Sunday, 15 May 2022

ଶିକ୍ଷିତ ଗୋଷ୍ଠୀ ଧର୍ମାନ୍ଧବାଦୀଙ୍କ ଶରଣରେ

 


ସ୍ୱାଧୀନତା ପରେ ଯେଉଁ ଆଶାବାଦର ସୁଅ ଛୁଟିଥିଲା ତାହା ଆମ ଜୀବନ କାଳ ମଧ୍ଯରେ ପୁରା ହୋଇପାରିଲା ନାହିଁ। ଓଡ଼ିଶାର ବର୍ତ୍ତମାନର ଅବସ୍ଥା ତଳିତଳାନ୍ତ କିନ୍ତୁ ଶିକ୍ଷିତ ଗୋଷ୍ଠୀ ଧର୍ମାନ୍ଧବାଦୀଙ୍କ ଶରଣରେ। ଦେବୀନଈ କୂଳରେ ଆମ ଗାଁ ସାଇଲୋ ଝାରପଡାରୁ ଶିଖିଥିବା ଓଡ଼ିଆଭାଷା ହିଁ ସବୁଠାରୁ ବଡ ସାନ୍ତ୍ବନାର ବିଷୟ। ଅନ୍ୟଜିଲ୍ଲାର ବର୍ଣ୍ଣ ଟିକେ ଛାଡିଯିବ।
ବିଜେପିର ପ୍ରଚୁର ସମର୍ଥକ କିନ୍ତୁ ସମସ୍ତେ ପ୍ରଚାରବାଦୀ। ବିଶ୍ଳେଷଣର ସ୍ୱାଧୀନତା ସେମାନଙ୍କ ପାଖରେ ନାହିଁ। ବର୍ଷ ପରେ ବର୍ଷ ସେଇ ଏକା ରାମଲୀଳା ବିନା ପ୍ରତିବାଦରେ ଉପଭୋଗ କରନ୍ତି। ଓଡ଼ିଆ କିନ୍ତୁ ସ୍ୱାଧୀନଚେତା। ସେ କୌଣସି ପ୍ରକାର ଧାର୍ମିକତା ବା ପରମ୍ପରାର ଦାସ ନୁହେଁ। ବିଶାଳ ମନ୍ଦିର ଦେଖି ଅଭିଭୁତ ହୁଏନାହିଁ। ନିଜର ବିଶାଳତାକୁ ଖୋଜେ।
ଦୟାକରି, ମୋର ଗୋଟିଏ ଯୋଡ଼ିଏ ଟ୍ୱିଟ୍ ପଢି କଦର୍ଥ କରନ୍ତୁ ନାହିଁ। ବିସ୍ତ୍ରୁତ ବିଚାରଧାରା ସମ୍ବନ୍ଧରେ ଅବଗତ ହେବାପାଇଁ ମୋର ଓଡ଼ିଆ ଓଳିଆ ବ୍ଲଗ୍ ପ୍ରାଙ୍ଗଣରେ କିଛି ସମୟ ଅତିବାହିତ କରନ୍ତୁ। ମୋର କଷ୍ଟ ଅର୍ଜିତ ଅଭିଜ୍ଞତାରୁ କିଛି ଆହରଣ କରିବାକୁ ଚେ଼ଷ୍ଟା କରନ୍ତୁ। ତାଛଡା, Savitri Era ବ୍ଲଗ୍ ମଧ୍ଯ ରହିଛି। odiaolia.blogspot.com/2022/04/blog-p
ଗଣତନ୍ତ୍ରରେ ସମସ୍ତଙ୍କର ସମାନ ସ୍ୱାଧୀନତା ରହିଛି କିନ୍ତୁ ସମାନ ସୁଯୋଗ ନାହିଁ। ଓଡ଼ିଶାରେ ଅଣଓଡ଼ିଆମାନେ ଚକ୍ରବ୍ୟୁହ ରଚନାକରି ଶାସନତନ୍ତ୍ର ନିଜ କବଳରେ ରଖିଛନ୍ତି। ଏହା ହୁଏତ ବିଧିସମ୍ମତ କିନ୍ତୁ ନ୍ଯାୟସଙ୍ଗତ ନୁହେଁ। ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱ୍ରରଉତ୍ତୋଳନ କରିବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ଯ। ଜଣେ ଓଡ଼ିଆ ଓଡ଼ିଶାର ମୁଖ୍ଯ ହେବେ।
ଓଡ଼ିଶାରେ ଆଜି ମୁଁ ନେତା ବୋଲି କହିବା ଲାଗି କାହାର ଯୁ ନାହିଁ। ସମସ୍ତେ ଅଣଓଡ଼ିଆଙ୍କ କ୍ରୀତଦାସ। ସେମାନଙ୍କ ଫଟର ପୋଷ୍ଟର୍ ହିଁ ଚାରିଆଡେ ଝୁଲୁଛି। କାହାରିକୁ ଲାଜ କି ଅପମାନ ବୋଧ ହେଉନାହିଁ। ଓଡ଼ିଆ ସ୍ୱାଭିମାନ ଜାଗ୍ରତ ହେଲେ ପରିବର୍ତ୍ତନ ଆସିବ। ଏହା ହୃଦୟର କଥା। ବ୍ଯଥା ବଢ଼ିଲେ ଆଗ୍ନେୟଗିରିର ଉଦ୍ଗୀରଣ ହେବ। ଗଣତନ୍ତ୍ର ପ୍ରତିଷ୍ଠା ହେବ।
ସ୍ୱାଭିମାନକୁ ଅବଲମ୍ବନ କରି ସାର୍ବଭୌମତ୍ୱ ଲାଭ କରିବାର ନିଆଁ ପ୍ରାୟ ସବୁ ରାଜ୍ୟରେ କୁହୁଳୁଛି। ଓଡ଼ିଆମାନେ କିନ୍ତୁ ଅଣଓଡ଼ିଆଙ୍କ କୁହୁକ ମାୟାରେ ସ୍ୱୀୟ ପରାକ୍ରମ ହରାଇ ବସିଛନ୍ତି। ପୂର୍ବ ଗୌରବ କଥା ନାଟକରେ ଦେଖି ଜୋର ତାଳି ବଜୋଉଛନ୍ତି। କିନ୍ତୁ ଆଜି ଯିଏ ଓଡ଼ିଆ ସ୍ୱାର୍ଥ ଏବଂ ସମ୍ମାନ ଲାଗି ଲଢି଼ବାକୁ ଚାହୁଁଛି ତାକୁ ଅଣଦେଖା କରୁଛନ୍ତି।
ଏଠି ଓଡ଼ିଆଙ୍କ ଅଭାବ ନାହିଁ ଓ ଆଗରୁ ବହୁତ ତୁମ୍ବିତୋଫାନ କରୁଥିଲେ କିନ୍ତୁ ମୁଁ ଏବେ ଅଣଓଡ଼ିଆଙ୍କ ବିରୁଦ୍ଧରେ ଯୁଦ୍ଧଘୋଷଣା କରିବା ପରଠୁଁ ଟିକେ ଥଣ୍ଡା ପଡିଛନ୍ତି। କାରଣ ବିବେକ ବାଧା ଦଉଚି। ଭଲକଥା, ଗୋଟିଏ ଶରରେ ଦୁଇଟି ପକ୍ଷୀ ଶିକାର। ଯେଉଁ ନେତାମାନଙ୍କ ଅର୍ଦ୍ଧାଙ୍ଗିନୀ ଅଣଓଡ଼ିଆ, ସେମାନେ ବି ଶିକୁଡି ଗଲେଣି। ମନେ ମନେ ମତେ ଶୋଧୁଛନ୍ତି।
ଗୋଟେ ଧାରଣା ହେଇ ଗଲାଣି ଯେ ପାଞ୍ଚ ବର୍ଷ ପରେ ଯାଇ ନିର୍ବାଚନ ହେବ। ନାଁ, ଲୋକେ ଚାହିଁଲେ ଏବେ ମଧ୍ଯ ହୋଇପାରେ। ଜନପ୍ରତିନିଧିମାନେ କିଣା ଚାକର ନୁହନ୍ତି ବା କାହାର ଗୋତି ଖଟୁନାହାନ୍ତି। ଅଣଓଡ଼ିଆ ମାନଙ୍କୁ ଶାସନରୁ ବିତାଡିତ କରିବାକୁ ଯଦି ସବୁ ଓଡ଼ିଆ ଅଣ୍ଟା ଭିଡି଼ ବାହାରି ଆସନ୍ତି, ତେବେ ଏହି ବର୍ଷ ଭିତରେ ବି ପରିବର୍ତ୍ତନ ହୋଇଯାଇପାରିବ।
ଏକଥା ସତ ଯେ, ବୃତ୍ତିଗତ କାରଣରୁ ବା ଅନ୍ୟାନ୍ୟ କର୍ମବନ୍ଧନ ଯୋଗୁ ସବୁ ଲୋକଙ୍କର ରାଜନୀତି ବିଷୟରେ ଆଲୋଚନା ସମାଲୋଚ଼ନା କରିବାର ସାହାସ ବା ସ୍ୱାଧୀନତା ନାହିଁ। ତଥାପି ମୋର ନିୟମିତ ନିବେଦନ ଦ୍ବାରା ସଚେତନତା ଯେ ବଢୁଛି, ଏହା ନିଃସନ୍ଦେହ। ଅଣଓଡ଼ିଆ ମାନଙ୍କର ବାହାସ୍ପୋଟ ଯେ କମିଛି, ଏହା ସହଜରେ ବାରି ହୋଇଯିବ। ବୈଧତା ନିଶ୍ଚୟ ହ୍ରାସ ପାଉଛି।
ଯେଉଁ ଉଦ୍ଦୀପନା ସହ କାଲି ଛେନାପୋଡ଼ ଖିଆ ହେଲା, ସେଇ ଉଦ୍ଦାମତା ସହ ଆଜି ଶପଥ ନିଅନ୍ତୁ ଯେ ଯାହାର ପିତା, ମାତା, ସ୍ୱାମୀ, ବା ସ୍ତ୍ରୀ ଅଣଓଡ଼ିଆ, ସେମାନେ ଓଡ଼ିଆଙ୍କ ଉପରେ ଶାସନ କରି ପାରିବେ ନାହିଁ। ନହେଲେ, ଓଡ଼ିଶାର ଭାଗ୍ଯ ପୋଡା ବୋଲି ଧରି ନେବାକୁ ପଡିବ। ଓଡ଼ିଆଙ୍କୁ ସମ୍ମାନ ତଥା ଅଧିକାର ଦେବାପାଇଁ ଏକତା ଓ ଦୃଢ଼ ଇଚ୍ଛାଶକ୍ତି ଆବଶ୍ଯକ।
ଓଡ଼ିଶାର ମୁଖ୍ଯମନ୍ତ୍ରୀ ହେବ ଜଣେ ଓଡ଼ିଆ ଓ ଓଡ଼ିଆ ଭାଷା ରାଜଗାଦିରେ ବସିବ। ତାହେଲେ ଯାଇ ଆମର କବି, ଲେଖକ, ଗାୟକ, ଓ ଅନ୍ଯାନ୍ଯ କଳାକାର ମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିବ। ତେଣୁ, ଅଣଓଡ଼ିଆଙ୍କ ପାଦପୂଜା କରିବା ବନ୍ଦ ହେବା ଦରକାର। ଅଣଓଡ଼ିଆଙ୍କ ଫଟ ଓଡ଼ିଶା ଭିତରେ କୋଉଠି ନ ଟାଙ୍ଗିବା ଦରକାର। ସଭାସମିତିରେ ଅଣଓଡ଼ିଆ ମଞ୍ଚକୁ ନ ଯାଆନ୍ତୁ।
ଓଡ଼ିଶାରେ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବ ବୋଲି ଆଶା କରାଯାଉ। ବର୍ତ୍ତମାନର ଦଳ ଗୁଡିକୁ ବିତାଡ଼ିତ କରି ଓଡ଼ିଆ ସ୍ୱାଭିମାନ ଭିତ୍ତିରେ ଗୋଟିଏ ନୂଆ ଦଳ ଶାସନକୁ ଆସୁ। ଏହା ହିଁ ସମୟର ଡାକ। ଘାସମୂଳ ସ୍ତରରୁ ରାଜନୀତି ହେଉ ଏବଂ ଯଥାର୍ଥ ଗଣତନ୍ତ୍ର ପ୍ରସ୍ଫୁଟିତ ହେଉ। ଧର୍ମକୁ ନେଇ ଅସ୍ୱାସ୍ଥ୍ୟକର ରାଜନୀତିକୁ ବଙ୍ଗୋପସାଗରରେ ଫିଙ୍ଗି ଦିଆଯାଉ।
କାହାରି ଉପରେ ନିର୍ଭର କରୁନଥିବା ଓ କେବଳ ଓଡ଼ିଆଙ୍କ ପାଇଁ ଭାବୁଥିବା କେହିଜଣେ ଆଜି ପର୍ଯ୍ୟନ୍ତ ମୁଖ୍ଯମନ୍ତ୍ରୀ ହୋଇପାରିଲେ ନାହିଁ। ଅଣଓଡ଼ିଆମାନେ ହିଁ ଶାସକ ହେଲେ। ଏହା ଏପରି ଦେହସୁହା ହେଇ ଯାଇଛି ଯେ ଓଡ଼ିଆ ସ୍ୱାଭିମାନ ପ୍ରସଙ୍ଗ କାହା ପସନ୍ଦକୁ ଆସୁନାହିଁ। ତଥାପି ଏହି ଅଭିଯାନ ଜାରି ରହିବ ଓ ଏଠାରେ ନଥିବା ଲୋକଙ୍କ ପ୍ରତିନିଧିତ୍ବ କରିବ।
ଓଡ଼ିଶାର ଇତିହାସ ଓ ସଂସ୍କୃତି ଅଲଗା। ତେଣୁ ସର୍ବଭାରତୀୟ ହଣ୍ଡାରେ ଘଣ୍ଟା ହେବା ଦ୍ବାରା ତାର ମୌଳିକତ୍ବ ନଷ୍ଟ ହେଉଛି। ତାପରେ ଆଞ୍ଚଳିକ ପରମ୍ପରା ଓ ସାହିତ୍ୟ ସବୁ ମଧ୍ଯ ରହିଛି। ଅଣଓଡ଼ିଆମାନେ ଏ ଦିଗ ପ୍ରତି ସମ୍ବେଦନଶୀଳ ନୁହନ୍ତି। ଅନ୍ୟ ରାଜ୍ଯର ରିତିନୀତି ଓଡ଼ିଆଙ୍କ ଉପରେ ଲଦିବାକୁ ଚାହାନ୍ତି। ଏପରି ଚେଷ୍ଟାର ତୀବ୍ର ବିରୋଧ ହେବା ଦରକାର।
ପ୍ରଥମେ ଟିଭି ଓ ପରେ ଇଣ୍ଟରନେଟ୍ ସୌଜନ୍ୟରୁ ସାହାଣମେଲା ହୋଇଗଲା। ଲୋକେ ସେଉଠୁ ସବୁ ଶିଖିବାର ପ୍ରଥା ଏକରକମ ପକ୍କା ହେଇଗଲା। ଓଳିଆରୁ ଗଜା ଆଉ ଯେଝା ହାତରେ ଯିଏ ଚଉଦପା। ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ। ହେଲେ, ବାଘ ଛେଳି ଏକା ତୁଠରେ ପାଣି ପିଇବା କେତେ ଦିନ? ମନ ଫଟାଫଟି ତ ହବ। ନିଷାପ ପାଇଁ ପୁଣି ବୁଢ଼ାଙ୍କୁ ଡକାହେଲା। ସମସ୍ତେ ନିଶାରେ।
ପଶ୍ଚିମବଙ୍ଗରେ ଅଣବଙ୍ଗାଳି ସମସ୍ୟା ତ ପୁରୁଣା କିନ୍ତୁ ଏବେ ସେମାନେ ସମସ୍ତେ ବିଜେପି ଖୁଆଡ଼ରେ। ଫଳତଃ, ମୁସଲମାନଙ୍କ ସମେତ ପ୍ରାୟ ସବୁ ବଙ୍ଗାଳି ମମତାଙ୍କ କବଳରେ। ଭାଷା ଓ ଐତିହ୍ୟକୁ ନେଇ ଅସମ୍ଭବ ସ୍ବାଭିମାନ। ସ୍ମୃତି ଓ ପରମ୍ପରାର ପସରା ରିତିମତ ଏକ ଶିଳ୍ପ। ଓଡ଼ିଶାରେ କିନ୍ତୁ ଶିକ୍ଷିତ ଗୋଷ୍ଠୀ ବିଜେପି ପ୍ରେମରେ ପଡ଼ିବା ଏକ ଦୁର୍ଭାଗ୍ଯ।
ଅଣଓଡ଼ିଆଙ୍କ ଦାସତ୍ବ ସହିତ ଓଡ଼ିଆମି ପ୍ରତି ହେୟଭାବ ବିଜେପିବାଲାଙ୍କ ଏକ ବଡ ଦୋଷ। ସଂସ୍କାର ନାଁରେ ଧର୍ମସଂସ୍କାରର ସବୁ ରାସ୍ତା ବନ୍ଦ କରିବା ହେଲା ତାଙ୍କ ଧର୍ମ। ବାହ୍ୟାଡ଼ମ୍ବର ଦ୍ବାରା ଜନମାନସକୁ ପ୍ରଭାବିତ କରିବାପାଇଁ ସେମାନଙ୍କ ପ୍ରଚେଷ୍ଟା ସଚ୍ଚୋଟପଣିଆର ଅଭାବ ଦର୍ଶାଏ। ଆଧୁନିକ ଚିନ୍ତାଧାରା ସହ ତାଙ୍କ ବିରୋଧଭାବ ହିଁ ସ୍ପଷ୍ଟ ଚିହ୍ନ।
ବିଭିନ୍ନ ପ୍ରକାରର ପ୍ରଚାରତନ୍ତ୍ରର ଆମେ ଶିକାର। ଦୁଇରେ, ଜୀବନ ବା ସମାଜ ସମ୍ବନ୍ଧରେ କୌଣସି ସଠିକ୍ ତତ୍ତ୍ବ ନାହିଁ। ଏ ସ୍ଥିତିରେ, ପୂର୍ବାପର ପ୍ରସଙ୍ଗ ପୃଷ୍ଠଭୂମିରେ ରଖିବା ପୂର୍ବକ ପ୍ରତିଟି ଜିନିଷକୁ ଠିକ୍ ଭାବରେ ବୁଝିବା ପାଇଁ ଆଗଭର ହେବା ଏକ ବଡ ଦାୟିତ୍ୱ। ଶୁଭେଚ୍ଛା ଭାବ ସହ ନିର୍ଲିପ୍ତ ଦୃଷ୍ଟିକୋଣ ହିଁ ଯଥାର୍ଥ ଚିତ୍ରର ସନ୍ଧାନ ଦିଏ।
୧୯୬୪ରେ ଭୁବନେଶ୍ୱରରେ କଙ୍ଗ୍ରେସ ଅଧିବେଶନ ହୋଇଥିଲା ଓ ମୁଁ ଓଆରଟି ବସରେ ବସି ଦେଖିବାକୁ ଯାଇଥିଲି। ସେବେଠାରୁ ରାଜନୀତି ସହ ପରିଚୟ। ସେହିବର୍ଷ ଶ୍ରୀଅରବିନ୍ଦ ସୋସାଇଟିର କନଫରେନ୍ସ କଟକରେ ଅନୁଷ୍ଠିତ ହୋଇଥିଲା ଏବଂ ଆମ ଗାଁରେ ପାଠଚକ୍ର ଓ ନବଜ୍ୟୋତି ପତ୍ରିକା ମାଧ୍ୟମରେ ମୁଁ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଆଦର୍ଶ ସମ୍ପର୍କରେ ଜାଣିବାକୁ ପାଇଲି।
ରାଜତନ୍ତ୍ର ଗୌରବର ବିଷୟ ନୁହେଁ କିମ୍ବା ରାଜା ମାନେ ପ୍ରତିଯୋଗିତା ପୂର୍ବକ ପ୍ରଜାଙ୍କୁ ଶୋଷଣ କରି ଯେଉଁ ମନ୍ଦିର ସବୁ ନିର୍ମାଣ କରିଥିଲେ ତା ମଧ୍ଯ ଗର୍ବର ବିଷୟ ହୋଇନପାରେ। ନିକଟ ଅତୀତରେ ରାଜାମାନଙ୍କ ପୃଷ୍ଠପୋଷକତାରେ ବୈଷ୍ଣବ କବିମାନେ ରଚନା କରିଥିବା କାବ୍ୟକବିତା ସବୁ ଦୁର୍ବୋଧ୍ୟ। ତେଣୁ ଆଧୁନିକତାର ବାର୍ତ୍ତାବହ ହେବା ଏକ ବଡ ଆବଶ୍ଯକତା।
୩.୮.୭୫ - ଓଡ଼ିଶାରେ ଟିଭି ଯୁଗ
କେବଳ ବର୍ତ୍ତମାନସର୍ବସ୍ବ ନହୋଇ, ଭବିଷ୍ଯତର ସମ୍ଭାବନା ପ୍ରତି ଆଶାୟୀ ହୋଇ ରହିବା ଏକାନ୍ତ ପ୍ରୟୋଜନ। ଅତୀତ ତ ମୂଳଦୁଆ ମାତ୍ର; ପରିବର୍ତ୍ତନର ଏକ ଜୁଆର ଆସିପାରେ। ପୃଥିବୀ ଉପରେ ଦିନେ ଘାସପତ୍ରଟିଏ ବି କଅଁଳୁନଥିଲା। କିନ୍ତୁ ଆଜିର ଦୃଶ୍ଯ ଅଲଗା। ତେଣୁ ବିବର୍ତ୍ତନର ଧାରାରେ କିଭଳି ଅଭୂତପୂର୍ବ ଘଟଣା ସବୁ ଘଟିପାରେ ତାହା କଳ୍ପନା କରିବା କଷ୍ଟ।
ଆଜିଯାଏ ଅଣଓଡ଼ିଆମାନେ ଓଡ଼ିଶାକୁ ଶାସନ କରିଆସିଛନ୍ତି। ତା ମାନେ ନୁହେଁ ଯେ ସେମାନେ ସବୁଦିନ ଧରି ଶାସନ କରିବେ। କେବଳ ସେହିମାନେ ଯେ ପାରିବାର ନେତା ଓ ତାଙ୍କୁ ତାଳ ଦେବାପାଇଁ ଅନ୍ୟ କୌଣସି ଓଡି଼ଆ ଲୋକ ଅକ୍ଷମ, ଏପରି ଭାବିବା ଭୂଲ। ଦୁଇ ଦଶକ ଧରି କୌଣସି ନୂଆ ଚେହେରା ନଦେଖିବା ଫଳରେ ଯୁବମାନସରେ ଏପରି ଭ୍ରାନ୍ତଧାରଣା ଦୃଢ଼ ହେବା ସ୍ବାଭାବିକ।
ବିବେକଦଂଶନ କଲା ଭଳିଆ ଭଲ ପ୍ରଶ୍ନଟିଏ ଆପଣ ଉଠେଇଛନ୍ତି। ପ୍ରକୃତରେ ଏହାର କୌଣସି ସମାଧାନ ନାହିଁ। ଖାଲି ତୁଚ୍ଛା କଥାରେ ସମୟ ଅପଚୟ କରିବା କଥା। ଯେବେ ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ରହିଛି, ସେ ଯେଉଁ ନୂଆବର୍ଷକୁ ମାନୁଛି ତାହା ହିଁ ବଳବତ୍ତର ରହିବ। ଭାବପ୍ରବଣତାର ବଶବର୍ତ୍ତୀ ହୋଇ ବର୍ଷକୁ ଚାରି ପାଞ୍ଚଟା ନୂଆବର୍ଷ ପାଳନ କରିବା ହାସ୍ଯାସ୍ପଦ।
ମନ୍ଦିର ଓ ମେଳାମଉଛବ ଆଜିକାଲି ଏକପ୍ରକାର ଶିଳ୍ପରେ ପରିଣତ ହୋଇଛି। ଅର୍ଥନୈତିକ ନିଯୁକ୍ତି ଅଭାବରୁ ବହୁ ଯୁବକଯୁବତୀ ଏସବୁରେ ଅବସର ବିନୋଦନ ପାଇଁ ଏକତ୍ର ହେଉଛନ୍ତି। ଗୋଟିଏ ରାଜନୈତିକ ଦଳର ପ୍ରୋତ୍ସାହନ ମଧ୍ଯ ଏକ ମୁଖ୍ଯ କାରଣ। ପୁରୀକୁ ବର୍ତ୍ତମାନ ଯେପରି ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରାଯାଉଛି, ଓଡ଼ିଆମାନେ ୱେଟର୍ ହେବେ।
ବିଭିନ୍ନ ଦିବସ ପାଳନ ଅବସରରେ ଫମ୍ପା ଶୁଭେଚ୍ଛା ଜ୍ଞାପନ କରିବା ଏବେ ଘତରେ ପଡିଗଲାଣି। ମାହାଳିଆରେ ହଉଚି ବେଲି ବେଶୀ ଲୋକ ଆଗଭର ହଉଚନ୍ତି। ପ୍ରତି ଶୁଭେଚ୍ଛା ଟ୍ବିଟ୍ ସହିତ କିଛି ଅର୍ଥ ଦାନ କରି ଘୋଷଣା କଲେ, ଯଥାର୍ଥ ହୁଅନ୍ତା। ଆଗରୁ ଅନ୍ତତଃ କାର୍ଡ଼ଟିଏ କିଣିବାକୁ ପଡୁଥିଲା। ମୁଁ ତ ପ୍ରିଣ୍ଟ କରୋଉଥିଲି। ଏବେ, ସେ ବାବଦ ଖର୍ଚ୍ଚ ବି ନାହିଁ!
କେମିତି ଜଣେ ଓଡ଼ିଆ ଲୋକ ମୁଖ୍ଯମନ୍ତ୍ରୀ ହେବେ ସେଥିପାଇଁ ସମସ୍ତଙ୍କର କାମନା, ସାହାଯ୍ୟ, ଓ ସହଯୋଗ ଦରକାର। ଯଦି ପ୍ରତ୍ୟେକ ବ୍ଯକ୍ତି ଜଣକ ନାମ ମନୋନୟନ କରନ୍ତେ ତାହେଲେ ଅତି ସହଜରେ ଲୋକପ୍ରିୟତା କଳନା କରି ହୁଅନ୍ତା। ଓଡ଼ିଆମାନଙ୍କ ଭିତରେ କେହି ଯୋଗ୍ୟ ନେତା ନାହାନ୍ତି ବୋଲି ଯେଉଁ ଏକ ଭିତ୍ତିହୀନ ଧାରଣା ବ୍ଯାପିଛି ତାର ଆଶୁ ଅବସାନ ଘଟନ୍ତା।
ରାତି ଦଶଟା ବାଜିଲା। ଏ ପର୍ଯ୍ୟନ୍ତ ଓଡ଼ିଆ ନୂଆବର୍ଷ ଉପରେ ଯୁକ୍ତିତର୍କ ସରିଲା ନାହିଁ। କିଛିଦିନ ତଳେ ହିନ୍ଦୁ ନୂଆବର୍ଷ ପାଇଁ ଜୋରସୋରରେ ପ୍ରଚାର ଚାଲିଥିଲା!
ଖାଲି ଓଡ଼ିଆ ନୁହଁନ୍ତି, ବଙ୍ଗାଳିମାନେ ବି ନୂଆବର୍ଷକୁ ନେଇ ଭ୍ରମାତ୍ମକ ସ୍ଥିତିରେ। ସୌର ଓ ଚାନ୍ଦ୍ରମାସ ମଧ୍ଯରେ ସଙ୍ଗତି ଆସିବ କେମିତି?
ପିଲାଦିନେ କଟକରେ କାଠଯୋଡ଼ି କୂଳରେ ଅପରାହ୍ନରେ ବୁଲିବାର ମଧୁର ସ୍ମୃତି ଜୀବିତ ରହିଛି। ସେତେବେଳେ ରିଙ୍ଗରୋଡ଼ ନଥିଲା। ଓଡ଼ିଶାରେ ଏତେ ନଈ କିନ୍ତୁ ନଇକୂଳକୁ ଭ୍ରମଣ ସ୍ଥାନ ଭାବରେ ଉପଯୋଗୀ କରାଯାଇ ପାରିନାହିଁ। ଚନ୍ଦନନଗରର ନଇକୂଳ ରାସ୍ତା ବା "ଷ୍ଟ୍ରାଣ୍ଡ" ବଡ଼ ପ୍ରସିଦ୍ଧ। ଶ୍ରୀଅରବିନ୍ଦ ୧୯୧୦ ରେ ଏଠାରେ କିଛି ଦିନ ଅଜ୍ଞାତବାସ କରିଥିଲେ।
ସେଇ ଗୋଟିଏ କଥା ଓ ସେଇ ଗୋଟିଏ ବ୍ୟଥା। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ହେବ। ଅନ୍ୟ କେହି ଏ ବିଷୟକୁ ଗୁରୁତ୍ବ ଦେଉନାହାନ୍ତି। ସମସ୍ତେ ବିଭିନ୍ନ ଉତ୍ସବ ପାଳନରେ ବ୍ଯସ୍ତ। ତଥାପି, ଓଡ଼ିଶାର ମୁଖ୍ଯ ସମସ୍ୟା ବର୍ତ୍ତମାନ ଏଇ ଗୋଟିଏ। ସମାଧାନ କରିବାର ବାଟ ମଧ୍ଯ ଗୋଟିଏ। ସମସ୍ତେ ଚାହିଁଲେ ହେବ। ଅଣଓଡ଼ିଆ ମାନଙ୍କୁ ଉଚ୍ଚପଦରୁ ତଡିଦିଆଯିବ।
କ୍ଷମତାରେ ବସିରହିବା ନିମନ୍ତେ ଯେତେପ୍ରକାର କଳକୌଶଳ ଦରକାର ସବୁ ତ ଅବଲମ୍ବନ କରାଯାଉଛି। ତଥାପି ସମୟ ଯେତେବେଳେ କଡ଼ ଲେଉଟେଇବ, ସେତେବେଳେ କେହି ତାକୁ ଅଟକେଇ ପାରିବେ ନାହିଁ। ସେ ସୁଯୋଗର ସଦ୍ ବ୍ୟବହାର ପାଇଁ ପ୍ରସ୍ତୁତି ଆବଶ୍ଯକ। ଦଳୀୟ ବ୍ଯବସ୍ଥାକୁ ଏଡେଇଦେଇ ଘାସଚେର ପଦ୍ଧତିରେ ଜେପିଙ୍କ ସ୍ବପ୍ନ ସାକାର କରିବାପାଇଁ ବଦ୍ଧପରିକର ହେଲେ ହେବ।
ଧାଡ଼ିଏ ଲେଖିଲେ ସାରା ବିଶ୍ବ ପଢ଼ିପାରିବ। ଇଣ୍ଟରନେଟର ଇଏ କେତେବଡ଼ ଅବଦାନ। ଅଥଚ ଆମେ ତାକୁ ଆଜି ହେୟଜ୍ଞାନ କରୁଛୁ। ଅନେକଙ୍କୁ ଉହ୍ୟ କରିଦେବା ପାଇଁ ଚେ଼ଷ୍ଟା କରୁଛୁ। ଜେପି ଆନ୍ଦୋଳନ ସମୟରେ ଲୁଚି ଲୁଚି ଆମେ ମୁକ୍ତିକାମୀ ପତ୍ରିକା ବାଣ୍ଟୁଥିଲୁ। ପରିବର୍ତ୍ତନ ଆସିଲା। ତେଣୁ ଓଡ଼ିଶାରେ କ୍ଷମତାଚ୍ୟୁତ କରାଇବା କିଛିଗୋଟାଏ ବିଚିତ୍ରକଥା ନୁହେଁ
ଗଲା ଷାଠିଏ ବର୍ଷ କେବଳ ବିଭ୍ରାନ୍ତ ଅବସ୍ଥାରେ କଟିଛି। ଓଡ଼ିଆ ଭାଷା ଯେଉଁ ସ୍ଥାନରେ ପହଞ୍ଚିବା କଥା ତାର ଅୟମାରମ୍ଭ ମଧ୍ଯ ହୋଇନାହିଁ। ଅଣଓଡ଼ିଆମାନଙ୍କର ଏ ଦିଗ ପ୍ରତି ଭ୍ରୁକ୍ଷେପ ନାହିଁ। ନା ଅଛି ଭାଷା ପ୍ରତି ମମତା, ନା ଅଛି ଆକର୍ଷଣ। ଚାଉଳ ଯେ ଭାଷା ଆଗରେ ମୁଣ୍ଡ ନୁଆଁଇବ ଏହା ପ୍ରମାଣ କରିବାକୁ ପଡିବ ଏବଂ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବ।
ଅଣଓଡ଼ିଆଙ୍କ ପାଖରେ ସବୁକିଛି ଅଛି କିନ୍ତୁ ମୋ ପାଖରେ କେବଳ ଭାଷା। ତା'ରି ବଳରେ ମୁଁ ଏତେ ବଡ଼ ପଦକ୍ଷେପ ନେବା ପାଇଁ ସାହାସ କରିଛି। ଶିକ୍ଷିତ ଓଡ଼ିଆମାନେ ଏହାର ତାତ୍ପର୍ଯ୍ୟ ବୁଝି ମୋତେ ସମର୍ଥନ ପ୍ରଦାନ କରିବେ ବୋଲି ଆଶା ଓ ବିଶ୍ବାସ। ଓଡ଼ିଶାର କୋଣ ଅନୁକୋଣରେ ଏହି ବାର୍ତ୍ତା ପ୍ରତିଧ୍ବନିତ ହେଉ। ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା ହେଉ।
ପଚାଶ ବର୍ଷ ପୂର୍ବେ ଓଡ଼ିଆ ଭାଷାର ଅବସ୍ଥା ଯଥେଷ୍ଟ ସମ୍ମାନଜନକ ଥିଲା। ଭାଷାକୁ ନେଇ ଲୋକଙ୍କ ମନରେ ଶ୍ରଦ୍ଧା, ଗର୍ବ, ତଥା ସ୍ବାଭିମାନ ଥିଲା। କିନ୍ତୁ ରାଜନୈତିକ ପୃଷ୍ଠପୋଷକତା ଅଭାବରୁ ସ୍ଥିତି ଖରାପ ଆଡକୁ ଗଲା। ରାଉରକେଲା ମଡେଲ୍ ଓ ଦିଲ୍ଲୀ ମ୍ୟାଗନେଟ୍ ଅସନ୍ତୁଳନ ସୃଷ୍ଟି କଲା। ପ୍ରମିଦିଆର ବେପରୁଆ ଭାବ ଭାଷାର ମୌଳିକତାକୁ ଜଳାଞ୍ଜଳି ଦେଲା।
ଗଣତନ୍ତ୍ରର ଅଙ୍ଗ ଭାବରେ ପ୍ରମିଦିଆର ଭୂମିକା ବର୍ତ୍ତମାନ ବହୁତ ବେଶୀ। ଓଡ଼ିଶାରେ ଶାସନକଳ ବ୍ଯତୀତ ପ୍ରମିଦିଆ ମଧ୍ଯ ଅଣଓଡ଼ିଆଙ୍କ କର୍ତ୍ତୁତ୍ବରେ ରହିବା ହେଉଛି ଏକ ଯୁଗ୍ମ ବିପଦ। ସୁତରାଂ, ଜନମାନସକୁ ସୁସ୍ଥ ବାତାବରଣର ରାସ୍ତା ଦେଖେଇବା ପାଇଁ ବିଶେଷ ପ୍ରୟାସ ଆବଶ୍ଯକ। ଏବଂ ଏକଛତ୍ରବାଦ ବିରୁଦ୍ଧରେ ସଙ୍ଗ୍ରାମ ପାଇଁ ସାହାସ ଓ ଶକ୍ତି ପ୍ରୟୋଜନ।
ସମସ୍ତଙ୍କ ସକ୍ରିୟ ସହଯୋଗ ହିଁ ମାନବ ସଭ୍ଯତାର ସଫଳତାର ଲକ୍ଷଣ। ଗଣତନ୍ତ୍ର କ୍ଷେତ୍ରରେ ଏହା ଆହୁରି ବେଶୀ ପ୍ରଜୁଯ୍ୟ। ଅଣଓଡ଼ିଆଙ୍କ ଏକଛତ୍ରବାଦ ବଭିନ୍ନ ପ୍ରତିକୂଳ ଅବସ୍ଥା ସୃଷ୍ଟି କରିଛି ଓ ଲୋକମାନଙ୍କୁ ବଶୀଭୂତ କରିବା ନିମନ୍ତେ ସବୁ ପ୍ରକାର କଳକୌଶଳ ପ୍ରୟୋଗ କରାଯାଉଛି। ସେ ଚକ୍ରାନ୍ତକୁ ପଣ୍ଡକରିବା ପାଇଁ ଓଡ଼ିଆଙ୍କ ମଧ୍ଯରେ ଏକତା ଆବଶ୍ଯକ।
ଯେ କୌଣସି ଆକର୍ଷଣ ପଛରେ କିଛିମାତ୍ରାରେ ଯୌନପ୍ରେରଣା ଥିବା ଜଣାଶୁଣା। ତେଣୁ ମହିଳାମାନଙ୍କର ଅଣଓଡ଼ିଆ ନେତାମାନଙ୍କ ପ୍ରତି ଅତ୍ଯଧିକ ଭକ୍ତି ଓ ଆସକ୍ତି କିଛି ଆଶ୍ଚର୍ଯ୍ୟଜନକ ନୁହେଁ। ଭାଗବତ ମଧ୍ଯ ୟାକୁ ଭଗବତ୍ ପ୍ରେମର ଆଖ୍ୟା ଦେଇଛି। ସେ ସବୁ ଠିକ୍ ଅଛି। ଓଡ଼ିଶାର ଶାସନଭାର କିପରି ଓଡ଼ିଆଙ୍କ ହାତକୁ ଆସିବ ତାହା ବି ମହିଳାମାନଙ୍କର ଦାୟିତ୍ୱ।
ପୁଣି ଥରେ ମନେପକାଇ ଦେଉଛି ଯେ ଯାହାର ପିତା, ମାତା, ସ୍ୱାମୀ, ବା ସ୍ତ୍ରୀ ଅଣଓଡ଼ିଆ, ସେମାନେ ଓଡ଼ିଆଙ୍କ ଉପରେ ଶାସନ କଲେ ଓଡ଼ିଆଙ୍କୁ ଯଥାଯୋଗ୍ୟ ସମ୍ମାନ କିମ୍ବା ଅଧିକାର ମିଳିପାରିବ ନାହିଁ। ତେଣୁ ସେଭଳି ଭଦ୍ରଲୋକ ଡକାୟତମାନଙ୍କୁ କ୍ଷମତାରୁ ବିତାଡ଼ିତ କରିବା ପାଇଁ ସମସ୍ତେ ସ୍ବର ଉତ୍ତୋଳନ କରିବା ଦରକାର। ଅଣଓଡ଼ିଆଙ୍କ ପାଦପୂଜା ବନ୍ଦ ହେଉ।
ରାଜନୀତି ହେଉଛି ସ୍ଥାନୀୟ କିନ୍ତୁ କେତେବର୍ଷ ହେଲା କେନ୍ଦ୍ର ଓ ରାଜ୍ଯ ରାଜନୀତି ଅଲଗା ବୋଲି କହି ଲୋକଙ୍କ ଭୋଟ ଠକିନିଆଯାଉଛି। ଅଣଓଡ଼ିଆମାନେ ହିଁ ସ୍ବର୍ଗରୁ ଗଳିଛନ୍ତି ବୋଲି ଲମ୍ବାଚୌଡା଼ ଭାଷଣ ଦିଆଯାଉଛି। ଦୁଃଖର କଥା ଯେ ସେଇ ମଞ୍ଚଉପରୁ ପୁଣି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଉଛି। ଏପରି ଅସଙ୍ଗତ, ଅବାନ୍ତର, ଓ ଅଲାଜୁକ କଥାକୁ ଆଉ କଣ କହିବ?
୧) ଅଣଓଡ଼ିଆଙ୍କ ବୋକଚାବୁହା ହେବାନାହିଁ ୨) ଅଣଓଡ଼ିଆଙ୍କ ଜୟଗାନ କରିବାନାହିଁ ୩) ଅଣଓଡ଼ିଆଙ୍କ କ୍ରୀତଦାସ ହେବାନାହିଁ ୪) ଅଣଓଡ଼ିଆଙ୍କ ପାଦପୂଜା କରିବାନାହିଁ ୫) ଅଣଓଡ଼ିଆଙ୍କ ଗୋଡ ମାଲିସ୍ କରିବାନାହିଁ ୬) ଅଣଓଡ଼ିଆଙ୍କ ଜୋତା ପାଲିସ୍ କରିବାନାହିଁ ୭) ଅଣଓଡ଼ିଆଙ୍କ ସହ କୌଣସି ସାଲିସ୍ କରିବାନାହିଁ ୮) ଅଣଓଡ଼ିଆଙ୍କ କୌଣସି ସଭାକୁ ଯିବାନାହିଁ
ଓଡ଼ିଆମାନେ ଓଡ଼ିଶା ବାହାରେ ପ୍ରଭାବଶାଳୀ ହୋଇନପାରିବାରେ ବିଶେଷ କିଛି ଯାଏ ଆସେ ନାହିଁ। କିନ୍ତୁ ଓଡ଼ିଶା ଭିତରେ ପରମୁଖାପେକ୍ଷୀ ହୋଇ ଅସହାୟ ଅବସ୍ଥାରେ ରହିବା ଆଦୌ ସମିଚୀନ ନୁହେଁ। ଦୈନିକ ଖବରର ବାହୁଲ୍ଯ ତଳେ ପୋତିହୋଇ ପଡୁଥିବା ଏହି ମୂଳସମସ୍ୟାଟି ପ୍ରତି ଦୃଷ୍ଟି ଆକର୍ଷଣ କରାଇବା ମୋର ଉଦ୍ଦେଶ୍ଯ। ତାଦ୍ବାରା ଜଣେ ସଚେତନ ହେଲେ ବି ଯଥେଷ୍ଟ।
ଓଡ଼ିଆମାନଙ୍କୁ ବିଭିନ୍ନ ପ୍ରକାରର ବାହାନାରେ ମତେଇ ତାଙ୍କୁ ଅଣଓଡ଼ିଆଙ୍କ ପ୍ରଶଂସକରେ ପରିଣତ କରିବାଠାରୁ ହୀନ କାର୍ଯ୍ୟ ଆଉ ନାହିଁ। ଯେଉଁ ଏଜେଣ୍ଟମାନେ ବଡ଼ ଉତ୍ସାହ ଓ ଉଦ୍ଦୀପନା ସହ ଏହି ଅଭିଯାନରେ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ସେମାନଙ୍କୁ ବାରମ୍ବାର ଆତ୍ମାବଲୋକନ କରିବାକୁ ଅନୁରୋଧ। ଓଡ଼ିଆ ଭାବରେ କର୍ତ୍ତବ୍ଯ ନିର୍ଦ୍ଧାରଣ କରିବା ଉଚିତ୍।
ଯଦିଓ ଇତିହାସ ଉପରେ ମୋର କାମଚଳା ଜ୍ଞାନ ରହିଛି, ବର୍ତ୍ତମାନର ସମସ୍ୟାକୁ ଇତିହାସ ସହ ଯୋଡ଼ିବାର ଆବଶ୍ଯକତା ନାହିଁ ବୋଲି ମୁଁ ଭାବୁଛି। ଓଡ଼ିଆଭାଷା ଯେ ଅନ୍ୟ ଭାଷାମାନଙ୍କ ଦ୍ବାରା ସଂକ୍ରମିତ ତଥା ସଙ୍କୁଚିତ ହେଉଛି, ଏହା ଦିବାଲୋକ ପରି ସ୍ପଷ୍ଟ। ତାଛଡା଼, ଏକ ବୃହତ୍ତର ଆଦର୍ଶର ଆଳରେ ପ୍ରକୃତିଗତ ଓଡ଼ିଆ ପରିଚୟକୁ ନ୍ଯୁନ ଏବଂ ଖର୍ବ କରାଯାଉଛି।
ଓଡ଼ିଶାର ଭୋଟର୍ ମାନେହିଁ ଓଡ଼ିଆଙ୍କ ଭାଗ୍ଯ ପରିବର୍ତ୍ତନ କରିପାରିବେ। କିନ୍ତୁ ସେଥିପାଇଁ ଆବଶ୍ଯକ ଏକ ସୁଚିନ୍ତିତ ରଣନୀତି। ଅଣଓଡ଼ିଆଙ୍କ କର୍ତ୍ତୁତ୍ବ ବିରୁଦ୍ଧରେ ଅଭିଯାନ ହିଁ ସବୁଠାରୁ ଉପଯୋଗୀ। ସାମାଜିକ ସ୍ତରରେ ଅଣଓଡ଼ିଆଙ୍କ ସହ ଅସହଯୋଗ ଅସମ୍ଭବ କିନ୍ତୁ ଶାସନଗାଦିରୁ ସେମାନଙ୍କୁ ହଟାଇବା ପାଇଁ ସଙ୍କଳ୍ପବଦ୍ଧ ହେବା ଏହି ଯୁଗସନ୍ଧିର ଡାକ।
ସାଧାରଣ ନାଗରିକମାନଙ୍କୁ ଓଡ଼ିଆ ବୋଲି ନକହି ହିନ୍ଦୁ ବୋଲି କହିବା ଏକ ଚକ୍ରାନ୍ତ ଯାହାଦ୍ବାରା ଅଣଓଡ଼ିଆଙ୍କ ଦାସତ୍ବ ଏକମାତ୍ର ସତ୍ଯ ବୋଲି ପ୍ରତିପାଦିତ ହେବ। ତାଛଡା଼, ସମ୍ବିଧାନକୁ ଏଡେଇଦେଇ ଧର୍ମଗୁରୁମାନଙ୍କ ଆଦେଶକୁ ଲୋକମାନଙ୍କ ଉପରେ ଲଦିଦେବା ଅନିବାର୍ଯ୍ୟ ହେବ। ଯୁବକ ଯୁବତୀମାନେ ଏପ୍ରକାର ଶଠ ପ୍ରରୋଚନାରୁ ଦୂରରେ ରହିବା ପାଇଁ ଅନୁରୋଧ।
ସାମାଜିକ ସଂହତି ଓ ସୁସଙ୍ଗତି ନିମନ୍ତେ ସୁସ୍ଥ ଗଣତନ୍ତ୍ର ଓ ମୂଲ୍ୟଭିତ୍ତିକ ରାଜନୀତି ଅପରିହାର୍ଯ୍ୟ। ଏହି ଦାଯିତ୍ବ ପ୍ରତ୍ୟେକ ବ୍ଯକ୍ତିଙ୍କ ଉପରେ। କିନ୍ତୁ ପିଲାଳିଆମି କରି ଖେଳର ନିୟମ ଭାଙ୍ଗିଲେ ଭବିଷ୍ଯତ ପାଇଁ ବିପଦ। ଜାତି, ଧର୍ମ, ଓ ବର୍ଣ୍ଣକୁ ଛାଡି଼ ଭାଷାଭିତ୍ତିରେ ରାଜନୀତି ହେବ। ଓଡ଼ିଆମାନେ ଗୋଟିଏ ଛାଇମୁଣ୍ଡିଆ ତଳେ ଏକତ୍ରିତ ହେବେ।
ଇତିହାସର ପୃଷ୍ଠାକୁ ନେଇ ଅଭିଯୋଗ କରିବାର ବାଟ ତ ବହୁତ କିନ୍ତୁ ଏହା ସତ ଯେ ତା'ର କିଛି ଉତ୍ତର ନାହିଁ। ବର୍ତ୍ତମାନ ହିଁ ପ୍ରକୃଷ୍ଟ ସୁଯୋଗ ଭବିଷ୍ଯତକୁ ସଜାଡ଼ିବା ପାଇଁ। ଅଣଓଡ଼ିଆଙ୍କ ଗୋଡ଼ାଣିଆ ନହେବା ଲାଗି ମୋର ନିବେଦନ ଯେ ଅନ୍ୟମାନଙ୍କ ସ୍ବୀକୃତି ଲାଭକରୁଛି, ଏହା ଏକ ଆଶାର କିରଣ। ଟ୍ବିଟର ମାଧ୍ଯମରେ ବି ସରକାର ପରିବର୍ତ୍ତନ କରାଯାଇପାରେ।
ଜଣେ ଓଡ଼ିଆବ୍ଯକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଏହା ମୋର ଦାବି। ଅନ୍ୟକେହି ପ୍ରାର୍ଥି ନଥିବାରୁ ମୁଁ ସମର୍ଥନ ସଙ୍ଗ୍ରହ କରୁଛି। ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଶାବାସୀ ଏଥିରେ ସହଯୋଗ କରିବେ ବୋଲି ଆଶା। ଏପରିକି ଅଣଓଡ଼ିଆମାନେ ମଧ୍ଯ ଓଡ଼ିଶାପ୍ରତି ଯେଉଁ ଅନ୍ୟାୟ ହୋଇଛି ତାହା ହୃଦୟଙ୍ଗମ କରି ମୋତେ ସମର୍ଥନ କରିବା ଅଯୌକ୍ତିକ ନୁହେଁ।
ଯାହାଙ୍କ ମାତୃଭାଷା ଓଡ଼ିଆ ନୁହେଁ ତାଙ୍କର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ଆଦୌ ହକ୍ ନାହିଁ। ଏହା ଦିବାଲୋକରେ ଡକାୟତି। ଏପ୍ରକାର ଅବୈଧ ଏକଛତ୍ରବାଦକୁ ଆଉ ପ୍ରଶୟ ଦିଆଯିବ ନାହିଁ। ପ୍ରତ୍ୟେକ ଓଡ଼ିଆ ସ୍ବରଉତ୍ତୋଳନ କରନ୍ତୁ ଓ ଯେଉଁମାନଙ୍କର ପତି, ପତ୍ନୀ ବା ବାପା, ମା ଅଣଓଡ଼ିଆ ସେମାନଙ୍କୁ ଶାସନକଳ ଏବଂ ଦଳର ଉଚ୍ଚପଦବୀରୁ ନିଷ୍କାସିତ କରନ୍ତୁ।
ଅଣଓଡ଼ିଆ ମୁଖ୍ୟମନ୍ତ୍ରୀ ଓ ତାଙ୍କୁ ବିରୋଧ କରୁଥିବା ବର୍ଗର ପ୍ରଭୁ ହେଲେ ଅଣଓଡ଼ିଆ ପ୍ରଧାନମନ୍ତ୍ରୀ। ଇୟେ ହେଲା ଓଡ଼ିଶାର ଦୁର୍ଭାଗ୍ଯ। ନିଜକୁ ନେତା ଯୋଗ୍ୟ ବୋଲି ଭାବିବା ପାଇଁ ମଧ୍ଯ କାହାରି ଶକ୍ତି ନାହିଁ; କହିବା ତ ଦୂରର କଥା। ମୋ ଟ୍ବିଟ୍ ପଢ଼ିକି ଡରରେ ମୂଷାପରି ଗାତରେ ଲୁଚୁଛନ୍ତି। ଓଡ଼ିଆଙ୍କର ଏଭଳି ଦୟନୀୟ ପରିସ୍ଥିତି କେବେବି ନଥିଲା।
ଓଡ଼ିଶାକୁ କି ଓଡ଼ିଆଙ୍କୁ ହିନ୍ଦୁ କିମ୍ବା ଜଗନ୍ନାଥଙ୍କ ସହ ସମାନାର୍ଥକ ବୋଲି ପ୍ରଚାରକରିବା ଏକ ଦୁରଭିସନ୍ଧି। ଯେଉଁମାନେ ହିନ୍ଦୁସ୍ବାର୍ଥଲାଗି ତତ୍ପର ଅଛନ୍ତି, ସେମାନେ ସମସ୍ତେ ଅଣଓଡ଼ିଆଙ୍କ ଏଜେଣ୍ଟ। ଓଡ଼ିଆମାନଙ୍କୁ ମେଣ୍ଢାଭଳି ଏକାଠିକରି ଅଣଓଡ଼ିଆ ଧର୍ମଗୁରୁ ଓ ସଙ୍ଘାଧିପତିମାନଙ୍କ ପାଦତଳେ ଭେଟି ଦେବାହିଁ ସେମାନଙ୍କର ପରୋକ୍ଷ ଉଦ୍ଦେଶ୍ଯ।
ସମସ୍ଯାତ ଅନେକ କିନ୍ତୁ ମୂଳରୋଗଟି ହେଲେ ମୁଖ୍ୟମନ୍ତ୍ରୀ। ଲୋକପ୍ରତିନିଧିମାନେ ଚାହିଁଲେ ନୂଆ ସରକାର ଗଠନ ହୋଇପାରେ। ସେମାନଙ୍କୁ ବୁଝେଇବା ଦାୟିତ୍ୱ ସ୍ଥାନୀୟ ଲୋକଙ୍କର। ଓଡ଼ିଆବୋଲି ନିଜ ପରିଚୟ ସାବ୍ଯସ୍ତ କରିବାର ଅଧିକାର ହେଉଛି ଭୋଟର୍ ମାନଙ୍କର। ଇଂରେଜମାନେ ସ୍ବତନ୍ତ୍ର ପ୍ରଦେଶ ଦେଇଥିଲେ। ତା ମର୍ଯ୍ୟଦା ରକ୍ଷାକରିବା ଭାର ଆମମାନଙ୍କ ଉପରେ।
ଅଣଓଡ଼ିଆଙ୍କ ଛତ୍ରଛାୟାତଳୁ ବାହାରିଆସିବାପାଇଁ ସାହାସ, ଦୃଢ଼ବିଶ୍ୱାସ, ଓ ତ୍ଯାଗକରିବାର ଶକ୍ତି ଦରକାର। ଏସବୁ ଆଜିକାଲି ବିରଳ ବସ୍ତୁ। ତଥାପି, ଉତ୍କଳଜନନୀଙ୍କ ଆହ୍ବାନ କେବେ ନା କେବେ ସଫଳ ହେବ। ଗଣତନ୍ତ୍ର ସେ ବନ୍ଦୋବସ୍ତ କରିଛି। ମୁଁ ଯଥାସାଧ୍ଯ ବୁଝେଇବାପାଇଁ ଚେ଼ଷ୍ଟାକରୁଛି। ମୂର୍ତ୍ତିରେ ଫୁଲମାଳ ପିନ୍ଧେଇବା ପରିବର୍ତ୍ତେ ଲୋକେ ବୁଝନ୍ତୁ।
୧) ଓଡ଼ିଶାରେ ଏକଛତ୍ରବାଦ ହଟେଇ ଗଣତନ୍ତ୍ର ସ୍ଥାପନ କରିବା ୨) ଓଡ଼ିଆକୁ ପ୍ରାଧାନ୍ଯ ଦେଇ ଏକତା ସୃଷ୍ଟି କରିବା ୩) ଧର୍ମାନ୍ଧତା ପ୍ରସାର କରୁଥିବା ଦଳ ଓ ସଙ୍ଗଠନ ଗୁଡିକୁ ଘଉଡ଼େଇବା ୪) ଅଣଓଡ଼ିଆଙ୍କ ମାଲିକାନାରେ ଚାଲୁଥିବା କୌଣସି ଦଳକୁ ଉଧେଇବାକୁ ଦେବାନାହିଁ ୫) ଅଣଓଡ଼ିଆଙ୍କ ସଭାସମିତିକୁ ଯିବାନାହିଁ ୬) ଅଣଓଡ଼ିଆଙ୍କ ପ୍ରମିଦିଆ ସହ ଅସହଯୋଗ
ବିଗତ ଷାଠିଏ ବର୍ଷ ଭିତରେ ଭାରତୀୟ ରାଜନୀତିରେ ଅନେକ ନାଟକୀୟ ପରିବର୍ତ୍ତନ ଘଟିଛି। ସେହି ପରିପ୍ରେକ୍ଷୀରେ ମୁଁ ଆଶାବାଦୀ ଯେ ଓଡ଼ିଶାରେ ବି ବିପ୍ଳବର ବାତ୍ଯା ବୋହିବ ଯେଉଁଥିରେ ଅଣଓଡ଼ିଆଙ୍କ ନେତୃତ୍ବରେ ପରିଚାଳିତ ଦଳସବୁ ମୂଳପୋଛ ହୋଇଯିବେ। ଓଡ଼ିଶାରେ ଓଡ଼ିଆ ଶାସନ କରିବେ। ଯଦି ମୋର ବାର୍ତ୍ତା ଏ ଦିଗରେ କାଣିଚାଏ ବି କାର୍ଯ୍ୟ କରେ ତା ବହୁତ।
ଏବେ ଯୁଦ୍ଧ ଚାଲିଛି ଏବଂ ଦେଶ ବିଶେଷ ଅନୁସାରେ ଦୃଷ୍ଟିକୋଣ ସବୁ ଭିନ୍ନଭିନ୍ନ। ଓଡ଼ିଶା ରାଜନୀତିର ସେମିତି ମତିଗତି ଅଲଗା। ଆଞ୍ଚଳିକ ସ୍ତରକୁ ଗଲେ ସେ ପୁଣି ଅଲଗା ରୂପ ଧାରଣ କରିବ। ସମସ୍ଯାଟି ହେଲା ଜଣେ ଲୋକ ଗାଦି ଛାଡି଼ବାକୁ ନାରାଜ। ତାଙ୍କୁ ତଡିବାର ଏକମାତ୍ର ବାଟ ହେଲା ସେ ଅଣଓଡ଼ିଆ ବୋଲି ପ୍ରଚାର କରିବା। ଇଆଡେ, ବିରି ମାଡ଼ ଦେଖି କୋଳଥ ଚୋପା।
ବର୍ଣ୍ଣଚରିତ୍ର ନେଇ ବ୍ଯକ୍ତିର ଗୁଣରେ କିଛି ବିଶେଷତ୍ୱ ରହିବା ସ୍ବାଭାବିକ କିନ୍ତୁ ସୁସ୍ଥ ରାଜନୀତିରେ ବ୍ଯକ୍ତିର ପ୍ରାଧାନ୍ଯ କମ୍। ରାଗ-ତାଳ-ଲୟ ଠିକ୍ ଭାବରେ କଷିଦେଲେ ଯେମିତି ଗାୟନ ତା ଗୁଳାରେ ସାବଲୀଳ ଭାବରେ ଚାଲେ, ନୀତି ନିର୍ଦ୍ଦେଶନାର ଓଲମ୍ ବିଲୋମ୍ ନିର୍ଣ୍ଣୟ କରିଦେଲେ ଏକ ସୁନ୍ଦର ରାଜନୈତିକ ପରିବେଶ ସେହି ଅନୁସାରେ ଗଢ଼ିଉଠିବା କଥା।
ଇଂରେଜମାନେ ନୂଆ ଓଡ଼ିଶା ରାଜ୍ଯ ଗଠନ କରିଥିଲେ ଓଡ଼ିଆ ଭାଷା ଭିତ୍ତିରେ। ଏଇ ମୂଳ ନୀତିଟିକୁ କେହି ଏପଟ ସେପଟ କରିପାରିବେ ନାହିଁ। ଆଉ ସବୁ କଥା ଅଧିକାସାର। ବଭିନ୍ନ ସମୂହ ମଧ୍ଯରେ ତିକ୍ତତା ରହିପାରେ ବା ଆଞ୍ଚଳିକ ମତାନ୍ତର ମୁଣ୍ଡ ଟେକିପାରେ, କିନ୍ତୁ ଭାଷା ପ୍ରଶ୍ନ ଉପରେ କୌଣସି ରିହାତି ନାହିଁ। ଅବଶ୍ଯ ଭବିଷ୍ଯତର ଓଡ଼ିଆର ସ୍ବରୂପ ସମୟ କହିବ।
ଆମ ପିଲାଦିନେ, ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ ଥିଲା କୋଣାର୍କ। ଏବେ ତାକୁ ବଦଳାଇ ଜଗନ୍ନାଥ କରାହୋଇଛି। ତା ସାଙ୍ଗରେ ରାମଙ୍କୁ ମଧ୍ଯ ଥଇଥାନ କରିବା ପାଇଁ ଚେଷ୍ଟା ଚାଲିଛି। କିନ୍ତୁ ଓଡ଼ିଆକୁ ସ୍ଥାପତ୍ୟ ବା ଧର୍ମ ସହିତ ସମାର୍ଥବୋଧକ କରିବାର କୌଣସି ଆବଶ୍ଯକତା ନାହିଁ। ଭାଷା ହିଁ ଓଡ଼ିଆ ତଥା ଓଡ଼ିଶାର ପରିଚୟ। ସଂସ୍କୃତି ମ୍ୟୁଜିଅମ୍ ନୁହେଁ।
ବଙ୍ଗଭଙ୍ଗ ଆନ୍ଦୋଳନ ସମୟରେ ଶ୍ରୀଅରବିନ୍ଦ ରାଜନୀତିକୁ ଝାମ୍ପ ଦେଲେ କିନ୍ତୁ ଓଡ଼ିଶାରେ ତାଙ୍କର ଆଦର୍ଶ ପ୍ରଚାର ହେଲା ସ୍ବାଧୀନତା ପରେ। ୧୯୭୨ରେ ତାଙ୍କ ଜନ୍ମଶତବାର୍ଷିକି ଅବସରରେ ଓଡ଼ିଶାର କବି, ଲେଖକ, ଓ ଚିନ୍ତାନାୟକମାନଙ୍କ ମଧ୍ଯରେ ପ୍ରବଳ ଉନ୍ମାଦନା ସୃଷ୍ଟି ହୋଇଥିଲା। ତତ୍କାଳୀନ ମୁଖ୍ଯମନ୍ତ୍ରୀ ନନ୍ଦିନୀ ବି। motherorissa.com/Home.aspx
ଫକୀରମୋହନଙ୍କ ଆତ୍ମଜୀବନୀକି ଅଧାଅଧି ମନଗଢ଼ା ବୋଲି ସନ୍ଦେହ କରାଯାଏ। କାହ୍ନୁଚରଣଙ୍କ ବାଲିରାଜା ଓ ବିଭୂତି ପଟ୍ଟନାୟକଙ୍କ ଚପଳ ଛନ୍ଦା ମଧ୍ଯ ମିଛ ସତର କୁହୁଡ଼ି ଭିତରେ। ସେ ପରିପ୍ରେକ୍ଷୀରେ, ରାଜାମାନେ ଲେଖେଇଥିବା ତଥାକଥିତ ଇତିହାସ କେତେଦୂର ନିର୍ଭରଯୋଗ୍ୟ ତା ମା ଗଙ୍ଗେଇ ଜାଣନ୍ତି। ତେବେ କାହାଣୀ ହିସାବରେ ଭଲ।
ବୀରେନ ମିତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଏପରି ଅତିଥିପରାୟଣ ରାଜ୍ଯ ଆଉ କୋଉଠି ନାହିଁ। ରାଉରକେଲା ମଡେଲ ବର୍ତ୍ତମାନ ସାରା ରାଜ୍ଯରେ ବ୍ୟାପିଗଲା। କିଏ ଓଡ଼ିଆ ଓ କିଏ ନୁହେଁ ତା ନିର୍ଦ୍ଧାରଣ କରିବା କଷ୍ଟ। ତାଛଡା, ସମସ୍ତେ ଯେ ଭାଷାକୁ ନେଇ ଭାବବିହ୍ୱଳ ହେବେ ତାର କିଛି ମାନେ ନାହିଁ। ତେଣୁ ସ୍ବତଃସ୍ଫୁର୍ତ୍ତ ଭାବରେ ଆଗକୁ ଆସିବା ଦରକାର।
ଆଗେ ବିଛିନ୍ନାଞ୍ଚଳକୁ ନେଇ ନୀଳଚକ୍ର ଓ ନୀଳଶୈଳ ବହୁତ କନ୍ଦାକଟା କରୁଥିଲେ। ଲଗାତାର ବିକ୍ଷୋଭ ପ୍ରଦର୍ଶନ ଆଦି ପ୍ରତିବାଦସୂଚକ କାର୍ଯ୍ୟକ୍ରମ ଯୋଗୁ ଲୋକେ ବି ହନ୍ତସନ୍ତ ହେଉଥିଲେ। ମୁଁ ସେତେବେଳେ ଭାବୁଥିଲି, ଯେତିକି ଯାଗା ଅଛି ସେୟାକୁ ସମ୍ଭାଳିକି ରଖ। ବର୍ତ୍ତମାନ ତ ସାରା ରାଜ୍ଯ ବିଛିନ୍ନାଞ୍ଚଳ ସଦୃଷ। ସମସ୍ତେ ହାଇବ୍ରିଡ୍ ଭାଷା କହୁଛନ୍ତି।
ତଥାକଥିତ ଜାତୀୟ ରାଜନୈତିକ ଦଳଗୁଡ଼ିକୁ ବର୍ଜନ କଲେହିଁ ଓଡ଼ିଶାରେ ପରିବର୍ତ୍ତନ ସମ୍ଭବ। ସେମାନେ କେବଳ ଭୋଟ ବିଭାଜନ କରି ଶାସକଦଳକୁ ସାହାଯ୍ୟ କରନ୍ତି। ହଁ, ଯେତେବେଳେ ଆଉକିଛି ବିକଳ୍ପ ନଥିଲା ସେମାନଙ୍କ କବଳରେ ପଡିବା ସ୍ବାଭାବିକ। ବର୍ତ୍ତମାନ କିନ୍ତୁ ଭାଷାର ଆକର୍ଷଣ ହେବ ଆମର ରକ୍ଷା କବଚ। ଓଡ଼ିଆମାନେ ମିଶି ଅଣଓଡ଼ିଆଙ୍କୁ ଧରାଶାୟୀ କରିବା।
କେବେବି ଆଶା କରିନଥିଲି ଯେ ଓଡ଼ିଆରେ ଲେଖିବାର ସୁଯୋଗ ପୁଣି କେବେ ଆସିବ। ୧୯୮୮ ପରଠାରୁ ମୁଁ ଭିନ୍ନ ଏକ ଜଗତରେ। ତେଣୁ ଖୁସି ଲାଗୁଛି ଓ ଜମାଣିଆ ବିଷୟଟିଏ ବି ମିଳିଛି। ଅନ୍ୟ କିଏ ଏଇ ସମାଜ ପରସୁଛନ୍ତି କି ନାହିଁ ଜାଣେନା। କେବଳ ଋ ଫଳାକୁ ଛାଡି ଆଉ ପ୍ରାୟ ସବୁ ଲେଖିହେଉଛି। ଲ୍ୟାପଟପରେ କେମିତିହବ ଧାରଣାନାହିଁ। ଓଡ଼ିଆଲିପି ସବୁଠାରୁ ସୁନ୍ଦର।
ଟ୍ବିଟରରେ ତ ସମସ୍ତେ ଜାତୀୟ ବା ଆନ୍ତର୍ଜାତୀୟ ସ୍ତରକୁ ଉଠିଯିବାପାଇଁ ସ୍ବପ୍ନଦେଖନ୍ତି କିନ୍ତୁ ତାହା ମରିଚୀକା ପରି। ତେଣୁ ଚନ୍ଦ୍ରରୁ ଓହ୍ଲେଇଲାପରି ତେଣ୍ଡାର ନାଁ ବଦଳରେ ନିଜର ପିତୃଦତ୍ତ ନାମ ସ୍ପଷ୍ଟ ଓଡ଼ିଆରେ ଲେଖିବା ପାଇଁ ସମସ୍ତଙ୍କୁ ଅନୁରୋଧ। ଆଜେବାଜେ ଖବରରେ ସମୟ ଖରାପ ନକରି ଓଡ଼ିଆ ଓ ଓଡ଼ିଶାର ସମସ୍ୟାଉପରେ ଦୃଷ୍ଟି କେନ୍ଦ୍ରିତ ହେଉ।
ନିଜର ଯୁବ ବୟସ ପ୍ରଦର୍ଶନ କରିବା ଅନେକଙ୍କ ପାଇଁ ଏକ ଚାପ। ସେ ଯୋଗୁ ସେମାନେ ଗୁରୁତର ବିଷୟପ୍ରତି ବେଶୀ ଆଗ୍ରହପ୍ରକାଶ କରନ୍ତିନାହିଁ। ତାଛଡା ଚାକିରିଆ ଜୀବନରେ ସମୟ ବା ସ୍ବାଧୀନତା କାଇଁ? କିନ୍ତୁ ଅଣଓଡ଼ିଆଙ୍କ ଟ୍ବିଟ୍ ଆର୍ଟୀ କରିବାରେ ଧୁରନ୍ଧର। ସେମାନଙ୍କ ପାଦୁକଟିକେ ନପାଇଲେ ଜୀବନଟା ନିରର୍ଥକ ଲାଗେ। ଓଡ଼ିଆମାନେତ ମଣିଷରେ ଗଣା ନୁହନ୍ତି।
ଖାଇ ପି କରି ଭଲରେ ରହିଲେ ହେଲା; କିଏ ଏତେ କଥାରେ ମୁଣ୍ଡ ଖେଳୋଉଛି? ସାଧାରଣ ଲୋକଙ୍କର ଏଇଭଳି ମନୋଭାବ ହେବା ସ୍ବାଭାବିକ। କିନ୍ତୁ ଅଣଓଡ଼ିଆଙ୍କ ଚକ୍ରାନ୍ତ ଯୋଗୁ ଗଣତନ୍ତ୍ର ଯେ ବିପନ୍ନ ତାର ସମାଧାନ କିଏ କରିବ? ମୁଖ୍ଯ ଦଳଗୁଡ଼ିକ ଓଡ଼ିଶାର ଶତ୍ରୁ। ତେଣୁ ନୂତନ ଦଳ ବା ସଂଗଠନ ଜରିଆରେ ଓଡ଼ିଆ ସ୍ବାର୍ଥ ଓ ସମ୍ମାନ ପାଇଁ କାର୍ଯ୍ୟ କରିବାକୁ ହେବ।
ଯୁଗଳ ଗାୟନ: ମନ ମାନେନା - ଶିପ୍ରା ଓ ସିକନ୍ଦର (ନୂଆବୋଉ) ନୟନେ ସୁନୟନାରେ - ପ୍ରଣବ ଓ ଶିପ୍ରା (ସାଧନା) ମନର ଶାମୁକା ବୁକେ - ତୃପ୍ତି ଓ ଅକ୍ଷୟ (ଘର ବାହୁଡ଼ା) ଚିକ୍ ମିକ୍ ଚିକ୍ ମିକ୍ - ସ୍ବରୂପା ଓ ଅକ୍ଷୟ (ଅଭିମାନ)
ଗୀତଗୁଡ଼ିକ ଆଜି ଓଡ଼ିଆର ଅମୂଲ୍ଯସମ୍ପଦ କିନ୍ତୁ ପ୍ରଥମେ ଶୁଣିବା ସମୟରେ ଗ୍ରହଣ କରିବା ମୋ ପକ୍ଷରେ କଷ୍ଟକର ଥିଲା। ଲମ୍ବେଇକି ଗାଇବାର ଶୈଳୀକୁ ମୁଁ ଯାତ୍ରାଷ୍ଟାଇଲ୍ କହି ନାପସନ୍ଦ କରୁଥିଲି। ବହୁବର୍ଷ ଲାଗିଥିଲା କାନକୁ। ନୂପୁର କାହିଁକି ମୁଁ ବାନ୍ଧିଲି ନିଦଭରା ରାତି ମଧୁଝରା ଜହ୍ନ ଏମିତି ରାତି ସେ ଯେ ଅଭୁଲା ସ୍ମୃତି ହୃଦୟର ଏଇ ଶୂନ୍ଯତାକୁ
ଓଡ଼ିଆ ଗୀତଝର କ୍ରମରେ ପୁରୁଣା ସ୍ମୃତିସବୁ, ଯାହା ଏବେବି ଜୀବନ୍ତ ହୋଇ ରହିଛି, ତାର ରୋମନ୍ଥନ। ବେଗ କିନ୍ତୁ ଆମେ ପିଲାଦିନେ ବସି ଯିବାଆସିବା କରୁଥିବା ଶଗଡ଼ ଗାଡି଼ ସଦୃଷ। ଅଣନିଶ୍ୱାସୀ ହୋଇ କଥାଚିତ୍ର ସମ୍ବନ୍ଧୀୟ ପରିସଙ୍ଖ୍ୟାନ ବଖାଣୁଥିବା ଆଜିକାଲିର ଯୁବକମାନଙ୍କ ପରି ନୁହେଁ।
ମା ଠାରୁ ଘର ବାହୁଡ଼ା ପର୍ଯ୍ୟନ୍ତ ଯେଉଁ ସୁବର୍ଣ୍ଣ ଯୁଗ, ତା ଭିତରେ ପ୍ରଫୁଲ୍ଲ କର ନାହାନ୍ତି ଯଦିଓ ଶ୍ରୀ ଶ୍ରୀ ପତିତପାବନ କଥାଚିତ୍ରରେ ସେ ଗୋଟିଏ ଗୀତ ଗାଇଥିବା ଉଲ୍ଲେଖ ଅଛି। ଦକ୍ଷିଣୀ ଗାୟିକା ମାନଙ୍କର ଉଚ୍ଚାରଣରେତ କୋଉଠି ନା କୋଉଠି ଟିକିଏ ଖଇଚା ଥାଏ, ତେବେ ଏ ଦୁଇଟି ମୋର ପ୍ରିୟ। ନଦୀରେ ତୁ କିଆଁ ଯାଉଛୁ ବହି ରଜନୀ ଗୋ ମୋ ପ୍ରିୟ ନୟନେ
ତିନିଜଣ ରିଟ୍ବିଟ୍ କରିବାରୁ ଅନେକ ଲୋକଙ୍କ ନିଘାରେ ପଡିଲା। ଯଦି ଆଉ କେହି କରନ୍ତେ ତାହେଲେ କିଛି ଅଧିକ ଲୋକ ମମତାକୁ ମନେ ପକାନ୍ତେ।
୨୨.୩.୭୫ - ରବିରେ କନକଲତା
୮.୫.୭୫ - ଶ୍ରୀୟାରେ ମମତା
ବାଦଲ ସରକାର ଓ ବିଜୟ ତେନ୍ଦୁଲକରଙ୍କ ନାଟକ ସବୁ ତ ସେ ସମୟରେ ଚହଳ ପକେଇଥିଲା। ତା ତୁଳନାରେ ଇଏ ତ ସାମାନ୍ଯ ମାତ୍ର।
କିଏ କାହାର (୧୯୬୮) - ସ୍ତ୍ରୀ (୧୯୬୯) ୧ ପରଦେଶୀ ବନ୍ଧୁ ତୁମେ - ତୁମେ ଯଦି ସାଥୀ ମୋର ୨ ଆଖି ନୁହେଁ ସେ ଯେ - ଯଉବନ ଫୁଲ ଝରିଯାଏ ୩ ହାୟ ମଦଭରି ଆଖି - ଝୁମି ଝୁମି ଆସେ ଆଖି ୪ ଉଦାସୀ ଆଖି ଚାହିଁ - ମୋ ଆଖିର କେତେ କଥା ୫ ଚକୋରୀ - ବିତିଯାଏ ରେ ୬ ଉଡି଼ ଉଡି଼ - କଳିଯୁଗ ୭ ଫୁଲେଇ ରାଣୀ - ତୁମ ବିନା ଏଇ ରାତି ୮ ହେମହରିଣୀ - ସଞ୍ଜ ସକାଳେ
ଅନ୍ୟଟି ହେଲା ତା'ର ସମସାମୟିକ ତୁମେ ଯଦି ସାଥୀ ମୋର

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...