Sunday, 3 January 2021

ସୁବର୍ଣ୍ଣଯୁଗର ସୃଷ୍ଟିକର୍ତ୍ତା ମାନଙ୍କ ଭିତରୁ ଚତୁର୍ଥ ସ୍ତମ୍ଭ

ମା (୧୯୫୮) ଠାରୁ ଘରବାହୁଡା (୧୯୭୩) ପର୍ଯ୍ୟନ୍ତ ଓଡ଼ିଆ କଥାଚିତ୍ର ଗୀତର ଯେଉଁ ସୁବର୍ଣ୍ଣଯୁଗ ତାର ସୃଷ୍ଟିକର୍ତ୍ତା ମାନଙ୍କ ଭିତରୁ ଚତୁର୍ଥ ସ୍ତମ୍ଭଟି ମଧ୍ୟ ଆଜି ଖସିପଡିଲା । ଶାନ୍ତନୁ ମହାପାତ୍ର ଓଡ଼ିଆ ଭାଷା ଓ ସଙ୍ଗୀତର ଏକ ଉଜ୍ଜଳ ତାରକା ରୂପେ ସବୁଦିନ ପୂଜା ପାଉଥିବେ । ଷାଠିଏ ଦଶକ ଗୀତଗୁଡ଼ିକର ଏକ ପ୍ରଶଂସକ ଭାବେ ମୋର ଶ୍ରଦ୍ଧାଞ୍ଜଳି ।

ଦଶ ବର୍ଷ ହେଇଗଲା । ଏଇ ଡିସେମ୍ବର ମାସ ୨୦୧୦ ମସିହା । ଅନୁପମା ଙ୍କ ପାଇଁ ନ୍ୟାୟ ଦାବିକରି ଜନ୍ତର୍ ମନ୍ତର୍ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରକାଶ ବାବୁଙ୍କ ସହ ମୁଁ ଓ ମୋ ସ୍ତ୍ରୀ ବି ଥିଲୁ । ଆହୁରି ଅନେକ ବନ୍ଧୁ ଥିଲେ । ନୂଆ କିଛି କରିବାର ଆଶା ନେଇ ବହୁ ବୀଜ ବପନ ହୋଇଥିଲା ସେଦିନ ଦିଲ୍ଲୀ ରେ ଯାହା ଏବେ ନାନା ଦିଗରେ ଲଟେଇଛି ।

୨୦୨୧ କାମନା ଓ ପ୍ରାର୍ଥନା https://t.co/pJawyPkGGK
https://twitter.com/NathTusar/status/1344790194956898305?s=19
କବିତା ୨ https://t.co/VM8DBHikaE
କବିତା ୩ https://t.co/FxIViLIiJx
କବିତା ୪ (୧୨।୧୧।୯୩, ଏ-୩୧, ସୁଭାବନା ନିକେତନ, ପିତମ୍ ପୁରା, ଦିଲ୍ଲୀ, ଦୀପାବଳୀ ପୂର୍ବଦିନ) https://t.co/J20XZMxre7
କବିତା ୫ (୧୯୯୪) #ଓଡ଼ିଆକବିତା 
ତୁଷାରନାଥ ମହାପାତ୍ର https://t.co/D7aAVrDkwj

ଲାଗିଲା ଯେମତି କିଏ
କଞ୍ଚାଘା ଦେଇଚି ଛୁଇଁ
ତାପରେ ଲାଗିଲା
ସବୁ ଭାଙ୍ଗିଯାଇନାହିଁ
କିଛିଟା ବଞ୍ଚିଛି ।
ପାଚିବା ତ ସବୁକିଛି
ସେଠି ଆଉ ଭାଗ ମାପ ନାହିଁ
ନାହିଁ ମାପ ଚୁପ
ଅବା ହିସାବ କିତାବ
ନିରାଶା ବା ଅବସାଦ ।
ପାଚିବା ଓ ପୂର୍ଣ୍ଣତା
ତଥାପି ପାର୍ଥକ୍ୟ
ପଥ ବହୁଦୂର
ଯେ ପକ୍ଷୀ ଉଡ଼େ
ସେ ଜାଣେ ।
ଦୁଇ ପକ୍ଷୀ
ଜଣେ ଖାଏ
ଆରକ ଚାହିଁରହେ
ଚାହେଁନା ।
https://twitter.com/NathTusar/status/1343749238157582338?s=19

ହୃଦୟ ଭରି ମୋର
https://t.co/qwAfVCMLpY

ସେ ଖାରବେଳ ହୁଅନ୍ତୁ ବା କଳାପାହାଡ; ସମସ୍ତେ ଭାଷାର ଅଳଙ୍କାର, ବର୍ଣ୍ଣନାର ଅଙ୍ଗ । ସେ ଦୃଷ୍ଟିରୁ ଭାଷା ନିରପେକ୍ଷ । କିନ୍ତୁ ପାଠକ ମନରେ ତା କି ପ୍ରକାର ଭାବ ସୃଷ୍ଟି କରିବ ତା ପାଠକର ନିଜସ୍ଵ । ତଥାପି ଏକ ସାମୂହିକ ବର୍ଣ୍ଣନଦୀ ସୃଷ୍ଟି କରିବାରେ ଭାଷାର ସାମର୍ଥ୍ୟକୁ ଅସ୍ୱୀକାର କରିହେବ ନାହିଁ। ନୂତନ ମଧ୍ୟ ଜନ୍ମନେବ ସେଇ ଭାଷାର ଗର୍ଭରୁ ।

କେଦାର ଗୌରୀ, କାଳିଜାଇ, ଧରମା, ଓ ବାଜି ରାଉତ ଭଳି ଖାରବେଳ ବି ମିଛ। ସଂସ୍କୃତିକୁ ଭଲ ପାଇବା ଓ ତାର ମଧୁରତାର ସ୍ଵାଦ ଲାଭ କରିବାର ଯୌକ୍ତିକତା ରହିଛି କିନ୍ତୁ ତା ପାଇଁ ଅତିମାତ୍ରାରେ ଗର୍ବ ଅନୁଭବ କରିବାର କିଛି କାରଣ ନାହିଁ । ସ୍ଵଳ୍ପ ପ୍ରମାଣରେ କିମ୍ବଦନ୍ତୀ ଗୁଡ଼ିକୁ ଇତିହାସ ବୋଲି ପ୍ରମାଣିତ କରିବାର ବ୍ୟାକୁଳତା ବାଲ୍ୟ ସୁଲଭ ବୋଧହୁଏ ।

ଅନ୍ୟମାନେ ଓଡ଼ିଆକୁ ସମ୍ମାନ ଦେଲେ ବା ନ ଦେଲେ ସେଥିରେ ବିଶେଷ କିଛି ଯାଏ ଆସେ ନାହିଁ । ଆମେ ଓଡ଼ିଆ ମାନେ କେତେ ଦୂର ଭାଷାର ଦେଖା ରଖା କରୁଛୁ ବା ତା ପାଇଁ ଚିନ୍ତିତ ସେଇଟା ବେଶୀ ଗୁରୁତ୍ଵପୂର୍ଣ୍ଣ । ଆମେ ଯଦି ନିଜେ ବୃଦ୍ଧି ଲାଭ କରିବା ତେବେ ତା ଆପେ ଆପେ ସମସ୍ତଙ୍କୁ ଦେଖାଯିବ । ଓଡ଼ିଆ ଲିପିର ମହତ୍ତ୍ଵକୁ ସମସ୍ତେ ଉପଲବ୍ଧି କରିପାରିବେ ।

ନୂଆ ଶବ୍ଦ କେତୋଟି ମୁଁ ଗଲା ଦି ତିନି ମାସ ଭିତରେ ବ୍ୟବହାର କରିଛି; ଯଥା ବର୍ଣ୍ଣନଦୀ (ନ୍ୟାରେଟିଭ) ପ୍ରମିଦିଆ (ମିଡ଼ିଆ) କାଗବନ୍ଧ (ରିଷର୍ଚ୍ଚ ପେପର୍ ) ଓ ଦୃଶ୍ୟବନ୍ଧ (ଭିଡିଓ ) | ହିନ୍ଦୀ ବା ଇଂରାଜୀ କୁ ସିଧାସଳଖ ଅନୁବାଦ ନକରି ଏକ ଭାବଗତ ଆତ୍ମୀୟତା ଥାଇ ନୂଆ ଓଡ଼ିଆ ଶବ୍ଦ ସବୁ ସୃଷ୍ଟି ହେଲେ ଭଲ । ପୁରାତନ ରଚନାରୁ ବହୁ ମୂଳ ଓପାଡ଼ି ହେବ

ଇତିହାସ ବଦଳେଇ ଦିଆଯାଇଛି । ବିଜ୍ଞାନ ଚୋରିକରି ନିଆ ହୋଇଛି । ଶିଳ୍ପ ଧ୍ବଂସ କରି ଦିଆଯାଇଛି । ଅତୀତରେ ଏମିତି କେତେ କଣ ଅନ୍ୟାୟ ଓ ଘୃଣ୍ୟ କାମ କରାଯାଇଛି ତଥାକଥିତ ସଭ୍ୟ ଲୋକମାନଙ୍କ ଦ୍ବାରା । ଏବେ ବି ପ୍ରମିଦିଆ ଆମକୁ ଅନେକ ମିଛର କୁହେଳିକା ଭିତରେ ରଖିଛି । ନେତା ଓ ବ୍ୟବସାୟୀ ମାନେ ପ୍ରଲୋଭନ ଦେଖାଇ ବୋକା ବନଉଛନ୍ତି । ତେଣୁ ସାବଧାନ ।

କୃଷକ ଆନ୍ଦୋଳନକୁ ସମର୍ଥନ କରି ବଡ଼ ବଡ କଥା କହିଲା ବାଲା ବହୁତ ଲୋକ ଅଛନ୍ତି କିନ୍ତୁ ସେମାନେ ଶ୍ରୀଅରବିନ୍ଦଙ୍କୁ ଏକ ରକମ ଘୃଣା କରନ୍ତି । ତେଣୁ ସେଭଳି ଲିବରାଲ ଭିଡ଼ ସହିତ ସମ୍ପର୍କ ରଖିବା କଷ୍ଟ । ବରଂ ଶ୍ରୀଅରବିନ୍ଦଙ୍କ ଲିବରାଲ ସଂଜ୍ଞା ଓ ଉତ୍ସ ଯଥେଷ୍ଟ ଉଚ୍ଚରେ । ତାଙ୍କୁ ପଢିବାକୁ ମୋଦିଙ୍କ ନିବେଦନ ଚିନ୍ତନ ଇତିହାସରେ ଏକ ମାଇଲଖୁଣ୍ଟ ।

ଶବ୍ଦ ଗୁଡିକରୁ ସ୍ପଷ୍ଟ ବୁଝାପଡେ ସଂସ୍କୃତ ଭାଷା କାହିଁକି ସାଧାରଣ ଜନ ଜୀବନରୁ ନିଷ୍କାସିତ ହେଲା । ଏହି ପ୍ରସଙ୍ଗରେ ଓଡ଼ିଆ ଭାଷା ଓ ଲିପିର ଉପଯୋଗୀତା ହଜାର ଗୁଣ ମୂଲ୍ୟବାନ । ଆମର ପଦ୍ୟ, ସଙ୍ଗୀତ, ଓ ଉଚ୍ଚାରଣ ଧ୍ଵନୀବିଜ୍ଞାନ ଆକଳନରେ ଏକ ବିରାଟ ଉପଲବ୍ଧି । ଏହାର ରକ୍ଷଣାବକ୍ଷଣ ଅପରିହାର୍ଯ୍ୟ ।

ଖାଦ୍ୟକୁ ନେଇ ତ ବହୁତ ଡିଆଁ ଡେଇଁ ହେଲା ହେଲେ କ୍ଷମତା ଆଡ଼େ ବି ଟିକେ ଦୃଷ୍ଟି ପଡୁ । କୋଉ ରାଜା ବଡ ବୋଲି କେତେ ଥର ମତ ନିଆ ସରିଲାଣି । ଆଗାମୀ ମୁଖ୍ୟମନ୍ତ୍ରୀ ହିସାବରେ କିଏ ସବୁଠାରୁ ପସନ୍ଦ ତାର ବି ଥରେ ଭୋଟ ନିଆଯିବା ଦରକାର । ଆଗରୁ ଅଶିକ୍ଷିତଙ୍କ ପାଖରେ ଭୋଟ ବୋଲି ଅଭିଯୋଗ ହଉଥିଲା । ଶିକ୍ଷିତ ଲୋକମାନେ ମୁହଁ ଲୁଚାଇଲେ କେମିତି ହେବ ?

ଖାଇବା ଜିନିଷ, ମନ୍ଦିର, ଫୁଲ, ଓ ପାହାଡ଼ର ଛବି ଏତେ ଯେ ପ୍ରକୃତ ସୁବିଧା ଅସୁବିଧା ସବୁ ପଛରେ ରହିଯାଉଛି । ଇତିହାସ ସେମିତି କେତେକଙ୍କର ନିଶା । ଆଉ କେତେକ ଧର୍ମକୁ ନେଇ ଘୃଣା ଓ ବିଭ୍ରାନ୍ତି ବିଞ୍ଚିବାରେ ବ୍ୟସ୍ତ । ପ୍ରମିଦିଆ କଥା ତ ଛାଡ ସ୍ୱମିଦିଆରେ ମଧ୍ୟ ଏଇ ଦୁରାବସ୍ଥା । ଗଣତନ୍ତ୍ର ବିଷୟରେ ସମସ୍ତେ ଉଦାସୀନ । ଏଥିପାଇଁ ସଚେତନତା ଲୋଡା

ପ୍ରମିଦିଆ ଦ୍ଵାରା ଲୋକଙ୍କ ପାଖରେ ଯାହା ପହଞ୍ଚୁଛି ତାହା ସମୁଦ୍ରକୁ ଶଙ୍ଖେ । ତା ଭିତରୁ କିଛି ଭାଟ, କିଛି ବିଦୂଷକ, ଓ ବାକି ନଫୁସକ । ଚତୁର୍ଥ ଖମ୍ବ ବୋଲାଉଥିବା ଏହି ଶିଳ୍ପ ସଭ୍ୟ ସମାଜର ଏକ ବିଡମ୍ବନା । ପ୍ରକୃତ ଗଣତନ୍ତ୍ର ଉଜ୍ଜୀବିତ ହେଲେ ନିଶ୍ଚୟ ଏକ ନୂଆ ଛାଇମୁଣ୍ଡିଆର ଆବିର୍ଭାବ ହେବ । କେତେ ବାଇମୁଣ୍ଡିଙ୍କ ସ୍ଵରକୁ ଟିକେ ଠା ମିଳିବ ।

ଏକ ପକ୍ଷରେ ପ୍ରମିଦିଆ ଓ ଅନ୍ୟ ପକ୍ଷରେ ରାଜନୈତିକ ଦଳ ସବୁ ଶାସନ ବ୍ୟାପାରରେ ନିଜର ପ୍ରଭୁତ୍ଵ ଜମେଇ ବସିଛନ୍ତି । ଫଳତଃ, ବ୍ୟକ୍ତି ନିଜକୁ କ୍ଷୁଦ୍ର ମନେ କରି ଯଥାର୍ଥ ଅଂଶ ଗ୍ରହଣ କରୁ ନାହିଁ । ସ୍ୱମିଦିଆ କିନ୍ତୁ ଗଣତନ୍ତ୍ର ପାଇଁ ନୂଆ ସୁଯୋଗ ଆଣି ଦେଇଛି । ସମସ୍ତଙ୍କର ସ୍ଵର ଫିଟିଲେ ଓ ଭାବ ପ୍ରକାଶ ପାଇଲେ ନୂତନ ସମ୍ଭାବନାର ଉତ୍ସ ଖୋଲିବ ।

ବ୍ୟକ୍ତି ନିଜେ ଉପାସନା ବା ଆରାଧନା କରିବାର ବନ୍ଧନରୁ ମୁକ୍ତି ପାଇବା ପାଇଁ ଯେମିତି ପୁଝାରି ମାନଙ୍କ ଉପରେ ଠାକୁର ପୂଜାର ଦାୟିତ୍ୱ ସମର୍ପଣ କଲା, ପ୍ରଜାମାନେ ଶାସନ ଦାୟିତ୍ୱ ରାଜାଙ୍କ ହାତକୁ ଟେକି ଦେଲେ । ଗଣତନ୍ତ୍ରରେ କିନ୍ତୁ ସେ ଦାୟିତ୍ୱ ନାଗରିକଙ୍କ ହାତକୁ ଫେରିଆସିଲା । ନିଜର ଅଧିକାର ଓ ଦାୟିତ୍ୱ ନିର୍ବାହ କରିବାର ଆବଶ୍ୟକତା ଅଧିକ ।

ଗଣତନ୍ତ୍ରର ଗଠନ ଅନବରତ ଚାଲିଛି । କଥା ହେଉଛି ତାର ମାନ ବା ଗୁଣ କମୁଚି ନା ବଢ଼ୁଚି ? କିଏ ମାପିବ ? କାହାର ଅଧିକାର ବା ସକ୍ଷମତା ରହିଛି ? ସେଇଟା ସ୍ଥିର ହେବା ଦରକାର ଓ ଆବଶ୍ୟକୀୟ ବ୍ୟବସ୍ଥା ହେବା ଦରକାର । ନହେଲେ ସରକାର ଓ ପ୍ରମିଦିଆ ନିଜ ହିସାବରେ ରଙ୍ଗୀନ ଛବି ଦେଖେଇବେ କିନ୍ତୁ ଭିତର ସାଡେ ଖୋଳ ହେଇ ଯାଇଥିବ । ବହୁତ ବଡ଼ ଏକ ପ୍ରଶ୍ନ ।

ମୋର ଟ୍ୱିଟ୍ ଗୁଡ଼ିକ ବେଶୀ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ, କିନ୍ତୁ ଗୋଟାଏ ଅଧେ ପ୍ରମିଦିଆ ପାଖରେ ନିଶ୍ଚୟ ପହଞ୍ଚି ଥିବ । ଜନସାଧାରଣଙ୍କ ପାଖରେ ଉପସ୍ଥାପିତ କରିବା ଦାୟିତ୍ୱ ତ ତାଙ୍କର, କିନ୍ତୁ କାଇଁ ? ଯଦି ଓଡ଼ିଶା ଓ ଓଡ଼ିଆ ମାନଙ୍କର ସ୍ଵାର୍ଥକୁ ନେଇ ମୁଁ ସ୍ଵର ଉତ୍ତୋଳନ କରୁଛି ତାକୁ ଛାଡି ଆଜେ ବାଜେ କଥାରେ ଏତେ ଆଗ୍ରହ କାହିଁକି ?

ସାମ୍ୟବାଦ ବା ସମାଜବାଦ ଠାରୁ ଗଣତନ୍ତ୍ର ଭିର୍ଣ୍ଣ କାରଣ ବ୍ୟକ୍ତି ସ୍ଵାଧୀନତା ଗଣତନ୍ତ୍ର ପାଇଁ ଅଧିକ ମୂଲ୍ୟବାନ । ଧର୍ମ ଅଥବା ଜାତୀୟତାର ଫାଶରେ ସମସ୍ତଙ୍କୁ ବାନ୍ଧିବାର ଫାସିବାଦର ଯେଉଁ ପ୍ରଚେଷ୍ଟା ତା ବି ଗଣତନ୍ତ୍ର ଠାରୁ ବହୁ ଦୂରରେ । ତାଛଡା, ପ୍ରମିଦିଆର ଲୋକମାନଙ୍କୁ ମୂକ ବା ବୋକା ବନେଇ ରଖିବାର ଷଡଯନ୍ତ୍ର ମଧ୍ୟ ଗଣତନ୍ତ୍ରର ବିପରୀତ ।

ପୁରୁଣା ଇତିହାସ ଭିତରକୁ ବହୁତ ବେଶୀ ନଯାଇ ଏତିକି ମନେ ରଖିବା ଯଥେଷ୍ଟ ହେବ ଯେ ୧୮୦୩ ପର୍ଯ୍ୟନ୍ତ ଓଡ଼ିଶା ଏକ ସ୍ଵାଧୀନ ଦେଶ ଥିଲା । ସେଇ ପୂର୍ବାବସ୍ଥା ଫେରେଇ ଆଣିବା ପ୍ରତ୍ୟେକ ଓଡ଼ିଆର କର୍ତ୍ତବ୍ୟ । ଏଥିପାଇଁ ଅଧାଓଡ଼ିଆ ଓ ଅଣଓଡ଼ିଆ ମାନଙ୍କୁ ଶାସନ ଓ କ୍ଷମତାରୁ ବିତାଡିତ କରିବା ଅତ୍ୟନ୍ତ ପ୍ରୟୋଜନ । ପଢନ୍ତୁ:
https://t.co/6cytbvV5GU
https://twitter.com/NathTusar/status/1345903545745227781?s=19

୧୯୧୪ ଅଗଷ୍ଟ ମାସରେ ପ୍ରକାଶିତ ମାସିକ ପତ୍ରିକା ଆର୍ଯ୍ୟ ସାଢେ ଛଅ ବର୍ଷ ପରେ ଜାନୁଆରୀ, ୧୯୨୧ ରେ ବନ୍ଦ ହେଲା । ଶ୍ରୀଅରବିନ୍ଦଙ୍କ ମୁଖ୍ୟ ରଚନାବଳୀ ଏହି ପତ୍ରିକାରେ ହିଁ ପ୍ରକାଶିତ ହୋଇଥିଲା । ସାମ୍ବାଦିକ ବନ୍ଧୁମାନଙ୍କୁ ତାର ଶେଷସଂଖ୍ୟାର ଶତବାର୍ଷିକୀ #ARYA100Years (1914-21) ବିଷୟରେ ପାଠକ ମାନଙ୍କୁ ଅବଗତ କରାଇବା ପାଇଁ ଅନୁରୋଧ ।

ଓଡ଼ିଶାରେ ଶହ ଶହ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର କାର୍ଯ୍ୟରତ ଏବଂ ଏପରି ଏକ ଆନ୍ଦୋଳନ ଅନ୍ୟ କୌଣସି ରାଜ୍ୟରେ ନାହିଁ । ଏହାର ପରିଚାଳନା କରୁଥିବା ନବଜୀବନ ଶିକ୍ଷା ସଂସଦ ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏକ ଅନୁଶୀଳନ ଲୋକଲୋଚନକୁ ଆଣିବା ପାଇଁ ସାମ୍ୱାଦିକ ବନ୍ଧୁ ମାନଙ୍କୁ ଅନୁରୋଧ । ନୂଆ ଶିକ୍ଷା ନୀତି ପାଇଁ ମଧ୍ୟ ପ୍ରାସଙ୍ଗିକ । https://t.co/jns6EL8AfM

ବାବାଜୀ ମହାରାଜ ଶ୍ରୀ ରାମକୃଷ୍ଣ ଦାସ ୧୯୪୫ ରେ ପୁଦୁଚେରୀର ଶ୍ରୀଅରବିନ୍ଦ ଆଶ୍ରମରେ ଯୋଗ ଦେଇଥିଲେ । ପ୍ରଥମ ଶ୍ରୀଅରବିନ୍ଦ ପାଠଚକ୍ର ରାଇରଙ୍ଗପୁରରେ (୧୯୪୯) ଓ ଅନ୍ୟଟି କଟକ (୧୯୫୦) ରେ ଆରମ୍ଭ ହୋଇଥିଲା । ପରେ ପ୍ରପତ୍ତି ଙ୍କ ନେତୃତ୍ବରେ ସାରା ଓଡ଼ିଶାରେ ପାଠଚକ୍ର ଆନ୍ଦୋଳନ ଗଢ଼ି ଉଠିଥିଲା । ତାଙ୍କୁ ପ୍ରଣାମ ।
https://t.co/Wv3QKUo8Q9

ସଙ୍କଳ୍ପ କରନ୍ତୁ ଆମେ ଭିକ ମାଗିବା ନାହିଁ । ଅଭିଯୋଗ ବା ଗୁହାରି କରିବା ନାହିଁ । ଓଡ଼ିଆରେ ଲେଖିବା ପାଇଁ ଅଳି ଅର୍ଦ୍ଦଳୀ କରିବା ନାହିଁ । ଆଧାଓଡ଼ିଆ ଓ ଅଣଓଡ଼ିଆଙ୍କ ଠାରୁ କ୍ଷମତା ଛଡ଼ାଇ ଆଣିବା । ସମସ୍ତେ ରାଗିଲେ ଓ ଲାଗିଲେ ଗୋଟିଏ ଦିନରେ ଏହା ସମ୍ଭବ ହେବ । ଭାଷା ପାଇଁ ଭିକ ମାଗି ନିଜର ସ୍ୱାଭିମାନକୁ ବଳି ପକାନ୍ତୁ ନାହିଁ । ଅନୁରୋଧ ।

ଆକାରରେ ଛୋଟ ହେଲେବି ଓଡ଼ିଶା କଳିଙ୍ଗ ସାମ୍ରାଜ୍ୟର ଦାୟାଦ ଯାହାର ନିଜସ୍ଵ ସାହିତ୍ୟ, ସଂସ୍କୃତି, ଧର୍ମ, ଓ ପରମ୍ପରା ଅନନ୍ୟ । ବହୁ ଦର୍ଶନ ଓ ପ୍ରଦର୍ଶନର ସଙ୍ଗମ ସ୍ଥଳ ହେଉଛି ଓଡ଼ିଶା | ତାମୂଲ୍ୟ ନବୁଝି ଯେଉଁମାନେ ଅଣଓଡ଼ିଆ ମାନଙ୍କ ପଛରେ ଗୋଡ଼େଇଛନ୍ତି ଓ ଅନ୍ୟମାନଙ୍କୁ ପ୍ରରୋଚିତ କରୁଛନ୍ତି ସେମାନେ ଓଡ଼ିଆ ସ୍ୱାଭିମାନର ଅପମାନ କରୁଛନ୍ତି ।

ଏ କଥା ମନା କରିହେବ ନାହିଁ ଯେ ଓଡ଼ିଶା ଏକ ହେଲେ ମଧ୍ୟ ଅନେକ ଏବଂ ଓଡ଼ିଆ ଭାଷାର ପ୍ରଚଳନ ସୀମିତ । ତା ସତ୍ତ୍ୱେ ଓଡ଼ିଆ ଭାଷା ଓ ଲିପିର ଭବିଷ୍ୟତ ଉଜ୍ଜଳ । ଲିପି ଯୋଗୁ ଏହା ସର୍ବଭାରତୀୟ ସ୍ତରରେ ଏକ ଗ୍ରହଣଯୋଗ୍ୟ ଭାଷା ବିବେଚିତ ହୋଇପାରେ । ସେଥିପାଇଁ ଦରକାର ବଳିଷ୍ଠ ନେତୃତ୍ଵ । ଅଣଓଡ଼ିଆଙ୍କ ବୋକଚା ବୋହିଲେ ନିଜ ସମ୍ମାନ ଆଉ ରହିଲା କୋଉଠି ?

ପ୍ରତ୍ୟେକ ବ୍ୟକ୍ତିର ସ୍ଵାଧୀନତା ରହିଛି । ତେଣୁ ଜଣେ ଅଣଓଡ଼ିଆଙ୍କୁ ରୋଲ୍ ମଡେଲ୍ ଭାବେ ଦେଖିପାରେ । ତାପରେ, ପରିବାରରେ ଅଣଓଡ଼ିଆ ଥିଲେ କିଛି ବ୍ୟତିକ୍ରମ ବୋଲି ବୋଧ ହୁଏ ନାହିଁ । କିନ୍ତୁ ନିଜର ପସନ୍ଦକୁ ଅନ୍ୟ ଓଡ଼ିଆଙ୍କ ଉପରେ ଲଦନ୍ତୁ ନାହିଁ ବୋଲି ମୋର ଅନୁରୋଧ । ଅନ୍ୟର ଆତ୍ମସମ୍ମାନ କୁ ଲୁଣ୍ଠନ କରନ୍ତୁ ନାହିଁ । ଏହା ବିଶ୍ବାସଘାତକତା ।

ପ୍ରଗତି ବା ବିକାଶ କୁ ନେଇ ଯେଉଁ ନେତା ମାନେ ଡିଣ୍ଡିମ ପିଟୁଛନ୍ତି ସେମାନେ ତାଙ୍କ ଘରୁ ଆଣି ଟଙ୍କା ଖର୍ଚ୍ଚ କରୁ ନାହାନ୍ତି । ଏସବୁ ପ୍ରତ୍ୟେକ ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ନେତା ହେଉଛି ସିଏ ଯିଏ ନିଜ ଗୋଡ଼ରେ ଛିଡା ହୋଇଥିବ, ଅନ୍ୟ କାହାରି ଗୋଡ଼ ଘସୁ ନ ଥିବ । ସେମାନଙ୍କ ମଧୁର ବଚନରେ ଭଳି ଯିବା ଆଗରୁ ଭଲ କରି ପରଖି ନେବା ଦରକାର ।

କେବଳ ଏଇ ବର୍ଷଟି ନୁହେଁ, ଏ ପର୍ଯ୍ୟନ୍ତ ଜୀବନର ଅଂଶଟିକୁ ବିଡମ୍ବନା ଓ ବିସଙ୍ଗତିର ବ୍ୟୁହ ଭାବରେ ଦେଖିବାକୁ ହେବ । ତା କବଳରୁ ମୁକୁଳିବା ବାଟ ଖୋଜିବାକୁ ହେବ । ନୂଆ ନୂଆ ବିଦ୍ୟା ଓ କୌଶଳ ଶିଖିବାକୁ ହେବ । ଏ ଏକ ବଡ ଧରଣର ସମସ୍ୟା ଓ ନିଜେ ନିଜେ ନିର୍ଣ୍ଣୟ କରିଦେବା ବି ଭୁଲ । କେବଳ ଶ୍ରୀଅରବିନ୍ଦ ହିଁ ଉଚିତ୍ ପରାମର୍ଶ ଦେବା ପାଇଁ ସକ୍ଷମ ।

ଖାଲି ପରମ୍ପରା ନୁହେଁ, ସମସାମୟିକ ଚିନ୍ତାଧାରା ମଧ୍ୟ ସଂସ୍କୃତିର ଅଙ୍ଗ ବିଶେଷ । ରାଜନୈତିକ ଦଳମାନେ ଏହାକୁ କଳୁଷିତ କରୁଛନ୍ତି ତେଣୁ ଯଥାର୍ଥ ମନୋଭାବ ବିକଶିତ କରିବା । ଧର୍ମାନ୍ଧତା ଓ ଘୃଣାଭାବର କବଳରେ ପଡ଼ିବା ଅନୁଚିତ୍ । ଗଣତାନ୍ତ୍ରୀକ ଦୃଷ୍ଟିଭଙ୍ଗୀ ଓ ବ୍ୟକ୍ତି ସ୍ଵାଧୀନତା ପ୍ରତି ସମ୍ମାନ ଅପରିହାର୍ଯ୍ୟ । ପ୍ରତିଦିନର ଅଭ୍ୟାସ ଦରକାର ।

ମନଗଢା ବର୍ଣ୍ଣନଦୀ ଗୁଡିକ ମଧ୍ୟରେ, ଶ୍ରୀଅରବିନ୍ଦଙ୍କ ସମ୍ବନ୍ଧେ ପ୍ରାୟ ସମସ୍ତ ତଥ୍ୟ ଏବଂ ତାଙ୍କ ଲେଖାଗୁଡ଼ିକ ଯଥାର୍ଥ ଭାବରେ ନଥିକୃତ ହୋଇଛି ଯାହା ଅନଲାଇନରେ ଉପଲବ୍ଧ | ତଥାପି ଲୋକମାନେ ମୂଳ ଉତ୍ସରୁ ପଢ଼ିବାକୁ ଅନିଚ୍ଛା ପ୍ରକାଶ କରନ୍ତି ଏବଂ ଉପରଠାଉରିଆ ମତ ଦେବାକୁ ଭଲ ପାଆନ୍ତି | କିନ୍ତୁ ସେମାନେ ନିଜର ଅଜ୍ଞତାକୁ ପ୍ରକାଶ କରୁଛନ୍ତି |

ହେତୁ ପାଇବା ଦିନୁ ମଣିଷ ହେତୁବାଦୀ ହୋଇଯାଏ। ସବୁ ଜିନିଷର କାରଣ ଖୋଜି ବସେ । ଅଡ଼ୁଆ ସୁତାକୁ ସଜାଡିବା ପାଇଁ ଓ ପୁରୁଣା କଥାର ଜାଲରୁ ମୁକୁଳିବା ପାଇଁ ଚେଷ୍ଟା କରେ । କିନ୍ତୁ ବେଳେବେଳେ ପୁଣି ଥରେ ବାନ୍ଧି ହୋଇଯାଏ । ଶ୍ରୀଅରବିନ୍ଦ ସେହି ବନ୍ଧନରୁ ମୁକ୍ତି ପାଇବା ପାଇଁ ଦେଇଛନ୍ତି ଏକ ନୂଆ ସୃଷ୍ଟିତତ୍ତ୍ଵ ଓ ସାମାଜିକ ବିବର୍ତ୍ତନର ନକ୍ସା ।

୧୯୧୪ ମସିହା ଅଗଷ୍ଟ ମାସରେ ପ୍ରକାଶିତ ମାସିକ ପତ୍ରିକା ଆର୍ଯ୍ୟ ସାଢେ ଛଅ ବର୍ଷ ପରେ ଜାନୁଆରୀ, ୧୯୨୧ ରେ ବନ୍ଦ ହେଲା । ଶ୍ରୀଅରବିନ୍ଦଙ୍କ ମୁଖ୍ୟ ରଚନାବଳୀ ଏହି ପତ୍ରିକାରେ ହିଁ ପ୍ରକାଶିତ ହୋଇଥିଲା । ଏହାର ଜ୍ଞାନର ଭଣ୍ଡାର ଭବିଷ୍ୟତ ପାଇଁ ଯଥେଷ୍ଟ । ତାର ଶେଷ ସଂଖ୍ୟାର ଶତବାର୍ଷିକୀ #ARYA100Years (1914-21)
https://t.co/HrIHRSUaBT

ତଥାକଥିତ ତୁଷ୍ଟିକରଣ ନୀତି ଗଣତନ୍ତ୍ରର ଅଙ୍ଗବିଶେଷ । ପକ୍ଷପାତରହିତ ହେବା ମଧ୍ୟ ଗଣତନ୍ତ୍ରର ପରିପନ୍ଥୀ । ଜାତୀୟ ସ୍ୱାର୍ଥ ବା ବାଧ୍ୟତାମୂଳକ ଏକକ ଆଇନ, ଏ ସବୁ ହିଁ ଗଣତନ୍ତ୍ର ସ୍ଥିର କରିବ । ସେଥିପାଇଁ, ଗଣତନ୍ତ୍ରର ସ୍ବାସ୍ଥ୍ୟ ସବୁଠାରୁ ବେଶୀ ମହତ୍ତ୍ୱପୂର୍ଣ୍ଣ । ଦଳ ମାନଙ୍କ ମଧ୍ୟରେ ଗଣତନ୍ତ୍ରର ପ୍ରବାହ ଉପରେ ବହୁତ କିଛି ନିର୍ଭର କରେ ।
ଦେଖନ୍ତୁ, ଗଣତନ୍ତ୍ର ପରିପକ୍ଵତା ଲାଭ କରି ନାହିଁ । ବିବର୍ତ୍ତନର ପଥରେ ବିଭିର୍ଣ୍ଣ ଜାଗାରେ ବିଭିର୍ଣ୍ଣ ରୂପ ନେଇ ଚାଲିଛି । ଏହାର କୌଣସି ପୂର୍ବକଳ୍ପିତ ଢାଞ୍ଚା ମଧ୍ୟ ନାହିଁ । ତେଣୁ ନାନା ଦୋଷତ୍ରୁଟୀ ରହିବ । ତାକୁ ସଫଳ କରିବାର ଦାୟିତ୍ୱ ସମସ୍ତଙ୍କର । https://t.co/wvpJSETPyn
https://twitter.com/NathTusar/status/1343956034608492545?s=19

ବଢିଆ ହେଇଛି । ଏମିତି ପ୍ରାୟ ସବୁ ଭିଡ଼ିଓରେ ପାଶ୍ଚାତ୍ୟ ସଙ୍ଗୀତ ଶୁଣିବାକୁ ମିଳେ । ଯଦି ଓଡ଼ିଶାର ଲୋକ ସଙ୍ଗୀତ ଶୁଣିବାକୁ ମିଳନ୍ତା ତାହେଲେ ଭଲ ହୁଅନ୍ତା । ଧନ୍ୟବାଦ୍ ।
ଘୋଡାନାଚ ବା ଗୀତିନାଟ୍ୟର ବିଭିର୍ଣ୍ଣ ସ୍ଵର ସବୁ ଦ୍ରୁତଗତିର । ପାଲା ବା କୀର୍ତ୍ତନ ପ୍ରଭୃତିର ବାଦ୍ୟ ମଧ୍ୟ ବେଶ୍ ଜମାଣିଆ । ଦେଲେ ଟିକେ ଅଲଗା ଲାଗିବ । ଧନ୍ୟବାଦ ।

ହଁ, ସେ ସବୁ ଅସୁବିଧା ରହିଛି ବୋଲି ମୁଁ ମାନୁଛି । ଓଡ଼ିଆ ସଙ୍ଗୀତରେ ଆପଣଙ୍କ ଗତି କେତେ ଦୂର ମୁଁ ଜାଣି ନାହିଁ, କିନ୍ତୁ ୨୦୨୧ ରେ ଦୁଇ ମିନିଟର ମୁକ୍ତ ବାଦ୍ୟାଂଶ ଯେ ମିଳିବ ନାହିଁ ତା ବିଶ୍ୱାସ କରିବା କଷ୍ଟ । ତେବେ, ଏପରି ଅପାଙ୍ଗତା ଓ ଅକ୍ଷମତା ଉପରେ ସଂସ୍କୃତିପ୍ରେମୀଙ୍କ ଦୃଷ୍ଟି ପଡିବ ବୋଲି ଆଶା ।
https://t.co/lKkbUH15Kk

ପୀରତି ପୀରତି ମାଣିକ ଯୋଡ଼ି ର । ଘର ବାହୁଡ଼ା ର ଚଉଧୁରୀ ବଜାର ଓ ମାରିନେଲେ ମହାପାତ୍ରେ ବୋଧେ ସ୍ଥାନ ପାଇ ପାରିଲା ନାହିଁ । ଏପରି ଲେଖା ଟିଏ କେବଳ ସୂର୍ଯ୍ୟ ବାବୁ ହିଁ ଲେଖି ପାରିବେ । ତାଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା । ହଁ, ଜୀବନ ସାଥୀ ର ବୋହୂ ସାଜି ମୁଁ ଆସିଛି ହୋ କୁ ତ ଭୁଲି ହବନି । ସେମିତି ସଂସାର ର କେଲି କଦମ୍ ତଳେ କଲାକାହୁଁ

ତୋ ଖୋଜିଲା ଖୋଜିଲା ଆଖିର ଗାୟିକା ସନ୍ଧ୍ୟା ମୁଖୋପାଧ୍ୟାୟ । ହେମନ୍ତ ମୁଖୋପାଧ୍ୟାୟ ଗାଇଥିବା କେଡେ ମଜା ଏ ଦୁନିଆଁ, ଭାଇ ଭାଉଜ ର ଜନ୍ମ ମାଟି, ଓ ଅଦିନ ମେଘର ଏଇ ଆମରି ଗାଁ ସ୍ମରଣଯୋଗ୍ୟ । ମା ର ଅଞ୍ଜନ, କା ର ମଉନାବତୀ, ଓ ସ୍ତ୍ରୀ ର କଳିଯୁଗ ସ୍ଥାନ ଦାବୀ କରନ୍ତି । ରଥ ଯା ଚାଲିଯା ଏବଂ ବୋଉଲୋ କି କହିବି ଉପେକ୍ଷା ମୋଟେ ସହିବେ ନାହିଁ !
https://twitter.com/NathTusar/status/1345678008900747264?s=19

ସଜନା ଶାଗର ରାଇ #OdiaFood
https://t.co/xM5uSTnTkx

୨୦୨୧କୁ ଛେଳିଙ୍କ ବର୍ଷ ବୋଲି ଘୋଷଣା କରାଯାଉ !
https://twitter.com/NathTusar/status/1345158998413041664?s=19

ଭୁବନେଶ୍ୱରରେ ତାପମାତ୍ରା ୨୩ ଡିଗ୍ରୀ ଥିଲା ବେଳେ ଏବେ ଆମର ଏଠି ୯ ଡିଗ୍ରୀ । ଗଲା ବର୍ଷ ମୁଁ ରାଜଃମନ୍ଦ୍ରୀ ଯାଇଥିବା ସମୟରେ କୌଣସି ଶୀତବସ୍ତ୍ର ପିନ୍ଧିବାର ଆବଶ୍ୟକତା ନଥିଲା । ଗୁଗଲ୍ ଫଟୋଟିଏ ସ୍ମରଣ କରେଇ ଦେଉଛି । https://t.co/CYyJuVnpMf
ଗୋଦାବରୀ ନଦୀର ଦୃଶ୍ୟ ସେଠି ଶାନ୍ତ ଓ ସୁନ୍ଦର । ନିଶ୍ଚୟ କିଛି ସମୟ କଟାଇବା କଥା । https://t.co/LpL3G4EaSK
ହଳଦିଆ ନଦୀ କୂଳ ସହ ସମକକ୍ଷ
https://t.co/UbooIiQj7m
ହଳଦୀ ନଦୀର ହୁଗୁଳୀ ନଦୀରେ ମିଳନ ସ୍ଥଳ ରେ ଅବସ୍ଥିତ ହଳଦିଆ ସହରର ଅତି ମନୋରମ ନଦୀ ତଟ । ଓଡିଶାରୁ ତ ବେଶୀ ଦୂର ନୁହେଁ; ସିଧା ବସ୍ ବି ଚାଲେ । ତେଣୁ ସମସ୍ତଙ୍କୁ ଯିବା ପାଇଁ ଅନୁରୋଧ । 
https://t.co/KZECotE5wi
https://twitter.com/NathTusar/status/1344945629060096005?s=19

ଶାସ୍ତ୍ରୀୟ ସଙ୍ଗୀତ ବୁଝିବାରେ ମୋର ଦକ୍ଷତା ନାହିଁ କିନ୍ତୁ ବାଦ୍ୟ ଯନ୍ତ୍ର ମାନଙ୍କ ଭିତରେ ମୋତେ ସବୁଠାରୁ ଭଲ ଲାଗେ ସାରଙ୍ଗୀର ଝଣଝଣିଆ ସ୍ୱର । ଥରେ କମାନୀରେ ରାମ ନାରାୟଣଙ୍କୁ ବଜାଇବା ଦେଖିଥିଲି । ସବୁ ପ୍ରକାରର ଗୀତ ବଜେଇ ଦର୍ଶକଙ୍କୁ ମୁଗ୍ଧ କରିଥିଲେ । #RamNarayan
https://t.co/dlWL2X0vQQ
୧୯୮୮ ରେ ଓଡିଶା ଛାଡ଼ି ଦିଲ୍ଲୀ ଆସିବା ପଛରେ ଏକ ମୁଖ୍ୟ ଆକର୍ଷଣ ଥିଲା ଏଠିକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଭଣ୍ଡାର । କମାନୀ, କନଟ ପ୍ଲେସ, ଓ କରୋଲ୍ ବାଗ୍ ହିଁ ଦିଲ୍ଲୀର ପରିଚୟ । https://t.co/Jdt7EoLf3Z
https://twitter.com/NathTusar/status/1344899153399144449?s=19
ଦିଲ୍ଲୀରେ ମୋର ପ୍ରଥମ ନୂଆବର୍ଷରେ ସଫଦର ହାଶମୀ ଙ୍କୁ ହତ୍ୟା କରାଯାଇଥିଲା । ତାଙ୍କୁ ମନେ ପକେଇ ପ୍ରତିବର୍ଷ ଗୋଟିଏ ଭଲ କାର୍ଯ୍ୟକ୍ରମ ହୁଏ । ଆସ୍ତାଦ୍ ଦେବୁ ଆସୁଥିଲେ । ଏବେ ଚାଲିଗଲେ ।
https://t.co/2iKBO22nx6
ଦିଲ୍ଲୀରେ ପ୍ରଣବ ପଟ୍ଟନାୟକ
https://t.co/G82DpFxMz3
ଦିଲ୍ଲୀରେ ତୃପ୍ତି ଦାସ
https://t.co/tCX0Cv1Rxe
ଦିନନାଥ ପାଠୀଙ୍କ ଶେଷ କାର୍ଯ୍ୟକ୍ରମ
https://t.co/ArQ1cCRU2N
ଦିଲ୍ଲୀରେ ବୋଇତ ବନ୍ଦାଣ
https://t.co/6jjh922sbb
ଦିଲ୍ଲୀରେ କୁଆଁର ପୁନେଇଁ
https://t.co/KqvrrRdYXX

Good that you have responded positively to Modi's suggestion for reading Sri Aurobindo. @arinbasu @drsbasu2115

Sri Aurobindo has predicted end of all religions and his followers are working in that direction. In "The Secret of the Veda" he has explained that Rituals are redundant. He asks for growth of spiritual consciousness and collective endeavour towards world peace and human unity.

The Constitution was an imposition, never an agreement. States should be granted Sovereignty so that the languages are protected and local interests are duly taken care of. Population has gone up four times since Independence. This is in sync with Sri Aurobindo's #WorldUnion.

Bhojpuri is one of the most vibrant languages, so why can't there be an independent country called Bhojpur?
Not a day passes without a Chief Minister criticising the Centre on some pretext. Time to jettison the Central Govt. lock, stock, and barrel. (2016)
https://t.co/BoCJhNwk8m
https://twitter.com/SavitriEra/status/1345907719761399809?s=19

I have been writing for fifteen years now that Sri Aurobindo is the right political alternative. RSS and Congress have their set narrow paths and it's impossible for them to accommodate Sri Aurobindo. Other parties lack intellectual wiring to make sense of Sri Aurobindo's vision.

D.S. Kothari (1906–1993), a scientist, was instrumental in introducing Sri Aurobindo's philosophy in education. https://t.co/opCiQXgXe7

[ଶ୍ରୀଅରବିନ୍ଦଙ୍କ ବିଶେଷତ୍ଵ କ’ଣ? ଜୀବନକୁ ସବୁ ଦିଗରୁ ଅନୁଶୀଳନ କରି ସେ ମାନବ ସମାଜକୁ କବଳିତ କରିଥିବା ସମସ୍ତ ବୈଷମ୍ୟର ସମାଧାନର ରାସ୍ତା ଦେଖାନ୍ତି, ମନୁଷ୍ୟୋତ୍ତର ଭବିଷ୍ୟତ-ପ୍ରଜାତି ପ୍ରସଙ୍ଗରେ ଅତୀତର ସମସ୍ତ ଚିନ୍ତକଙ୍କୁ ସମନ୍ୱିତ କରନ୍ତି; ଚେତନାର ଆରୋହଣ ପାଇଁ କବିତା ଓ କଳାର ଭୂମିକାକୁ ସ୍ପଷ୍ଟ କରନ୍ତି | ]
~ @GoutamGhosal3

ଯଥାର୍ଥ ଚେତାବନୀ
[ଆମ ଦେଶର ରାଜ୍ୟଗୁଡିକ ସୋଭିଏତ୍ ୟୁନିଅନ୍ ପରି ଭାଙ୍ଗିବା ପାଇଁ ଅଧିକ ସମୟ ଲାଗିବ ନାହିଁ | 2020 କୁ ଦେଖିବା ଆବଶ୍ୟକ, କେନ୍ଦ୍ର ସରକାରଙ୍କ କ୍ଷମତା ଏବଂ ବିଶ୍ୱସନୀୟତା ଉପରେ ଏକ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି]

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...