ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ
ଓଡିଆ ଓଳିଆ: ଜ୍ଞାନୀ ନବୋଲାଇ ସବୁଦିନ ପାଇଁ ଜିଜ୍ଞାସୁ ହୋଇ ରହିବାର ଆସ୍ପୃହା
odiaolia.blogspot.com/2025/04/blog-p…
ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-୧ ୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪, ଉତ୍ତର ପ୍ରଦେଶ।
ପ୍ରତିଦିନ ଏଠାରେ ମଣିଷ, ଜୀବନ, ବା ସମ୍ପର୍କ ଆଦି ସମ୍ବନ୍ଧରେ କିଛି ଅନୁଚିନ୍ତା ପଢିବାକୁ ମିଳେ କିନ୍ତୁ ତାହା ପ୍ରାୟ ସମୁଦ୍ରକୁ କେବଳ ଢେଉ ବୋଲି ମଣିବା ସାଙ୍ଗେ ସମାନ। ସବୁ ଜିନିଷର ଯେ ଅନେକ ମନସ୍ତାତ୍ତ୍ବିକ ତଥା ଦାର୍ଶନିକ ଦିଗ ରହିଛି ଏ ବିଷୟରେ ସାଧାରଣ ଭାବେ ସମସ୍ତେ ସଚେତନ ନୁହଁନ୍ତି। ତାପରେ ରହିଛି ଶ୍ରୀଅରବିନ୍ଦଙ୍କ ଅନ୍ତର୍ଦୃଷ୍ଟି।
ଗୃହକର୍ତ୍ତା ହିସାବରେ ମୁଁ ଓଡିଶା, ଉତ୍ତର ପ୍ରଦେଶ, ଓ ପଶ୍ଚିମ ବଙ୍ଗର ବାସିନ୍ଦା। ତେଣୁ ଓଡିଆ ଭାବରେ ଦୀଘାରେ ଆଜି ଜଗନ୍ନାଥ ମନ୍ଦିର ଉଦଘାଟିତ ହେବା ନିଶ୍ଚିତ ଏକ ସୁଖଦ ଘଟଣା। ଖବରକାଗଜରେ ତିନି ପୃଷ୍ଠା ବ୍ଯାପି ବିଜ୍ଞାପନ। ତାଛଡା, ଧର୍ମାନ୍ଧତା ବିରୁଦ୍ଧରେ ଯେ ଏକ ନୂତନ ପରିଭାଷା ସୃଷ୍ଟି ହେବାପାଇଁ ଯାଉଛି ସେଥିପାଇଁ ମମତାଙ୍କୁ ଧନ୍ୟବାଦ।
ସମାଜର ବୋରିଂ ଭାବମୂର୍ତ୍ତି ଯୋଗୁ ପ୍ରଜାତନ୍ତ୍ର ହିଁ ଅଧିକାଂଶଙ୍କ ପ୍ରିୟପାତ୍ର ହୋଇଥିଲା। ତା ଜରିଆରେ ମହତାବ ଓଡିଆମାନଙ୍କର ହୃଦୟ ଅଧିକାର କରିଥିଲେ। ୧୯୬୬ ମସିହାରେ ସେ ଜନକଙ୍ଗ୍ରେସ ଗଢିବା ପରଠାରୁ ମୁଁ ଆଉ କଙ୍ଗ୍ରେସକୁ ସମର୍ଥନ କରିନାହିଁ। ୧୯୮୦ରେ ବିଜେପିର ଗଠନ ହେବା ପରେ ମୁଁ ହିନ୍ଦୁତ୍ୱକୁ ବିରୋଧ କରିଆସିଛି। ବିକଳ୍ପ ସାବିତ୍ରୀ ଇରା।
ଅନ୍ୟକୁ ଦୋଷ ଦେବା ପୂର୍ବରୁ ଜାଣି ରଖିବା ଉଚିତ ଯେ, ହୀନମନ୍ୟତା ନିଜର ଏକ ରୋଗ। କବି କଣ ମିଛରେ କଙ୍କାଳ କବିତା ଲେଖିଥିଲେ? ଉପାୟ କଣ? ଜଗନ୍ନାଥ ଯଦି ତୁମର ସବୁଠାରୁ ବଡ ବ୍ରାଣ୍ଡ ଓ ଅନ୍ୟ ଜଣେ ତାକୁ ରିମିକ୍ସ କରି ପ୍ରଚାର କଲା, ତାହାହେଲେ କ୍ଷତି କେଉଁଠି? ଓଡିଶାର ଏତେବଡ ସାଂସ୍କୃତିକ ଦିଗବିଜୟର ମହତ୍ତ୍ବକୁ ବୁଝି ନପାରିବା ପରିତାପର ବିଷୟ।
ସେଇଟା ଭବିଷ୍ୟତ କହିବ। କିନ୍ତୁ ନଈ ନଦେଖି ...। ତାଛଡ଼ା, ପଦ୍ଧତି ବିବର୍ତ୍ତନଶୀଳ।
୧୯୭୭ ମସିହାରେ, ମୁଁ ୫୦୦ ଟଙ୍କା ଦରମାରେ ପଞ୍ଜାବ ନ୍ଯାଶନାଲ ବ୍ଯାଙ୍କରେ ଚାକିରୀ ପାଇଥିଲି, ଯାହା ୨୦୦୦ରେ ସ୍ବେଚ୍ଛାକୃତ ଅବସର ନେଲାବେଳକୁ ୨୧୦୦୦ରେ ପହଞ୍ଚିଥିଲା। ପେନସନ କିନ୍ତୁ ମିଳିଲା ୫୦୦୦ ଟଙ୍କା, ଯାହା ୨୦୨୫ରେ ୩୮୦୦୦ରେ ପହଞ୍ଚିଛି। ପାଖାପାଖି ୫୦ ବର୍ଷର ସମୟ ସୀମା ଭିତରେ ଭାରତୀୟ ଅର୍ଥନୀତିର ପ୍ରଗତିକୁ ଏହି ମାପଦଣ୍ଡରେ ପରଖି ହେବ।
ଭି.ପି. ସିଂହ ମୋର ସବୁଠାରୁ ପ୍ରିୟ ପ୍ରଧାନମନ୍ତ୍ରୀ କାରଣ ସେ ନୈତିକତାର ପ୍ରତୀକ ଥିଲେ। ସ୍ବଳ୍ପ ଶାସନ କାଳ ମଧ୍ୟରେ ସେ ଏପରି କାମ କରିଯାଇଛନ୍ତି ଯାହାର ଗୁଞ୍ଜରଣ ଆଜି ବି ଶୁଣାଯାଉଛି। ସାଧାରଣ ମଣିଷ ରାଜନୀତିର କେନ୍ଦ୍ର ହେଉ ବୋଲି ତାଙ୍କର ଗୁରୁତ୍ୱ ଥିଲା। ରାଜା ହୋଇ ମଧ୍ୟ ଫକୀର ଭାବେ ଅସୀମ ଲୋକପ୍ରିୟତା ହାସଲ କରିଥିଲେ। ଛବି ଆଙ୍କୁଥିଲେ।
ଥରେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଥିବା ମଞ୍ଚରେ କୌଣସି ଏକ ଉତ୍ସବ ପାଳନ ହେଉଥାଏ। ତଳକୁ ଓହ୍ଲାଇ ଓହ୍ଲାଇ ଗଲେ ସୁନ୍ଦର ପରିବେଶ। ମନ୍ତ୍ରୀ ଗିରିଜା ବ୍ଯାସ ଆସିଥାନ୍ତି। ମୁଖ୍ୟ ଅତିଥି ଭାବେ ଥିଲେ ଖଳନାୟକ ରଞ୍ଜିତ। କହିଲେ ନାୟକମାନେ ତ ଖାଲି ଗଛ ଚାରିପଟେ ବୁଲି ବୁଲି ଓ ଗୀତ ବୋଲି ବୋଲି ସମୟ ନଷ୍ଟ କରନ୍ତି। ଆମେ କିନ୍ତୁ ଠିକ ସୁଯୋଗ ନଉ!
ଆଜିଯାଏ ଏହି ସୁନ୍ଦର ଭକ୍ତିଗୀତଟିକୁ ହଜାରେ ଲୋକ ବି ଶୁଣିନାହାନ୍ତି ଦେଖି ଆଶ୍ଚର୍ଯ୍ୟ ଲାଗୁଛି।
youtu.be/Qwj-z_wm7b4?si…
ନାୟକ ଓ ପ୍ରଣବ ପଟ୍ଟନାୟକ
କଥା ପରଦାର ଆଜି ଠିକରେ ଚାଲିଲାନି କି ପୁନର୍ମିଳନ ବିଷୟରେ ଅନେକ କଥା ଜାଣି ହେଲାନାହିଁ। ଅଜିତ କର ଥିଲେ ଶରତ ଓ ରଜତଙ୍କ ଭାଇ। ଛୋଟୀ ବହନ ଛବିର ଓଡିଆକରଣ। ନାୟକ ନାୟିକା ଦକ୍ଷିଣର। ଯାହା ମୁଁ ଖୋଜିଛି ଗୀତର ଚିତ୍ରାୟନରେ ପ୍ରଥମ କରି ଉନ୍ନତ ଦକ୍ଷିଣୀ ମୋନ୍ତାଜ ପ୍ରୟୋଗ କରାଗଲା ବୋଲି ସୂର୍ଯ୍ୟବାବୁ ସୂଚନା ଦେଲେ।
୨୦୦୦ ମସିହାରେ ବ୍ଯାଙ୍କରୁ ସ୍ବେଚ୍ଛାକୃତ ଅବସର ନେଲାପରେ ହାତକୁ ପ୍ରଥମଥର ପାଇଁ ଏତେ ପଇସା ଆସିଲା ଓ ମୁଁ ସବୁ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ କରିଦେଲି। ଆଲାୟାନ୍ସରୁ ଜୁରିଖ ପର୍ଯ୍ୟନ୍ତ ପ୍ରାୟ ତିରିଶଟି ସ୍କିମ। କୋଠାରୀ ପାୟୋନିଅର ସେତେବେଳେ ଅଗ୍ରଣୀ ଥିଲା। ଡଟକମ ମାମଲା ଯୋଗୁ ସେନସେକ୍ସ ତଳକୁ ଯାଇ ୨୬୦୦ରେ ପହଞ୍ଚିଥିଲା। ୨୦୦୩ ଠାରୁ ବଢିଲା।
ପିଲାଦିନୁ ଆମେ ସମସ୍ତେ ଗପ ପଛରେ ବାଇ। କିନ୍ତୁ ଗୋଟାଏ ସମୟ ଆସେ, ମଣିଷ ସତ କଣ ଜାଣିବା ଲାଗି ବ୍ଯଗ୍ର ହୋଇଉଠେ। ସମ୍ବାଦ ଉପରେ ଭରସା କରେ। ବହିପତ୍ର ଘାଣ୍ଟେ। କିନ୍ତୁ ମିଛର ଲହଡି ପିଛା ଛାଡେ ନାହିଁ। ଗାଈ ବିଷୟରେ ରଚନା କେବେ ଦଶଟି ବାକ୍ଯରେ ସମାପ୍ତ ହୁଏନାହିଁ। ଯେତେ ବର୍ଣ୍ଣନା କଲେ ବି ତାର ସମ୍ପୂର୍ଣ୍ଣ ସତ୍ୟ ପାଖରେ ପହଞ୍ଚି ହେବ ନାହିଁ।
ଆଧ୍ଯାତ୍ମିକତା ଗୋଟାଏ ଓଜନିଆ ଶବ୍ଦ। ମଣିଷ ଦୂରରୁ ହିଁ ବାଟ କାଟେ। କିନ୍ତୁ ଶ୍ରୀଅରବିନ୍ଦ ସରଳ ଭାବରେ ବୁଝାଇଛନ୍ତି। ମାଟିକୁ ତ ଆମେ ସମସ୍ତେ ଜାଣୁ। ତା ଉପରେ ଆମେ ଠିଆ ହୋଇଛେ। କିନ୍ତୁ ମାଟି କାହା ଉପରେ ଠିଆ ହୋଇଛି? ମାନେ, ମାଟି କୋଉଠୁ ଆସିଛି? ଅଣୁ ପରମାଣୁ କହି ଠକି ଦେଲେ ଚଳିବ ନାହିଁ। ଚେତନାର ଏକ ସ୍ତର ଭାବରେ ବୁଝିବା ଆଧ୍ଯାତ୍ମିକତା।
ବ୍ରହ୍ମଚେତନା କଥା ପରମ୍ପରା ସୂତ୍ରରୁ ସମସ୍ତେ ଜାଣିଥାନ୍ତି। କିନ୍ତୁ ଶ୍ରୀଅରବିନ୍ଦ ସେଥିରେ ଚକଟିଏ ଜୋଡିଲେ। ସେ କିପରି ମାଟି ହେଲା ଓ ପୁଣି ବୁଲି ବୁଲି ଏବେ ମଣିଷ ପାଖରେ ପହଞ୍ଚିଛି, ସେ ରହସ୍ଯ ବର୍ଣ୍ଣନା କଲେ। ଖାଲି ସେତିକି ନୁହେଁ, ମଣିଷକୁ ଅତିକ୍ରମ କରି ପରବର୍ତ୍ତୀ ପାହାଚ "ଅତିମାନସ" କଥା କହିଲେ। ସେଥିପାଇଁ ସମସ୍ତଙ୍କର ସହଯୋଗ ଲୋଡା।
ନିଖିଳ ମୋହନ ପଟ୍ଟନାୟକଙ୍କ ସହ କନକ ଟିଭିର ସାକ୍ଷାତକାର। ବହୁତ ଶିକ୍ଷଣୀୟ ତଥା ପ୍ରେରଣାଦାୟକ। ଆଶ୍ଚର୍ଯ୍ୟର କଥା ଜଣେ ଲୋକ ଏତେ କିଛି କରି ଦେଖାଇସାରିବା ପରେ ତାକୁ କେନ୍ଦ୍ର କରି ଅନ୍ୟମାନଙ୍କ ମଧ୍ୟରେ ଯେଉଁ ଉତ୍ସାହ ଓ ସହଯୋଗ ବଢି ଉଠିବା କଥା ତାହା କାହିଁକି ନାହିଁ। ଦେଖି ଜ୍ଞାନମଣ୍ଡଳର ପ୍ରତିଷ୍ଠାତା ବିନୋଦ କାନୁନଗୋଙ୍କ କଥା ମନେ ପଡିଲା।
ଶ୍ରୀଲୋକନାଥ ସନ୍ଦର୍ଭରେ ବାରଙ୍ଗ ଅଞ୍ଚଳର ଲେଖକ ନିଶାମଣି ତ୍ରିପାଠୀଙ୍କ ଝିଅ ଉର୍ବଶୀ ତ୍ରିପାଠୀ (ପରେ ଯୋଶୀ) ବୋଲି ଭୀମ ସିଂଙ୍କ ଅଜ୍ଞାତ ଅଧ୍ୟାୟ ବହିରେ ଉଲ୍ଲେଖ ଅଛି। ସେହିପରି, ମଲାଜହ୍ନ ସନ୍ଦର୍ଭରେ ନିତାଇ ପାଲିତଙ୍କ ସାନ ଭଉଣୀ ନନ୍ଦିତା ପାଲିତ (ପରେ ଘୋଷ) ଓ ଡକ୍ଟର ସନାତନ ମୁଖାର୍ଜୀଙ୍କ ଝିଅ କଲ୍ୟାଣୀ ମୁଖାର୍ଜୀ (ପରେ ଭଟ୍ଟାଚାର୍ଯ୍ୟ)।
ଉତ୍କଳ ଦୀପିକାର ସମ୍ପାଦକ ଗୌରୀଶଙ୍କର ରାୟ ଓ ତାଙ୍କ ସାନ ଭାଇ ନାଟ୍ୟକାର ରାମଶଙ୍କର ରାୟ।
ନାଟ୍ୟକାର ଅଶ୍ବିନୀ କୁମାର ଘୋଷ ଓ ତାଙ୍କ ସାନ ଭାଇ କାର୍ତ୍ତିକ କୁମାର ଘୋଷ।
(ଗୌରୀଶଙ୍କର ରାୟ ତାଙ୍କର ବଡ଼ ଅଜା ଓ ରାମଶଙ୍କର ରାୟ ତାଙ୍କର ସାନ ଅଜା ଥିଲେ - ଉଇକିପିଡ଼ିଆ)
ସମୟ ଥିଲେ ଦୃଶ୍ୟବନ୍ଧର ଲିଙ୍କ ସାଙ୍ଗରେ ଧାଡିଏ ଦିଧାଡି ଲେଖିଲେ ଭଲ ହେବ କାରଣ ସମସ୍ତେ ସବୁବେଳେ ଦେଖିବା ପାଇଁ ପ୍ରସ୍ତୁତ ନଥାନ୍ତି। ତାଛଡା ଡାକ୍ତିଟି ପରେ ଖୋଜି ପାଇବା ପାଇଁ କିଛି ଗୋଟାଏ କଞ୍ଚିଶବ୍ଦର ଆବଶ୍ୟକତା ଥାଏ। ଶୁଭେଚ୍ଛା ଓ ଧନ୍ୟବାଦ।
କଲେଜ ଆସିଲା ପରେ ନୂଆ କରି ଫୁଲ ପ୍ଯାଣ୍ଟ ପିନ୍ଧିବା ପାଇଁ ପଡିଲା। ସେତେବେଳେ ମନରେ ଯେଉଁ ଶିହରଣ! କିନ୍ତୁ ଦି ତିନି ବର୍ଷ ପରେ ବେଲ ବଟମ ରୋଗ ମାଡିଲା। ତେଣୁ ଯେଉଁ ଦି ଚାରି ଖଣ୍ଡ ଥିଲା ସେଥିରେ ତିନିକୋଣିଆ ତାଳି ପକାଇ କାମ ଚଳାଇବା ପାଇଁ ପଡିଲା। ପୁଣି ବହୁ ପିଲା ବେଲ ବଟମ କଲି ବି ରଖିଲେ। ଝିଅମାନେ ଗୋଡ ସହିତ ହାତରେ ବେଲ ବଟମ ପିନ୍ଧିଲେ।
କେଦାରନାଙ୍କ ସାଙ୍ଗରେ କଟକର ଏକ ଦୋକାନରେ ପ୍ରଥମ କରି ଯେତେବେଳେ ସିମେଇ ଖାଇଥିଲି ମୋତେ ଅମୃତ ଭଳିଆ ସୁସ୍ବାଦୁ ଲାଗିଥିଲା। ସେମିତି, ଚାନ୍ଦିନୀଚୌକ କଡରେ ଥିବା ମାଡ୍ରାସ ହୋଟେଲରେ ଉଦାରନାଙ୍କ ସହ ଖାଇଥିବା ଦୋସା ବି ସ୍ବର୍ଗୀୟ ମନେହୋଇଥିଲା। ପରେ ଅବଶ୍ୟ ଭୁବନେଶ୍ବର ବାପୁଜୀ ନଗର ସାଉଥ ଇଣ୍ଡିଆନର ଦୋସା ଆଉ ଭେଜିଟେବୁଲ ପଲାଉ ଖୁବ ଖିଆ ହୋଇଛି।
ମନୋଜ ଦାସଙ୍କ ଭାଷଣ ବଙ୍ଗଳାରେ। ଦ୍ବିତୀୟ ଭାଗ ଦୃଶ୍ୟବନ୍ଧ ମଧ୍ୟ ଅଛି।
ଦିବର୍ଷ ଭିତରେ ଆଠ ଦଶଟି ଭଲ ଓଡିଆ କଥାଚିତ୍ର ଉତୁରିଛି ବୋଲି ପ୍ରଶଂସା ଶୁଣିବାକୁ ମିଳୁଛି। ବହୁତ ଆନନ୍ଦର ବିଷୟ। ସତୁରି ଦଶକରେ ନାଟକ ଯେଉଁ ବୌଦ୍ଧିକ ସ୍ତରକୁ ଛୁଇଁଥିଲା ସିନେମା ସେ ପର୍ଯ୍ୟନ୍ତ ପହଞ୍ଚିବା ତ କଷ୍ଟ କିନ୍ତୁ ଦର୍ଶକମାନଙ୍କର ପରିପକ୍ୱତା ବଢିବା ସନ୍ତୋଷଜନକ। କିନ୍ତୁ ନୂଆ ଗୀତ ସବୁ କେମିତି କେହି କହୁନାହାନ୍ତି। ଇତନା ସନ୍ନାଟା!
ହଷ୍ଟେଲକୁ ଆସିବା ପରେ, ଯେତେବେଳେ ମୁଁ ନିଜକୁ ଟିକେ ସ୍ବୟଂସମ୍ପୂର୍ଣ୍ଣ ବୋଲି ଅନୁଭବ କଲି ଶ୍ରୀୟାରେ ଦେଖିଥିଲି ଅନୁରାଗ। ଅତି ସୁନ୍ଦର କାହାଣୀ ଓ ଗୀତଗୁଡିକ ମଧ୍ୟ ଆକର୍ଷଣୀୟ। କିନ୍ତୁ ସୁନ ରୀ ପଓ୍ବନ ଗୀତରେ ମୌସୁମୀ ଚାଟର୍ଜୀ ଯେତେବେଳେ ବଲିଉଡରେ ପାଦ ରଖୁଛନ୍ତି, ତାର ପ୍ରଭାବ, ବିଶେଷ କରି ତାଙ୍କ ବାହାଡା ଦାନ୍ତର ତୀର, ଆଜି ବି ଉଜ୍ଜୀବିତ।
କଣ୍ଟେଣ୍ଟର ପରିମାଣ ଏପରି ବେଗରେ ବଢି ଚାଲିଛି ଯେ ଖତଗଦାରେ ପକାଇବା ସାଙ୍ଗେ ସମାନ। ତାଛଡା ପାଟିରୁ ନବାହାରୁଣୁ ଏଆଇ ଆଣି ଉତ୍ତର ଗଦା କରି ଦେଉଛି। ତାରି ଭିତରେ ମଣିଷର ସୃଜନଶୀଳତା ଓ ତାକୁ ବିକି ପେଟ ପୋଷିବାର ପ୍ରକ୍ରିୟାଟି ଉପରେ ଖଣ୍ଡା ଝୁଲୁଛି। ଏହି ପରିପ୍ରେକ୍ଷୀରେ ସଙ୍କଳନକାରୀମାନଙ୍କର ଗୁରୁତ୍ୱ ବହୁତ। ପଦୁଟିଏ ପ୍ରଶଂସାର ଲକ୍ଷେ ଗୁଣ।
ଲାଇଫ ଓ ଲାଇଭଲିହୁଡ ଦିଇଟା ଅଲଗା ଜିନିଷ। ଜୀବନକୁ ଯଦି ଅତି ବେଶି ନିଜର ବୃତ୍ତି ସହିତ ଜଡିତ କରିଦିଆଯାଏ, ତାହାହେଲେ ପରିଣାମଟା ଟିକେ କ୍ଷତିକାରକ ଦିଗକୁ ଯିବାର ସମ୍ଭାବନା ବଢିଯାଏ। ବୃତ୍ତି ହେଲା ଏକ ସାଧନ ତଥା ମାଧ୍ୟମ। ତା ବାହାରେ ଓ ଉପରକୁ ଅନେକ କିଛି କରିବାର ଆବଶ୍ୟକତା ଥାଏ ଯାହା ପ୍ରତି ଶ୍ରୀମାଶ୍ରୀଅରବିନ୍ଦ ଦୃଷ୍ଟି ଆକର୍ଷଣ କରନ୍ତି।
କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ
ଧର୍ମ ହେଲା ସବୁଠାରୁ ବଡ ଇନସ୍ୟୁରାନ୍ସ କମ୍ପାନୀ ଯାହା ପାଇଁ ପ୍ରତିଦିନ ବିଭିନ୍ନ ଭାବେ ପ୍ରିମିୟମ ଜମା କରିବାକୁ ପଡିଥାଏ। ଏହା ମଧ୍ୟ ଏକ ବିରାଟ ଏଣ୍ଟରଟେନମେଣ୍ଟ ହାଉସ ଯାହା ମାଧ୍ଯମରେ ବର୍ଷ ସାରା ନାଚ, ଗୀତ, ପ୍ରବଚନ, ଶୋଭାଯାତ୍ରା, ମେଳା, ମଉଛବ, ଓ ଭୋଜି ଆଦି ଲାଗି ରହିଥାଏ। ଏସବୁ ସହ ଯୋଗକୁ ଯୋଗ କରିବା ସକାଶେ ଶ୍ରୀଅରବିନ୍ଦଙ୍କ ଉପଦେଶ।
ସତସ୍ତରିରେ ସୁନ୍ଦରଗଡରେ ଚାକିରି ପାଇ ଗାଆଁ ଛାଡିବା ପରେ କଂସାବାସନରେ ଖାଇବା ପ୍ରାୟ ବନ୍ଦ ହୋଇଯାଇଥିଲା। କେବଳ କନ୍ଦରପୁର ପାଖ ଆୟତପୁର ମୋର ଶ୍ବଶୁର ଘର ଭ୍ରମଣ ବେଳେ ଏ ସୁଯୋଗ ମିଳୁଥିଲା। ଜୀବନରେ ପ୍ରଥମ ଥର ପାଇଁ ଏବେ କିଛି କଂସାବାସନ କିଣିଲି। ସୁନାଥାଳିରେ ଖାଇବା ପରି ଲାଗୁଛି। ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ତ ଶୁଣିବାକୁ ମିଳେ। ଦେଖାଯାଉ!
ନୂପୁର କାହିଁକି ଭଳି, ଅନୁତାପରେ ନିର୍ମଳା ମିଶ୍ର ବୋଲିଥିବା ନିଜାମଙ୍କ ଅନ୍ୟ ଏକ ରଚନା, ନିଦଭରା ରାତି ମଧୁଝରା ଜହ୍ନ ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ଜେ ଆଦେନୀ ସଙ୍ଗୀତର ଏକ ନୂତନ ଅଧ୍ୟାୟ ସୃଷ୍ଟି କଲେ। ଦୁଇ ବର୍ଷ ପରେ ବାସୁଦେବ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସଉତୁଣୀ କଥାଚିତ୍ରର, ଏମିତି ରାତି ମଧ୍ୟ ଅନୁରୂପ ସଫଳତା ହାସଲ କରିଥିଲା।
ଗତ ଶତାବ୍ଦୀରେ ବାମପନ୍ଥୀ ଚିନ୍ତାଧାରା ତଥା ସିକ୍ୟୁଲାର ବାତାବରଣର ପ୍ରଭାବ ବ୍ଯାପକ ଥିଲା। ବ୍ଯାଙ୍କରେ ବି ୟୁନିଅନ ପରିବେଶରେ ଲାଲ ସଲାମ ଓ କମ୍ରେଡମାନଙ୍କ ସହିତ ସାମିଲ ହେବାପାଇଁ ପଡୁଥିଲା। ପରେ, ପାଶ୍ଚାତ୍ୟ ଦର୍ଶନ ପଢିବା ଅବସରରେ ବହୁ ବାମପନ୍ଥୀ ଚିନ୍ତକଙ୍କ ଦ୍ବାରା ମୁଁ ଉଦବୁଦ୍ଧ ହୋଇଛି। କିନ୍ତୁ ଶ୍ରୀମାଶ୍ରୀଅରବିନ୍ଦ ଏକ ଦୃଢ ବିକଳ୍ପ।
ଘରକୁ ଇଣ୍ଟରନେଟ ଆସିବା ଆଗରୁ ଗଦା ଗଦା ଖବରକାଗଜ ଲେଖାଂଶ ସାଇତିଥିଲି ଯାହାକୁ ପରେ ଜାଗା ଅଭାବରୁ ଫୋପାଡିବା ପାଇଁ ପଡିଲା। ୨୦୦୫ ମସିହାରୁ ଯାହା ଯେତେ ଭଲ ଜିନିଷ ପଢିଛି ବା ଆଖିରେ ପଡିଛି ତାକୁ ମୁଁ ସାବିତ୍ରୀ ଇରା ଲର୍ଣ୍ଣିଙ୍ଗ ଫୋରମ ଓ ଅନ୍ୟ ଦଶ ବାରଟି ପ୍ରାଙ୍ଗଣରେ ସାର୍ବଜନୀନ କରିଛି। ଆଶା ଶିକ୍ଷାପ୍ରଦ ହେବ।
ମାନବ ସଭ୍ୟତା ଆରମ୍ଭରୁ ଶିକ୍ଷାର ଭୂମିକା ରହିଛି ଓ ରହିବ। ଇଣ୍ଟରନେଟ ଯୋଗୁ ଶିକ୍ଷାର ଉତ୍ସ ବର୍ତ୍ତମାନ ବ୍ୟାପକ ହୋଇଛି। ତା ସହିତ ଅବାଞ୍ଛନୀୟ ପ୍ରେରଣାର ବିପଦ ମଧ୍ୟ ବଢିଛି। ମୋର ସତୁରି ବର୍ଷର ଅନ୍ବେଷଣ ବ୍ଯର୍ଥ ହୋଇଯାଇଥାଆନ୍ତା ଯଦି ମୁଁ ଶ୍ରୀମାଶ୍ରୀଅରବିନ୍ଦଙ୍କ ଦର୍ଶନ ସଂସ୍ପର୍ଶରେ ଆସିନଥାନ୍ତି। ନିଜକୁ ଶିକ୍ଷିତ କରିବା ଦାୟିତ୍ବ ନିଜର।
https://x.com/NathTusar/status/1920540830638510314?t=MSATteGX15flsnvz-LkLgA&s=19
No comments:
Post a Comment