Sunday 15 October 2023

୨୦୩୬ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବା ଦରକାର

ଓଡ଼ିଆ ଓଳିଆ: ଅତିମାନସ ଚେତନାର ଅବତରଣ ଦ୍ବାରା ସବୁ ସମସ୍ଯାର ସମାଧାନ ହେବ odiaolia.blogspot.com/2023/10/blog-p…

ଓଡ଼ିଆ ଓଳିଆ: ଓଡ଼ିଆକୁ ଭଲପାଇଲେ ଏକତା ସୃଷ୍ଟି ହେବ ଏବଂ ଆତ୍ମୀୟତା ଜନ୍ମିବ

odiaolia.blogspot.com/2023/10/blog-p…

ସଂସ୍କୃତିର ଅର୍ଥ ପରିପ୍ରେକ୍ଷୀ ବିଶେଷ ଅନୁସାରେ ଭିନ୍ନ ଭିନ୍ନ। ସାମଗ୍ରିକ ଦୃଷ୍ଟିରୁ ତ ପ୍ରାୟ ସବୁକିଛି ସଂସ୍କୃତିର ଅନ୍ତର୍ଭୁକ୍ତ କିନ୍ତୁ ବ୍ଯାବହାରିକ ଦୃଷ୍ଟିକୋଣରୁ କଳା, ସାହିତ୍ୟ, ସଙ୍ଗୀତ ଆଦିକୁ ସାଂସ୍କୃତିକ ବିଧା ଭାବରେ ଗଣନା କରାଯାଏ। ଧର୍ମସମ୍ବନ୍ଧୀୟ ଯାବତୀୟ ରୀତିନୀତି ସଂସ୍କୃତିଠାରୁ ଅଲଗା ରଖାଗଲେ ଭଲ। ସେହିପରି ଖାଇବାପିଇବା।

ନୂତନ ଓ ପୁରାତନ ମଧ୍ଯରେ ବଳକଷାକଷି ତ ସବୁକାଳେ ହୋଇଆସିଛି। ରାଧାନାଥଙ୍କ ଅମଳରେ ବିଜୁଳି ଓ ଇନ୍ଦ୍ରଧନୁ କଳି ଜଣାଶୁଣା। ବିଚ୍ଛନ୍ଦଚରଣ ପୁଣି ପୁରୁଣାକୁ ଆଗକୁ ଆଣିବାକୁ ଚାହିଁଲେ ଓ ରଜତ କରଙ୍କ ଶତଚେଷ୍ଟା ସତ୍ତ୍ବେ କଣକିଛି ହେଲା? ଅକ୍ଷୟ ମହାନ୍ତି ଯେପରି ନୂତନତାର ଦୂତ ହୋଇଆସିଲେ ତାହା ମହାର୍ଘ୍ଯ। ତୁ ନୂଆ ଶାୟରୀ କୋଉଠି ପହଞ୍ଚୁଛି ଦେଖାଯାଉ!

ଭାଗବତ ଭାବାନୁବାଦ। ମୂଳ ମଧ୍ଯ ବେଦର ଋଣୀ।

ସାବିତ୍ରୀ ଇରା ଲର୍ଣିଙ୍ଗ୍ ଫୋରମର ନିର୍ଦ୍ଦେଶକ ହିସାବରେ ମୁଁ ୨୦୦୫ ମସିହାଠାରୁ ଅନେକ ଶିକ୍ଷାପ୍ରଦ ସମ୍ପଦ ସଙ୍ଗ୍ରହ କରିଆସୁଛି। ନିମ୍ନ ବ୍ଯତୀତ ଆଉ ପନ୍ଦରଟି ପ୍ରାଙ୍ଗଣ ମଧ୍ଯ ଅଛି। ପଢ଼ିଲେ ନିଜ ଜ୍ଞାନର ଦିଗବଳୟ ବିସ୍ତାରିତ ହେବା ସଙ୍ଗେ ସଙ୍ଗେ ଜୀବନକୁ ଏକ ଯଥାର୍ଥ ଦିଗଦର୍ଶନ ଦେବାର କ୍ଷମତା ମଧ୍ଯ ହାସଲ ହେବ।

selforum.blogspot.com

ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ଓ ତାମିଲନାଡୁରେ ନିଜ ଭାଷାଭାଷୀ ନେତାମାନେ ସ୍ବାଭିମାନ ସହ ଶାସନ କରୁଛନ୍ତି। ଓଡ଼ିଶାରେ ଅଣଓଡ଼ିଆ ନେତାମାନଙ୍କ କ୍ରୀତଦାସ ନହେବା ଲାଗି ସମସ୍ତେ ଶପଥ ନିଅନ୍ତୁ। ସାବିତ୍ରୀ ଇରା ପାର୍ଟିକୁ ସମର୍ଥନ କରି ଓଡ଼ିଆର ସମ୍ମାନ ଓ ଗଣତନ୍ତ୍ର ପୁନର୍ଜୀବିତ କରିବାରେ ସାହାଯ୍ୟ କରନ୍ତୁ।

ଆଲୋ ସୁନା

ଓଡ଼ିଶାର ଏୈତିହ୍ଯ ଓ ରାଜାରାଜୁଡ଼ା ଶାସନ ପାଇଁ ଗର୍ବ କରୁଥିବା ଆଜିର ଓଡ଼ିଆମାନେ କେମିତି ଅଣଓଡ଼ିଆ ନେତାମାନଙ୍କ ଦାସ ପାଲଟିବାରେ ଲଜ୍ଜା ବୋଧ କରୁନାହାନ୍ତି ବଡ଼ ଆଶ୍ଚର୍ଯ୍ୟର କଥା। ଶିକ୍ଷିତ ଓଡ଼ିଆ ମାନଙ୍କୁ ଏ କି ପ୍ରକାର ରୋଗ ହୋଇଛି ବୁଝି ହେଉନାହିଁ। ଭଲ ବାଟରେ ଚାଲିବା ଲାଗି ମୁଁ ପରାମର୍ଶ ଦେଇଆସୁଛି କିନ୍ତୁ ତାର କିଛି ପ୍ରଭାବ ନାହିଁ।

ପ୍ରତ୍ୟେକ ଲୋକ ନିଜେ ଯାହା ଜାଣେ ସେଇଟାକୁ ସେ ଠିକ ବୋଲି ଭାବେ କିନ୍ତୁ ନିଜର ଅଜ୍ଞାନତା ବିଷୟରେ ସଚେତନ ହେଲେ ଜ୍ଞାନର ଉଦୟ ହୁଏ। ଶ୍ରୀମା ଶ୍ରୀଅରବିନ୍ଦ ହେଉଛନ୍ତି ଜ୍ଞାନର ହିମାଳୟ। ପଢ଼ିବା ଆରମ୍ଭ କଲେ ଚେତନାର ସିଢ଼ି ଚଢ଼ିବା ଆରମ୍ଭ ହୁଏ ଓ ପ୍ରତି ପଦକ୍ଷେପରେ ନିଜକୁ ପରଖିବା ସକାଶେ ଏକ କଷଟି ପଥର ମିଳିଯାଏ।

motherandsriaurobindo.in/e-library/book…

ଶ୍ରୀଅରବିନ୍ଦଙ୍କୁ ସରକାର ସ୍କୁଲ କଲେଜର ପରିସର ବାହାରେ ରଖିଥିବାରୁ ଛାତ୍ରଛାତ୍ରୀମାନେ ତାଙ୍କ ବିଷୟରେ କିଛି ଜାଣିପାରୁ ନାହାଁନ୍ତି। ତେଣୁ ନିଜ ଚେଷ୍ଟାରେ ତାଙ୍କ ଦର୍ଶନ ପଢ଼ିଲେ ହିଁ ପୁର୍ଣ୍ଣାଙ୍ଗ ଶିକ୍ଷା ଲାଭ କରି ହେବ। ନହେଲେ ପୁରୀ ଯାଇ ସମୁଦ୍ର ନଦେଖି କେବଳ ମନ୍ଦିର ଦର୍ଶନ କରି ଫେରିଆସିଲେ ଯେଉଁ ଅବସ୍ଥା ସେହିଭଳି ଏକପାଖିଆ କଥା ହେବ।

ବାପା ଖ୍ରୀଷ୍ଟ କଲେଜିଏଟ ସ୍କୁଲରେ ଶିକ୍ଷକ ଥିଲେ ଓ ତାଙ୍କ ସାଙ୍ଗରେ ମୁଁ ବିଭିନ୍ନ ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଯାଉଥିଲି। ଭଞ୍ଜ ଜୟନ୍ତୀ ଓ ବିଷୁବ ମିଳନରେ ବହୁ ବଡ଼ ବଡ଼ ବକ୍ତାଙ୍କୁ ଦେଖିବାକୁ ମିଳୁଥିଲା। ବଡ଼ଭାଇଙ୍କ ସାଙ୍ଗରେ କେତେକ ଥିଏଟର ମଧ୍ୟ ଦେଖିଛି। ୧୯୬୦ରେ ମୁକ୍ତିଲାଭ କରିଥିବା ଶ୍ରୀଲୋକନାଥ ମୋର ପ୍ରଥମ କଥାଚିତ୍ର।

ଅଣଓଡ଼ିଆ ନେତାମାନଙ୍କୁ ଭୋଟ ନଦେବା ଓଡ଼ିଆ ମାନଙ୍କର ଗଣତାନ୍ତ୍ରିକ କର୍ତ୍ତବ୍ୟ। ଓଡ଼ିଆ ସ୍ବାଭିମାନକୁ ମଜବୁତ କରିବା ନିମନ୍ତେ ଏକତା, ସହଯୋଗ, ଓ ଭାତୃଭାବ ସୃଷ୍ଟି କରିବା ସମସ୍ତଙ୍କର ଦାୟିତ୍ବ। ଓଡିଶାର ସ୍ବାର୍ଥରକ୍ଷା ଓ ଓଡ଼ିଆ ଭାଷାର ସମୃଦ୍ଧି ଲାଗି ପ୍ରତ୍ୟେକ ବ୍ୟକ୍ତି ଜାଗ୍ରତ ହେବାର ସମୟ ଉପସ୍ଥିତ। ଅନ୍ୟକୁ ଦୋଷ ଦେବାର ଦରକାର ନାହିଁ।

ଓଡିଶାର ଏବେକାର ଦୁର୍ଦ୍ଦଶା ପାଇଁ ପ୍ରତ୍ୟେକ ଓଡ଼ିଆ ଦାୟୀ। ବାହାର ଲୋକଙ୍କ ପ୍ରରୋଚନାରେ ପଥଭ୍ରଷ୍ଟ ହୋଇ ଦାସତ୍ବବୋଧରେ ଆକ୍ରାନ୍ତ ହୋଇଛନ୍ତି। ନିଜ ଗୋଡ଼ରେ ଛିଡ଼ାହେବାର ସାମର୍ଥ୍ୟ ହରାଇ ବସିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ନାଗରିକର ସ୍ବାଧୀନତା ତଥା ଓଡ଼ିଆର ସ୍ବାଭିମାନ କାହାରି ପାଖେ ନାହିଁ। ଆଶା ମୋର ବାର୍ତ୍ତା ସମସ୍ତେ ଶୁଣିବେ।

ଯାଯାବର ମନ ମୋର - ଝିଲ୍ ମିଲ୍ ଝିଲ୍ ମିଲ୍ ରାତେ

ନଦୀର ନାମ ଅଳସ କନ୍ୟା - କଥା ଥିଲା ତୁମେ ନଦୀଟିଏ ହୋଇ

ପୁଣ୍ୟର ନଦୀ ତୀରେ - କଳଙ୍କିତ ଏଇ ନାୟକ ଆଖିରୁ

ସ୍ମୃତି ତୁମେ - ହୃଦୟକୁ କରିଦିଅ ପାନ୍ଥଶାଳା

ହେ ଫଗୁଣ ତୁମେ - ଏମିତି ଏକ ବଗିଚାରେ ମୁଁ

ନିଶି ବିଜନେ - ରାତି ଯେ ଖୋଜେ

ମୋ ଜୀବନର ପ୍ରଥମ ଭାଗ କଟିଛି ଓଡ଼ିଶାରେ ଓ ୧୯୮୮ଠୁଁ ଦିଲ୍ଲୀରେ। ଓଡ଼ିଶାର ପଶ୍ଚିମାଞ୍ଚଳରେ ମଧ୍ୟ ଆଠ ବର୍ଷର ଅଭିଜ୍ଞତା ଅଛି। ଗଲା ତିନି ବର୍ଷ ଭିତରେ ବହୁ ସମୟ ପଶ୍ଚିମବଙ୍ଗରେ କଟିଲାଣି। ତାଛଡ଼ା ପ୍ରାୟ ଅଧିକାଂଶ ରାଜ୍ୟରେ ଭ୍ରମଣ କରିବାର ସୁଯୋଗ ପାଇଛି। ବିଦେଶ ଯାଇନାହିଁ। କେବଳ ଦିଘଣ୍ଟା ଲାଗି ନେପାଳ ଭିତରେ ପଶି ଯାଇଥିଲି ମହେନ୍ଦ୍ର ନଗର।

ଇଂଲଣ୍ଡ ଢ଼ାଞ୍ଚାରେ ଆମର ସମ୍ବିଧାନ ତିଆରି ହୋଇଥିଲା କିନ୍ତୁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରପତି ସୁଲଭ ଢ଼ଙ୍ଗରେ କାର୍ଯ୍ୟ ନିର୍ବାହ କଲେ। ଫଳରେ ରାଜନୀତି ନେତା ସର୍ବସ୍ବ ହେଲା। ଆଦର୍ଶସ୍ତମ୍ଭର ଆଉ କୌଣସି ମହତ୍ତ୍ବ ରହିଲା ନାହିଁ। ବର୍ତ୍ତମାନ ସବୁ ନେତା ନିଜର ଆକର୍ଷଣ କ୍ଷମତା ବଢ଼ାଇବାରେ ବ୍ୟସ୍ତ। ନୂଆ ନେତା ସୃଷ୍ଟି କରିବା ପାଇଁ ମତୈକ୍ଯ ହେଉ।

ତଥାପି ତ ମୁଁ ଚେଷ୍ଟା କରୁଛି ଯାହା ଚାଲିଛି ତା ବିପରୀତ କିଛି କରିବା ପାଇଁ କାରଣ ଭବିଷ୍ୟତର ଡୋରି କାହା ହାତ ମୁଠାରେ ନାହିଁ।

ବିଦେଶର ବିଭିନ୍ନ ସହରରେ ଓଡ଼ିଆ ସାଂସ୍କୃତିକ ଉତ୍ସବ ଓ କଥାଚିତ୍ର ପ୍ରଦର୍ଶନର ଖବର ଅତ୍ୟନ୍ତ ଆନନ୍ଦର ବିଷୟ। ସମସ୍ତ ଅନୁଷ୍ଠାନର ନାମ ଠିକଣା ଯଦି ଗୋଟିଏ ଓ୍ବେବ ସାଇଟରେ ନଥିକରଣ କରାଯାଇପାରନ୍ତା ତେବେ ବହୁତ ଭଲ ହୁଅନ୍ତା। କାଳକ୍ରମେ ପ୍ରତି ଅନୁଷ୍ଠାନ ପାଳନ କରିଥିବା କାର୍ଯ୍ୟକ୍ରମର ଏକ ତାଲିକା ମଧ୍ୟ ଗଠିତ ହୁଅନ୍ତା। ଓଡ଼ିଆ ସଙ୍ଘତି ଜରୁରୀ।

ଧରନ୍ତୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ହେବାର ଶହେ ବର୍ଷ ପୁରଣ ହେବ ୨୦୨୪ରେ। ତା ପାଇଁ ଆମ୍ଭେମାନେ କଣ କରିପାରିବା? ଅତି କମରେ ୨୦୩୬ ନିମନ୍ତେ ପ୍ରସ୍ତୁତି ତ ଆରମ୍ଭ ହେବା ଦରକାର। ସରକାର କଣ କରିବେ ବା ନକରିବେ ସେଇଟା ଛାଡ଼ି ଦିଅନ୍ତୁ। ଓଡ଼ିଆ ଭାବରେ ପ୍ରତ୍ୟେକ ଲୋକର ଏଥିପାଇଁ କିଛି କର୍ତ୍ତବ୍ୟ ରହିଛି। ପ୍ରୀତି, ଏକତା, ଓ ଶୁଭେଚ୍ଛା ବ୍ଯାପୁ।

No comments:

Post a Comment

ହେ ବିନ୍ଦୁ ବିଦାୟ

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ। ଓଡ଼ିଆ ଓଳିଆ: ମେଣ୍ଢା ଓ ଶୁଆ o...