Wednesday, 4 May 2022

ଅଣଓଡ଼ିଆଙ୍କୁ ତଡି଼ବା ନାସ୍ତିବାଚକ ଅଭିଯାନ ନୁହେଁ

 


ଆଉ ମାତ୍ର ଚଉଦବର୍ଷ ପରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବାର ଶତବାର୍ଷିକି ପାଳନ ହେବ। ବେସରକାରୀ ସ୍ତରରେ ଗୋଟିଏ କମିଟି ଗଠନ ହେବା ଦରକାର। ଅଣଓଡ଼ିଆଙ୍କୁ ଶାସନକଳରୁ ବିତାଡ଼ିତ କରିବା ନିମନ୍ତେ ଦୃଢ଼ ସଙ୍କଳ୍ପ ଓ ସୁପରିକଳ୍ପିତ ରଣନୀତି ଆବଶ୍ଯକ। ଓଡ଼ିଆକୁ ତାର ଯଥାର୍ଥ ସ୍ଥାନ ପ୍ରଦାନ କରିବାପାଇଁ କଠିନ ପରିଶ୍ରମ ଓ ସଙ୍ଘର୍ଷ କରିବାକୁ ପଡିବ।
ଓଡ଼ିଆକୁ ବିଶ୍ବଦରବାରରେ ପହଞ୍ଚେଇବା ପ୍ରଚେଷ୍ଟା ଏପଯ୍ୟନ୍ତ ହୋଇନାହିଁ। ଆମ ସଂସ୍କୃତିର ଅମୂଲ୍ଯ ସମ୍ପଦଗୁଡ଼ିକୁ ସଂରକ୍ଷିତ କରିବାର କୌଣସି ଆଗ୍ରହ ନାହିଁ। ଏପରି ଉପେକ୍ଷା ଭାବକୁ ଉପଯୁକ୍ତ ଉତ୍ତର ଦେବାକୁ ହେବ। ଓଡ଼ିଆଙ୍କ ମଧ୍ଯରେ ଏକତାଦ୍ବାରାହିଁ ସବୁକିଛି ସମ୍ଭବ ହୋଇ ପାରିବ। ଓଡ଼ିଆପ୍ରୀତି ସମସ୍ତଙ୍କ ହୃଦୟରେ ଜାଗ୍ରତ ହେଉ ଏହାହିଁ କାମନା।
ସାଧାରଣ ଭାଷାର ପରିବର୍ତ୍ତନ ନୁହେଁ, ବିବର୍ତ୍ତନ ଦ୍ବାରା ଅନୁମୋଦିତ ଓ ଅନୁପ୍ରେରିତ ଏକ ରୂପାନ୍ତର ଘଟୁଛି ବୋଲି #ଶ୍ରୀଅରବିନ୍ଦ ଦର୍ଶାଇଛନ୍ତି। ତେଣୁ ଗଣତନ୍ତ୍ର ମଧ୍ଯ ଶାଣିତ ହେବ। ଓଡ଼ିଆମାନଙ୍କ ମଧ୍ଯରେ ବ୍ଯାପିଥିବା ଶ୍ଲଥତ୍ୱ ବିଗଳିତ ହେବ। ଆଦୌ ଅସମ୍ଭବ ନୁହେଁ। ମୋର ଆଶାବାଦ ସେହି ଭବିଷ୍ଯବାଣୀ ଉପରେ ପର୍ଯ୍ୟବେଶିତ। #ଅଣଓଡ଼ିଆଙ୍କୁତଡ଼ିବା
ଯେହେତୁ ଅଣଓଡ଼ିଆ ଲୋକମାନେ କେତେ ପୁରୁଷ ଧରି ରହି ଗଲେଣି, ସାମାଜିକ ସ୍ତରରେ ଓଡ଼ିଆ ମାନେ କିଛି ପ୍ରଭେଦ ଅନୁଭବ କରିପାରୁନାହାନ୍ତି। ହିନ୍ଦୀରେ କଥାବାର୍ତ୍ତା କରିବା ମଧ୍ଯ ଏକ ବାହାଦୁରି ଆକାରରେ ଗଣ୍ଯ ହେଉଛି। ଏହି ଭାବରେ ଓଡ଼ିଆଙ୍କ ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଏବେ ଏକ ଧର୍ମଶାଳାରେ ପରିଣତ ହୋଇଛି। କିନ୍ତୁ, ଶାସନକଳରୁ #ଅଣଓଡ଼ିଆଙ୍କୁତଡି଼ବା
ପଇସାଥିଲେ ଜଣେ ସବୁପ୍ରକାର ସୁବିଧା ସୁଯୋଗ ଉପଭୋଗ କରିପାରିବ। ଏହିପରି ଏକ ଧାରଣା ଉତ୍ତରୋତ୍ତର ବଳବତ୍ତର ହେବାରେ ଲାଗିଛି। କିନ୍ତୁ ବଜାର ବ୍ଯବସ୍ଥା ଯେ ଗଣତନ୍ତ୍ର ଉପରେ ନିର୍ଭରଶୀଳ ତା ଅନେକ ସମୟରେ ମନେ ରହୁନି। ସମାଜବାଦ ଓ ଜରୁରୀ ପରିସ୍ଥିତିର ପ୍ରତ୍ଯକ୍ଷ ଅନୁଭବ ଥିବା ଲୋକଙ୍କ ସଙ୍ଖ୍ୟା ବର୍ତ୍ତମାନ କମ୍। ଓଡ଼ିଶାରେ #ଅଣଓଡ଼ିଆଙ୍କୁତଡି଼ବା
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ ଆଦୌ ନାସ୍ତିବାଚକ କାର୍ଯ୍ୟକ୍ରମ ନୁହେଁ। କାହାକୁ ବ୍ଯକ୍ତିଗତ ଭାବରେ ସମାଲୋଚନା କରିବା ବା ଅଣଓଡ଼ିଆମାନଙ୍କ ପ୍ରତି ଘୃଣାଭାବ ସମ୍ପ୍ରସାରିତ କରିବା ମୋର ଉଦ୍ଦେଶ୍ଯ ନୁହେଁ। ଏପରିକି ଉନ୍ନତି କିମ୍ବା କୁଶାସନ ବି ମୋର ବକ୍ତବ୍ଯର ପରିଧି ଭିତରେ ନାହିଁ। କେବଳ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ହେଉଛି ମୋର ଲକ୍ଷ୍ଯ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ ଗତ ଶତାବ୍ଦୀର ପ୍ରଥମ ଦଶକରେ ହିଁ ଗଣତନ୍ତ୍ର ପ୍ରଥମଥର ପାଇଁ ଭାରତରେ ପ୍ରବେଶ କଲା କିନ୍ତୁ ଏପର୍ଯ୍ୟନ୍ତ ବି ତାହାର ଚେର ସୁଦୃଢ଼ ହୋଇନାହିଁ। ନୈତିକତାର ଅଭାବ ଏକ ମୁଖ୍ଯ କାରଣ। ତାଛଡା, ଆଲୋଚନା ମାଧ୍ୟମରେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେବାକଥା, ତାକୁ ଦବେଇ ଦିଆଯାଉଛି। ଫଳତଃ, ଯଥାର୍ଥ ରାସ୍ତା ଖୋଲୁନାହିଁ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ ରାଜତନ୍ତ୍ର ଲୋକମାନଙ୍କ ମନରେ ବିଭିନ୍ନ ଉପାୟରେ ବସାବାନ୍ଧିଛି। ପୁରାଣ, ଇତିହାସ, ଓ କାହାଣୀ ମାଧ୍ଯମରେ ଏହାର ପ୍ରଭାବ ଆହୁରି ପ୍ରଗାଢ଼ ହେଉଛି। ବଂଶଗତ ନେତା ନିର୍ବାଚନ ରାଜତନ୍ତ୍ରର ଏକ ପ୍ରତିଛବି ମାତ୍ର। ଉପରଠାଉରିଆ ଭାବେ ଦେଖିଲେ ଠିକ୍ ଅଛି କିନ୍ତୁ ଜଣିକିଆ ନେତୃତ୍ବ ଯୋଗୁ ଗଣତନ୍ତ୍ରର ଅବକ୍ଷୟ ଘଟୁଛି।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ ଗଣତନ୍ତ୍ର ପ୍ରକୃତିଦତ୍ତ ନୁହେଁ। ତେଣୁ ତାର ଲାଳନପାଳନର ଆବଶ୍ଯକତା ରହିଛି। ସେଥିପାଇଁ ଲିଖିତ ସମ୍ବିଧାନ ଅଛି। ତାଉପରେ ଅଛି ବିବେକ ଓ ନୈତିକତା। ଧରନ୍ତୁ ଜଣେଲୋକ କେତେଦିନ ଧରି କ୍ଷମତାରେ ରହିପାରିବ ସେକଥା ଲେଖା ହୋଇନାହିଁ। ତାମାନେ ନୁହେଁ ଯେ ସେ ଆଦୌ ଗାଦି ଛାଡ଼ିବନାହିଁ କି ଅନ୍ୟକୁ ସୁଯୋଗ ଦେବନାହିଁ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ନିଜର ପ୍ରଶଂସା ଶୁଣିବାକୁ ଚାହିଁବା ମଣିଷର ଏକ ଦୁର୍ବଳତା ଓ ରାଜାମାନେ ସେଥିପାଇଁ ଭାଟମାନଙ୍କୁ ନିଯୁକ୍ତି ଦେଉଥିଲେ। ଗଣତନ୍ତ୍ରରେ ବି ଶାସକଙ୍କ ପ୍ରଶଂସାଗାନ କରିବାକୁ ଭଲ ତେଲଦିଆ କଳ ସବୁ ରହିଛି। କିନ୍ତୁ ନାଗରିକ ମାନଙ୍କ ଦାୟିତ୍ୱ ହେଲା ତାଙ୍କ କଳକୌଶଳ ବା ମିଥ୍ଯା ପ୍ରଚାର ଦ୍ବାରା ବିଭ୍ରାନ୍ତ ନହେବା।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ପାଲାବାଲାମାନେ ଲାଗିଥିଲେ କିନ୍ତୁ ତାହା କାଲଆଗରେ ମୂଳା ଚୋବେଇବା ପରି। ସାହିତ୍ୟ ରାଜଦରବାରକୈନ୍ଦ୍ରିକ ଥିଲା। ଏବେ ମଧ୍ଯ ସୀମିତ ପରିସର। ଭାଷା କିନ୍ତୁ ସମସ୍ତଙ୍କର। ଭାଷା ଓ ଜାତି ଏକ। ତେଣୁ ଗୋଟିଏଦିଗରେ ଶୀର୍ଷସ୍ତରର ସାହିତ୍ୟ ସୃଷ୍ଟିକରିବା ଓ ଅନ୍ୟଦିଗରେ ଅଣଓଡ଼ିଆଙ୍କ ପାଦପୂଜା କରିବା ଏକ ବିଡମ୍ବନା।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ଶସ୍ତାଚାଉଳ ନେଇ ଅଶିକ୍ଷିତ ଲୋକମାନେ ସରକାରଙ୍କୁ ସମର୍ଥନ ଦେଉଛନ୍ତି ବୋଲି ଦୋଷାରୋପ କରାଯାଏ। କିନ୍ତୁ ଶିକ୍ଷିତ ଲୋକମାନେ ଓଡ଼ିଆଜାତିକୁ ଅବମାନନା କରି କାହିଁକି ଅଣଓଡ଼ିଆଙ୍କ ଗୋଡାଣିଆ ହୋଇ ରହିଛନ୍ତି ତାହାର ରହସ୍ଯ କିଛି ବୁଝି ହୁଏନାହିଁ। ଏହା ଉଭୟ ଶାସକ ଓ ବିରୋଧୀ ଦଳର ପ୍ରଶଂସକଙ୍କ ପାଇଁ ପ୍ରଯୁଜ୍ୟ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ଓଡ଼ିଆଜାତି ଏକହେବ ଓ ନିଜକୁ ଅଣଓଡ଼ିଆଙ୍କ କବଳରୁ ରକ୍ଷାକରିବ। ସମ୍ବିଧାନର ସୁଯୋଗନେଇ ଓଡ଼ିଆମାନଙ୍କୁ ଦମନ କରାଗଲା। ଅପମାନ ଦିଆଗଲା। ଆଉ ସହ୍ଯ କରାଯାଇପାରିବ ନାହିଁ। ଉପଯୁକ୍ତ ପ୍ରତିଶୋଧ ନିଆଯିବ। ଯେଉଁମାନେ ଆଜି ସିଂହ ସେମାନେ ଅସରପା ପରି ଲୁଚିବାକୁ ଜାଗା ପାଇବେ ନାହିଁ। ଓଡ଼ିଆ ଓଡ଼ିଶାକୁ ଶାସନ କରିବ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ଓଡ଼ିଶାର ରାଜନୈତିକ ପରିସ୍ଥିତିର ବର୍ତ୍ତମାନ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଯେଉଁଠି କଳା, ସାହିତ୍ୟ, ଓ ଅନ୍ଯାନ୍ଯ ସାଂସ୍କୃତିକ ବିଧା ସବୁ ଗୌଣ। ଏହା ଗୋଟିଏଜାତିର ସ୍ବାଭିମାନ ଏବଂ ସ୍ବାୟତ୍ତତାର ପ୍ରଶ୍ନ। ଅଣଓଡ଼ିଆଙ୍କ ଦାସତ୍ବପ୍ରଥା ବନ୍ଦହେଲେ ଓଡ଼ିଆପୁଅ ତାହାର ହୃତଗୌରବ ଫେରିପାଇବ। ବନ୍ଦେ ଉତ୍କଳ ଜନନୀ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ଓଡ଼ିଶାର ଅଣଓଡ଼ିଆ ମୁଖ୍ଯମନ୍ତ୍ରୀ ଶାସନଗାଦିରୁ ବିଦାୟ ନେବା ନିଶ୍ଚିତ। ଅବଶ୍ଯ କେବେ ହେବ ତାର ସ୍ଥିରତା ନାହିଁ କିନ୍ତୁ ଓଡ଼ିଆମାନେ ଚାହିଁଲେ ଆଜି ମଧ୍ଯ ସମ୍ଭବ ହୋଇପାରେ। ସମୟର ଚକ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ସ୍ରୋତରେ ହେବ। କିନ୍ତୁ ଓଡ଼ିଆ ଭାଷାକୁ ପାଥେୟ କରି ଏହି ଲଢ଼େଇ ଯେ ଲଢ଼ାଯାଉଛି ତାହା ଶୁଭ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ଇଙ୍ଗ୍ରେଜ୍ ମାନେ ଓଡ଼ିଆଙ୍କୁ ସ୍ବତନ୍ତ୍ର ପ୍ରଦେଶ ଦେଲେ, ସ୍ବାଧୀନତା ଦେଲେ, ଗଣତନ୍ତ୍ର ଦେଲେ, ଓ ଆଧୁନିକତା ବି ଦେଲେ। ଏ ସମସ୍ତ ଆଜି ଆମର ଅମୂଲ୍ଯ ସମ୍ପଦ। ସୁନାଠାରୁ ବି ଅଧିକ। ତେଣୁ କିପରି ସେସବୁ ଅକ୍ଷୟ ଅମର ହେବ ତାର ନୂତନ ବିହନ ଓ ବାହାନ ଆବିଷ୍କାର କରିବାକୁ ହେବ। ଅଣଓଡ଼ିଆଙ୍କ ଦେହି ଏ କାମ ହବନି।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ଓଡ଼ିଆଙ୍କ ସ୍ବାର୍ଥ ଓ ଗଣତନ୍ତ୍ରର ସ୍ବାସ୍ଥ୍ଯ ହେଲା ଆମର ଯୁଗ୍ମ ଉଦ୍ଦେଶ୍ଯ। ଶ୍ରଦ୍ଧାଞ୍ଜଳିକୁ ଜଳାଞ୍ଜଳି ଦେଇ ଯଦି ସାମ୍ପ୍ରତିକ ସମସ୍ୟା ଉପରେ ଧ୍ଯାନ ଦିଆଯାଆନ୍ତା, ତେବେ ଅଣଓଡ଼ିଆଙ୍କୁ ବିତାଡ଼ିତ କରିବାରେ ବେଶୀ ଦିନ ଲାଗନ୍ତାନାହିଁ। ଓଡ଼ିଆଭାଷା ପାଇଁ କଣ କରାଯିବ ତାହା ପ୍ରତିଦିନର ଚିନ୍ତା ହେବାକଥା।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ପ୍ରତିବାଦ ଓ ବିକଳ୍ପ ଗଣତନ୍ତ୍ରର ଅଙ୍ଗ। ମୂଲ୍ଯଭିତ୍ତିକ ରାଜନୀତି ଆଧୁନିକତାର ଦାବୀ। ବିବର୍ତ୍ତନ ପ୍ରତି ସଜାଗ ରହିବା ଆଧ୍ୟାତ୍ମିକତାର ଡାକ। ଏହି ତିନୋଟି ଦିଗର ଏକୀକରଣ ଏ ପର୍ଯ୍ୟନ୍ତ ଓଡ଼ିଶାରେ କେବେ କ୍ରିୟାନ୍ବିତ ହୋଇନାହିଁ। ଅଣଓଡ଼ିଆଙ୍କୁ ଶାସନତନ୍ତ୍ରରୁ ହଟେଇ ଓଡ଼ିଆଙ୍କ ରାଜତ୍ବ ସ୍ଥାପନ କଲେ ହେବ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: କଲେଜରେ ପଢ଼ାଯାଉଥିବା ରାଜନୀତି ବିଜ୍ଞାନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରେନାହିଁ। ବିଜ୍ଞାନ କି ବାଣିଜ୍ଯ ଛାତ୍ରଙ୍କ ପାଖରେ ମଧ୍ଯ ପହଞ୍ଚି ପାରୁନାହିଁ। ଯାହା ଫଳରେ ମାନବିକତାର ମୂଳଦୁଆ ଆଜିକାଲି ଖଇଚା। ଚିନ୍ତା କରିବାର ବା ସିଦ୍ଧାନ୍ତରେ ଉପନୀତ ହେବାର କ୍ଷମତା କମ୍। ବୁଝିବା ଶକ୍ତି ମଧ୍ଯ ଅନୁରୂପ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ରାଜନୀତିର ରିତିନୀତିକୁ ବଦଳେଇବା ପାଇଁ ହେଲେ ଉପଯୁକ୍ତ ଶିକ୍ଷାର ଆବଶ୍ଯକତା ରହିଛି। ନହେଲେ ଜଣେ ଭାବାବେଗରେ ସମର୍ଥନ ଦେଇପାରେ ଓ ପରେ ସେହିପରି ଭାବାବେଗରେ ସମର୍ଥନ ପ୍ରତ୍ଯାହାର କରିନେଇପାରେ। ବିଜ୍ଞାନର ଛାତ୍ର ହେଲେହେଁ, ଶ୍ରୀଅରବିନ୍ଦଙ୍କ ଦର୍ଶନର ଅଧ୍ଯୟନ ଯୋଗୁ ରାଜନୈତିକ ଦର୍ଶନରେ ମୋର ଗତି ଯଥେଷ୍ଟ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ବିଭିନ୍ନ ଦଳମାନେ ଲୋକମାନଙ୍କୁ ବାଣ୍ଟି ନେଇଛନ୍ତି। ତେଣୁ ଓଡ଼ିଆମାନେ ପରଷ୍ପର ମଧ୍ଯରେ ଯୁଦ୍ଧ କରୁଛନ୍ତି। ଲାଭବାନ ହେଉଛନ୍ତି ଅଣଓଡ଼ିଆ। ଯଦି ଓଡ଼ିଆମାନେ ଦଳର ମୋହ ତ୍ଯାଗକରି ଏକାଠି ହେବେ, ତେବେ ସହଜରେ ଶାସନ ଗାଦି ହାସଲ୍ କରିପାରିବେ। ଆଉ ଅଣଓଡ଼ିଆମାନଙ୍କୁ ଅଯଥାରେ ତେଲ ମାଲିସ୍ କରିବାକୁ ପଡିବ ନାହିଁ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ସ୍ତମ୍ଭକାରମାନେ କଣ ଲେଖୁଛନ୍ତି ମୋର ଧାରଣା ନାହିଁ। କେହି କେବେ ଲିଙ୍କ୍ ଦେବାର ବି ଦେଖିନି। କିନ୍ତୁ ଅଣଓଡ଼ିଆମାନେ ଯେପରି ଓଡ଼ିଆଙ୍କୁ ଦମନକରି ରଖିଛନ୍ତି ତା ବିରୁଦ୍ଧରେ ସ୍ବରଉତ୍ତୋଳନ କରିବା ନିତାନ୍ତ ଆବଶ୍ଯକ। ଓଡ଼ିଆ ସ୍ବାଭିମାନର ସୌଧକୁ ଗଢ଼ି ତୋଳିବାପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ ଅନିର୍ବାଯ୍ୟ।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ନିଜ ଭିତରେ ଏକତା ଓ ସମନ୍ବୟ ଅଭାବରୁ ଓଡ଼ିଆମାନେ ଆଜି ନିଜ ରାଜ୍ଯରେ ଦଳିତ ଓ ନିଷ୍ପେଷିତ। ଶିକ୍ଷିତଗୋଷ୍ଠି ଆର୍ଥିକ ଦୃଷ୍ଟିରୁ ସ୍ବଛଳ ହୋଇଥିବାରୁ ସ୍ବାଭିମାନ ସମ୍ପର୍କରେ ଚିନ୍ତିତ ନୁହଁନ୍ତି। ବରଂ ଅଣଓଡ଼ିଆଙ୍କ ମାହାତ୍ମ୍ଯ ନଗାଇଲେ ତାଙ୍କ ଭାତ ହଜମ ହୁଏନାହିଁ। ଓଡ଼ିଆମାନଙ୍କ ଜାତିପ୍ରୀତି ଜାଗ୍ରତ ହେଉ।
ଟିକସ ପଇସାରେ ଉନ୍ନତିମୂଳକ କାମକରିବା ହେଲା ଯେକୌଣସି ସରକାରର ଦାୟିତ୍ୱ। ସେଥିପାଇଁ ବାହାବା ନେବାର ନିଶା ହାସ୍ଯାସ୍ପଦ। ମିଥ୍ଯା ପ୍ରତିଶ୍ରୁତି ଦେଇ ଲୋକଙ୍କ ଭୋଟ୍ ଆଦାୟକରିବା ଅନୈତିକ। ବର୍ତ୍ତମାନ ଆମ ସମ୍ମୁଖରେ ଥିବା ସମସ୍ୟା ହେଲା ହୀନମନ୍ୟତା ଦୂରକରିବା। ଅଣଓଡ଼ିଆଙ୍କ ଆଗରେ ମୁଣ୍ଡ ନୁଆଁଇବାନାହିଁ। ଓଡ଼ିଆଙ୍କ ଭିତରେ ଏକତା ସୃଷ୍ଟିକରିବା।
ଓଡ଼ିଆ ହିସାବରେ ନିଜର ଏକ ପରିଚୟ ତଥା ସମ୍ମାନବୋଧ ଗଢ଼ିବାର ଅଧିକାର ସମସ୍ତଙ୍କର ରହିଛି। ଭାଷାକୁ ଛାଡି଼ ମଧ୍ଯ ତାର ପରିପ୍ରକାଶ ଭିନ୍ନ ଭିନ୍ନ ମାଧ୍ଯମରେ ସମ୍ଭବ। କିନ୍ତୁ ସମୂହ ସ୍ବାର୍ଥ ସହ ସଙ୍ଘର୍ଷର ଅବକାଶ ସୃଷ୍ଟି ହେଲେ ସେପରି ସ୍ଥଳରୁ ଓହରି ଆସିବା ଉଚିତ୍। କାରଣ ଭାଷା ହେଲା ମୌଳିକ କଷଟି। ଅନ୍ୟ ସବୁ ଅଙ୍କ କଷା ତା ଉପରେ ପର୍ଯ୍ୟବେଶିତ।
କଂସାବାସନ ପରି ଗଣତନ୍ତ୍ରକୁ ନିୟମିତ ଭାବରେ ନମାଜିଲେ ତାହା କଳାପଡ଼ିଯାଏ। ପାଣିବାହାରକୁ ଆଣିଲେ ମାଛ ଯେମିତି ଛଟପଟ ହୁଏ ସେହିପରି ଗଣତନ୍ତ୍ର ପୁରା ବେକାମୀ ହୋଇଗଲେ ତାର ମୂଲ୍ଯ ଜଣାପଡ଼େ। ଆମ ଦେଶ ଓ ରାଜ୍ଯ ବର୍ତ୍ତମାନ ଗଭୀର ସଙ୍କଟ ଭିତରଦେଇ ଗତି କରୁଛି। ଏଥିରେ ପ୍ରତ୍ୟେକ ଶିକ୍ଷିତ ଲୋକର କିଛି ଭୂମିକା ରହିଛି। ତେଣୁ ଚୁପ୍ ବସିଲେ ଚଳିବନି।
ଏପରିକି ମାତ୍ର ଜଣେ ଲୋକପ୍ରତିନିଧି ଯଦି ସ୍ବାଭିମାନ ପ୍ରଦର୍ଶନ କରି ଅଣଓଡ଼ିଆଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତେ, ତାହେଲେ ବି ବଡ଼ କଥା ହୁଅନ୍ତା। ଏକ ନୂଆ ଇତିହାସ ସୃଷ୍ଟି ହୁଅନ୍ତା। କିନ୍ତୁ ବିକଳ୍ପର ଅଭାବ ଯୋଗୁ କାହାରି ସାହାସ ନାହିଁ। ସବୁ ଓଡ଼ିଆଙ୍କୁ ଏକାଠି କରିବା ପାଇଁ ମୁଁ ଯେଉଁ ଆନ୍ଦୋଳନ ଆରମ୍ଭ କରିଛି ତାହାହିଁ ସଫଳତାର ଚାବିକାଠି।
ବିବିଧତା ଗଣତନ୍ତ୍ରର ଏକ ମୁଖ୍ୟ ପରିଚାୟକ କିନ୍ତୁ ଯେତେବେଳେ ଭାଷାର ପ୍ରଶ୍ନ ଉଠିବ ସେତେବେଳେ କୌଣସି ରିହାତିନାହିଁ। ଏ ପରିପ୍ରେକ୍ଷୀରେ ଜଣେ ଅଣଓଡ଼ିଆ ମୁଖ୍ଯମନ୍ତ୍ରୀ ଗାଦିନଛାଡ଼ିବା ଘୋର ଅପମାନଜନକ ଓ ଲଜ୍ଜାଜନକ। ମୋର ଏଇଦାବିକୁ ଯେଉଁମାନେ ସମର୍ଥନ କରୁନାହାନ୍ତି ସେମାନେ ପ୍ରକାରାନ୍ତରେ ଅଣଓଡ଼ିଆଙ୍କ ଚାମଚାଗିରି କରୁଛନ୍ତି ବୋଲି ବୁଝାଯିବ।
ଓଡ଼ିଶାର ପାର୍ଶ୍ୱରାଜାମାନଙ୍କର ଅବଦାନ ସମ୍ପର୍କରେ ପଢ଼ିବାକୁ ମିଳୁଛି ଓ ତାଙ୍କୁ ଉପେକ୍ଷା କରାଯିବାର ଅଭିଯୋଗ ମଧ୍ଯ ଶୁଣିବାକୁ ମିଳୁଛି। ସତ୍ଯତା ରହିଛି କିନ୍ତୁ କଟକ ଯେ ଓଡ଼ିଶାର ପ୍ରାଣକେନ୍ଦ୍ର ଥିଲା ଏକଥା ଅସ୍ବୀକାର କରିହେବ ନାହିଁ। ଏବଂ ରାଜାମାନେ ଯେ କଟକ ଦ୍ବାରା ଉପକୃତ ହୋଇନଥିବେ ତାହା ବି ନିଶ୍ଚିତ ନୁହେଁ। ତେବେ ଓଡ଼ିଆ ମାନେ କଟକ।
ଇଚ୍ଛାର ଏକ ଶକ୍ତି ଥାଏ। ଲେଖିଦେଲେ ତାହା ବଳବତ୍ତର ହୁଏ। ସ୍ଥଳବିଶେଷରେ ଅନ୍ୟମାନଙ୍କ ସମର୍ଥନ ବି ଲାଭକରେ। ତାପରେ, ସେ ଏକ ସାମୂହିକ ଅଭୀପ୍ସାର ରୂପ ନିଏ। କିନ୍ତୁ, ତାର ଗୁଣ ବା ଫଳାଫଳ ଭଲ ହୋଇପାରେ କିମ୍ବା ନହୋଇପାରେବି। ବହୁଲୋକ ସେଇ ଭଉଁରୀ ଭିତରକୁ ଟାଣି ହୋଇ ଆସନ୍ତି। ପରଖିବା ସହଜ ହୁଏନାହିଁ। ଅର୍ଥାର୍ଥୀ ଭିଡ଼ ଜମାନ୍ତି। ବିବେକ ବତାଏ।
ଓଡ଼ିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ସମ୍ବନ୍ଧୀୟ ସମସ୍ୟା ଅନେକ। ସାମଗ୍ରୀକ ଦୃଷ୍ଟିକୋଣରୁ ପର୍ଯ୍ୟାଲୋଚନା କରିବାପାଇଁ ଆଗ୍ରହର ଅଭାବ। ସରକାରୀକଳ ବି ଉଦାସୀନ। ଯୋଗାଯୋଗର ଏତେ ସୁବିଧାସତ୍ତ୍ବେ ସହଯୋଗର ବାଟ ନଫିଟିବା ଦୁଃଖର ବିଷୟ। ଓଡ଼ିଆର ମହତ୍ତ୍ବ ବୁଝିବାରେ ଅଧିକାଂଶ ଅକ୍ଷମ। ସାମାନ୍ୟ ପ୍ରଚେଷ୍ଟାରେ ଏହା ଆନ୍ତର୍ଜାତୀୟ ସ୍ତରକୁ ଯାଇପାରେ।
ଯେତେ ଅଣଓଡ଼ିଆ ସବୁ ଗାଦିରୁ ହଟିବେ। ଓଡ଼ିଆଙ୍କ ଠାରୁ ବେଶୀ ଓଡ଼ିଆ ବୋଲି ପ୍ରମାଣିତ କରିବାପାଇଁ କନ୍ଦାକଟା କରି ଯେତେ ନାଟକ କଲେ ମଧ୍ଯ ଓଡ଼ିଆଙ୍କ ହକ୍ ଅପହରଣ କରିବାର ପାପ କେବେ ଧୋଇହେବ ନାହିଁ। ସରଳ ଓଡ଼ିଆମାନେ ବହୁତ ସହିଲେ; ଆଉ ନୁହେଁ। ଓଡ଼ିଆମାନେ ନିଜ ଗୋଡ଼ରେ ଛିଡ଼ାହେବା ଶିଖିଗଲେଣି। ସେମାନେ ଆଉ ଅଣଓଡ଼ିଆମାନଙ୍କ ଗୋଡ଼ଘଷି ପାରିବେନି।
ଅଣଓଡ଼ିଆମାନଙ୍କୁ କ୍ଷମତାଚ୍ୟୁତ କରାଇବା ହେଲା ଆମର ଲକ୍ଷ୍ଯ। ଅନ୍ୟ କେହି ମୁଖ୍ଯମନ୍ତ୍ରୀ ପ୍ରାର୍ଥି ନଥିବାରୁ ମୁଁ ନିଜେ ଜନସମର୍ଥନ ମାଗୁଛି। ଓଡ଼ିଆ ଭାଷା ଆମର ଜିତିବାର ଚାବିକାଠି। ସବୁ ଓଡ଼ିଆ ଏକାଠି ହେଲେ ଓଡ଼ିଶାର ସମ୍ମାନ ପୁନଃସ୍ଥାପିତ ହେବ। ଗଣତାନ୍ତ୍ରିକ ପରମ୍ପରା ସୁଦୃଢ଼ ହେବ। ବର୍ତ୍ତମାନ ପରିସ୍ଥିତିରେ ଏହାହିଁ ଏକମାତ୍ର ରାସ୍ତା।
ଆପଣଙ୍କ ଉଦ୍ଦେଶ୍ଯ ସୁଦ୍ଧ କିନ୍ତୁ ବ୍ଯକ୍ତି ସ୍ବାଧୀନତା ଉପରେ ଆଞ୍ଚ୍ ଆସିବାର ସମ୍ଭାବନା ବହୁତ। କାରଣ ବଡ଼ ବଡ଼ ସଂସ୍ଥା ସବୁକୁ ନିଜ ନିଜ ସଭ୍ଯ ସଙ୍ଖ୍ୟା ବଢ଼େଇବା ସୁବିଧା ହେବ। ରାମମନ୍ଦିର ନାମରେ ଇଟା ବିକ୍ରି ଧନର କୌଣସି ହିସାବ ମିଳିଲା ନାହିଁ। ସେହିପରି ବିଭିନ୍ନ ପ୍ରକାରର ଦୁର୍ନୀତିର ବାଟ ଖୋଲିଯିବ।
ସ୍ପଷ୍ଟଭାବେ ବୁଝିବା ଦରକାର ଯେ ଯାହାର ମାତା, ପିତା ବା ପତି, ପତ୍ନୀ ଅଣଓଡ଼ିଆ ତାଙ୍କର ଓଡ଼ିଶାର ଶାସନ ଗାଦିରେ ରହିବାର ଆଦୌ ଯଥାର୍ଥତା ନାହିଁ। ଏହା ହେଲା ଅନଧିକାର ପ୍ରବେଶ। ଦ୍ବିତୀୟରେ, ସର୍ବସାଧାରଣଙ୍କୁ ନେଇ କୌଣସି କାର୍ଯ୍ୟକ୍ରମ କେବେ ଦଳର ବିନା ସମ୍ମତିରେ ହୁଏନାହିଁ। ତେଣୁ, ନାଟକ ପ୍ରଦର୍ଶନ କରି ଲୋକଙ୍କୁ ଭୂଆଁ ବୁଲେଇବା ବନ୍ଦ ହେଉ।
ଅଣଓଡ଼ିଆ କଙ୍ଗ୍ରେସ୍ ନେତାଙ୍କୁ ସମ୍ମାନଦେଇ ହୀନମନ୍ୟତା ସୃଷ୍ଟିହେଲା। ସ୍ବଳ୍ପ ସମୟପାଇଁ ମହତାବଙ୍କ ଜନକଙ୍ଗ୍ରେସ୍ ଓ ବିଜୁ ପଟ୍ଟନାୟକଙ୍କ ଉତ୍କଳ କଙ୍ଗ୍ରେସ୍ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ ନେଇ ଲଢି଼ବାକୁ ପଣ କଲେ। ସେଥିଲା ମୋଭଳି ଯୁବକମାନଙ୍କ ପାଇଁ ଉନ୍ମାଦନାର ବେଳ। କିନ୍ତୁ କଳାମଣ୍ଡପରେ ଲୋକଦଳ ସହ ମିଶ୍ରଣ ଦିନ ମୁଁ ଉପସ୍ଥିତ ଥିଲି।
ପରିବାରର କର୍ତ୍ତା ପରି ମଣିଷ ରାଜତନ୍ତ୍ରକୁ ମାନି ନେଇଥିଲା। ପରେ ଅସୀମ ସଙ୍ଘର୍ଷ ପରେ ଆସିଲା ଗଣତନ୍ତ୍ର। ଓଡ଼ିଶାରେ ଏକପ୍ରକାର ରାଜତନ୍ତ୍ରର ଚେର ମାଡ଼ିଯାଇଛି। ପ୍ରଭେଦ କଣ ସାଧାରଣ ଲୋକେ ବୁଝିପାରୁନାହାନ୍ତି। ସମସ୍ତଙ୍କ ଭିତରେ ଏକ ଅସହାୟ ଭାବ। ଭାଷା ଭିତ୍ତିରେ ଏକାଠି ଲଢ଼ିବାପାଇଁ ମୁଁ ଆହ୍ବାନ ଦେଇଛି। ଅଣଓଡ଼ିଆଙ୍କ ଗୋଡଘଷା ଛାଡ଼ିଲେ ହବ।
ଅତିଶୟୋକ୍ତି ଭାଷାର ଅଙ୍ଗ। ତାଛଡା଼, କବି ଓ ଲେଖକମାନେ ଭାଟଗିରି ମଧ୍ଯ କରନ୍ତି। ତେଣୁ କୌଣସି ଗୋଟିଏ ଉଦ୍ଧ୍ରୁତିକୁ ବେଦର ଗାର ବୋଲି ମାନିନେବା ଅବାସ୍ତବ। ସ୍ଥାନ, କାଳ, ଓ ପାତ୍ର ଅନୁସାରେ ସବୁ ଜିନିଷର ମୂଲ୍ଯାଙ୍କନ ହେବା ଅପରିହାର୍ଯ୍ୟ। ଓଡ଼ିଶାପାଇଁ ବହୁବ୍ଯକ୍ତି କାର୍ଯ୍ୟ କରିଛନ୍ତି କିନ୍ତୁ ତାଙ୍କ ସମସ୍ତ କାର୍ଯ୍ୟକୁ ଗ୍ରହଣକରିବା କଷ୍ଟ।
ଓଡ଼ିଶାରେ ସୁସ୍ଥ ଗଣତାନ୍ତ୍ରିକ ମୂଲ୍ଯବୋଧର ପୁନଃସ୍ଥାପନ ନିମନ୍ତେ ଯେଉଁମାନଙ୍କର ପିତା, ମାତା, ସ୍ବାମୀ କିମ୍ବା ସ୍ତ୍ରୀ ଅଣଓଡ଼ିଆ ତାଙ୍କୁ ଶାସନଗାଦିରୁ ବିତାଡ଼ିତ କରିବାପାଇଁ ହେବ। ଜଣେ ସଚ୍ଚାଓଡ଼ିଆ ହିଁ ଓଡ଼ିଶାର ସ୍ବାର୍ଥଲାଗି କାର୍ଯ୍ୟ କରିପାରିବ ଓ ବର୍ତ୍ତମାନର ଦୁରାବସ୍ଥାକୁ ଦୂର କରିପାରିବ। ଭାଷାକୁ ଆଶ୍ରୟକରି ମୁଁ ସମର୍ଥନ ମାଗୁଛି।
କେନ୍ଦ୍ର ଓ ରାଜ୍ଯର ମିଳିତ ଉଦ୍ୟମରେ ମୁଖ୍ଯ ହିନ୍ଦୁ ତୀର୍ଥ ମାନଙ୍କୁ ଆଧୁନିକ ପର୍ଯ୍ୟଟନ ଉପଯୋଗୀ କରାଯାଉଛି। ସେଥିରେ ବାଧା ଦେବାର କୌଣସି କାରଣ ନାହିଁ। ଯେଉଁମାନେ ଅତିଭକ୍ତି ପ୍ରଦର୍ଶନ କରୁଛନ୍ତି ତାକୁ ସନ୍ଦେହ କରିବା ଯୁକ୍ତିଯୁକ୍ତ। ରାଜନୈତିକ ଯୁଦ୍ଧଲଢ଼ିବା ସକାଶେ ଜଗନ୍ନାଥଙ୍କୁ ବାହନ କରିବା ନିନ୍ଦନୀୟ। ଜଗନ୍ନାଥ ଶୁଭବୁଦ୍ଧି ଦିଅନ୍ତୁ।
ସମସ୍ତେ ବ୍ଯକ୍ତିଗତ ବ୍ୟାପାରରେ ବ୍ୟସ୍ତ ଓ ଯେଉଁ କେତେଜଣ ସାମୂହିକ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରୁଛନ୍ତି, ତା ତାଙ୍କ ଦଳର ନିର୍ଦ୍ଦେଶନାମା। କୌଣସି ମୌଳିକ ଦୃଷ୍ଟିକୋଣ ବା ସ୍ବାଧୀନ ପଦକ୍ଷେପର ଘୋର ଅଭାବ। ସାମାଜିକ ପରିବେଶ ଏଥିପାଇଁ ଦାୟୀ। ରିସ୍କ୍ ନେବାର ପ୍ରଥା ପୁରୁଣା ହୋଇଗଲାଣି। ମହିଳା ମାନଙ୍କ ଶିକ୍ଷା ଓ ସମୃଦ୍ଧି ବି ଏକ କାରଣ।
ଦୁଇ ଅମୃତ ସହ ତୃତୀୟ ଅମୃତଟିକୁ ଜୋଡ଼ିଲେ କେଡେ ଯମକ ହୁଅନ୍ତା ସତେ! ଅମୃତସ୍ୟ ପୁତ୍ର (ମନୋରଞ୍ଜନ ଦାସ)। ଏଠି କହିଲେ ଅପ୍ରାସଙ୍ଗିକ ହେବନାହିଁ ଯେ ଅମୃତର ଯଥାର୍ଥ ସନ୍ଧାନ ମିଳେ ଶ୍ରୀଅରବିନ୍ଦଙ୍କ ବେଦରହସ୍ୟରେ ଯାହା ମନୋଜ ଦାସ, ଚିତ୍ତରଞ୍ଜନ ଦାସ, ମହାପାତ୍ର ନୀଳମଣି ସାହୁ, ଓ ଚନ୍ଦ୍ରଶେଖର ରଥ ପ୍ରଭ୍ରୁତିଙ୍କ ରଚନାର ଅନ୍ତଃସ୍ବର ଓ ପ୍ରେରଣା।
Replying to
ମନୋରଞ୍ଜନ ଦାସଙ୍କ କାଠ ଘୋଡ଼ା
ରାଜାମାନେ ବଡ଼ ବଡ଼ ଦେଉଳ ତୋଳି ଲୋକଙ୍କୁ ତଳିତଳାନ୍ତ କରିଦେଲେ। ସାଧବମାନଙ୍କୁ ଅତ୍ୟଧିକ ଚାନ୍ଦା ଦେବାକୁ ପଡି଼ବାରୁ ସେମାନେ ଆଉ ବୋଇତର ମଙ୍ଗ ଛୁଇଁବାକୁ ମଙ୍ଗିଲେନି। ତୁହାକୁ ତୁହା ବଢ଼ି, ମରୁଡ଼ି, ଓ ବାତ୍ୟାରେ ଓଡ଼ିଆଙ୍କ ଅଣ୍ଟା ଭାଙ୍ଗି ଯାଉଥିଲା। ଦୁଃଖର କଥା ଯେ ଆଜିଯାଏ ବି ଅବସ୍ଥା ସୁଧୁରିଲା ନାହିଁ ଅଣଓଡ଼ିଆଙ୍କ ଗୋଲାମଗିରି କରି କରି।
ଇଂରେଜମାନେ ତାଙ୍କ ଭାଷାକୁ ନଛାଡ଼ି ସ୍ବାଧୀନ ରାଷ୍ଟ୍ର ହୋଇରହିଛନ୍ତି କିନ୍ତୁ ଓଡ଼ିଆମାନଙ୍କର ଦୁଇଶହ ବର୍ଷ ତଳେ ହରାଇଥିବା ନିଜ ସ୍ବାଧୀନତାକୁ ଫେରିପାଇବାର କୌଣସି ଅଧିକାର ନାହିଁ। ଅଣଓଡ଼ିଆଙ୍କ ଚାପରେ ପଡି ଏପରି ଯୁକ୍ତି ବାଢ଼ିବାର ସ୍ବାଧିକାର ସୁରକ୍ଷିତ କିନ୍ତୁ ପାହାଳ ରସଗୋଲାକୁ ବଢ଼ିଆ କହିଲେ ସାଲେପୁରର ରାଜକୀୟ ସ୍ତରକୁ ଆଞ୍ଚ୍ ଆସିବନି।
କେବଳ ନେତା ବା ତାଙ୍କ ପରିବାରର ଲୋକ ଯେ ନେତା ହେବେ ଏହିଭଳି ଗୋଟେ ଧାରଣା ପ୍ରାୟ ଦୃଢ଼ ହୋଇ ଗଲାଣି। ଜଣେ ଶିକ୍ଷକର ପୁଅକୁ ସମର୍ଥନ ଦବାପାଇଁ କୁନ୍ଥୁକୁନ୍ଥୁଭାବ ସ୍ପଷ୍ଟ ଦେଖାଯାଉଛି। କିନ୍ତୁ ଜଣେ ଓଡ଼ିଆ ଭାବରେ ମୋର ପାରଦର୍ଶିତା ଯଥେଷ୍ଟ ବୋଲି ମୋର ବିଶ୍ବାସ। ଦିଲ୍ଲୀରେ ଯେଉଁମାନେ ମୋତେ ଜାଣିଛନ୍ତି, ସେମାନଙ୍କର ଶୁଭେଚ୍ଛା ଏକ ବଡ଼ ସମ୍ବଳ।
ସବୁ ହେଇ ପାରିବ। ଖାଲି ଦରକାର ଉତ୍ସାହ, ପ୍ରୋତ୍ସାହନ, ଏବଂ ଆୟୋଜନ। କିନ୍ତୁ ଅଣଓଡ଼ିଆମାନେଯେ ଏଥିପାଇଁ ଅକ୍ଷମ ୟାର ପ୍ରମାଣ ଆଉ ଦେଖିବାକୁ ବାକିନାହିଁ। ତେଣୁ ଅଣଓଡ଼ିଆମାନଙ୍କୁ ଶାସନବେଦୀରୁ କାଢ଼ି ବିସର୍ଜନ କରିବାକୁ ହେବ। ଗଣତନ୍ତ୍ର ଏଇ ସୁଯୋଗ ଦେଇଛି। ଆମେ ଓଡ଼ିଆମାନେ ଏକାଠି ହବା। ଓଡ଼ିଶାପାଇଁ ଏକାଠି ହବା। କାହାକୁ ଭିକ ମାଗିବା ନାହିଁ।
ତଥାକଥିତ ଜାତୀୟ ରାଜନୀତିର ଆଡ଼ସୂତା ଓ ଭରଣି ଭିନ୍ନ। ସେଠି ବହୁ କିସମର ହଟଚମଟ ଚାଲିଛି। ଓଡିଶାର ପରିସ୍ଥିତି କିନ୍ତୁ ଅଲଗା। ସରଳ ଓଡ଼ିଆମାନଙ୍କର ତରଳ ହୃଦୟକୁ ଖରିଦ କରି ନିଆଯାଇଛି। ଯେଉଁମାନେ ବିଜୁବାବୁଙ୍କ ରାଜନୀତି ଦେଖିନଥିବେ ସେମାନେ ପ୍ରଭାବିତ ହେବେ। ଆମେ ତ ତାଙ୍କ ଗୁଣଗ୍ରାମ ସବୁ ଜାଣିଛୁ। ତଥାପି, ଓଡ଼ିଆ ସ୍ବାଭିମାନର ପ୍ରତୀକ ସିଏ।
ତଥାକଥିତ ଜାତୀୟ ରାଜନୈତିକ ଦଳଗୁଡ଼ିକୁ ବର୍ଜନ କଲେହିଁ ଓଡ଼ିଶାରେ ପରିବର୍ତ୍ତନ ସମ୍ଭବ। ସେମାନେ କେବଳ ଭୋଟ ବିଭାଜନ କରି ଶାସକଦଳକୁ ସାହାଯ୍ୟ କରନ୍ତି। ହଁ, ଯେତେବେଳେ ଆଉକିଛି ବିକଳ୍ପ ନଥିଲା ସେମାନଙ୍କ କବଳରେ ପଡିବା ସ୍ବାଭାବିକ। ବର୍ତ୍ତମାନ କିନ୍ତୁ ଭାଷାର ଆକର୍ଷଣ ହେବ ଆମର ରକ୍ଷା କବଚ। ଓଡ଼ିଆମାନେ ମିଶି ଅଣଓଡ଼ିଆଙ୍କୁ ଧରାଶାୟୀ କରିବା।
ଟ୍ବିଟରରେ ତ ସମସ୍ତେ ଜାତୀୟ ବା ଆନ୍ତର୍ଜାତୀୟ ସ୍ତରକୁ ଉଠିଯିବାପାଇଁ ସ୍ବପ୍ନଦେଖନ୍ତି କିନ୍ତୁ ତାହା ମରିଚୀକା ପରି। ତେଣୁ ଚନ୍ଦ୍ରରୁ ଓହ୍ଲେଇଲାପରି ତେଣ୍ଡାର ନାଁ ବଦଳରେ ନିଜର ପିତୃଦତ୍ତ ନାମ ସ୍ପଷ୍ଟ ଓଡ଼ିଆରେ ଲେଖିବା ପାଇଁ ସମସ୍ତଙ୍କୁ ଅନୁରୋଧ। ଆଜେବାଜେ ଖବରରେ ସମୟ ଖରାପ ନକରି ଓଡ଼ିଆ ଓ ଓଡ଼ିଶାର ସମସ୍ୟାଉପରେ ଦୃଷ୍ଟି କେନ୍ଦ୍ରିତ ହେଉ।
ଆଗେ ବିଛିନ୍ନାଞ୍ଚଳକୁ ନେଇ ନୀଳଚକ୍ର ଓ ନୀଳଶୈଳ ବହୁତ କନ୍ଦାକଟା କରୁଥିଲେ। ଲଗାତାର ବିକ୍ଷୋଭ ପ୍ରଦର୍ଶନ ଆଦି ପ୍ରତିବାଦସୂଚକ କାର୍ଯ୍ୟକ୍ରମ ଯୋଗୁ ଲୋକେ ବି ହନ୍ତସନ୍ତ ହେଉଥିଲେ। ମୁଁ ସେତେବେଳେ ଭାବୁଥିଲି, ଯେତିକି ଯାଗା ଅଛି ସେୟାକୁ ସମ୍ଭାଳିକି ରଖ। ବର୍ତ୍ତମାନ ତ ସାରା ରାଜ୍ଯ ବିଛିନ୍ନାଞ୍ଚଳ ସଦୃଷ। ସମସ୍ତେ ହାଇବ୍ରିଡ୍ ଭାଷା କହୁଛନ୍ତି।
କେବେବି ଆଶା କରିନଥିଲି ଯେ ଓଡ଼ିଆରେ ଲେଖିବାର ସୁଯୋଗ ପୁଣି କେବେ ଆସିବ। ୧୯୮୮ ପରଠାରୁ ମୁଁ ଭିନ୍ନ ଏକ ଜଗତରେ। ତେଣୁ ଖୁସି ଲାଗୁଛି ଓ ଜମାଣିଆ ବିଷୟଟିଏ ବି ମିଳିଛି। ଅନ୍ୟ କିଏ ଏଇ ସମାଜ ପରସୁଛନ୍ତି କି ନାହିଁ ଜାଣେନା। କେବଳ ଋ ଫଳାକୁ ଛାଡି ଆଉ ପ୍ରାୟ ସବୁ ଲେଖିହେଉଛି। ଲ୍ୟାପଟପରେ କେମିତିହବ ଧାରଣାନାହିଁ। ଓଡ଼ିଆଲିପି ସବୁଠାରୁ ସୁନ୍ଦର।
ବୀରେନ ମିତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଏପରି ଅତିଥିପରାୟଣ ରାଜ୍ଯ ଆଉ କୋଉଠି ନାହିଁ। ରାଉରକେଲା ମଡେଲ ବର୍ତ୍ତମାନ ସାରା ରାଜ୍ଯରେ ବ୍ୟାପିଗଲା। କିଏ ଓଡ଼ିଆ ଓ କିଏ ନୁହେଁ ତା ନିର୍ଦ୍ଧାରଣ କରିବା କଷ୍ଟ। ତାଛଡା, ସମସ୍ତେ ଯେ ଭାଷାକୁ ନେଇ ଭାବବିହ୍ୱଳ ହେବେ ତାର କିଛି ମାନେ ନାହିଁ। ତେଣୁ ସ୍ବତଃସ୍ଫୁର୍ତ୍ତ ଭାବରେ ଆଗକୁ ଆସିବା ଦରକାର।
ଗୋଟିଏ ଭଲ ବିଶ୍ଳେଷଣ କରିଛନ୍ତି ଆପଣ। ଜୀବନକୁ କିଭଳି ଭାବରେ ଉପଭୋଗ କରାଯିବ ତାର ବିଶ୍ଳେଷଣ କରୁ କରୁ ଅଧା ଜୀବନ କଟିଯାଏ। ତାପରେ କେବଳ ଜୀବନକୁ ବିଶ୍ଳେଷଣ କରିବା ହିଁ ସବୁଠାରୁ ବଡ ଉପଭୋଗର ସାମଗ୍ରୀ ବୋଲି ପ୍ରତୀୟମାନ ହୁଏ। ସେ ଗପ ହଉ ବା କବିତା, ନାଟକ ହଉ ବା ସିନେମା, ସବୁଥିରେ ଖାଲି ବିଶ୍ଳେଷଣ ଆଉ ବିଶ୍ଳେଷଣ। ଏପରିକି ବ୍ଯଙ୍ଗରେ ମଧ୍ଯ।
ବାପା ଖ୍ରୀଷ୍ଟ କଲେଜିଏଟ୍ ସ୍କୁଲରେ ଶିକ୍ଷକତା କରୁଥିଲେ ଓ ଭାଇ ତାଙ୍କ ଛାତ୍ର। ଦଶହରା ଛଡା ଭଞ୍ଜଜୟନ୍ତୀ ଓ ବିଷୁବମିଳନ କଟକର ବଡ ସାସ୍କୃତିକ ଉତ୍ସବ ଥିଲା। ତାପରେ ପାଲା ଦାସକାଠିଆ ଆଦି ତ ସାଧାରଣ ଜିନିଷ ଥିଲା। କିନ୍ତୁ, ଆକାଶବାଣୀ ଓ କଳାବିକାଶ କେନ୍ଦ୍ର ଯୋଗୁ କଟକର ସାସ୍କୃତିକ ଗୁରୁତ୍ବ ବହୁ ପରିମାଣରେ ବଢି଼ଯାଇଥିଲା।
ମୋର ଛାତ୍ରଜୀବନ ଶେଷ ହେବା ପର୍ଯ୍ୟନ୍ତ ମୁଁ ଥରେ ପୁରୀ ଓ ଥରେ କୋଣାର୍କ ଯାଇଥିଲି। ଟ୍ରେନରେବସି ଓଡ଼ିଶା ବାହାରକୁ ଯିବାର ସୁଯୋଗ ଆସିନଥିଲା। ଟିଭି ନଥିଲା। ରବୀନ୍ଦ୍ରମଣ୍ଡପ ହିଁ ଥିଲା ବିଶ୍ବକୁ ଗବାକ୍ଷ। ସମାଜ ତ ଗବ କରିଦେଇଥିଲା। ପ୍ରଜାତନ୍ତ୍ରର ରୂପ-ରସ-ଛନ୍ଦ ଟିକେ ମନଲାଖି ଖୋରାକ ଯୋଗୋଉଥିଲା। ବହୁତପରେ ସମ୍ବାଦ ଯୋଗୁ ଟିକେ ଆଖି ଖୋଲିଲା।
Replying to
ରିଜିଓନାଲ୍ କଲେଜରେ ମୁଁ ପଢ଼ିବାବେଳେ ଆମ ଗୋପବନ୍ଧୁ ହଷ୍ଟେଲର ବାର୍ଷିକୋତ୍ସବରେ ପ୍ରଫୁଲ୍ଲ କର ଥରେ ଆସିଥିଲେ (୧୯୭୫-୭୬)। ଗୀତଟି ଗାଇବା ଆଗରୁ କହିଲେ, ପିଲାଦିନେ ମୁଁ ବେଲୁନ୍ କୁ ବହୁତ ଭଲପାଉଥିଲି; ଏବେ ମଧ୍ଯ ଭାରି ଭଲପାଉଛି। ଏତିକିରେ ତାଳିମାଡ଼ ହୋଇ ସଭାସ୍ଥଳ କମ୍ପିଗଲା। ପିଲାମାନେ ସବୁ ହସି ହସି ଗଡି଼ଗଲେ।
ସମୟ ସମୟର କଥା। କଣ୍ଠର ରେଞ୍ଜ୍ ଓ ଲାଳିତ୍ୟ ବହୁତ ବଡ ଜିନିଷ। ସଂସାରର ଢେଉ ଢେଉକା ଗୀତଟି ବୋଧହୁଏ ତୃପ୍ତି ଦାସଙ୍କ ସହ ରେକର୍ଡ଼ ହୋଇଥିଲା କିନ୍ତୁ ଅକ୍ଷୟ ମହାନ୍ତି ସନ୍ତୁଷ୍ଟ ନ ହେବାରୁ ପରେ ନିର୍ମଳା ମିଶ୍ରଙ୍କ ସହିତ ଗାଇଲେ। ଓଡ଼ିଆ ନ ଗାଆନ୍ତୁ ପଛେ ଭଲ ଗୀତ ଗୁଡ଼ିଏ ଯେ ସୃଷ୍ଟି ହୋଇଛି, ତାହାହିଁ ସାନ୍ତ୍ବନା।
ଝରଣା ଦାସଙ୍କୁ ଯେତେବେଳେ ନାୟିକା ଭାବରେ ବଛାଯାଇଥିଲା ସେତେବେଳେ ବୋଧହୁଏ ସୁଚିତ୍ରା ସେନଙ୍କୁ ଆଖିଆଗରେ ରଖାଯାଇଥିଲା କାରଣ ପିଆନୋ ବଜାଇବା ଦୃଶ୍ଯରେ ଉଭୟଙ୍କର ସାମଞ୍ଜସ୍ୟ ବହୁତ। ଖାଲି ସୁଚିତ୍ରାଙ୍କ ଗୀତ ଗାଆନ୍ତି ସନ୍ଧ୍ଯା ମୁଖୋପାଧ୍ୟାୟ ଆଉ ଏଇ ଲଗନେ ଗାଇଛନ୍ତି ନିର୍ମଳା ମିଶ୍ର। ଝରଣା ଦାସ ଗାଆନ୍ତିନି କିନ୍ତୁ ତାଙ୍କ କଣ୍ଠସ୍ବର ସୁଲଳିତ।
ବିଭୂଷଣ ପୁଷ୍ପେ ପାରମ୍ପରିକ ସ୍ବରରେ ହୋଇଥିବା ବେଳେ ଯା'ଲୋ ସଜନୀ ଝୁମର ଶୈଳୀର। ତେଣୁ, ରୀତିମତ ଗୋଟାଏ ବ୍ଯାଲେ lh6.googleusercontent.com/-MsxmqtEnEek/T
ଯାହାହେଉ, ଏତେ ବର୍ଷ ପରେ ଗୋଲାପି ବେଳାର ଅର୍ଥ ବୁଝି ହେଲା। ଉଭୟଙ୍କୁ ଧନ୍ଯବାଦ।
ମହମ୍ମଦ ହବିବ୍ (ମାଣିକ - ଶେଷ ଶ୍ରାବଣ) ରବୀନ୍ଦ୍ରମଣ୍ଡପରେ ଥରେ ଦେଖିଥିଲି ତାଙ୍କୁ। ବହୁତ ବଡ଼ ପ୍ରତିଭା।
୨୯.୧.୧୯୭୬ - ଶ୍ରୀୟାରେ ସମୟ
ମୋର ତ ଦକ୍ଷତା ନାହିଁ। ତେଣୁ, ଓ ତାରିଣୀ ବାବୁଦ୍ବୟଙ୍କୁ ଅନୁରୋଧ କରିପାରିବା। ବହୁତ ଭଲ ଜିନିଷଟିଏ ଆପଣ ଲୋକଲୋଚନକୁ ଆଣିଛନ୍ତି। ଶୁଣିଲେ ନିଶ୍ଚୟ ଭଲ ଲାଗିବ। ସେହେତୁ, ଅନ୍ୟମାନଙ୍କୁ ଜଣେଇଦେଲେ ବି ଦୋଷ ନାହିଁ।
ପରିଚିତାରୁ ଅପରିଚିତା ହୋଇ ଆସିଲା ଓ ଦିନକ ପାଇଁ ପରିଚିତା ହୋଇ ପୁଣି ଅପରିଚିତା ହୋଇଗଲା। ତା ଆଗରୁ ଆସିଥିବା ସତରଟିଙ୍କ ଭାଗ୍ଯ ସେୟା। ସମସ୍ତେ ପେଟେରାରେ ବନ୍ଦ। ମହରଗରୁ ଆସି କାନ୍ତାରରେ ପଡିବା କଥା। ତେବେ କେବେ ପୁଣି ଇଂରେଜମାନେ ଆସିବେ ଓ ତାକୁ ସବୁ ନେଇ ବ୍ରିଟିଶ୍ ମ୍ୟୁଜିଅମରେ ରଖିବେ, ସେଥିପାଇଁ ଅପେକ୍ଷା।
ବ୍ଯକ୍ତିଗତ ଭାବରେ ମୁଁ ଆପଣଙ୍କୁ କେତେ ଶ୍ରଦ୍ଧା ଓ ସମ୍ମାନ କରେ ତା ଆପଣ ଜାଣନ୍ତି। ସେଥିରେ ତିଳେମାତ୍ର ଉଣା ହୋଇନାହିଁ। କିମ୍ବା ଏହା ମୋର ଆପଣଙ୍କ ପ୍ରତି ବ୍ଯକ୍ତିଗତ ଆକ୍ଷେପ ନୁହେଁ। ସମସ୍ଯାଟି ସମଗ୍ର ଓଡ଼ିଆଜାତିର। ଦୁନିଆର ସବୁ ଦେଶରେ ଓଡ଼ିଆମାନେ ରହୁଛନ୍ତି। କେମିତି ସେମାନଙ୍କ ପାଖରେ ଆପଣଙ୍କ ପେଟେରା ପହଞ୍ଚିପାରିବ ସମସ୍ତେ ଭାବନ୍ତୁା
ଶ୍ୟାମାନୁଜ ବାବୁଙ୍କ ସହ ମୁଁ ସମ୍ମତ କିନ୍ତୁ ମୋର ମୂଳ ଯୁକ୍ତି ଟିକେ ହାଲୁକା ହୋଇଗଲା। ପ୍ରଶ୍ନ କେବଳ ସୂର୍ଯ୍ୟବାବୁଙ୍କର ପ୍ରଚେଷ୍ଟା ବ୍ଯର୍ଥ ହେବା ନୁହେଁ ବରଂ ଓଡ଼ିଆମାନେ ବର୍ଷ ବର୍ଷ ଧରି ନିଜର ସାଂସ୍କୃତିକ ସମ୍ପତ୍ତିରୁ ବଞ୍ଚିତ ହୋଇ ରହିବା ଏକ ବହୁତ ବଡ଼ ଅନ୍ୟାୟ। ଏହାଦ୍ବାରା କେତେ ରସବୋଧ ବା ଗବେଷଣାରେ ବ୍ୟାଘାତ ଘଟୁଛି ତାହା ଅକଳନୀୟ।
ସେଇଟା ହେଲା ଗୋଟିଏ ଦିଗ। ଅନ୍ୟଟି ହେଲା, ଧରନ୍ତୁ ନିମାଇଁ ବାବୁ ଗୋଟିଏ ଫିଲ୍ମର ସତ୍ତ୍ବ କିଣି ୟୁଟ୍ୟୁବରେ ଉପଲବ୍ଧ କରାଇବା ପାଇଁ ଚାହୁଁଛନ୍ତି। ସେ କାହାଠାରୁ କିଣିବେ ଓ ପ୍ରାୟ କେତେଟଙ୍କା ଦେବାକୁ ପଡ଼ିବ? ଫିଲ୍ମର ମାଲିକଙ୍କ ନାମ ଯଦି ଗୁପ୍ତ ହୋଇନଥାଏ ବା ଆପଣଙ୍କ ପକ୍ଷେ ଅସ୍ବସ୍ତିକର ହୋଇନଥାଏ ତେବେ ଏ ବିଷୟରେ ଟିକେ ଧାରଣା ଦେଲେ ଭଲହେବ।
୧୯୬୦ ମସିହାରେ ମୁଁ ଶ୍ରୀଲୋକନାଥ ଦେଖିଥିଲି। ୬୨ ବର୍ଷପରେ ବି ତାର ଗୀତଗୁଡି଼କର ଭିଡି଼ଓ ଦେଖିବା ସମ୍ଭବ ହେଲାନାହିଁ। କାହିଁକି ହେଲାନି ତାର କାରଣ ସମ୍ପର୍କରେ ମୋର କୌଣସି ଧାରଣା ନାହିଁ। ମୋ ଛଡ଼ା ଅନ୍ୟ କାହାରି ଏ ବାବଦରେ ଆଗ୍ରହ ନାହିଁ। କାହିଁକି ଏପରି ଉଦାସୀନତା? ଶ୍ରୀଲୋକନାଥ କଥାଚିତ୍ର କଣ ଏୈତିହ୍ୟ ନୁହେଁ?
ବହୁତ ଲୋକଙ୍କ ଘରେ ବୟସ୍କ ଲୋକମାନେ କେବଳ ଓଡ଼ିଶୀ ଓ ଭଜନ ଶୁଣିବାପାଇଁ ବାଧ୍ଯ ହୁଅନ୍ତି। କିନ୍ତୁ, ସଙ୍ଗୀତର ଆକର୍ଷଣ କେବଳ ଭାଷାକୁ ନେଇ ନୁହେଁ; ବେଶୀ ସ୍ବର ଯୋଗୁ। ତାପରେ, ପିଲାଦିନର ସ୍ମୃତି ତ ସବୁବେଳେ ମଧୁର। ଇତିହାସ ରହିଛି; ସାମାଜିକ ସମାଲୋଚନା ବି ରହିଛି। ଏ ସବୁର ସମାହାର ତ ଗୋଟିଏ ପୁରା ବୁଫେ ଡିନର୍।
ପଚାଶ ବର୍ଷ ପରେବି ଗୀତଟିଏ ଶୁଣିବାକୁ ଭଲଲାଗୁଛି ଏହା ତାର ସ୍ବର ଓ ସାହିତ୍ୟର ଉତ୍କର୍ଷତା। ହାର୍ଡୱେର ବଦଳରେ ଯଦି ଇନଷ୍ଟ୍ରୁମେଣ୍ଟ ଉପରେ ଆଲୋଚନା ହୁଅନ୍ତା ତା ବେଶ୍ ଶିକ୍ଷାପ୍ରଦ ହୁଅନ୍ତା। ଅନେକ ଗୀତ ସଫଳ ହୁଏନାହିଁ। ସେସବୁ କେବଳ ଷ୍ଟାଟିଷ୍ଟିକ୍ସ। କିନ୍ତୁ କତିପୟ ରସୋତ୍ତୀର୍ଣ୍ଣ ଓ କାଳଜୟୀ। ଏକ ଏକ ମୁକ୍ତା।
ଓଡ଼ିଆ କଥାଚିତ୍ରର ଏନ୍ତୁଡ଼ିଶାଳ
ଓଡ଼ିଆ କଥାଚିତ୍ରର ଗୁରୁଣ୍ତିବା ବେଳ
ଓଡ଼ିଆ କଥାଚିତ୍ରର "ଥରକୁ ଥର ପଡି ତଳେ, ଚାଲଇ ଅଭ୍ୟାସର ବଳେ" ଅବସ୍ଥା।
ଏ ବରଷା ଜାଗାରେ ଏ ଭରସା ବୋଧେ ଠିକ୍ ହୋଇଥାନ୍ତା।
ଯୁଗଳ ଗାୟନ ପୀରତି ପୀରତି - ଶିପ୍ରା ଓ ନିର୍ମଳା (ମାଣିକ ଯୋଡ଼ି) ଏ ରଙ୍ଗ ରହିବନାହିଁ - ସିକନ୍ଦର ଓ ପ୍ରଣବ ଅନ୍ୟ (ସୂର୍ଯ୍ୟମୁଖୀ) ଜନ୍ମମାଟି ପଲ୍ଲୀ ଡାକେ - ସିକନ୍ଦର ଓ ରଘୁନାଥ ଅନ୍ୟ (ଭାଇ ଭାଉଜ) ହେମ ହରିଣୀ - ନିର୍ମଳା ଓ ଶିପ୍ରା (କିଏ କାହାର) ଅଳପ ହସରେ - ସିକନ୍ଦର ଓ ଅକ୍ଷୟ (ଅଦିନ ମେଘ) ଏ ବନ ଝରଣା - ଚିତ୍ତ ଓ ସିକନ୍ଦର (ମନ ଆକାଶ)
ଶୁଭ ବିବାହ ବାଜେରେ - ନିର୍ମଳା ଓ ଶିପ୍ରା (ଘର ସଂସାର)
ଏବେ ତାମାନେ ପ୍ରତ୍ୟେକ ଗୀତର ଏକାଧିକ ଭିଡ଼ିଓର ଆବଶ୍ଯକତା ରହିଛି ୧) ଅଡ଼ିଓ ୨) ଭିଡ଼ିଓ ୩) ଅଡ଼ିଓ (ଲିରିକାଲ୍) ୪) ଭିଡ଼ିଓ (ଲିରିକାଲ୍) ୫) ଅଡ଼ିଓ (ସଂଳାପ ସହ) ୬) ଭିଡ଼ିଓ (ସଂଳାପ ସହ) ୭) ଅଡ଼ିଓ (ରିମିକ୍ସ) ୮) ଭିଡ଼ିଓ (ରିମିକ୍ସ) ୯) ଅଡ଼ିଓ (କ୍ରିଏଟିଭ) ୧୦) ଭିଡ଼ିଓ (କ୍ରିଏଟିଭ) ୧୧) ଅଡ଼ିଓ (ପୁଣିଥରେ) ୧୨) ଭିଡ଼ିଓ (ପୁଣିଥରେ)

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...