Thursday, 12 October 2023

ଓଡ଼ିଆକୁ ଭଲପାଇଲେ ଏକତା ସୃଷ୍ଟି ହେବ ଏବଂ ଆତ୍ମୀୟତା ଜନ୍ମିବ

X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ଡାକ୍ତି

ଓଡ଼ିଆ ଓଳିଆ: ଫୁଲ ତ ଛଳନା ଆଉ ମୂର୍ତ୍ତି ବି ଖେଳନା
odiaolia.blogspot.com/2023/10/blog-p…
X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ଡାକ୍ତି
କୌଣସି ଦଳର ଟିକେଟରେ ନିର୍ବାଚନ ଲଢ଼ିବା ହେଲା ସୁବିଧାବାଦୀ ରାଜନୀତି। ଖୋସାମତ କରି କ୍ଷମତାର ସିଢ଼ି ଚଢ଼ିବାର କଳା ଶିଖିଗଲେ ଗଲା ଆଉ କଣ? ଜାତି ଓ ଜିଲା ଭିତ୍ତିରେ ତ ପଦପଦବୀ ମିଳିଯିବ। ତେଣିକି, ଦି ଚାରିଜଣ ଖବରକାଗଜ ବାଲାଙ୍କୁ ହାତରେ ରଖିଲେ ଫଟୋ ବାହାରିବାରେ କିଛି ଅସୁବିଧା ନାହିଁ। ତା ଛଡ଼ା, ଦରକାର ପଡ଼ିଲେ ଆଜି ଏ ଦଳ ତ କାଲି ସେ ଦଳ।
ଆପଣ ନିଜେ ହିଁ କରିପାରିବେ ଯଦି ମୋତେ ଆପଣ ସମର୍ଥନ କରନ୍ତି। ମୋର ଲେଖା ପଢ଼ି ମତାମତ ଦେବେ ବୋଲି ଆଶା।
ମୋ ଅଭିଯାନ ଫଳରେ ଯଦି ଜଣେ ଅଣଓଡ଼ିଆ ମହିଳା ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ହୋଇପାରୁ ନାହାଁନ୍ତି ତା ଶୁଭ ସମ୍ବାଦ। କିନ୍ତୁ ତାଙ୍କ ସମର୍ଥକ ମାନେ ରାମ୍ପି ବିଦାରି ହେଲେଣି। ପୂର୍ବ ସମ୍ପାଦକ ଓଡ଼ିଆ ସ୍ବାଭିମାନ ସକାଶେ ଜଣାଶୁଣା ଓ ତାଙ୍କର ସ୍ବକୀୟ ଲୋକପ୍ରିୟତା ରହିଛି କିନ୍ତୁ ସେ ଅଣଓଡ଼ିଆ ନେତୃତ୍ବ ନିକଟରେ ମୁଣ୍ଡ ନୋଇଁବା ହାରିବାର କାରଣ ହେବ।
ଧର୍ମରକ୍ଷା କରିବାର ଭାବପ୍ରବଣତାରେ ପ୍ରଣୋଦିତ ହୋଇ ଶିକ୍ଷିତ ଓଡ଼ିଆ ମାନେ ଅଣଓଡ଼ିଆ ନେତାମାନଙ୍କର ଶରଣାପନ୍ନ ହୋଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କୁ କ୍ଷମତାଚ୍ୟୁତ କରିବା ଲକ୍ଷ୍ଯ ମଧ୍ଯ ତାର ଅନ୍ତର୍ଗତ। କିନ୍ତୁ ୨୦୨୪ରେ ଯଦି ସେମାନେ ଅସଫଳ ହୁଅନ୍ତି ତାହେଲେ ତାର ପରିଣତି କଣ ହେବ? ଉତ୍କଳ ଜନନୀଙ୍କ ପ୍ରତି ଏହା ଚରମ ଅନ୍ଯାୟ ଓ ଅପାରଗତା ହେବନାହିଁ?
ଗଣତନ୍ତ୍ରରେ କେବଳ ଯେ ଶାସକ ଦଳ ହାତରେ କ୍ଷମତା ଥାଏ ତାହା ନୁହେଁ। ବିରୋଧୀ ଦଳ, ଧର୍ମଗୁରୁ, ଜାତି ମୁଖିଆ, କଳାକାର, କବି, ଶିକ୍ଷକ, ଜ୍ଯୋତିଷ, ଓ ବ୍ଯବସାୟୀ ଆଦି ବିଭିନ୍ନ ବର୍ଗର ଲୋକଙ୍କ ପାଖରେ କିଛି କିଛି ବାଣ୍ଟି ହୋଇଥାଏ। ତେଣୁ ଚିନ୍ତାଧାରା ପରିବର୍ତ୍ତନ ଲାଗି ସବୁ ସ୍ତରରେ ଚେଷ୍ଟା କରିବା ଆବଶ୍ଯକ। ସମସ୍ତେ ନିଜ ସ୍ବାର୍ଥରକ୍ଷା କରିବେ।
କଳାଧଳା କଥାଚିତ୍ର ସବୁ ଦେଖନ୍ତୁ। କୋଉଠି ବି ଜୟ ଜଗନ୍ନାଥ କହି ଅଭିବାଦନ କରିବାର ଦେଖିବାକୁ ମିଳିବ ନାହିଁ। ଅନ୍ୟ ପ୍ରଦେଶର ରୀତିନୀତି ଗ୍ରହଣ କରି ଓଡ଼ିଆ ସଂସ୍କୃତିକୁ ଦୂଷିତ କରିବାର କୌଣସି ବାଧ୍ଯ ବାଧକତା ନାହିଁ। ଓଡ଼ିଆ ସ୍ବାଭିମାନ ଅଭାବରୁ ନାନା ପ୍ରକାରର ସ୍ଖଳନ ଘଟୁଛି। ବୌଦ୍ଧିକ ନେତୃତ୍ବ ପାଇଁ କାହାରି ପାଖରେ ନୈତିକ ଭିତ୍ତି ନାହିଁ।
ପାନ୍ଥଶାଳା କେବେ - ବିକାଶ ଦାସ
ଅଗନା ଅଗନି ବନ - ଚିତ୍ତରଞ୍ଜନ ଜେନା
ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ - ଶେଖର ଚନ୍ଦ୍ର ଘୋଷ
ପାଷାଣ ଘରର ଅନ୍ଧକାରେ - ଶ୍ରୀକାନ୍ତ ଦାସ
ଗାଁ ଏକଣରେ ଅତି ଛୋଟ ଏକ କୁଡ଼ିଆ - ଅକ୍ଷୟ କୁମାର ମହାନ୍ତି
କୁଆଁରୀ ଆଖିର ପାହାନ୍ତି ନିଦରେ - ବିବୁ ଦାସ
ନରମ ସକାଳର କଅଁଳ ଏ ଖରାରେ - ନାରୀକଣ୍ଠ
ଆହୁରି ଅନେକ କଥା ଲୁଚି ରହିଛି। ଘର ଛାଡ଼ି ବାହାରକୁ ଆସିଲେ ନିଜର ସମ୍ମାନ, ଆମୋଦ ପ୍ରମୋଦ, ଅନ୍ୟମାନଙ୍କ ସହିତ ବାର୍ତ୍ତାଳାପ, ଓ ବିଶ୍ରାମର ଅବସର ମିଳିଥାଏ। ଅଭ୍ୟସ୍ତ ନଥିବା ନୂଆ କାମ କଷ୍ଟକର ହୋଇପାରେ।
ନାନାରଙ୍ଗର ବର୍ଣ୍ଣନଦୀ ବୋହୁଛି। ସେଥିରେ ଭାସିଯାଆନ୍ତୁ ନାହିଁ। ଶହେବର୍ଷ ତଳର ଓଡ଼ିଆ ଆନ୍ଦୋଳନକୁ ମନେପକାନ୍ତୁ। ଓଡ଼ିଆଭାଷାକୁ ଶାସ୍ତ୍ରୀୟମାନ୍ୟତା ସକାଶେ ଯେଉଁ ଅଧ୍ଯବସାୟ ତାକୁ ମନେପକାନ୍ତୁ। ତେଣୁ ଓଡ଼ିଆ ସ୍ବାଭିମାନକୁ ନେଇ ଏକତାର ଆବଶ୍ଯକତା ରହିଛି। ନୂଆଇତିହାସ ରଚନାହେବ। ସେଥିରେ ନାଁ ରହିବ। ଏବେର ଜିନିଷ ଅଳିଆ ଟୋକେଇରେ ଶୋଭା ପାଇବେ।
ଗଣତନ୍ତ୍ରରେ ଶାସକ ଦଳ ନିଶ୍ଚିତ ଭାବେ ବିରୋଧୀ ଦଳ ମାନଙ୍କ ଠାରୁ ଅଧିକ ସୁବିଧାଜନକ ପରିସ୍ଥିତିରେ ରହିବ। ତାଛଡା ସହାୟକ ପ୍ରମିଦିଆ କ୍ରୀଡ଼ାପ୍ରାଙ୍ଗଣକୁ ଆହୁରି ଅସମତଳ କରିବାର ସମ୍ଭାବନା ବହୁତ ବେଶୀ। ତାହେଲେ ବିକଳ୍ପର ଭବିଷ୍ଯତ କଣ? ଏଇଠି ବିବର୍ତ୍ତନର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏକ ନାଟକୀୟ ମୋଡ଼ ଆସେ। ସେଥିରେ ହିଂସା ଓ ବିପର୍ଯ୍ୟୟ ଥାଏ।
ଶ୍ରୀମା ଶ୍ରୀଅରବିନ୍ଦ ଯେଉଁ ଚେତନାର ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି ସମସ୍ତେ ତା ପ୍ରତି ଗ୍ରହଣଶୀଳ ହେଲେ ସହଜରେ ସମାଧାନ ହେବ।
ପ୍ରାଣତ୍ଯାଗୀ
ଓଡ଼ିଆମାନେ ଯେତେବେଳେ ବହୁସଙ୍ଖ୍ଯାରେ ଉଚ୍ଚ ଶିକ୍ଷିତ ହେଲେ, ବିଦେଶ ଗଲେ, ଓ ବଡ଼ ପଦବୀରେ ଉପସ୍ଥାପିତ ହେଲେ, ସେମାନେ ଅଣଓଡ଼ିଆଙ୍କ ଦାସ ହୋଇଗଲେ। ଓଡ଼ିଆ ଭାଷା, ସାହିତ୍ୟ, ଓ ସଂସ୍କୃତିର ସେବାକରିବା ପରିବର୍ତ୍ତେ, ଅଣଓଡ଼ିଆ ରୀତିନୀତିକୁ ସମର୍ଥନ ଦେଲେ। ଓଡ଼ିଆକୁ ଭଲପାଇଲେ ଏକତା ସୃଷ୍ଟି ହେବ ଏବଂ ଆତ୍ମୀୟତା ଜନ୍ମିବ। ଶୋଧା ଗାଳି ବନ୍ଦ ହେବ।
ପିଲାଦିନେ ସନ୍ଧ୍ଯାବେଳେ ପାଳିକରି ଭାଗବତ ବୋଲିବା ପାଇଁ ପଡ଼ୁଥିଲା କିନ୍ତୁ ତାର ପ୍ରଭାବ କିଛି ଏବେ ଅନୁଭବ କରି ହୁଏ ନାହିଁ। ଅନ୍ୟାନ୍ୟ ପ୍ରାର୍ଥନା ସବୁ ମଧ୍ଯ ପ୍ରାୟ ସେହିପରି। କିନ୍ତୁ, ଆଜି ଆକାଶେ କି ରଙ୍ଗ ଲାଗିଲାର ମାୟା ଆଜି ବି ଅକ୍ଷୁର୍ଣ୍ଣ। ଜୀବନ ଯମୁନାରେ ମଧ୍ଯ ଏକ ଅମର ସୃଷ୍ଟି। ହଁ, କୋଠ ଭୋଗଖିଆ ଗୀତଟି ବହୁ ସମୟରେ ମନେପଡିଯାଏ।
ପ୍ରାଚୀନ ଓଡ଼ିଆ ସାହିତ୍ୟରୁ ପଡ଼ୋଶୀ ଭାଷା ସବୁ କେତେ କଣ ଆହରଣ କରିଛନ୍ତି ମୁଁ ଜାଣିନାହିଁ କିନ୍ତୁ ଆଧୁନିକ ଓଡ଼ିଆ ସାହିତ୍ୟ ବଙ୍ଗଳା ମାଧ୍ୟମରେ ପାଶ୍ଚାତ୍ୟ ସଂସ୍କୃତି ଠାରୁ ବହୁତ ଋଣୀ। ତାଛଡା, ମାର୍କ୍ସବାଦୀ ପ୍ରଭାବ ତ ଏବେ ବି ବଳବତ୍ତର। ଧର୍ମ ଚର୍ଚ୍ଚାରେ ମଧ୍ଯ ରୂଢ଼ିବାଦ ଅପେକ୍ଷା ଅତିଜାଗତିକତାର ଅବତାରଣା ବେଶୀ। ଏସବୁ ଅତି ମୂଲ୍ଯବାନ।
ଆପଣ ଯଦି କଳାଧଳା ଛବି ହଲରେ ଦେଖିନାହାନ୍ତି ତେବେ ସେ ସମୟର ଓଡ଼ିଆ ନବଜାଗରଣକୁ ପ୍ରତ୍ଯକ୍ଷ ଅନୁଭବ କରିନାହାନ୍ତି। ଅସମ୍ଭବ ଧରଣର ପ୍ରତିଭା ସବୁ ସେ ସମୟରେ ଜନ୍ମ ନେଇଥିଲେ ଓ ବିଭିନ୍ନ କ୍ଷେତ୍ରରେ କାମ କରିଥିଲେ। ଓଡ଼ିଶା ବାହାରର ବାବୁଲାଲ ଦୋଶୀ ଓ ପି. ଭି. କ୍ରିଷ୍ଣମୂର୍ତ୍ତୀ ପ୍ରଭୃତିଙ୍କ ଅବଦାନ ମଧ୍ଯ ଅକଳନୀୟ। ମନୋଜ ଦାସଙ୍କ ବାହାରେ ନାଁ।

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...