Tuesday, 12 January 2021

ଖଟି ଠାରୁ କ୍ୟାପିଟଲ ଓ ଗଣତନ୍ତ୍ର ଠାରୁ ବରୁଣତନ୍ତ୍ର

ବିବେକାନନ୍ଦ ତାଙ୍କ ପୂର୍ବର ଶହେ ବର୍ଷର ବିଭିର୍ଣ୍ଣ ଜ୍ଞାନ ଆନ୍ଦୋଳନର ସମନ୍ବୟ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କମ ବୟସରେ ପରଲୋକ ହୋଇଯିବା ଦ୍ୱାରା ସଂମ୍ପୂର୍ଣ୍ଣ କରି ପାରି ନଥିଲେ । ତେଣୁ ତାଙ୍କ ବହି ସବୁ ସ୍କୁଲ ଶିକ୍ଷା ସଦୃଶ । କଲେଜ ସ୍ତର ପାଇଁ ଶ୍ରୀଅରବିନ୍ଦଙ୍କୁ ପଢିବାକୁ ପଡିବ । #SriAurobindo
https://t.co/OTvaGnOCwg

ପାରମ୍ପରିକ ଦର୍ଶନ ସହିତ ବିବେକାନନ୍ଦ ଯେଉଁ କେତେକ ଲୋକ ସେବା ସମ୍ବନ୍ଧୀୟ ଆଧୁନିକ ମନୋଭାବକୁ ଯୋଡ଼ିବାକୁ ଚାହିଁଲେ ତା ପାଇଁ କୌଣସି ଦୃଢ ଭିତ୍ତି ନ ଥିଲା । ଶ୍ରୀଅରବିନ୍ଦ ବେଦର ନୂତନ ବ୍ୟାଖ୍ୟା ପ୍ରଦାନ କରି ଏକ ଦିବ୍ୟ ଜୀବନର କଳ୍ପନା କଲେ ଓ ଏକ ଗ୍ରହଣ ଯୋଗ୍ୟ ଢାଞ୍ଚା ପ୍ରସ୍ତୁତ କଲେ । ତା ଦ୍ଵାରା ପାଶ୍ଚାତ୍ୟ ଦର୍ଶନ ସବୁ ବାମନ ହୋଇଗଲେ ।

ପ୍ରଚାରତନ୍ତ୍ର ବଳରେ ବହୁ ଯୁବକ ବିବେକାନନ୍ଦଙ୍କୁ ଜାଣନ୍ତି ଏବଂ ସେଇଠି ଅଟକି ଯାଆନ୍ତି । କିନ୍ତୁ ନିଜର ଜ୍ଞାନପିପାସାକୁ ମେଣ୍ଟେଇବାକୁ ହେଲେ ଶ୍ରୀଅରବିନ୍ଦଙ୍କ ବହିସବୁ ପଢିବାକୁ ପଡିବ । ଏହା ଶ୍ରମ ଓ ସମୟ ସାପେକ୍ଷ କିନ୍ତୁ ଅନ୍ୟ କୌଣସି ସଂକ୍ଷିପ୍ତ ପଥ ନାହିଁ । ତାଙ୍କ କଠିନ ଗଦ୍ୟ ସହ ଯୁଦ୍ଧ କଲେହିଁ ମସ୍ତିଷ୍କର ମାଂସପେଷୀ ସୁଗଠିତ ହେବ ।

ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ପ୍ରେରଣାରୁ ଏତିକି କୁହାଯାଇପାରେ ଯେ ଭବିଷ୍ୟତର ବିବର୍ତ୍ତନରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଅଛି । ଟ୍ୱିଟର ତ ଏକ ମୁକ୍ତ ପ୍ରାଙ୍ଗଣ କିନ୍ତୁ ଶ୍ରୀଅରବିନ୍ଦଙ୍କ ବିଷୟରେ ଲେଖିବାରେ ମୁଁ ଏକା କାହିଁକି ? କିଛି ଗୋଟାଏ ସମ୍ଭାବନା ରହିଛି ଓ ସାମାନ୍ୟ ପ୍ରସ୍ତୁତି ଓ ଆକୁତି ଥିଲେ କ୍ଷେତ୍ର ସ୍ତରୀୟ କାମ ସହଜସାଧ୍ୟ ହେବ।

ଇତିହାସକୁ ନେଇ ଯେପରି ଗର୍ବ କରିବାର କାରଣ ନାହିଁ, ଓଡ଼ିଶାର ଉର୍ଣ୍ଣତି ହୋଇପାରୁ ନାହିଁ ବୋଲି ଅନୁଶୋଚନା ଅନାବଶ୍ୟକ । ଏକ ବୃହତ୍ତର ପରିପ୍ରେକ୍ଷୀରୁ, ଏକ ଭିର୍ଣ୍ଣ ଉଦ୍ଦେଶ୍ୟ ରହିଛି ଓ ଏହା ସମଗ୍ର ମାନବ ସମାଜର ସମସ୍ୟା । ବିବର୍ତ୍ତନ ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବାର ସୁଯୋଗ ଖୋଜୁଛି ଓ ଉପଯୁକ୍ତ ବାତାବରଣ ହେଲେ ଅଙ୍କୁରୋଦ୍ଗମ ହେବ ।

ଓଡ଼ିଆ ଭାଷା, ସଂସ୍କୃତି, ଐତିହ, ଓ ପର୍ଯ୍ୟଟନ ଆଦି ଉପରେ ଗବେଷଣା କରିବା ଆବଶ୍ୟକ । କିନ୍ତୁ କେବଳ ସେତିକିରେ ସୀମିତ ରହିଗଲେ ବିଶେଷ କିଛି ଲାଭ ହେବ ନାହିଁ । ସେଇ ଚର୍ବିତ ଚର୍ବଣ; ଥୋଡ ବଡି ଖଡ଼ା ନ ହେଲେ ଖଡା ବଡ଼ି ଥୋଡ | ତେଣୁ ଶ୍ରୀଅରବିନ୍ଦଙ୍କୁ ପାଠ କରିବା ଆବଶ୍ୟକ । ଭବିଷ୍ୟତ ସମାଜକୁ ନୂଆ ଡିଜାଇନରେ ଗଢ଼ିବାକୁ ହେବ । #SriAurobindo

ଓଡ଼ିଶାରେ ରାଜାମାନେ ପୁରାତନ ଇତିହାସ ସବୁ ନଷ୍ଟ କରିଦେଇଛନ୍ତି । ଇଂରେଜ ମାନେ ମଧ୍ୟ ତାଙ୍କୁ ସୁହେଇଲା ଭଳିଆ ଇତିହାସ ଲେଖିଲେ । ସ୍ଵାଧୀନତା ପରେ ଆମେ ଯେଉଁ ଇତିହାସ ସ୍କୁଲରେ ପଢ଼ିଲୁ ତା ଭିତରେ ବହୁତ ମନଗଢ଼ା କଥା । ପ୍ରମିଦିଆ ବି ନାନା ମିଛ ପରିବେଷଣ କରୁଛି । ସାବିତ୍ରୀ ଇରା ଶ୍ରୀଅରବିନ୍ଦଙ୍କୁ କେନ୍ଦ୍ର କରି ସତ୍ୟ ଉପସ୍ଥାପନ ସପକ୍ଷରେ ।

ଖଟିରୁ କ୍ୟାପିଟଲ କିଛି ଛୋଟ ବିଷୟ ନୁହେଁ । ମାନବ ସଭ୍ୟତାର ଦଶହଜାର ବର୍ଷର କାହାଣୀ; ଓ ସଭ୍ୟତାର ଆଳରେ ଏବଂ ଆଧୁନିକତାର ଆଢ଼ୁଆଳରେ ବସା ବାନ୍ଧିଥିବା ବୁଢିଆଣିକୁ କିପରି ଫିଙ୍ଗିବାକୁ ହେବ ତାର ଆହ୍ଵାନ । ମିଥ୍ୟା ପ୍ରଚାରର ବଳୟରୁ ଡେଇଁ ବାହାରିବାକୁ ପଡ଼ିବ । ବଡ଼ କୋଠା ମାନଙ୍କ ଆଡମ୍ବରରୁ ଆଦର୍ଶ ଓ କର୍ତ୍ତବ୍ୟକୁ ଉଦ୍ଧାର କରିବାକୁ ପଡ଼ିବ ।

ଗାନ୍ଧୀ, ସାୱରକର, ଆମ୍ବେଡକର, ରବୀନ୍ଦ୍ରନାଥ, ବିବେକାନନ୍ଦ, ବା ସୁଭାଷଚନ୍ଦ୍ର ବସୁଙ୍କ ଭଳି ବଡ ନେତା ମାନଙ୍କ ପ୍ରତି ସମ୍ମାନ ରଖିବା ସ୍ୱାଭାବିକ । କିନ୍ତୁ ସାବିତ୍ରୀ ଇରା ବର୍ଣ୍ଣନଦୀ ଏସବୁରୁ ଦୂରରେ । ଶ୍ରୀଅରବିନ୍ଦ ସ୍ପଷ୍ଟ ଭାଷାରେ ସେମାନଙ୍କ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ତେଣୁ ତାକୁ ଅଣଦେଖା କରିବାଟା ବୁଦ୍ଧିମାନର କାର୍ଯ୍ୟ ନୁହେଁ ।

ଗଣତନ୍ତ୍ରରୁ ଶ୍ରୀଅରବିନ୍ଦଙ୍କ ବରୁଣତନ୍ତ୍ର
ଓଡ଼ିଶାରେ ଗଣତନ୍ତ୍ରକୁ ଅଚେତ ଅବସ୍ଥାରେ ରଖାଯାଇଛି ବୋଲି ଆମକୁ ପାଟିତୁଣ୍ଡ କରିବାକୁ ପଡୁଛି । ଆଶା ଏ ସକାଶେ ଓଡ଼ିଶାବାସୀ ମୋ ପ୍ରୟାସକୁ ସମର୍ଥନ ଦେବେ । କିନ୍ତୁ ଆମର ଅସଲ ଲକ୍ଷ୍ୟ ହେଲା ଏକ ସୁସ୍ଥ ସବଳ ଗଣତନ୍ତ୍ର ସ୍ଥାପନ କଲା ପରେ କିପରି ତା ପରବର୍ତ୍ତୀ ସୋପାନ ବରୁଣତନ୍ତ୍ରକୁ ଆରୋହଣ କରିବା ।

ଶ୍ରୀଅରବିନ୍ଦ ବେଦର ଯେଉଁ ନୂତନ ବ୍ୟାଖ୍ୟା କରିଛନ୍ତି ତା ଅନୁସାରେ ବିବର୍ତ୍ତନ ଧାରାର ଅଙ୍ଗବିଶେଷ ଏହି ଭବିଷ୍ୟତର ନାମ ହେଲା ବରୁଣତନ୍ତ୍ର । ତାଙ୍କର ମହାନ ପୁସ୍ତକ ଦିବ୍ୟ ଜୀବନ ରେ ଏହାର ସବିଶେଷ ବର୍ଣ୍ଣନା ରହିଛି ଯାହା ଆର୍ଯ୍ୟ ପତ୍ରିକାରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା । #ARYA100Years (1914-21) #FiveDreams #WorldUnion

ମାର୍ଟିନ ହେଗଲଣ୍ଡ ଙ୍କ ଏଇ ଜୀବନ ପୁସ୍ତକଟି ବେଶ ଆଲୋଡନ ସୃଷ୍ଟି କରିଛି କିନ୍ତୁ ଶ୍ରୀଅରବିନ୍ଦଙ୍କ ଦିବ୍ୟ ଜୀବନ ତୁଳନାରେ ତୁଳା ସଦୃଶ । ପାଶ୍ଚାତ୍ୟ ଦର୍ଶନର ଶ୍ରୀଅରବିନ୍ଦଙ୍କ ପ୍ରତି ଅବହେଳା ଭାବ ଆଧୁନିକ ମାନବ ସଭ୍ୟତାର ଗୋଟିଏ ବଡ ଅଭାବ । ସୌଭାଗ୍ୟର କଥା ଯେ ଏତେବଡ ଧନର ଭଣ୍ଡାର ଓଡ଼ିଶାବାସୀଙ୍କ ପାଖରେ ଅଛି ।
https://t.co/bKgZKkI4sc

ନିଜ ରାଜ୍ୟର ପରମ୍ପରା, ସଂସ୍କୃତି, ଓ ଇତିହାସ ସହ ଜଡିତ ଲୋକେ ନୂଆ କଥା ଶୁଣିବାକୁ ଅନିଚ୍ଛୁକ । ଓଡ଼ିଶା ସେ ଦୃଷ୍ଟିରୁ ଭାଗ୍ୟବାନ କାରଣ ପ୍ରପତ୍ତିଙ୍କ ପ୍ରଭାବରେ ବହୁ ଲେଖକ ଓ ରାଜନେତା ଶ୍ରୀଅରବିନ୍ଦଙ୍କ ଦର୍ଶନକୁ ସ୍ୱୀକାର କରିଛନ୍ତି ଓ ମୌଳିକତାବାଦରୁ ଜନମାନସକୁ ମୁକ୍ତ ରଖିଛନ୍ତି । ସାବିତ୍ରୀ ଇରା ପାର୍ଟି ସେଇ ଆଦର୍ଶର ଉତ୍ତରାଧିକାରୀ ।

ଗଣତନ୍ତ୍ର ସାଙ୍ଗେ ସାଙ୍ଗେ ଆଧୁନିକତାକୁ ସମର୍ଥନ ଦେବା ବହୁତ ବଡ଼ କର୍ତ୍ତବ୍ୟ । ପୂଜା ପଦ୍ଧତି ଓ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ନ ଦେବା ଏବଂ ବଡ଼ ଦୁର୍ଗ ବା ବଡ଼ ମନ୍ଦିର ଦ୍ଵାରା ପ୍ରଭାବିତ ନ ହେବା ଏକ ଦାୟିତ୍ୱ । ବୁଝିବାର ବାଟ ହେଲା ଏଇ ଦିପଦ ଲେଖା ବା ଆଲୋଚନା । ଶିକ୍ଷାର ଉପଯୋଗୀତା ଏଇଠି ନହେଲେ, ହଜାରେ ଶାସ୍ତ୍ରାଲୋଚନାର ମୂଲ୍ୟ ନାହିଁ ।

ହେଗେଲଙ୍କ ଭଳି ଶ୍ରୀଅରବିନ୍ଦ ଦର୍ଶନକୁ ଇତିହାସ ସହିତ ଯୋଡିଛନ୍ତି ବୋଲି କେତେକ ନାକ ଟେକନ୍ତି ହେଲେ ଶ୍ରୀଅରବିନ୍ଦଙ୍କ ଭଗବାନ ମନ୍ଦିର ମଧ୍ୟରେ ସୀମାବଦ୍ଧ ନୁହଁନ୍ତି । ତେଣୁ ଯାହା ସବୁ ହେଉଛି ବା ହେବ ତା ଭିତରେ ବହୁ ସମ୍ଭାବନା ଲୁଚି ରହିଛି। ତା ସହ ଶ୍ରୀଅରବିନ୍ଦ ଯୋଡିଛନ୍ତି ଶ୍ରୀମା ଙ୍କର ମନାତ୍ପର ଚେତନା ଅବତରଣ କରିବାର ଶକ୍ତି ଓ କୃପା ।

ସମସ୍ତେ ତ ବୁଦ୍ଧିଆ, କିନ୍ତୁ ଆଇଟିଆଇ ପଢି ନିଜକୁ ଆଇଆଇଟି ପାସ ବୋଲି ଭାବିବା ତେଣ୍ଡାଙ୍କ ସଙ୍ଖ୍ୟା ଏଠି ବହୁତ । ସେଇଥିପାଇଁ ମୁଁ ବାରମ୍ବାର ସୂଚେଇ ଦେବାକୁ ଚାହେଁ ଯେ ଶ୍ରୀଅରବିନ୍ଦଙ୍କ ବହି ପଢ଼ନ୍ତୁ । ପୃଷ୍ଠାଏ ପଢିଲେ ବି ପରିଷ୍କାର ଆବିଷ୍କାର କରିହେବ କୂପମଣ୍ଡୁକତ୍ୱ । ଓଡ଼ିଶାକୁ ଅଗ୍ରଣୀ କରିବା ପାଇଁ ପ୍ରପତ୍ତିଙ୍କ ସ୍ଵପ୍ନ ସଫଳ ହେଉ । https://t.co/w4IUU2rNnw
ଏବେ ଅନଲାଇନ୍ ରେ ପଢନ୍ତୁ ।
https://t.co/hRsmJnZMLN
ବହି ସବୁ ବି ଉପଲବ୍ଧ
https://t.co/OTvaGnOCwg

ଗଣତନ୍ତ୍ର ଗୋଟାଏ ଦିନରେ ଯେ ଲହୁ ଲୁହାଣ ହୋଇଯାଇପାରେ ତାର ଉଦାହରଣ ଆମେ ଆମେରିକାରେ ଦେଖିଲେ । ଓଡିଶାରେ ବଂଶବାଦର ଯେଉଁ ଅସ୍ୱାଭାବିକ ପରିସ୍ଥିତ ସୃଷ୍ଟି ହୋଇଛି ତା ବିରୁଦ୍ଧରେ ଲୋକଙ୍କ ମନରେ ଯେ କେତେ କ୍ରୋଧ ତା' କଣ ଅଛପା ଅଛି ? କିନ୍ତୁ ସେ ପର୍ଯ୍ୟନ୍ତ କଥାଯିବ କାହିଁକି ? ଫେବିକଲ ନିଜେ ଫୋପଡ଼ି ନଦେବ କାହିଁକି ? ପଦକ୍ଷେପ ନେବା ଉଚିତ ।

ଗୋଟିଏ ଦିଗରେ କରୋନା ବାବତରେ ଚୀନର ଅସ୍ପଷ୍ଟତା, ଓ ଅପର ପକ୍ଷରେ ଆମେରିକାରେ ଗଣତନ୍ତ୍ର ଉପରେ ପ୍ରହାର, ମାନବ ସଭ୍ୟତାର କ୍ଷତ ଚିହ୍ନ । ସମ୍ପୁର୍ଣ୍ଣ ନିରାକରଣ ନାହିଁ କିନ୍ତୁ ଯେ କୌଣସି ସ୍ଥାନୀୟ ସଫଳତା ବି ପଥପ୍ରଦର୍ଶକ ହୋଇପାରେ । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଗଣତନ୍ତ୍ର ପୁନଃସ୍ଥାପନ ପାଇଁ ଏକ ବୌଦ୍ଧିକ ଆନ୍ଦୋଳନ ଗଢି ତୋଳିବାକୁ ହେବ ।
https://twitter.com/NathTusar/status/1347810897431916544?s=19

ଲିଙ୍କ ବୋଲି ଗୋଟିଏ ପତ୍ରିକା ଥିଲା । ତାର ଓଡ଼ିଆ ସଂସ୍କରଣ ଥିଲା ବିବରଣୀ । ବାମପନ୍ଥୀ ବିଚାରଧାରାକୁ ଆଜି ନିନ୍ଦା କରାଯାଉଛି କିନ୍ତୁ ଆମେରିକାର ପ୍ରଭୁତ୍ଵ ବିରୁଦ୍ଧରେ ସେମାନେ ଯେଉଁ ସଙ୍ଗ୍ରାମ କରିଛନ୍ତି ତା ମନେ ରଖିବାର କଥା । କିନ୍ତୁ ସମୟର ଖେଳରେ ଆମେରିକାର ପ୍ରମିଦିଆ ଓ ଶିକ୍ଷାଶାଳା ସବୁ ଆଜି ବାମପନ୍ଥୀ ଆଦର୍ଶର ସମର୍ଥକ ଓ ରକ୍ଷକ ।

ଆମେରିକାରେ ଯାହା ସବୁ ଘଟୁଛି ତା ନୈତିକତାର ଶେଷ ସୀମା ବୋଲି ଧରିବାକୁ ହେବ । ବିଜ୍ଞାନର ମଧ୍ୟ ସେଇଭଳି ଏକ ସୀମା ରହିଛି । ଶ୍ରୀଅରବିନ୍ଦ ଏ ସବୁର ସମାଧାନ ଆର୍ଯ୍ୟ ପତ୍ରିକାରେ ଦେଇଛନ୍ତି ଶହେ ବର୍ଷ ତଳେ । ଉଚ୍ଚତର ଚେତନା ଓ ବୃହତ୍ତର ଆଦର୍ଶ ହିଁ ଭବିଷ୍ୟତର ପଥ ନିର୍ଦ୍ଧାରଣ କରିବ । #FiveDreams #WorldUnion #ARYA100Years (1914-21)

ବାମପନ୍ଥୀ ପେନ୍ଥିକୁ ଯେତେ ଦୋଷାରୋପ ବା ହତାଦର କଲେ ମଧ୍ୟ କାହିଁକି ଯେ ତାଙ୍କୁ ଜନ ସମର୍ଥନ ମିଳୁଛି ତାହା ଅନୁଧ୍ୟାନ କରିବା ଆବଶ୍ୟକ । କେବଳ ଶ୍ରୀଅରବିନ୍ଦ ହିଁ ଶହେ ବର୍ଷ ଆଗରୁ ଆର୍ଯ୍ୟ ପତ୍ରିକାରେ ଏହାର ବିସ୍ତୃତ ଅନୁଶୀଳନ କରିଛନ୍ତି ଓ ଯଥାର୍ଥ ପ୍ରତିକାର ଦର୍ଶାଇଛନ୍ତି । ତାଙ୍କୁ ଅନୁସରଣ କରିବା ଓ ତାଙ୍କର ଶରଣ ନେବାରେ ହିଁ ସୁରକ୍ଷା ।

ଓଡ଼ିଶାରେ ବିଭିର୍ଣ୍ଣ ମଠ, ମନ୍ଦିର, ଭଜନ ମଣ୍ଡଳୀ, ବା ବାବା ଗୋଷ୍ଠୀଙ୍କର ଅଭାବ ନାହିଁ । ସମସ୍ତେ ଦୋକାନ ଖୋଲି, ଜାଲ ମେଲେଇ ବସିଛନ୍ତି । ଗରାଖଙ୍କର ମଧ୍ୟ ଅଭାବ ନାହିଁ । କିନ୍ତୁ ଜୀବନର ମୂଳ ସମସ୍ୟା ଗୁଡ଼ିକର ସମାଧାନ ପ୍ରତି ଦୃଷ୍ଟି ନାହିଁ । ଶ୍ରୀଅରବିନ୍ଦ ଏ ସବୁଥିରୁ ଭିର୍ଣ୍ଣ ଓ ବହୁ ଉପରେ । ତାଙ୍କ ବହି ପଢିବା ହିଁ ଏକମାତ୍ର ପନ୍ଥା ।

ପିଲାମାନଙ୍କୁ ବଢେଇବା କୁଢେଇବା, ତାଙ୍କୁ ବୁଲେଇ ନେବା ବା ଅନ୍ୟାନ୍ୟ ମନୋରଞ୍ଜନ କରାଇବା ଏକ ବଡ ଦାଯିତ୍ବ । ଅନେକ ଶ୍ରମ, ସମୟ ଓ ବୁଦ୍ଧି ଖର୍ଚ୍ଚ ହୁଏ ତାଦିହରେ । ପିଲାଙ୍କ ସାଙ୍ଗରେ ଖେଳି ନିଜର ମଧ୍ୟ ଅବସର ବିନୋଦନ ହୁଏ । କିନ୍ତୁ ଚେତନାର ପରିବର୍ତ୍ତନ ପାଇଁ ଶ୍ରୀଅରବିନ୍ଦଙ୍କ ଯେଉଁ ଆହ୍ଵାନ ତା ପାଇଁ ବି ତ ମନ ପ୍ରାଣ ଧାବିତ ହେବା ଉଚିତ ।

ଆଧ୍ୟାତ୍ମମୁଖୀ ଜୀବନକୁ ଅନାସକ୍ତି, ଅପରିଗ୍ରହ, ଓ ରିକ୍ତତା ରୂପରେ ହିଁ ଦେଖାଯାଏ କିନ୍ତୁ ଶ୍ରୀଅରବିନ୍ଦ ଏହାର ବ୍ୟତିକ୍ରମ । ସେ ବୈଦିକ ସଂସ୍କୃତି ପୁନଃସ୍ଥାପିତ କରନ୍ତି ଯେଉଁଠି ବସ୍ତୁବାଦ ବା ରାଜନୀତିକୁ ବାଦ ଦିଆ ଯାଇପାରିବ ନାହିଁ। ବୌଦ୍ଧଧର୍ମ ରେ ସନ୍ୟାସର ଯେଉଁ ମର୍ଯ୍ୟଦା ତାହା ସେ ଅସ୍ୱୀକାର କରନ୍ତି । କେଶର ଓ ଗେରୁଆରୁ ସେ ଦୂରରେ ।
https://twitter.com/NathTusar/status/1347377701879910402?s=19

ଗୀତଟିଏ ଯଦି ଭଲ ଲାଗେ ତାହେଲେ ଲିରିକ୍ସକୁ ବି ସମର୍ଥନ କରିବାକୁ ହୁଏ । ବିଶେଷ କରି, ଭଜନ କ୍ଷେତ୍ରରେ ଏହା ବେଶ୍ ଭାବପ୍ରବଣ । କିନ୍ତୁ ଅତ୍ୟଧିକ ଅଭାବ ଭାବ ଓ ଭିକ ମାଗିବା ମଣିଷକୁ ଭୀରୁ ଓ ବୋକା କରେ । ଓଡ଼ିଆରେ ଏ ଧରଣର ଗୀତ ପ୍ରଚୁର ଯାହାକୁ ବାଧା ଦେଲା ଭଳି କୌଣସି ବୌଦ୍ଧିକ ଆନ୍ଦୋଳନ ନାହିଁ। ଶ୍ରୀଅରବିନ୍ଦଙ୍କ ଦର୍ଶନ ସହାୟକ ହୋଇପାରେ ।

ମାନସିକ ଦିଗବଳୟ ବିସ୍ତାର ଲାଭ କରେ ଚେତନାର ଉର୍ଦ୍ଧ୍ବାରୋହଣ ଦ୍ୱାରା । ବଡ ସମସ୍ୟା ସବୁ ଛୋଟ ହୋଇଯାଏ । ସମାଧାନର ନୂତନ ରାସ୍ତା ଖୋଲେ । ଅଣ୍ଟାଏ ପଙ୍କ ଭିତରେ ପଶି ବାହାରିବାର ସମାଧାନ ବାହାର କରିବା କଷ୍ଟ । ଶ୍ରୀମା ଓ ଶ୍ରୀଅରବିନ୍ଦ ସମର୍ପଣ ହିଁ ନିରାପଦ ବାଟ ବୋଲି ପରାମର୍ଶ ଦିଅନ୍ତି । ବିବର୍ତ୍ତନର ବଶବର୍ତ୍ତୀ ହେଲେ ସବୁ ସହଜ ହୋଇଯାଏ ।
କେବେ ବି ଭୁଲିବା ଉଚିତ ନୁହେଁ କୋଉ ବର୍ଣ୍ଣନଦୀ ଭସେଇ ନେଉଚି । ଏକ ବୃହତ୍ତର ଦୃଷ୍ଟିଭଙ୍ଗୀ ଯେ ମାନସିକତାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ ଶ୍ରୀଅରବିନ୍ଦ ତା ଉପରେ ଜୋର ଦିଅନ୍ତି । ସଙ୍ଗୀତ, କଳା, ଓ କବିତା ତ ଜଣାଶୁଣା ପନ୍ଥା କିନ୍ତୁ ସାଧାରଣ ଜୀବନର ପରିସର ଭିତରେ କିପରି ଏକ ଛନ୍ଦମୟତାର ଅବତାରଣା କରାଯାଇ ପାରିବ ତାହା ମୂଳ ଲକ୍ଷ୍ୟ ।

ଖଟି ଠାରୁ କ୍ୟାପିଟାଲ ହିଲ ପର୍ଯ୍ୟନ୍ତ ନାନା ବିଶୃଙ୍ଖଳା, ବିଷାକ୍ତତା, ଓ ବିଡମ୍ବନା । ସବୁ ବିଷାଦ ଓ ବିବାଦକୁ କଟାକ୍ଷ, ଆକ୍ଷେପ, ବା ଗାଳି ମନ୍ଦ ଦ୍ବାରା ଦୂର କରାଯାଇ ନ ପାରେ । ମୂଳ କାରଣକୁ ଖୋଜିବାକୁ ହେବ କିନ୍ତୁ ସମାଧାନ ସେଠାରେ ନାହିଁ । ଶ୍ରୀଅରବିନ୍ଦ କହିଲେ ଯେ ଏକ ଉଚ୍ଚତର ସତ୍ୟର ପୋଳୁହ ଭିତରେ ହିଁ ସଙ୍ଗତି ସ୍ଥାପନ ହୋଇ ପାରିବ ।

ଖଟି ଠାରୁ କ୍ୟାପିଟଲ ହେଲା ବ୍ୟକ୍ତି, ସମାଜ, ଗଣତନ୍ତ୍ର, ଓ ବରୁଣତନ୍ତ୍ର ମଧ୍ୟରେ ରସି କସା କସି; କୋବାଦିତା ଓ ବର୍ଣ୍ଣନଦୀର ଖେଳ । ବିପରୀତ ଦିଗରେ ଭିଡି ନ ହୋଇ ଗୋଟିଏ ପାଳଗଦାରୁ ଖାଇବାର ସମାଧାନ ସୂତ୍ର ବି ଲୁକ୍କାୟିତ ଆମ ଭିତରେ । ଦିନେ ଛୁଟି, ପାଞ୍ଚଦିନି ଖଟି; ବାକି ଗୋଟିଏ ଦିନ ଶ୍ରୀଅରବିନ୍ଦ ପାଠଚକ୍ରରେ ଘଣ୍ଟାଟିଏ ରାସ୍ତା ଦେଖାଇବ । https://t.co/uCTvZhBGay

ଆମେରିକାରେ ଗଣତନ୍ତ୍ର ବିପର୍ଣ୍ଣ ବୋଲି ସାରା ବିଶ୍ଵରେ ଚହଳ ପଡ଼ିଛି ଅଥଚ ଓଡ଼ିଶାରେ ଗଣତନ୍ତ୍ର ଅଚେତ ଅବସ୍ଥାରେ ଅଛି ବୋଲି ମୁଁ ଯେତେ କହିଲେ ମଧ୍ୟ ତାକୁ କେହି ଗୁରୁତ୍ଵ ଦେଉ ନାହାନ୍ତି । ଓଡ଼ିଆମାନେ ହିଁ ଓଡ଼ିଶାରେ ପରିବର୍ତ୍ତନ ଆଣି ପାରିବେ ଓ ଶିକ୍ଷିତ ଲୋକଙ୍କ ଭୂମିକା ବିପୁଳ । ଟ୍ଵିଟର ରେ ସମସ୍ତେ ମୋତେ ସମର୍ଥନ କଲେ ସମ୍ଭବ ହୁଅନ୍ତା ।

୧) ଆପଣ ନିଜେ ନେତୃତ୍ୱ ଦିଅନ୍ତୁ,
୨) ମୋତେ ନେତା ଭାବେ ଗ୍ରହଣ କରନ୍ତୁ;
୩) ମୋ ଠାରୁ ଯଦି କିଏ ଭଲ ନେତା ଅଛନ୍ତି କହିଲେ ମୁଁ ତାଙ୍କ ନେତୃତ୍ଵ ଗ୍ରହଣ କରିବି ।
ଏ ମଧ୍ୟରୁ ଗୋଟିଏ ସ୍ଥିର କରି ଜଣାଇଲେ ଓଡ଼ିଶା ପାଇଁ ବହୁତ ମଙ୍ଗଳ ହେବ । ପୁରାଣ ଓ ଇତିହାସ ବହିକି ବନ୍ଦ କରି, ଟିକେ ବର୍ତ୍ତମାନ ଆଡକୁ ଦୃଷ୍ଟି ଫେରାଇବେ ବୋଲି ଆଶା । ଧନ୍ୟବାଦ ।

କେବଳ ମୃତ ନେତା ମାନଙ୍କର ଗୁଣଗାନ ନ କରି ଆଜିର ଓଡ଼ିଆ ମାନଙ୍କ ମଧ୍ୟରେ କେଉଁମାନେ ବ୍ୟକ୍ତିଗତ ବା ବୃତ୍ତିଗତ ଜୀବନ ବାହାରେ ଓଡ଼ିଶା ପାଇଁ କାର୍ଯ୍ୟ କରୁଛନ୍ତି ବା ଇଛୁକ ତାର ଗଣତି ହେବା ଆବଶ୍ୟକ । ଜିଲ୍ଲା କେନ୍ଦ୍ରିକ ତେଣ୍ଡାମାନେ ଏଦିଗକୁ ଦୃଷ୍ଟି ଦେଲେ ଭେଣ୍ଡା ମାନେ ଆଗକୁ ଆସି ପାରିବେ । ଗୁଣବତ୍ତା କୁ ଉତ୍ସାହ ଦେଲେ ହିଁ ପ୍ରଗତି ସମ୍ଭବ

ରୋଗ ଚିହ୍ନିଲେ ଠିକ ଔଷଧ ଦେଇ ହେବ । ତେଣୁ ଓଡ଼ିଆ ଭାଷା ପାଇଁ କଣ ସବୁ ଅଭାବ ରହିଛି ତା ଜାଣିଲେ ହିଁ ପ୍ରକୃତ ପ୍ରତିକାର କରାଯାଇପାରିବ । ଯୋଉମାନେ ପେଷା ବେଉସାରେ ଅଛନ୍ତି ତାଙ୍କ ପାଖରୁ ନିରପେକ୍ଷତା ଆଶା କରିବା ବୃଥା । ସେଥିପାଇଁ ଟ୍ଵିଟରର ତେଣ୍ଡା ମାନେ ଏକ ଉଦ୍ଦେଶ୍ୟରେ କାର୍ଯ୍ୟ କରିବାର ସଙ୍କଳ୍ପ ନେଇ ଏଥିରେ ଭଲ ମତ ସେଚନ କରିପାରିବେ ।

ମୋ ହିସାବରେ, ଓଡ଼ିଆ ପାଖ ଭାଷା ମାନଙ୍କ ଠାରୁ ଅଲଗା । ସଂସ୍କୃତ ଠାରୁ ମଧ୍ୟ ପୁରୁଣା । ଲିପି ନୂଆ ହୋଇପାରେ । ସେଇଥିପାଇଁ ଉଚ୍ଚାରଣ ଆମର ଏତେ ଶୁଦ୍ଧ ଓ ସ୍ପଷ୍ଟ । ଭାରିଏସନ୍ ବି ସେତିକି ବଳିଷ୍ଠ । ଆଉ ଜଣେ ବି ସେୟା ଲେଖିଛନ୍ତି ।
[ଆମଭାଷା ହେଉଛି ଓଡ଼ିଆ। ଓଡ଼ିଆ ଭାଷା ସହ ସଂସ୍କୃତର କୌଣସି ସମ୍ପର୍କ ନାହିଁ।]
https://t.co/xtEJ1jrtUN

ଗୌରହରି ଦାସ ସାକ୍ଷାତକାରରେ କହିଲେ ଯେ ଲେଖକ ନିଜ ବାହାରକୁ ଯାଇପାରିବ ନାହିଁ । କିନ୍ତୁ ଅନେକେ କୁହନ୍ତି ଯେ ପ୍ରେରଣା ବାହାରୁ ଆସେ ଓ ଆପେ ଆପେ ଲେଖିହେଇଯାଏ । ତେବେ ସୃଜନଶୀଳତାର ରହସ୍ୟ ଜାଣିବା କଷ୍ଟ । କୌଣସି ଏକ କୋବାଦିତା ନିର୍ଦ୍ଦିଷ୍ଟ ବର୍ଣ୍ଣନଦୀ ପ୍ରବାହିତ କରିବାରେ ପ୍ରବଞ୍ଚନା ଓ ବିଡମ୍ବନା ବହୁତ । ପ୍ରାଞ୍ଜଳ ହେବା ହିଁ ଲକ୍ଷ୍ୟ ।

ଯାହା ହେଲେ ବି ସାହିତ୍ୟ ଗୋଟିଏ ଅଭ୍ୟାସ ବା କୌଶଳ
[ପ୍ରଖ୍ୟାତ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ମତରେ ତିନିପ୍ରକାର ଚେତନାରୁ ତିନି ପ୍ରକାରର ସାହିତ୍ୟ। ଜଣେ ମଣିଷ ଯେଉଁ ଭୂମିରେ ବିଚରଣ କରୁଥାଏ ତା'ର ଯାବତୀୟ ସର୍ଜନାତ୍ମକତା ସେହି ଭୂମିର ହୋଇ ରହିଥାଏ, ଜିଜ୍ଞାସା ଓ ସମୀକ୍ଷା ମଧ୍ୟ ସେହି ଭୂମିର ହୋଇ ରହିଥାଏ।]
https://t.co/vtMwdRCjTX

ହଁ, ଆଉ ଦିନେ ବି ଆପଣ ଏଇ କଥାକୁ ବେଶ୍ ଭଲ ଭାବରେ ବୁଝେଇଥିଲେ ।
https://t.co/0DTCFI02dQ
https://twitter.com/NathTusar/status/1347395011487256578?s=19

ପିଲାବେଳେ ରଚନାରେ ବେଶୀ ନମ୍ବର ପାଇବା ପାଇଁ ସାଧୁ ଭାଷାରେ ଲେଖିବାକୁ କୁହାଯାଉଥିଲା । କିନ୍ତୁ ଆମର ଗାଉଁଲି ଓ ବାହାରିଆ ଶବ୍ଦର ଯେଉଁ ଭଣ୍ଡାର ରହିଛି ତାହା ଆନନ୍ଦର ବିଷୟ । ଉଭୟର ଉପଯୁକ୍ତ ମିଶ୍ରଣ ରହିବା କଥା କିନ୍ତୁ କେତେକ କବିତାରେ ଅତ୍ୟଧିକ ଖାଣ୍ଟି ଶବ୍ଦ ଲଦା ହୋଇଥିବା ଯୋଗୁ ଦୂରରୁ ମାଡି ମାଡି ପଡେ । ବକ୍ତବ୍ୟ ବିଚରା ଫୁଙ୍ଗୁଳା ରହେ

ବିଜେବି ଛାତ୍ରସଙ୍ଘ ସଭାକୁ ରାଜକିଶୋର ରାୟ ଆସିଥିଲେ (୧୯୭୧); କହିଲେ "ଯୁବକର ଧର୍ମ ହେଲା ଆତ୍ମ ପ୍ରକାଶ" । ତା ସାଙ୍ଗରେ ଲଢ଼େଇ କରିବାର ଗୋଟାଏ ଖୋଇ ବି ଯୋଡି ହୋଇଛି ବୋଲି କହିଲେ ଭୁଲ ହବନି । ଜାତି, ଭାଷା, ବା ଧର୍ମ ଆଳରେ କାହାକୁ ଗାଳି ଦେବାଟା ବହୁତ ଆନନ୍ଦ ଦିଏ । ଏଥିରେ ମାଗଣାରେ ମିଳୁଥିବା ନୈତିକ ଗର୍ବ ସଙ୍କେତ ମଧ୍ୟ ଲୁଚି ରହିଥାଏ ।

ଏ ଭଳି ଗାଳି ଦେବା ଅନାବଶ୍ୟକ ।
ସମସ୍ତ ତଥ୍ୟ ଏକାଠି ହେବା ଆଗରୁ ସଠିକ୍ କିଛି କହି ହେବ ନାହିଁ । ଦଣ୍ଡ ବିଧାନ କରିବାପାଇଁ ତ କୋର୍ଟ କଚେରୀ ରହିଛି ।
ପ୍ରଥମେ ତ ଠିକ୍ ଭାବେ ବିଶ୍ଳେଷଣ କରିବା ଦରକାର । କିନ୍ତୁ ଆପଣ ଖାଲି ଉପସଂହାର ଟି ଲେଖିଛନ୍ତି । ସେଥିରେ ଭୁଲ ହେବାର ବହୁ ସମ୍ଭାବନା ରହିଛି ।

ଏକାଧିକ ଭାଷାରେ ଶଦ୍ଦିତ କ୍ଷେତ୍ରରେ ମଧ୍ୟ ଅନୁରୂପ
https://t.co/tTwkVMeMQA

କନକଲତା ଦେଖିଲା ପରେ https://t.co/E9Iw3efxtI

ତୁଳସୀ ଚଉରା ମୂଳେ
ରଙ୍ଗଣୀ ଗଛ ତଳେ
ସଞ୍ଜବତୀ ଲିଭି ଲିଭି ଯାଏ
ଥରେ ଶୁଣିବେ ବୋଲି ଗାଏ
https://t.co/JWAYWPOqYc

ଓଡ଼ିଶାରେ ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତ କ୍ଷେତ୍ରରେ ଆକାଶବାଣୀ କଟକର ଅବଦାନ ଅତୁଳନୀୟ । କଲକତାର ବିପୁଳ ସାଂସ୍କୃତିକ ବିଭବ ପ୍ରଭାବରେ ଓଡ଼ିଶାରେ ଆଧୁନିକତାର ଭଗୀରଥ ଭାବରେ ଆକାଶବାଣୀ କଟକ ଚିର ପ୍ରଶଂସାର୍ହ । କିନ୍ତୁ ଏସବୁର ତଥ୍ୟାତ୍ମକ ଇତିହାସ ପ୍ରକାଶ ପାଇଛି କି ନାହିଁ ସନ୍ଦେହ । ଅନ୍ତତଃ ସାକ୍ଷାତକାର ଜରିଆରେ କିଛି ସାଇତିବା କଥା ।

ଘର ଭିତରେ ଟିଭି ଦ୍ଵାରା ଜୀବନ ଦୋହଲି ଗଲା, ସମ୍ପର୍କ ସବୁ ହୁଗୁଳିଗଲା, ସମସ୍ତଙ୍କ ଆଖି ଉପରକୁ ହେଇଗଲା । ମଣିଷ ବୁଦ୍ଧି ଓ ବିବେକର ପ୍ରଭାବରୁ ଦୂରେଇ ଯାଉଛି ବୋଲି ପ୍ରତୀୟମାନ ହେଲା । ତଥାପି ଇଣ୍ଟରନେଟ ଜରିଆରେ ଜ୍ଞାନର ଦିଗବଳୟ ବିସ୍ତାର ଲାଭ କରିବାରୁ କିଛିଟା ସନ୍ତୁଳନ ଆସିଛି । କିନ୍ତୁ ଅନ୍ତର୍ମୁଖି ହେବାପାଇଁ ପ୍ରାଥମିକତା ବହୁ ଦୂରରେ ।

ନୂଆ କଥା ଶୁଣିଲେ ଟିକେ ଧକ୍କା ଲାଗେ । ମୋ କଥା ଆପଣଙ୍କୁ ହଠାତ ଭଲ ନଲାଗିପାରେ ବା ଗ୍ରହଣଯୋଗ୍ୟ ନହୋଇପାରେ; କିନ୍ତୁ ଯଦି ଆପଣଙ୍କୁ ସାମାନ୍ୟ ଅବାଗିଆ ଲାଗିଥାଏ ତେବେ ତାକୁ ମନେରଖିବେ । ହୁଏତ ପାଞ୍ଚବର୍ଷପରେ ତାହା ଆପଣଙ୍କୁ ଠିକ ବୋଧ ହୋଇପାରେ । କାରଣ ମୁଁ ମୋର କଷ୍ଟଅର୍ଜିତ ଅଭିଜ୍ଞତାରୁ ହିଁ କହୁଛି । ଏକଥା କହିବାକୁ ଆଉ କେହି ନାହାନ୍ତି ।

ସବୁ ରାଜ୍ୟରେ ସ୍ଵାଧୀନତା ପରର ଇତିହାସ ଅଲଗା ଅଲଗା ଓ ସେହି ଅନୁସାରେ ରାଜନୀତିର ରୀତି ଓ ଗତି । ଓଡ଼ିଶାରେ ଗଣତନ୍ତ୍ରକୁ କିଏ ଗଦ ଶୁଙ୍ଘେଇ ଦେଇଛି । ତାକୁ ଜାଗ୍ରତ କଲେ ହିଁ ଶିକ୍ଷା ଦୀକ୍ଷା, ସାହିତ୍ୟ ସଂସ୍କୃତି, ବିକାଶ ପ୍ରଗତି ଆଦି ସବୁ ଗଛରେ ଫଳ ଧରିବ । ଗଣତନ୍ତ୍ର ଅଚେତ ହେଲେ ସବୁ ମଉଳି ଯିବ । ତେଣୁ ସବୁ ସ୍ତରରେ ପ୍ରଚେଷ୍ଟା ଦରକାର ।

ପରମ୍ପରାର ଆଡମ୍ବରରେ ଦବି ଯାଆନ୍ତୁ ନାହିଁ। ସାହିତ୍ୟ ଦ୍ୱାରା ବିମୁଗ୍ଧ ବା ବିଦଗ୍ଧ ହୋଇଯାଆନ୍ତୁ ନାହିଁ । କେତେ ମିଛର ଶିକାର ଆପଣ ହେଉଛନ୍ତି ପରୀକ୍ଷା କରି ଦେଖନ୍ତୁ । ସାମାଜିକ ଚାପ ଯୋଗୁ କୁପ୍ରଥାକୁ ସ୍ୱୀକାର କରନ୍ତୁ ନାହିଁ । ଅନ୍ଧ ବିଶ୍ୱାସକୁ ପ୍ରତ୍ୟାଖାନ କରନ୍ତୁ । ଶ୍ରୀଅରବିନ୍ଦ ଙ୍କ ଲେଖା ସବୁ ପଢନ୍ତୁ । ବେଦର ରହସ୍ୟ ଜାଣନ୍ତୁ । https://t.co/NfbY6gPGR1

ଓଡ଼ିଶୀ ଗୁରୁ ଯେ ବାହାର ଗୀତ ଗାଉଛନ୍ତି ତା ସୁଖର ବିଷୟ କିନ୍ତୁ ସରକାରୀ ଶାସ୍ତ୍ରୀୟ ମୋହର ମିଳିବା ପରେ ଏ ସ୍ଵାଧୀନତା ରହିବ କି ନାହିଁ ସନ୍ଦେହ । କେହି ନ କେହି ଜଣେ ଛାଟ ଧରି ବସିବେ ଯେ କିଏ କୋଉଠି ବାଡ ଭାଙ୍ଗି ଖୁଆଡ଼ ଭିତରୁ ପଳେଇଛି । ସେ ଦୁର୍ଦ୍ଦଶା ନ ଆସୁ । ଏ ସମ୍ବନ୍ଧରେ ବିଶେଷ କୋବାଦିତା ହୋଇନାହିଁ । https://t.co/0b5jelXjwB

ଘର ବାହୁଡ଼ା ପର୍ଯ୍ୟନ୍ତ କଥାଚିତ୍ର ଗୁଡିକରେ କିପରି ଓଡ଼ିଆ ଲୋକଗୀତ ତଥା ଗ୍ରାମ୍ୟ ଜୀବନ ରୂପାୟିତ ହୋଇଛି ତାର ଏକ ବିସ୍ତୃତ ତର୍ଜମା ଆଙ୍କିଛନ୍ତି ସୂର୍ଯ୍ୟ ଦେଓ । କେତେ ପ୍ରତିଭା, କେତେ କଳ୍ପନା, ଓ କେତେ କୌଶଳର ସମାହାର ଏଇ ଗୀତଗୁଡ଼ିକରେ । ସବାରି କାନ୍ଧେଇବା ଠାରୁ ଠେଙ୍ଗା ଧର ପର୍ଯ୍ୟନ୍ତ ଓ ନାନାବାୟା ଗୀତ ।
https://t.co/ENZLioMojQ

ଓଡ଼ିଆମାନେ ନୌବାଣିଜ୍ୟ ନିମନ୍ତେ ଦ୍ୱୀପ ଦ୍ୱୀପାନ୍ତର ଯାତ୍ରା କରୁଥିଲେ ବୋଲି ଆମେ ଜାଣୁ । କିନ୍ତୁ ସେ ସବୁ ଦ୍ୱୀପର ଆଦିମ ଅଧିବାସୀ ଆସି ଓଡ଼ିଶାରେ ବସବାସ କରିଥିବାର ସମ୍ଭାବନାକୁ ଏଡେଇ ଦେଇ ହେବ ନାହିଁ । ସେଇଥିପାଇଁ ଅନେକ ମୌଳିକତା ଓଡ଼ିଶାରେ ରହିଛି ଯାହା ପଡ଼େଶୀ ରାଜ୍ୟ ମାନଙ୍କ ଠାରୁ ଭିର୍ଣ୍ଣ । କଥାଟା କେତେକଙ୍କୁ ଅଡୁଆ ଲାଗିପାରେ ।

ସ୍ୱତନ୍ତ୍ର ରାଜ୍ୟ ଲାଗି ଲମ୍ବା ଆନ୍ଦୋଳନରେ ଓଡ଼ିଶା ଆଧୁନିକତାର ସ୍ଵାଦ ଚାଖିଲା ଯାହା ଏବେ ବି ବଳବତ୍ତର । ପରେ ଶ୍ରୀଅରବିନ୍ଦଙ୍କ ଆଉ ଏକ ଚେତନାଗତ ବିପ୍ଳବ ଓ ମନାତ୍ପର ସ୍ତରର ଆକର୍ଷଣ ଘନୀଭୂତ ହେଲା । ଓଡ଼ିଶା ପବଙ୍ଗ ଠାରୁ ଉପରେ; ଭାବପ୍ରବଣତା ଏଠି କମ । ତାକୁ ସୁଦୃଢ କରିବାକୁ ପଡିବ । ଧର୍ମକୁ ନେଇ ରାଜନୀତିକୁ ପଙ୍କିଳ କରି ହେବ ନାହିଁ ।

ଅଧିକାଂଶ ଭାରତୀୟ ଆଜି ଶ୍ରୀଅରବିନ୍ଦଙ୍କ ବିଷୟରେ ଜାଣିବା ଆବଶ୍ୟକ ମନେ କରୁ ନାହାନ୍ତି । ଯେମିତି ଅଧିକାଂଶ ଭାରତୀୟ ତାଜମହଲ ଦେଖି ନାହାଁନ୍ତି ଏବଂ ସେଥିରେ କିଛି ଯାଏ ଆସେ ନାହିଁ | କିନ୍ତୁ ଏକ ପାର୍ଥକ୍ୟ ଅଛି, ଯଦିଓ ଏହି ତୁଳନା ତ୍ରୁଟିପୂର୍ଣ୍ଣ ହୋଇପାରେ | ଏକ ମୌଳିକ ପ୍ରବୃତ୍ତି ହେଉଛି ନିଜ ଭାଇ ଭଉଣୀ କିମ୍ବା ପଡ଼ୋଶୀକୁ ଖରାପ କହିବା |

କ୍ଷମତାର ଲୋଭ ଲୋକଙ୍କୁ ଅନ୍ଧ କରିଦେଇଛି । ଯେ କୌଣସି ପ୍ରକାରେ ଲୋକଙ୍କୁ ଭୁତେଇ, ଭଣ୍ଡେଇ ଭୋଟଟି ଝାମ୍ପି ନେଇଯିବା ଲାଗି ସମସ୍ତେ ତତ୍ପର । ଧର୍ମ ବା ନୈତିକତା କେବଳ ଧର୍ମକୁ ଆଖି ଠାର ମାତ୍ର । ଏହି ପ୍ରବୃତ୍ତି ସମାଜକୁ ରସାତଳକୁ ନେଉଛି ଓ ପ୍ରମିଦିଆ ଏ ସବୁ ଘାଣ୍ଟି ଟଙ୍କା ଛାଣିବାରେ ବ୍ୟସ୍ତ । ଶ୍ରୀଅରବିନ୍ଦଙ୍କ ଆଦର୍ଶ ନିତାନ୍ତ ଆବଶ୍ୟକ ।

ଜୀବନ ସାରା ପଢିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ବହି ସବୁ ପଢିବା ଅସମ୍ଭବ । ତେଣୁ ନିୟମିତ ଭାବରେ ଅଳ୍ପ ପଢିବା ଲାଭକର । ବଡ ଅବା ଛୋଟ, ଛାତ୍ର ବା ବିଦ୍ଵାନ; ସମସ୍ତଙ୍କ ପାଇଁ ଏହା ଲାଗୁ । ପୃଥିବୀରେ ଯେତେ ବିଜ୍ଞାନ ବା ଦର୍ଶନ ରହିଛି ତା ମଧ୍ୟରେ ଶ୍ରୀଅରବିନ୍ଦଙ୍କ ଅବଦାନ ଶ୍ରେଷ୍ଠ । ତେଣୁ ମାପଚୁପ କରିବାରେ ଆଦୌ ସମୟ ନଷ୍ଟ କରିବା ଉଚିତ ନୁହେଁ । https://t.co/10D6TlhcsY

ଭାରତୀୟ ସଭ୍ୟତା ବିଭିର୍ଣ୍ଣ ଉପାଦାନର ମିଶ୍ରଣ । ଶ୍ରୀଅରବିନ୍ଦ ଦର୍ଶାନ୍ତି କୋଉଟା ଭଲ ବା ବର୍ଜନୀୟ । ସେ ପାଶ୍ଚାତ୍ୟରୁ ମଧ୍ୟ ଯାହା ଉତ୍କୃଷ୍ଟ ସାଉଁଟିଛନ୍ତି । ଜ୍ଞାନର ଏପରି ଏକ ସିନ୍ଦୁକ ସେ ଗଢିଛନ୍ତି ଯାହା ବିଶ୍ଵର ପ୍ରତ୍ୟେକ ମନୁଷ୍ୟ ପାଇଁ ପ୍ରଯୂଯ୍ୟ । ବିବର୍ତ୍ତନର ନକ୍ସା ଓ ତାକୁ କାର୍ଯ୍ୟକାରୀ କରିବାର ଶକ୍ତି ମଧ୍ୟ ସେଥିରେ ନିହିତ ।

କଟକ ମାତୃଭବନ ବ୍ୟାପ୍ତି ପ୍ରାଙ୍ଗଣରେ ଅନେକ ପତ୍ରିକା ଓ ପୁସ୍ତକ ଉପଲବ୍ଧ ଅଟେ ଯାହା ଓଡ଼ିଆ ଭାଷାର ଏକ ଅମୂଲ୍ୟ ସମ୍ପଦ । ପୁଦୁଚେରୀ ଶ୍ରୀଅରବିନ୍ଦ ଆଶ୍ରମର ନବଜ୍ୟୋତି କାର୍ଯ୍ୟାଳୟ ଦ୍ଵାରା ଓଡ଼ିଶାରେ ଯେଉଁ ବୌଦ୍ଧିକ ନେତୃତ୍ୱ ସମ୍ଭବ ହୋଇଛି ତାର ଲାଭ ଉଠାଇବା ପାଇଁ ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ।
https://t.co/hRsmJnZMLN https://t.co/T6TDA9uzHF

ମୋଦି ଶ୍ରୀଅରବିନ୍ଦଙ୍କ ବିଷୟରେ କିଛି ବୁଝନ୍ତୁ ବା ନ ବୁଝନ୍ତୁ ପ୍ରଧାନମନ୍ତ୍ରୀ ହିସାବରେ ସେ ତାଙ୍କୁ ପଢିବା ପାଇଁ ଯେଉଁ ପରାମର୍ଶ ଦେଲେ ତାହା ବିଶ୍ଵ ଚିନ୍ତାଧାରାର ଇତିହାସରେ ଏକ ମାଇଲଖୁଣ୍ଟ । ୧୯୧୪-୨୧ ମାସିକ ପତ୍ରିକା ଆର୍ଯ୍ୟରେ ଶ୍ରୀଅରବିନ୍ଦଙ୍କ ମୁଖ୍ୟ ରଚନା ପ୍ରକାଶିତ ହୋଇଥିଲା । ଶହେବର୍ଷ ପରେ ବି କମ ଲୋକ ଜାଣନ୍ତି #ARYA100Years

ଦିବ୍ୟଜୀବନ ନିଶ୍ଚୟ ବହୁତ ଦୂରରେ କିନ୍ତୁ ଶ୍ରୀଅରବିନ୍ଦଙ୍କ ପଞ୍ଚସ୍ଵପ୍ନ ଅନ୍ତର୍ଗତ ବିଶ୍ଵସଙ୍ଘର ସମ୍ଭାବନା ଅଲୌକିକ ନୁହେଁ । ରାଜ୍ୟମାନେ ଦେଶ ହୋଇ ଭାରତ ଏକ ସଙ୍ଘ ହେଲେ ତାହା ବିଶ୍ଵସ୍ତରକୁ ପରିବ୍ୟାପ୍ତ ହୋଇପାରିବ । ମୋଦି କଣ ଗୋର୍ବାଚେଭ ହୋଇପାରିବେ ? ତାହା ହିଁ ସବୁଠୁଁ ବଡ଼ ପ୍ରଶ୍ନ | ବିବର୍ତ୍ତନ ର ଚାପ ଯେ ସେହି ଦିଗକୁ ତାହା ନିଶ୍ଚୟ

କୃଷକ ଆନ୍ଦୋଳନକୁ ସମର୍ଥନ କରି ବଡ଼ ବଡ କଥା କହିଲା ବାଲା ବହୁତ ଲୋକ ଅଛନ୍ତି କିନ୍ତୁ ସେମାନେ ଶ୍ରୀଅରବିନ୍ଦଙ୍କୁ ଏକ ରକମ ଘୃଣା କରନ୍ତି । ତେଣୁ ସେଭଳି ଲିବରାଲ ଭିଡ଼ ସହିତ ସମ୍ପର୍କ ରଖିବା କଷ୍ଟ । ବରଂ ଶ୍ରୀଅରବିନ୍ଦଙ୍କ ଲିବରାଲ ସଂଜ୍ଞା ଓ ଉତ୍ସ ଯଥେଷ୍ଟ ଉଚ୍ଚରେ । ତାଙ୍କୁ ପଢିବାକୁ ମୋଦିଙ୍କ ନିବେଦନ ଚିନ୍ତନ ଇତିହାସରେ ଏକ ମାଇଲଖୁଣ୍ଟ ।

ଲିବରାଲ ବର୍ଣ୍ଣନଦୀ ପାଶ୍ଚାତ୍ୟ ବା ଖ୍ରୀଷ୍ଟିଆନ କାର୍ଯ୍ୟପନ୍ଥା ସହ ସଂଶ୍ଳିଷ୍ଟ ଓ ଶ୍ରୀଅରବିନ୍ଦ ତାଙ୍କର ପ୍ରତିଦ୍ଵନ୍ଦୀ । ସୁତରାଂ ଏକ୍ଷେତ୍ରରେ ଯଥେଷ୍ଟ ସାବଧାନ ହେବାକୁ ପଡିବ ଆଦର୍ଶଗତ ଦୃଷ୍ଟିକୋଣରୁ । ଶ୍ରୀଅରବିନ୍ଦଙ୍କ ନିଜ ଭକ୍ତ ବା ସମର୍ଥକଙ୍କ ମଧ୍ୟରେ ଶତ୍ରୁ କମ ନାହାଁନ୍ତି । ଅନ୍ୟ ଗୁରୁ ଓ ଦେବଦେବୀ ମାନଙ୍କ ପୂଜା କରିବାରେ ଆଗଭର ।

ଅନେକ ଦିନରୁ ମୋ ପାଇଁ ବିଶ୍ବାସ ଯୋଗ୍ୟ ଭିତ୍ତି ଆଉ କିଛି ନାହିଁ । ସେଭଳି କୌଣସି ବ୍ୟକ୍ତି ମଧ୍ୟ ନାହାନ୍ତି । ତେଣୁ ମୁଁ ମୋର ନିଜସ୍ଵ ମତ ହିଁ ଲେଖେ ।
https://twitter.com/NathTusar/status/1345992847032340481?s=19

ଆଜି କାର୍ତ୍ତିକପୁନେଇଁ କୁ ମିଶେଇ ସନ୍ଧ୍ୟା ମୁଖୋପାଧ୍ୟାୟଙ୍କ ମୋଟ ଏଗାରଟି ଓଡ଼ିଆ ଗୀତ । ପ୍ରତିଟି ଗୀତ ରତ୍ନ ସଦୃଶ । ସେଭଳି କୃତି ଭବିଷ୍ୟତରେ କେବେବି ସମ୍ଭବ ନୁହେଁ । ସେସବୁକୁ ଶୁଣିବା ଓ ସାଇତିବା ପାଇଁ ସମସ୍ତଙ୍କୁ ପ୍ରେରଣା ମିଳୁ । https://t.co/aZUROlOKYQ
Sandhya Mukherjee (b 4 October 1931)
https://t.co/7tBRcxKtbd

ଆମର ପୁରୁଣା କଥାଚିତ୍ର ଗୁଡିକରେ ସଂଳାପ ବହୁତ କମ ଥିଲା । କାହାଣୀ ପାଇଁ ଯେତିକି ଦରକାର ପ୍ରାୟ ମାପି ଚୁପି ସେତିକି ଯାହା ଫଳରେ ମଞ୍ଚର ଛାପ ରହୁଥିଲା । ମନମୋହନ ମହାପାତ୍ରଙ୍କ କ୍ଳାନ୍ତ ଅପରାହ୍ନରେ ବୋଧେ ପ୍ରଥମ କରି ଟିକେ ୟାଡୁ ସାଡୁ କଥା ଗୁଡିଏ ଶୁଣିବାକୁ ମିଳିଥିଲା । ଲାଗୁଥିଲା ସମ୍ପୂର୍ଣ୍ଣ ଅନାବଶ୍ୟକ ।
https://t.co/NBrs2SO0n8

ଘନଶ୍ୟାମ ମହାପାତ୍ର ଯେଉଁ ଓଡ଼ିଆ ପରିଚୟର ଗୁଣ ଗାଇଛନ୍ତି ତା ସମସ୍ତଙ୍କର ଅନୁକରଣୀୟ । ବିଧିବଦ୍ଧ ଭାବରେ ଯେପରି ଓଡ଼ିଆକୁ ସବୁ ସ୍ତରରେ ବିକୃତ କରିବା ପାଇଁ ଚେଷ୍ଟା ଚାଲିଛି ଓଡ଼ିଆ ଭାଷାକୁ ଯଥାର୍ଥ ମର୍ଯ୍ୟଦା ଦେବା ପାଇଁ ସେଇଭଳି ବିଧିବଦ୍ଧ ପ୍ରଚେଷ୍ଟା ଦରକାର । ସମସ୍ତେ ଏକତାର ସହ କାମ କଲେ ସଫଳ ହୋଇପାରିବା ।
https://t.co/KmNiRSNaTT
୨୦୨୧ କାମନା ଓ ପ୍ରାର୍ଥନା https://t.co/pJawyPkGGK
କବିତା ୧୩ (୧୯୯୫) #ଓଡ଼ିଆକବିତା
ପଚିଶ ବର୍ଷ ପୂର୍ବରୁ ଫୁଟିଥିବା ଏଇ କବିତା ଗୁଡ଼ିକ ପ୍ରଥମ ଥର ପାଇଁ ଲୋକଲୋଚନକୁ ଆସିଲା । ଆଶା, ବାରମ୍ବାର ପଢିବା ପାଇଁ ଆମନ୍ତ୍ରଣ ଏଇ ମନ୍ତ୍ରସୁଲଭ ପଙ୍କ୍ତି କତିପୟର ଆକର୍ଷଣ ହେବ । ~ତୁଷାରନାଥ ମହାପାତ୍ର https://t.co/jVtmmF8q0I
କବିତା ୪ (୧୨।୧୧।୯୩, ଏ-୩୧, ସୁଭାବନା ନିକେତନ, ପିତମ୍ ପୁରା, ଦିଲ୍ଲୀ, ଦୀପାବଳୀ ପୂର୍ବଦିନ) https://t.co/J20XZMxre7
https://twitter.com/NathTusar/status/1345497649248550912?s=19
କବିତା ୮ (୨୮।୮।୯୪) ରିମିନା ର ଜନ୍ମଦିନ https://t.co/ZZW2bRCTEq

ସୁନ୍ଦର କବିତାଟିଏ ଉଁ @AjayaMahala
https://t.co/Ga6ObK9RyA
[ରମଣୀର ମନ ଏକ ଆଶ୍ଚର୍ଯ୍ୟ ପଦାର୍ଥରେ ନିର୍ମିତ]
[ବହି ନାମ : ପଦ୍ମମାଳୀ
ଲେଖକଙ୍କ ନାମ : ଉମେଶ ଚନ୍ଦ୍ର ସରକାର
ପ୍ରକାଶନ ସମୟ : ୧୯୩୦
ପ୍ରକାଶନ ସଂସ୍ଥା : କଟକ : ବିମଳ ଚରଣ ରାୟଚୌଧୁରୀ]
https://t.co/KIWXXc30Hn

Please clarify who will lead so that a definite process may take shape. Abstract terms like India of Future are of no help. Thanks.
Hope, you are talking about politics and contesting elections. Who is the person to take the lead in filing nomination papers ? All three points above are abstractions!
We met a decade back and it didn't yield any result and today also you are evasive. I know you are not able to lead but tell us who will lead. Writing long blog posts is good but politics is practical.
Since you tagged me, I thought you are suggesting some practical steps. You are free to spread the idea but please don't tag me. My views are different from yours and many others. I don't belong to your Hindu club. Thanks.
https://twitter.com/SavitriEra/status/1348545905352347654?s=19

You are right, yet I have my own interpretation which I argued back in 2016. 
https://t.co/BoCJhNwk8m

I have been writing for fifteen years now that Sri Aurobindo is the right political alternative. RSS and Congress have their set narrow paths and it's impossible for them to accommodate Sri Aurobindo. Other parties lack intellectual wiring to make sense of Sri Aurobindo's vision.
https://twitter.com/SavitriEra/status/1345615052615811072?s=19

Welcome to Savitri Era Religion
Savitri Era of those who adore, Om Sri Aurobindo & The Mother.
#SriAurobindo #TheMother #FiveDreams #WorldUnion #ARYA100Years (1914-21)
https://t.co/AVkOBWArGd

Circa 2031 https://t.co/iyw7Mc9IYS

[Karpasa in Prehistoric India
by K.D. Sethna]
https://t.co/CMinKufKUg

D.S. Kothari (1906–1993), a scientist, was instrumental in introducing Sri Aurobindo's philosophy in education. https://t.co/opCiQXgXe7

“we should not be defined once and for all by a given social role (family, profession, religion, nationality, ethnicity, gender). Rather, we should be free to transform the normative conception of ourselves and our institutions should reflect that freedom”
https://t.co/HYuApzCVtn

Bhojpuri is one of the most vibrant languages, so why can't there be an independent country called Bhojpur?
Not a day passes without a Chief Minister criticising the Centre on some pretext. Time to jettison the Central Govt. lock, stock, and barrel. (2016)
https://t.co/BoCJhNwk8m
https://twitter.com/SavitriEra/status/1345907719761399809?s=19

The Constitution was an imposition, never an agreement. States should be granted Sovereignty so that the languages are protected and local interests are duly taken care of. Population has gone up four times since Independence. This is in sync with Sri Aurobindo's #WorldUnion.
https://twitter.com/SavitriEra/status/1345924357860691969?s=19
ବେଦ ଗାନ ଶୁଣିବାର ଏହି ନୂତନ ସ୍ରୋତ ଟି
[underlined Suktas have Sri Aurobindo’s Interpretation]
[About Website
An Initiative by Vande Mataram Library Trust (VMLT), Gurugram & Sri Aurobindo Foundation for Indian Culture (SAFIC), Sri Aurobindo Society, Puducherry]
https://t.co/cwwqQKJN6G

[ଆମ ଗୀତରେ ଭୂଇଁ କେତେ ? ସବୁ ସେଇ ଅକ୍ଷୟ ମହାନ୍ତି, ପାର୍ଥସାରଥୀ ମହାପାତ୍ର, ଶିବବ୍ରତ ଦାସ, ଜୀବନ ପାଣି ଆଦିଙ୍କ ବିକଳ ଅନୁକରଣ କେବଳ । ଏଥିରେ ମାତ୍ରାଧିକ ଉପମା, ରୂପକର ଓଜନିଆ ଭାରଟିଏ କୌଣସି ଦୁର୍ବଳ ଶରୀରଯୁକ୍ତ କଥାଟିଏର କାନ୍ଧରେ ଚଢ଼ାଇ ଦେଇ ଆମେ ତାଳି ମାରୁଛୁ, ଯେମିତି ସେ ଏଇଲେ ମାରାଥନଟି ଜିତିଯିବ ।]
https://t.co/gxhpi6Uqro

ସନ୍ଧ୍ୟା ମୁଖୋପାଧ୍ୟାୟଙ୍କ ବାରଟି ଓଡ଼ିଆ ଗୀତ
୧) ଆଜି କାର୍ତ୍ତିକ ପୁନେଇଁ
୨) ମୋର ମନ ସିନା
୩) ଜାଗ ବରଦା ଗୋ
୪) ଫୁଲ ରସିଆରେ
୫) ବକୁଳ ବନେ
୬) ଆଉ ଚାନ୍ଦ ଲାଗି
୭) ରାଧିକା ମୋହନ
୮) ଜାଣେ ଜାଣେ ମୋ
୯) ତୋ ଖୋଜିଲା ଖୋଜିଲା
୧୦) ଆଖି ଥାଇ ଦେଖେ
୧୧) ଲିଭି ଲିଭି ଯାଏ
୧୨) ମୋ ମନର କେତେ
Sandhya Mukherjee 
https://t.co/jzBWPsqIWF

ମା ଠାରୁ ଘର ବାହୁଡା଼ ପର୍ଯ୍ୟନ୍ତ ତିରିଶଟି ଛବି (ଭାଗ୍ୟ ଓ ମାଂସର ବିଳାପକୁ ମିଶାଇ) ଓଡ଼ିଆ କଥାଚିତ୍ର ଗୀତର ସୁବର୍ଣ୍ଣ ଯୁଗ । କେବଳ ସ୍ଵର ନୁହେଁ, ଭାଷା ଦୃଷ୍ଟିରୁ ମଧ୍ୟ ଅମୂଲ୍ୟ ଏବଂ ଆଧୁନିକତାର ନଥିକରଣ । ଏହା ପୂର୍ବରୁ ପୁରାତନତାର ଆଭାସ ଆସେ ଓ ପରେ ଶଙ୍କରିତ ହୋଇଥିବାର ଆଶଙ୍କା । ସବୁ ଗୀତ ଶୁଣିବାକୁ ମିଳୁନାହିଁ । ପ୍ରଚେଷ୍ଟା ଆବଶ୍ୟକ https://t.co/3iXE8JsJ3k
ଘର ବାହୁଡ଼ା ପର୍ଯ୍ୟନ୍ତ କଥାଚିତ୍ର ଗୁଡିକରେ କିପରି ଓଡ଼ିଆ ଲୋକଗୀତ ତଥା ଗ୍ରାମ୍ୟ ଜୀବନ ରୂପାୟିତ ହୋଇଛି ତାର ଏକ ବିସ୍ତୃତ ତର୍ଜମା ଆଙ୍କିଛନ୍ତି ସୂର୍ଯ୍ୟ ଦେଓ । କେତେ ପ୍ରତିଭା, କେତେ କଳ୍ପନା, ଓ କେତେ କୌଶଳର ସମାହାର ଏଇ ଗୀତଗୁଡ଼ିକରେ । ସବାରି କାନ୍ଧେଇବା ଠାରୁ ଠେଙ୍ଗା ଧର ପର୍ଯ୍ୟନ୍ତ ଓ ନାନାବାୟା ଗୀତ ।
https://t.co/ENZLioMojQ

ଶହେବର୍ଷ ତଳେ ଯେମିତି ଓଡ଼ିଆ ପାଇଁ ଚିନ୍ତା କରାଯାଉଥିଲା ଆଜି ବି ତଦୃପ । ଭଲ ବହିଟିଏ ଏ ସମ୍ବନ୍ଧରେ:
[ଜାତି, ଜାଗୃତି ଓ ପ୍ରଗତି (ପ୍ରବନ୍ଧ ସଂକଳନ: ୨୦୦୯ - ୨୦୧୩)
ଲେଖକ: ସୁବ୍ରତ କୁମାର ପୃଷ୍ଟି
ଏହା ଓଡ଼ିଶାର ଭବିଷ୍ୟତ ନେଇ ଏକ ଆତଙ୍କିତ ଶୀହରଣ, ଏକ ନିଷ୍ଠୁର ସତ୍ୟର ଉଦ୍‌ଘାଟନ ।]
https://t.co/stmwI6jrVU
#MyTwitterAnniversary https://t.co/ffYwbgQMXP

ମାତ୍ର ଗୋଟିଏ କଥାଚିତ୍ର ସହ ସଂପୃକ୍ତ କେତେକ ସଙ୍ଗୀତ ନିର୍ଦ୍ଦେଶକଙ୍କ କୃତି
୧) ସୁନା ସଂସାର - ଅର୍ଜୁନ ସାମଲ ଓ ସୁନାକର ସାହୁ
୨) ପତି ପତ୍ନୀ - ରମେଶ ନାଇଡ଼ୁ
୩) ନୀଳ ମାଧବ - ନିର୍ମଳ କୁମାର
୪) ଉଲକା - ରାଜୁ ମିଶ୍ର ଓ ବିଭୁ ମହାନ୍ତି
୫) ଟିକେ ହସ ଟିକେ ଲୁହ - ପୂର୍ଣ୍ଣ ଖୁଣ୍ଟିଆ
୬) ରାଧା - ଗୁରୁ ମହାନ୍ତି
https://t.co/LNcTnviEtQ

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...