Collated X posts in original by Tusar Nath Mohapatra
ଓଡ଼ିଆ ଓଳିଆ: କଥା ପରଦାର ଓ ବହି ଦରବାର
odiaolia.blogspot.com/2024/10/blog-p…
ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ। ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ। ତୁଷାରନାଥ ମହାପାତ୍ର, ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪ ଉତ୍ତର ପ୍ରଦେଶ ଫୋନ୍: ୯୬୫୦୦-୬୫୬୩୬
ଓଡ଼ିଆ ଓଳିଆ: ସାଧନା ଓ ସାଗର ମନ୍ଥନ
odiaolia.blogspot.com/2024/10/blog-p…
ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ-୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ୍ ୯୬୫୦୦-୬୫୬୩୬ (ଏବେ ଆତପୁର)
ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ଓଡ଼ିଆ ଲୋକସଂସ୍କୃତି ଶବ୍ଦକୋଷ (୨୦୦୮)ର ସଂକଳକ ହେଉଛନ୍ତି ଡକ୍ଟର ଅଜୟ କୁମାର ମିଶ୍ର। ତେଙ୍ଗେଡ଼ା ମାନେ ରନ୍ଧାଶାଳରେ ହାଣ୍ଡି ରଖିବା ପାଇଁ ମଳା କରାଯାଇଥିବା ପିଣ୍ଡି। ସେହିପରି, ଚଙ୍ଗୋରି ଅର୍ଥ ବାଉଁଶ ବତାରେ ତିଆରି ହୋଇଥିବା ଟୋକେଇ। ଏହିପରି ପୁରୁଣା ଶବ୍ଦ ସବୁ ସାହିତ୍ୟର ଅଂଶ ହେବା ଦରକାର।
ରାଜକିଶୋର ମିଶ୍ର, ଶୁଭେନ୍ଦୁ ମୁଣ୍ଡ, ଓ ଗୌରାଙ୍ଗ ଚରଣ ଦାଶଙ୍କ ସମ୍ପାଦନାରେ ଓଡ଼ିଶା ସାହିତ୍ଯ ଏକାଡେମୀ ଦ୍ଵାରା ପ୍ରକାଶିତ ଚଳନ୍ତି ଓଡ଼ିଆ ଅଭିଧାନ (୨୦୧୭)ରେ ୪୩,୦୦୦ ଶବ୍ଦର ସମାହାର। ଲୋକମୁଖରେ ପ୍ରଚଳିତ ଶବ୍ଦ ଗୁଡ଼ିକୁ ଅଭିଧାନ ଅନ୍ତର୍ଭୁକ୍ତ କରିବା ଏହାର ଅନ୍ୟତମ ଲକ୍ଷ୍ୟ। ଉପେନ୍ଦ୍ର ଭଞ୍ଜଙ୍କର ଗୀତାଭିଧାନ କବିତାକୁ ପ୍ରଥମ କୁହାଯାଇଛି।
ଲିପିପୁଷ୍ପା ନାୟକଙ୍କ ସମ୍ପାଦନାରେ ୧୯୯୦ ପରବର୍ତ୍ତୀ ଓଡ଼ିଆ ନାଟ୍ୟକଳା (୨୦୦୮)ରେ ଦଶଟି ସମ୍ପାନ ନିବନ୍ଧ ରହିଛି। [ନାଟକ ଓ ମଞ୍ଚ ନିଜେ ନିଜର ବ୍ୟାକରଣ ତିଆରି କରୁଛନ୍ତି। ପୁରୁଣା ଯୁଗର ଦ୍ରୌପଦୀ, କଂସ, ଇତିହାସର ଭାସ୍କୋଡାଗାମା, ଲୋକକଥାର ବ୍ରହ୍ମରାକ୍ଷସ, ଚାରିମିତଙ୍କ କଥାଠାରୁ ନାଟକର କାହାଣୀ ଲମ୍ବି ଆସୁଛି ପରିବର୍ତ୍ତିତ ରୂପରେଖ ନେଇ।]
ପ୍ରତି ଦଶ ବାର ବର୍ଷରେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଯାଏ। ଆସେ ନୂତନ ସମସ୍ୟା ଓ ନୂତନ ଆହ୍ବାନ। କଣ୍ଢେଇ ବାହାଘର ଓ ସଖି ନାଚ ପରି କେତେ କେତେ ମନୋରଞ୍ଜନର ସାମଗ୍ରୀ ପଛରେ ପକାଇ ଦେବାକୁ ହୁଏ। ଅନ୍ଧବିଶ୍ୱାସ ଏବଂ ଗତାନୁଗତିକତାର ଗୁଳା ଭିତରୁ ନିଜକୁ ଓଟାରି ଆଣି ଜୀବନର ଯଥାର୍ଥ ଲକ୍ଷ୍ୟ ସମ୍ଭନ୍ଧରେ ସଚେତନ ହେବା ଲାଗି ବେଦ ମନ୍ତ୍ର ଗାଏ।
ଆତପୁର, ଭାଟପାଡ଼ା, ପଶ୍ଚିମବଙ୍ଗ।
ନିର୍ବାଚନ ସରିଯିବା ପରେ କଥା କଥାକେ ଠାକୁର ଠାକୁରାଣୀଙ୍କ ନାଆଁ ନେବା ଓ ଭକ୍ତି ଭାବ ପ୍ରଦର୍ଶନ କରିବା ଟିକିଏ କମିଲା ପରି ଲାଗୁଛି। ଲୋକଙ୍କ ସମସ୍ୟା ସବୁ ସମ୍ବାଦର ମୁଖ୍ୟ ଉପାଦାନ ହେବାରୁ ଅତିରିକ୍ତ ହିନ୍ଦୁ ହିନ୍ଦୁ ବୋଲି ବୋବେଇବାର ମାତ୍ରା ବହୁ ପରିମାଣରେ ନିମ୍ନକୁ ଆସିଛି। ଅବଶ୍ୟ, ପ୍ରତ୍ୟେକ ବ୍ୟକ୍ତିର ଏହା ଏକ ନାଆଁ କମେଇବାର ପ୍ରଶ୍ନ!
ଘୃଣାର ବାତାବରଣ ସୃଷ୍ଟି କରି କିପରି ଓଡ଼ିଶାକୁ କିଣି ନିଆହେଲା ଆମେ ଦେଖିଲେ। ଗଣତନ୍ତ୍ର ପୁନର୍ପ୍ରତିଷ୍ଠା ହେଲା ବୋଲି ଲାଗିଥାଆନ୍ତା ଯଦି ଲୋକେ ନିଜେ ନିଜର ନେତା ନିର୍ବାଚିତ କରିଥାଆନ୍ତେ। ଓଡ଼ିଆମାନଙ୍କର ନିଜର ଏକ ଦଳ ଛିଡ଼ା କରିବା ବ୍ୟତୀତ ଅନ୍ୟ ବାଟ ନାହିଁ। ଅନେକ ଦିନରୁ ମୁଁ ଏଇକଥା କହିଆସୁଛି କିନ୍ତୁ ଅନ୍ୟମାନେ ଗୋଡ଼ାଣିଆ ହେଉଛନ୍ତି।
ଶ୍ରୀଅରବିନ୍ଦଙ୍କ ଆମନ୍ତ୍ରଣ ଓ ଅନ୍ୟାନ୍ୟ କବିତା ରବୀନ୍ଦ୍ର କୁମାର ପାଢ଼ୀଙ୍କ ଦ୍ବାରା ଅନୁଦିତ ଏକ ଅନବଦ୍ୟ ସୃଷ୍ଟି। ଓଡ଼ିଆ ଭାଷାର ମହାରଥୀମାନେ ଶ୍ରୀ ପାଢ଼ୀ (୧୯୩୪-୧୯୯୯)ଙ୍କ ଶବ୍ଦର ଯାଦୁକରୀ ଉପରେ ଦୃଷ୍ଟି ପକାଇବେ ବୋଲି ଆଶା। ସାବିତ୍ରୀ ମହାକାବ୍ୟ ବ୍ଯତୀତ ଶ୍ରୀଅରବିନ୍ଦଙ୍କ ଅନ୍ୟ ବହୁସଂଖ୍ୟକ କବିତା ରହିଛି।
କୌଣସି ନେତା, କୌଣସି ଦଳ, କିମ୍ବା କୌଣସି ଏକ ସରକାରଙ୍କୁ ସମାଲୋଚନା କରିବାଟା ସହଜ। କିଛିନହେଲେ ପ୍ରମିଦିଆ ବା ଗଣମାଧ୍ୟମ ଉପରେ ଦୋଷ ଲଦିଦେବା ବି ସହଜ। କିନ୍ତୁ ତାଦ୍ବାରା ସମସ୍ୟାର ସମାଧାନ ହେବନାହିଁ। ସମୟର ପ୍ରଭାବ ଅଥବା ଯୁବସମାଜକୁ ଦାୟୀ କଲେ ମଧ୍ୟ ଚଳିବ ନାହିଁ। ଶ୍ରୀମାଶ୍ରୀଅରବିନ୍ଦଙ୍କୁ ଅନୁସରଣ କଲେହିଁ ନୂତନ ଭବିଷ୍ୟତର ବାଟ ଫିଟିବ।
ଦି ତିନି ବର୍ଷର ମରୁଡ଼ି ପରେ ୧୯୭୩ରେ ଘରବାହୁଡ଼ା ମୁକ୍ତିଲାଭ କରିବାଟା ଏକ ସନ୍ଧିକ୍ଷଣ। ଗୀତର ସୁବର୍ଣ୍ଣ ଯୁଗ ଶେଷ ହେଲା। ନାୟିକାଙ୍କ ମନସ୍ତାତ୍ତ୍ବିକ ସ୍ଥିତିକୁ ନେଇ ଏକା ଏକା ମନେ ମନେ ଗୀତଟି ଏକ କାଳଜୟୀ ସୃଷ୍ଟି। କାରଣ, ତା ପରବର୍ଷ ମୁକ୍ତିଲାଭ କରିଥିବା ମନ ଆକାଶ ଛବିର ମନେ ମନେ ଭାବୁ ତୁହି ଗୀତଟିର ମାନକୁ ସହଜରେ ତୁଳନା କରାଯାଇପାରେ।
ଶରତ ପୂଜାରୀ ସାଇକେଲରେ କଲେଜରୁ ଫେରିବାବେଳେ ଉପରୁ ହୋଟେଲ ବାଲକୋନୀରୁ ତାଙ୍କୁ ଠାବ କରି ନାୟକ ଭୂମିକା ପାଇଁ ବଛାଯାଇଥିଲା। ନୂଆବୋଉ କଥାଚିତ୍ର ନିମନ୍ତେ ନାୟିକା ଖୋଜାଯିବାର ଲମ୍ବା କାହାଣୀ ରହିଛି। ସେହିପରି, କିଏ କାହାର କଥାଚିତ୍ର ସୁଟିଂ ସମୟରେ ନାୟିକାଙ୍କ ବିଭିନ୍ନ ସର୍ତ୍ତ ଯୋଗୁ କିଭଳି ହଟହଟା ହେବାପାଇଁ ପଡ଼ିଥିଲା ତାହା ବେଶ ଆମୋଦକର।
ଭାଇ ଭାଉଜ (୧୯୬୭) କଥାଚିତ୍ରଟି ୟୁଟ୍ୟୁବରେ ଉତ୍ତୋଳିତ ହୋଇଥିବାର ଦେଖି ବହୁତ ଖୁସି ଲାଗିଲା। ମନଲାଖି ଗୀତ ନଥିବାରୁ ଛବିଟିକୁ ପ୍ରାୟ ଭୁଲି ହୋଇଯାଏ। ଦେଖିନଥିବାରୁ ମନରେ କୌଣସି ଛାପ ମଧ୍ୟ ନାହିଁ। ତେବେ ରାଜକିଶୋର ରାୟ ଅଭିନୟ କରିଥିଲେ ବୋଲି ମନେଅଛି। ଏହାଛଡ଼ା ଆରତୀ ଓ ରାମାୟଣ ପରି ଅନ୍ୟ କେତେକ ଛବି ମଧ୍ୟ ନିକଟରେ ଉତ୍ତୋଳନ କରାଯାଇଛି।
ସନ୍ଧ୍ୟାବେଳେ ତୃପ୍ତି ଦାସଙ୍କର ମନ ମଧୁମତୀ ଗୀତଟି ଶୁଣୁଥିଲି। ଏପରି ଏକ ସୁନ୍ଦର ଗୀତ ଯେତେଥର ଶୁଣିଲେ ବି ମନ ବୁଝେ ନାହିଁ। ଗୀତା ପଟ୍ଟନାୟକଙ୍କର ମନ ମୋର ପଦ୍ମପତ୍ର ସମ ମଧ୍ୟ ଅନୁରୂପ। ଟ୍ବିନ ଟାଓ୍ବାର୍ସ। ତୃପ୍ତି ବୋଲିଥିବା ଅକ୍ଷୟ ମହାନ୍ତିଙ୍କ ଗୀତ କେତୋଟି ବି ଶୁଣିଲି। ଲାଲ ଟୁକଟୁକ, ସେଦିନ ସଞ୍ଜବେଳେ, ବୟସର କୃଷ୍ଣଚୂଡ଼ା, କଥା ଥିଲା।
ଭାଷା ଖୋଜି ପାଉନି। ଅବଧିର ଦୁଇ ତୃତୀୟାଂଶ ଅତିବାହିତ ହେଲାପରେ ତଥା ଧୈର୍ଯ୍ୟର ପରିସମାପ୍ତି ହେଲାବେଳକୁ ନାୟକ ନାୟିକା ପଦାର୍ପଣ କରିବେ ଓ ସମୁଦ୍ର କୂଳକୁ ଯିବା ପାଇଁ ସୁଯୋଗ ମିଳିବା ସତ୍ତ୍ବେବି ଗୀତଟିଏ ଗାଇବେ ନାହିଁ। ଏଇଟା କୋଉ ନ୍ୟାୟ? ଥିଏଟର କଥା ଅଲଗା କିନ୍ତୁ ଭାଇ ଭାଉଜ କଥାଚିତ୍ରଟି ଅସଫଳ ହେବାପାଇଁ ଏକ ସମ୍ପୂର୍ଣ୍ଣ ପଥପ୍ରଦର୍ଶିକା।
ସବୁଠିଁ ତ ସେଇ ମଣିଷ ଓ ସମସ୍ୟା ବି ସବୁ ଏକାପରି। ତେଣୁ, ଓଡ଼ିଶା ଆଉ ଗୋଟାଏ ଅଲଗା କଣ? ସତ ଯେ, କିନ୍ତୁ ଓଡ଼ିଆ ଭାଷାଟି ଅଲଗା ଯାହା ଆମ ପାଇଁ ଅମୂଲ୍ୟ। ଓଡ଼ିଆ ଲିପିଟି ମଧ୍ୟ ଅଦ୍ବିତୀୟ। ଅନ୍ୟ ଭାଷାରେ ଗୀତ ସବୁ ଶୁଣିସାରିବା ପରେ ଓଡ଼ିଆ ଗୀତଟିଏ ମନେପଡ଼ିଯାଏ। ନୀଳ ଆକାଶର ମଲାଜହ୍ନ ମୁହିଁ, କିମ୍ବା, ନୀଳପରୀ କହ ତୋତେ ଦେଖିଛି ମୁଁ କେଉଁଠି।
ସବୁ ଦିଗରେ ସରକାରୀ କଳର ତତ୍ପରତା ଦେଖିବାକୁ ମିଳୁଛି ସତ କିନ୍ତୁ କଳାଧଳା କଥାଚିତ୍ର ଗୀତ ଗୁଡ଼ିକ କିପରି ୟୁଟ୍ୟୁବ ମାଧ୍ୟମରେ ସବୁଲୋକଙ୍କ ପାଖରେ ପହଞ୍ଚି ପାରିବ ତାର ବ୍ୟବସ୍ଥା କରିବାପାଇଁ କାହାରି ବି ଚିନ୍ତା ନାହିଁ। ମୁଁ ତ ଲେଖି ଲେଖି ମୋର ହାତ ଘୋରି ହୋଇ ଗଲାଣି କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଅନ୍ୟ କେହି ବି ଏପରି ଦାବୀ କରୁନାହାନ୍ତି।
ସୁରଟି ଚୋରା ହେଉ ପଛେ ଚନ୍ଦ୍ରମଲ୍ଲୀ ହସେ ଓଡ଼ିଆ ଭାଷାର ଏକ ଅମୂଲ୍ୟ ମଣି। ଯେମିତି ଲେଖା ସେମିତି କଣ୍ଠ। କିଏ ଖୁଣ ବାଛିବ? କିନ୍ତୁ ତାକୁ ତାଳ ଦେଲା ଭଳିଆ କିଏ ଆଉ ଅଛି? ଅଛି। ରଘୁନାଥ ପାଣିଗ୍ରାହୀ ଗାଇଛନ୍ତି ସୁଷମା ଗୋ। ଟ୍ବିନ ଟାଓ୍ବାର୍ସ। ମୋର ଯାହା ମନେହୁଏ, ତାଙ୍କର ଆଗର ରେଡ଼ିଓ ଗୀତ ଟିକିଏ ଦ୍ରୁତ ଥିଲା। ଗୋଧୂଳି ଗଗନ ମଧ୍ୟ ସେହିପରି।
ମୋର ଜଣେ ପ୍ରିୟ ଗାୟିକାଙ୍କ କଣ୍ଠରେ, ମୋର ଗୋଟିଏ ପ୍ରିୟ ପୁରୁଣା ଗୀତର ଅନ୍ତରାର ଏଇ ଦୁଇ ଧାଡ଼ି।
ଭଲଲାଗେ ମହୁଲିଆ ନିଶାହଜା ଭାବନାର ପୁଲକ,
ଭଲଲାଗେ ମନଲାଖି ମନଲଖା ସପନର ଚମକ।
କୋଉ ଗୀତ କେହି ଯଦି ଠଉରାଇ ପାରିବେ, କହିବେ। ଉତ୍ତର ମୁଁ ଜାଣେ, ଓ ଓଡ଼ିଆ ମେଲୋଡ଼ିଙ୍କ ୟୁଟ୍ୟୁବ ଟୁବରେ ଅଛି, କିନ୍ତୁ ଗୁଗଲରେ ଖୋଜିଲେ ମିଳିବ ନାହିଁ ବୋଧହୁଏ।
ମହମ୍ମଦ ସିକନ୍ଦର ଆଲାମଙ୍କର ମୁଁ ତାକୁ ଆଜି ଭଲ ପାଇଛି ଗୀତଟିର ସଙ୍ଗୀତ ନିଜ ସମୟ ଠାରୁ ଆଗୁଆ ଥିଲା ବୋଲି ପ୍ରଶଂସକ ମାନଙ୍କ ମତ। ସେହି ଦୃଷ୍ଟିରୁ ଦେଖିଲେ, ରଘୁନାଥ ପାଣିଗ୍ରାହୀ ବୋଲିଥିବା ଆଜି ମୁଁ ଚାଲିଛି ଖାଲି ଗୀତଟିକୁ ଉପଯୁକ୍ତ ନ୍ୟାୟ ମିଳିପାରିନାହିଁ ବୋଲି କହିହେବ। ମନେରଖିବାକୁ ହେବ ଯେ, ସେତେବେଳେ ବାସୁଦେବ ରଥଙ୍କ ଉଦୟ ହୋଇନାହିଁ।
ବିଗତ ସାତ ହଜାର ବର୍ଷ ଭିତରେ ଯାହା ସବୁ ସମ୍ଭବ ହୋଇନଥିଲା ଏବଂ ସ୍ଵପ୍ନର ବାହାରେ ଥିଲା, ମୋର ମାତ୍ର ସତୁରି ବର୍ଷ ଜୀବନ କାଳ ମଧ୍ୟରେ ସେ ସବୁ ମଣିଷର ହାତ ପାଆନ୍ତାକୁ ଆସିଛି। ସିଲଟ ଖଡ଼ି ଠାରୁ ଟାବଲେଟ ପର୍ଯ୍ୟନ୍ତ ଏକ ଲମ୍ବା ଯାତ୍ରା। କିନ୍ତୁ ଅନେକ ଭଲ ଜିନିଷ ହଜି ବି ଯାଉଛି। ଗାଁରୁ ସାଇକେଲରେ କଟକ, ଭୁବନେଶ୍ବର, ବା ବିରିଡ଼ି ହାଟ ଯିବା।
ଦିନେ ଇନ୍ଦ୍ରଧନୁ ଓ ବିଜୁଳି ମଧ୍ୟରେ ଯୁଦ୍ଧ ହୋଇ ବହୁତ ଘଡ଼ଘଡ଼ି ମାରିଥିଲା। ତାପରେ କେତେ କେତେ ଘଟଣା ସବୁ ଘଟି ସାରିଲାଣି। ୧୯୬୯ରେ ପ୍ରକାଶିତ ରବୀନ୍ଦ୍ରନାଥ ସିଂହଙ୍କ ଓଡ଼ିଆ ସାହିତ୍ୟର ଧର୍ଷଣ ବେଶ କିଛି ଆଲୋଡ଼ନ ସୃଷ୍ଟି କରିଥିଲା। ଓଡ଼ିଆ କବିମାନେ କିପରି ଅନ୍ୟ ଭାଷାରୁ ଚୋରି କରି ନାଁ କମାଉଛନ୍ତି, ସେ ଦର୍ଶାଇଥିଲେ। ଆର୍କାଇଭରେ ଗଚ୍ଛିତ।
ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ଜହ୍ନତ ଦେଇଛି ଚିଠି କୁନି କୁନି ଜୋଛନା ହାତରେ। ଗୀତିକାର ନନ୍ଦ କିଶୋର ସିଂହ। ତୋଳିଥିଲେ ଆକାଶବାଣୀ କଟକ।
ନା ଉଠନା... ଦିଲ ଅପନା ନେଲା ଚମ୍ପା ଚୋରାଇ
[ନୂଆବୋଉ ସିନେମାର ହଜି ଯାଇଥିବା ମଜାଳିଆ ଗୀତ। ନୂଆବୋଉ ଚଳଚ୍ଚିତ୍ରର ଏ ଗୀତକୁ ବୋଲିଛନ୍ତି ସିକନ୍ଦର ଆଲାମ। ଏ ଗୀତରେ କେତୋଟି ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ଗୀତର ସ୍ଵରକୁ ବ୍ୟବହାର କରାଯାଇଛି।]
ନିର୍ମଳା ମିଶ୍ରଙ୍କ କଣ୍ଠରେ ତୁମର ତ ପ୍ରଜାପତି ମନ।
ଶ୍ଯାମାନୁଜ ବାବୁ ଥରେ ଲେଖିଥିଲେ ଯେ, ଚିତ୍ରଲେଖା, ଅମୃତ ଫଳ, ଓ ଅମାବାସ୍ଯାର ଚନ୍ଦ୍ର ଉପନ୍ୟାସ ତିନୋଟିକୁ ସମ୍ଭବ ହେଲେ ସେହି କ୍ରମରେ ପଢ଼ିବା ଲାଗି। ସେହିପରି, ଓଡ଼ିଶା ତଥା ଓଡ଼ିଆ ସଂସ୍କୃତି ସନ୍ଦର୍ଭରେ ଅନିବାର୍ଯ୍ୟ ପଠନୀୟ ଭାବରେ ସେ ଛମାଣ ଆଠଗୁଣ୍ଠ, କଣାମାମୁଁ, କନକଲତା, ମାଟିର ମଣିଷ, ଏବଂ ନୀଳଶୈଳ ଉପନ୍ୟାସ ପାଞ୍ଚୋଟିକୁ ବାଛିଥିଲେ।
ଅମାବାସ୍ୟାର ଚନ୍ଦ୍ର ପ୍ରଥମ କରି ପଢ଼ିଲେ ମନରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେବା ସ୍ୱାଭାବିକ। ତେଣୁ କିଛି ମାନସିକ ପ୍ରସ୍ତୁତି ସହ ପଢ଼ିଲେ ଉପଯୁକ୍ତ ରସସ୍ୱାଦନ ତଥା ତୁଳନାତ୍ମକ ଦୃଷ୍ଟିକୋଣ ସମ୍ଭବ ହୋଇପାରିବ ବୋଲି ବୋଧହୁଏ ସେ ପରାମର୍ଶ ଦେଇଥିଲେ।
x.com/NathTusar/stat…
ଅମାବାସ୍ୟାର ଚନ୍ଦ୍ରରେ ଚିତ୍ରଲେଖାର ଅବତାରଣା ରହିଛି। ଭଗବତୀ ଚରଣ ବର୍ମାଙ୍କ ରଚିତ ଏହି ପୁସ୍ତକଟି ଶ୍ରୀନିବାସ ଉଦ୍ଗାତାଙ୍କ ଦ୍ବାରା ଓଡ଼ିଆରେ ଅନୂଦିତ ହୋଇଥିଲା। ନିକୋସ୍ କାଜାନଜାକିସ୍ ଙ୍କ ଲିଖିତ ଜୋର୍ବା, ଦି ଗ୍ରୀକ୍ ଉପନ୍ୟାସଟି ମଧ୍ୟ ସ୍ମରଣଯୋଗ୍ଯ। ଅମୃତ ଫଳର ଭର୍ତୃହରି ଚରିତ୍ର ବି ଶିକ୍ଷଣୀୟ ହୋଇପାରେ।
x.com/NathTusar/stat…
ସାଧାରଣତଃ, ଗୀତଟିଏ ଲେଖାହୁଏ ଓ ପରେ, ସଙ୍ଗୀତ ନିର୍ଦ୍ଦେଶକ ତାକୁ ସୁରରେ ବାନ୍ଧନ୍ତି। କିନ୍ତୁ ମୟୂରୀ ଗୋ କ୍ଷେତ୍ରରେ ଓଲଟା ହୋଇଥିଲା। ଶାନ୍ତନୁ ମହାପାତ୍ର ପ୍ରଥମେ ସ୍ବରଟି ତିଆରି କରି ଗୀତିକାରଙ୍କୁ ଦେଇ ଚାଲିଗଲେ। ଜୀବନାନନ୍ଦ ପାଣି ସାରା ପୃଥିବୀ ଓ ଆକାଶ ଖୋଜାଖୋଜି କରି ଲେଖିଲେ ସେହି କାଳଜୟୀ ଗୀତ। ପାଖରେ ବସିଥିଲେ ଦେବାଶିଷ ମହାପାତ୍ର।
ରେଡ଼ିଓରେ, ଆଧୁନିକ ବା କଥାଚିତ୍ର ଗୀତ ନବାଜି ଓଡ଼ିଶୀ ବା ଭଜନ ବାଜିଲେ ପିଲାଦିନେ ବିରକ୍ତ ଲାଗୁଥିଲା। ଏବେବି ଧର୍ମଭିତ୍ତିକ ଗୀତ ପ୍ରତି ମୋର ବିତୃଷ୍ଣା ରହିଛି। ଓଡ଼ିଶୀ ଗୀତଗୁଡ଼ିକରେ କିଛି ଗୋଟାଏ ଓଡ଼ିଆ ପଣିଆ ରହିଛି ବୋଲି ମୋର ମନେହୁଏ ନାହିଁ। ବରଂ କେଳାକେଳୁଣୀ ବା ଘୋଡ଼ାନାଚ ଭଳି ଗୀତରେ ଖାଣ୍ଟି ଓଡ଼ିଆ ବାସ୍ନା ସ୍ବତଃ ବାରି ହୋଇପଡେ଼।
ଓଡ଼ିଶାର ନାମ ଓ ପରିସୀମା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ। ଓଡ଼ିଶୀ ଶବ୍ଦଟି ଆଗରୁ ନଥିଲା। ଆକାଶବାଣୀ କଟକ ପ୍ରଦତ୍ତ। ଓଡ଼ିଶୀର ସଂଜ୍ଞା ପ୍ରକୃତରେ କଣ ଓ ମୋ ମନ ବୀଣାର ତାରେ ଗୀତରେ କିପରି ଓଡ଼ିଶୀ ଛାପ ରହିଛି ତାହା ମୋ ବୁଝିବା ଶକ୍ତିର ବାହାରେ। କାରଣ, ବିତିଲା ତ ଯାମିନୀ ଗୀତଟି ଓଡ଼ିଶୀ ନୁହେଁ ବୋଲି ଏଇଠି ଜଣେ ବିଶେଷଜ୍ଞ ମତ ଦେଇଥିଲେ।
ଶାସ୍ତ୍ରୀୟ ପଦ୍ଧତି ସହ ପରିଚିତ ହେବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଆବଶ୍ୟକ ମଧ୍ୟ ନୁହେଁ। ତେଣୁ ତାକୁ ଓଡ଼ିଆ ପଣିଆ ଉପରେ ଲଦି ଦେବା ଠିକ ହେବ ନାହିଁ। ମୋର ମୂଳ ଯୁକ୍ତି ଧର୍ମଭିତ୍ତିକ ଗୀତ ସନ୍ଦର୍ଭରେ ଥିଲା। ସେସବୁର ତ ଖଣି ରହିଛି। କିନ୍ତୁ ତାକୁ ଛାଡ଼ି ଯେଉଁଠି ସାଧାରଣ ଜୀବନର କଥା କୁହାହୋଇଛି, ତାହା ନିଶ୍ଚୟ ଅଧିକ ଆପଣାର ବୋଧହୁଏ।
ରସ କଥା ମୁଁ କହୁନାହିଁ। କାଁଭାଁ ଉଦାହରଣକୁ ଛାଡ଼ି ଦେଲେ ପ୍ରାୟ ସମସ୍ତ ପୁରୁଣା ଓଡ଼ିଶୀ ପ୍ରବନ୍ଧ ଧର୍ମଭିତ୍ତିକ ଓ ବହୁ ଓଡ଼ିଆଙ୍କର ସେସବୁ ପ୍ରିୟ। ଓଡ଼ିଶୀ ନୃତ୍ୟ ଓ ଗୀତ ଓଡ଼ିଶାର ଏକଥା ମଧ୍ୟ ସତ୍ୟ। କିନ୍ତୁ ଏସବୁ ହେଲା ପ୍ରୋତ୍ସାହିତ ତଥା ଆରୋପିତ ସଂସ୍କୃତି ଯାହା ପାଇଁ ରାଜାମାନେ ଧନ୍ୟବାଦାର୍ହ। ସାଧାରଣ ଲୋକଙ୍କ ସୃଷ୍ଟି ଓ କୃତି ଅଲଗା।
ଭୁଲ କରିଦେଲେ!
ହଁ ସେଇଟା ତ ସତ କିନ୍ତୁ ଏଥିରେ ମଧୁମତୀର ଦୃଶ୍ୟକୁ ପ୍ରେମ ପର୍ବତର ଗୀତ ସଙ୍ଗେ କଲମୀ କରାଯାଇଛି।
ମଧୁମତୀ ସାଙ୍ଗେ ପ୍ରଜାପତି।
x.com/SuryadeoSurya/…
ମିଲନ, ମଧୁମତୀ, ଓ ଅନ୍ୟ କିଛି ହିନ୍ଦୀ ଛବି ପରି ଜୀବନ ସାଥୀ କଥାଚିତ୍ରରେ ମଧ୍ୟ ପୁନର୍ଜନ୍ମର ଅବତାରଣା ରହିଛି। ତାଛଡ଼ା, ଏହାର ଗୀତ ଓ ଚିତ୍ରାୟନରେ ମଧୁମତୀର ସ୍ପଷ୍ଟ ଛାପ ଥିବାର ଦେଖାଯାଏ।
୨୦୦୫ ମସିହାରେ ଘରକୁ କମ୍ପ୍ୟୁଟର ଓ ଇଣ୍ଟରନେଟ ଆସିବା ପରେ ମୁଁ ଅନ୍ୟ କେତେକ ବ୍ଲଗ ସହିତ ଖୋଲିଥିଲି ପେଟଲିଙ୍କସ petlinks.blogspot.com। ଓଡ଼ିଆ କଥାଚିତ୍ର ଗୀତ ଗୁଡ଼ିକର ଏକ ତାଲିକା ସେଥିରେ ଥିଲା ଯାହା ବହୁତ ପାଠକଙ୍କୁ ସାହାଯ୍ୟ କରୁଥିଲା। ୨୦୧୧ରେ ମୁଁ ପ୍ରତ୍ୟେକ ଗୀତର ବିଭିନ୍ନ ତଥ୍ୟ ଏବଂ ଲିଙ୍କ ଏକତ୍ର କରିବାକୁ ଚେଷ୍ଟା କରିଥିଲି।
ଧର୍ମ ସ୍ବତଃ ସିଦ୍ଧ ବୋଲି ଧାରଣା ଅନେକଙ୍କର କିନ୍ତୁ ପ୍ରକୃତରେ ଏହା କପୋଳକଳ୍ପିତ। ବିଭିନ୍ନ ଉପାୟରେ ଏହାର ପ୍ରଚାର ପ୍ରସାର ବିଭିନ୍ନ ସ୍ତରରେ ଚାଲିଥାଏ ଓ ଏହାଦ୍ବାରା କେତେକ ଶ୍ରେଣୀର ଲୋକ ଲାଭାନ୍ୱିତ ହୋଇଥାନ୍ତି। ବଞ୍ଚିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଙ୍ଘର୍ଷ କରୁଥିବା ବେଳେ କୋଉଠି ନା କୋଉଠି ଏହାର ଜାଲରେ ଛନ୍ଦି ହୋଇଯିବାକୁ ବାଧ୍ଯ ହୁଏ।
ଖୁସିର କଥା ଯେ ଓଡ଼ିଆ ସିନେମା ଗୀତ ୭୯ ରୁ ୮୨ ପ୍ରେସ୍ରେ ଅଛି ବୋଲି ସୂର୍ଯ୍ୟବାବୁ ଜଣାଇଛନ୍ତି। ଏହା ଏଇ ସିରିଜର ତୃତୀୟ ବହି ହେବ। ଆଗକୁ କେତୋଟି ହେବ ଓ କେତେ ସମୟ ଲାଗିବ, ଅନୁମାନ କରିବା କଷ୍ଟ। ଗୀତିକାରଙ୍କ ପରିଚୟ ଏକ ଅଲଗା ବହି ହେବା ଉଚିତ। କେବଳ କଥାଚିତ୍ରର କ୍ରେଡ଼ିଟ୍ ଓ ଲିରିକ୍ସ ରହିଲେ ବହିଟି ଏତେ ଭାରାକ୍ରାନ୍ତ ହୁଅନ୍ତା ନାହିଁ।
ଭୁଖା କଥାଚିତ୍ରର ମଲ୍ଲୀ ଫୁଟି ମହକିଲା ଗୀତଟିର ଗୋଟିଏ ସ୍ବତନ୍ତ୍ର ଆବେଦନ ରହିଛି। ଭାଷା ଏକ ଅଲଗା ରାଜ୍ୟକୁ ବୋହି ନେଇ ଯାଉଥିବା ବେଳେ ଭାବ ହୃଦୟରେ ଭରିଦିଏ ଅନୁରାଗ ଓ ବିରାଗର ମିଶ୍ରିତ ଏକ ବିଚିତ୍ର ଅନୁଭୂତି। ଲବଙ୍ଗ ଇଲାଚି ଗୀତ ଆଗରୁ ଆମର ଏଠି ଚାହା ଚିନି ଥିଲା। ହାକିମ ବାବୁର ହାଏ ହାଏ ହାଏ ବନ୍ଧୁରେ ଗୀତଟି ମଧ୍ୟ ଅନୁରୂପ ଭାବୋଦ୍ଦୀପକ।
ବାଟ ଅବାଟ କଥାଚିତ୍ରର, ଜୀବନରେ ହସ ନାମେ ନିତି ଲୁହ ପିଇ ପିଇ ଏକ ପ୍ରସିଦ୍ଧ ଗୀତ। ଏହାକୁ ଶୁଣିଲେ କାବେରୀ କଥାଚିତ୍ରର, ଜୀବନର ସବୁ ଦେଇ ଯା ପାଇଁ ରହିଲି ଚାହିଁ ଗୀତଟି ମନେପଡ଼ିଯାଏ। ପ୍ରଥମଟିରେ ଆଳାପ ଛଡ଼ା ସେମିତି ବିଶେଷ କିଛି ଉତ୍କର୍ଷ ନଥିବା ବେଳେ, ଦ୍ଵିତୀୟଟିର ଅନ୍ତରାରେ ବାସୁଦେବ ରଥ ଗାୟିକାଙ୍କ ଠାରୁ ପୁରା ପଇସା ଅସୁଲ କରିଛନ୍ତି।
କାହାଣୀ ସହିତ ଖାପଖୁଆଇ ଲେଖାଯାଇଥିବା ଗୀତ ଅନେକ ସମୟରେ ସଫଳ ହୁଏନାହିଁ। କିନ୍ତୁ ସମୟ ବଡ଼ ବଳବାନ କଥାଚିତ୍ରର ମତେ ବାନ୍ଧି ନେରେ ପୁଲିସ ବାବୁ ଗୀତଟି ସେତେବେଳେ ଖୁବ ଲୋକପ୍ରିୟ ହୋଇଥିଲା। ସେହିପରି ଆଉ ଏକ ଗୀତ ହେଲା ହାକିମ ବାବୁର ମୁଁ ତୁମ ମଇନା ମୁଁ ତୁମ ଆଇନା। କିନ୍ତୁ କଥାଚିତ୍ରର ନହେଲେ ମଧ୍ୟ ପୂର୍ବରୁ ଥିଲା ମୁଁ ତୁମ ଜାପାନୀ ଖେଳଣା।
କୌଣସି କଥାଚିତ୍ରର ଗୀତ ଯଦିଓ ନୁହେଁ ତଥାପି ଦୃଶ୍ୟ ଗଢ଼ିବା ଲାଗି ସବୁ ଉପାଦାନ ଏଥିରେ ମହଜୁଦ ରହିଛି। ତୋ ଦେହର ଶାଢୀ ଝୁମ୍ପି ଖସାନି ଏତେ ଗୀତଟି ପାଇଁ ତାନସେନ ସିଂହଙ୍କ ଚିଡ଼େଇବା ସ୍ବର ଏକବାରେ ଫିଟ। ଏହିପରି ଅନ୍ୟ ଏକ ମଜାଦାର ଗୀତ ହେଲା ଓମ ସାଈ ତୁଝେ ସଲାମ କଥାଚିତ୍ରର ତୁ ମୋ ଅଳସୀ ରାଣୀ ହେମ ହରିଣୀ। କଣ୍ଠ ଅରବିନ୍ଦ ଓ ଶ୍ବେତା ମିଶ୍ର।
ନିଉଜ ୭ ଜରିଆରେ ବିଭିନ୍ନ ସ୍ଥାନରେ ଡଙ୍ଗା ଭସାର ଦୃଶ୍ୟ ଦେଖିବାକୁ ମିଳିଲା। ବୁଡ଼ ପକାଇବାର ପ୍ରଥା ଆଜିକାଲି ଆଉ ନାହିଁ ପ୍ରାୟ। ସୁବିଧାର ଅଭାବ ନିଶ୍ଚୟ। ଜଣେ କେହି ନିଶ୍ଚିତକୁ ବାରମ୍ବାର ନିଶ୍ଚିନ୍ତ ବୋଲି କହୁଥିଲେ। କିନ୍ତୁ ମୋଟାମୋଟି ଉପସ୍ଥାପନାର ମାନ ଉପଭୋଗ୍ୟ। ଏଠି ହୁଗୁଳି ନଦୀ କୂଳରୁ ମଧ୍ୟ ଏବେ ହୁଳହୁଳିର ଶବ୍ଦ ଶୁଣିବାକୁ ମିଳିଲା।
ମାଇକରେ କୀର୍ତ୍ତନ ସଙ୍ଗୀତ ଭାସି ଆସୁଛି। ତିନିଦିନ ହେଲା ଚାଲିଛି। କିନ୍ତୁ ସେ ଢେଉ ଭଳି ଦୋଳାୟିତ ଗାୟନ ଶୈଳୀ ମୋର ଶ୍ରୁତିକଟୁ ହେଉଛି। ଭାଷା ବି ବୁଝି ହେଉନି। ପାରମ୍ପରିକତା, ଶାସ୍ତ୍ରୀୟତା, ଓ ଧାର୍ମିକତାର ଦ୍ବାହି ଦେଇ କିଛି ଜିନିଷକୁ ଜାବୁଡ଼ି ଧରି ବସିବା ଅନ୍ୟାୟ। କିନ୍ତୁ ଅଟୋଟ୍ଯୁନ ଲଗା ଭୋଜପୁରୀ ଗୀତ ବି ଅନ୍ଯ ସୀମାନ୍ତର ବିସଙ୍ଗତି।
ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହେବା ଏକ ଐତିହାସିକ ଘଟଣା। ତା ସହିତ ମୁଖ୍ୟମନ୍ତ୍ରୀ ଓ ଜଣେ ଉପମୁଖ୍ୟମନ୍ତ୍ରୀ ଉପାନ୍ତ ଜିଲ୍ଲା ମାନଙ୍କରୁ ଆସିବା ବି ମହତ୍ତ୍ବପୂର୍ଣ୍ଣ। ରାଷ୍ଟ୍ରୀୟ ସ୍ଵୟଂସେବକ ସଙ୍ଘର ପୃଷ୍ଠପୋଷକତାରେ ଅଣଓଡ଼ିଆମାନଙ୍କର ପ୍ରତିପତ୍ତି ବୃଦ୍ଧି ପାଇବା ସ୍ବାଭାବିକ। ଓଡ଼ିଆ ଭାଷା ଓ ସଂସ୍କୃତିର ଅପମିଶ୍ରଣ ଘଟିବ।
ଏକଥାକୁ ଅସ୍ୱୀକାର କରିହେବନାହିଁ ଯେ ପଡ଼ୋଶୀ ରାଜ୍ୟମାନଙ୍କ ଭାଷା ଓ ସଂସ୍କୃତିର ପ୍ରଭୁତ ପ୍ରଭାବ ବହୁ ଓଡ଼ିଶାବାସୀଙ୍କ ଉପରେ ରହିଛି। ତାଛଡ଼ା ଜାତୀୟତାବୋଧ ପରିପ୍ରେକ୍ଷୀରେ ହିନ୍ଦୀ ଓ ଇଙ୍ଗ୍ରାଜୀର ଆକର୍ଷଣ ଅକାଟ୍ଯ। ଏହି ପରିସ୍ଥିତିରେ ଓଡ଼ିଆଭାଷାର ମୌଳିକତା ରକ୍ଷାକରିବା କାଠିକର ପାଠ। ତଥାପି ତାହାର ଅନ୍ତର୍ନିହିତ ଶକ୍ତି ହିଁ ରକ୍ଷା କବଚ।
ତୁମେ ମୋ ରାଧା, ତୁମେ ମୋ ସୀତା ଗୀତଟିର ସ୍ବରରେ ଗୋଟିଏ ସୁନ୍ଦର ସାବଲୀଳତା ରହିଛି। ରାଗ ବିଷୟରେ ମୋର ଧାରଣା ନାହିଁ କିନ୍ତୁ ସେହିପରି ଆଉ ଗୋଟିଏ ଗୀତ ହେଲା ଯାହା ମୁଁ ଖୋଜିଛି ତାହା ମୁଁ ପାଇଛି। ତା ସହିତ ବଧୂ ହସେ ମଧୁ ମଧୁ, ଝୁମି ଝୁମି ଯାଉଚି, ତୁମେ ହିଁ ସ୍ବର୍ଗ ମୋର, ମୁଁ ପାଉନଥିଲି ସାହା, ଓ କଥା ତ ଏତିକି କୁ ମଧ୍ୟ ଜୋଡ଼ା ଯାଇପାରେ।
ଓଡ଼ିଆ ସଂସ୍କୃତି କହିଲେ କଣ ବୁଝାଏ ଏ ବିଷୟରେ ସମସ୍ତେ କେବେ ଏକମତ ହେବେନାହିଁ। ଉଦାହରଣ ସ୍ୱରୂପ, ଷାଠିଏ ଦଶକର କଥାଚିତ୍ର ଗୁଡ଼ିକରେ ବହୁତ କିଛି ନଥିକରଣ ହୋଇଛି, କିନ୍ତୁ ତାହା ସମଗ୍ର ଓଡ଼ିଶାର ଦୃଶ୍ୟ ପ୍ରତିଫଳନ କରେନାହିଁ। ସେହିପରି, ଏକ ନିର୍ଦ୍ଦିଷ୍ଟ ଧର୍ମଭିତ୍ତିକ ବିଭିନ୍ନ ପ୍ରଥାକୁ ସଂସ୍କୃତି ତାଲିକାଭୁକ୍ତ କରିବା ଉପଯୁକ୍ତ ନୁହେଁ।
ବତିଘର କଥାଚିତ୍ର ପ୍ରାୟ କେହି ଦେଖିନଥିବେ। ଦେଖିଲା ପରେ ଅମାବାସ୍ୟାର ଚନ୍ଦ୍ର ସହ କିଛି ମାତ୍ରାରେ ସାମଞ୍ଜସ୍ୟ ଅଛି ବୋଲି ମନେ ହୋଇଥିଲା। ବୋଧହୁଏ ଓଡ଼ିଆରେ ପ୍ରଥମ ବୌଦ୍ଧିକ ସ୍ତରର ଛବି।
ସମ୍ବଲପୁରୀ ଭାଷାରେ କେତେ କଣ ସାହିତ୍ୟ ଅଛି ମୁଁ ଜାଣିନାହିଁ କିନ୍ତୁ ଏହାର ଉଚ୍ଚାରଣ ଓଡ଼ିଆ ଠାରୁ ଅଲଗା। ତେଣୁ ଓଡ଼ିଆ ବଦଳରେ ଯଦି ଏହା ବଙ୍ଗଳା ବା ଦେବନାଗରୀ ଲିପିରେ ଲେଖାଯାଆନ୍ତା ତେବେ ହଳନ୍ତ ଲଗାଇବାକୁ ପଡ଼ନ୍ତାନାହିଁ। ସେ ଅଞ୍ଚଳରେ ବହୁବର୍ଷ ରହିଥିବାରୁ ଲୋକଙ୍କର ମନୋଭାବ ମୁଁ ଭଲଭାବେ ଜାଣେ। ଭାଷା ପୂର୍ଣ୍ଣାଙ୍ଗତା ଲାଭ କରିବା ଉଚିତ।
କୁହାଯାଏ ଯେ, ମଣିଷକୁ ଯଦି ସ୍ବର୍ଗରେ ରଖାଯାଇ ନିତି ଅମୃତ ଖାଇବାକୁ ଦିଆଯାଏ, ତଥାପି ବି ସେ କିଛିଦିନ ପରେ ଅସନ୍ତୁଷ୍ଟ ହୋଇ ପଡ଼ିବ ଓ ଅନ୍ୟ ସ୍ଥାନର ଅଭିଜ୍ଞତା ହାସଲ କରିବା ଲାଗି ଚାହିଁବ। ଏହା ସମାଲୋଚନା ନୁହେଁ ବରଂ ଏକ ମୁଲ୍ୟବାନ ଅନ୍ତର୍ନିହିତ ଗୁଣ ଯୋଉଥିପାଇଁ ଦେବତାଙ୍କ ଠାରୁ ବି ମଣିଷର ସମ୍ଭାବନା ଅଧିକ ବୋଲି ବିବେଚନା କରାଯାଇଛି।
ବାବୁଲାଲ ଦୋଷୀ ଓଡ଼ିଶାରେ କଳା ଓ ସଂସ୍କୃତିର ବିକାଶ ପାଇଁ ବହୁ କଷ୍ଟ ସ୍ବୀକାର କରିଛନ୍ତି। ଦୀର୍ଘ ସଙ୍ଘର୍ଷ ପରେ କଟକରେ କଳା ବିକାଶ କେନ୍ଦ୍ର ସ୍ଥାପିତ ହେବା ତାଙ୍କର ସବୁଠାରୁ ବଡ଼ କୃତି। ଭବନ ନିର୍ମାଣ ଲାଗି ସେ ପଣ ରଖି ଭୁବନେଶ୍ବର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଖାଲି ପାଦରେ ବୁଲି ବୁଲି ସାହାଯ୍ୟ ଭିକ୍ଷା କରିଥିଲେ। ଏପରି ଏକ ଉଦାହରଣ ବିରଳ।
ଶ୍ରୀଲୋକନାଥ କଥାଚିତ୍ର ମୁଁ ହଲରେ ଦେଖିଥିଲି। ମୋର ପ୍ରଥମ ଓଡ଼ିଆ ଛବି। ସେତେବେଳେ ଖୁବ ଲୋକପ୍ରିୟ ହୋଇଥିଲା ଓ ଗୀତଗୁଡ଼ିକ ଜନମାନସକୁ ଆଛନ୍ନ କରି ରଖିଥିଲା। ପରେ ଅମଡ଼ାବାଟ ଓ କିଏ କାହାର ମଧ୍ଯ ସେହି ସ୍ତରରେ ପହଞ୍ଚିଥିଲେ। କିନ୍ତୁ ଯଥାର୍ଥ ଭାବରେ ରେକର୍ଡ଼ ଭଙ୍ଗା ଲୋକପ୍ରିୟତାର କୃତିତ୍ବ ବୋଧହୁଏ ମମତା କଥାଚିତ୍ର ହିଁ ହାସଲ କରିପାରିଥିଲା।
ଦିଲ୍ଲୀରେ ଥରେ ଓଡ଼ିଶୀନୃତ୍ୟର ପୋଷାକ ପିନ୍ଧି କଳାକାର ମାନେ ଲୋକନୃତ୍ୟ ପରିବେଷଣ କରିବାରୁ ଜଣେ ଭଦ୍ରଲୋକ ତାର ବିରୋଧ କରିଥିଲେ। ଓଡ଼ିଶାରେ ଏ ବିଷୟରେ ବର୍ତ୍ତମାନ ସ୍ଥିତି କଣ ମୁଁ ଜାଣିନାହିଁ। କିନ୍ତୁ ପୋଷାକରେ କିଛି ପରିବର୍ତ୍ତନ କରି ଓଡ଼ିଶୀନୃତ୍ୟ ପରିବେଷଣ ହେବାର ମୁଁ ଦେଖିଛି। କଳାରେ ରକ୍ଷଣଶୀଳତା ଓ ସୃଜନଶୀଳତା ମଧ୍ୟରେ ବିବାଦ ରହିବ।
ସ୍କୁଲରେ ପଢ଼ିଲାବେଳେ ସାହିତ୍ୟିକ ଭାଷାରେ ଲେଖିବା ପାଇଁ ଉତ୍ସାହିତ କରାଯାଉଥିଲା ଓ ମହେଶ୍ଵର ମହାନ୍ତିଙ୍କ ଛାତ୍ରସାଥୀ ପ୍ରବନ୍ଧ ମାଳା ଏଥିପାଇଁ ବହୁତ ଉପଯୋଗୀ ଥିଲା। କିନ୍ତୁ ଅନ୍ୟ ବିଷୟମାନଙ୍କ ତୁଳନାରେ ଓଡ଼ିଆର ସ୍ଥାନ ତଳେ ଥିଲା। ସଂସ୍କୃତ ଓ ହିନ୍ଦୀ ଆହୁରି ତଳେ ଓ ଶିକ୍ଷକମାନଙ୍କର ସମ୍ମାନ ମଧ୍ୟ ସେହି ହିସାବରେ ନିର୍ଦ୍ଧାରିତ ହେଉଥିଲା।
ଆର୍କାଇଭ୍ସଙ୍କ ଦୟାରୁ, ଏହା ଭିତରେ, ମୁଁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଦୁର୍ଲଭ ଚନ୍ଦ୍ର ସିଂହ, ଦୀନବନ୍ଧୁ ଦାସ (ଟିମା), ନିରଞ୍ଜନ ଶତପଥୀ, ଶରତ ପୂଜାରୀ, ବାବୁଲାଲ ଦୋଷୀ, ଓ କାର୍ତ୍ତିକ କୁମାର ଘୋଷଙ୍କ ଆତ୍ମଜୀବନୀ ପଢିବାର ସୁଯୋଗ ପାଇଛି। କହିବା ବାହୁଲ୍ୟ ଯେ, ଆଧୁନିକ ଓଡ଼ିଶାର ସାଂସ୍କୃତିକ ନବଜାଗରଣ ଦିଗରେ ଏମାନଙ୍କର ଭୂମିକା ବିପୁଳ। ନନ୍ଦକିଶୋର ସିଂହ ମଧ୍ୟ।
ବଡ଼ ଭାଗ୍ୟର କଥା ଯେ ଏତେ ବର୍ଷ ପରେ ଓଡ଼ିଆମାନେ ପୁରୁଣା କଥାଚିତ୍ର ସବୁ ଦେଖିବାକୁ ପାଇବେ। ନୂଆବୋଉ, ଜୀବନ ସାଥୀ, ଓ ରାମାୟଣ ଉତ୍ତୋଳିତ ହୋଇଛି। ଆଶା ଅନ୍ୟାନ୍ୟ ପ୍ରଯୋଜକ ସଂସ୍ଥା ସବୁ ଅନୁରୂପ ବଦାନ୍ଯତା ପ୍ରଦର୍ଶନ କରିବେ। ଗୀତଗୁଡ଼ିକର ଦୃଶ୍ୟବନ୍ଧ ଅଲଗା ଉତ୍ତୋଳିତ ହେଲେ ନିଘା ସଂଖ୍ୟା ନିଶ୍ଚୟ ବୃଦ୍ଧି ପାଇବ।
ଚିଲିକା ତୀରେ ଉପରେ କଥା ପରଦାର। କିଛି ଅଂଶ ଦେଖିପାରିଲି। ନାୟକ ନାୟିକା ପ୍ରଥମ ପସନ୍ଦ ନ ଥିଲେ। ଛବିଟି ବି ଏମିତି କିଛି ତରଙ୍ଗ ସୃଷ୍ଟି କରି ନଥିଲା କିନ୍ତୁ ପରେ ସେମାନେ ଜୀବନରେ ଛନ୍ଦି ହୋଇଯାଇଥିଲେ। ଶିବବ୍ରତ ଦାସ ଉଭୟଙ୍କୁ ଆଣିଥିଲେ ଏବଂ ଉଭୟଙ୍କର ପୂର୍ବ କଥାଚିତ୍ର ଆରମ୍ଭ ହୋଇ ବନ୍ଦ ହୋଇଯାଇଥିଲା। ନାଟ୍ୟ ରୂପାନ୍ତର ମୂଳ ଚିତ୍ର ସମତୁଲ।
ଓଡ଼ିଆ କଥା ଓଡ଼ିଶା ରାଜନୀତି, ଓଡ଼ିଶାର ଉନ୍ନତି, ବା ତଥାକଥିତ ଓଡ଼ିଆ ସଂସ୍କୃତି ଠାରୁ ଅଲଗା। ଓଡ଼ିଆ ଭାଷାକୁ କଟକ-ଭୁବନେଶ୍ବରର ଭୌଗୋଳିକ ସୀମା ମଧ୍ୟରେ ମଧ୍ୟ ଆବଦ୍ଧ କରିବାରେ ହୁଏତ ତାର ଯଥାର୍ଥ ପ୍ରତିଫଳନ ସମ୍ଭବ। ନହେଲେ ଯେତିକି ଦୂରେଇଲେ ସେତିକି ଅପଭ୍ରଷ୍ଟ ହେବାର ଆଶଙ୍କା। ଶବ୍ଦରେ, ଉଚ୍ଚାରଣରେ, ଏବଂ ଭାଷା ପ୍ରତି ପ୍ରୀତିରେ ବ୍ୟବଧାନ।
କଥା ପରଦାର ଦରବାରରେ ଆଜି ବନ୍ଧୁ ମହାନ୍ତି। ଧୀର ବିଶ୍ବାଳ ରାଜା ହୋଇ ଏକ ଗମ୍ଭୀର ଭୂମିକାରେ। ମୂଳ କାହାଣୀ ସହିତ ଅନେକ କିଛି ଜୋଡ଼ା ଯାଇ ଉପଭୋଗ୍ୟ କରାଯାଇଛି। ଗୀତ ଗୁଡ଼ିକତ ଏବେବି ଲୋକପ୍ରିୟ। ତେବେ, ଓଡ଼ିଆ କଥାଚିତ୍ର ଆଧୁନିକତା ଓ ସୃଜନଶୀଳତା ଦିଗରେ ଆଗେଇଲା ବେଳକୁ ବନ୍ଧୁ ମହାନ୍ତି ଛବିଟି କୌଣସି ନୂତନ ଦିଗଦର୍ଶନ ଦେବାର ମନେହୁଏ ନାହିଁ।
କଳା, ସାହିତ୍ୟ, ଓ ସଙ୍ଗୀତ କେତୋଟି ଉପାଦାନ ମାତ୍ର। ସମୟକ୍ରମେ କିଛି ଲୋକଙ୍କ ବେଉସା ଭାବରେ ଛନ୍ଦି ହୋଇଯାଇଥାଏ। ତା ଭିତରେ ପୁଣି ଉତ୍କର୍ଷ ହାସଲ କରିବା ପାଇଁ ଅନେକ କିଛି ଉତ୍ସର୍ଗ କରିବା ପାଇଁ ପଡ଼ିଥାଏ। ଜୀବନକୁ ବା ଭାବଧାରାକୁ ପରିମାର୍ଜିତ କରିବାର କ୍ଷମତା କଳା ମଧ୍ୟରେ ରହିଛି। କିନ୍ତୁ ସେଥିଲାଗି ଏକ ଉଚ୍ଚ ଆଦର୍ଶ ଆଗରେ ରହିବା ଦରକାର।
ହଜାର ହଜାର ସଂଖ୍ୟାରେ ଧର୍ମଗ୍ରନ୍ଥ ଓ ଦର୍ଶନ ଶାସ୍ତ୍ର ରହିଛି। ତାଛଡ଼ା କଳା ଓ ସାହିତ୍ୟ ମଧ୍ୟରେ ପର୍ଯ୍ଯାପ୍ତ ପରିମାଣରେ ଶିକ୍ଷଣୀୟ ବସ୍ତୁ ବିଦ୍ୟମାନ। ତଥାପି ମଣିଷ ଯଥାର୍ଥ ବା ପୂର୍ଣ୍ଣାଙ୍ଗ ଜୀବନ ଜିଇଁବା ଲାଗି ଅସମର୍ଥ। ବିଭିନ୍ନ ଆବଶ୍ୟକତାର ଏକ ନିର୍ଭୁଲ ଭାଗମାପ ଯୋଗାଡ଼ କରିବା କାହାରି ପକ୍ଷରେ ବି ସମ୍ଭବ ହୁଏନାହିଁ। ଅନ୍ୟେଷଣ ଜାରି।
ଓଡ଼ିଆ ବର୍ତ୍ତମାନ ଏକ ବିତର୍କିତ ବିଷୟ। ଘର ଭିତରେ କଳି ଓ ବାହାରୁ ବି ମାଡ଼ ଗାଳି। ତାପରେ ଯେଉଁ ସବୁ ମାଧ୍ୟମ ଭାଷାର ବିକାଶ ତଥା ସଂରକ୍ଷଣ ଲାଗି ଉଦ୍ଦିଷ୍ଟ ଥିଲେ ସେଗୁଡ଼ିକର ଉତ୍ତରୋତ୍ତର ପତନ ଏକ ମୁଖ୍ୟ କାରଣ। ବିଭିନ୍ନ ପରିସ୍ଥିତି ଯୋଗୁ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏବେ ବହୁଭାଷୀ ହେବା ସାଧାରଣ କଥା। ଅତଏବ ଓଡ଼ିଆ ପାଇଁ ଆନୁଗତ୍ୟ ଶିଥିଳ।
ପିଲାଦିନେ ଆମ ବାରିରେ ପ୍ରାୟ ସବୁ ପ୍ରକାରର ପନିପରିବା ଚାଷ ହେଉଥିଲା। ରୋଷେଇ ମଧ୍ୟ ହେଉଥିଲା ଅଥଚ ମୁଁ ଅଧିକାଂଶ ତରକାରି ପତ୍ର ଖାଉନଥିଲି। ଏବେ ସବୁ ମୋର ପ୍ରିୟ ଏବଂ ପୁଷ୍ଟି ସାଧନ ଦୃଷ୍ଟିରୁ ଅପରିହାର୍ଯ୍ୟ, କିନ୍ତୁ ସବୁ ଜିନିଷ ସନ୍ତୁଳିତ ଭାବରେ ପାଇବା ଓ ଖାଇବା ସବୁବେଳେ ସମ୍ଭବ ନୁହେଁ। ପଇସା ଥିଲେ ମଧ୍ୟ ଯଥାର୍ଥ ପୋଷଣ ଏକ ବଡ଼ ସମସ୍ୟା।
ଦେଶର ବହୁ ଜାଗା ମୁଁ ବୁଲିଛି ଓ ପ୍ରାକୃତିକ ଦୃଶ୍ୟ ମୋତେ ମୁଗ୍ଧ କରେ। ଗଛପତ୍ରର ସବୁଜିମା ମୋ ପାଇଁ ଏକ ଚିରନ୍ତନ ଆକର୍ଷଣ। ଅନ୍ୟ ଜାଗା ମାନଙ୍କରେ ଦୁଇ, ତିନି ପ୍ରକାର ଗଛର ଜଙ୍ଗଲ ଥିଲା ବେଳେ ପଶ୍ଚିମବଙ୍ଗର ଅଧିକାଂଶ ଜାଗାରେ ଆମ୍ବ, ପଣସ, କଦଳୀ, ନଡ଼ିଆ, ଗୁଆ ଆଦି ଗଛର ଏକତ୍ର ସମାବେଶ ଆଖିକୁ ଅମୃତ ପରି ଲାଗେ। ଓଡ଼ିଶାରେ ବେଶି ଘଞ୍ଚ ନୁହେଁ।
ଇଙ୍ଗ୍ରାଜୀରେ ଲେଖିଲା ବେଳେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼େ। ଷାଠିଏ ସତୁରି ବର୍ଷ ପରେ ବି ତା ବ୍ଯାକରଣ ଆୟତ୍ତକୁ ଆସିଲା ନାହିଁ। କିନ୍ତୁ ଓଡ଼ିଆ ତ ମୋର ମାତୃଭାଷା ଓ ସେହି ମାଧ୍ୟମରେ ହିଁ ସ୍କୁଲରେ ପାଠପଢା଼। ତେଣୁ ଯାହା ଭୁଲଭାଲ ଲେଖିଲେ ବି ତା ଠିକ। ସତୁରି ଦଶକରେ ଗପ ବା କବିତାରେ ହିନ୍ଦୀ ଶବ୍ଦ ଗ୍ଲାମର ଥିଲା। ଏବେ ବିପଦ ଘଣ୍ଟି।
ଭଲ ଟୁବଟିଏ ଆଖିରେ ପଡ଼ିଲା। ଡର ନାହିଁକି ହେ ପର ତରୁଣୀ ହରଣୁ।
ଷାଠିଏ ଓ ସତୁରି ଦଶକରେ ଓଡ଼ିଶାର ବହୁ ମାନ୍ୟଗଣ୍ୟ ତଥା ବିଜ୍ଞ ଲୋକ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ସେମାନଙ୍କ ପ୍ରଭାବରେ ମୁଁ ମଧ୍ଯ ସେହି ଦର୍ଶନକୁ ଗ୍ରହଣ କରିଥିଲି ଯାହା ଆଜି ପର୍ଯ୍ୟନ୍ତ ଅପ୍ରତିହତ ରହିଛି। ମୋର ଛୋଟିଆ ଜୀବନର ଏହା ସବୁଠାରୁ ବଡ଼ ସଫଳତା। ଏଠି ପଦେ ଲେଖିବାର ସୁଯୋଗ ମିଳିବା ମଧ୍ୟ ଏକ ଆଶୀର୍ବାଦ।
ଦେଶ ତଥା ଏହାର ସମସ୍ତ ଭଲ ଦିଗକୁ ରକ୍ଷା କରିବା ପାଇଁ ଜାତୀୟତା ଏବଂ ଘୃଣା ଉପରେ ଆଧାରିତ ଜାତୀୟତା, ଏହି ଦୁଇଟି ଭିନ୍ନ ଜିନିଷ। ଶ୍ରୀଅରବିନ୍ଦ ପ୍ରଥମଟି ପାଇଁ କାମ କରିଥିଲେ ଓ ଏପରିକି ଇଙ୍ଗ୍ରେଜମାନଙ୍କ ପ୍ରତି ମଧ୍ୟ ତାଙ୍କର ଘୃଣାଭାବ ନଥିଲା। ବରଂ ବିଶ୍ବଯୁଦ୍ଧ-୨ ସମୟରେ ହିଟଲରଙ୍କ ବିରୋଧରେ ଲଢ଼ିବା ପାଇଁ ସେ ସେମାନଙ୍କୁ ସମର୍ଥନ କରିଥିଲେ।
ରଫିଙ୍କ ଗୀତ ଶୁଣୁଥିଲି। ହଠାତ ଗୋଟିଏ ଆଳାପ ମନେପଡ଼ିଲା। କିନ୍ତୁ ସେପରି ଗୀତ କିଛି ମୁଣ୍ଡକୁ ଢୁକିଲା ନାହିଁ। କିଛି ସମୟ ପରେ ତାକୁ ଠାବ କଲି ଝିଲିମିଲି ତୋର ଶାଢ଼ୀ ସିଲିକି ଗୀତରେ, ଅକ୍ଷୟ ମହାନ୍ତିଙ୍କ କଣ୍ଠରେ। ଆମ କଲେଜ ସମୟରେ କେଡ଼େ ନାଲି, ପଡ଼ି ଯିବିକି ଆଉ, ଓ କୋଉଠି ଥୋଇବି ଆଦି କମେଣ୍ଟ ମାନଙ୍କର ଖୁବ କାଟତି ଥିଲା। ଗୀତଟିବି ଟପରେ।
କଟକରୁ ସୁନ୍ଦରଗଡ଼ ଗଲାପରେ ସେଠି ମାଖନ ଓ ପାତଳଘଣ୍ଟା ଆଦି ବହୁ ନୂଆ ଶବ୍ଦ ଶିଖିବା ପାଇଁ ପଡ଼ିଲା। ଦିଲ୍ଲୀ ଆସିଲା ପରେ ସୀତାଫଲ, ତୋରୀ, ଖିରା, ଓ କଟହଲ ପ୍ରଭୃତି ଘୋଷିବା ପାଇଁ ହେଲା। ଇଙ୍ଗ୍ରାଜୀରେ କିଛି ଫଳର ନାଁ ପାଇଁ ପିଲାଙ୍କ ସାହାଯ୍ୟ ନେବାକୁ ପଡ଼େ। ଏବେ ବଙ୍ଗଳାରେ ଶିଖିଲା ବେଳକୁ କଲରା ଓ ପଣସ ଭିତରେ କେବେ କେବେ ଏପଟ ସେପଟ ହୋଇଯାଏ।
ଆଜି ଆମ ପାରାଟ୍ଟାଳିକା ପ୍ରାଙ୍ଗଣରେ ରଙ୍ଗବତୀ।
ଯଦି କେହି ମୋ ଟୁବରେ କେବେ ଡୁବ ପକେଇ ନଥିବେ ତେବେ ସମୟ ପାଇଲେ ଦେଖିବେ। ବିଶେଷ କରି ଗୀତଝର ସିରିଜ। ତାଛଡ଼ା, ମୋର ନିଜ ସୃଷ୍ଟି, ଗୀତଟିଏ କେତେ ବରଷରୁ ସତେ।https://youtube.com/@tusarnathmohapatra?si=5aXLFJNyrxOfX769
ନୂଆ ବର୍ଷରେ ୟୁଟ୍ୟୁବର ବରାଦ ମୁତାବକ ପ୍ରଥମ ଗୀତ, ଫୁଲେଇ ରାଣୀ ସଜଫୁଲ ଶୁଣିଲି। ଆମ ପିଲାବେଳର ସବୁଠାରୁ ଲୋକପ୍ରିୟ ଗୀତ। ଅକ୍ଷୟ ମହାନ୍ତି ସେହିଠାରୁ ସଙ୍ଗୀତ ଜଗତର ରାଜା ଆସନ ଅଧିକାର କଲେ। ବଙ୍ଗାଳୀ ଗାୟିକା ମାନେ ଗାଉଥିଲେ କିନ୍ତୁ ବଙ୍ଗଳା ଗୀତର ପ୍ରଭାବରୁ ମୁକ୍ତ ହୋଇ ଓଡ଼ିଆ ତାର ନିଜର ପରିଚୟ ସୃଷ୍ଟି କଲା। ନୂଆ ଆତ୍ମବିଶ୍ୱାସ ଜାଗିଲା।
ସମିଆ ଦେବ ଟିକେ...ମନ ଆଶାକେ ପୁରା କର, ରସିକରି ରସିକରି...ପରଦେଶିଆ ରାଜା, ଓ ଝଲମଲ, ଏହି ତିନୋଟି ଅତି ସୁନ୍ଦର ଗୀତ। ଆଜିକାଲି ତ ବିଭିନ୍ନ ପ୍ରଭାବରେ ଗୀତ ସବୁ ସୃଷ୍ଟି ହେଉଛି କିନ୍ତୁ ସେ ଯାହାହେଉ, ଶୁଣିବା ପାଇଁ କାନକୁ ଭଲଲାଗିବା ସବୁଠାରୁ ବଡ଼କଥା। ଏବେକାର ଯୁବଗୋଷ୍ଠୀଙ୍କର ପସନ୍ଦ ସବୁ ଅଲଗା। ତଥାପି ଏହି ତିନୋଟି ବାରମ୍ବାର ଶୁଣିହେବ।
ଲୋକପ୍ରିୟ ଗୀତ ମା କଥାଚିତ୍ରରୁ ହିଁ ଆରମ୍ଭ ହୋଇଥିଲା। କିନ୍ତୁ ତାର ବହୁ ପୂର୍ବରୁ ରେକର୍ଡ଼ ସଙ୍ଗୀତ ଓ ରେଡ଼ିଓ ସଙ୍ଗୀତର ପ୍ରଚଳନ ଥିଲା। ତେବେ ପ୍ରକୃତରେ କେଉଁ ଗୀତଗୁଡ଼ିକ ସେହି ସମୟର ତା ଠିକ ଭାବରେ ଜାଣିବାର ଉପାୟ କିଛି ନାହିଁ। ବୟସର କୃଷ୍ଣଚୂଡ଼ା ବୋଧହୁଏ ସେହି ସମୟର। କିଆ କେତକୀ ବନେ ଓ ପଳାଶ ବନେ ନିଶି ବିଜନେ ମଧ୍ୟ ଅନୁରୂପ ମନେହୁଏ।
https://x.com/NathTusar/status/1875191618716000501?t=xvbHGuUZfU08m1RYvIfB_w&s=19
There might be some exceptions like Chhatrapati Shivaji Terminus. But naming of different trains is problematic. They should be like flights.
https://x.com/NathTusar/status/1865092518079050082?t=PacwCzLaMva1JzMsZfIySQ&s=19