ ଏକାତ୍ମତା ଲାଭ କରେ। ତାରି ଭିତରେ ପୁଣି ମନ ଭଲ ଖୋଜେ। ଆହୁରି ଭଲ, ଆହୁରି ମାର୍ଜିତ, ଆଉ ସେହି ବୋଧହୁଏ ଆହୁରା ମାଜଦା।

ସଜ ଉଠିବା ରୋଷଣି ବି ଥିଲା।

ସଜଫୁଲର ଅନ୍ୟ ଦୁଇଟି ଗୀତ ହେଲା ଜୀବନର ଅନେକ ଲୁହ ଓ ଉଦାସିନୀ କାମିନୀ ମୁଁ।

ନିର୍ମଳା ମିଶ୍ରଙ୍କ କଣ୍ଠରେ ସଞ୍ଜ ସକାଳେ @DDBanglaTV

ଚବିଶବର୍ଷ ହୋଇଗଲା। ଜଣେ ଓଡ଼ିଆ କହିପାରୁଥିବା ଲୋକ ଶାସନଗାଦିରେ ବସିପାରିଲା ନାହିଁ। ସବୁ ସମୟର ଖେଳ। ଗଣତନ୍ତ୍ର ଭୁଷୁଡ଼ିପଡ଼ିଛି। ସ୍ବାଧୀନତା ଓ ସ୍ବାଭିମାନ ମଉଳିଯାଇଛନ୍ତି। ଆଶା ଓ ଆକାଂକ୍ଷାର ଧାର ଶୁଖିଯାଇଛି। କିନ୍ତୁ ପରିବର୍ତ୍ତନ ନିଶ୍ଚୟ ହେବ। ୨୦୨୪ରେ ନହୋଇପାରିଲେ ଆହୁରି ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସମସ୍ତେ ଏକହୁଅନ୍ତୁ।

ନିଜର ସ୍ଵାଧୀନ ମତ ପ୍ରକାଶ କରିବାର ଏପରି ସୁବିଧା ଆଗରୁ କେବେବି ନଥିଲା। ତଥାପି ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେଲେ ଭଲହେବ ସେ ବିଷୟରେ କେହି ମୁହଁ ଖୋଲୁନାହାନ୍ତି। ଯାହା ଅଣଓଡ଼ିଆମାନେ ସ୍ଥିର କରିଦେବେ ସେଇଟା ହିଁ ଠିକ୍। କିନ୍ତୁ ସତର୍କ ରୁହନ୍ତୁ। ଯାହାର ବାପା, ବୋଉ, ସ୍ବାମୀ, ବା ସ୍ତ୍ରୀ ଅଣଓଡ଼ିଆ ସେମିତିଆ କେହି ନହୁଅନ୍ତୁ।

ବଙ୍ଗଳା ଭାଷାର ଅନେକ ଶବ୍ଦରେ ଚନ୍ଦ୍ରବିନ୍ଦୁ ବ୍ୟବହାର ହୋଇଥାଏ ଯାହା ଓଡ଼ିଆରେ ନାହିଁ। ଯଥା নিখোঁজ, হাঁটু, সিঁড়ি, হুঁশিয়ারি, পৌঁছাতে, ধোঁয়াশা, জাঁকজমকপূর্ণ, তাঁরা ଇତ୍ୟାଦି। ପ୍ରଶ୍ନ ହେଉଛି, ଶବ୍ଦ ଗୁଡିକର ଉତ୍ପତ୍ତି ସହିତ ନିକଟତର କିଏ? ଓଡ଼ିଆ ନା ବଙ୍ଗଳା? ବା ଏସବୁ ଅପଭ୍ରଂଶର ଲକ୍ଷଣ? ତା ମାନେ ଏସବୁ ଉଚ୍ଚାରଣଗତ ଅପଭ୍ରଂଶ, ଉତ୍ପତ୍ତି ସହିତ କୌଣସି ସମ୍ପର୍କ ନାହିଁ? ଆପଣଙ୍କ ଲିଖିତ କୋରା ଉତ୍ତରଟି ଖୁବ୍ ଶିକ୍ଷାପ୍ରଦ ଓ ଉପରୋକ୍ତ ଦିଗଟି ମଧ୍ୟ ତାହାର ଅନ୍ତର୍ଭୁକ୍ତ ହୋଇପାରେ। ଅନେକ ସମୟରେ ବାକ୍ଯ ଶେଷରେ କିନ୍ତୁ ଶୁଣିବାକୁ ମିଳେ ବଙ୍ଗଳାରେ ଯାହା ମୋତେ ଲାଗେ ଓଡ଼ିଆଠାରୁ ଭିନ୍ନ। ସେହିପରି, ଏଟା କତ ଗୋ? ପରି ଗୋ ର ବ୍ୟବହାର ଓଡ଼ିଆରେ ପ୍ରାୟ ନାହିଁ।

ସୁନ୍ଦରଗଡ଼ରେ ମୁଁ ପ୍ରାୟ ଆଠ ବର୍ଷ ଥିଲି ଓ ରଙ୍ଗବତୀ ଗୀତ ସେହି ସମୟରେ ଆସିଥିଲା। ବଙ୍ଗଳା ସହ ତୁଳନା କରି କହିବି ଯେ ସମ୍ବଲପୁରୀ କହି ଶିଖିବା ବେଶୀ କଷ୍ଟ। ବ୍ଯାକରଣ ଓ ଉଚ୍ଚାରଣ ଦୃଷ୍ଟିରୁ ଓଡ଼ିଆ ଓ ବଙ୍ଗଳା ପ୍ରାୟ ସମାନ କିନ୍ତୁ ସମ୍ବଲପୁରୀ ବହୁତ ଅଲଗା। ଯେଉଁ ଭିତ୍ତିରେ ଇଂରେଜମାନେ ଓଡ଼ିଆକୁ ମାନ୍ଯତା ଦେଇଥିଲେ, ସମ୍ବଲପୁରୀ ଆଜି ସେଇଠି। ଏହି ପ୍ରସଙ୍ଗରେ @ShivamPatnaik5 ଙ୍କ ଲିଖିତ କୋରା ଉତ୍ତରଟି ବେଶ୍ ତଥ୍ୟାତ୍ମକ।https://twitter.com/NathTusar/status/1713978534245392448?t=UNf2Jl_j8onabhM3oI11qA&s=19

ମୟୂରଭଞ୍ଜିଆ ଭାଷା ତ ମାଲ୍ୟଗିରି କଥାଚିତ୍ରରେ ଆସିଲା। ମେଦିନୀପୁରର ଭାଷା ସେଇ ପାଖାପାଖି ହୋଇଥିବ। ପ୍ରକୃତରେ ତାମ୍ରଲିପ୍ତ ବନ୍ଦର ବା ତମଲୁକ୍ ପର୍ଯ୍ୟନ୍ତ ଓଡ଼ିଆର ପ୍ରଭାବ ଥିବା ଖୁବ ସ୍ବାଭାବିକ। ମୁଁ ବୁଲିବା ଭିତରେ ସେମାନେ ବଙ୍ଗଳା ଠାରୁ କିଛି ପରିମାଣରେ ଅଲଗା ବୋଲି ଅନୁଭବ କରିଛି।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କନ୍ନଡ଼ ଭାଷାରେ କଥାବାର୍ତ୍ତା କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ସବୁ ଲୋକ କନ୍ନଡ଼ ଶିଖିବା ଆବଶ୍ଯକ ବୋଲି ତାଙ୍କ ମତ। ଏପରି ଦୃଢ଼ ପଦକ୍ଷେପ ନେଲେ ହିଁ ଭାଷାର ରକ୍ଷା ହୋଇପାରିବ। ଓଡ଼ିଶାରେ ତ ହାସ୍ୟାସ୍ପଦ ପରିସ୍ଥିତି। ଟିଭିବାଲା ଯେଉଁ ଫେକ୍ଚାମି କରୁଛନ୍ତି ଗୋଟିଏ ଦିନରେ ଥଣ୍ଡା ହୋଇଯାଆନ୍ତେ।

ଶାସକ ଦଳ ବିରୁଦ୍ଧରେ ମୁଁ ବର୍ତ୍ତମାନ ଏକମାତ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ତୁଚ୍ଛା ସମାଲୋଚନାରେ ସମୟ ନଷ୍ଟ କରି କିଛି ଲାଭ ନାହିଁ। କାନ୍ଥରେ ପୋଷ୍ଟର ଲଗାଇବା ପାଇଁ କେହି କହୁନାହିଁ। ସମସ୍ତଙ୍କ ପାଖରେ ମୋର ବିରୋଧ ଅଭିଯାନର ଖବର ପହଞ୍ଚେଇବା ହିଁ ସବୁଠାରୁ ବଡ ଅବଦାନ। ଓଡ଼ିଆ ପ୍ରୀତି ସମସ୍ତଙ୍କୁ ଏକାଠି କରିବା ପାଇଁ ଅଠା ରୂପେ କାମ କରୁ।

ଯେତେବେଳେ ଲେଖାପଢ଼ା ବେଶୀ ନଥିଲା ପଥର କାରୁକାର୍ଯ୍ୟ ଉପରେ ପ୍ରାଧାନ୍ୟ ଥିଲା। ଶିଳ୍ପୀମାନେ ବିଭିନ୍ନ ରାଜାମାନଙ୍କୁ ମନ୍ଦିର ତୋଳିବା ପାଇଁ ଉତ୍ସାହିତ କରୁଥିଲେ। ଆଧୁନିକ ଯୁଗରେ ମନ୍ଦିର ତୋଳିବାର ମାଧ୍ୟମ ହେଲା ଅଭିବ୍ୟକ୍ତି, କୋବାଦିତା, ଓ ବର୍ଣ୍ଣନଦୀ। ପରମ୍ପରା ଓ ଧର୍ମାନ୍ଧତାର ଜାଲର ବନ୍ଧନରୁ ମୁକ୍ତି ପାଇବା ପାଇଁ ଶ୍ରୀଅରବିନ୍ଦ ସହାୟକ।

ଏଠି ଅନେକ ଲୋକ ଧାଡ଼ିକିଆ ଡାକ୍ତି କରିବାରେ ଅଭ୍ୟସ୍ତ କାରଣ ଲେଖିବା ଲାଗି କିଛି ଖୋରାକ ନାହିଁ କି ଭାବିବା ପାଇଁ ମୁଣ୍ଡରେ ମଗଜ ନାହିଁ। ଦଳର ସଭ୍ୟ ଭାବେ ନୂଆ କଥା କିଛି ଶୁଣିବା ବା ଜାଣିବା ନିଷେଧ। ଖାଲି ବସି ପାଞ୍ଚଣ ହଲାଇବା କଥା ଓ ପ୍ରତି ଦିଦିନରେ ଶ୍ରଦ୍ଧାଞ୍ଜଳି ବାଢ଼ି ନିଜର ଫମ୍ପା ଓଜନ ବଢ଼ାଇବା କଥା। କଣ କରିବା, ସମସ୍ତେ ତ ଓଡ଼ିଆ!

ସ୍ଵାଧୀନତା ପରେ ଏକଦଳୀୟ ଗଣତନ୍ତ୍ର ଚାଲିଥିଲା ଓ ପରେ ଜନତା ବାଲା ଶାସନ କଲେ। ସେମାନେ ସବୁ ଏବେ ହିନ୍ଦୁତ୍ବ ବିରୁଦ୍ଧରେ ଏକାଠି ହୋଇଛନ୍ତି। ଏ ସମସ୍ତଙ୍କୁ ଅଗ୍ରାହ୍ୟ କରି ସାବିତ୍ରୀ ଇରା ପାର୍ଟି ଏକ ବୈକଳ୍ପିକ ରାଜନୈତିକ ମତବାଦ ଉପସ୍ଥାପିତ କରିଛି। ଶ୍ରୀଅରବିନ୍ଦଙ୍କ ବିବର୍ତ୍ତନବାଦ ଉପରେ ପର୍ଯ୍ୟବେସିତ ଏହି ଆଦର୍ଶ ଓଡିଶା ପାଇଁ ପ୍ରକୃଷ୍ଟ।

ମୋର ମତ ଭିନ୍ନ। ହିନ୍ଦୀରେ ଅନେକ ଉଚ୍ଚକୋଟୀର କଳାତ୍ମକ କଥାଚିତ୍ର ଅସଫଳ ହେବାର ଆମେ ଜାଣୁ। ସମସ୍ତଙ୍କୁ ଖୁସି କରିବା ସହଜ ନୁହେଁ ଏବଂ ସମସ୍ତଙ୍କ ଲାଗି କିଛି କିଛି ମସଲା ରଖାଯାଏ। ଛବି ସାଧାରଣ ଲୋକଙ୍କ ମନୋରଞ୍ଜନ ସକାଶେ ନିର୍ମିତ। ଚିନ୍ତାଶୀଳ ଲୋକଙ୍କ ପାଇଁ ବିକଳ୍ପ ଅଛି। ତେଣୁ ସମୀକ୍ଷାଟି ନିଷ୍ଠୁର ମନେହେଲା।

twitter.com/NathTusar/stat…

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁ ପ୍ରଗତି ହୋଇଛି। ସିନେମାରେ ମଧ୍ଯ ଅସମ୍ଭବ ଧରଣର ପରିବର୍ତ୍ତନ ଆସିଛି। ଯାହାକୁ ଆଜି ନିମ୍ନମାନର ବୋଲି ସମାଲୋଚ଼ନା କରାଯାଉଛି, କିଛିବର୍ଷ ପରେ ତାହା କ୍ଲାସିକ୍ ଭାବରେ ପରିଗଣିତ ହେବ। ଦୁଇଘଣ୍ଟାର ମନୋରଞ୍ଜନରୁ ବହୁତ ବେଶୀ ଆଶା କରିବା ଭୂଲ। କଳା ତ କଳା। ପଇସା ଅସୁଲ୍ ମାପକାଠି ବା ମାର୍କ୍ସବାଦୀ ଲେନ୍ସ ଅଯଥା।

କୌଣସି ପୁରୁଣା ଛାଞ୍ଚର ଆଶା ନନେଇ ଖୋଲା ମନ ସହ ଦେଖିଲେ ଛବିର ସୃଜନଶୀଳତାକୁ ଉପଭୋଗ କରିହେବ। ଛବିଟିକୁ ଏକକ ଭାବରେ ନଭାବି କୋଲାଜ୍ ପରି ଗ୍ରହଣ କରାଯାଇପାରେ। ସତୁରି ଦଶକରେ ଉଦ୍ଭଟ ନାଟକ ମୁଁ ଦେଖିଛି। ତା ସହିତ ତୁଳନା କଲେ ତ ଆଜିର ଛବି ସବୁ ଯଥେଷ୍ଟ ଅଧିକ ଉପଭୋଗ୍ୟ। ଏତେ ସଙ୍ଖ୍ୟାରେ ଓଡ଼ିଆ ପାଇଁ ଗର୍ବର ବିଷୟ।

twitter.com/NathTusar/stat…

ଆମର ପୁରୁଣା କଥାଚିତ୍ର ଗୁଡିକରେ ସଂଳାପ ବହୁତ କମ ଥିଲା । କାହାଣୀ ପାଇଁ ଯେତିକି ଦରକାର ପ୍ରାୟ ମାପି ଚୁପି ସେତିକି ଯାହା ଫଳରେ ମଞ୍ଚର ଛାପ ରହୁଥିଲା । ମନମୋହନ ମହାପାତ୍ରଙ୍କ କ୍ଳାନ୍ତ ଅପରାହ୍ନରେ ବୋଧେ ପ୍ରଥମ କରି ଟିକେ ୟାଡୁ ସାଡୁ କଥା ଗୁଡିଏ ଶୁଣିବାକୁ ମିଳିଥିଲା । ଲାଗୁଥିଲା ସମ୍ପୂର୍ଣ୍ଣ ଅନାବଶ୍ୟକ ।

cms.newindianexpress.com/states/odisha/…

ପଲୀଫୋନି, ଇରେଜର୍, ଓ ଆବସେନ୍ସ୍ ପ୍ରଭୃତି ପୋଷ୍ଟମଡ଼ର୍ନିଜିମ୍ ସମ୍ବନ୍ଧୀୟ ତମାମ ସିଦ୍ଧାନ୍ତ ନିର୍ଦ୍ଦେଶକ ମାନେ ବିଭିନ୍ନ ମାତ୍ରାରେ ଖଞ୍ଜିଥାନ୍ତି। ମାୟା ମିରିଗ ଯେତେବେଳେ ଆସିଲା ସାରା ଭାରତ ସ୍ତବ୍ଧ ହୋଇଥିଲା। କାହାଣୀ ଛଡ଼ା ମଧ୍ୟ ବିଭିନ୍ନ କାରଣ ଯୋଗୁ ଗୋଟିଏ ଛବିର ସ୍ମୃତି ମନର କେଉଁ କୋଣରେ ପଡ଼ିରହିପାରେ।

twitter.com/NathTusar/stat…

ସବୁ ଜିନିଷକୁ ତଳେଇ ଦେଖିବା ପାଇଁ ଦର୍ଶନ ଶାସ୍ତ୍ର ଉତ୍ସାହିତ କରେ। ଯେମିତି ସାମ୍ବାଦିକ ମାନେ ବିଭିନ୍ନ ଘଟଣା ପଛରେ ଥିବା କାରଣର ଅନୁସନ୍ଧାନ କରନ୍ତି। ଫିଲ୍ମ ଦେଖିଲାବେଳେ ବି କେବଳ କାହାଣୀ ସହିତ ଭାସି ନଯାଇ ପ୍ରତ୍ୟେକ ଦୃଶ୍ଯପଟରେ ଅନ୍ୟ କେଉଁ କେଉଁ ବସ୍ତୁ ବା ଚରିତ୍ରର ଅବତାରଣା କରାଯାଇଛି ତାହା ଅନୁଧ୍ଯାନ କରିବା ଏକ ଆମୋଦଦାୟକ ଅଭ୍ଯାସ।

ଯଦି ଗୋଟିଏ ଛବି ଭଲ ଉତୁରିଗଲା ତେବେ ସମସ୍ୟାର ସମାଧାନ ହେବନାହିଁ। ଆଉ ଦଶଟା ତା ସମସ୍କନ୍ଧ ନ ହୋଇପାରନ୍ତି। ସେଥିପାଇଁ ଦୁଃଖିତ ହୋଇ ବା ସିନିକ୍ ହୋଇ ଲାଭ କିଛି ନାହିଁ। ଓଡ଼ିଆ କଥାଚିତ୍ର ଶିଳ୍ପ ବର୍ତ୍ତମାନ ଯେଉଁ ସ୍ପର୍ଶକାତର ଅବସ୍ଥାରେ ଅଛି ସେଥିପାଇଁ ଦରକାର ଅସୀମ ଶୁଭେଚ୍ଛା ଓ ଅଯାଚିତ ସହଯୋଗ। ଧନ୍ୟବାଦ।

twitter.com/NathTusar/stat…

ପୁଷ୍କରା ସମସ୍ତଙ୍କୁ ଭଲ ଲାଗିଛି ଓ ଉଚ୍ଚ ପ୍ରଶଂସିତ ହେଉଛି ଏହା ବଡ଼ ଖୁସିର କଥା। ଆଶା କରୁଛି ଯେ ଏଥିରେ କୌଣସି ରାଜନୈତିକ କାରଣ ନଥାଉ। ପୁଣି ଡର ଲାଗୁଛି ଯେ ଯଦି ଖାଲି ବୁଦ୍ଧିମାନ ଲୋକମାନେ ଭଲ ବୋଲି କହିଲେ ତାହେଲେ ଛବିଟି ସାଧାରଣ ଲୋକଙ୍କର ହୃଦୟକୁ ଛୁଇଁ ପାରିବକି ନାହିଁ? ମନୋରଞ୍ଜନ ବଦଳରେ ଯଦି ଲୁହବୁହାଣ ହେଲା ତେବେ ସଫଳ ହେବ କି ନା?

ତାହାତ ସ୍ବାଭାବିକ କିନ୍ତୁ ମୁଁ ରସବୋଧର ବିକଳ୍ପ ମାର୍ଗ କଥା କହୁଥିଲି। ଯେଉଁ ଜଟିଳ ପରିସ୍ଥିତି ଭିତରେ ତିଆରି ହୋଇ ଛବିଟିଏ ହଲରେ ପହଞ୍ଚୁଛି ସେ ତୁଳନାରେ ଜଣେ ଦର୍ଶକର ତ୍ଯାଗ ନଗଣ୍ୟ। ତା ହାତରେ ବି ଆଉ କିଛି ନାହିଁ। ତେଣୁ ଉପସ୍ଥିତ ପରିସ୍ଥିତିରୁ କିପରି ସର୍ବାଧିକ ଲାଭ ଉଠାଯାଇପାରେ ସେ ମନୋଭାବ ଓ କଳା ସୃଷ୍ଟି କରିବାର ଦାୟିତ୍ବ ନିଜଉପରେ।

Sunday 15 October 2023

୨୦୩୬ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବା ଦରକାର

ଓଡ଼ିଆ ଓଳିଆ: ଅତିମାନସ ଚେତନାର ଅବତରଣ ଦ୍ବାରା ସବୁ ସମସ୍ଯାର ସମାଧାନ ହେବ odiaolia.blogspot.com/2023/10/blog-p…

ଓଡ଼ିଆ ଓଳିଆ: ଓଡ଼ିଆକୁ ଭଲପାଇଲେ ଏକତା ସୃଷ୍ଟି ହେବ ଏବଂ ଆତ୍ମୀୟତା ଜନ୍ମିବ

odiaolia.blogspot.com/2023/10/blog-p…

ସଂସ୍କୃତିର ଅର୍ଥ ପରିପ୍ରେକ୍ଷୀ ବିଶେଷ ଅନୁସାରେ ଭିନ୍ନ ଭିନ୍ନ। ସାମଗ୍ରିକ ଦୃଷ୍ଟିରୁ ତ ପ୍ରାୟ ସବୁକିଛି ସଂସ୍କୃତିର ଅନ୍ତର୍ଭୁକ୍ତ କିନ୍ତୁ ବ୍ଯାବହାରିକ ଦୃଷ୍ଟିକୋଣରୁ କଳା, ସାହିତ୍ୟ, ସଙ୍ଗୀତ ଆଦିକୁ ସାଂସ୍କୃତିକ ବିଧା ଭାବରେ ଗଣନା କରାଯାଏ। ଧର୍ମସମ୍ବନ୍ଧୀୟ ଯାବତୀୟ ରୀତିନୀତି ସଂସ୍କୃତିଠାରୁ ଅଲଗା ରଖାଗଲେ ଭଲ। ସେହିପରି ଖାଇବାପିଇବା।

ନୂତନ ଓ ପୁରାତନ ମଧ୍ଯରେ ବଳକଷାକଷି ତ ସବୁକାଳେ ହୋଇଆସିଛି। ରାଧାନାଥଙ୍କ ଅମଳରେ ବିଜୁଳି ଓ ଇନ୍ଦ୍ରଧନୁ କଳି ଜଣାଶୁଣା। ବିଚ୍ଛନ୍ଦଚରଣ ପୁଣି ପୁରୁଣାକୁ ଆଗକୁ ଆଣିବାକୁ ଚାହିଁଲେ ଓ ରଜତ କରଙ୍କ ଶତଚେଷ୍ଟା ସତ୍ତ୍ବେ କଣକିଛି ହେଲା? ଅକ୍ଷୟ ମହାନ୍ତି ଯେପରି ନୂତନତାର ଦୂତ ହୋଇଆସିଲେ ତାହା ମହାର୍ଘ୍ଯ। ତୁ ନୂଆ ଶାୟରୀ କୋଉଠି ପହଞ୍ଚୁଛି ଦେଖାଯାଉ!

ଭାଗବତ ଭାବାନୁବାଦ। ମୂଳ ମଧ୍ଯ ବେଦର ଋଣୀ।

ସାବିତ୍ରୀ ଇରା ଲର୍ଣିଙ୍ଗ୍ ଫୋରମର ନିର୍ଦ୍ଦେଶକ ହିସାବରେ ମୁଁ ୨୦୦୫ ମସିହାଠାରୁ ଅନେକ ଶିକ୍ଷାପ୍ରଦ ସମ୍ପଦ ସଙ୍ଗ୍ରହ କରିଆସୁଛି। ନିମ୍ନ ବ୍ଯତୀତ ଆଉ ପନ୍ଦରଟି ପ୍ରାଙ୍ଗଣ ମଧ୍ଯ ଅଛି। ପଢ଼ିଲେ ନିଜ ଜ୍ଞାନର ଦିଗବଳୟ ବିସ୍ତାରିତ ହେବା ସଙ୍ଗେ ସଙ୍ଗେ ଜୀବନକୁ ଏକ ଯଥାର୍ଥ ଦିଗଦର୍ଶନ ଦେବାର କ୍ଷମତା ମଧ୍ଯ ହାସଲ ହେବ।

selforum.blogspot.com

ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ଓ ତାମିଲନାଡୁରେ ନିଜ ଭାଷାଭାଷୀ ନେତାମାନେ ସ୍ବାଭିମାନ ସହ ଶାସନ କରୁଛନ୍ତି। ଓଡ଼ିଶାରେ ଅଣଓଡ଼ିଆ ନେତାମାନଙ୍କ କ୍ରୀତଦାସ ନହେବା ଲାଗି ସମସ୍ତେ ଶପଥ ନିଅନ୍ତୁ। ସାବିତ୍ରୀ ଇରା ପାର୍ଟିକୁ ସମର୍ଥନ କରି ଓଡ଼ିଆର ସମ୍ମାନ ଓ ଗଣତନ୍ତ୍ର ପୁନର୍ଜୀବିତ କରିବାରେ ସାହାଯ୍ୟ କରନ୍ତୁ।

ଆଲୋ ସୁନା

ଓଡ଼ିଶାର ଏୈତିହ୍ଯ ଓ ରାଜାରାଜୁଡ଼ା ଶାସନ ପାଇଁ ଗର୍ବ କରୁଥିବା ଆଜିର ଓଡ଼ିଆମାନେ କେମିତି ଅଣଓଡ଼ିଆ ନେତାମାନଙ୍କ ଦାସ ପାଲଟିବାରେ ଲଜ୍ଜା ବୋଧ କରୁନାହାନ୍ତି ବଡ଼ ଆଶ୍ଚର୍ଯ୍ୟର କଥା। ଶିକ୍ଷିତ ଓଡ଼ିଆ ମାନଙ୍କୁ ଏ କି ପ୍ରକାର ରୋଗ ହୋଇଛି ବୁଝି ହେଉନାହିଁ। ଭଲ ବାଟରେ ଚାଲିବା ଲାଗି ମୁଁ ପରାମର୍ଶ ଦେଇଆସୁଛି କିନ୍ତୁ ତାର କିଛି ପ୍ରଭାବ ନାହିଁ।

ପ୍ରତ୍ୟେକ ଲୋକ ନିଜେ ଯାହା ଜାଣେ ସେଇଟାକୁ ସେ ଠିକ ବୋଲି ଭାବେ କିନ୍ତୁ ନିଜର ଅଜ୍ଞାନତା ବିଷୟରେ ସଚେତନ ହେଲେ ଜ୍ଞାନର ଉଦୟ ହୁଏ। ଶ୍ରୀମା ଶ୍ରୀଅରବିନ୍ଦ ହେଉଛନ୍ତି ଜ୍ଞାନର ହିମାଳୟ। ପଢ଼ିବା ଆରମ୍ଭ କଲେ ଚେତନାର ସିଢ଼ି ଚଢ଼ିବା ଆରମ୍ଭ ହୁଏ ଓ ପ୍ରତି ପଦକ୍ଷେପରେ ନିଜକୁ ପରଖିବା ସକାଶେ ଏକ କଷଟି ପଥର ମିଳିଯାଏ।

motherandsriaurobindo.in/e-library/book…

ଶ୍ରୀଅରବିନ୍ଦଙ୍କୁ ସରକାର ସ୍କୁଲ କଲେଜର ପରିସର ବାହାରେ ରଖିଥିବାରୁ ଛାତ୍ରଛାତ୍ରୀମାନେ ତାଙ୍କ ବିଷୟରେ କିଛି ଜାଣିପାରୁ ନାହାଁନ୍ତି। ତେଣୁ ନିଜ ଚେଷ୍ଟାରେ ତାଙ୍କ ଦର୍ଶନ ପଢ଼ିଲେ ହିଁ ପୁର୍ଣ୍ଣାଙ୍ଗ ଶିକ୍ଷା ଲାଭ କରି ହେବ। ନହେଲେ ପୁରୀ ଯାଇ ସମୁଦ୍ର ନଦେଖି କେବଳ ମନ୍ଦିର ଦର୍ଶନ କରି ଫେରିଆସିଲେ ଯେଉଁ ଅବସ୍ଥା ସେହିଭଳି ଏକପାଖିଆ କଥା ହେବ।

ବାପା ଖ୍ରୀଷ୍ଟ କଲେଜିଏଟ ସ୍କୁଲରେ ଶିକ୍ଷକ ଥିଲେ ଓ ତାଙ୍କ ସାଙ୍ଗରେ ମୁଁ ବିଭିନ୍ନ ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଯାଉଥିଲି। ଭଞ୍ଜ ଜୟନ୍ତୀ ଓ ବିଷୁବ ମିଳନରେ ବହୁ ବଡ଼ ବଡ଼ ବକ୍ତାଙ୍କୁ ଦେଖିବାକୁ ମିଳୁଥିଲା। ବଡ଼ଭାଇଙ୍କ ସାଙ୍ଗରେ କେତେକ ଥିଏଟର ମଧ୍ୟ ଦେଖିଛି। ୧୯୬୦ରେ ମୁକ୍ତିଲାଭ କରିଥିବା ଶ୍ରୀଲୋକନାଥ ମୋର ପ୍ରଥମ କଥାଚିତ୍ର।

ଅଣଓଡ଼ିଆ ନେତାମାନଙ୍କୁ ଭୋଟ ନଦେବା ଓଡ଼ିଆ ମାନଙ୍କର ଗଣତାନ୍ତ୍ରିକ କର୍ତ୍ତବ୍ୟ। ଓଡ଼ିଆ ସ୍ବାଭିମାନକୁ ମଜବୁତ କରିବା ନିମନ୍ତେ ଏକତା, ସହଯୋଗ, ଓ ଭାତୃଭାବ ସୃଷ୍ଟି କରିବା ସମସ୍ତଙ୍କର ଦାୟିତ୍ବ। ଓଡିଶାର ସ୍ବାର୍ଥରକ୍ଷା ଓ ଓଡ଼ିଆ ଭାଷାର ସମୃଦ୍ଧି ଲାଗି ପ୍ରତ୍ୟେକ ବ୍ୟକ୍ତି ଜାଗ୍ରତ ହେବାର ସମୟ ଉପସ୍ଥିତ। ଅନ୍ୟକୁ ଦୋଷ ଦେବାର ଦରକାର ନାହିଁ।

ଓଡିଶାର ଏବେକାର ଦୁର୍ଦ୍ଦଶା ପାଇଁ ପ୍ରତ୍ୟେକ ଓଡ଼ିଆ ଦାୟୀ। ବାହାର ଲୋକଙ୍କ ପ୍ରରୋଚନାରେ ପଥଭ୍ରଷ୍ଟ ହୋଇ ଦାସତ୍ବବୋଧରେ ଆକ୍ରାନ୍ତ ହୋଇଛନ୍ତି। ନିଜ ଗୋଡ଼ରେ ଛିଡ଼ାହେବାର ସାମର୍ଥ୍ୟ ହରାଇ ବସିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ନାଗରିକର ସ୍ବାଧୀନତା ତଥା ଓଡ଼ିଆର ସ୍ବାଭିମାନ କାହାରି ପାଖେ ନାହିଁ। ଆଶା ମୋର ବାର୍ତ୍ତା ସମସ୍ତେ ଶୁଣିବେ।

ଯାଯାବର ମନ ମୋର - ଝିଲ୍ ମିଲ୍ ଝିଲ୍ ମିଲ୍ ରାତେ

ନଦୀର ନାମ ଅଳସ କନ୍ୟା - କଥା ଥିଲା ତୁମେ ନଦୀଟିଏ ହୋଇ

ପୁଣ୍ୟର ନଦୀ ତୀରେ - କଳଙ୍କିତ ଏଇ ନାୟକ ଆଖିରୁ

ସ୍ମୃତି ତୁମେ - ହୃଦୟକୁ କରିଦିଅ ପାନ୍ଥଶାଳା

ହେ ଫଗୁଣ ତୁମେ - ଏମିତି ଏକ ବଗିଚାରେ ମୁଁ

ନିଶି ବିଜନେ - ରାତି ଯେ ଖୋଜେ

ମୋ ଜୀବନର ପ୍ରଥମ ଭାଗ କଟିଛି ଓଡ଼ିଶାରେ ଓ ୧୯୮୮ଠୁଁ ଦିଲ୍ଲୀରେ। ଓଡ଼ିଶାର ପଶ୍ଚିମାଞ୍ଚଳରେ ମଧ୍ୟ ଆଠ ବର୍ଷର ଅଭିଜ୍ଞତା ଅଛି। ଗଲା ତିନି ବର୍ଷ ଭିତରେ ବହୁ ସମୟ ପଶ୍ଚିମବଙ୍ଗରେ କଟିଲାଣି। ତାଛଡ଼ା ପ୍ରାୟ ଅଧିକାଂଶ ରାଜ୍ୟରେ ଭ୍ରମଣ କରିବାର ସୁଯୋଗ ପାଇଛି। ବିଦେଶ ଯାଇନାହିଁ। କେବଳ ଦିଘଣ୍ଟା ଲାଗି ନେପାଳ ଭିତରେ ପଶି ଯାଇଥିଲି ମହେନ୍ଦ୍ର ନଗର।

ଇଂଲଣ୍ଡ ଢ଼ାଞ୍ଚାରେ ଆମର ସମ୍ବିଧାନ ତିଆରି ହୋଇଥିଲା କିନ୍ତୁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରପତି ସୁଲଭ ଢ଼ଙ୍ଗରେ କାର୍ଯ୍ୟ ନିର୍ବାହ କଲେ। ଫଳରେ ରାଜନୀତି ନେତା ସର୍ବସ୍ବ ହେଲା। ଆଦର୍ଶସ୍ତମ୍ଭର ଆଉ କୌଣସି ମହତ୍ତ୍ବ ରହିଲା ନାହିଁ। ବର୍ତ୍ତମାନ ସବୁ ନେତା ନିଜର ଆକର୍ଷଣ କ୍ଷମତା ବଢ଼ାଇବାରେ ବ୍ୟସ୍ତ। ନୂଆ ନେତା ସୃଷ୍ଟି କରିବା ପାଇଁ ମତୈକ୍ଯ ହେଉ।

ତଥାପି ତ ମୁଁ ଚେଷ୍ଟା କରୁଛି ଯାହା ଚାଲିଛି ତା ବିପରୀତ କିଛି କରିବା ପାଇଁ କାରଣ ଭବିଷ୍ୟତର ଡୋରି କାହା ହାତ ମୁଠାରେ ନାହିଁ।

ବିଦେଶର ବିଭିନ୍ନ ସହରରେ ଓଡ଼ିଆ ସାଂସ୍କୃତିକ ଉତ୍ସବ ଓ କଥାଚିତ୍ର ପ୍ରଦର୍ଶନର ଖବର ଅତ୍ୟନ୍ତ ଆନନ୍ଦର ବିଷୟ। ସମସ୍ତ ଅନୁଷ୍ଠାନର ନାମ ଠିକଣା ଯଦି ଗୋଟିଏ ଓ୍ବେବ ସାଇଟରେ ନଥିକରଣ କରାଯାଇପାରନ୍ତା ତେବେ ବହୁତ ଭଲ ହୁଅନ୍ତା। କାଳକ୍ରମେ ପ୍ରତି ଅନୁଷ୍ଠାନ ପାଳନ କରିଥିବା କାର୍ଯ୍ୟକ୍ରମର ଏକ ତାଲିକା ମଧ୍ୟ ଗଠିତ ହୁଅନ୍ତା। ଓଡ଼ିଆ ସଙ୍ଘତି ଜରୁରୀ।

ଧରନ୍ତୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ହେବାର ଶହେ ବର୍ଷ ପୁରଣ ହେବ ୨୦୨୪ରେ। ତା ପାଇଁ ଆମ୍ଭେମାନେ କଣ କରିପାରିବା? ଅତି କମରେ ୨୦୩୬ ନିମନ୍ତେ ପ୍ରସ୍ତୁତି ତ ଆରମ୍ଭ ହେବା ଦରକାର। ସରକାର କଣ କରିବେ ବା ନକରିବେ ସେଇଟା ଛାଡ଼ି ଦିଅନ୍ତୁ। ଓଡ଼ିଆ ଭାବରେ ପ୍ରତ୍ୟେକ ଲୋକର ଏଥିପାଇଁ କିଛି କର୍ତ୍ତବ୍ୟ ରହିଛି। ପ୍ରୀତି, ଏକତା, ଓ ଶୁଭେଚ୍ଛା ବ୍ଯାପୁ।

Thursday 12 October 2023

ଓଡ଼ିଆକୁ ଭଲପାଇଲେ ଏକତା ସୃଷ୍ଟି ହେବ ଏବଂ ଆତ୍ମୀୟତା ଜନ୍ମିବ

X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ଡାକ୍ତି

ଓଡ଼ିଆ ଓଳିଆ: ଫୁଲ ତ ଛଳନା ଆଉ ମୂର୍ତ୍ତି ବି ଖେଳନା
odiaolia.blogspot.com/2023/10/blog-p…
X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ଡାକ୍ତି
କୌଣସି ଦଳର ଟିକେଟରେ ନିର୍ବାଚନ ଲଢ଼ିବା ହେଲା ସୁବିଧାବାଦୀ ରାଜନୀତି। ଖୋସାମତ କରି କ୍ଷମତାର ସିଢ଼ି ଚଢ଼ିବାର କଳା ଶିଖିଗଲେ ଗଲା ଆଉ କଣ? ଜାତି ଓ ଜିଲା ଭିତ୍ତିରେ ତ ପଦପଦବୀ ମିଳିଯିବ। ତେଣିକି, ଦି ଚାରିଜଣ ଖବରକାଗଜ ବାଲାଙ୍କୁ ହାତରେ ରଖିଲେ ଫଟୋ ବାହାରିବାରେ କିଛି ଅସୁବିଧା ନାହିଁ। ତା ଛଡ଼ା, ଦରକାର ପଡ଼ିଲେ ଆଜି ଏ ଦଳ ତ କାଲି ସେ ଦଳ।
ଆପଣ ନିଜେ ହିଁ କରିପାରିବେ ଯଦି ମୋତେ ଆପଣ ସମର୍ଥନ କରନ୍ତି। ମୋର ଲେଖା ପଢ଼ି ମତାମତ ଦେବେ ବୋଲି ଆଶା।
ମୋ ଅଭିଯାନ ଫଳରେ ଯଦି ଜଣେ ଅଣଓଡ଼ିଆ ମହିଳା ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ହୋଇପାରୁ ନାହାଁନ୍ତି ତା ଶୁଭ ସମ୍ବାଦ। କିନ୍ତୁ ତାଙ୍କ ସମର୍ଥକ ମାନେ ରାମ୍ପି ବିଦାରି ହେଲେଣି। ପୂର୍ବ ସମ୍ପାଦକ ଓଡ଼ିଆ ସ୍ବାଭିମାନ ସକାଶେ ଜଣାଶୁଣା ଓ ତାଙ୍କର ସ୍ବକୀୟ ଲୋକପ୍ରିୟତା ରହିଛି କିନ୍ତୁ ସେ ଅଣଓଡ଼ିଆ ନେତୃତ୍ବ ନିକଟରେ ମୁଣ୍ଡ ନୋଇଁବା ହାରିବାର କାରଣ ହେବ।
ଧର୍ମରକ୍ଷା କରିବାର ଭାବପ୍ରବଣତାରେ ପ୍ରଣୋଦିତ ହୋଇ ଶିକ୍ଷିତ ଓଡ଼ିଆ ମାନେ ଅଣଓଡ଼ିଆ ନେତାମାନଙ୍କର ଶରଣାପନ୍ନ ହୋଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କୁ କ୍ଷମତାଚ୍ୟୁତ କରିବା ଲକ୍ଷ୍ଯ ମଧ୍ଯ ତାର ଅନ୍ତର୍ଗତ। କିନ୍ତୁ ୨୦୨୪ରେ ଯଦି ସେମାନେ ଅସଫଳ ହୁଅନ୍ତି ତାହେଲେ ତାର ପରିଣତି କଣ ହେବ? ଉତ୍କଳ ଜନନୀଙ୍କ ପ୍ରତି ଏହା ଚରମ ଅନ୍ଯାୟ ଓ ଅପାରଗତା ହେବନାହିଁ?
ଗଣତନ୍ତ୍ରରେ କେବଳ ଯେ ଶାସକ ଦଳ ହାତରେ କ୍ଷମତା ଥାଏ ତାହା ନୁହେଁ। ବିରୋଧୀ ଦଳ, ଧର୍ମଗୁରୁ, ଜାତି ମୁଖିଆ, କଳାକାର, କବି, ଶିକ୍ଷକ, ଜ୍ଯୋତିଷ, ଓ ବ୍ଯବସାୟୀ ଆଦି ବିଭିନ୍ନ ବର୍ଗର ଲୋକଙ୍କ ପାଖରେ କିଛି କିଛି ବାଣ୍ଟି ହୋଇଥାଏ। ତେଣୁ ଚିନ୍ତାଧାରା ପରିବର୍ତ୍ତନ ଲାଗି ସବୁ ସ୍ତରରେ ଚେଷ୍ଟା କରିବା ଆବଶ୍ଯକ। ସମସ୍ତେ ନିଜ ସ୍ବାର୍ଥରକ୍ଷା କରିବେ।
କଳାଧଳା କଥାଚିତ୍ର ସବୁ ଦେଖନ୍ତୁ। କୋଉଠି ବି ଜୟ ଜଗନ୍ନାଥ କହି ଅଭିବାଦନ କରିବାର ଦେଖିବାକୁ ମିଳିବ ନାହିଁ। ଅନ୍ୟ ପ୍ରଦେଶର ରୀତିନୀତି ଗ୍ରହଣ କରି ଓଡ଼ିଆ ସଂସ୍କୃତିକୁ ଦୂଷିତ କରିବାର କୌଣସି ବାଧ୍ଯ ବାଧକତା ନାହିଁ। ଓଡ଼ିଆ ସ୍ବାଭିମାନ ଅଭାବରୁ ନାନା ପ୍ରକାରର ସ୍ଖଳନ ଘଟୁଛି। ବୌଦ୍ଧିକ ନେତୃତ୍ବ ପାଇଁ କାହାରି ପାଖରେ ନୈତିକ ଭିତ୍ତି ନାହିଁ।
ପାନ୍ଥଶାଳା କେବେ - ବିକାଶ ଦାସ
ଅଗନା ଅଗନି ବନ - ଚିତ୍ତରଞ୍ଜନ ଜେନା
ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ - ଶେଖର ଚନ୍ଦ୍ର ଘୋଷ
ପାଷାଣ ଘରର ଅନ୍ଧକାରେ - ଶ୍ରୀକାନ୍ତ ଦାସ
ଗାଁ ଏକଣରେ ଅତି ଛୋଟ ଏକ କୁଡ଼ିଆ - ଅକ୍ଷୟ କୁମାର ମହାନ୍ତି
କୁଆଁରୀ ଆଖିର ପାହାନ୍ତି ନିଦରେ - ବିବୁ ଦାସ
ନରମ ସକାଳର କଅଁଳ ଏ ଖରାରେ - ନାରୀକଣ୍ଠ
ଆହୁରି ଅନେକ କଥା ଲୁଚି ରହିଛି। ଘର ଛାଡ଼ି ବାହାରକୁ ଆସିଲେ ନିଜର ସମ୍ମାନ, ଆମୋଦ ପ୍ରମୋଦ, ଅନ୍ୟମାନଙ୍କ ସହିତ ବାର୍ତ୍ତାଳାପ, ଓ ବିଶ୍ରାମର ଅବସର ମିଳିଥାଏ। ଅଭ୍ୟସ୍ତ ନଥିବା ନୂଆ କାମ କଷ୍ଟକର ହୋଇପାରେ।
ନାନାରଙ୍ଗର ବର୍ଣ୍ଣନଦୀ ବୋହୁଛି। ସେଥିରେ ଭାସିଯାଆନ୍ତୁ ନାହିଁ। ଶହେବର୍ଷ ତଳର ଓଡ଼ିଆ ଆନ୍ଦୋଳନକୁ ମନେପକାନ୍ତୁ। ଓଡ଼ିଆଭାଷାକୁ ଶାସ୍ତ୍ରୀୟମାନ୍ୟତା ସକାଶେ ଯେଉଁ ଅଧ୍ଯବସାୟ ତାକୁ ମନେପକାନ୍ତୁ। ତେଣୁ ଓଡ଼ିଆ ସ୍ବାଭିମାନକୁ ନେଇ ଏକତାର ଆବଶ୍ଯକତା ରହିଛି। ନୂଆଇତିହାସ ରଚନାହେବ। ସେଥିରେ ନାଁ ରହିବ। ଏବେର ଜିନିଷ ଅଳିଆ ଟୋକେଇରେ ଶୋଭା ପାଇବେ।
ଗଣତନ୍ତ୍ରରେ ଶାସକ ଦଳ ନିଶ୍ଚିତ ଭାବେ ବିରୋଧୀ ଦଳ ମାନଙ୍କ ଠାରୁ ଅଧିକ ସୁବିଧାଜନକ ପରିସ୍ଥିତିରେ ରହିବ। ତାଛଡା ସହାୟକ ପ୍ରମିଦିଆ କ୍ରୀଡ଼ାପ୍ରାଙ୍ଗଣକୁ ଆହୁରି ଅସମତଳ କରିବାର ସମ୍ଭାବନା ବହୁତ ବେଶୀ। ତାହେଲେ ବିକଳ୍ପର ଭବିଷ୍ଯତ କଣ? ଏଇଠି ବିବର୍ତ୍ତନର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏକ ନାଟକୀୟ ମୋଡ଼ ଆସେ। ସେଥିରେ ହିଂସା ଓ ବିପର୍ଯ୍ୟୟ ଥାଏ।
ଶ୍ରୀମା ଶ୍ରୀଅରବିନ୍ଦ ଯେଉଁ ଚେତନାର ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି ସମସ୍ତେ ତା ପ୍ରତି ଗ୍ରହଣଶୀଳ ହେଲେ ସହଜରେ ସମାଧାନ ହେବ।
ପ୍ରାଣତ୍ଯାଗୀ
ଓଡ଼ିଆମାନେ ଯେତେବେଳେ ବହୁସଙ୍ଖ୍ଯାରେ ଉଚ୍ଚ ଶିକ୍ଷିତ ହେଲେ, ବିଦେଶ ଗଲେ, ଓ ବଡ଼ ପଦବୀରେ ଉପସ୍ଥାପିତ ହେଲେ, ସେମାନେ ଅଣଓଡ଼ିଆଙ୍କ ଦାସ ହୋଇଗଲେ। ଓଡ଼ିଆ ଭାଷା, ସାହିତ୍ୟ, ଓ ସଂସ୍କୃତିର ସେବାକରିବା ପରିବର୍ତ୍ତେ, ଅଣଓଡ଼ିଆ ରୀତିନୀତିକୁ ସମର୍ଥନ ଦେଲେ। ଓଡ଼ିଆକୁ ଭଲପାଇଲେ ଏକତା ସୃଷ୍ଟି ହେବ ଏବଂ ଆତ୍ମୀୟତା ଜନ୍ମିବ। ଶୋଧା ଗାଳି ବନ୍ଦ ହେବ।
ପିଲାଦିନେ ସନ୍ଧ୍ଯାବେଳେ ପାଳିକରି ଭାଗବତ ବୋଲିବା ପାଇଁ ପଡ଼ୁଥିଲା କିନ୍ତୁ ତାର ପ୍ରଭାବ କିଛି ଏବେ ଅନୁଭବ କରି ହୁଏ ନାହିଁ। ଅନ୍ୟାନ୍ୟ ପ୍ରାର୍ଥନା ସବୁ ମଧ୍ଯ ପ୍ରାୟ ସେହିପରି। କିନ୍ତୁ, ଆଜି ଆକାଶେ କି ରଙ୍ଗ ଲାଗିଲାର ମାୟା ଆଜି ବି ଅକ୍ଷୁର୍ଣ୍ଣ। ଜୀବନ ଯମୁନାରେ ମଧ୍ଯ ଏକ ଅମର ସୃଷ୍ଟି। ହଁ, କୋଠ ଭୋଗଖିଆ ଗୀତଟି ବହୁ ସମୟରେ ମନେପଡିଯାଏ।
ପ୍ରାଚୀନ ଓଡ଼ିଆ ସାହିତ୍ୟରୁ ପଡ଼ୋଶୀ ଭାଷା ସବୁ କେତେ କଣ ଆହରଣ କରିଛନ୍ତି ମୁଁ ଜାଣିନାହିଁ କିନ୍ତୁ ଆଧୁନିକ ଓଡ଼ିଆ ସାହିତ୍ୟ ବଙ୍ଗଳା ମାଧ୍ୟମରେ ପାଶ୍ଚାତ୍ୟ ସଂସ୍କୃତି ଠାରୁ ବହୁତ ଋଣୀ। ତାଛଡା, ମାର୍କ୍ସବାଦୀ ପ୍ରଭାବ ତ ଏବେ ବି ବଳବତ୍ତର। ଧର୍ମ ଚର୍ଚ୍ଚାରେ ମଧ୍ଯ ରୂଢ଼ିବାଦ ଅପେକ୍ଷା ଅତିଜାଗତିକତାର ଅବତାରଣା ବେଶୀ। ଏସବୁ ଅତି ମୂଲ୍ଯବାନ।
ଆପଣ ଯଦି କଳାଧଳା ଛବି ହଲରେ ଦେଖିନାହାନ୍ତି ତେବେ ସେ ସମୟର ଓଡ଼ିଆ ନବଜାଗରଣକୁ ପ୍ରତ୍ଯକ୍ଷ ଅନୁଭବ କରିନାହାନ୍ତି। ଅସମ୍ଭବ ଧରଣର ପ୍ରତିଭା ସବୁ ସେ ସମୟରେ ଜନ୍ମ ନେଇଥିଲେ ଓ ବିଭିନ୍ନ କ୍ଷେତ୍ରରେ କାମ କରିଥିଲେ। ଓଡ଼ିଶା ବାହାରର ବାବୁଲାଲ ଦୋଶୀ ଓ ପି. ଭି. କ୍ରିଷ୍ଣମୂର୍ତ୍ତୀ ପ୍ରଭୃତିଙ୍କ ଅବଦାନ ମଧ୍ଯ ଅକଳନୀୟ। ମନୋଜ ଦାସଙ୍କ ବାହାରେ ନାଁ।

ଅତିମାନସ ଚେତନାର ଅବତରଣ ଦ୍ବାରା ସବୁ ସମସ୍ଯାର ସମାଧାନ ହେବ

ଅତିମାନସ ଚେତନାର ଅବତରଣ ଦ୍ବାରା ସବୁ ସମସ୍ଯାର ସମାଧାନ ହେବ 

ଆଫଗାନିସ୍ତାନ ଭୂମିକମ୍ପରେ ଚାରି ହଜାରରୁ ଅଧିକ ଲୋକ ମରିଗଲେ କିନ୍ତୁ ଜଣେ ବି ଓଡ଼ିଆ ଓଡ଼ିଆରେ ସମବେଦନା ଜଣାଇଲେ ନାହିଁ। ସମସ୍ତେ ଯୁଦ୍ଧଆଡ଼େ ବ୍ଯସ୍ତ।
ମାର୍କ୍ସଙ୍କ ଭବିଷ୍ଯବାଣୀ ତ ସତ୍ଯ ହେଲା ନାହିଁ କିନ୍ତୁ ପୁଞ୍ଜିବାଦ ବଦଳରେ ହିନ୍ଦୁଧର୍ମ ଉପରେ ବେଶୀ ଲାଗୁ ହେଲା। ଚୈତନ୍ୟଙ୍କ ଅମଳରୁ ନାନା ବାଦବିସମ୍ବାଦ ଲାଗି ରହିଛି ଓ ଆଧୁନିକତା ବଦଳରେ ଅନ୍ଧବିଶ୍ବାସକୁ ଅଧିକ ସମର୍ଥନ ମିଳୁଛି। ଫଳତଃ, ଏକ ଖେଚେଡ଼ି ବିଧିବ୍ୟବସ୍ଥାକୁ ସମସ୍ତଙ୍କ ଉପରେ ଲଦିବାକୁ ଚେଷ୍ଟା କରାଯାଉଛି। ତେଣୁ ଭୁଷୁଡ଼ିବା ଥୟ।
ଗଣତନ୍ତ୍ର କେବଳ ନୈତିକତା ଉପରେ ନିର୍ଭର କରି ପ୍ରଗତି କରିପାରିବ ନାହିଁ। ସେଇଥିପାଇଁ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକର ସୃଷ୍ଟି। ଯଦି ସେମାନଙ୍କର କାହାରି କିଛି ପ୍ରତିବାଦ ନାହିଁ ତେବେ ସାଧାରଣ ଲୋକ ଏଥିରେ ମୁଣ୍ଡ ଖେଳାଇବ କାହିଁକି?
ପାଞ୍ଚ ବର୍ଷରେ ଥରେ। ତାପରେ ଲୋକେ ନିଜ କାମ ଓ ଆମୋଦପ୍ରମୋଦ କରିବେ। ଇଂଲଣ୍ଡରେ ରାଜାଘର କଥାକୁ ନେଇ ବର୍ଷସାରା ଆଲୋଚନା କରୁଥାନ୍ତି।
ସମସ୍ତେ ଓଡ଼ିଆକୁ ଭଲ ପାଉଛନ୍ତି କିନ୍ତୁ ଅନ୍ୟ ଭଲପାଇବା ତୁଳନାରେ ଗୌଣ। ତେଣୁ ସଠିକ ଫଳ ମିଳୁନାହିଁ। କିନ୍ତୁ ଭାଷାକୁ ନେଇ ଯେତେବେଳେ ଲଢ଼େଇ ଝଗଡ଼ା ସୃଷ୍ଟି ହେବ ସେତେବେଳେ ଯାଇଁ ସଚେତନତା ଆସିବ। ରବୀନ୍ଦ୍ରନାଥ ଠାକୁରଙ୍କୁ କେନ୍ଦ୍ର କରି ପଶ୍ଚିମବଙ୍ଗରେ ବା ତାମିଲନାଡୁରେ ଯେଉଁଭଳି ଦୃଢ଼ ଭାଷାପ୍ରେମ ରହିଛି ତାର ସମକକ୍ଷ ହେବା ସହଜ ନୁହେଁ।
ମିଥ୍ଯା ବର୍ଣ୍ଣନଦୀ ବିତରଣ କରି କଙ୍ଗ୍ରେସ ପାର୍ଟି ଯେପରି ଶିକ୍ଷା ଓ ରାଜନୀତିକୁ କଳୁଷିତ କଲା ତାର ପ୍ରଭାବ ଏବେବି ଯାଇନାହିଁ। ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକର ମେରୁଦଣ୍ଡ ଭାଙ୍ଗିବା କାମ କଙ୍ଗ୍ରେସ ପାର୍ଟିହିଁ ଆରମ୍ଭ କରିଥିଲା। ଗଣତନ୍ତ୍ରର ପତନ ଲାଗି ରହିଛି। ଅନ୍ଯାନ୍ଯ ସବୁଦଳ କଙ୍ଗ୍ରେସକୁ ଅନୁକରଣ କରୁଛନ୍ତି ମାତ୍ର। ସଜାଗତା ଆବଶ୍ଯକ।
ଶ୍ରୀଅରବିନ୍ଦ ଇଙ୍ଗ୍ରାଜୀରେ ଲେଖିଛନ୍ତି ତେଣୁ ମୁଁ ତାର ସମର୍ଥକ କିନ୍ତୁ ବୁଝିପାରୁ ନଥିବାରୁ ସିନେମା ଦେଖେ ନାହିଁ କି ଗୀତ ଶୁଣେନାହିଁ। ଓଡ଼ିଆ ଗୀତରେ ମଧ୍ଯ ଦ୍ବନ୍ଦ ରହିଛି। ମୋ ବୟସର ପ୍ରାୟ ସବୁ ଲୋକ ହୁଏତ ଭଜନହିଁ ଶୁଣିବେ। ଅନ୍ତତଃ ଦେଖେଇବା ପାଇଁ ନହେଲେ କିଏ କାଳେ ଖରାପ ଭାବିବେ। ଓଡ଼ିଶୀ ଗୀତ ଶୁଣିବା କଷ୍ଟକର। ତେଣୁ ଗୋରୀ ଗୋରୀ ଗୋରୀ
ଦୁହିଁଙ୍କର ଏକା ନାଁ କେମିତି ହେଲା?
twitter.com/NathTusar/stat…
ଶ୍ରୀମା ଶ୍ରୀଅରବିନ୍ଦଙ୍କ ପ୍ରଦର୍ଶିତ ମାର୍ଗରେ ବ୍ଯକ୍ତିଗତ, ସାମାଜିକ, ତଥା ରାଜନୈତିକ ଜୀବନକୁ ପରିବର୍ତ୍ତନ କରାଯାଇପାରେ ବୋଲି ଏକ ବୈକଳ୍ପିକ ବର୍ଣ୍ଣନଦୀ ମୁଁ ସାବିତ୍ରୀ ଇରା ପାର୍ଟି ତୋରଣ ତଳେ ୨୦୦୫ ମସିହାରୁ ବିତରଣ କରିଆସୁଛି। ଅନ୍ୟ ଦଳମାନଙ୍କର ମିଥ୍ଯା ପ୍ରଚାର ଓ ପ୍ରତାରଣାପୂର୍ଣ୍ଣ ବ୍ଯବହାର ବିରୁଦ୍ଧରେ ଏକ ସଶକ୍ତ ଆନ୍ଦୋଳନ ଆବଶ୍ଯକ।
ଓଡ଼ିଆକୁ ଶକ୍ତିଶାଳୀ କରିବାର ଲକ୍ଷ୍ଯ ନେଇ ନୈତିକତା ଭିତ୍ତିରେ ଏକ ଗଣତାନ୍ତ୍ରିକ ରାଜନୈତିକ ଆନ୍ଦୋଳନ ଗଢ଼ି ତୋଳିବାର ସମ୍ଭାବନା ସମସ୍ତଙ୍କର ସହଯୋଗ ଓ ସମର୍ଥନରେ ସଫଳ ହୋଇପାରେ। ଶସ୍ତା ରାଜନୀତି ବଦଳରେ ସୁସ୍ଥ ମୂଲ୍ଯବୋଧ ରୋପଣ କରିବା ଆମର ପ୍ରାଥମିକତା ହେବ। କେବଳ ସମାଲୋଚନା ନକରି ସାବିତ୍ରୀ ଇରା ପାର୍ଟି ପାଇଁ କାର୍ଯ୍ୟ କଲେ ଏକତା ଜମିବ।
ସାବିତ୍ରୀ ଇରା ପାର୍ଟିର ଉଦ୍ଦେଶ୍ଯ କେବଳ ମୁଖ୍ଯମନ୍ତ୍ରୀଙ୍କୁ ବିତାଡ଼ିତ କରିବା ନୁହେଁ। ହିନ୍ଦୁତ୍ୱର ଘୃଣା ପ୍ରଣୋଦିତ ରାଜନୀତିକୁ ପରାହତ କରିବା ବି ଏକ ମୁଖ୍ଯ ଆଭିମୁଖ୍ୟ। ଏହି ମହାନ କାର୍ଯ୍ୟରେ ପ୍ରତ୍ୟେକ ଓଡ଼ିଆ ଯୋଗଦାନ କରି ସମଗ୍ର ଭାରତବର୍ଷକୁ ଏକ ନୂଆରାସ୍ତା ଦେଖାନ୍ତୁ। ଆପଣ ଯଦି ନେତୃତ୍ବ ଦେଇ ପାରୁନାହାନ୍ତି ମୋତେ ସୁଯୋଗ ଦିଅନ୍ତୁ।
ମଝିରେ ଯନ୍ତ୍ର ସଙ୍ଗୀତରେ ଯେ ଦିନୁ ପାଇଛି ମୋ ପ୍ରିୟାର ସ୍ବର। ଅକ୍ଷୟଙ୍କୁ ପ୍ରଣାମ।
ପୁଦୁଚେରୀରେ ଶ୍ରୀଅରବିନ୍ଦ ସାବିତ୍ରୀ ମହାକାବ୍ୟ ଲେଖିଥିଲେ। ଓଡ଼ିଆରେ
motherandsriaurobindo.in/Sri-Aurobindo/…
ଓ ମୂଳ ଇଙ୍ଗ୍ରାଜୀରେ
incarnateword.in/cwsa/33
incarnateword.in/cwsa/34
ପଢ଼ିବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ।
ପୁଦୁଚେରୀର ଜଣେ ମହିଳା ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସ୍ବଚ୍ଛ ରାଜନୀତି ପ୍ରବର୍ତ୍ତନ କରିବା ନିଶ୍ଚିତ ଏକ ଆହ୍ବାନ।
ଶ୍ରୀଅରବିନ୍ଦଙ୍କୁ ସମସ୍ତେ ଧ୍ଯାନ ଓ ଆଧ୍ଯାତ୍ମିକତା ପରିପ୍ରେକ୍ଷୀରେ ଜାଣନ୍ତି କିନ୍ତୁ ତାଙ୍କ ଦର୍ଶନକୁ ରାଜନୀତିରେ ପ୍ରୟୋଗ କରିବାରେ ସାରା ଭାରତରେ ମୁଁ ପ୍ରଥମ। ୨୦୦୭ ମସିହାରେ ମୁଁ ସାବିତ୍ରୀ ଇରା ପାର୍ଟି ଗଠନ କରିବା ହିନ୍ଦୁତ୍ୱର ଦୂଷିତ ପରିବେଶରୁ ମୁକୁଳିବା ପାଇଁ ଏକ ସୁବର୍ଣ୍ଣସୁଯୋଗ ସୃଷ୍ଟି କଲା। ବାମପନ୍ଥୀଙ୍କୁ ମଧ୍ଯ ଧକ୍କା ଦେଲା।
ଗୋଟିଏ ଗାଆଁରେ ଯଦି ମୁଁ ୧୯୬୪ ମସିହାରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଉଦବୁଦ୍ଧ ହୋଇପାରିଲି ତେବେ ଆଜି ଇଣ୍ଟରନେଟ ଯୁଗରେ ଓଡ଼ିଆମାନେ କାହିଁକି ତାକୁ ଗ୍ରହଣ ନକରିପାରିବେ ତାର କିଛି କାରଣ ନାହିଁ। ନୂଆ ଶିକ୍ଷା, ନୂଆ ଆଦର୍ଶ, ଓ ନୂଆ ଦର୍ଶନ ହିଁ ଏକ ନୂଆ ସମାଜ ଗଠନ ଦିଗରେ ଇଟା ସିମେଣ୍ଟ ଭଳି କାମ କରିବ। ଏହାଛଡ଼ା ଅନ୍ୟ ବିକଳ୍ପ ନାହିଁ।
ଶ୍ରୀଅରବିନ୍ଦ ସ୍ବାଧୀନତା ସଙ୍ଗ୍ରାମରୁ ଦର୍ଶନ କ୍ଷେତ୍ରକୁ ଆସିବା ପରେ ଡାର୍‌ଓ୍ବିନଙ୍କ ବିବର୍ତ୍ତନବାଦକୁ ଭଗବାନଙ୍କ ସହ ଯୁକ୍ତ କଲେ ଓ ମନର ଉର୍ଦ୍ଧ୍ବରେ ଥିବା ଅତିମାନସ ଚେତନା କଥା କହିଲେ ଯାହାର ଅବତରଣ ଦ୍ବାରା ସବୁ ସମସ୍ଯାର ସମାଧାନ ହୋଇପାରିବ। ତାଙ୍କର ଶେଷ ଲକ୍ଷ୍ଯ ହେଲା ମୃତ୍ଯୁ ଉପରେ ବିଜୟ ଯାହା ସେ ସାବିତ୍ରୀ ମହାକାବ୍ୟରେ ଦେଲେ।
ଅଣଓଡ଼ିଆଙ୍କ ଏଜେଣ୍ଟ ଭାବରେ କାମକରି ଓଡ଼ିଆ ମାନଙ୍କୁ ଧର୍ମ ନାଁରେ ବାଟବଣା କରାଇବା ଉତ୍କଳ ଜନନୀଙ୍କ ପ୍ରତି ବିଶ୍ବାସଘାତକତା। ବିବିଧତାକୁ ସମ୍ମାନ ଦେବାର ଯେଉଁ ପରମ୍ପରା ଓଡ଼ିଶାରେ ରହିଆସିଛି ତାକୁ ଅକ୍ଷୁର୍ଣ୍ଣ ରଖିବାର ଦାୟିତ୍ୱ ସମସ୍ତଙ୍କର। ସାବିତ୍ରୀ ଇରା ପାର୍ଟି ମାଧ୍ୟମରେ ସୁସ୍ଥ ରାଜନୀତି ପ୍ରତିଷ୍ଠା କରିବା ଓଡ଼ିଆମାନଙ୍କୁ ଆହ୍ବାନ।
ଓଡ଼ିଶାରେ ଆଜିପର୍ଯ୍ୟନ୍ତ ଏକ ନିଜସ୍ବ ରାଜନୈତିକ ବିକଳ୍ପ ନିର୍ମାଣ ହୋଇପାରିନଥିଲା। ସାବିତ୍ରୀ ଇରା ପାର୍ଟି ଅନ୍ୟ ଶଠ ଦଳମାନଙ୍କ କବଳରୁ ଓଡ଼ିଆ ମାନଙ୍କୁ ମୁକ୍ତ କରିବା ପାଇଁ ବଦ୍ଧପରିକର। ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ନୂତନ ସମାଜ ଗଢ଼ିବାର ସଙ୍କଳ୍ପ ନେବାର ସମୟ ଆସିଛି। ଯୁବକମାନେ ଏହି ସୁଯୋଗ ଛାଡ଼ନ୍ତୁ ନାହିଁ।
ଦୀର୍ଘ ବର୍ଷ ହେଲା ଦିଲ୍ଲୀରେ ରହି ମୁଁ ଅଣଓଡ଼ିଆ ମାନଙ୍କୁ ଭଲଭାବରେ ଚିହ୍ନେ। ଅଣଓଡ଼ିଆ ନେତାମାନଙ୍କୁ ଦେଖି ଓଡ଼ିଶାରେ ଲୋକେ ଯେପରି ଗଦଗଦ ହୋଇ ଯାଉଛନ୍ତି ତା ହୀନମନ୍ୟତାର ଲକ୍ଷଣ ଓ ଲଜ୍ଜାଜନକ। ସାବିତ୍ରୀ ଇରା ପାର୍ଟି ସ୍ବାଭିମାନ ଦେବ। ସମ୍ମାନର ସହ ବଞ୍ଚିବା ପାଇଁ ଶିଖାଇବ। ଓଡ଼ିଆ ହିସାବରେ ଗର୍ବ କରିବା ପାଇଁ ଆମପାଖରେ ବହୁତ ଜିନିଷ ଅଛି।
ଅଣଓଡ଼ିଆ ଓ ଅଧାଓଡ଼ିଆଙ୍କ ଆଶୀର୍ବାଦ ବିନା ଯେଉଁ ନେତାମାନଙ୍କର କୌଣସି ଅସ୍ତିତ୍ବ ନାହିଁ ସେମାନଙ୍କୁ ପ୍ରତ୍ଯାଖ୍ଯାନ କରିବାର ସମୟ ଉପସ୍ଥିତ। ଘାସମୂଳ ସ୍ତରରୁ ଯେଉଁମାନେ ଲୋକପ୍ରିୟତାର ଶକ୍ତି ଅର୍ଜନ କରିପାରିବେ ସେହିମାନେ ହିଁ ଗଣତନ୍ତ୍ରର ଧ୍ବଜା ଉତ୍ତୋଳନ କରି ପାରିବେ। ହାଇକମାଣ୍ଡ ଓ ଟିକେଟବଣ୍ଟା ବ୍ଯବସ୍ଥାର ପଙ୍କିଳ ରାଜନୀତି ବନ୍ଦ ହେଉ।
୨୦୧୦-୧୧ ମଧ୍ଯରେ ଯେଉଁ ପଞ୍ଝାଏ ଠକ ଆସି ଜନଆନ୍ଦୋଳନ ନାଆଁରେ ଲୋକଙ୍କୁ ଭୂଆଁ ବୁଲାଇଲେ ସେମାନଙ୍କ କିର୍ତ୍ତୀ ସବୁ ଏବେ ଦାଣ୍ତରେ ପଡ଼ି ହାଟରେ ଗଡ଼ୁଛି। ଅଧେ ଜେଲରେ। ମୋର ପୁରୁଣା ଡାକ୍ତିରେ ସେମାନଙ୍କ ବିରୁଦ୍ଧରେ ସତର୍କ କରାଇବାର ବହୁ ଉପାଦାନ ଗଚ୍ଛିତ ଅଛି। ସେ ସବୁ ଆସନ୍ତା ନିର୍ବାଚନ ଲାଗି ଉପାଦେୟ। ପଢ଼ନ୍ତୁ

Thursday 5 October 2023

ଫୁଲ ତ ଛଳନା ଆଉ ମୂର୍ତ୍ତି ବି ଖେଳନା

X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ଡାକ୍ତି

ଓଡ଼ିଆ ଓଳିଆ: ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶ ଭିତ୍ତିରେ ଏକ ନୂଆ ସମାଜ ଗଢ଼ିବା
odiaolia.blogspot.com/2023/09/blog-p…
X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ପୋଷ୍ଟ
ଗୀତ ବାଲା ଗୀତ କରନ୍ତୁ। କବିତା ବାଲା କବିତା କରନ୍ତୁ। ଫିଲ୍ମ ବାଲା ଫିଲ୍ମ କରନ୍ତୁ। ବୁଲିବା ଲୋକ ବୁଲନ୍ତୁ। ପାଟି ସୁଆଦ ବାଲା ମଉକା ଛାଡ଼ନ୍ତୁ ନାହିଁ। ବିଜ୍ଞାନ ବାଲା ବିଜ୍ଞାନ କରନ୍ତୁ। ଜ୍ଯାମିତି ବାଲା ଜ୍ଯାମିତି କରନ୍ତୁ। ବ୍ଯଙ୍ଗ ବାଲା ବ୍ଯଙ୍ଗ କରନ୍ତୁ। ସବୁ ହଉ କିନ୍ତୁ ଅଣଓଡ଼ିଆଙ୍କୁ କ୍ଷମତାରୁ ବିତାଡ଼ିତ କରିବାକୁ ଭୁଲନ୍ତୁ ନାହିଁ।
ସାଶେ (Sachet)
ଓଡ଼ିଶାରେ ଆଧୁନିକତାର ଉଦୟ ହେଉଥିବାବେଳେ
କେଦାର ଗୌରୀ, କାଳିଜାଈ, ଧରମା, ଓ ବାଜି ରାଉତ ଭଳି କେତେକ କାଳ୍ପନିକ ଚରିତ୍ରକୁ ଇତିହାସ ଭାବରେ ଗ୍ରହଣ କରିନିଆହେଲା। କେବଳ ସେତିକି ନୁହେଁ, ଜୟଦେବ, ଖାରବେଳ, ଓ କଳିଙ୍ଗ ଯୁଦ୍ଧର ସତ୍ଯାସତ୍ଯ ଏବେବି ବିବାଦୀୟ। ସେହିପରି ମାଦଳାପାଞ୍ଜି ବା ମାଳିକା କେତେଦୂର ବିଶ୍ବସନୀୟ ତାହା ନିରୂପଣ କରିବା କଷ୍ଟ।
ହଁ, ମରାଠା ବୀର ବାଜୀ ପ୍ରଭୂ ଦେଶପାଣ୍ଡେଙ୍କ ଅବଲମ୍ବନରେ ବାଜି ରାଉତର ସୃଷ୍ଟି।
en.m.wikipedia.org/wiki/Baji_Prab…
ତାଙ୍କ ଉପରେ ଶ୍ରୀଅରବିନ୍ଦ ଏକ କାବ୍ୟ ମଧ୍ଯ ଲେଖିଛନ୍ତି।
incarnateword.in/cwsa/2/baji-pr…
ବହୁତ ହିନ୍ଦୁ ଲୋକଙ୍କୁ ହତ୍ଯା କରିଥିବା ଫୁଲନ୍ ଦେବୀ ମଧ୍ଯ ସମାଜବାଦୀ ପାର୍ଟୀର ସଦସ୍ୟା ଏବଂ ସାଂସଦ ହୋଇଥିଲେ।
ଅନୀତା ଦାସ (ଦୀର୍ଘ ଈ)
ଯଦି ଆପଣ ଆରବର୍ଷ ଏତିକି ବେଳକୁ ମୁଖ୍ଯମନ୍ତ୍ରୀ କ୍ଷମତା ଉପଭୋଗ କରୁଥବାର ଦେଖିବାକୁ ଚାହାନ୍ତି ତାହା ଖୁବ୍ ସହଜ। ଅଣଓଡ଼ିଆ ନେତାମାନଙ୍କର ଜୟଗାନ କରିଚାଲିଥିଲେ ଏହା ଅଚିରେ ସମ୍ଭବ ହେବ। ଗଣତନ୍ତ୍ର ସମ୍ବନ୍ଧରେ ବ୍ଯଥିତ ନହେଲେ ଯାହା ଚାଲିଛି ସେୟା ଚାଲିଥିବ। ମନେ ରହୁ ଯେ, ମୁଁ ଯେଉଁ ବିକଳ୍ପ ସୃଷ୍ଟି କରିଛି ତାର ଅନ୍ୟ କୌଣସି ବିକଳ୍ପ ନାହିଁ।

ସିନ୍ଦୁର କହିଯାଏ ସୁହାଗ ଶଙ୍ଖା କହେ (୨୦୦୭)
ଜୁଡ଼ୁବୁଡ଼ୁ ଓ ଜୁଡ଼ୁସୁଡ଼ୁ ଭିତରେ କିଛି ପ୍ରଭେଦ ଅଛି କି?
ଆପଣ ନିଜେ ସୃଷ୍ଟି କରିଛନ୍ତି ନା ଆଗରୁ କିଏ ବ୍ଯବହାର କରିଛନ୍ତି?
ନାକ ସୁଡ଼ୁସୁଡ଼ୁ ମନେ ପଡ଼ୁଥିବାରୁ ଟିକିଏ ଅଡ଼ୁଆ ଲାଗୁଛି।
ସୁନ୍ଦରଗଡ଼ରେ ମୁଁ ପ୍ରାୟ ଆଠ ବର୍ଷ ଥିଲି ଓ ରଙ୍ଗବତୀ ଗୀତ ସେହି ସମୟରେ ଆସିଥିଲା। ବଙ୍ଗଳା ସହ ତୁଳନା କରି କହିବି ଯେ ସମ୍ବଲପୁରୀ କହି ଶିଖିବା ବେଶୀ କଷ୍ଟ। ବ୍ଯାକରଣ ଓ ଉଚ୍ଚାରଣ ଦୃଷ୍ଟିରୁ ଓଡ଼ିଆ ଓ ବଙ୍ଗଳା ପ୍ରାୟ ସମାନ କିନ୍ତୁ ସମ୍ବଲପୁରୀ ବହୁତ ଅଲଗା। ଯେଉଁ ଭିତ୍ତିରେ ଇଂରେଜମାନେ ଓଡ଼ିଆକୁ ମାନ୍ଯତା ଦେଇଥିଲେ, ସମ୍ବଲପୁରୀ ଆଜି ସେଇଠି।
ଅଣଓଡ଼ିଆଙ୍କୁ ଭଗବାନ ବୋଲି ମାନିନେବା ହୀନମନ୍ୟତାର କାରଣ। ଅନ୍ୟ କୌଣସି ଦୋଷ ନାହିଁ କି ଅଭାବ ନାହିଁ। ଜାତି ହିସାବରେ ଆମେ ସମସ୍ତଙ୍କ ଠାରୁ ଉପରେ। ମୋର ଦୀର୍ଘ ଅଭିଜ୍ଞତାରୁ କହୁଛି।
ମୁଁ ନିଜେ ଦେଖିଥିବା ସମୟ କଥା କହୁଛି। ଓଡ଼ିଆ ଭାବରେ ଗର୍ବ କରିବା ପାଇଁ ବହୁତ କିଛି ଜିନିଷ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି।
ଭୋଜପୁରୀ ଭାଷାକୁ ଏଇ ଗୀତ ଓ ସିନେମା ମାଧ୍ୟମରେ ସେମାନେ କୋଉଠୁ ନେଇ କୋଉଠି ପହଞ୍ଚେଇଦେଲେ ତା ଆମେ ଦେଖିଛେ। ତେଣୁ ସୃଜନଶୀଳ କ୍ଷେତ୍ରରେ ସମାଲୋଚନା କରିବାଟା ଠିକ୍ ହେବ ନାହିଁ।
ଓଡ଼ିଶାରେ ବାସ କରୁଥିବା ପ୍ରାୟ ଅର୍ଦ୍ଧେକ ଲୋକଙ୍କର ମାତୃଭାଷା ମୋ ମାତୃଭାଷାଠାରୁ ଅଲଗା। ସେମାନଙ୍କର ସୃଜନଶୀଳତା ପାଇଁ ପୂର୍ଣ୍ଣ ସ୍ବାଧୀନତା ରହୁ। ଆପଣଙ୍କ ଭୟ ରାଜନୈତିକ ପରିଣାମ ଉପରେ ଓ ସେଇଟା ଏକ ସ୍ବତନ୍ତ୍ର ତଥା ଜଟିଳ ବିଷୟ। ଦୁଇଟାକୁ ଏବେ ନମିଶାଇଲେ ଭଲ ହେବ ବୋଲି ମୁଁ ଭାବୁଛି।
ସଜାଗ ଓଡ଼ିଆ ମାନଙ୍କୁ ଅନୁରୋଧ ଯେ ଅନ୍ୟ ପ୍ରଦେଶର ବ୍ଯାପାରକୁ ନେଇ ବେଶୀ ଚିନ୍ତିତ ନହୋଇ ଓଡ଼ିଶାରେ ଯେଉଁ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି ସେ ଦିଗରେ କାର୍ଯ୍ୟ କରିବା ଲାଗି ଚେଷ୍ଟିତ ହୁଅନ୍ତୁ। ସେହିପରି, ଭାରତ ବିଷୟରେ ବିଶେଷ ସମୟ ନଷ୍ଟ ନକରି ଆମ ନିଜ ରାଜ୍ଯ ଓ ଭାଷା ପାଇଁ କଣ କରିବା ଉଚିତ ତା ସକାଶେ ସଙ୍କେନ୍ଦ୍ରୀତ ହେବା ଦରକାର।
ଭୀମ ଭୋଇ ଯେପରି ବୌଦ୍ଧ ଓ ଜୈନ ଧର୍ମ ଦ୍ବାରା ପ୍ରଭାବିତ ଥିଲେ, ଭକ୍ତକବି ମଧୁସୂଦନ ରାଓ ମଧ୍ଯ ବ୍ରାହ୍ମଧର୍ମାବଲମ୍ୱୀ ଥିଲେ। ରେ ଆତ୍ମନ୍ ଭଳି ତାଙ୍କର ବହୁ କବିତା ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ଦୁଃଖର କଥା ଯେ, ସେହି ଗୀତଗୁଡ଼ିକର ମର୍ମ ନବୁଝି, ଦୃଶ୍ଯବନ୍ଧ ବା ଭିଡ଼ିଓ ପ୍ରସ୍ତୁତକାରୀମାନେ ବିଭିନ୍ନ ଦେବଦେବୀଙ୍କର ଛବି ଭର୍ତ୍ତିକରୁଛନ୍ତି।
ଏଇ ଝୁମା ଝୁମା ଦୃଶ୍ଯବନ୍ଧ
ରଜନୀ ଗୋ ଦୃଶ୍ଯବନ୍ଧ
ଆଜି ଦିବସରେ ସଭ୍ଯତାର ଭବିଷ୍ଯତ ସମ୍ବନ୍ଧରେ ସମୀକ୍ଷା କରିବାର ସୁଯୋଗ। ପୁରାତନର ଦୁଷ୍ପ୍ରଭାବରୁ ମୁକ୍ତ ହେବାର ଓ ସମାଜରୁ ଭେଦଭାବ ଦୂର କରିବାର ଉପାୟ ସ୍ଥିର କରିବାକୁ ପଡ଼ିବ। ଏ ସନ୍ଦର୍ଭରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଦର୍ଶନ ଏକ ବିଶାଳ ଆଲୋକସ୍ତମ୍ଭ ସଦୃଶ। କେବଳ ଭାଷାର ରକ୍ଷା ପାଇଁ ଆମେ ଅଣଓଡ଼ିଆଙ୍କ ବିରୁଦ୍ଧରେ ସଚେତନତା ବିତରଣ କରୁଛେ।
ନିର୍ବାଚନରେ ହାୱା ଉପରେ ନିର୍ଭରକରିବା ଏକ ଅଭ୍ଯାସ ହୋଇଗଲାଣି। ଯିଏ ଜିତିବ ତାକୁହିଁ ଭୋଟଦେବାର ପ୍ରଥା ଏକରକମ ବଦ୍ଧମୂଳ ହୋଇଗଲାଣି। କିନ୍ତୁ ଗଣତନ୍ତ୍ର ନିଜର ବୁଦ୍ଧିଖଟେଇ ଅନୁଶୀଳନ କରିବାର ଆହ୍ବାନ। ମନେରଖନ୍ତୁ ଯେ ଆପଣ କେଉଁଦଳର କ୍ରୀତଦାସ ନୁହଁନ୍ତି। ଯେ କୌଣସି ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟଦେଇ ନିଜର ସ୍ବାତନ୍ତ୍ର୍ଯ ସାବ୍ଯସ୍ତ କରନ୍ତୁ।
ଗଣତନ୍ତ୍ର କ'ଣ କେବଳ ଏକ ଧୂଆଁବାଣ?
ନାଁ, ଏହା ହେଲା ଆଶାର ପ୍ରଦୀପ
ଆଉ ଭରସାର ଦ୍ଯୋତକ।
ମଣିଷ ମନର ଯେତେ ଆକାଂକ୍ଷା ଆଶଙ୍କା
ଯେତେ ସ୍ବପ୍ନ ଯେତେ ଉନ୍ମାଦନା ଓ ଅପେକ୍ଷା
ସେ ସବୁର ଯିଏ ଏକମାତ୍ର ସମାଧାନ
ମର୍ତ୍ତ୍ଯରେ ଇଶ୍ବର ରୂପି ତାର ଗଣତନ୍ତ୍ର ନାମ।
ପହଲେ ଆପ୍‌ ଭାବଧାରା ତ୍ଯାଗର ପ୍ରବୃତ୍ତି
ସତ୍ଯର ପ୍ରତିଷ୍ଠା ସର୍ବଶ୍ରେଷ୍ଠ ଗୁଣ ଭିତ୍ତି।

ଛକମୁଣ୍ଡେ ଗଦା ହୋଇ ନୂଆଲୁଗା ପିନ୍ଧି
ଚଢ଼ାଚଢ଼ି ହୁଅ ହାତେ ଫୁଲମାଳ ଧରି
ମୂର୍ତ୍ତିବେକେ ପକେଇ ଲଭିବ ଆତ୍ମଶ୍ଲାଘା
ଲୁଚେଇକି ନିଜର ସମସ୍ତ ଦୁର୍ବଳତା।
ସମାଜର ଅଣ୍ଢଣିଆ ବୁକେ ଦେଇ ପୁଟ
ଫୁଲ ତ ଛଳନା ଆଉ ମୂର୍ତ୍ତି ବି ଖେଳନା
ଛାଡ଼ି ମିଥ୍ଯା ପ୍ରହସନ ଶ୍ରଦ୍ଧାଞ୍ଜଳି ପ୍ରଥା
ଗାନ୍ଧୀ ଖୋଜ ଏହି ଆମ ଲୋକଙ୍କ ଭିତରେ।
#ନୂଆସକାଳଆସିବ #SavitriEra
୨୦୦୭ରେ ଯେତେବେଳେ ମୁଁ ସାବିତ୍ରୀ ଇରା ପାର୍ଟି ଆରମ୍ଭ କରିଥିଲି ସେତେବେଳେ ଅଧିକାଂଶ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ମର୍ମାହତ ହୋଇଥିଲେ। ଶ୍ରୀମା ଶ୍ରୀଅରବିନ୍ଦଙ୍କୁ କିପରି ରାଜନୀତିର ପଙ୍କିଳ ରାସ୍ତାକୁ ଟାଣି ନିଆଯିବ? ଆଜି ଯେତେବେଳେ ହିନ୍ଦୁତ୍ୱ ଦେଶ ଉପରେ ଏକ ନିର୍ଦ୍ଦିଷ୍ଟ ବିଶ୍ୱଦୃଷ୍ଟି ଲଦିବାକୁ ଉଦ୍ଯତ, ମୁଁ ଠିକ୍ ପ୍ରମାଣିତ ହୋଇଛି।
ନିର୍ମଳ ସରକାର ଶୀର୍ଷକ ଛଦ୍ମନାମରେ ସମ୍ବାଦ ସମ୍ପାଦକଙ୍କୁ ପତ୍ର ଲେଖୁଥିବା ଜଣେ ପୁରୁଣା ପାଠକର @tanaya_p ମହୋଦୟାଙ୍କୁ ନୂତନ କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ଅଭିନନ୍ଦନ। ପ୍ରକାଶ ଥାଉ କି ସମ୍ବାଦ ସେ ସମୟରେ ଏକ ବିପ୍ଲବ ଆଣିଥିଲା ଓ ମୋର ବୌଦ୍ଧିକ ବିକାଶରେ ବିଶେଷ ସହାୟକ ହୋଇଥିଲା। ପ୍ରଥମ ସମ୍ପୀଦକ ସୁରେନ୍ଦ୍ର ମହାନ୍ତିଙ୍କୁ ପ୍ରଣାମ।
ପ୍ରସଙ୍ଗଟି ଶ୍ରୀଅରବିନ୍ଦ ଗାନ୍ଧୀଙ୍କ ଉପରେ କ’ଣ ମନ୍ତବ୍ୟ ଦେଇଛନ୍ତି ତାହା ନୁହେଁ ବରଂ ରାହୁଲ ଗାନ୍ଧୀଙ୍କ ସର୍ବଶେଷ ବକ୍ତବ୍ୟ ବିଷୟରେ ସେ କ’ଣ କହିବେ? ଯେହେତୁ ସେ ଏକ କାବ୍ୟିକ ଭାଷାରେ ଲେଖିଛନ୍ତି ଶ୍ରୀଅରବିନ୍ଦ ତାଙ୍କର ପର୍ସିଅସ ଦ ଡେଲିଭରର ନାଟକଟି ପଢ଼ିବାକୁ ପରାମର୍ଶ ଦେବେ।
incarnateword.in/cwsa/3/the-leg…
incarnateword.in/cwsa/3/the-leg…
ଓଡ଼ିଆ ଅମାର: ପ୍ରଣବ କିଶୋର ପଟ୍ଟନାୟକ - କଥାଚିତ୍ର ଗୀତ ତାଲିକା odiaamara.blogspot.com/2023/10/blog-p…
ନିଶ୍ଚୟ। ଏ ସବୁ ତ ସର୍ବସାଧାରଣଙ୍କ ପାଇଁ। ଅନୁବାଦ ତ ନୁହେଁ ଲିପ୍ଯନ୍ତର କରିବେ ବୋଧେ। ଧନ୍ଯବାଦ।
ଆଜି ବିରହିଣୀ ଆଖିର କଜଳ - ମହମ୍ମଦ ହବିବ୍ (ସଜଫୁଲ)। ସଙ୍ଗୀତ - ରାଖାଲ୍ ଚନ୍ଦ୍ର ମହାନ୍ତି। ଚାରଣୀରେ ପୁରୁଣା ଗୀତର ସମ୍ଭାର।
ରୀତି ଯୁଗ
ଭକ୍ତ କବି ଦୀନକୃଷ୍ଣ ଦାସ (୧୬୫୦ - ୧୭୧୦)
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦)
ବନମାଳୀ ଦାସ (୧୭୨୦ - ୧୭୯୩)
ବ୍ରଜନାଥ ବଡ଼ଜେନା (୧୭୩୦ - ୧୮୦୦)
ଅଭିମନ୍ୟୁ ସାମନ୍ତସିଂହାର (୧୭୬୦ - ୧୮୦୬)
କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୪ - ୧୮୬୨)
କବିସୂର୍ଯ୍ୟ ବଳଦେବ ରଥ (୧୭୮୯ - ୧୮୪୫)
ଗୌରଚରଣ ଅଧିକାରୀ (୧୮୧୪ - ୧୮୯୦)
ଯେଉଁମାନଙ୍କର ମାତୃଭାଷା ଓଡ଼ିଆ ସେମାନେ ଯେଉଁ ଭାଷାରେ କଥାବାର୍ତ୍ତା କରନ୍ତୁ ପଛେ ଜୀବନସାରା ଓଡ଼ିଆକୁ କେବେ ଭୁଲି ପାରିବେ ନାହିଁ। କିନ୍ତୁ ଓଡ଼ିଆକୁ ଭଲପାଇବା ଲାଗି ଉପଯୁକ୍ତ ଉପାଦାନ କଣ? ରୀତି ଯୁଗର କାବ୍ୟ ବା ଓଡ଼ିଶୀ ସଙ୍ଗୀତ ଯଦି ସେମାନଙ୍କୁ 'ଶିକ୍ଷା' ଦିଆଯାଏ ତେବେ ସେମାନେ ତେରୀ ଆଁଖ୍ୟା କା ୟୋ କାଜଲ ଆଡ଼କୁ ମୁହେଁଇବା ସ୍ବାଭାବିକ।
ରାମନାଥ ଗୋଏଙ୍କାଙ୍କ ମୃତ୍ଯୁବାର୍ଷିକୀ ଉପଲକ୍ଷେ ଇଣ୍ଡିଆନ ଏକ୍ସପ୍ରେସରେ ଲେଖାଟିଏ ଦେଖିଲି। ଦେଶରେ ଗଣତନ୍ତ୍ରର ରକ୍ଷା ପାଇଁ ଅତୁଳନୀୟ ଅବଦାନ ତାଙ୍କର। ଓଡ଼ିଶାରେ ଶ୍ରୀଅରବିନ୍ଦ ପାଠଚକ୍ର ଆନ୍ଦୋଳନର ଅନ୍ୟତମ ମୁଖ୍ଯ ପୁରୋଧା ରାମନାଥ ପଣ୍ଡା ସ୍ମରଣକୁ ଆସିଲେ। ପ୍ରପତ୍ତି ଜୟପୁରରେ ଅଧ୍ଯାପକ ଥିଲାବେଳେ ନବଜ୍ୟୋତି ପ୍ରକାଶନରେ ସେ ସହଯୋଗୀ ଥିଲେ।
ମୋଦୀଙ୍କୁ ଓ ହିନ୍ଦୁତ୍ୱକୁ ବିରୋଧ କରୁଥିବା ଲୋକମାନେ ନାଚାର ଭାବରେ ମୁଖ୍ଯମନ୍ତ୍ରୀଙ୍କୁ ସମର୍ଥନ କରିବାଟା ଦୁର୍ଭାଗ୍ଯଜନକ। ଗଣତନ୍ତ୍ରକୁ ରକ୍ଷା କରିବା ନିମନ୍ତେ ସେମାନେ ଆଦୌ ଚିନ୍ତିତ ନୁହନ୍ତି। ଏହି ପରିପ୍ରେକ୍ଷୀରେ ସାବିତ୍ରୀ ଇରା ପାର୍ଟିକୁ ସହଯୋଗର ହାତ ବଢ଼ାଇ ନିଜର ସ୍ବାଧୀନଚେତା ମନୋଭାବ ତଥା ବୌଦ୍ଧିକ ପରାକାଷ୍ଠାର ପରିଚୟ ଦିଅନ୍ତୁ।
ବିଜୁ ପଟ୍ଟନାୟକ ଓ ଅକ୍ଷୟ ମହାନ୍ତି ଆଜି ଦେବତା ପରି ପୂଜା ପାଉଛନ୍ତି କିନ୍ତୁ ଉଭୟଙ୍କ ଭିତରେ ବେପରୁଆ ଭାବ ଓ ଏକଛତ୍ରବାଦୀ ଆଚରଣ ଥିଲା। ବିଜୁଙ୍କ ପୁଅତ ଚବିଶ ବର୍ଷ ପରେ ଆଉ ପାଞ୍ଚ ବର୍ଷ ସକାଶେ ଅଣ୍ଟା ଭିଡ଼ିଲେଣି କିନ୍ତୁ ଅକ୍ଷୟଙ୍କ ପୁଅ ସେଯାଏ ପହଞ୍ଚି ପାରିଲେ ନାହିଁ। ସେ ତୁଳନାରେ ପ୍ରଫୁଲ୍ଲ କରଙ୍କ ପୁଅ ଯଥେଷ୍ଟ ସଫଳତା ହାସଲ କରିଛନ୍ତି।
ଏଇଟି ମୂଳ ଗୀତ ନୁହେଁ। ମହିଳା କଣ୍ଠ ମଧ୍ଯ ଅଲଗା।
[ଗୁଡ଼ିଗୀତ ବଜାରକୁ ଆସିବା ପରେ କେବଳ ‘ଲଚକମାଣି ଗୁଡ଼ି’ ବିକ୍ରି ହେଉଥିଲା] - ସୂର୍ଯ୍ୟ ଦେଓ
https://twitter.com/NathTusar/status/1709960663379136968?t=ywknxh7oESa3z1CXjVWUCQ&s=19

ହେ ବିନ୍ଦୁ ବିଦାୟ

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ। ଓଡ଼ିଆ ଓଳିଆ: ମେଣ୍ଢା ଓ ଶୁଆ o...