Collated by Tusar Nath Mohapatra
ସଜ୍ଞାଟି କେବଳ ବର୍ତ୍ତମାନ ରାଜନୀତି ପାଇଁ। ଇତିହାସ, ଅର୍ଥନୀତି, ବା ସଂସ୍କୃତି ପାଇଁ ନୁହେଁ। ସ୍ପଷ୍ଟୀକରଣ ଦେବାରେ ଦ୍ବିଧା ନାହିଁ ଯେ କୌଣସି ବ୍ଯକ୍ତିବିଶେଷ ବା ବ୍ଯକ୍ତିସମୂହଙ୍କ ବିରୁଦ୍ଧରେ ଘୃଣାଭାବ ସୃଷ୍ଟିକରିବା ମୋର ଲକ୍ଷ୍ଯ ନୁହେଁ। ଯେଉଁମାନେ ଓଡ଼ିଆଙ୍କ ନାର୍ଯ୍ୟ ହକ୍ ମାଡ଼ିବସିଛନ୍ତି ସ୍ୱେଚ୍ଛାକୃତଭାବେ ତାହା ତ୍ଯାଗକରିବାକୁ ହେବ।
ଓଡ଼ିଶା ଆଜି ପରାଧୀନ; ଓଡ଼ିଆମାନେ ଅଣଓଡ଼ିଆଙ୍କ ପାଦପୂଜା କରୁଛନ୍ତି। ସ୍ବାଭିମାନ ତରଳି ଗଲାଣି। ସ୍ବାଭିମାନ ବଜାୟ ରହିଲେ କ'ଣ ସବୁ ହୋଇପାରିବ ସେ ବିଷୟରେ କାହାର ଧାରଣା ମଧ୍ଯ ନାହିଁ। ତେଣୁ ଭବିଷ୍ଯତ ସମ୍ପର୍କରେ କୌଣସି ଆଶା ବି ନାହିଁ। କିନ୍ତୁ ଭାଷାକୁ ଆଶ୍ରୟ କରି ଅଗ୍ରସର ହେଲେ ବିପ୍ଳବ ଆସିପାରିବ। ହୀନମନ୍ୟତା ଉଭେଇ ଯିବ। ଓଡ଼ିଆ ଉଠିବ।
ଓଡ଼ିଶାର ଦୁର୍ଭାଗ୍ଯ ଯେ ତିନୋଟିଯାକ ମୁଖ୍ଯଦଳ ଅଣଓଡ଼ିଆଙ୍କ କ୍ରୀତଦାସ। ଅନ୍ୟ କୌଣସି ରାଜ୍ଯରେ ଏଭଳି ସ୍ଥିତି ନାହିଁ। ଶିକ୍ଷିତବର୍ଗ ଫେସବୁକରେ ଫଟ ମାଠିବାରେ ବ୍ଯସ୍ତ। ଚାକିରିଆ ମାନେ ନିଜର ଚାରିକୋଣ ଭିତରେ ବନ୍ଦୀ। ଏଜେଣ୍ଟ ମାନେ ନୂଆ ରାସ୍ତାର ବାଟ ଓଗାଳି ବସିଛନ୍ତି। ଓଡ଼ିଆ ସ୍ୱାଭିମାନର ନାଁ ଶୁଣିଲେ ଲୋକେ ନାକ ଟେକୁଛନ୍ତି। ଆଶ୍ଚର୍ଯ୍ୟ!
ପିତା, ମାତା, ସ୍ୱାମୀ, ବା ସ୍ତ୍ରୀ ଯଦି ଅଣଓଡ଼ିଆ ହୋଇଥାନ୍ତି ତେବେ ସେ ବ୍ଯକ୍ତି ଓଡ଼ିଆ ପଦବାଚ୍ୟ ହୋଇପାରିବେ ନାହିଁ। ସେମାନଙ୍କୁ ଶାସନକଳରୁ ତଡ଼ିବାଲାଗି ଓଡ଼ିଆମାନଙ୍କ ଭିତରେ ଏକତା ଆବଶ୍ଯକ। ନିଜର ସମ୍ମାନ ଓ ଭାଷାର ସମ୍ମାନ ସକାଶେ ଏହା ନିତାନ୍ତ ପ୍ରୟୋଜନ। ଆପଣ ଯଦି ମୋ ସହିତ ଏକମତ ତେବେ ଅନ୍ୟମାନଙ୍କୁ ଜଣେଇବା ପାଇଁ ପଦକ୍ଷେପ ନିଅନ୍ତୁ।
ସଜ୍ଞାଟି କେବଳ ବର୍ତ୍ତମାନ ରାଜନୀତି ପାଇଁ। ଇତିହାସ, ଅର୍ଥନୀତି, ବା ସଂସ୍କୃତି ପାଇଁ ନୁହେଁ।
ରାଜନୀତି ଆଜ୍ଞା!
ନିଜ ମତ ଦିଅନ୍ତୁ।
କାରଣ ସେମାନେ ଦୁଇ ଆଡକୁ ଟାଣି ହେବେ।
ହୋଇପାରିବ କିନ୍ତୁ ଖାଣ୍ଟି ଓଡ଼ିଆଙ୍କୁ ଛାଡି ସେପରି ଲୋକଙ୍କୁ ରାଜନୈତିକ ସମର୍ଥନ ନଦେଲେ ଭଲ।
ରାଜଧାନୀ ଭୁବନେଶ୍ୱରର ଜନପ୍ରତିନିଧି ଜଣେ ଅଣଓଡ଼ିଆ ହେବା ଓଡ଼ିଆମାନଙ୍କ ପାଇଁ ଘୋର ଲଜ୍ଜା ଓ ଅପମାନର ବିଷୟ। ଏପରି ଅନ୍ୟାୟପୂର୍ଣ୍ଣ ନିଷ୍ପତ୍ତି କେଉଁ ସାହାସରେ ନିଆଯାଇଛି? କାରଣ, ଓଡ଼ିଆମାନେ ପଙ୍ଗୁ ଓ ଯାହା କଲେବି ସେମାନେ ସବୁ ସହ୍ଯ କରିନେବେ। ପ୍ରତିବାଦ କରିପାରିବେ ନାହିଁ। କିନ୍ତୁ ପ୍ରତିବାଦ ହେବ। ପ୍ରତ୍ୟେକ ଓଡ଼ିଆ ଜାଗ୍ରତ ହେଲେ ହେବ।
କାହାକୁ ଟିକେଟ୍ ଦିଆଯିବ ତାହା ଭୋଟର୍ ମାନେ ବା ଦଳର ସଦସ୍ଯ ମାନେ ସ୍ଥିର କରନ୍ତି ନାହିଁ। ତେଣୁ ପ୍ରକ୍ରିୟାଟି ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ନୁହେଁ।
କିଏ ଜିତିଛି, କେମିତି ଜିତିଛି, ବା କାହାର ଜନପ୍ରିୟତା କେତେ, ସେଥିରେ ମୋର କିଛି ଯାଏ ଆସେ ନାହିଁ। ଅଣଓଡ଼ିଆ ମାନଙ୍କୁ ଶାସନରୁ ତଡିବା ପାଇଁ ଜନମତ ତିଆରି କରିବା ମୋର ଉଦ୍ଦେଶ୍ଯ। ନହେଲେ ସବୁ ସ୍ଥାନରେ ବାହାରର ସେଲିବ୍ରିଟି ମାନେ ଆସି ଜିତିବା କିଛି ଅସମ୍ଭବ ନୁହେଁ। ଏହା ଓଡ଼ିଆ ସ୍ୱାଭିମାନର ପ୍ରଶ୍ନ।
ଯାହାଙ୍କ ମାତୃଭାଷା ଓଡ଼ିଆ ନୁହେଁ ତାଙ୍କର ଓଡ଼ିଆ ସ୍ୱାଭିମାନର ଅଭାବ ହେବ। ସେହି ଅଣଓଡ଼ିଆ ମାନଙ୍କୁ ଶାସନତନ୍ତ୍ରରୁ ବାହାର କରିବା ପାଇଁ ମୋର ନିବେଦନ।
ନିଶ୍ଚୟ। ସେଇଥିପାଇଁ ତ ମୁଁ ସମର୍ଥନ ମାଗୁଛି।
ସେହି ସବୁ ଅନ୍ୟାୟ ବିରୁଦ୍ଧରେ ତ ପ୍ରତିବାଦ।
ଯାହାଙ୍କ ମାତୃଭାଷା ଓଡ଼ିଆ ନୁହେଁ ସେମାନଙ୍କ ହାତରେ ଓଡ଼ିଶା ଓ ଓଡ଼ିଆର ଭାଗ୍ଯଡୋରି ଟେକିଦେବା କେତେଦୂର ଯୁକ୍ତିଯୁକ୍ତ? ଏପରି ଭଦ୍ରଲୋକ ଡକାୟତମାନଙ୍କୁ ଓଡ଼ିଶାବାସୀ ଆଉ କେତେଦିନ ପ୍ରଶ୍ରୟ ଦେବେ? ଓଡ଼ିଆ ସ୍ୱାଭିମାନକୁ ନେଇ ଏକତା ଗଢ଼ିବା ଦ୍ବାରା ହିଁ ଏହି ସମସ୍ଯାର ସମାଧାନ ହେବ। ପରିବାରରେ ଅଣଓଡ଼ିଆ ଥିଲେ ଶାସନ ଗାଦି ଛାଡ଼ିବାପାଇଁ ପଡିବ।
ଓଡ଼ିଆ ଭାଷା ପ୍ରତି ଆକର୍ଷଣ ଓ ଆନୁଗତ୍ଯ ହିଁ ଓଡ଼ିଆ ସ୍ୱାଭିମାନର ଚାବିକାଠି। କିନ୍ତୁ ପରିବାରର କିଏ ଓଡ଼ିଶା ବାହାରେ ରହିଲେ ବା ବିବାହ ସୂତ୍ରରେ ଅଣଓଡ଼ିଆ କେହି ଘରେ ପଶିଲେ, ସ୍ୱାଭିମାନ ମାନ୍ଦା ପଡିଯାଏ। ଏ ସବୁ ବ୍ଯାଘାତ ସତ୍ତ୍ବେ ଭାଷାରକ୍ଷା ଓ ଓଡ଼ିଆଙ୍କୁ ସମ୍ମାନ ପ୍ରଦାନ ଦିଗରେ କାର୍ଯ୍ୟ କରିବା ପାଇଁ ପଡିବ। ସମସ୍ତଙ୍କ ସହଯୋଗ କାମ୍ୟ।
କେତେଜଣ ଅଣଓଡ଼ିଆ ଓଡ଼ିଶା ଆସି ସମ୍ମାନିତ ହୋଇଛନ୍ତି ଓ କେତେଜଣ ଓଡ଼ିଆ ଅନ୍ୟ ରାଜ୍ଯକୁ ଯାଇ ସମ୍ମାନ ପାଇଛନ୍ତି ତାର ଏକ ତୁଳନାତ୍ମକ ତାଲିକା ପ୍ରକାଶିତ ହେଲେ ଭଲହୁଅନ୍ତା। ଯେଉଁ ସଂସ୍ଥାମାନେ ଏପରି କରୁଛନ୍ତି, ସେମାନେ ଆତ୍ମସମୀକ୍ଷା କରିବା ଉଚିତ୍। ପରିସ୍ଥିତି ଯାହା ହୋଇଛି ସେଥିରେ ଓଡ଼ିଆ ପାଇଁ ବିଶେଷ ଚେ଼ଷ୍ଟା ନହେଲେ ଭାଷା ଭାସିଯାଇପାରେ।
Replying to
ନୂଆବୋଉ ଗୋଟିଏ ପ୍ରସିଦ୍ଧ ବଙ୍ଗଳା ଛବିର ଛାୟାରେ ନିର୍ମିତ ହୋଇଥିଲା। ଅପ୍ରେଲ୍ ୯ ନା ମାର୍ଚ୍ଚ୍ ୯?
ଲେଖାହେଇଚି ନୂଆବୋଉ କିନ୍ତୁ ଫଟଟି ବୋଧେ ମାଟିର ମଣିଷର। ହଁ, ବଙ୍ଗଳା ଛବିଟିର ନାମ ରାମେର୍ ସୁମତି (ଶରତଚନ୍ଦ୍ରଙ୍କ ଗଳ୍ପ)।
ସାହିତ୍ୟସଭା ଓ ସାସ୍କୃତିକ ଉତ୍ସବ ତ ଅନେକ ହେଉଛି କିନ୍ତୁ ମଞ୍ଚଉପରେ ଅଣଓଡ଼ିଆ କେହି ପଦାର୍ପଣ ନକଲେ ପରିବେଶ ପାଣିଚିଆ ହୋଇଯାଏ। ଅଣଓଡ଼ିଆଙ୍କୁ ଆୱାର୍ଡ଼ ଦେଇ ଓଡ଼ିଆ ଭିଆଇପି କୃତ୍ୟ କୃତ୍ୟ ହୋଇଯାଆନ୍ତି। ଫଟୋଗ୍ରାଫରମାନେ ଅଣନିଶ୍ୱାସୀହୋଇ ଦୌଡ଼ାଦୌଡ଼ି କରିବା ଆରମ୍ଭ କରିଦିଅନ୍ତି। ତାଙ୍କସହ ହିନ୍ଦୀରେ କଥାବାର୍ତ୍ତା କରିବାକୁ ପ୍ରତିଯୋଗିତା।
ଓଡ଼ିଶାରେ ଆଜି ଓଡ଼ିଆ ସ୍ୱାଭିମାନର ସବୁଠାରୁ ଶ୍ରେଷ୍ଠ ପ୍ରତୀକ କିଏ? ସବୁ ବଡ଼ ବଡ଼ ଲୋକ ତ ଅଣଓଡ଼ିଆଙ୍କ ଗୋଲାମଗିରି କରିଛନ୍ତି ଓ କରୁଛନ୍ତି। କାହାରିକି ଲାଜସରମ ନାହିଁ। ଏଭଳି ଜଗତେ କେବଳ ପରିସ୍ଥିତି ସୃଷ୍ଟି ହେଲା କେମିତି? ପାଠପଢୁଆ ଲୋକମାନେ କ'ଣ ନିଜର ବୁଦ୍ଧିବିବେକକୁ ବିକିଦେଲେ? ଫୁଲ ଓ ପକ୍ଷୀଙ୍କ ଫଟରେ ଖାଲି କ'ଣ ଜାତିର ଗର୍ବ ବଢିବ?
ଓଡ଼ିଶା ଆଜି ପରାଧୀନ। ଓଡ଼ିଆମାନେ ଓଡ଼ିଶାକୁ ଶାସନ କରିବେ, ଏପରି ଭାଗ୍ଯ ହେଲାନାହିଁ। ଓଡ଼ିଆମାନେ ଅନ୍ୟର ଚାକରହୋଇ ରହିଲେ। ଓଡ଼ିଆଭାଷା ମଧ୍ଯ ଚାକର ସ୍ତରରେ ରହିଲା। ଅଣଓଡ଼ିଆମାନେ ସମସ୍ତ ନୀତିନିର୍ଦ୍ଧାରଣର ବ୍ଯବସ୍ଥାକୁ କବ୍ଜା କରି ରଖିଛନ୍ତି। ଓଡ଼ିଆମାନେ ଗୋତି ଖଟୁଛନ୍ତି। ପର୍ବପର୍ବାଣି ପାଳନ କରିବାରେ ମନାନାହିଁ କିନ୍ତୁ ସମ୍ମାନ କାଇଁ?
କିଏ ଓଡ଼ିଆ ଭାଷା ସପକ୍ଷରେ ଓ କିଏ ବିପକ୍ଷରେ ତାହା ପରିଷ୍କାର ହୋଇଯିବା ଦରକାର। ଯୋଉ ଅଣଓଡ଼ିଆମାନେ ଧର୍ମ ଆଳରେ ଓଡ଼ିଆମାନଙ୍କୁ ଭୂଆଁବୁଲେଇବାର ଚକ୍ରାନ୍ତ ରଚିଛନ୍ତି ସେମାନଙ୍କର ମୂଳୋତ୍ପାଟନ କରିବାକୁ ପଡିବ। ବର୍ତ୍ତମାନ ବ୍ଯବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ନହେଲେ ସେମାନଙ୍କର ଚକ୍ରବ୍ୟୁହ ଧ୍ବସ୍ତକରିବା ଅସମ୍ଭବ। ନହେଲେ ଖାଲି ଛେନାପୋଡ଼!
ରାଜ୍ୟମାନଙ୍କୁ ସାର୍ବଭୌମତ୍ୱ ପ୍ରଦାନ କରିବା ପାଇଁ ବହୁ ଯୁକ୍ତି ମୁଁ ବାଢ଼ିଛି। ପଢ଼ିବେ ବୋଲି ଆଶା।
ଖାରବେଳଙ୍କ ଉପରେ ରଚନା କିମ୍ବା ପଖାଳକୁ ନେଇ କବିତା ଲେଖିବାର ସମୟ ଏ ନୁହେଁ। ସରକାରୀ କର୍ମଚାରୀମାନଙ୍କ ପରି ବୁଦ୍ଧିଜୀବୀବୃନ୍ଦଙ୍କ ପରାମର୍ଶ ମଧ୍ଯ ବୃଥା। ଯେଉଁ ଓଡ଼ିଆମାନଙ୍କର ସ୍ୱାଧୀନ ଭାବେ ଚିନ୍ତା କରିବାର କ୍ଷମତା ରହିଛି, ସେହିମାନେ ହିଁ ଏ ଦିଗରେ ପଦକ୍ଷେପ ନେଇପାରିବେ। ଓଡ଼ିଆକୁ ରକ୍ଷା କରିବାର ଦାୟିତ୍ବ ସାମୂହିକ ଭାବେ ସମସ୍ତଙ୍କର।
ଓଡ଼ିଶା ଏକ ସାର୍ବଭୌମ ଦେଶରେ ପରିଣତ ନ ହେବା ପର୍ଯ୍ୟନ୍ତ ଅଣଓଡ଼ିଆମାନଙ୍କ ବର୍ଚ୍ଚସ୍ୱ ବଜାୟ ରହିବ। ଓଡ଼ିଆ ଭାଷା ନିଜର କର୍ତ୍ତୁତ୍ୱ ବିସ୍ତାର କରି ପାରିବ ନାହିଁ। ଭାଷା ଭିତ୍ତିରେ ଜନ୍ମ ନେଇଥିବା ରାଜ୍ଯ ଆଜି ଯେପରି ଏକ ଖୋଲାମେଲା ଧର୍ମଶାଳାରେ ପରିଣତ ହୋଇଛି ଓ ନୂଆ ନୂଆ ଭାଷା ବିବାଦ ଉପୁଜୁଛି ତାକୁ ସମାଧାନ କରିବାର ରାସ୍ତା ମାତ୍ର ଗୋଟିଏ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଇଁ ଆନ୍ଦୋଳନ ଚାଲିଥିବା ସମୟରେ କାହାର ଯେ କିଛି ସ୍ୱାର୍ଥ ନଥିଲା ଏକଥା କହିଲେ ଭୁଲ୍ ହେବ। ଯେଉଁମାନେ ପ୍ରକୃତରେ ତ୍ଯାଗ ସ୍ୱୀକାର କରିଥିଲେ ସେମାନଙ୍କ ନାମ ହୁଏତ ଆଜି କେହି ଜାଣେ ନାହିଁ। ସ୍ୱାଧୀନ ଓଡ଼ିଶା ଦେଶ ଗଠନ ବର୍ତ୍ତମାନ ସେହିଭଳି ଏକ ବଡ ସୁଯୋଗ। ଯେଉଁମାନେ ଏଥିରେ ସହଯୋଗ କରିବେ ସେମାନେ ଲାଭବାନ ହେବେ।
ଶହେବର୍ଷ ପୂର୍ବେ ବଙ୍ଗଳା ବିରୁଦ୍ଧରେ ଲଢିବାକୁ ପଡିଥିଲା; ଏବେ ହିନ୍ଦୀ ବିରୁଦ୍ଧରେ ସଙ୍ଗ୍ରାମ। ଓଡ଼ିଆକୁ ଅଣଓଡ଼ିଆଙ୍କ ଚକ୍ରାନ୍ତରୁ ରକ୍ଷା କରିବାକୁ ପଡିବ। ଅଣଓଡ଼ିଆଙ୍କୁ ଶାସନତନ୍ତ୍ରରୁ ବହିଷ୍କାର କରିବା ପାଇଁ ପଡିବ। ମୋତେ ସମର୍ଥନ ଜ୍ଞାପନକରି ନିଜର ଓଡ଼ିଆପ୍ରେମକୁ ସାବ୍ଯସ୍ତ କରନ୍ତୁ। ପ୍ରତ୍ୟେକ ଓଡ଼ିଆ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।
ଅଧାଓଡ଼ିଆ ଓ ଅଣଓଡ଼ିଆମାନଙ୍କ କବଳରୁ ଓଡ଼ିଶାକୁ ଉଦ୍ଧାର କରିବା ନିମନ୍ତେ ବଦ୍ଧପରିକର ହେବାକୁ ପଡିବ। ଓଡ଼ିଆମାନେ ଏକାଠି ହେଲେ ଏହି ଯୁଦ୍ଧ କଠିନ ହେବ ନାହିଁ। ବିଶ୍ବର ସବୁକୋଣରେ ଥିବା ଓଡ଼ିଆମାନଙ୍କୁ ମୋତେ ଏ ମହାନ୍ କାର୍ଯ୍ୟରେ ସମର୍ଥନ ପ୍ରଦାନ କରିବା ପାଇଁ ମୁଁ ଆହ୍ବାନ କରୁଛି। ଏହି ସ୍ୱମିଦିଆ ମାଧ୍ୟମରେ ବହୁତ କିଛି ହାସଲ୍ କରାଯାଇପାରେ।
ସ୍ୱମିଦିଆ ନିଜର ମତାମତ ପ୍ରକାଶ କରିବା ପାଇଁ ସୁଯୋଗ ଦେଲା କିନ୍ତୁ ତା ମାନେ ନୁହେଁ ଯେ ସମସ୍ତେ ନେତୃତ୍ବ ଦେଇପାରିବେ। ଜଣେ ସ୍ୱାଭିମାନୀ ଓଡ଼ିଆ ଲୋକଙ୍କୁ ନେତା ବୋଲି ନ ମାନି ଅଣଓଡ଼ିଆ ମାନଙ୍କୁ ଯୁଗପୁରୁଷ ରୂପେ ପୂଜା କରିବା ଲାଗି ବ୍ଯାକୁଳତା କାହିଁକି? ଗାଁ କନିଆଁ ଓ ଦୂର ପାହାଡ଼ ମଧ୍ଯରେ ଏହି ଅଯଥା ପାର୍ଥକ୍ଯ ଏକ ଭୁଲ୍ ବୁଝାମଣା ମାତ୍ର।
ଓଡ଼ିଆ ତ ସମସ୍ତେ କହୁଛନ୍ତି ଏବଂ ସାହିତ୍ୟ ତ ବହୁ ଲୋକ ଲେଖୁଛନ୍ତି। କିନ୍ତୁ ଓଡ଼ିଆ ସ୍ୱାଭିମାନ ଏ ପର୍ଯ୍ୟନ୍ତ ତାର ଓଜନ ମୁତାବକ ପ୍ରାପ୍ଯ ପାଇପାରିଲାନାହିଁ। ଅଣଓଡ଼ିଆ ମାନଙ୍କ ଦାସତ୍ବ କରିବା ଆମର ଭାଗ୍ଯ ବୋଲି ଧରି ନିଆଯାଇଛି। ବରଂ ଏହା ପରମ ସୌଭାଗ୍ଯର ବିଷୟ ବୋଲି ଡିଣ୍ଡିମ ପିଟା ହେଉଛି। ଏପରି ହୀନମନ୍ୟତାର ଯୁଗ ବୋଧେ କେବେବି ଆସିନଥିଲା।
ଟିଭିରେ ଦୁଇଦଳ ବାଡ଼ିଆପିଟା ହେଉଥିବାର ଦେଖି ଦେଖି ଲୋକେ ଏମିତି ଅଭ୍ଯସ୍ତ ହୋଇ ଯାଇଛନ୍ତି ଯେ ନୂଆକଥା କିଛିକୁ ହଠାତ୍ ଗ୍ରହଣ କରିବା ବା ସମର୍ଥନ ଦେବା କଷ୍ଟ। ତଥାପି ଯୋଉ ଭାଷାକୁ ନେଇ ଶହେବର୍ଷ ତଳେ ଆନ୍ଦୋଳନ ଚାଲିଥିଲା ତା ଭିତରେ ଯଥେଷ୍ଟ ବାରୁଦ ଏବେବି ସଞ୍ଚିତ ହୋଇ ରହିଛି ବୋଲି ମୋର ବିଶ୍ବାସ। ଏକମତ ହେବା ସକାଶେ ୟା ଠାରୁ ଭଲ ଅଠା ଆଉ ନାହିଁ।
ସିନେମା, ସାହିତ୍ୟ, ତଥା ଧାର୍ମିକ ଆଚାର ବିଚ଼ାର ସବୁ ସ୍ଥାନରେ ପଲିଟିକାଲି କରେକ୍ଟ ହୋଇନଥିବା ଯୋଗୁ ସମସ୍ତଙ୍କ ସମର୍ଥନ ଲାଭ କରି ପାରିନଥାନ୍ତି। ପ୍ରାଚୀନ ସଙ୍ଗୀତ ସବୁ ଯେତେ କଳାତ୍ମକ ହେଲେ ମଧ୍ଯ ଆଧୁନିକ ଚିନ୍ତାଧାରା ସହ ପାଦ ମିଳେଇ ପାରିବ ନାହିଁ। ତେଣୁ କେବଳ ପୁରୁଣା ଉପରେ ଭରସା ନକରି ଓଡ଼ିଆ ଭାଷା କିଭଳି ଦୃଢ ହେବ ସେଇଟା ଚାଲେଞ୍ଜ୍।
ପାଇକ ବିଦ୍ରୋହ ନୃତ୍ୟନାଟିକା ଉପଭୋଗ୍ୟ କିନ୍ତୁ ଇଂରେଜମାନେ ଯେ ଓଡ଼ିଶାର ସ୍ୱାଧୀନତା ଅପହରଣ କରିନେଇଥିଲେ ଯାହା ଏପର୍ଯ୍ୟନ୍ତ ଆମେ ଫେରିପାଇନାହୁଁ ସେ ସମ୍ବନ୍ଧରେ କେହି ଚିନ୍ତିତ ନୁହଁନ୍ତି। ଅଣଓଡ଼ିଆ ମାନଙ୍କର ପଦସେବା କରି କରି ନିଜର ଅସ୍ତିତ୍ବ ଭୂଲିଯିବା କିଛି ବିଚିତ୍ର କଥା ନୁହେଁ। ଖାଲି ଶୁଆପରି ବୋବେଇବା ଛଡା ନିଜତ୍ୱ ଆଉ କିଛି ନାହିଁ।
ଅଶିକ୍ଷିତ ଓ ଅଳ୍ପଶିକ୍ଷିତ ଲୋକଙ୍କ ଯୋଗୁ ଓଡ଼ିଆ ବଞ୍ଚିକରି ରହିଛି। ସେମାନେ ଖାଣ୍ଟି ଓଡ଼ିଆ କୁହନ୍ତି। ସେହି ଭାଷା ଓ ଉଚ୍ଚାରଣର ନଥିକରଣ ଦରକାର। ଆମର କଳାଧଳା ସିନେମା ଗୁଡିକ କିଛି ପରିମାଣରେ ଏହା ସାଧିତ କରିଛନ୍ତି। କିନ୍ତୁ ବର୍ତ୍ତମାନର ପରିବର୍ତ୍ତନକୁ ଶୁଦ୍ଧ ଓଡ଼ିଆରେ ସାଇତିବା ପାଇଁ ବିଶେଷ ପ୍ରୟାସ ଆବଶ୍ଯକ। ୟୁଟ୍ୟୁବ୍ ଏକ ଭଲ ଅମାରଘର।
ଓଡ଼ିଆ ଭାଷାକୁ ନେଇ ସ୍ୱାଭିମାନ ସ୍ୱାଧୀନ ହେବ। ଅନ୍ୟ କୌଣସି ବିଷୟ ବା ବ୍ଯକ୍ତି ଉପରେ ନିର୍ଭରଶୀଳ ହେବନାହିଁ। ୟାଦ୍ବାରା ବ୍ଯକ୍ତିସ୍ୱାଧୀନତା ଉପରେ ହୁଏତ କିଛିମାତ୍ରାରେ ଆଞ୍ଚ୍ ଆସିପାରେ କିନ୍ତୁ ତାହା ଗୌଣ। ଅନ୍ୟ ସମସ୍ତ ଆଦର୍ଶ ଭାଷାରଞ୍ଜା ଉପରେ ହିଁ ମାଡ଼ିବେ। ଯେଉଁମାନେ ଲୋକଙ୍କୁ ଭୂଲେଇ ଭୁଲବାଟରେ ନେଉଛନ୍ତି ସେମାନଙ୍କ ପ୍ରତି ସାବଧାନ।
ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁ ପ୍ରଗତି ହୋଇଛି। ସିନେମାରେ ମଧ୍ଯ ଅସମ୍ଭବ ଧରଣର ପରିବର୍ତ୍ତନ ଆସିଛି। ଯାହାକୁ ଆଜି ନିମ୍ନମାନର ବୋଲି ସମାଲୋଚ଼ନା କରାଯାଉଛି, କିଛିବର୍ଷ ପରେ ତାହା କ୍ଲାସିକ୍ ଭାବରେ ପରିଗଣିତ ହେବ। ଦୁଇଘଣ୍ଟାର ମନୋରଞ୍ଜନରୁ ବହୁତ ବେଶୀ ଆଶା କରିବା ଭୂଲ। କଳା ତ କଳା। ପଇସା ଅସୁଲ୍ ମାପକାଠି ବା ମାର୍କ୍ସବାଦୀ ଲେନ୍ସ ଅଯଥା।
ଠିକ୍ ମନେନାହିଁ ତେବେ ଫୁଲ ଚନ୍ଦନ କିମ୍ବା ତା ପାଖାପାଖି କିଛି ମେ ୧୯୮୮ ପୂର୍ବରୁ ନିମାପଡ଼ାରେ। ମାନିନୀକୁ ପ୍ରଂଶସା କରି ଲେଖିଥିବା ପତ୍ର ସମ୍ବାଦରେ ବାହାରିଥିଲା।
ଓଡ଼ିଶା କାଲିକି ଯେବେ ଏକ ସାର୍ବଭୌମ ଦେଶ ହେବ, ରାଷ୍ଟ୍ରପତି ବଦଳରେ ଦେଶମୂଖ୍ୟ ଶବ୍ଦଟି ବେଶୀ ଉପଯୋଗୀ ହୋଇପାରେ। ବର୍ତ୍ତମାନ ଆଞ୍ଚଳିକ ଭାଷାକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି, ତା ବଦଳରେ ଓଡ଼ିଶାକୁ ଏକ ସ୍ବାଧୀନ ଦେଶରେ ପରିଣତ କରିବା ପାଇଁ ଏକବଦ୍ଧ ହେବାର ଆବଶ୍ଯକତା ଅଧିକ। କେବଳ ମୂଳ ଭାଷା ଭିତ୍ତିରେ ହିଁ ଏପରି ଏକ ଜନଆନ୍ଦୋଳନ ସମ୍ଭବ।
ମୋ ଜୀବନର ପ୍ରଥମ ୩୩ ଵର୍ଷ ଓଡ଼ିଶାରେ ଓ ପର ୩୩ ଦିଲ୍ଲୀରେ। ୧୯୮୮ ପରଠାରୁ ଓଡ଼ିଆ ସହିତ ବିଶେଷ ସମ୍ପର୍କ ନାହିଁ। ତଥାପି ମାତୃଭାଷାର ଏକ ନୀବିଡ ବନ୍ଧନ ରହିଛି। ବିଶେଷ କରି ଭାଷାର ଦୁରାବସ୍ଥା ଓ ସାମୂହିକ ଅବହେଳା ଦେଖି ମୁଁ ମର୍ମାହତ। ଓଡ଼ିଆ ସ୍ୱାଭିମାନକୁ ଉନ୍ନତି ଏବଂ ଧର୍ମ ସମ୍ବନ୍ଧୀୟ ସମସ୍ୟାରୁ ଅଲଗା ରଖିବା ଆବଶ୍ଯକ ବୋଲି ମୋର ଦୃଢ ମତ।
ପ୍ରମୁଖ ଜାଗାରେ ମୁଖ୍ଯ ବା ପ୍ରଧାନ ବୋଲି ଲେଖିଲେ ଖାଣ୍ଟି ଓଡ଼ିଆର ବାସ୍ନା ଆସିବ। ଓଡ଼ିଆ ପ୍ରେମ ରହିଛି କିନ୍ତୁ ଅନ୍ୟ ଭାଷାରେ ପ୍ରଚଳିତ ଶବ୍ଦ ସବୁକୁ ଦୂରରେ ରଖିବାକୁ ପଡିବ। କଥା କହିଲା ବେଳେ ସ୍ୱତଃସ୍ଫୂର୍ତ୍ତ ଭାବରେ ଭାଷାର ସ୍ଖଳନ ଘଟିଥାଏ; ଭାବର ମଧ୍ଯ ବିଚ୍ଯୁତି ହୋଇଥାଏ। ତେଣୁ, ଲେଖିଲା ବେଳେ, ଅନ୍ତତଃ, ସଚେତନ ହେବା ନିତାନ୍ତ ଜରୁରୀ।
ନିର୍ମଳ ସରକାର ଶୀର୍ଷକ ଛଦ୍ମନାମରେ ମୋର ଅନେକ ପତ୍ର ସମ୍ବାଦରେ ପ୍ରକାଶିତ ହୋଇଥିଲା (୧୯୮୫-୮୮)।
ବହୁ ଆବେଗ ଓ ଆତ୍ମୀୟତା ସହ ସଂଗ୍ରହ କରିଥିବା ସେ ସମୟର ସିନେମା ଗୀତ ବହି ସବୁ । କେତେଗୁଡ଼ିଏ ହଜି ବି ଯାଇଛି ଯେମିତି ନବଜନ୍ମ ଓ କା । #ଓଡ଼ିଆସିନେମା
୧୯୬୦ ମସିହାରେ ମୋର ପ୍ରଥମ ଓଡ଼ିଆ କଥାଚିତ୍ର ଶ୍ରୀଲୋକନାଥ ଦେଖିଲା ବେଳେ ଆକାଶରେ ଯେଉଁ ନୂଆ ରଙ୍ଗ ଲାଗିଥିଲା ତା ଏବେ ଯାଏ ବି ଛାଡିନାହିଁ । ସେ ଗୀତ ସବୁର ସୁରଭି ଏବେବି ଆନନ୍ଦ ମଧୁର ।
ସମ୍ବାଦ ପ୍ରଥମେ ପ୍ରକାଶିତ ହେବାପରେ ଓଡ଼ିଆ ଭାଷା କ୍ଷେତ୍ରରେ ଏକ ବିପ୍ଳବ ଆସିଥିଲା। କିନ୍ତୁ ତାଙ୍କ ଟିଭିର ଅବଦାନ କେତେ ମୋର ଧାରଣା ନାହିଁ। ବ୍ଯବସାୟ ନିଶ୍ଚିତଭାବେ ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖିବ କିନ୍ତୁ ଯେତେବେଳେ ମାତୃଭାଷା ରକ୍ଷାର ପ୍ରଶ୍ନ ଉଠୁଅଛି, ସେଠି ମନୋରଞ୍ଜନ ଆଳରେ ଆଉ ବାରମିଶା ମଞ୍ଜି ବୁଣିବାର ସ୍ୱାଧୀନତା ରହିବ ନାହିଁ।
ଓଡ଼ିଆକୁ ଅବଜ୍ଞା କରିବାର ସ୍ୱେଚ୍ଛାଚାରିତା ଚରମ ସୀମାରେ ପହଞ୍ଚିଛି। କାରଣ, ଭାଷାର ମାନ ଓ ସମ୍ମାନ ରକ୍ଷା କରିବାର ନିୟନ୍ତ୍ରଣକାରୀ କେହି ନାହାନ୍ତି। ଜଣେ ଅଧେ ଯେଉଁ ସମାଲୋଚକ ନାସିକା କୁଞ୍ଚନ କରନ୍ତି ତାଙ୍କୁ ପଚାରେ କିଏ? ଏପରି ଅବ୍ୟବସ୍ଥାକୁ ବଦଳାଇବାକୁ ହେବ। ଓଡ଼ିଆପ୍ରେମୀମାନେ ଏକମତ ହେଲେ ଏ ଦିଗରେ ଆବଶ୍ଯକୀୟ ପଦକ୍ଷେପ ନିଆଯାଇପାରିବ।
ପର୍ତ୍ତୁଗୀଜ ମୂଳରୁ ଆସିଥିବା ଓଡ଼ିଆ ଶବ୍ଦର ଏକ ତାଲିକା
ଓଡ଼ିଶାରେ ବାସ କରିବାର ମୂଳ ସର୍ତ୍ତ ହେଲା ଓଡ଼ିଆ ଭାଷା ପ୍ରତି ଶ୍ରଦ୍ଧା, ସମ୍ମାନ, ଓ ଆନୁଗତ୍ଯ। ଏଥିରେ କୌଣସି ରିହାତି ନାହିଁ କିମ୍ବା ଆଦୌ ସାଲିସ୍ ନାହିଁ। ଅନ୍ୟ ଭାଷାମାନଙ୍କୁ ଓପାଡି ଫିଙ୍ଗି ଦେବାରେ ମୋଟେ ବିଳମ୍ବ କରିବା ଉଚିତ୍ ନୁହେଁ। ସବୁ ଭାଷାର ଗୀତ ବାଜିବ ଅଥଚ ପୁରୁଣା ଓଡ଼ିଆ ଗୀତଟିଏ ଶୁଣିବାକୁ ମିଳିବ ନାହିଁ, ଏଇଟା କୋଉ ନ୍ଯାୟ?
ଭାରତୀୟ ସମ୍ବିଧାନ ଜନ୍ମ ନେବା ପୂର୍ବରୁ ଓଡ଼ିଶା ରାଜ୍ଯର ଗଠନ ହୋଇଥିଲା ଭାଷା ଭିତ୍ତିରେ। କିନ୍ତୁ ଏ ପର୍ଯ୍ୟନ୍ତ ଓଡ଼ିଆର ସୁରକ୍ଷା ଲାଗି ଆବଶ୍ଯକୀୟ ସମସ୍ତ ପଦକ୍ଷେପ ନିଆ ଯାଇନାହିଁ। ଦୋଷୀ କିଏ ଚିହ୍ନଟ କରି ଉପଯୁକ୍ତ ଶାସ୍ତି ବିଧାନ ହେବା ଦରକାର। ଇଟା ପଥର ଭାଙ୍ଗିବା ଅପେକ୍ଷା ଭାଷାର ମୂଳଦୁଆକୁ ନଷ୍ଟ କରିବା ନିଶ୍ଚିତ ଭାବେ ବେଶୀ ଦୋଷାବହ।
ଓଡ଼ିଆ ଭାଷାକୁ ନେଇ ହିଁ ଓଡ଼ିଆ ପଣିଆ। ଆଉ ସବୁ କଥା ଅଧିକାସାର, ପାଣିରଗାର। ଭାଷା ହିଁ ସୀମାରେଖା ଦେଇଛି, ସ୍ବାଭିମାନ ବି ଦେଇଛି; ସମାସ୍କନ୍ଧ ହେବାର ସ୍ପର୍ଦ୍ଧା ପ୍ରଦାନ କରିଛି। ଉନ୍ନତି ଓ ପ୍ରଗତି ଭିନ୍ନ କଥା, ଅର୍ଥନୀତିର ବିଷୟ। ତେଣୁ ମୂଳ ଜିନିଷକୁ ଠିକ୍ ଭାବେ ବୁଝିବାକୁ ହେବ। ନହେଲେ ଭାବପ୍ରବଣତାରେ ଭାସିଗଲେ ବିଚାର ବିଭ୍ରାଟ ଘଟିବ।
ଲୋକଙ୍କୁ ଏକାଠି କରି କୌଣସି ପ୍ରକାର ସାଙ୍ଗଠନିକ କାର୍ଯ୍ୟ କରିବାର ବିଶେଷ ଅଭିଜ୍ଞତା ମୋର ଅବଶ୍ଯ ନାହିଁ କିନ୍ତୁ ନେତୃତ୍ୱ ଦେବା ନିମନ୍ତେ ଯେଉଁ ଜ୍ଞାନ ତଥା ସମ୍ବେଦନଶୀଳତା ଦରକାର୍ ତାହା ମୁଁ ବୟସ କ୍ରମେ ଉପାର୍ଜନ କରିପାରିଛି ବୋଲି କହିବି। ଯଦି ତାହା ଓଡ଼ିଆ ଭାଷାର ସ୍ୱାସ୍ଥ୍ୟ ଏବଂ ସ୍ୱାର୍ଥ ପାଇଁ କାମରେ ଲାଗି ପାରିଲା ତେବେ ଖୁସିର କଥା।
ଧର୍ମକୈନ୍ଦ୍ରିକ ସମସ୍ୟାକୁ ନେଇ ଯେପରି ତତ୍ପରତା ଦେଖିବାକୁ ମିଳୁଛି ଭାଷାପ୍ରତି ସେପରି ପ୍ରୀତି ନାହିଁ। ଏଥିପାଇଁ ବ୍ଯକ୍ତିକି ଦୋଷ ଦେଇହେବ ନାହିଁ। ଦଳର ବର୍ଚ୍ଚସ୍ୱ ବ୍ଯକ୍ତିର ଚିନ୍ତାଶକ୍ତିକୁ ଖର୍ବ କରି ଦେଉଛି। ତାଛଡା ପବ୍ଲିକ୍ ଡିମାଣ୍ଡ୍ ନାଆଁରେ ପ୍ରମିଦିଆ ଯାହା ପରଷିଲା ତାକୁ ପ୍ରସାଦ ପରି ସମସ୍ତେ ବିନା ପ୍ରତିବାଦରେ ସେବନ କରୁଛନ୍ତି।
ଯେଉଁ କଳାପାହାଡ଼ମାନେ ଜାଣିଶୁଣି ଓଡ଼ିଆ ଭାଷାକୁ ବିକୃତ କରୁଛନ୍ତି ସେମାନେ ନିଶ୍ଚିତଭାବେ ଦଣ୍ତର ପାତ୍ର। ସ୍ୱାଧୀନତା ରହୁ କିନ୍ତୁ ସ୍ୱାଭିମାନ ବଳି ନପଡୁ। କେବଳ ଅନୁବାଦ କରି ହିଁ ଯେ ବାକ୍ଯସୃଷ୍ଟି କରିହେବ, ଏପରି ଅଭ୍ୟାସ ଛାଡିବା ଉଚିତ୍। ପ୍ରମିଦିଆର ପ୍ରଚାରତନ୍ତ୍ର ନକଲ କରିବାର ଯେଉଁ ଏକ ଢ଼େଉ ସୃଷ୍ଟି କରିଛି ତାହା ସର୍ବାଦୌ ତ୍ୟାଜ୍ୟ।
କୌଣସି ଦଳର ଜଣେ ଜଣାଶୁଣା ସମର୍ଥକ ଯଦି ଓଡ଼ିଆ ସ୍ୱାର୍ଥରକ୍ଷାକୁ ଭିତ୍ତିକରି କିଛି କୁହନ୍ତି ତାହେଲେ ତାହା ସମ୍ପୂର୍ଣ୍ଣ ବିଶ୍ବସନୀୟ ହୁଏନାହିଁ। କାରଣ ଦଳର କର୍ମୀ ହିସାବରେ ଶୁଆପରି ଘୋଷାପାଠ ରାବିବା ତ ସ୍ୱାଭାବିକ କଥା। ଓଡ଼ିଆ ବା ଓଡ଼ିଶା ପାଇଁ ଚିନ୍ତା କରିବା ସକାଶେ ଓଡ଼ିଆ ଭଳି ମୌଳିକ ମନୋଭାବ ଦରକାର। ନହେଲେ ମାଗି ଆଣିବା ତିଅଣ ସୋଡକାଏ
ଗୋଟିଏ ତେଣ୍ଡାର ନାମ ଓଡ଼ିଆ ଜଗତ ଯାହା ମନରେ ଆଶ୍ୱାସନା ଭରିଦିଏ କିନ୍ତୁ ଦେଖିଲା ବେଳକୁ ସମ୍ପୂର୍ଣ୍ଣ ଧର୍ମ ସମ୍ବନ୍ଧୀୟ। ଭାଷା, ସାହିତ୍ୟ, ଓ ସଂସ୍କୃତି ନାଁରେ ଦଳୀୟ ପ୍ରଚାର ବେଶୀ ଅଥଚ ଯଥାର୍ଥ ଓଡ଼ିଆ ସେବା କମ୍। ଖାଲି ମୃତ ଲୋକଙ୍କ ସ୍ମରଣ ଯଥେଷ୍ଟ ନୁହେଁ। ଓଡ଼ିଆର ମୌଳିକତ୍ୱ କିପରି ସଂରକ୍ଷଣ କରାଯାଇ ପାରିବ ତାହା ପ୍ରତ୍ୟେକଙ୍କ ଦାୟିତ୍ୱ
ଆମ ପିଲାବେଳେ ରାଷ୍ଟ୍ରୀୟ, ପ୍ରାନ୍ତୀୟ, ବା ଅସ୍ମିତା ଆଦି ଶବ୍ଦ ବ୍ଯବହାର ହେଉନଥିଲା। ତେବେ ବର୍ତ୍ତମାନ ଏଭଳି ପ୍ରୀତି କାହିଁକି? ନିଜସ୍ବ ଶବ୍ଦ ପ୍ରତି ଅସୂୟା ଭାବ କେଉଁଥିପାଇଁ? ତେଲୁଗୁ ଶବ୍ଦଗୁଡିକ ପାଇଁ ବିଶେଷ ସୁଯୋଗ ନାହିଁ କିନ୍ତୁ ଗଲାବର୍ଷ ଗୋପାଳପୁରରେ ଅବକାଶ କଟାଇବା ଅବସରରେ ପ୍ରାୟ ସମସ୍ତଙ୍କୁ ତେଲୁଗୁ ଭାଷା ଜାଣିଥିବାର ଦେଖିଲି।
ଓଡ଼ିଆର ପରିସର ସୀମିତ ଏବଂ ଅପଭ୍ରଂଶ ହେବାର ବିପଦ ବିପୁଳ। ସତର୍କତା ନ ରହିଲେ ଏକ କିମ୍ଭୂତ କିମାକାର ଅବତାର ସୃଷ୍ଟି ହେବ। ଭାଷାର ବିବର୍ତ୍ତନକୁ ରୋକି ହେବନାହିଁ କିନ୍ତୁ ଏ ସମ୍ବନ୍ଧରେ ପର୍ଯ୍ୟାପ୍ତ ସଚେତନତା ଓ କ୍ରିୟାଶୀଳତାର ଆବଶ୍ଯକତା ରହିଛି। ଦି' ପଦ ଓଡ଼ିଆରେ ଲେଖିବା ତ ମୂଳ ନିଶ୍ଚୟ। ତା ସହିତ ସୁସ୍ଥ ମାନସିକତା ପ୍ରସାର ଲକ୍ଷ୍ଯ ହେଉ।
ଜୀବନ ଓ ବିକାଶ ଏକାସାଙ୍ଗରେ ଚାଲନ୍ତି କିମ୍ବା ସମସ୍ତେ ସେପରି ଆଶା କରନ୍ତି କିନ୍ତୁ ଭାଷା ସମ୍ବନ୍ଧରେ ନିଧାର୍ଯ୍ୟ ଭାବରେ ସେଭଳି ଭାବିବା ଭୁଲ। ଏଇ ଆମ ଓଡ଼ିଆ ଯେ କୋଉ ଅବସ୍ଥାରୁ ଆସି ଆଜି କୋଉଠି ପହଞ୍ଚିଛି ତାହା ଅନୁଧ୍ଯାନ କଲେ ସହଜେ ବୁଝିହେବ। ଅନ୍ୟଭାଷାର ଲଗାମଛଡା ଶବ୍ଦ ଆହରଣ ଫଳରେ ଓଡ଼ିଆ ବିକ୍ରୁତ ହେଉଛି। ହେଲେ ପାର୍ଥକ୍ଯ ବୁଝିବ କିଏ?
ଅଧିକାଂଶ ଲୋକ ବିଭିର୍ଣ୍ଣ ଦେବଦେବୀ ଏବଂ ପର୍ବପର୍ବାଣୀକୁ ନିଜର ଓଡ଼ିଆ ଭାବେ ପରିଚୟର ଅବିଛେଦ୍ୟ ଅଙ୍ଗ ବୋଲି ବିଶ୍ବାସ କରନ୍ତି। ସାହିତ୍ୟ ମଧ୍ଯ ବହୁଳଭାବରେ ଏଥିପାଇଁ ଦାଯୀ। ତେଣୁ ସାବଧାନତା ସହକାରେ ହ୍ରୁଦୟଙ୍ଗମ କରିବାକୁ ହେବ ଯେ ଭାଷା ଓ ଧର୍ମ ଦୁଇଟି ଅଲଗା ଜିନିଷ। ମାଧ୍ଯମ ଭାବରେ ଦାୟିତ୍ୱ ତୁଲେଇବା ଛଡା ଭାଷାର ଏକ ସ୍ବାତନ୍ତ୍ରତା ରହିଛି
ହସ୍ତାକ୍ଷର ଖାତାରେ ଗୋଲ୍ ଗୋଲ୍ କରି ନ ଲେଖିଲେ ଭ୍ରମର ସାର୍ କିପରି ଆଙ୍ଗୁଠିକୁ ଟେବୁଲ ଉପରେ ରଖି ରୁ୍ଲ୍ ବାଡିରେ ଛେଚୁଥିଲେ ତାହା ମନେଅଛି। ଓଡ଼ିଆ ଲିପିର ଏଇ ମନୋରମ ରୂପ ସତରେ ଅନନ୍ୟ। ଓଡ଼ିଶାରେ ବିଭିର୍ଣ୍ଣ ଆଞ୍ଚଳିକ ଭାଷା ରହିଛି କିନ୍ତୁ ଲିପି ଗୋଟିଏ। ବଙ୍ଗଳା ସାହିତ୍ୟ ଓଡ଼ିଆ ଲିପିରେ ପ୍ରକାଶିତ ହେଲେ ବହୁଲୋକ ତାର ଲାଭ ପାଇପାରନ୍ତେ।
କାଲିଠୁଁ ପାଗ ବାଦେଲିଆ କରିଛି ଓ ହୁଗୁଳି ନଈ ଉପର ଦେଇ ଦକ୍ଷିଣା ପବନ ପିଟୁଛି। ସୂର୍ଯ୍ୟର ତାପ କମ ବେଶୀ ହେବାର ବାର୍ଷିକ ବଳୟ ଓ ଜହ୍ନ ଆଲୁଅ ଉଣା ଅଧିକ ହେବାର ମାସିକ ଚକ୍ର ଭିତରେ ମଣିଷ ଜୀବନ ଛନ୍ଦା। ଧର୍ମ ଓ ପର୍ବପର୍ବାଣୀ ସବୁ ଦିନର ବିଭିନ୍ନ ପ୍ରହର ପରି। କୋଇଲି ଓ ଅନ୍ୟ ପକ୍ଷୀ ମାନେ ଅଲଗା ଅଲଗା ରାଗରେ ରାବି କିଛି ମନେପକାଇ ଦିଅନ୍ତି।