Collated X posts in original by Tusar Nath Mohapatra
ଓଡ଼ିଆ ଓଳିଆ: ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏବେ ବହୁଭାଷୀ
odiaolia.blogspot.com/2025/01/blog-p…
ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ-୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ୍: ୯୬୫୦୦-୬୫୬୩୬
ଘର ବାହୁଡ଼ା ଓ ଘର ସଂସାର କଥାଚିତ୍ରର କେତୋଟି ଗୀତ କୁଆଡ଼େ ଉଭେଇ ଗଲା ବଡ଼ ଆଶ୍ଚର୍ଯ୍ୟର କଥା କିନ୍ତୁ କେହିବି ତାଲାଗି ବ୍ଯଥିତ ନୁହଁନ୍ତି। ଆଉ ଗୀତଗୁଡ଼ିକର ଦୃଶ୍ୟବନ୍ଧ ଦେଖିବା ତ ଦୂରର ବିଷୟ। ତ୍ରିନାଥ ମେଳା କଥାଚିତ୍ରର ପାରିବନି ଧରି ଗୀତଟି କିଛିଦିନ ତଳେ ଉତ୍ତୋଳିତ ହୋଇଛି। ଗୀତିକାର ଗୌର ପଟ୍ଟନାୟକଙ୍କ ଟୁବ।
ମାୟା ମିରିଗ ଓ ମେଘେ ଢାକା ତାରାର ପ୍ରଥମାଂଶରେ ଥିବା ଆଳାପକୁ ଏକାଠି କରି ଅଲଗା ରେକର୍ଡ଼ କଲି। ପ୍ରାୟ ପାଞ୍ଚ ମିନିଟ ମଧ୍ୟରେ ଅନେକ ସ୍ମୃତି, ଅନେକ ଉଦବେଳନ, ଓ ଅନେକ ଉତଫୁଲ୍ଲତା।
ସ୍କୁଲ ଓ କଲେଜ ସମୟରେ ଆମେ ବଙ୍ଗଳା ଭାଷା ଓ ସଂସ୍କୃତିରୁ ପ୍ରାୟ ବିଛିନ୍ନ ହୋଇ ଥିଲୁ ଯଦିଓ ସେତେବେଳର ସବୁ ପ୍ରସିଦ୍ଧ ଲୋକ ବଙ୍ଗଳା ଦ୍ବାରା ଅନୁପ୍ରାଣିତ ହେଉଥିଲେ। ହିନ୍ଦୀ ଛବି ଓ ଗୀତର ବାହୁଲ୍ୟ ଅଥଚ ବଙ୍ଗଳାର ଅନାବୃଷ୍ଟି। ଯାହାହେଉ, ଷାଠିଏ ବର୍ଷ ବୟସରେ ମୋତେ ବଙ୍ଗଳାକୁ ଆବିଷ୍କାର କରିବାର ସୁଯୋଗ ମିଳିଲା ଓ ଏହା ମୋ ଜୀବନର ବଡ଼ ସନ୍ତୋଷ।
କାଲି ଗେଦେ ବୁଲିବା ପାଇଁ ଯାଇଥିଲି। ବଙ୍ଗଳାଦେଶ ସୀମା ପୂର୍ବର ଶେଷ ଷ୍ଟେସନ। ଭାଷା ଗୋଟିଏ ଅଥଚ ଦୁଇଟି ଦେଶ। ମଝିରେ ତାରବାଡ଼। ଅଦ୍ଭୁତ ଏକ ବିଡ଼ମ୍ବନା। ବଙ୍ଗଳାଦେଶର ଟଙ୍କା ଦେଖିଲି। ଥରେ ନେପାଳ ଭିତରକୁ ଦିଘଣ୍ଟା ପାଇଁ ଯାଇଥିଲି। ଏଠି କିନ୍ତୁ ସେପରି ସୁବିଧା ନାହିଁ ବୋଧହୁଏ। ତଥାପି ଇତିହାସର ମୋଡ଼ କେତେବେଳେ କୋଉ ଦିଗକୁ ହେବ ଜଣାନାହିଁ।
ଗରିବ ଲୋକମାନେ ନାଲି ଚାହା ଖାଆନ୍ତି ବୋଲି ପିଲାଦିନରୁ ଗୋଟାଏ ଧାରଣା ରହିଛି। ତାଛଡ଼ା ଦୁଧ ନଥିଲେ ଅଗତ୍ୟା ଖାଇବାକୁ ପଡ଼େ। ପଶ୍ଚିମବଙ୍ଗରେ ପ୍ରାୟ ସବୁଆଡ଼େ ଲିକର ଚା ମିଳେ କିନ୍ତୁ ସେଇଟା ସେମାନଙ୍କର ଚୋଠାପଣିଆ ବୋଲି ମୁଁ ଭାବେ। ଦୁଧ ଚାହାର ଭଲଗୁଣ ନଷ୍ଟ କରେ ବୋଲି ପଢ଼ିବା ପରେ ମୁଁ ବି କେବେ କେବେ ଖାଉଚି। ଅସଲି ରଙ୍ଗ ଓ ସ୍ବାଦ ତ ସେଠି।
ସନ୍ଦୀପ ସାହୁଙ୍କ ଲେଖା ପଢ଼ିଲି। ପାଞ୍ଚ ଆଙ୍ଗୁଠି କେବେ ସମାନ ହୋଇପାରିବେ ନାହିଁ କିମ୍ବା ବାଁ ହାତ ଓ ଡାହାଣ ହାତ ଗୋଟାଏ ହୋଇପାରିବେ ନାହିଁ। ସମୟ ଚକ୍ରରେ ବହୁତ କିଛି ଘଟିଛି ଓ ଘଟିବ କିନ୍ତୁ ଏକ ଅସମ୍ଭବ ଲକ୍ଷ୍ୟ ନିର୍ଦ୍ଧାରଣ କଲେ ଖାଲି ଅନୁଶୋଚନା, ନିରାଶା, ଓ ବିଫଳମନୋରଥ ହେବା ଛଡ଼ା ଆଉ କିଛି ମିଳିବ ନାହିଁ। ସଂସ୍କୃତି ତା ବାଟରେ ଯିବ।
ଜଣେ ମଣିଷର ସୀମିତ ଜୀବନ କାଳର ସ୍ମୃତିକୁ ସମ୍ବଳ କରି ସମାଜ ଓ ସଂସ୍କୃତିର କନ୍ଥା କମ୍ବଳ ଗୁନ୍ଥାଯାଏ। ପ୍ରଚାରତନ୍ତ୍ରର ପ୍ରରୋଚନାରେ କିଛିମାତ୍ରାରେ ନୂତନହାଓ୍ବା ମଧ୍ୟ ଫେଣ୍ଟିହୁଏ। ତଥାପି ମୂଳତତ୍ତ୍ବ ବଞ୍ଚିରୁହେ ବୋଲି ବିଶ୍ଵାସ କରାଯାଏ। କିନ୍ତୁ ସମସାମୟିକ ଭାଷା ତାକୁ ଶ୍ବାସରୁଦ୍ଧ କରୁଥିବାର ଉଦାହରଣ ଅନେକ। ତେଣୁ ଯଥାର୍ଥ ଉତ୍ସ ଖୋଜିବା।
କୌଣସି କାରଣରୁ @odiamelody ମହାଶୟଙ୍କର ୟୁଟ୍ୟୁବ ଟୁବରେ ନିୟମିତ ଉତ୍ତୋଳନ ଟିକେ ମାନ୍ଦା ପଡ଼ିଛି ତଥାପି ଓଡ଼ିଆ ଭାଷା ପାଇଁ ତାଙ୍କର ଅବଦାନ ଅଭୂତପୂର୍ବ ତଥା ଅତୁଳନୀୟ। ବିଶେଷ କରି ରେଡ଼ିଓ ଗୀତ ଗୁଡ଼ିକୁ ଶୁଣିବାର ସୁଯୋଗ ସୃଷ୍ଟି କରି ସେ ଅସୀମ ଆନନ୍ଦ ପ୍ରଦାନ କରିଛନ୍ତି।
ଚାହିଁଲେ ବି ଗୀତ ଶୁଣିବାକୁ ସମୟ ହୁଏ ନାହିଁ। ଶୀତଦିନେ ଆହୁରି ବେଶି ଟଣାଟଣି। ତାଛଡ଼ା ବିଭିନ୍ନ ଆଡ଼େ ଆକର୍ଷଣ ଓ ପ୍ରଲୋଭନ। ତେଣୁ ଗୀତ ପାଇଁ ଠିକ ମୁଡ଼ ଟିକେ ଦାନା ବାନ୍ଧିବା କଷ୍ଟ। କାମ ସହିତ ଗୀତ ଶୁଣିବା ତ କାମଚଳା ବ୍ଯାପାର। ତାଲିକା ଅନୁଯାୟୀ ଶୁଣିବା ବି ଯାନ୍ତ୍ରିକ। ମନେପକାଇ, ଖୋଜି ଗୋଟି ଗୋଟି କରି ଶୁଣିବା ଏକ ଭିନ୍ନ ରସାସ୍ବାଦନ।
ଭଲ ସଙ୍କଳନଟିଏ ଚାରିଦିନ ତଳେ ଉତ୍ତୋଳିତ ହୋଇଛି।
ହାଓଡ଼ା ପୋଲ ତ ପିଲାଦିନୁ ଆମର ଏକ ବିସ୍ମୟ ତଥା ଉତ୍କଣ୍ଠାର ବିଷୟ ହୋଇ ରହିଆସିଛି ତେବେ ଚାକିରି କଲାପରେ ଯାଇଁ ଦେଖିବାର ସୁଯୋଗ ମିଳିଥିଲା। ପ୍ରାୟ ପଚାଶ ବର୍ଷ ପରେ କାଲି ମେଟ୍ରୋରେ ହୁଗୁଳି ନଈତଳେ ଯାତ୍ରା କଲାବେଳେ ଅନେକ ପ୍ରକାରର କଳ୍ପନା ଓ ସ୍ମୃତି ମନକୁ ଆନ୍ଦୋଳିତ କରୁଥିଲା। ୱାଲ୍ଟ ହୁଇଟମ୍ୟାନ ସମୁଦ୍ରତଳ କେବଲ ଉପରେ କବିତା ଲେଖିଥିଲେ।
ଝଙ୍କାର ଥିଲା ସବୁଠାରୁ ସମ୍ଭ୍ରାନ୍ତ ପତ୍ରିକା କିନ୍ତୁ କଲିକତାରୁ ପ୍ରକାଶିତ ଆସନ୍ତାକାଲି ଥିଲା ସବୁଠାରୁ ଲୋକପ୍ରିୟ। ଓଡ଼ିଆ ସାହିତ୍ୟରେ ଆଧୁନିକତାକୁ ପ୍ରବାହିତ କରି ନୂତନ ଦିଗଦର୍ଶନ ଦେବାରେ ତାର ବିଶେଷ ଭୂମିକା ଥିଲା। ସାହିତ୍ୟ ଛଡ଼ା ସିନେମା ସାମ୍ବାଦିକତାରେ ମଧ୍ୟ ଏହାର ଅବଦାନ ଥିଲା। ପରେ ପ୍ରତିଯୋଗିତା ସ୍ବରୂପ ନବରବିର ଉଦୟ ହୋଇଥିଲା।
ସମାଜ ଓ ପ୍ରଜାତନ୍ତ୍ର ମଧ୍ୟରେ ପ୍ରତିଯୋଗିତା ତଥା ଶୀତଳ ଯୁଦ୍ଧ ଓଡ଼ିଶା ଇତିହାସର ଏକ ଆମୋଦକର ଅଧ୍ଯାୟ। ଏହାର ପ୍ରଭାବ ସାହିତ୍ୟ ଓ ସଂସ୍କୃତି ବ୍ଯତୀତ ରାଜନୀତି ପର୍ଯ୍ୟନ୍ତ ବି ବ୍ଯାପିଥିଲା। କିନ୍ତୁ ନାନା ପ୍ରକାରର ଅଭିନବ ପ୍ରୟାସ ସତ୍ତ୍ବେ ସମାଜର ବିପୁଳ ଲୋକପ୍ରିୟତା ବା ବିକ୍ରି ସଙ୍ଖ୍ୟାକୁ ଛୁଇଁବା ପ୍ରଜାତନ୍ତ୍ର ପକ୍ଷରେ ଅସମ୍ଭବ ଥିଲା।
ନିର୍ମଳା ମିଶ୍ରଙ୍କ କଣ୍ଠରେ ତୁମର ତ ପ୍ରଜାପତି ମନ ଗୀତଟି ଓଡ଼ିଆ ସାହିତ୍ୟ ତଥା ସଙ୍ଗୀତର ଏକ ଅନବଦ୍ୟ ସୃଷ୍ଟି। ଯେତେଥର ଶୁଣିଲେ ବି ମନ ବୁଝେ ନାହିଁ। ସେଇ ପ୍ରଜାପତିକୁ ନେଇ ତୃପ୍ତି ଦାସଙ୍କର ଅଳ୍ପ ଦିନ ପାଇଁ ତୋର ପ୍ରୀତି ମଧ୍ୟ ଅନୁରୂପ ଚିର ସବୁଜ। ବଙ୍ଗଳାରେ ଦୁଇ ପ୍ରସିଦ୍ଧ ଗୀତରୁ ଗୋଟିଏ ଲତା ଓ ଅନ୍ୟଟି ସବିତା (ଯେଉଁ ସ୍ବରରେ ଜାନେମନ)।
ଆତ୍ମସମୀକ୍ଷାମୂଳକ ଗୀତ ସେତେବେଳେ ପ୍ରାୟ ନଥିଲା ଓ ସେଇଥିପାଇଁ ବୋଧହୁଏ ହୃଦୟର ଏଇ ଶୂନ୍ୟତାକୁ ଗୀତଟି ଶ୍ରୋତାମାନଙ୍କ ହୃଦୟରେ ଜବରଦସ୍ତି ପ୍ରବେଶ କରି କିଛି ସ୍ଥାନ ସବୁଦିନ ଲାଗି ଅଧିକାର କରିନେଲା। କିନ୍ତୁ ପଚାରି ଶବ୍ଦଟିକୁ ଅନୁଧ୍ୟାନ କଲେ ବଙ୍ଗଳାର ଏକ ଅନୁରୂପ ସମ୍ଭ୍ରାନ୍ତ ଗୀତ ମନକୁ ଆସେ। ଆମାୟ ପ୍ରଶ୍ନ କରେ ନୀଲ (କହିଁ ଦୂର ଜବ ଦିନ)।
ସୁଲସୁଲିଆ ଚୁଲବୁଲିଆ ଚଇତି ବାଆରେ ମନରେ ରୋମାଞ୍ଚ ଭରିଦିଏ। ସମୀର ସୁରେ ଗାଇ ଅନ୍ତରକୁ ଉତଫୁଲ୍ଲ କରେ। ଚଗଲା ପବନ ଚଗଲା ଛାତିକୁ ଚହଲାଇ ଦିଏ। ମାଝିରେ ଶେଷ ଶ୍ରାବଣ ପୂରୁବା ପବନ ହୃଦୟକୁ ଦୋହଲାଇ ଦିଏ। ଜୀବନ ପାଇଁ ନିଶ୍ବାସ ପରି ଗୀତ ଲାଗି ପବନ। ବଙ୍ଗଳାର ପାଗଲ ହାଓ୍ବା ଗୀତର ଅନୁକରଣରେ ନ ଜାନେ କ୍ଯୁଁ ହୋତା ହୈ ଗୀତର ସ୍ବର ବନ୍ଧା ଯାଇଥିଲା।
ଓଡ଼ିଆ ସିନେମା ଗୀତ ତୃତୀୟ ଖଣ୍ଡ ଆଜି ହସ୍ତଗତ ହେଲା। ପ୍ରାୟ ପଚାଶ ବର୍ଷ ପରେ ହେଲେ ମଧ୍ୟ କେବଳ ଜଣେ ଲୋକର ଉଦ୍ୟମରେ ଯେ ଏହା ସମ୍ଭବ ହୋଇପାରୁଛି ଏହା ଭାବି ଆଶ୍ଚର୍ଯ୍ୟ ଲାଗୁଛି। ଗାୟକ ଗାୟିକା ଭାବରେ କେତୋଟି ନୂଆ ନାଆଁ ଦେଖିବାକୁ ମିଳିଲା। ପୁରା ଗୀତ ନଦେଲେ ମଧ୍ୟ କ୍ରମାନୁଯାୟୀ ପୁରାତନୀ ଗୀତର ଉଲ୍ଲେଖ କଥାଚିତ୍ର ନାଁ ତଳେ ରହିବା ଆବଶ୍ୟକ।
ଏତେ କଷ୍ଟ ସ୍ବୀକାର କଲା ପରେ କଥାଚିତ୍ର ଗୀତର ଯଥାର୍ଥ ନଥିକରଣ ହୋଇ ନପାରିବା ଦୁଃଖର ବିଷୟ। ସୂର୍ଯ୍ୟବାବୁଙ୍କ ଗବେଷଣା ଲାଗି ଅଲଗା ଜାଗା ରହିଛି। ପାଖାପାଖି ଶହେ ପୃଷ୍ଠା ଗୀତିକାରଙ୍କ ପାଇଁ ଯେଉଁଥିରେ ଅଧା ଅଂଶ ଖାଲି। ଏଣେ ପୁରାତନୀ ସକାଶେ ଇଞ୍ଚେ ମଧ୍ୟ ନାହିଁ। ସେ ଗୀତ କିଏ କୋଉଠି ଖୋଜିବ? କଥାଚିତ୍ରର ମୁଖ୍ୟ କ୍ରେଡିଟ୍ସ ନାହିଁ କାହିଁକି?
ଆଜି ଆକାଶେ କି ରଙ୍ଗ ଲାଗିଲା ଗୀତର ଭଲ ଦୃଶ୍ୟବନ୍ଧଟି ଖୋଜିବା ଫଳାଫଳରେ ଆସୁନାହିଁ। ଏହି ଗୀତରେ ଯେଉଁ ଶବ୍ଦଗୁଡ଼ିକର ଜାଲ ବାନ୍ଧି କଳ୍ପନାର ଯାଦୁକରୀ ରାଜ୍ୟ ବୁଣାଯାଇଛି ତା ଭିତରେ ପକ୍ଷୀରାଜ ଅନ୍ୟତମ। ତିନି ବର୍ଷ ଆଗରୁ ଅପାର ଲୋକପ୍ରିୟତା ଅର୍ଜନ କରିଥିବା ବଙ୍ଗଳା ଗୀତ, ସାତ ଭାଇ ଚମ୍ପାରେ ବି ପକ୍ଷୀରାଜ ଥିଲା।
youtube.com/watch?v=j27mMu…
ଓଡ଼ିଆ କଥାଚିତ୍ରର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଜୀବନରଙ୍ଗର ସିନେମା ବିଶେଷାଙ୍କଟି ପ୍ରକାଶିତ ହୋଇଥିଲା ଓ ରଣଧୀର ଦାସଙ୍କୁ କଟକରେ ଦେଖାକରି ମୁଁ ସଙ୍ଖ୍ୟାଟି ସଙ୍ଗ୍ରହ କରିଥିଲି। ଏହା ପ୍ରଥମ ଇତିହାସ ବୋଧହୁଏ। ତାଛଡ଼ା କେତୋଟି ହଜିଯିବା ପରେ ବି ପ୍ରାୟ ତିରିଶଟି ଗୀତ ବହି ସାଇତି ରଖିଥିଲି। ଶ୍ରୀଲୋକନାଥ ଦେଖିବା ପରଠୁଁ ମନରେ ରଙ୍ଗ ଲାଗିଛି।
୧୫୨ ପୃଷ୍ଠାରେ ଗୋରାଚାନ୍ଦ ମିଶ୍ରଙ୍କ ଲିଖିତ ବେଲୁନ୍ ଫୁଙ୍କୁଥିଲି ଏକ ଆମୋଦକର ଘଟଣା।
archive.org/details/jibana-ranga-1971
୧୯୭୯ ହେଲା ମୋର ବାହାଘର ବର୍ଷ ଏବଂ କିଛି ନୂଆ ଧରଣର ଗୀତ ଆସିଲା। ଯଥା ଗୋରା ଗୋରା ଗାଲେ ମୋର, ଟିକ୍ ଟିକି ଟିକ୍ ଟିକି ହୁଏ ମୋ ଛାତି, ଗୋରୀ ଦେଖିଲି କାଳି ଦେଖିଲି, କାଉ ଧାନ ଖାଇଲା ବୋଲି, ତୋର ଉଡ଼ି ଉଡ଼ି ଯାଏ କାନି, ନିଅ ନିଅ ବାବୁ ଫୁଲ ଗଜରା, ଝୁମକା ଟିକେ ତୁ ତ ହଲାଇ ଦେ, ଓ ଚାନ୍ଦ ନା ତୁମେ ତାରା। ତାଛଡ଼ା ରଜନୀ ଗୋ ମୋ ପ୍ରିୟ ନୟନେ।
ଛଇ ଛବେଲି ରଙ୍ଗ ରଙ୍ଗେଲି ଗୀତର ଦ୍ବିତୀୟ ଅନ୍ତରାରେ ନାଚି ନଚାଇ ମଜି ମଜାଇ କରିଛୁ ଜାଗାରେ ବହିରେ କରିଛି ବୋଲି ଲେଖାଯାଇଛି। ସ୍ଥାନାଭାବରୁ କଣ୍ଠଶିଳ୍ପୀ ମାନଙ୍କର ପୁରା ନାମ କେତେକ ସ୍ଥଳରେ ନାହିଁ। ଆହେ ଦୟାମୟ ବିଶ୍ୱ ବିହାରୀ ପ୍ରାର୍ଥନାଟି ବଳିଦାନ କଥାଚିତ୍ରରେ ଅବିକଳ ସଂଯୁକ୍ତ ହୋଇନଥିଲା। ନିର୍ବାଚିତ ପଙ୍କ୍ତିର ଓଲଟ ପାଲଟ ବି ହୋଇଥିଲା।
ଆମେ ଏ କୁଳର ହେଲୁ ନା ସେ କୁଳର ହେଲୁ ବେଶ ଜଣାଶୁଣା। ଅନେକ ସୁମଧୁର ଗୀତର ଆମର ସେହି ଦୁର୍ଦ୍ଦଶା। ଉଦାହରଣ ସ୍ବରୂପ ଛପି ଛପି ବାସନ୍ତୀ ରାତି। କୌଣସି ତାଲିକାରେ ତାର ସ୍ଥାନ ନାହିଁ। ସେହିପରି ରୁଷିଛି ଅଭିମାନିନୀ ହେଉ ବା ଡାର୍ଲିଂ ତୁମେ ଭାରି ଭଲ ବା ଛଲକି ମୋ, ସମ୍ଭ୍ରାନ୍ତ ପ୍ରାଙ୍ଗଣରେ ଏମାନେ ଅସ୍ପୃଶ୍ୟ। ଜ୍ଯୋତ୍ସ୍ନା ଆଣେ ପ୍ରଜାପତି ବି।
ପ୍ରଥମ କରି କଲିକତା ବହି ମେଳାରେ ପଦାର୍ପଣ କରିବାର ସୁଯୋଗ ମିଳିଲା। ମଞ୍ଚରେ ବାଉଲ ଗାଇବାର ମୂର୍ଚ୍ଛନା। ଗୋଟିଏ ପୁସ୍ତକ ଉନ୍ମୋଚନ ଅବସରରେ ବାଚିକ ଶିଳ୍ପୀ ବୋଲି କୁହାଯିବାର ଶୁଣିଲି। ଓଡ଼ିଆରେ ଏପରି ବ୍ଯବହାର ନାହିଁ ବୋଧହୁଏ। ଅନ୍ୟ ଏକ ସ୍ଥାନରେ ଓଡ଼ିଶୀ, କଥକ, ଓ ଭରତନାଟ୍ୟମ ନୃତ୍ୟର ଏକତ୍ର ପ୍ରଦର୍ଶନ ହେଉଥିଲା ବଙ୍ଗଳା ଗୀତର ରୂପାୟନରେ।
ଓଡିଶୀ ଗୀତ ଓ ନାଚ ସହ ଧର୍ମ ଜୋଡ଼ି ହୋଇଛି ବୋଲି ଓଡ଼ିଶାକୁ ବି ଏକ ନିର୍ଦ୍ଦିଷ୍ଟ ଧର୍ମ ହାତରେ ଟେକିଦେବାର ମନୋଭାବ ଗୋଟିଏ ମସ୍ତବଡ଼ ଭୁଲ। ସମ୍ବିଧାନ ଅନୁଯାୟୀ ସରକାର ଚଲାଇବା ଏବଂ ବିଭିନ୍ନ ଅନୁଷ୍ଠାନକୁ ଅନୁରୂପ ଦିଗଦର୍ଶନ ଦେବା ସବୁଠୁଁ ବଡ଼ କର୍ତ୍ତବ୍ୟ। ବ୍ୟକ୍ତିଗତ ବିଶ୍ବାସ ଓ ସାର୍ବଜନିକ ଆଚରଣ ମଧ୍ୟରେ ଆବଶ୍ୟକୀୟ ଦୂରତ୍ବ ଅନିବାର୍ଯ୍ୟ।
https://x.com/NathTusar/status/1885360825474682989?t=lCyS8fhDY8cnbqItbtQeQw&s=19
I find that my other handle @SavitriEra has been blocked by @nilanjanaroy, @prasannavishy, and @SirJambavan. They are requested to review if it's not very inconvenient. Btw, I'm now also available at
No comments:
Post a Comment