ତୁଷାରନାଥ ମହାପାତ୍ର ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ମଧ୍ୟ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ: ୯୬୫୦୦-୬୫୬୩୬
...
ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ସାକ୍ଷାତକାରରୁ ଅମରେନ୍ଦ୍ର ମହାନ୍ତିଙ୍କ ସବିତା ଗୀତ ବିଷୟରେ ପ୍ରଥମ କରି ମୁଁ ଶୁଣିଲି। କଭର ଅଛି କିନ୍ତୁ ମୂଳ ଗୀତଟି ପାଇଲି ନାହିଁ। ତାଙ୍କ ସହିତ ସାକ୍ଷାତକାର।
ରଥଯାତ୍ରା ଉତ୍ସବ ଭିତରେ ଜଣେ ନୂଆ ଜଗନ୍ନାଥଙ୍କର ଉଦୟ ହେବା ଏକ ରହସ୍ୟପୁର୍ଣ୍ଣ ଘଟଣା। କିନ୍ତୁ ଜଣେ ମଣିଷ ଆଉଜଣେ ମଣିଷକୁ ଏପରି ଅମାନୁଷିକ ଭାବରେ ଗୋଇଠା ମାରିବାର ଦୃଶ୍ୟ ନିଶ୍ଚିତ ଭାବେ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ପ୍ରେରଣା ହୋଇ ରହିବ। ପଶ୍ଚିମବଙ୍ଗରେ ଏସବୁ ଜିନିଷ ସାଧାରଣ ବୋଲି କୁହାଯାଏ କିନ୍ତୁ ଓଡିଆ ଏ ସ୍ତରକୁ ଉଠିବା ଗୌରବ!
https://x.com/NathTusar/status/1940455075610349697?t=Yg3ni9a346TbUu5md8cR5A&s=19
ଯଦି କିଏ କେଉଁ ଏକ ଅଫିସରେ କାମ କରିଥିବ ତାହାହେଲେ ସେ ଭଲକରି ଜାଣିଥିବ ଯେ କେତେ ନିୟମ କାନୁନ ଭିତରେ କାର୍ଯ୍ୟ କରିବାକୁ ପଡେ ଓ ତା ଭିତରେ ନିଜର ବ୍ୟକ୍ତିଗତ କଥା ଭୁଲିଯାଇ ଜଣେ ସୈନିକ ଭାବରେ ଦାୟିତ୍ବ ତୁଲାଇବା ପାଇଁ ହୋଇଥାଏ। ସେହିପରି ଏକ ଅଫିସ ପରିସରର ପବିତ୍ରତାକୁ ବିଧ୍ବସ୍ତ କରି ଏଇ ଯେଉଁ ଅଘଟଣ ଘଟିଲା ତାର ସାମୂହିକ ନିନ୍ଦାବାଦ ହେଉ।
କାରଣ ଏଇ ଗୋଇଠା ଖାଲି ଜଣେ ବ୍ୟକ୍ତି ଉପରେ ନୁହେଁ ବରଂ ଭାରତୀୟ ସମ୍ବିଧାନ ଉପରେ ଗୋଇଠା। ଯଦି ଅଫିସ ନରହିବ ତେବେ ସାମ୍ବିଧାନିକ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବ କେମିତି? କୋର୍ଟ କଚେରୀ ଚାଲିବ କେମିତି? କର୍ମଚାରୀଟିଏ ଜୀବନକୁ ପାଣିଛଡେଇ କାହିଁକି କାମ କରିବାକୁ ଆସିବ? ସବୁ ଜାଗାରେ ତ ପୋଲିସ ବନ୍ଦୋବସ୍ତ ସମ୍ଭବ ନୁହେଁ। ସୁରକ୍ଷାର ଉପାୟ?
ଅଫିସରମାନେ ଠିକରେ କାମ କରୁନାହାଁନ୍ତି, ଲୋକଙ୍କୁ ହଇରାଣ କରୁଛନ୍ତି, ବା ଦୁର୍ନୀତିଗ୍ରସ୍ତ, ଆଦି ବିଭିନ୍ନ ଅଭିଯୋଗ କରାଯାଉଛି। କିନ୍ତୁ ସେସବୁର ସମାଧାନ ଗୋଇଠା ନୁହେଁ। ଆଇନକୁ ନିଜ ହାତକୁ ନେବାର ଅଧିକାର କୌଣସି ନାଗରିକର ନାହିଁ। ନିର୍ବାଚିତ ପ୍ରତିନିଧିମାନଙ୍କର ମଧ୍ୟ ନାହିଁ। ତେଣୁ ଗଣତାନ୍ତ୍ରିକ ମର୍ଯ୍ୟାଦାକୁ ଦଳିଚକଟି ଦେବାର ଦଣ୍ଡ କଣ?
ଏଇଟା କେବଳ ଅଫିସରମାନଙ୍କର ନିଜସ୍ବ ସମସ୍ଯା କହି ଆଡେଇ ଦେଲେ ହେବନାହିଁ। କିମ୍ବା ବିରୋଧି ଦଳର ଲୋକମାନଙ୍କ ପାଇଁ ସୁଯୋଗ ଭାବି ଚୁପ ରହିଲେ ଚଳିବ ନାହିଁ। ଏହି ସାଙ୍ଘାତିକ ଘଟଣା ଗଣତନ୍ତ୍ର, ସମ୍ବିଧାନ, ମାନବିକତା, ଧର୍ମାଚରଣ, ତଥା ନୀତିସୂତ୍ର ଉପରେ ମରଣାନ୍ତକ ପ୍ରହାର। ଓଡିଶାର ଜନତା ତୀବ୍ର ବିରୋଧ କରି ଦେଶ ଆଗରେ ଉଦାହରଣ ସୃଷ୍ଟି କରନ୍ତୁ।
ମନେଅଛି, ଆନ୍ଦୋଳନକାରୀ ଛାତ୍ରମାନେ ଥରେ ବିଧାନସଭା ଭିତରେ ପଶି ଭଙ୍ଗାରୁଜା କରିଥିଲେ। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ର କୋହଳ ମନୋଭାବ ପୋଷଣ କରି ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଗୋଇଠା ଘଟଣାଟି ତୁଳନାରେ କ୍ଷୁଦ୍ର ହୋଇଥିଲେହେଁ ଅପରାଧ ଦୃଷ୍ଟିକୋଣରୁ ଯଥେଷ୍ଟ ବଡ କାରଣ ଗଣତାନ୍ତ୍ରିକ ପ୍ରତିବାଦର ପ୍ରତୀକ ନୁହେଁ।
କେହି ଜଣେ ଗିରଫ ହେବା ବା ଅଫିସରମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବା ଘଟଣାର ସମାଧାନ ନୁହେଁ। ଜାତୀୟ ସ୍ତରରେ ଓଡିଆମାନଙ୍କୁ ଏକ ଲଜ୍ଜାଜନକ ସ୍ଥିତିକୁ ଟାଣି ନେଇଥିବା ଏଇ ଘଟଣା କେଉଁ ସବୁ କାରଣରୁ ସଙ୍ଘଟିତ ହୋଇପାରିଲା ତାର ଯଥାର୍ଥ ଅନୁଧ୍ୟାନ ଦରକାର। ସେସବୁର ମୂଳୋତ୍ପାଟନ ନହେଲେ ଭବିଷ୍ୟତରେ ଏହାର ପୁନରାବୃତ୍ତି ହେବା ଆଦୌ ବିଚିତ୍ର ନୁହେଁ।
ସାମ୍ପ୍ରତିକ ସାମାଜିକ ବିଧିବ୍ଯବସ୍ଥା ଯେ ମଣିଷ ପ୍ରକୃତିର ପରିବର୍ତ୍ତନ କରିବା ସକାଶେ ଅସମର୍ଥ ଏକଥା ଶ୍ରୀମାଶ୍ରୀଅରବିନ୍ଦ ଶହେ ବର୍ଷ ଆଗରୁ କହିଛନ୍ତି। କେବଳ ବିବର୍ତ୍ତନର ଧାରା ସହିତ ସହଯୋଗିତା ଦ୍ବାରା ହିଁ ଉଚ୍ଚତର ଚେତନାର ପରବର୍ତ୍ତୀ ସୋପାନର ଅବତରଣ ହୋଇପାରିବ। ଏଥିପାଇଁ ପ୍ରଥମେ ଚାହିଁବା ଦରକାର। ଏହା ଶିକ୍ଷିତ ବ୍ୟକ୍ତିମାନଙ୍କ ଉପରେ।
ଗତ ଶତାବ୍ଦୀରେ ବହୁ ଓଡିଆ ସାହିତ୍ୟିକ ଓ ବୁଦ୍ଧିଜୀବୀ ଶ୍ରୀମାଶ୍ରୀଅରବିନ୍ଦଙ୍କ ଦର୍ଶନ ଲୋକପ୍ରିୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ସେପରି କେହି ଦେଖାଯାଉ ନାହାଁନ୍ତି। ପାରମ୍ପରିକ ଚିନ୍ତାଧାରା ଉପରେ ଭରସା କରି ସମାଜରେ ନୈତିକତା ଆଶା କରିବା ବୃଥା। ଏପରିକି ସାଧାରଣ ଗଣତାନ୍ତ୍ରିକ ମନୋଭାବ ମଧ୍ୟ ସୁଦୂରପରାହତ।
ଯଦି ସାହିତ୍ୟ ବା ସିନେମାରେ ଏପରି ଦୃଶ୍ୟ ହୃଦୟକୁ ଉଦବେଳିତ କରୁଛି, ତାହାହେଲେ ଏହି ସତ ଘଟଣା ମଧ୍ୟ ବିବେକକୁ ମନ୍ଥନ କରୁ। ଓଡିଆ ପରିଚୟ ଯେ ଏହାଦ୍ବାରା ତଳିତଳାନ୍ତ ହୋଇଛି ଏହା ହୃଦୟଙ୍ଗମ କରିବାରେ କୁଣ୍ଠା ନରହୁ। ଏହା ବ୍ଯକ୍ତିଗତ ଅପରାଧ ନୁହେଁ। ସାମୂହିକ ଭାବେ ଭୁଲ ସ୍ବୀକାର କରି ପ୍ରାୟଶ୍ଚିତ ପାଇଁ ଉପଯୁକ୍ତ ପଦକ୍ଷେପର ଆବଶ୍ୟକତା ରହିଛି।
ଓଡିଆକୁ ଭଲପାଇବା ଭଲକଥା କିନ୍ତୁ ତା ସାଙ୍ଗେ ସାଙ୍ଗେ ଅନ୍ୟ ଭାଷାମାନଙ୍କ ଉପରେ ଯେତେ ଦକ୍ଷତା ହାସଲ କରିହେବ ସେଥିରେ ହେଳାକରିବା ଉଚିତ ନୁହେଁ। ଆଧୁନିକ ଯୁଗସହ ତାଳଦେଇ ଯିବାକୁ ହେବ ଏବଂ ଓଡିଆକୁ ଅଯଥାରେ ଅତିମାତ୍ରାରେ ଧର୍ମ ଓ ପରମ୍ପରା ସହିତ ଜୋଡି ଦିଆଯାଉଥିବାରୁ ଯୁବସମାଜ ବୀତସ୍ପୃହ ହେବା ସ୍ୱାଭାବିକ। ଅଳ୍ପ ଚେଷ୍ଟାରେ ବଙ୍ଗଳା ଶିଖିହେବ।
ସରକାରଙ୍କ ଦ୍ୱାରା ଓଡିଶାର ଉନ୍ନତି ଆଜିଯାଏ ହୋଇପାରିଲା ନାହିଁ। ତେଣୁ ବେସରକାରୀ ଉଦ୍ୟମରେ ଯଦି କିଛି ହେବାର ସମ୍ଭାବନା ଗଜୁରୁଛି ତାକୁ ସମାଲୋଚନା କରିବାଟା ଅଦୂରଦର୍ଶିତା। ଓଡିଶା ଭାରତର ଏକ ଅଙ୍ଗ ଓ କେହିବି ଆସି ନିଜର ବ୍ଯବସାୟ ତଥା ଭାବମୂର୍ତ୍ତି ବଢାଇବାର ଚେଷ୍ଟା କରିପାରେ। ତେବେ ଭବିଷ୍ୟତର ସ୍ବରୂପ ସିଙ୍ଗାପୁର ଭଳି ବାରମିଶା ହେବ।
ପଦ୍ମ ଚିହ୍ନ ସରକାରୀ ବିଜ୍ଞାପନରେ ସ୍ଥାନ ପାଇବା ପରେ ଗଣତାନ୍ତ୍ରିକ ନୈତିକତାକୁ ଜଳାଞ୍ଜଳି ଦିଆଯାଇଛି। ତାପରେ ନାଗରିକମାନଙ୍କ ପାଇଁ ସାହାଣ ମେଲା ହୋଇଯାଇଛି। ବଜାରଭିତ୍ତିକ ଅର୍ଥନୀତିରେ ସ୍ବାର୍ଥ ହିଁ ସବୁକିଛି। ତେଣେ ଆମେରିକା ପାର୍ଟି ଗଢାହେଲାଣି। କାହିଁକି?
x.com/NathTusar/stat…
ଗଣତନ୍ତ୍ର କେବଳ ନୈତିକତା ଉପରେ ନିର୍ଭର କରି ପ୍ରଗତି କରିପାରିବ ନାହିଁ। ସେଇଥିପାଇଁ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକର ସୃଷ୍ଟି। ଯଦି ସେମାନଙ୍କର କାହାରି କିଛି ପ୍ରତିବାଦ ନାହିଁ ତେବେ ସାଧାରଣ ଲୋକ ଏଥିରେ ମୁଣ୍ଡ ଖେଳାଇବ କାହିଁକି?
ଓଡିଆ ଓଳିଆ: କଷଟି ପଥରଟିଏ ଖୋଜିବା https://odiaolia.blogspot.com/2025/07/blog-post.html
ଓଡିଆ ଓଳିଆ: ପହ୍ଲବାଦ ଗୋଟିଏ ଆଦିମ ପ୍ରବୃତ୍ତି https://odiaolia.blogspot.com/2025/07/blog-post_5.html
ଓଡିଆ ଓଳିଆ: ଅନ୍ଧବିଶ୍ୱାସ ବିକିବା ଭଲ ବ୍ଯବସାୟ
https://odiaolia.blogspot.com/2025/07/blog-post_1.html
ତୁଷାରନାଥ ମହାପାତ୍ର ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ, ଗାଜିଆବାଦ-୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ: ୯୬୫୦୦-୬୫୬୩୬
No comments:
Post a Comment