Wednesday 27 September 2023

ଶ୍ରୀମା ଶ୍ରୀଅରବିନ୍ଦଙ୍କ ଠାରୁ ବହୁତ ନୂଆ କଥା ଶିଖିବାକୁ ମିଳେ

X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ପୋଷ୍ଟ |

ସମସ୍ତେ ନିଜ ନିଜ ପରିସ୍ଥିତିର ଦାସ ଏବଂ ନିଜ ଚିନ୍ତାଧାରାର ବାହକ। ଶ୍ରୀମା ଶ୍ରୀଅରବିନ୍ଦଙ୍କ ଠାରୁ ବହୁତ ନୂଆ କଥା ଶିଖିବାକୁ ମିଳେ। ମୁଁ ପିଲାଦିନୁ ସେମାନଙ୍କୁ ପୂଜା କରେ ଏବଂ ପରମ୍ପରା ଠାରୁ ଦୂରରେ ରୁହେ। ବର୍ତ୍ତମାନ ରାଜନୈତିକ ଦଳମାନେ ସତ ମିଛକୁ ମିଶେଇ ଅପପ୍ରଚାର କରୁଛନ୍ତି। ନିଜର ବୁଦ୍ଧି ଖଟେଇ ସେସବୁକୁ ପରଖି ବୁଝିବାକୁ ଅନୁରୋଧ।

ଗଡ୍‌ଡାଳିକା ପ୍ରବାହରେ ଆମେ ବହୁତ କଥାକୁ ସତ ବୋଲି ମାନି ନେଇ ଥାଉ। ସୁବିଧାବାଦୀ ରୀତିରେ ବିଭିନ୍ନ ପ୍ରଥାକୁ ସମର୍ଥନ କରୁ। ଆଧୁନିକ ରାଜନୀତି ବିଜ୍ଞାନ କିନ୍ତୁ ନୂତନ ଦିଗଦର୍ଶନ ଦିଏ। ଧର୍ମ ଓ ରାଜନୀତିକୁ ଅଲଗା ରଖିବା ସେହିପରି ଏକ ମୌଳିକ ତତ୍ତ୍ବ। ତାକୁ ଅବମାନନା କରିବା ଦ୍ବାରା ଯେ ସମାଜର କେତେ କ୍ଷତି ହେଉଛି ତାହା ବୁଝିବା ଆବଶ୍ଯକ।

ସବୁ ଜିନିଷକୁ ତଳେଇ ଦେଖିବା ପାଇଁ ଦର୍ଶନ ଶାସ୍ତ୍ର ଉତ୍ସାହିତ କରେ। ଯେମିତି ସାମ୍ବାଦିକ ମାନେ ବିଭିନ୍ନ ଘଟଣା ପଛରେ ଥିବା କାରଣର ଅନୁସନ୍ଧାନ କରନ୍ତି। ଫିଲ୍ମ ଦେଖିଲାବେଳେ ବି କେବଳ କାହାଣୀ ସହିତ ଭାସି ନଯାଇ ପ୍ରତ୍ୟେକ ଦୃଶ୍ଯପଟରେ ଅନ୍ୟ କେଉଁ କେଉଁ ବସ୍ତୁ ବା ଚରିତ୍ରର ଅବତାରଣା କରାଯାଇଛି ତାହା ଅନୁଧ୍ଯାନ କରିବା ଏକ ଆମୋଦଦାୟକ ଅଭ୍ଯାସ।

ସାହିତ୍ୟର ଏକ ବଡ଼ ସୀମାବଦ୍ଧତା ହେଲା କତିପୟ ଜୀବନ କଥାକୁ ପାଥେୟ କରି ନୈତିକତାର ପଥର ଘର ତୋଳିବା। ଦର୍ଶନ ଆଗରେ ସେ ସବୁ ବାଲିଘର ପରି ବୋଧହୁଏ। ଦର୍ଶନ ଅନ୍ତର୍ନିହିତ ସତ୍ଯକୁ ଅନ୍ବେଷଣ କରେ ଓ ଉଦଘାଟନ କରେ। ପରିଣାମ ପ୍ରତି ଭୃକ୍ଷେପ କରେନାହିଁ। ତାର ଏହି ଦୃଢ଼ ବିଶ୍ବାସ ଯେ ଦିଗବଳୟ ପ୍ରସାରିତ ହେଲେ ଯଥାର୍ଥ ସତ୍ଯ ଆପେ ଆପେ ପ୍ରତିଭାତ ହେବ।

ପ୍ରଣବ କିଶୋର ପଟ୍ଟନାୟକଙ୍କ

ପ୍ରଥମ ଷୋହଳଟି ଗୀତ:

ବେଦନା ସାଗର

ତୁ କି ପରଦେଶୀ

ଚାହେଁନା ଚାହେଁନା

ନୀଳାଦ୍ରି ବିହାରୀ ହରି

ଏ ରଙ୍ଗ ରହିବ ନାହିଁ

ଅନ୍ତରେ କାନ୍ଦେ

ନୟନେ ସୁନୟନା

ମୁଁ ତ କୁଳରୁ ହେଲି

ମୋର ଅନ୍ତର ମନ୍ଦିରେ

ତୁମେ ଜାଣନା ଜାଣନା

ଏଇ ଛୋଟ କଥାଟିଏ

ତୁମ ବିନା ଏଇ ରାତି

ବିତିଯାଏ ରେ

ଏ ନୀଳଆଖି

ମା କାଳୀଯାଇ ଲୋ

ପୂର୍ଣିମା ଜହ୍ନ ସତେ

ନାଁ, ମୁଁ ୧୯୮୮ ପର୍ଯ୍ୟନ୍ତ ଓଡ଼ିଶାରେ ଥିଲି। ସେତେବେଳେ ବୋଧେ ନଥିଲା।

ପୁରୁଣା ହିଟ୍ ହିନ୍ଦୀ ଗୀତ ସ୍ବରରେ ଭଜନ କ୍ୟାସେଟ୍ ସବୁ ଯେତେବେଳେ ଚାରିଆଡ଼େ ବାଜିଲା ସେତେବେଳେ ବ୍ୟବସାୟୀ ଲାଭାନ୍ୱିତ ହେଲେ କିନ୍ତୁ କ୍ଷତି ହେଲା ସଙ୍ଗୀତର ତଥା ଧର୍ମର। ଓଡ଼ିଶାରେ ବି କାଳିଆକୁ ନେଇ ବହୁ କୋଳାହଳ ହେଲା ଓ ଭଜନ ସନ୍ଧ୍ଯାର ଆସରରେ ଲୋକେ ଆତ୍ମହରା ହେଲେ କିନ୍ତୁ ସଙ୍ଗୀତର ବହୁବିଧତା ଉପରେ ଆଞ୍ଚ୍ ଆସିଲା। ଧର୍ମ ପାଣିଚିଆ ହେଲା

ମୋର ଏ ଦିଗରେ ନିବେଦନ ବହୁଦିନର। ଆଶା ସମସ୍ତଙ୍କ ଦୃଷ୍ଟି ପଡ଼ିବ।

ହଉ, ସେମିତି ହଉ ହଉ ସବୁକିଛି ହବ। ବିଭିନ୍ନ ପ୍ରକାରର ଆକର୍ଷଣ ଭିତରେ ଲୋକେ ଦ୍ବନ୍ଦରେ ପଡ଼ି ଯାଉଛନ୍ତି। ଓଡ଼ିଶାର ହେବେ ନା ସର୍ବଭାରତୀୟ? ଓଡ଼ିଆରେ ଲେଖିବେ ନା ଇଂରାଜୀରେ? ଗମ୍ଭୀର ଛବି ଭଲ ନା ଥଟ୍ଟା ମଜା ମିଜାଜ୍? ସାହିତ୍ୟ ସଂସ୍କୃତି ନା ରାଜନୀତି? ତେଣୁ ପାଦ ଟଳମଳ ହେବା ସ୍ବାଭାବିକ।

ଆଶ୍ଚର୍ଯ୍ୟର କଥା ଯେ @OdiaMovieDB ଭଳି ଏକ ଉପାଦେୟ ତେଣ୍ଡାର ଅନୁଗାମୀ ସଂଖ୍ଯା ମାତ୍ର ୨୨୨୬। ରାଜନୀତିରେ ସମସ୍ତେ ଏତେ ବ୍ଯସ୍ତ ଯେ ଅନ୍ୟ କିଛି ପ୍ରତି ଆକର୍ଷଣ ନାହିଁ। ତାଙ୍କ ୱେବ୍-ସାଇଟ୍-ରେ କେହି କେବେ ପଦାର୍ପଣ କରିଛନ୍ତି କି ନାହିଁ ସନ୍ଦେହ। ଗଲାବର୍ଷ ୭୫ଟି କଥାଚିତ୍ର ମୁକ୍ତିଲାଭ କରିଥିଲା। ଏ ବର୍ଷ ସେହି ପାଖାପାଖି ପହଞ୍ଚି ଗଲାଣି।

ବହୁତ ପ୍ରଶଂସନୀୟ କିନ୍ତୁ ତାଙ୍କ ଲେଖା କେଉଁଠି ସୁରକ୍ଷିତ ହୋଇଛି କି? ତାଛଡା, ଯଦି ବିଶେଷ ଅସୁବିଧା ନଥାଏ ତେବେ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ନିଜ ନାଁରେ ତେଣ୍ଡାଟି ଚାଲିଲେ ବିଶ୍ବସନୀୟତା ବଢ଼ିବ। ପୁଷ୍କରା ପାଇଁ ତାଙ୍କ ଉତ୍ସାହ ପାଇଁ ଧନ୍ଯବାଦ। @OdiaCulture @TaraniTrotter

ଲଳିତ ବାବୁ imdb ଢାଞ୍ଚାରେ ଆରମ୍ଭ କରିଥିଲେ ଓ ବହୁ ମାତ୍ରାରେ ସଫଳ ହୋଇ ପାରିଛନ୍ତି କିନ୍ତୁ ଅନ୍ୟ ଏକ ସାଇଟ୍ ର ଆବଶ୍ଯକତା ରହିଛି ଯେଉଁଠି ସବୁ ଥିବ। ସମଗ୍ର ଓଡ଼ିଆ ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଓ ସିନେମା ପାଇଁ ନିର୍ଭରଯୋଗ୍ୟ ସୂଚନା ଓ ଲିଙ୍କ୍ ଥିବ। ସରକାରଙ୍କ ଉପରେ ନିର୍ଭର ନକରି ଏହି କାର୍ଯ୍ୟ କରାଯାଇ ପାରେ। ସମସ୍ତେ ସହଯୋଗ କରନ୍ତୁ

ଧନ୍ଯବାଦ। ସମସ୍ତେ ସେଥିରୁ ଉପକୃତ ହୁଅନ୍ତୁ, ଏହାହିଁ କାମନା।

ସେଠି ସେ ସେରେ ଢାଳନ୍ତୁ କିନ୍ତୁ ଏଠି ବି ଛଟାଙ୍କିଏ ଛିଞ୍ଚି ଦେବା ପାଇଁ ମଧ୍ଯ ତାଙ୍କୁ ଅନୁରୋଧ କରାଯାଉ। ମୋର ଅତି ପ୍ରିୟ ଗୀତ ଛାୟା ପଛେ ପଛେର ଭିଡ଼ିଓ ଯେ ଦେଖିବାକୁ ମିଳିବ ଏହା ବହୁତ ଆନନ୍ଦର ବିଷୟ। ଖୁସିରେ @OdiaCulture ଓ @TaraniTrotter ବାବୁଙ୍କୁ ମଧ୍ଯ ଟ୍ୟାଗ୍ କଲି।

ନିଶ୍ଚୟ, କିନ୍ତୁ ଗଲା ବାର ବର୍ଷ ଧରି @justlalit ବାବୁ ଓଡ଼ିଆ କଥାଚିତ୍ର ଇତିହାସ ସହିତ ଯେତିକି କୁସ୍ତି କରି ଓତଃପ୍ରୋତ ହୋଇଛନ୍ତି ସେ ବିଷୟରେ ସମସ୍ତେ ଜାଣିବା ପାଇଁ ଓ ପ୍ରେରଣା ନେବା ପାଇଁ ସାମାନ୍ଯ ପ୍ରଚେଷ୍ଟା କଲେ ଦୋଷ କିଛି ନାହିଁ। ସେହିପରି @odiamelody ବାବୁଙ୍କ ଅବଦାନ ବି ଅତୁଳନୀୟ। @SuryadeoSurya ବାବୁ X ରେ ନିଷ୍କ୍ରିୟ!

ଭଲକଥା କିନ୍ତୁ ଆପଣଙ୍କ ଅନୁଗାମୀ ମାନଙ୍କୁ ମଧ୍ଯ ଅନୁରୋଧ ଜଣାନ୍ତୁ। ଜଣାପଡ଼ୁ ଓଡ଼ିଆ ତେଣ୍ଡା କେତେ।

ପୁଷ୍କରା ସମସ୍ତଙ୍କୁ ଭଲ ଲାଗିଛି ଓ ଉଚ୍ଚ ପ୍ରଶଂସିତ ହେଉଛି ଏହା ବଡ଼ ଖୁସିର କଥା। ଆଶା କରୁଛି ଯେ ଏଥିରେ କୌଣସି ରାଜନୈତିକ କାରଣ ନଥାଉ। ପୁଣି ଡର ଲାଗୁଛି ଯେ ଯଦି ଖାଲି ବୁଦ୍ଧିମାନ ଲୋକମାନେ ଭଲ ବୋଲି କହିଲେ ତାହେଲେ ଛବିଟି ସାଧାରଣ ଲୋକଙ୍କର ହୃଦୟକୁ ଛୁଇଁ ପାରିବକି ନାହିଁ? ମନୋରଞ୍ଜନ ବଦଳରେ ଯଦି ଲୁହବୁହାଣ ହେଲା ତେବେ ସଫଳ ହେବ କି ନା?

ଆମ ଗାଁ ପ୍ରଦର୍ଶନୀରେ ଉଭୟଙ୍କୁ ଦେଖିବାର ସୁଯୋଗ ପାଇଥିଲି ପିଲାଦିନେ। ବାଉଲ୍ ଗାୟକ ପୂର୍ଣ୍ଣ ଦାସଙ୍କ ଭଳି ପ୍ରଭାବଶାଳୀ କଣ୍ଠ ତଥା ପରିବେଷଣ ଶୈଳୀ ଥିଲା ତାଙ୍କର। ନିକଟରେ ଗଦ୍ଦର ଯିଏ ଚାଲିଗଲେ, ତାଙ୍କର ବି ସେଇଭଳି ଗାଇବା ଶୈଳୀ ଥିଲା।
ଧରିତ୍ରୀ (୧୯୭୩ର କଥାଚିତ୍ର) ଉଇକିପିଡ଼ିଆ ପୃଷ୍ଠାରେ ପ୍ରାୟ କିଛି ଲେଖା ନାହିଁ। ପୁରୁଣା କଥାଚିତ୍ର ଗୁଡ଼ିକ ପ୍ରତି ଏପରି ବୈମାତୃକ ଭାବ କାହିଁକି? କେବେ ଯାଇ ଆମେ ଆମ ସୁନା ସିନ୍ଦୁକର ମୂଲ୍ଯ ବୁଝିବା?
ଦୀର୍ଘ ବର୍ଷ ଧରି କୌଣସି ବିକଳ୍ପ ଅଭାବରୁ ଶିକ୍ଷିତ ଓ ବୁଦ୍ଧିମାନ ବ୍ଯକ୍ତି ମାନେ ବିକଳରେ ଅଣଓଡ଼ିଆଙ୍କ ଶରଣ ପଶିଥିଲେ। ସାବିତ୍ରୀ ଇରା ପାର୍ଟି ନୂତନ ମତବାଦର ଭିତ୍ତି ସ୍ଥାପନ କରିଛି। ନିର୍ବାଚନ ଲଢ଼ିବାଟା ପର କଥା। ଶ୍ରୀଅରବିନ୍ଦଙ୍କ ଭବିଷ୍ଯତ ଦୃଷ୍ଟି ଉପରେ ଆସ୍ଥା ରଖିବା ଦ୍ବାରା ଯେ ସମସ୍ତଙ୍କର ମଙ୍ଗଳ ହେବ ଏହା ହୃଦୟଙ୍ଗମ କରିବା ଦରକାର।
ସାବିତ୍ରୀ ଇରା ପାର୍ଟିର ଆହ୍ବାନ ହେଲା ଗଣତନ୍ତ୍ରର ମର୍ମ ବୁଝିବା ଓ ଏକଛତ୍ର ଶାସନ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା। ଓଡ଼ିଆ ସ୍ୱାଭିମାନ ସକାଶେ ଅଣଓଡ଼ିଆ ନେତାଙ୍କ ଦାସ ହେବା ବନ୍ଦ କରି ସଚ୍ଚୋଟ ଲୋକଙ୍କୁ ସମର୍ଥନ କଲେ ଏକ ନିର୍ମଳ ସରକାର ଗଠନ କରିହେବ। ମୋତେ ସମର୍ଥନ ଦେଇ ଓଡ଼ିଶାରେ ଗଣତନ୍ତ୍ର ପୁନଃ ପ୍ରତିଷ୍ଠା କରିବାରେ ସହାୟକ ହୁଅନ୍ତୁ।
ଓଡ଼ିଆ ଲିପିର ସୁନ୍ଦରତାର ତୁଳନା ନାହିଁ। ଏପରି ସ୍ପଷ୍ଟ ଉଚ୍ଚାରଣ ମଧ୍ଯ ଅନ୍ୟ କେଉଁଠି ନାହିଁ। ଓଠ ବା କଣ୍ଠକୁ ମୋଡ଼ିମାଡ଼ି କଥା କହିବାର ଆବଶ୍ଯକତା ନଥାଏ। ହଳନ୍ତ ନଥାଇ ହଳନ୍ତ ପରି ଉଚ୍ଚାରଣ କରିବାକୁ ପଡ଼େନାହିଁ। ପଚାଶ ବର୍ଷ ତଳେ, ଗୋଟିଏ ଯୋଡ଼ିଏ ହିନ୍ଦୀ ଶବ୍ଦ ମିଶେଇବା ଆଧୁନିକତାର ବାସ୍ନା ବିଞ୍ଚୁଥିଲା। ଏବେ କିନ୍ତୁ ଘଉଡ଼ାଇବା ଦରକାର।
ସେମାନେ ଚାକିରିଆ। କଣ କଲେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ଦି ପଇସା ରୋଜଗାର କରିବେ ସେଇଟା ତାଙ୍କର ଅହରହ ଚିନ୍ତା। ଆଗେ ମାଟିଆ କେଳା ଯେମିତି କରୁଥିଲେ। ତେଣୁ ଦୋଷ ଦେବା ଅନ୍ୟାୟ।
Self-determination is a basic political instinct. Just remember, how the Odia people were fighting for a separate State. It could have resulted in a separate nation like in Europe. Nationhood of the present day India is a British legacy. Population growth has made it obsolete.
The general assumption is a large country is good which may not be true from many angles. But it can be contested with any kind of identity. Violence or non-violence is a question of modality with no definite norm. If Nepal or Bhutan are separate nations then why not Punjab?
There are about 160 countries in the world with population less than that of Odisha. So nothing terrifying about it. What about Bangladesh? It's doing well.
Future of India will be better served as a federation of Sovereign States on linguistic basis.ଯ
It's difficult to know who wants what in a fluid and emotionally volatile situation. Such things are handled by mature and empathetic political leadership successfully. U.K. is the current example.
I never said Sikhs. I meant, it's for the people of Punjab or any other region or State to decide their fate instead of what the British had done in the last century. In U.K. itself, recent developments wrt Scotland is interesting.
What has any bearing then? Erstwhile USSR?
That's why they are trying to take the law into their hands.
The alleged secessionists referred to in the original post.
That's for the Courts to decide.
I was thinking of International Courts.
Then, let's leave it to the Court of God.
You seem to be sure that being Hindu is an antidote against secessionism. No such luck!
Not Punjab only. Linguistic nationalism is gaining strength in every State. Hindu or not Hindu.
Odisha, WB, TN, Andhra, Karnataka, etc
You may think like that but that doesn't diminish its potential to explode.
Okay, we can go to sleep with calmness. Thanks for the nice chat.
ହିନ୍ଦୁ ବା ଭାରତୀୟ ଭାବରେ ବିଭୋର ହୋଇ ଓଡ଼ିଶା ରାଜନୀତିକୁ କଳୁଷିତ କରିବା ଓଡ଼ିଶା ପ୍ରତି ବିଶ୍ବାସଘାତକତା। ପ୍ରକାରାନ୍ତରେ ଶାସକ ଦଳକୁ ସମର୍ଥନ। ଓଡ଼ିଶାର ସମସ୍ୟାକୁ ନେଇ ଲଢ଼ିଲେ ସିନା ଚେର ବଢ଼ିବ। ଅଯଥା କଥାରେ ଲୋକଙ୍କୁ ମତେଇ ତାଙ୍କୁ ବୋକା ବନେଇବା ପାଇଁ ଚେଷ୍ଟା କରିବାଟା ଆତ୍ମପ୍ରବଞ୍ଚନା ଛଡ଼ା ଆଉ କିଛି ନୁହେଁ। ଆତ୍ମସମୀକ୍ଷା ଦରକାର
ପଞ୍ଝାଏ ଅଣଓଡ଼ିଆଙ୍କ ଭକ୍ତ ଯଦି ଆଉ ପଞ୍ଝାଏ ଅଣଓଡ଼ିଆଙ୍କ ବିରୁଦ୍ଧରେ ବିଷୋଦଗାର କଲେ ତାର କିଛି ବିଶ୍ବସନୀୟତା ନାହିଁ। ନିଜକୁ ନେତା ବୋଲି ଘୋଷଣା କରିବାକୁ କାହାରି ସାହାସ ବା ସ୍ବାଧୀନତା ନାହିଁ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ କଣ ଏଇଥିପାଇଁ ହୋଇଥିଲା? ଓଡ଼ିଆ ସ୍ବାଭିମାନ କଣ କେବଳ ସ୍ଲୋଗାନ ମାତ୍ର? ଏବେବି ସମୟ ଅଛି ସମସ୍ତଙ୍କ ଆଖି ଖୋଲୁ।
ଓଡ଼ିଆ ଓଳିଆ: ୧୮୯୬ରେ ଗ୍ରିୟରସନ୍ ଙ୍କ ଦ୍ଵାରା ଭାଷା ସର୍ବେକ୍ଷଣ ଯୋଗୁ ଓଡ଼ିଆ ଭାଷା ଭାଷୀ ଅଞ୍ଚଳ ଚିହ୍ନଟ କରାଗଲା odiaolia.blogspot.com/2023/09/blog-p…
ଓଡ଼ିଆ ଓଳିଆ: ପଚାଶ ଦଶକର ଆରମ୍ଭରେ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନ ଆରମ୍ଭ ହେଲା odiaolia.blogspot.com/2023/09/blog-p…
ଓଡ଼ିଆ ଓଳିଆ: ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ odiaolia.blogspot.com/2023/09/blog-p…
ଓଡ଼ିଆ ଓଳିଆ: ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ବହି odiaolia.blogspot.com/2023/09/blog-p…
ଓଡ଼ିଆ ଓଳିଆ: ନକରାତ୍ମକ ମଣିଷ ଓ ନିନ୍ଦୁକ ମାନଙ୍କ ପ୍ରଶଂସା odiaolia.blogspot.com/2023/09/blog-p…
ଓଡ଼ିଆ ଓଳିଆ: ନକରାତ୍ମକ ମତାମତର ଓଜନ ଅଧିକ odiaolia.blogspot.com/2023/09/blog-p…
ଓଡ଼ିଆ ଓଳିଆ: ଅତୃପ୍ତି ଭିତରେ ଘାଣ୍ଟି ହେଉଥିବା ଲେଖକ odiaolia.blogspot.com/2023/09/blog-p…
ଓଡ଼ିଆ ଓଳିଆ: ଲେଖିକାଙ୍କ ଖୋଲା କଥା odiaolia.blogspot.com/2023/09/blog-p…
ଓଡ଼ିଆ ଓଳିଆ: ନିଜକୁ ଖୋଜି ନପାଇବାର ଯନ୍ତ୍ରଣା odiaolia.blogspot.com/2023/09/blog-p…
ଓଡ଼ିଆ ଓଳିଆ: କ୍ଷତକୁ ଭରିଦେବାର ସାମର୍ଥ୍ୟ odiaolia.blogspot.com/2023/09/blog-p…
ୟା ଭିତରେ କେତେଗୁଡ଼ିଏ ପୁରୁଣା ଓଡ଼ିଆ କଥାଚିତ୍ର ୟୁଟ୍ୟୁବରେ ଜାଗା ପାଇଲେଣି। ମାଣିକଯୋଡ଼ିର କିଛି ଅଂଶ ଦେଖିଲି। ଗୀତ ଗୁଡ଼ିକର ଭିଡ଼ିଓ ଦେଖି ଖୁସି ଲାଗିଲା। କେତେ ବଡ଼ ଭାଗ୍ଯ ଭଳି ବୋଧ ହେଲା। କଳାଧଳା ଯୁଗର ସବୁଗୁଡ଼ିକ ଉପଲବ୍ଧ ହେବା ଦରକାର। ଗୀତ ଗୁଡ଼ିକ ମଧ୍ଯ ଅଲଗା ମିଳିଲେ ଲୋକପ୍ରିୟ ହୋଇପାରିବେ। ବଞ୍ଚିତ ହୋଇ ରହିବାର ଯୁଗ ଶେଷ ହେଉ।
ପୂଜା, ଜନ୍ମଦିନ, ଓ ପର୍ବ ପର୍ବାଣିରେ ଖାଲି ଶୁଖିଲା ଶୁଭ କାମନାର ସୁଅ ଛୁଟୁଛି ଯେ ପଢ଼ି ପଢ଼ି ଚିଟା ଲାଗୁଛି। ପଦେ କିଛି ନୂଆ କଥା ଲେଖିଲେ ତାହା କେତେ ଲୋକଙ୍କ ମୁଣ୍ଡରେ କଳ୍ପନାର ମଞ୍ଜି ବୁଣନ୍ତା କିନ୍ତୁ ସାମାନ୍ଯ ଚେଷ୍ଟା କରିବାକୁ ସମସ୍ତେ କୁଣ୍ଠିତ। ଚାଲନ୍ତୁ ଜଣେ କାହାଙ୍କୁ ମନେ ପକେଇବା। ଦୀନବନ୍ଧୁ ଦାସ (ଟିମା)(ମଙ୍ଗୁଳି ଭାଇ) ଙ୍କୁ।
ଅଭୂତପୂର୍ବ ଚହଳ ସୃଷ୍ଟି କରିଥିଲା ଗୀତଟି ସେ ସମୟରେ। କଥାଚିତ୍ରଟି ମଧ୍ଯ ପ୍ରଭୁତ ସଫଳତା ଲାଭ କରିଥିଲା। ନିମାପଡ଼ାରେ ଥିଲା ବେଳେ ଜୟଶ୍ରୀ ହଲରେ ଦେଖିଥିବାର ମନେଅଛି। ପ୍ରଶଂସା କରି ସମ୍ବାଦ ସମ୍ପାଦକଙ୍କୁ ପତ୍ର ମଧ୍ଯ ଲେଖିଥିଲି। ବାହାରି ଥିଲା। ମାନିନୀ ଓଡ଼ିଆ କଥାଚିତ୍ର ଇତିହାସରେ ଏକ ସୁଦୃଢ଼ ମାଇଲଖୁଣ୍ଟ ନିଶ୍ଚୟ।
କହିପାରିବିନି କାରଣ ୧୯୮୮ରେ ମୁଁ ଦିଲ୍ଲୀ ଚାଲିଆସିଲି।
ପୁରୁଣା ରେଡ଼ିଓ ଗୀତ ସବୁ ଭିତରେ ରଙ୍ଗ ନୁହେଁ ସେ ଇନ୍ଦ୍ରଧନୁର ଛଳନା ଗୀତଟି ମୋର ଖୁବ୍ ପ୍ରିୟ। ସ୍ବୟଂପ୍ରଭା ମିଶ୍ରଙ୍କ କଣ୍ଠରେ ଏହି ସରଳ ସ୍ବରର ଛୋଟିଆ ଗୀତଟି ହୃଦୟକୁ ତରଳେଇ ଦିଏ। ମୂଳ ଗୀତଟି ତ ଶୁଣିବାକୁ ମିଳୁନାହିଁ। ନୂଆ କାହାର ମଧ୍ଯ ଦୟା ଦୃଷ୍ଟି ପଡ଼ୁନାହିଁ। ଅଗତ୍ୟା ମୋ ଘାଗଡ଼ା ଗଳାରେ ଯେତିକି ବଳିଛି।
ଦୂରରେ ଥାଇ ଓଡ଼ିଆରେ ଦିପଦ ଲେଖିଦେଲେ ଖୁସି ଲାଗେ। ଶହେ ବର୍ଷ ତଳେ ଓଡ଼ିଆକୁ ବଞ୍ଚେଇ ରଖିବା ପାଇଁ କେତେ ସଂଗ୍ରାମ ଚାଲିଥିଲା। ଆଜି କିନ୍ତୁ ଖୋଦ୍ ଓଡ଼ିଶା ଭିତରେ ଭାଷାଟିର ସ୍ଥିତି ବିପନ୍ନ। ଉପେନ୍ଦ୍ର ଭଞ୍ଜଙ୍କ ରଚନାକୁ କେହି ପଢ଼ିଲେନି। ଅନେକ ସୃଷ୍ଟି କାଳର ଗତି ସହ ତାଳ ଦେଇ ପାରୁନାହାନ୍ତି। ଅକ୍ଷୟ ମହାନ୍ତିଙ୍କ ଗୀତବି ଆଉଟଡ଼େଟେଡ଼ ହେବ।
ମୁଁ ଜାଣେ ଯେ ଏଠାରେ ସମସ୍ତେ ଏ ପାଖର ନହେଲେ ସେ ପାଖର ସମର୍ଥକ। ତଥାପି ଅନୁରୋଧ ଯେ ଯଦି କାହା ମନରେ କିଛି ନୂଆ ଚିନ୍ତାର ଉଦ୍ରେକ ହୁଏ ତେବେ ମୋର ଅନ୍ୟ ତେଣ୍ଡାରୁ ଯଥେଷ୍ଟ ଧାରଣା ସଂଗ୍ରହ କରି ପାରିବେ @SavitriEra। ଗଣତନ୍ତ୍ରରେ ସ୍ବାଧୀନ ଚିନ୍ତା କରିବାର ଅଧିକାର ସମସ୍ତଙ୍କର ଓ ଓଡ଼ିଆ ମାନେ ସେଥିରୁ ବଞ୍ଚିତ ହୋଇ ରହିବା ଉଚିତ୍ ନୁହେଁ।
ପୁରୁଣା ଗୀତ କହି ସବୁ ଗୁଡ଼ିକୁ ଏକାଠି କରିଦେଲେ ଚଳିବ ନାହିଁ। ମା ରୁ ଘର ବାହୁଡ଼ା ପର୍ଯ୍ୟନ୍ତ କଥାଚିତ୍ରର ଏକ ଅଲଗା ସ୍ଥାନ। ତା ପୂର୍ବରୁ ଲୋକପ୍ରିୟ ଓ ଶ୍ରୁତିମଧୁର ଗୀତ ପ୍ରାୟ ନଥିଲା। ପରେ ଅବକ୍ଷୟ ଆରମ୍ଭ ହେଲା। ସେହି ସମୟର ରେଡ଼ିଓ ଗୀତ ଗୁଡ଼ିକ ମଧ୍ଯ ଉତ୍କୃଷ୍ଟ। ତାଛଡ଼ା, ଓଡ଼ିଆ ସାହିତ୍ୟର ପ୍ରଗତି ବି ସେହି ସମୟରେ କିଛି କମ୍ ନୁହେଁ।
ଦଳ ତ ମୁଁ ଗଢ଼ିଛି କିନ୍ତୁ ସମର୍ଥନ ନାହିଁ। ସମସ୍ତେ ଅଣଓଡ଼ିଆଙ୍କ ପଦସେବା କରୁଛନ୍ତି। ସ୍ବାଭିମାନ ନାହିଁ।
ବାଣୀ ଜୟରାମ ପର ଝିଅ ଘର ଭାଙ୍ଗେନା କଥାଚିତ୍ରର ଶ୍ୟାମ ପୀରତି ଗୀତଟିକୁ ଖୁବ୍ ପ୍ରଶଂସା କରିଛନ୍ତି। ଶାସ୍ତ୍ରୀୟତା ଦୃଷ୍ଟିକୋଣରୁ ଉଚ୍ଚକୋଟୀର ନିଶ୍ଚୟ କିନ୍ତୁ ଲୋକପ୍ରିୟତାର ମାପକାଠିରେ ବହୁତ ଉପରେ ବୋଲି କହି ହେବନି। ବରଂ ସେହି କଥାଚିତ୍ରର ଅନ୍ୟ ଦୁଇଟି ଗୀତ ତୁମେ ଯେତେ ଦୂରେ ଓ ଆଉ ସେ ଜହ୍ନକୁ ନ ଖୋଜିବି ଭିତରେ ମେଲୋଡ଼ିର ମାତ୍ରା ଭରପୁର।
ଓଡ଼ିଆର ଏକ ବିଶିଷ୍ଟ ଓ ମର୍ଯ୍ୟାଦା ସମ୍ପନ୍ନ ଗୀତ ଯାହା ବାରମ୍ବାର ଶୁଣିବା ପାଇଁ ଇଛା ହୁଏ। ବିନୋଦିନୀ ଦେବୀଙ୍କ ଲିଖିତ ଅକ୍ଷୟ ମହାନ୍ତିଙ୍କର ସଜଫୁଲ ଗୀତ ଏଇ କଳା ମୋର କଳଙ୍କ ନିଶ୍ଚୟ ମନେପଡେ। ଆଉ ଗୋଟିଏ ଗୀତ ହେଲା ଶ୍ୟାମାମଣି ଦେବୀଙ୍କ ନାଟକର ପ୍ରଥମ ଅଙ୍କରେ। ତାଛଡା, ତାଙ୍କ ନିଜ କଣ୍ଠରେ ଜୀବନ ଏକ ନାଟକ ଏବଂ ପ୍ରଫୁଲ୍ଲ କରଙ୍କ କଳାକାର।
ପତ୍ରିକା ବଦଳରେ ଯଦି ବହି କରନ୍ତେ ତାହେଲେ ଚିରସ୍ଥାୟୀ ହୁଅନ୍ତା ଓ ଲେଖା ଓ ଲେଖକ ମାନଙ୍କର ମର୍ଯ୍ୟାଦା ବୃଦ୍ଧି ପାଆନ୍ତା।
ଶ୍ରୀରାମ ପଣ୍ଡା ଧରିତ୍ରୀରେ ରାଜେଶ ଖାନ୍ନାଙ୍କୁ ଅନୁକରଣ କରିଥିବାର ମନେହୁଏ କିନ୍ତୁ ସମୟରେ ଏକଦମ ଅମିତାଭ ବଚ୍ଚନଙ୍କ ପ୍ରତିଛବି। ଉତ୍ତମ ମହାନ୍ତି କିପରି ଭସା ମେଘ ହୋଇ ଅଭିମାନରେ ପ୍ରଥମ ପଦାର୍ପଣ କରିଥିଲେ ପ୍ରାୟ କେହି ଦେଖିନଥିବେ କିନ୍ତୁ ଲାଗୁଥିଲେ ଶାହାରୁଖ ଖାଁଙ୍କ ପରି। ମାନେ ଶାହାରୁଖ ତାଙ୍କୁ କପି କଲେ।
ଦଶ ବର୍ଷ ପୂର୍ବେ ଦିଲ୍ଲୀରେ ଦେଖା ହୋଇଥିଲା ଓ ଜଣେ ଅକପଟ ବ୍ଯକ୍ତି ବୋଲି ବୋଧ ହୋଇଥିଲେ।
ଜନ୍ମ ଓ ଶ୍ରାଦ୍ଧ ଦିବସ ବ୍ୟତୀତ, ଅନ୍ୟ ଦିନ ମାନଙ୍କରେ ମଧ୍ଯ ପ୍ରସିଦ୍ଧ ଓଡ଼ିଆ ମାନଙ୍କ ବିଷୟରେ ଆଲୋଚନା କରିବାର ଆବଶ୍ଯକତା ରହିଛି। ଖବରକାଗଜ ଓ ପତ୍ରିକାରେ ବାହାରୁଥିବା ଲେଖା ସବୁର ଲିଙ୍କଗୁଡିକୁ ଶ୍ରେଣୀଭୁକ୍ତ କରି ସାଇତିବା ପାଇଁ ପ୍ରଚେଷ୍ଟା ଦରକାର। ଏ ସବୁ ଅତି ସାଧାରଣ କଥା ଓ ସାମାନ୍ଯ ମନୋବଳ ବିନିମୟରେ ଅନେକ କିଛି କରାଯାଇ ପାରିବ।
ବ୍ୟକ୍ତିଗତ ଭାବରେ ବହୁ ଲୋକଙ୍କ ପାଖରେ ଗବେଷଣାର ଭଣ୍ଡାର ରହିଛି କିନ୍ତୁ କିଛି ଗୋଟାଏ ତଥ୍ଯ ଖୋଜିଲେ ନେଟରେ ମିଳୁନାହିଁ। ସୋସାଲ୍ ମିଡ଼ିଆରେ ବହୁ ଶ୍ରମ ଓ ସମୟ ବିନିଯୋଗ ହେଉଛି କିନ୍ତୁ ସ୍ଥାୟୀ କାମ କରିବା ପାଇଁ ଉତ୍ସାହର ଅଭାବ। ଏକାଠି ମିଳିମିଶି କଣ କିଛି କରାଯାଇ ପାରିବ ନାହିଁ? ଗୋଟିଏ ସାଇଟ୍ ଆରମ୍ଭ କଲେ ନିଶ୍ଚୟ ସାହାଯ୍ୟ ସହଯୋଗ ଆସିବ।
ପରସ୍ପରକୁ ଆକ୍ଷେପ କରିବା ବଦଳରେ ଯଦି ଓଡ଼ିଆ ମାନେ ଗୋଟିଏ ନିୟମ ପାଳନ କରନ୍ତେ ଯେ ଆମେ ଅଣଓଡ଼ିଆଙ୍କ ଗୋଡ଼ାଣିଆ ହେବା ନାହିଁ ତାହେଲେ ଉତ୍କଳ ଜନନୀଙ୍କର ଯଥାର୍ଥ ସେବା ହୁଅନ୍ତା। ରାଷ୍ଟ୍ରୀୟ ଏକତା ନାମରେ ରାଜ୍ଯର ସ୍ବାର୍ଥ ଓ ସମ୍ମାନକୁ ଜଳାଞ୍ଜଳି ଦେବା ଆଦୌ ସ୍ପୃହଣୀୟ ନୁହେଁ। ନିଜ ଗୋଡ଼ରେ ନିଜେ ଛିଡ଼ା ହେବାଲାଗି ସାମର୍ଥ୍ଯ ଆସିବା ଦରକାର।

ଓଡ଼ିଆ ଓଳିଆ: ଅଭିନେତ୍ରୀ ଡା. ସୁଧାରାଣୀ ଜେନାଙ୍କ ପରଲୋକ odiaolia.blogspot.com/2023/08/blog-p…
X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ପୋଷ୍ଟ |

No comments:

Post a Comment

ହେ ବିନ୍ଦୁ ବିଦାୟ

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ। ଓଡ଼ିଆ ଓଳିଆ: ମେଣ୍ଢା ଓ ଶୁଆ o...