ଶ୍ରୀଅରବିନ୍ଦଙ୍କ ପ୍ରସିଦ୍ଧ ନାଟକ ବାସବଦତ୍ତା
ଆକାଶବାଣୀ କଟକ କେନ୍ଦ୍ରର ସୌଜନ୍ୟରୁ
ନାଟକଟି ଶୁଣିଲା ବେଳେ #ବାସବଦତ୍ତା ତାଙ୍କ ମା'ଙ୍କୁ ବୁଝିନପାରିବାର ସଂଳାପଟି ସାମାନ୍ୟ ଆସାମାନ୍ୟ ମନେ ହେଲା । ପୂର୍ବରୁ ତାଙ୍କର ରାଜାଙ୍କ ସହ କିଛିଟା ଅସହମତି ଅପ୍ରକାଶ୍ୟ ରହୁଥିବାର ସ୍ଵଗତୋକ୍ତି ବି ଥିଲା । ଆଜିର ରାଜନୀତିରେ ମଧ୍ୟ ଅନୁରୂପ ଅବସ୍ଥା । ସାମାଜିକ ବିଧିବ୍ୟବସ୍ଥାରେ ମହିଳାମାନଙ୍କ ସ୍ଵର ଝଙ୍କୃତ ହେବାର ସଂସ୍କୃତି କାହିଁ ?
ସାମାଜିକ ଗଣମାଧ୍ୟମଯେ ସାହିତ୍ୟର ବୀଜ ବୁଣିପାରେ ଏହି ନୂତନ ପୁସ୍ତକଟି ତାର ନିଦର୍ଶନ । ଭୁବନେଶ୍ବର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଶିବଶକ୍ତି ଓ ମହାନ୍ତି ପୁସ୍ତକାଳୟ ତଥା ଆମାଜନ୍ରେ ଉପଲବ୍ଧ । #ଓଡ଼ିଆସାହିତ୍ୟ
ମିଛ ଏ ବନ୍ଧନ ଗୀତ ତ ନିର୍ମଳା ମିଶ୍ରଙ୍କ ସହିତ ! ସୂର୍ଯ୍ୟବାବୁଙ୍କ ଆଖିରେ କ'ଣ ପଡ଼ିନାହିଁ? ଯାହାହେଉ, ବହୁତ୍ ସୁନ୍ଦର ସାକ୍ଷାତକାର । ପ୍ରଣବଙ୍କୁ ପ୍ରଣାମ ।
ଶ୍ରୀଅରବିନ୍ଦଙ୍କୁ ଏଭଳି ଭାବରେ ସର୍ବୋଚ୍ଚ ସ୍ତରରେ ସ୍ମରଣ କରାଯିବା ନିଶ୍ଚିତ ଭାବରେ ପ୍ରଥମ । ଦେଶର ଯୁବଶକ୍ତି ଏହି ସନ୍ଧିକ୍ଷଣର ଯଥାର୍ଥ ଲାଭ ଉଠାଇ ପାରିବ ବୋଲି ଆଶା । ତୁଷାରନାଥ ମହାପାତ୍ର
ସାବିତ୍ରୀ ଇରା ଲର୍ଣ୍ଣି ଫୋରମ
୯୬୫୦୦-୬୫୬୩୬
ଗାଜିଆବାଦ
୨୯.୧୧.୨୦
#ଶ୍ରୀଅରବିନ୍ଦ
#SriAurobindo
#MannKiBaat
ଅତ୍ୟନ୍ତ ହର୍ଷର ବିଷୟ ଯେ ଶିକ୍ଷାମନ୍ତ୍ରୀ @DrRPNishank ଶ୍ରୀଅରବିନ୍ଦଙ୍କ ବିଷୟରେ ପୁସ୍ତକଟିଏ ଲେଖିଛନ୍ତି । ସରକାରୀ ସହଯୋଗରେ ଏହି ବହିଟି ଘରେ ଘରେ ପହଞ୍ଚିପାରିବ ବୋଲି ଆଶା । ଇତିହାସ ପୁସ୍ତକମାନଙ୍କରୁ #ଶ୍ରୀଅରବିନ୍ଦ ଙ୍କୁ ନିର୍ବାସିତ କରି ଦିଆଯାଇଥିବା ଯୋଗୁ ଯେଉଁ କ୍ଷତି ହୋଇଛି ତାହା ଏହାଦ୍ବାରା ନିଶ୍ଚତଭାବେ ଭରଣା ହୋଇ ପାରିବ ।
ପ୍ରଧାନମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀଙ୍କର ସାମାନ୍ୟ ଇଙ୍ଗିତ ଦ୍ଵାରା ଆଜି ସାରା ଭାରତ #ଶ୍ରୀଅରବିନ୍ଦ ଙ୍କୁ ତାଙ୍କ ୭୦ତମ ଶ୍ରାଦ୍ଧବାର୍ଷିକୀରେ ସମ୍ମାନର ସହ ମନେ ପକାଇଲା ବୋଲି କୁହାଯାଇ ପାରିବ । ଏ ନିଶ୍ଚିତ ଭାବରେ ଏକ ଐତିହାସିକ ମୁହୂର୍ତ୍ତ । ଅବଶ୍ୟ ତାଙ୍କ ବକ୍ତବ୍ୟ ଓ ବର୍ଣ୍ଣନଦୀକୁ ଠିକ୍ ଭାବେ ବୁଝିବାର ଯେଉଁ ଆହ୍ଵାନ ତା ବହୁ ଦୂରରେ ।
ଟ୍ଵିଟରରେ କେତେକ ରାଜା ରାମମୋହନ ରାୟଙ୍କ ଉପରେ ଆକ୍ଷେପ କରନ୍ତି ବିଶେଷ କରି ସେ ଧର୍ମାନ୍ତରଣ କରିଥିଲେ ବୋଲି କିନ୍ତୁ ଚୈତନ୍ୟଙ୍କ ପରେ ସମାଜ ତଥା ଧର୍ମାନୁଷ୍ଠାନ ମାନଙ୍କରେ ଯେଉଁ ବିଭ୍ରାଟ ସବୁ ପଶିଯାଇଥିଲା ସେ ସବୁର ମୂଳୋତ୍ପାଟନ ପାଇଁ ରାମମୋହନଙ୍କ ବିଭିନ୍ନ ପଦକ୍ଷେପ ସବୁ ଔଷଧ ସ୍ଵରୂପ ଥିଲା । ଏହାର ତତ୍କାଳୀନ ମହତ୍ତ୍ଵ ବୁଝିବା ଦରକାର ।
ବ୍ରହ୍ମସମାଜର ପ୍ରଭାବରେ ବିଭିନ୍ନ ପ୍ରକାରର ସାମାଜିକ, ସାସ୍କୃତିକ, ଓ ଧର୍ମ ସମ୍ବନ୍ଧୀୟ ପରୀକ୍ଷା ନିରିକ୍ଷା ତଥା ପରିବର୍ତ୍ତନର ତରଙ୍ଗ ସୃଷ୍ଟିହେଲା ସମ୍ପୂର୍ଣ୍ଣ ଉନବିଂଶ ଶତାବ୍ଦୀ ଧରି । ଶ୍ରୀଅରବିନ୍ଦଙ୍କ କାର୍ଯ୍ୟ ଥିଲା ସେହି ଶତାବ୍ଦୀର ବିଭିନ୍ନ ଭୁଲକୁ ସଜାଡିବା । ତାସାଙ୍ଗରେ ବିଜ୍ଞାନର ନୂତନ ଆବିଷ୍କାର ସହିତ ସଂଗତି ସ୍ଥାପନ କରିବା ।
ପୁଦୁଚେରୀ ଅବସ୍ଥାନ କାଳରେ ଶ୍ରୀଅରବିନ୍ଦ #ଆର୍ଯ୍ୟ ନାମକ ଏକ ମାସିକ ପତ୍ରିକା ଆରମ୍ଭ କଲେ ଯାହା ସାଢେ ଛଅ ବର୍ଷ ଧରି ଚାଲିଲା । ୧୯୧୪ ମସିହା ଅଗଷ୍ଟ ମାସରୁ ୧୯୨୧ ଜାନୁଆରୀ ପର୍ଯ୍ୟନ୍ତ । ପ୍ରାୟ ସମସ୍ତ ଲେଖା #ଶ୍ରୀଅରବିନ୍ଦ ନିଜେ ଲେଖୁଥିଲେ ଯାହା ତାଙ୍କର ବିଭିନ୍ନ ପୁସ୍ତକ ଆକାରରେ ଚାଳିଶ ଖଣ୍ଡରେ ଉପଲବ୍ଧ ।
https://t.co/UAstfWh0dy
ଶ୍ରୀଅରବିନ୍ଦ ସ୍ପଷ୍ଟ ଭାବରେ ଶହେ ବର୍ଷ ତଳେ କହିଲେ ଯେ ସାଧାରଣ ଭାବରେ ଯେଉଁସବୁ ଜିନିଷ ଶିକ୍ଷା ଦିଆଯାଉଛି ସେଥିରେ ମିଥ୍ୟା ଅନେକ । ବେଦଠାରୁ ଆରମ୍ଭ କରି ଇତିହାସ, ଦର୍ଶନ, ତଥା ବିଜ୍ଞାନ ପର୍ଯ୍ୟନ୍ତ ସବୁଥିରେ ଅସତ୍ୟ ଅଛି । ସେଇଥିପାଇଁ, ଜିଜ୍ଞାସା ଓ ସତର୍କତା ଲୋଡା । ପ୍ରତ୍ୟେକ କଥା ଠିକ୍ ଭାବେ ବୁଝିବା ପାଇଁ ମନର ଅନବରତ କସରତ ଦରକାର ।
କେଶବଚନ୍ଦ୍ର, ଦୟାନନ୍ଦ, ଓ ବିବେକାନନ୍ଦ ପାରମ୍ପରିକ ଜ୍ଞାନକୁ ମନ୍ଥନ କରିଥିଲେ କିନ୍ତୁ ସେ ସବୁକୁ ସମନ୍ବୟ କରିବାର ଭାର ଶ୍ରୀଅରବିନ୍ଦଙ୍କ ଉପରେ ପଡିଲା । ତାଛଡା, ସ୍ଵଦେଶୀ ଆନ୍ଦୋଳନ ସମୟରେ ପ୍ରଚୁର ନୂଆ ଶକ୍ତି ଓ ସାମର୍ଥ୍ୟର ଅଭ୍ୟୁଦୟ ହେଲା । ଏ ସମସ୍ତ ସମ୍ବଳର ନିଷ୍କର୍ଷ ଆର୍ଯ୍ୟ ପତ୍ରିକା ପୃଷ୍ଠାରେ ଲିପିବଦ୍ଧ ହେଲା ।
୨୩) ମୁଖ୍ୟ ପୁସ୍ତକ ଦିବ୍ୟ ଜୀବନରେ ଶ୍ରୀଅରବିନ୍ଦ ବହୁ ଜ୍ଞାନସ୍ରୋତର ସମନ୍ବୟ କରିଛନ୍ତି । ତାଙ୍କ ପୂର୍ବରୁ ନୀତ୍ସଃ ଉର୍ଦ୍ଧମାନବ ବୋଲି ଯେଉଁ ପରିକଳ୍ପନା କରିଥିଲେ ତାକୁ ଏକ ଯଥାର୍ଥ ତଥା ପରିପୂର୍ଣ୍ଣ ସ୍ୱରୂପ ଦେଲେ #ଶ୍ରୀଅରବିନ୍ଦ । ତାଙ୍କର ଅତିମାନସ ଚେତନା ଉପନିଷଦର ବିଜ୍ଞାନମୟ କୋଷର ଏକ ବିଶେଷ ପରିଭାଷା । ବିଜ୍ଞାନର ବିବର୍ତ୍ତନର ବି ।
https://twitter.com/NathTusar/status/1335317845673091072?s=19
୨୪) ବେଦମନ୍ତ୍ର ଗୁଡ଼ିକର ଏକ ନୂତନ ତଥା ଯଥାର୍ଥ ବ୍ୟାଖ୍ୟା ପ୍ରଦାନ କରିବା ହେଉଛି ଶ୍ରୀଅରବିନ୍ଦଙ୍କର ସର୍ବଶ୍ରେଷ୍ଠ ଅବଦାନ । କର୍ମକାଣ୍ଡ ତଥା ଗତାନୁଗତିକତା କବଳରୁ ବେଦକୁ ମୁକ୍ତ କରି ଏହାର ଆଧ୍ୟାତ୍ମିକ ଉପଯୋଗୀତା ଦର୍ଶାଇବାରେ ସେ ଦୟାନନ୍ଦଙ୍କ ପରେ ମୁଖ୍ୟ । ବେଦହିଁ ଭାରତର ସର୍ବୋଚ୍ଚ ପରିକଳ୍ପନା ଓ ଭବିଷ୍ୟତର କବଚ ବୋଲି ତାଙ୍କର ଦୃଢ଼ମତ
ଶ୍ରୀଅରବିନ୍ଦ କୌଣସି ପ୍ରକାର ପୂଜା ପଦ୍ଧତିର ବିରୋଧୀ ନୁହନ୍ତି କିନ୍ତୁ ବେଦମନ୍ତ୍ରର ନୂତନ ଅର୍ଥ ନିର୍ଦ୍ଧାରଣ କରି ସେ ପ୍ରମାଣ କରି ଦେଇଛନ୍ତି ଯେ ପୂଜା, କର୍ମ, ମୂର୍ତ୍ତୀ, ଓ ମନ୍ଦିର ଆଦି ଅଦରକାରୀ ଓ ଅର୍ଥହୀନ । ସେ ଦୃଷ୍ଟିରୁ, ପିଲାମାନଙ୍କୁ ଯଥାର୍ଥ ମୂଲ୍ୟବୋଧ ଶିଖେଇବାର ଆବଶ୍ୟକତା ଅନେକ ଏବଂ ପିତା ମାତାଙ୍କ ଭୂମିକା ଏ ଦିଗରେ ପ୍ରବଳ ।
ଶ୍ରୀଅରବିନ୍ଦ ଚେତେଇ ଦେଇଛନ୍ତି ଯେ ମଣିଷ ଯେତେ ଶିକ୍ଷିତ, ବୁଦ୍ଧିଆ, ବା କୌଶଳୀ ହେଲେ ମଧ୍ୟ ଅକୃତକାର୍ଯ୍ୟ ହୋଇପାରେ କାରଣ ମନ ନିମ୍ନ ଚେତନାର ରାଜ୍ୟ । ଉଚ୍ଚତର ସତ୍ୟର ଅବତରଣ ଦ୍ଵାରା ହିଁ ପରିବର୍ତ୍ତନ ଆସିପାରେ । ଏହା ଏକ ସାମୂହିକ କାର୍ଯ୍ୟ ଓ ଏ ବିଷୟରେ ସଚେତନତା ପ୍ରୟୋଜନ । ପଢିଲେ ହିଁ ଜାଣି ହେବ ନ ହେଲେ ପିଢାକୁ ମଣିଷ ସ୍ଵର୍ଗ ମଣିବ ।
ଭାରତର ସବୁ ସମସ୍ୟା ମୂଳରେ ରହିଛି ଅଜ୍ଞାନତା ଓ ଅପରିପକ୍ଵ ଯୁକ୍ତି । ଯେବେଠାରୁ ଆସ୍ଥା ଭିତ୍ତିରେ ଆଇନ୍ ଭଙ୍ଗ କରିବାକୁ ମର୍ଯ୍ୟାଦା ମିଳିଲା, ସେବେଠୁ ଏକ ପ୍ରକାର ନୂଆ ଯୁଗ ସୃଷ୍ଟି ହେଲା ବୋଲି କହିବାକୁ ପଡ଼ିବ । ଅବଶ୍ୟ ସବୁ ବିପ୍ଲବ ହୃଦୟ ସାଙ୍ଗରେ ଯୋଡ଼ା । ତଥାପି ନୈତିକତା ଓ ବୌଦ୍ଧିକତା କୁ ଫେରେଇ ଆଣିବାର ଦାୟିତ୍ୱ ସମସ୍ତଙ୍କର ।
ଗଣମାଧ୍ୟମ ବ୍ୟବସାୟିକ କାରସାଦିର ବଚସ୍କର ହେବା ସ୍ୱାଭାବିକ କିନ୍ତୁ ବାମପନ୍ଥୀ ପେନ୍ଥିର ବର୍ଚସ୍ବରୁ ମୁକୁଳି ନପାରିବା ପରିତାପର ବିଷୟ । ବିଷୟ ସବୁକୁ ବକ୍ର ଦୃଷ୍ଟିରେ ଦେଖିବା ଓ ଇତିହାସରେ ଅର୍ଦ୍ଧସତ୳ ପରଶିବା ଠାରୁ ବିଶ୍ଵବିଦ୍ୟାଳୟ ମାନଙ୍କରେ ଛାତ୍ରମାନଙ୍କୁ ଅସୂୟା ଘୋଟି ପିଏଇବା ପର୍ଯ୍ୟନ୍ତ ନାନା ଦୁରଭିସନ୍ଧି ମୂଳକ କାର୍ଯ୍ୟ ତାଙ୍କର ।
ହଜାର ହଜାର ବର୍ଷର ଲକ୍ଷ ଲକ୍ଷ ରୀତି ନୀତି କଳ୍ପନା ଜଳ୍ପନାର ଖେଚେଡିକୁ ପରମ୍ପରା ନାଁରେ ବହୁତ ବେଶୀ ସମ୍ମାନ ଦେବା ଆଧୁନିକ ମଣିଷ ପକ୍ଷରେ ଏକ ବିଡମ୍ବନା । ପାମ୍ପେରା ଖୁଣ୍ଟରେ ଯେତେ ରଙ୍ଗ ବୋଳିଲେ ତା' କି ଛାତକୁ ଧରି ରଖି ପାରିବ? ଶ୍ରୀଅରବିନ୍ଦ ବୁଝେଇଛନ୍ତି ପୁରାତନ ଗ୍ରନ୍ଥ ଓ ପଦ୍ଧତି ମାନଙ୍କ ଭିତରୁ କେତେ ଭଲ ଆଉ କେତେ ତ୍ୟାଗ ଯୋଗ୍ୟ ।
Tusar Nath Mohapatra: Director, Savitri Era Learning Forum (SELF), SRA-102-C, Shipra Riviera, Indirapuram, Ghaziabad - 201014 (UP) India + 91-9650065636 email: tusarnmohapatra@gmail.com
Savitri Era of those who adore,
Om Sri Aurobindo & The Mother.
ଆଭିଜା
ପ୍ରେମ ପାଇଁ ଦୃଢ ଓକିଲାତି ଭରା
କବିତା ଜାମାରେ ପ୍ରହେଳିକା ମାଳା
ହୃଦୟେ ପ୍ରୀତିର ଅଙ୍କୁରୋଦ୍ଗମ
ନିଶ୍ଚୟ ସ୍ଵର୍ଗୀୟ ପ୍ରେରଣା ରୋପଣ ।
ତାପରେ ବିବାହ ଆଇନ୍ କାନୁନ୍
କଳି ପ୍ରତାରଣା ଶଣ୍ଠଣା ବାଉନ୍
କୋର୍ଟ ଓ କଚେରୀ ଶେଷେ ଛାଡପତ୍ର
ଧନ୍ୟ ପ୍ରେମ ଧନ୍ୟ ଜୋଡେ କରପତ୍ର ।
ତୁଷାର ନାଥ ମହାପାତ୍ର
ଗାଜିଆବାଦ
https://t.co/1ZnKd4wVie
No comments:
Post a Comment