Monday, 13 November 2023

ମେଣ୍ଢା ଓ ଶୁଆ

 ଓଡ଼ିଆ ଓଳିଆ: ଶ୍ରୀଅରବିନ୍ଦଙ୍କ ଦର୍ଶନ ସବୁଠାରୁ ବେଶୀ ବିଶ୍ବାସଯୋଗ୍ଯ ଏବଂ ସ୍ବୟଂସମ୍ପୂର୍ଣ୍ଣ

odiaolia.blogspot.com/2023/11/blog-p

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ ନିମ୍ନରେ ପ୍ରଦତ୍ତ ହୋଇଛି। ପାଠକ ମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ।

ଉପନ୍ୟାସ ମାନଙ୍କ ସମ୍ବନ୍ଧରେ ମଝିରେ ମଝିରେ ଏଠି ଆଲୋଚନା ହୁଏ କିନ୍ତୁ ନାଟକ ବିଷୟରେ କମ୍। କଲେଜ୍ ସମୟରେ ମୋର ନାଟକ ପଢ଼ିବା ଓ ଦେଖିବାର ଗୋଟେ ଝୁଙ୍କ୍ ଥିଲା। ରେଡ଼ିଓ ନାଟକ ଗୁଡ଼ିକ ତ ସ୍କୁଲବେଳୁ ପ୍ରିୟ ଥିଲେ। କାଳୀବାବୁଙ୍କ ପ୍ରସିଦ୍ଧ ନାଟକ ଭାତ ହିନ୍ଦୀ ଫିଲ୍ମ ରୋଟି (୧୯୪୨) ର ଛାୟାରେ ଲିଖିତ ବୋଲି ନାରାୟଣ ଶତପଥୀଙ୍କ ବହିରୁ ପଢ଼ିଲି।

ଦିଲ୍ଲୀର ସାଂସ୍କୃତିକ ପ୍ରାଣକେନ୍ଦ୍ର ମଣ୍ଡି ହାଉସ୍ ଅଞ୍ଚଳ ଅନେକ ବର୍ଷ ଧରି ଥିଲା ମୋର ଚରା ଭୂଇଁ ଯେଉଁଠି ଏନ଼ଏସ଼ଡି଼ର ଉଚ୍ଚକୋଟିର ନାଟକ ସବୁ ଦେଖିବାକୂ ମିଳୁଥିଲା। ମୋହନ ରାକେଶ ଓ ଗିରିଶ କନ୍ନଡ଼ଙ୍କର ପ୍ରାୟ ସବୁ ନାଟକ ମୁଁ ଦେଖିଛି। ବର୍ତ୍ତମାନର ନିର୍ଦ୍ଦେଶକ ତ୍ରିପାଠୀବାବୁଙ୍କ ତାଜ ମହଲ କା ଟେଣ୍ଡର ସେତେବେଳେ ବହୁତ ନାଁ କରିଥିଲା।

ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ମାର୍କ୍ସବାଦୀ ପ୍ରଭାବ ଥିଲା ଯାହା ବର୍ତ୍ତମାନ ହିନ୍ଦୁତ୍ବ ପ୍ରଭାବରେ ପରିବର୍ତ୍ତିତ ହେଉଛି। ରାଜନୈତିକ ଦଳମାନେ ଏହାକୁ ଉତ୍ସାହିତ କରୁଛନ୍ତି। କିନ୍ତୁ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି କରିବା ପରିପ୍ରେକ୍ଷୀରେ ଏପରି ପରିବେଶ ବିପଜ୍ଜନକ। ଓଡ଼ିଆଜାତିର ବିକାଶପାଇଁ ଏ କ୍ଷେତ୍ରରେ କଠୋର ପର୍ଯ୍ୟବେକ୍ଷଣ ଆବଶ୍ୟକ।

ଓଡ଼ିଶାର ଉନ୍ନତି ନହେବା କେବଳ ସରକାରଙ୍କ ଦୋଷ ନୁହେଁ। ବ୍ଯବସାୟ ପ୍ରତି ବିମୁଖତା ଏହାର ଏକ ମୁଖ୍ୟକାରଣ। କାହା ହାତରେ ନାହିଁ କାରଣ ଏହା ଏକରକମ ଅସ୍ଥିମଜ୍ଜାଗତ। ତେଣୁ ତା ବଦଳରେ କେଉଁ ଧରଣର କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯିବା ଦରକାର ତାହା ସହଜରେ ସ୍ଥିର କରାଯାଇପାରିବ ତଥା ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ। ଏଥିପାଇଁ ଇଚ୍ଛାଶକ୍ତି ପ୍ରୟୋଜନ।

ଗାରପକା ହସ୍ତାକ୍ଷର ଖାତାରେ ଗୋଲ ଗୋଲ କରି ଅକ୍ଷର ଲେଖିବାକୁ କୁହାଯାଏ ଅଥଚ କଳାକାରମାନେ ମନଇଚ୍ଛା ଅକ୍ଷରଗୁଡ଼ିକୁ ବଙ୍କାଢ଼ଙ୍କା କରି ଚିତ୍ରିତ କରନ୍ତି। ଓଡ଼ିଆଲିପି ପୃଥିବୀର ସବୁଠାରୁ ମନୋରମ ଲିପି। ତା ସୌନ୍ଦର୍ଯ୍ୟକୁ ଅବଜ୍ଞା କରି ବିକୃତ ଶୈଳୀରେ ପୋଷ୍ଟର ଡିଜାଇନ କରିବା କେତେଦୂର ସମିଚୀନ ତାହା ସୃଜନଶୀଳତା ସହ ସଂଲଗ୍ନ ସମସ୍ତେ ଭାବନ୍ତୁ।

ବିଜୟ କୁମାର ମିଶ୍ରଙ୍କର ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲକୁ ନେଇ (୧୯୭୨) ପରୀକ୍ଷାମୂଳକ ନାଟକରେ ଓ୍ବେଟିଙ୍ଗ ଫର ଗୋଦୋ ଭଳି ଦୁଇଟି ଚରିତ୍ର। ରାଜା ଓ ରାଣୀ। ଆଧେ ଅଧୁରେ ପରି ସେମାନେ ଜୀବନର ପାଞ୍ଚଟି ଭିନ୍ନ ଭିନ୍ନ ଅବସ୍ଥା ମଧ୍ୟ ଦେଇ କଳ୍ପନା ମାଧ୍ୟମରେ ଗତି କରି ନିରାଶ ହୁଅନ୍ତି। ନାଟକର ଚିତ୍ତାକର୍ଷକ ନାଁଟି ସର୍ବେଶ୍ୱର ଦାସଙ୍କ ବହିରୁ ପଢ଼ିଲି। ଏହି ପ୍ରସଙ୍ଗରେ, ସୁରେନ୍ଦ୍ର ବର୍ମାଙ୍କ ବହୁ ପ୍ରଶଂସିତ ନାଟକ ସୂର୍ୟ କୀ ଅନ୍ତିମ କିରଣ ସେ ସୂର୍ୟ କୀ ପହଲୀ କିରଣ ତକ (୧୯୭୨) ମଧ୍ଯ ସ୍ମରଣଯୋଗ୍ଯ। ହଜାରୋଁ ଖ୍ବାହିଶେଁ ଐସୀ (୨୦୦୩) ଫିଲ୍ମକୁ ମଧ୍ୟ ଟିକେ ମନେପକାଇଲେ ଦୋଷ ନାହିଁ।

କଲେଜ ସମୟରେ ମୋର ପ୍ରଥମ ବଙ୍ଗଳା ଫିଲ୍ମ ସତ୍ଯଜିତ ରାୟଙ୍କ ଅଶନି ସଂକେତ ଦେଖିଥିଲି ଯେଉଁଥିରେ ବାଙ୍ଗଲାଦେଶୀ ଅଭିନେତ୍ରୀ ବବିତା ଥିଲେ ନାୟିକା। ବ୍ଯାଣ୍ଡିଟ କୁଈନ ପରି ଧକ୍କା ଦେଲା ପରି କାହାଣୀଟି। ବାଙ୍ଗଲାଦେଶୀ ଗୀତରେ ତ ସବୁଠୁଁ ଶ୍ରେଷ୍ଠ ଶୁଧୁ ଗାନ ଗେୟେ ପରିଚୟ। ବବିତାଙ୍କ ଅଭିନୟ ଏ ଗୀତଟିରେ ଭାରି ଭଲଲାଗେ।

ବୁଲିଛି: ଆଣ୍ଡାମାନ, ବକଖାଲି, ଗଙ୍ଗାସାଗର, ଦୀଘା, ଚାନ୍ଦିପୁର, ପାରାଦ୍ବୀପ, ଅସ୍ତରଙ୍ଗ, କୋଣାର୍କ, ପୁରୀ, ଗୋପାଳପୁର, କାକିନାଡ଼ା, ବିଶାଖାପାଟଣା, ଅନ୍ତର୍ଭେଦୀ, ଚେନ୍ନାଇ, ପୁଡ଼ୁଚେରୀ, ଅରୋଭିଲ, ରାମେଶ୍ବରମ, ଧନୁଷ୍କୋଡ଼ି, କନ୍ଯାକୁମାରୀ, କୋଭଲମ, ଥିରୁଅନନ୍ତପୁରମ, କୋଲ୍ଲାମ, କୋଚି, ମାଲପେ, ମାରାଭାନ୍ତେ, କାରଓ୍ବାର, ଗୋଆ, ଓ ମୁମ୍ବାଇ। ଛାଡ଼ିଯାଇଛି: କୋଚି ପରେ ବେକଲ ଓ ମାଲପେ ପରେ କୋପ୍ପା। ଏହିସବୁ କେବଳ ମୁଁ ବୁଲିଥିବା ତିରିଶଟି ସମୁଦ୍ର ତଟର ତାଲିକା। ଆଣ୍ଡାମାନ ଓ ଗୋଆର ଅଲଗା ଅଲଗା ନାଆଁ ଲେଖିନାହିଁ। ଫଟୋଟି ଗୋପାଳପୁରରେ ଉଠାଇଥିଲି।

ସାରଳା ଦାସ ଓଡ଼ିଆ ଜାତିର ନମସ୍ଯ। କିନ୍ତୁ ଯଦି ରାମାୟଣ ଏବଂ ମହାଭାରତକୁ ବିକୃତ ନକରି ନିଜ ପ୍ରତିଭା ଓ କଳ୍ପନା ଶକ୍ତିକୁ ନୂଆ ତଥା ମୌଳିକ କାବ୍ୟ ସୃଷ୍ଟିରେ ବିନିଯୋଗ କରିଥାନ୍ତେ ତାହେଲେ ସେ ଯଥେଷ୍ଟ ଅଧିକ ମହନୀୟ ହୋଇପାରି ଥାଆନ୍ତେ। ବିକୃତ କରିବାର ପ୍ରଥା ତ ରାଧାନାଥଙ୍କ ଦେଇ ବାଜି ରାଉତ ପର୍ଯ୍ୟନ୍ତ ମାଡ଼ି ଆସିଲା। ଇତିହାସ ସ୍ପଷ୍ଟ ହେଉ।

ଭାଷାକୁ ନେଇ ଆଞ୍ଚଳିକ ବିସଙ୍ଗତି ଦେଖାଦେଇଛି। ମୁଁ ଅବଶ୍ୟ ସ୍ଥାନୀୟ ଲୋକଙ୍କ ଚାହିଁବା ପ୍ରତି ସହାନୁଭୂତିଶୀଳ କିନ୍ତୁ ଯଥାର୍ଥ ସମାଧାନର ବାଟ ସେଇଟା ନୁହେଁ। ଓଡ଼ିଆ ଲିପି ଯେତେଗୁଡ଼ିଏ ଭାଷାକୁ ବାନ୍ଧି ରଖିଛି ସେମାନେ ସମସ୍ତେ ଉନ୍ନତି କରିବାର ଆବଶ୍ୟକତା ଓ ସୁଯୋଗ ଅସୁମାରି। ଧର୍ମ ଓ ଭାଷାକୁ ନେଇ ଅନ୍ୟ ମଣିଷ ପ୍ରତି ଘୃଣାଭାବ ସୃଷ୍ଟି ନହେଉ।

ନିର୍ବାଚନ ଯେତେ ପାଖେଇ ଆସିବ ରାଜନୈତିକ ଦଳମାନଙ୍କର ଚାପ ସେତେ ବଢ଼ିଯିବ। ହୁଁ କି ଚୁଁ ହେବାପାଇଁ କାହାର କିଛି ସ୍ବାଧୀନତା କି ଅଧିକାର ରହିବ ନାହିଁ। ମଣିଷ ଆଉ ଦେଖିବାକୁ ମିଳିବେ ନାହିଁ। ଖାଲି ମେଣ୍ଢା ଓ ଶୁଆ। ଏଇ ହେଲା ଗଣତନ୍ତ୍ରର ବିଚିତ୍ର ରୂପ। ପ୍ରମିଦିଆ ଓ ସ୍ବମିଦିଆ ସବୁ ସ୍ଥାଣୁ। ମୁଁ କିନ୍ତୁ ଥିବି। ସତମିଛ ପରଖିବାକୁ ଜଣେ ଲୋଡ଼ା।

ଓଡ଼ିଶା ରାଜନୀତିରେ ବୌଦ୍ଧିକ ତଥା ନୈତିକ ନେତୃତ୍ବ ଦେବାରେ ଯେଉଁ ଅଳ୍ପ କେତେଜଣ ଲୋକ ସମର୍ଥ ହୋଇଛନ୍ତି ସେମାନଙ୍କ ଭିତରେ ସୁରେନ୍ଦ୍ରନାଥ ଦ୍ୱିବେଦୀ (୧୯୧୩-୨୦୦୧) ଅନ୍ୟତମ। ସମାଜବାଦୀ ଆଦର୍ଶ ସମୟର ଚକରେ ଆଜି ସମ୍ମାନରୁ ବଞ୍ଚିତ ହୋଇଛି ସତ କିନ୍ତୁ ତାର ଅନ୍ତର୍ନିହିତ ଯୌକ୍ତିକତାର ଶ୍ରେଷ୍ଠତ୍ବ ହରାଇନାହିଁ। ମଣିଷ ମଣିଷକୁ ନିଶ୍ଚୟ ଭଲ ପାଇବ।

ମହାଭାରତର କେତେକ ଦୃଶ୍ୟାବଳୀ ଓଡ଼ିଶାରେ ଘଟିଛି ବୋଲି ସାରଳା ଦାସ ଚିତ୍ରଣ କରିଛନ୍ତି ଓ ସେବେଠାରୁ ଏ ରୋଗ ମାଡ଼ିଚାଲିଛି। ଯାହାହେଉ ଭାତକୁ ଓଡ଼ିଶାର ବୋଲି ଏପର୍ଯ୍ୟନ୍ତ କେହି ଦାବି କରିନାହାନ୍ତି। ରସଗୋଲା ପାଇଁ ତ ଏତେ ତୁମ୍ବି ତୋଫାନ ହେଲା କିନ୍ତୁ ବିଚାରା ଛେନାଗଜା ଲାଗି କାହାରି ଲୁହ ଗଡ଼ୁନାହିଁ କାହିଁକି? ତାକୁ ବଳଭଦ୍ରଙ୍କ ସାହା ମିଳୁ।

ଗଲା ତିନି ଚାରି ବର୍ଷ ହେଲାଣି ବାଣ ସଙ୍ଖ୍ୟା ବହୁତ କମ ଥିଲା। ଆଜି କିନ୍ତୁ ଲାଗୁଛି ଯେମିତି ମୋଦୀ ୨୦୨୪ ରେ ଜିତି ଗଲେଣି ବୋଲି ଘୋଷଣା ହୋଇଗଲାଣି। ତାଛଡ଼ା ଆମ ୟୁପି ଭିତରେ ତ ଉନ୍ମାଦନା ଆହୁରି ମାରାତ୍ମକ। ଡବଲ ଇଞ୍ଜିନ ସରକାର କିନା! ନୀତିଶ କୁମାରଙ୍କ ବାର ବର୍ଷର ତପସ୍ୟା ତ ଶୁଖୁଆ ପୋଡ଼ାରେ ଗଲା ତେଣୁ ଆଉ ଡର କାହାକୁ? ବାଣ ଶବ୍ଦ ବଢ଼ୁଛି।

ପିଲାଦିନେ ଗାଆଁରେ ଭାଗବତ, ହରିବଂଶ, ଖୁଦୁରୁକୁଣୀ, କାର୍ତ୍ତିକ ମାହାତ୍ମ୍ୟ, ଦାର୍ଢ଼୍ଯତା ଭକ୍ତି, ମାଣବସା ଇତ୍ୟାଦି ପରିବେଶରେ ରହି ରହି ମନ ବେଳେ ବେଳେ ବିଦ୍ରୋହ କରି ଉଠୁଥିଲା। ଶ୍ରୀମା ଶ୍ରୀ ଅରବିନ୍ଦଙ୍କ କରୁଣାରୁ ଯାହାହେଉ ସେ ମନଗଢ଼ା କାହାଣୀ ସବୁରୁ ମୁକ୍ତି ମିଳିଲା। କିନ୍ତୁ ଇତିହାସର ଛତ୍ରେ ଛତ୍ରେ ଯେ ମିଛ! ସବୁ ଆଦର୍ଶ ଭିତରେ ମିଛ!

ଉଇକିପିଡ଼ିଆ ବିନା ଏକବିଂଶ ଶତାବ୍ଦୀର କଳ୍ପନା କରାଯାଇ ନ ପାରେ। ସେଥିରେ ସ୍ବେଚ୍ଛାକୃତ ଭାବରେ ଲେଖୁଥିବା ଓଡ଼ିଆ ବନ୍ଧୁ ମାନଙ୍କୁ ଯେତେ ପ୍ରଶଂସା କଲେ ବି କମ ହେବ। ହେଲେ, ଓଡ଼ିଆ ଉଇକିପିଡ଼ିଆ ଶିଶୁ ଅବସ୍ଥାରେ ଅଛି। @ssgapu22 ବାବୁଙ୍କୁ ତ ଜାଣେ। ଆହୁରି ଅଧିକ ସଙ୍ଖ୍ୟାରେ ସହଯୋଗୀ ସୃଷ୍ଟି ହେଲେ ଓଡ଼ିଆ ଭାଷାର ମର୍ଯ୍ୟାଦା ବଢ଼ନ୍ତା।

ସାରଳା ଦାସଙ୍କ ସଦୃଶ ବହୁ କବି ଓ ସାହିତ୍ୟିକ ରାମାୟଣର ମୂଳ କଥାବସ୍ତୁ ସହ କୁସ୍ତି କରିଛନ୍ତି। ତା ଭିତରେ ପଶ୍ଚିମବଙ୍ଗ ପରି ଅନ୍ୟ ଧର୍ମର ଲୋକ ମଧ୍ୟ ଅଛନ୍ତି ଯଥା ମାଇକେଲ୍ ମଧୁସୂଦନ ଦତ୍ତ ଓ ସୁକୁମାର ରାୟ। ଅବନୀନ୍ଦ୍ରନାଥ ଠାକୁର ବି ବ୍ଯଙ୍ଗ ଦ୍ବାରା କରିଛନ୍ତି ବିକୃତ। ଏ ସମ୍ପର୍କରେ @snigspeak ଲେଖିଛନ୍ତି।

ଶ୍ରୀମା ଶ୍ରୀଅରବିନ୍ଦ ମୋତେ କାଳ୍ପନିକ ପୁରାଣ ଏବଂ ବୃଥା ରୀତିନୀତିରୁ ବୌଦ୍ଧିକ ସ୍ୱାଧୀନତା ଦେଇଛନ୍ତି | ସେମାନେ ଫମ୍ପା ପ୍ରତିଶ୍ରୁତି କିମ୍ବା ଚମକପ୍ରଦ ଅଲୌକିକତାରୁ ଦୂରେଇ ରହିଛନ୍ତି | ସେମାନେ ବିବର୍ତ୍ତନର ବୈଜ୍ଞାନିକ ତତ୍ତ୍ବକୁ ପୂର୍ଣ୍ଣତା ପ୍ରଦାନ କରନ୍ତି କେବଳ ଏହା ଦର୍ଶାଇବା ସକାଶେ ଯେ ଅତିମାନସ ଚେତନାର ଅବତରଣ କିପରି ନିଶ୍ଚିତ।

ସ୍କୁଲବେଳେ ଗାଆଁରେ ଉଦୟନାଥ ଷଡ଼ଙ୍ଗୀଙ୍କ କର୍ତ୍ତୃକ ଅନୁଦିତ ଟମ କକାଙ୍କ କୁଟୀର ଉପନ୍ୟାସଟି ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା। ସେହିପରି ବିଭୂତି ପଟ୍ଟନାୟକଙ୍କ ଚପଳ ଛନ୍ଦା ମଧ୍ୟ ଶକ୍ତ ରେଖାପାତ କରିଥିଲା। ସୁରେନ୍ଦ୍ର ମହାନ୍ତିଙ୍କ ଅନ୍ଧ ଦିଗନ୍ତ ବି। କାହ୍ନୁଚରଣ ମହାନ୍ତିଙ୍କ ବାଲିରାଜା ପଢ଼ିଲାବେଳେ ବେଶ୍ ଉତ୍କଣ୍ଠା ଓ ଆବେଗ ଜନ୍ମୁଥିଲା।

କମ୍ ଉଚ୍ଚତା ଯୋଗୁ ସ୍କୁଲରେ ମୁଁ ଖେଳରେ ସଫଳ ନଥିଲି ଓ ସେହି ଦୂରତା ଏବେବି ବଜାୟ ରହିଛି। ଖେଳ ମୁଁ ଦେଖେନାହିଁ ଯଦ୍ଦ୍ବାରା ଜୀବନରେ ମୋର ଅନେକ ଲାଭ ହୋଇଛି ବୋଲି ମୁଁ ଭାବେ। ସାଂସ୍କୃତିକ, ବୌଦ୍ଧିକ, ତଥା ଆଧ୍ୟାତ୍ମିକ ଦିଗ ପ୍ରତି ଆକର୍ଷଣ ବ୍ଯତୀତ ଭ୍ରମଣ ମୋର ଏକ ନିଶା। ଆଗରତଲାରୁ ଶ୍ରୀଗଙ୍ଗନଗର ଓ ବୈଷ୍ଣୋଦେବୀରୁ କନ୍ଯାକୁମାରୀ ବୁଲିଛି।

ପ୍ରତ୍ୟେକ ଲୋକର ରୁଚି ଓ ମନୋଭାବ ଅଲଗା ତଥାପି ଯଥାର୍ଥ ଶିକ୍ଷା ଓ ବୈଜ୍ଞାନିକ ଚିନ୍ତାଧାରା ଦ୍ବାରା ଭଲ ଓ ଭେଲ ଭିତରେ ବିଭେଦକୁ ହୃଦୟଙ୍ଗମ କରାଯାଇପାରେ। କିନ୍ତୁ ସାମାଜିକ ନାଟକର ପାତ୍ର ହିସାବରେ ବିଭିନ୍ନ ଚରିତ୍ରର ଭୂମିକାରେ ଆମ୍ଭେମାନେ ଅବତୀର୍ଣ୍ଣ। ତେଣୁ ଜୀବନକୁ ଅଭିନୟ ଭାବି ତା ନେପଥ୍ୟରେ ଥିବା ଉଦ୍ଦେଶ୍ଯ ପୂରଣ ଲାଗି ଚେଷ୍ଟିତ ହେବା।

ଯେ କୌଣସି ଓଡ଼ିଆ ପ୍ରଥମେ @odiamelody ଙ୍କ ଅନୁଗାମୀ ହେବାକଥା ଅଥଚ ତାଙ୍କ ଅନୁଗାମୀ ସଙ୍ଖ୍ୟା ମାତ୍ର ୨୮୮୬। ତରଣୀବାବୁ @TaraniTrotter ଓଡ଼ିଆ ସଂସ୍କୃତି ଲାଗି କାମ କରୁଛନ୍ତି କିନ୍ତୁ ତାଙ୍କ ଅନୁଗାମୀ ସଙ୍ଖ୍ୟା କେବଳ ୨୦୫୦। @OdiaMovieDB ଙ୍କ କଥା ତ ଆଗରୁ ଥରେ କହିଥିଲି। ଭାଷାତତ୍ତ୍ଵ ଉପରେ @ShivamPatnaik5 ଙ୍କ ତେଣ୍ଡା ଉପାଦେୟ।

ନିଶ୍ଚୟ। ଆପଣ ତ ଅନେକ ବର୍ଷ ଧରି ଆପଣଙ୍କ ଦାୟିତ୍ବ ତୁଲାଇ ଆସୁଛନ୍ତି। ତେଣୁ ଆଜି ଦିନରେ ମୁଁ ମୋ କର୍ତ୍ତବ୍ୟ କଲି। ସେଇଟା ପୁଣି ଆପଣଙ୍କ ପାଇଁ ନୁହେଁ। ଅନୁଗାମୀ ନହୋଇ ଯେଉଁମାନେ ବହୁ ତଥ୍ୟରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ। Cc. @SuryadeoSurya @OdiaCulture @justlalit @DandapaniSatap1 @MRINAL_MOHANTI @aitiha1 ଚାଟଘର ପିଲା ଚାଟ, ଭାଟଘର ପିଲା ଭାଟ! ସେଇଥିପାଇଁ ଆଗରୁ ଚାହାଳିରେ ଅବଧାନମାନଙ୍କ ହାତରେ ଛାଟ ହଲ ହଲ ହେଉଥିଲା। ଆପଣଙ୍କ ପ୍ରଶ୍ନ ପାଇଁ ଗୁଗଲ କରନ୍ତୁ।

ହଁ, ଆନ୍ତୋନିଓ ଗ୍ରାମଶିଙ୍କର ସେହି ମତ ଥିଲା କିନ୍ତୁ ଏଠି ତ ତେଣ୍ଡାକାରଙ୍କର ସେପରି ଆକାଂକ୍ଷା ନାହିଁ। ତେଣୁ ରଣନୀତିର ବି ଆବଶ୍ୟକତା ନାହିଁ। ସମସ୍ତେ ନିଜର କାନ୍ଥଖୋଳା ଜାଗା ଭିତରେ ସନ୍ତୁଷ୍ଟ। ନିଶ୍ଚୟ। ସାମୂହିକ ସ୍ବାର୍ଥ ପାଇଁ ତ ଭଲ କିନ୍ତୁ ଗୁଣାତ୍ମକ ସାଲିସ କରିବା ବ୍ଯକ୍ତିଗତ ମୂଲ୍ଯବୋଧର ବହିର୍ଭୂତ ହୋଇପାରେ। ତାଛଡ଼ା ସମୟ ଓ ଶ୍ରମ। ହଁ, ଆପଣଙ୍କର ସ୍ବାସ୍ଥ୍ୟ ବିଷୟରେ ଜଣାଇବେ। ହଉ, ଯାହା ଭଗବାନଙ୍କ ଇଚ୍ଛା!

ତିରିଶ ବର୍ଷ ପର୍ଯ୍ୟନ୍ତ ଜୀବନର ଗତି ଧରାବନ୍ଧା ରାସ୍ତାରେ। ତାପରେ ଷାଠିଏ ପର୍ଯ୍ୟନ୍ତ ଅନେକ ଆତ୍ମନିରୀକ୍ଷଣ, ଆତ୍ମମନ୍ଥନ, ଓ ଦିଗପରିବର୍ତ୍ତନ। ଷାଠିଏ ପରବର୍ତ୍ତୀ ତିରିଶ ବର୍ଷ ହିଁ ଏକପ୍ରକାର ସ୍ବାଧୀନ ଓ ସାର୍ବଭୌମ ଜୀବନ। କିନ୍ତୁ ତାପାଇଁ ଭୌତିକ ସୁବିଧା ସୁଯୋଗ ଛଡ଼ା ଦରକାର ନାନା ରକମର ମାନସିକ ସରଞ୍ଜାମ। ସେସବୁ ଆଗରୁ ସାଉଁଟିବା ଲୋଡ଼ା।

କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କର କାଳଜୟୀ ଉପନ୍ୟାସ ମାଟିର ମଣିଷ ପିଲାଦିନେ ଛାତି କରତି ଦେଉଥିଲା। କିନ୍ତୁ ବଡ଼ ହେଲାପରେ ବୁଝି ହେଲା ଯେ ଅଣ୍ଡାଟିଏ ଭାଙ୍ଗିଲେହିଁ ଆମଲେଟ ତିଆରି ହୋଇପାରିବ। ତଥାପି ସମାଜ ବା ଜୀବନର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ପ୍ରତ୍ୟେକ ଲୋକର ପରିସ୍ଥିତି, ମନୋଭାବ, ତଥା ସମ୍ବେଦନଶୀଳତା ଅଲଗା। ସମୟ ବି ଭୁଲାଇଦିଏ।

ସ୍ବାଧୀନତା ପରେ ଜନ୍ମ ନିଏ କାହ୍ନୁଚରଣ ମହାନ୍ତିଙ୍କର ପ୍ରସିଦ୍ଧ ଉପନ୍ୟାସ ଝଞ୍ଜା ଯେଉଁଥିରେ ଜଣେ ନାୟକଙ୍କ ନାଆଁ ମୋ ନାଆଁ ସହିତ ସମାନ। ଦେଶ ନୂଆକରି ଗଢ଼ିବା ପାଇଁ ଅଜସ୍ର ସ୍ବପ୍ନ ସେଥିରେ ଖୁନ୍ଦି ହୋଇଛି। ସାମାଜିକ ସଂଗଠନ ମାନଙ୍କୁ ଗୁନ୍ଥିବା ସକାଶେ ପ୍ରଚୁର ଦିଗ୍ଦର୍ଶନ। ବାଳକୃଷ୍ଣ ଶତପଥୀଙ୍କ ବହିରୁ ମୋର ଧୂଆଁଳିଆ ସ୍ମୃତିକୁ ତଟକା କଲି।

ଓଡ଼ିଆ ଭାଷା ଶୈଳୀର ବିବର୍ତ୍ତନ ପରିପ୍ରେକ୍ଷୀରେ ଫକୀର ମୋହନ ସେନାପତିଙ୍କ ଛ' ମାଣ ଆଠ ଗୁଣ୍ଠ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ସୁରେନ୍ଦ୍ର ମହାନ୍ତିଙ୍କ ନୀଳଶୈଳ, ଓ ଗୋବିନ୍ଦ ଦାସଙ୍କ ଅମାବାସ୍ୟାର ଚନ୍ଦ୍ର ଚାରି ଖୁଣ୍ଟ ସଦୃଶ। ଏହି ସୁଦୃଢ଼ ଭିତ୍ତିଭୂମି ଉପରେ ଚିତ୍ତରଞ୍ଜନ ଦାସଙ୍କ ଗଦ୍ୟର ଛୁଙ୍କ ଦ୍ବାରା ଟିକେ ଛିଙ୍କ ଲାଗେ।

ମୋର ଗପ ଓ ଉପନ୍ୟାସ ପଢ଼ା ସ୍କୁଲ ସମୟରେ ହିଁ ଶେଷ ହୋଇଯାଇଥିଲା। ବିଭୂତି ପଟ୍ଟନାୟକଙ୍କ ନାୟିକାର ନାମ ଶ୍ରାବଣୀ ଥିଲା ଭିନ୍ନସ୍ବାଦର ଓ ମନକୁ ଉଦବେଳିତ କରୁଥିଲା। ଯୋଗକୁ କଲେଜରେ ତାକୁ ତାଳ ଦେଲାଭଳିଆ ଗୋବିନ୍ଦ ଦାସଙ୍କ ଅମାବାସ୍ୟାର ଚନ୍ଦ୍ର ପଢ଼ିବାକୁ ମିଳିଲା ଯାହା ଥିଲା ଏକ ରକମର ଭୂମିକମ୍ପ। ଉଦ୍ଭଟ ନାଟକ ସବୁ ବି ଭୂମିକମ୍ପ ରଚୁଥାଆନ୍ତି।

ନିକଟସ୍ଥ ଶ୍ରୀଅରବିନ୍ଦ କେନ୍ଦ୍ରକୁ ଯାଇ ସେଠାକାର କାର୍ଯ୍ୟକଳାପ ସମ୍ବନ୍ଧରେ ଅନୁଧ୍ୟାନ କରିବା ଲାଗି ସମସ୍ତଙ୍କୁ ଅନୁରୋଧ। ଆଧ୍ୟାତ୍ମିକତା ଛଡ଼ା ପ୍ରାୟ ପ୍ରତ୍ୟେକ ଜାଗାରେ ନାନା ପ୍ରକାରର ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ। ଅଂଶଗ୍ରହଣ କଲେ ନିଶ୍ଚୟ ଲାଭାନ୍ୱିତ ହେବେ ଓ ପିଲାମାନଙ୍କ ପାଇଁ ମଧ୍ୟ ଶିକ୍ଷାପ୍ରଦ ହେବ।

ଶାସ୍ତି କାହ୍ନୁଚରଣ ମହାନ୍ତିଙ୍କର ସବୁଠାରୁ ସଫଳ ତଥା ଲୋକପ୍ରିୟ ସୃଷ୍ଟି ଯେଉଁଥିରେ ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ଏକ ଆଦର୍ଶ ସମାଜ ଗଢ଼ିବାର ଆହ୍ବାନ ସନ୍ନିବେଶିତ ହୋଇଛି। କବି ଦୀନକୃଷ୍ଣ ଦାସ (୧୬୫୦-୧୭୧୦) ମଧ୍ୟ ତାଙ୍କ ସମୟରେ ସାମାଜିକ ବିଧିବ୍ଯବସ୍ଥା ବିରୁଦ୍ଧରେ ଯଥେଷ୍ଟ ବିପ୍ଳବାତ୍ମକ ଚିନ୍ତାଧାରା ପରିପ୍ରକାଶ କରିଛନ୍ତି।

https://twitter.com/NathTusar/status/1724270138537750778?t=wRjsDtuk-exJM36d_z3DBA&s=19

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...