Thursday 9 November 2023

ଶ୍ରୀଅରବିନ୍ଦଙ୍କ ଦର୍ଶନ ସବୁଠାରୁ ବେଶୀ ବିଶ୍ବାସଯୋଗ୍ଯ ଏବଂ ସ୍ବୟଂସମ୍ପୂର୍ଣ୍ଣ

 ଓଡ଼ିଆ ଓଳିଆ odiaolia.blogspot.com/?spref=tw

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ ନିମ୍ନରେ ପ୍ରଦତ୍ତ ହୋଇଛି। ପାଠକ ମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ।

ଓଡ଼ିଆ ଓଳିଆ: ଶ୍ରୀମା ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ବଳିତ ଆଭିମୁଖ୍ୟ ଅନୁସରଣ ଶ୍ରେୟସ୍କର

ମୁଁ ଗତ ତିନି ଚାରି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ ନିମ୍ନରେ ପ୍ରଦତ୍ତ ହୋଇଛି। ପାଠକ ମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ। odiaolia.blogspot.com/2023/10/blog-p

ମୁଁ ବହୁଥର ଆଗରୁ କହିଛି ଯେ ଧର୍ମ ଓ ସଂସ୍କୃତିକୁ ଅଲଗା ରଖି କେବଳ ଓଡ଼ିଆ ଭାଷା ଓ ଲିପି ଭିତ୍ତିରେ ଆମେ ଏକାଠି ହେବା। ବିଭିନ୍ନ ଦଳ ସବୁ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦିବେ ସେଥିରେ ଭଳି ଯିବା ନାହିଁ। ଓଡ଼ିଶାରେ ପ୍ରଚଳିତ ଆଞ୍ଚଳିକ ଭାଷାଗୁଡ଼ିକ ସକାଶେ ଓଡିଆ ଲିପିର ଆବଶ୍ୟକତା ଅନିବାର୍ଯ୍ୟ। ତାଛଡ଼ା ଏହା ପୃଥିବୀର ସବୁଠାରୁ ସୁନ୍ଦର ଲିପି।

ଗଣତନ୍ତ୍ର ପାଇଁ ଏକ ଆଧୁନିକ ଦୃଷ୍ଟିଭଙ୍ଗୀ ରଖିବା ଭାରି ଦରକାରୀ। ଓଡ଼ିଶାର ସବୁ ଅଧିବାସୀ ମାନଙ୍କପାଇଁ ସମାନ ମନୋଭାବ ପୋଷଣ କରିବା ଏକାନ୍ତ ଆବଶ୍ୟକ। ନିଜର ପରମ୍ପରା ବା ରୀତିନୀତିକୁ ଅନ୍ୟ କାହା ଉପରେ ନଲଦିବା ପାଇଁ ସାବଧାନ ହେବା ଜରୁରୀ। ଯୁବମାନସକୁ ନିଜ ବାଟରେ ଯିବା ନିମନ୍ତେ ସମ୍ପୂର୍ଣ୍ଣ ସ୍ବାଧୀନତା ମିଳିବା ଉଚିତ। ଓଡ଼ିଆ ମୁକ୍ତ ହେଉ।

ଆଜି ପର୍ଯ୍ୟନ୍ତ ଲେଖାଯାଇଥିବା ସମସ୍ତ ଦର୍ଶନ ମଧ୍ୟରେ ଶ୍ରୀଅରବିନ୍ଦଙ୍କ ଦର୍ଶନ ସବୁଠାରୁ ବେଶୀ ବିଶ୍ବାସଯୋଗ୍ଯ ଏବଂ ସ୍ବୟଂସମ୍ପୂର୍ଣ୍ଣ। ବେଦୋକ୍ତ ସ୍ବପ୍ନକୁ ବିଜ୍ଞାନର ଆବିଷ୍କାର ସହ ସଂଯୋଗ କରି ନିଜ ଯୋଗଦୃଷ୍ଟି ବଳରେ ସେ ଜୀବନର ଯେଉଁ ଆଧ୍ୟାତ୍ମିକ ରହସ୍ୟ ଉନ୍ମୋଚନ କରିଛନ୍ତି ତାର ପଟାନ୍ତର ନାହିଁ। ତାଙ୍କୁ ଅନୁସରଣ କଲେ ହିଁ ସମାଜ ବଦଳିବ।

ଇଚ୍ଛାଶକ୍ତି ବଳରେ ନିଜକୁ ପରିବର୍ତ୍ତନ କରିବାଲାଗି ଲେଖକ ଓ ବକ୍ତାମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ ଏହା ଅବାସ୍ତବ। ବିବର୍ତ୍ତନ ଯେ ଅନବରତ ଆମ୍ଭମାନଙ୍କୁ ପରିଚାଳିତ କରୁଛି ତାକୁ ଭୁଲିଗଲେ ଚଳିବ ନାହିଁ। କେବଳ ଶ୍ରୀମା ଶ୍ରୀଅରବିନ୍ଦହିଁ ଏ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଦିଗ୍‌‌ଦର୍ଶନ ଦେଇଛନ୍ତି। ଯୁବକ ଯୁବତୀମାନେ ତାଙ୍କ ବହିସବୁ ପଢ଼ନ୍ତୁ।

ଆପଣମାନେ ଅନ୍ୟ ପ୍ରସିଦ୍ଧ ଭାରତୀୟମାନଙ୍କ ଅପେକ୍ଷା ଶ୍ରୀଅରବିନ୍ଦଙ୍କ ବିଷୟରେ ବହୁତ କମ ଜାଣିଛନ୍ତି। ଫଳତଃ ସୁନାଖଣି ପାଖରେ ଥାଇ ମଧ୍ୟ ତାର ଲାଭରୁ ବଞ୍ଚିତ ହେଉଛନ୍ତି। ଜୀବନର ଅବଶିଷ୍ଟ ଅଂଶକୁ କଣ ଦେଇ ସଜାଇବେ ସେଥିପାଇଁ ନୂଆ ମୋବାଇଲ ଫୋନ କିଣିବା ପୂର୍ବରୁ ଯେତିକି ଯାଞ୍ଚପରଖ କରନ୍ତି ଅନ୍ତତଃ ସେତିକି ଖୋଜାଖୋଜି କରିବାଟା ଅବାନ୍ତର ନୁହେଁ।

ସମାଲୋଚନା କରି ଆନନ୍ଦ ଅନୁଭବ କରିବାଟା ଏହି ପ୍ରାଙ୍ଗଣରେ ସବୁଦିନିଆ କାରବାର। କିନ୍ତୁ ବିକଳ୍ପ ନଦେଲେ ଶୁଖିଲା ଦୋଷାରୋପର ମୂଲ୍ଯ କିଛି ନାହିଁ। ତାପରେ ମୂଳ କାରଣ ଚିହ୍ନଟ କରି ତାର ନିଦାନ ଅନ୍ବେଷଣ କରିବାହିଁ ଯଥାର୍ଥ ଆହ୍ବାନ। କିନ୍ତୁ ସମସ୍ତଙ୍କ ପକ୍ଷରେ ଏସବୁ ସମ୍ଭବ ନହୋଇପାରେ। ଶ୍ରୀମା ଶ୍ରୀଅରବିନ୍ଦଙ୍କ ଦର୍ଶନ ଅନୁସରଣ କଲେ ଆଖି ଖୋଲେ।

ବେଦକୁ ଯତକିଞ୍ଚିତ୍ ସମ୍ମାନ ଦେଇ ତାକୁ ଜ୍ଞାନଚର୍ଚ୍ଚାର ବାହାରେ ରଖିଦିଆଯାଇଥିଲା। ଶ୍ରୀଅରବିନ୍ଦ ନୂଆ ବ୍ଯାଖ୍ଯାକରି ବେଦର ରହସ୍ୟ ଖୋଲିଲେ। ଚେତନାର ବିଭିନ୍ନସ୍ତର ସମ୍ବନ୍ଧରେ ସୂଚନା ମିଳିଲା। ମଣିଷର ଅର୍ଥ ଯେ ଅମୃତତ୍ଵ ଦିଗରେ ଆରୋହଣ ଏହା ସ୍ପଷ୍ଟ ହେଲା। ଏସବୁ ଜାଣିବା ସତ୍ତ୍ବେ ସେହି ପୁରୁଣା ଧାରାରେ ଚାଲିବା କଣ ସମୀଚୀନ? ନିଶ୍ଚୟ ନୁହେଁ।

ଅନ୍ୟମାନଙ୍କ ଆଳରେ ଶେଷ ନାଁଟି ବୋଧେ ବେଶୀ ପ୍ରାସଙ୍ଗିକ! ରାଜନୀତି ପୂର୍ବର ନିଶ୍ଚୟ।

ନୀଳମଣି ରାଉତରାୟଙ୍କ ଆତ୍ମଜୀବନି ସ୍ମୃତି ଓ ଅନୁଭୁତି (୧୯୮୬) ୧୯୮୮ରେ ଓଡିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲା ବୋଲି ଓ୍ବିକିପିଡ଼ିଆ ଦର୍ଶାଏ।

ଅତି ଛୋଟ ବେଳୁ ମୁଁ ପଢ଼ିଆସୁଛି ଓ ବିଭିନ୍ନ ବିଷୟରେ କିନ୍ତୁ ଶ୍ରୀମା ଶ୍ରୀଅରବିନ୍ଦହିଁ ଜୀବନର ଯଥାର୍ଥ ଆଭିମୁଖ୍ୟ ପ୍ରଦାନ କରିଛନ୍ତି। ସାହିତ୍ୟ ଓ ସିନେମାରୁ ମନସ୍ତତ୍ତ୍ୱ ବା ଦର୍ଶନ ଶିଖିବା ପ୍ରଥମ ସୋପାନ। କିନ୍ତୁ ଇତସ୍ତତଃ ବିଞ୍ଚି ହୋଇଥିବା ନାନାବିଧ ସୂତ୍ରକୁ ବେଣୀ ପାରିବା କଷ୍ଟସାଧ୍ୟ। ତେଣୁ କଲେଜ ପାଠ୍ୟପୁସ୍ତକ ଜରିଆରେ ପଢ଼ିଲେ ସହଜ।

ଶ୍ରୀମା ଶ୍ରୀଅରବିନ୍ଦଙ୍କ ମନସ୍ତାତ୍ତ୍ବିକ ବିଶ୍ଳେଷଣର ପରିଚାଳନା ସନ୍ଦର୍ଭୀୟ ପ୍ରାସଙ୍ଗିକତା ସଙ୍କ୍ରାନ୍ତରେ ମୁଁ ଲେଖିଥିବା ଏକ କାଗବନ୍ଧ ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା। ସାଧାରଣ ଜୀବନପାଇଁ ମଧ୍ୟ ଏହି ଅନ୍ତର୍ଦୃଷ୍ଟିଗୁଡ଼ିକ ବିଶେଷ ଉପଯୋଗୀ।

informaticsjournals.com/index.php/nmr/…

ତୁଷାର ମହାପାତ୍ର ନିର୍ଦ୍ଦେଶକ ସାବିତ୍ରୀ ଇରା ଲର୍ଣିଙ୍ଗ ଫୋରମ

ପଞ୍ଚାନନ ମହାନ୍ତି ଓ ବିଦ୍ୟୁତପ୍ରଭା ଦେବୀଙ୍କ ପୁତ୍ର ସଚ୍ଚିଦାନନ୍ଦ ମହାନ୍ତିଙ୍କ ଲିଖିତ ଶ୍ରୀଅରବିନ୍ଦ ଏବଂ ଆଧୁନିକ ଏକାଡେମିକ୍ ଜଗତ ଶୀର୍ଷକ ଐତିହାସିକ ତଥ୍ୟ ସମ୍ବଳିତ ଏକ ପ୍ରବନ୍ଧ ନିକଟରେ ପ୍ରକାଶ ପାଇଛି। ଭବିଷ୍ୟତରେ ଶ୍ରୀଅରବିନ୍ଦଙ୍କ ପ୍ରାସଙ୍ଗିକତା ସମ୍ବନ୍ଧରେ ମଧ୍ୟ ତାଙ୍କ ବିଶ୍ଳେଷଣ ସମ୍ଭାବନାପୂର୍ଣ୍ଣ।

overmanfoundation.org/sri-aurobindo-…

ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପଢ଼ିଛନ୍ତି କିନ୍ତୁ ଶ୍ରୀଅରବିନ୍ଦଙ୍କ ପ୍ରତି ଆକର୍ଷଣ କମ। ଶ୍ରୀଅରବିନ୍ଦଙ୍କୁ କେନ୍ଦ୍ରକରି ଏକ ଦୃଢ଼ ଓ ବିଶ୍ୱାସଯୋଗ୍ୟ ବର୍ଣ୍ଣନଦୀ ଅଭାବରୁ ଏପରି ଘଟୁଛି। ବୌଦ୍ଧିକ ତଥା ଆଧ୍ୟାତ୍ମିକ ଦିଗ ବ୍ଯତୀତ ରାଜନୈତିକ କ୍ଷେତ୍ରରେ ମଧ୍ୟ ତାଙ୍କର ଅଭୂତପୂର୍ବ ପ୍ରାସଙ୍ଗିକତା ରହିଛି।

ଭାରତରେ ଗଣତନ୍ତ୍ରର ପରିସ୍ଥିତି ଭଲ ନୁହେଁ ଆଉ ଓଡ଼ିଶା କଥାତ କହିଲେ ନସରେ। ନେତାମାନେ ଚାହୁଁଛନ୍ତି ମେଣ୍ଢାପଲ ପରି ଗୁଡ଼ିଏ ଗୋଡ଼ାଣିଆ ଲୋକ ଓ ପଞ୍ଝାଏ ଭାଟ। ଓଡ଼ିଆ ଭାଷା ଓ ଶ୍ରୀଅରବିନ୍ଦଙ୍କ ଆଦର୍ଶ ବଳରେ ମୁଁ ଯେଉଁ ବୈକଳ୍ପିକ ରାଜନୈତିକ ମତବାଦ ଉପସ୍ଥାପନ କରିଛି ତାହା ସାରା ଦେଶରେ ପ୍ରଥମ ଓ ଅଦ୍ବିତୀୟ। ଆଶା ସମସ୍ତେ ତାର ମୂଲ୍ୟ ବୁଝିବେ।

ଗୋଟିଏ ମତ କୁହେ ମହିଳା ମାନଙ୍କୁ ଆକ୍ଟର୍ କହିବା ପାଇଁ। ଏ ସମ୍ପର୍କରେ ଓ୍ବିକିପିଡ଼ିଆର ନୀତି କଣ ମୁଁ ଜାଣେନା।

ଅନ୍ୟ ଭାଷା ବିରୁଦ୍ଧରେ ବିଷୋଦଗାର କଲେ ଓଡ଼ିଆ ଆଗକୁ ବଢ଼ିଯିବ ବୋଲି ଭାବିବା ଭୁଲ। ଯହେତୁ ଆଜିକାଲି ଅଧିକାଂଶ ଲୋକ ବହୁଭାଷୀ ସ୍ଥାନ କାଳ ପାତ୍ରକୁ ନେଇ ଭାଷା ବଦଳିବ। ଯେଉଁଠି ଆର୍ଥିକ ତଥା ବ୍ଯବସାୟୀକ ଦିଗ ରହିଛି ସେଠି କୌଣସି ବାଧ୍ୟବାଧକତା ଅସ୍ବୀକାର୍ଯ୍ୟ। କବାଟ ଝରକା କିଳି କୋଠରୀ ଭିତରେ ପଶିଲେ କିଛି ହେବନାହିଁ। ସମସ୍କନ୍ଧ ହେବାକୁ ହେବ।

ଟିଭି ଓ ଫୋନ ଯୋଗୁ ଜ୍ଞାନର ପରିସର ବଢ଼ିଛି କିନ୍ତୁ ଶିକ୍ଷାସ୍ତରରେ ବିଶେଷ ଅଦଳବଦଳ ହେଉନାହିଁ। ଯେମିତିକି ସାହିତ୍ୟର ସାଧାରଣ ପରିଭାଷା ଭିତରେ କଥାଚିତ୍ର ମଧ୍ୟ ସ୍ଥାନ ପାଇବା କଥା। ବର୍ତ୍ତମାନର ପାଠ୍ୟକ୍ରମକୁ ଆମୂଳଚୂଳ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ପ୍ରମିଦିଆର ବ୍ଯାପ୍ତି ହେତୁ ଗଣତାନ୍ତ୍ରିକ ବିଧିବ୍ଯବସ୍ଥାରେ ବି ସଂସ୍କାର ହେଉ।

ଅଧିକାଂଶ ଉପାଖ୍ୟାନ ମିଛ। ତଥାପି ତା ଉପରେ ବିଶ୍ୱାସ କରିବାଲାଗି ଲୋକେ ଆଗଭର। ବହୁ ପରମ୍ପରାଗତ ବିଧିବିଧାନ ଅର୍ଥହୀନ। ତଥାପି ସେସବୁ ପଛରେ ଗୋଡ଼ାଇବା ପାଇଁ ସମସ୍ତେ ପ୍ରତିଯୋଗିତାରତ। ବଡ଼ ବଡ଼ ନେତାମାନେ ସ୍ବର୍ଗରୁ ଓହ୍ଲାଇ ନାହାଁନ୍ତି କିନ୍ତୁ ତାଙ୍କୁ ଭଗବାନ ବୋଲି ଲୋକମାନେ ମାନିନେଉଛନ୍ତି। ବୈଜ୍ଞାନିକ ଚିନ୍ତାଧାରା ନଥିବାରୁ ଏ ଅବସ୍ଥା।

ସାର୍ତ୍ର ୧୯୬୪ରେ ନୋବେଲ୍ ପୁରସ୍କାର ପ୍ରତ୍ଯାଖ୍ଯାନ କରିଥିଲେ ଯାହା ପୁରସ୍କାରର ପ୍ରଥମ ପ୍ରତ୍ଯାଖ୍ଯାନ ଥିଲା। ପୁରସ୍କାର ଗ୍ରହଣ କରି ଲେଖକମାନେ କୌଣସି ଅନୁଷ୍ଠାନ ବା ମତବାଦ ସହ ଛନ୍ଦି ନ ହେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ତାଛଡ଼ା ପୃଥିବୀର ଅନ୍ୟ ଦେଶର ଲେଖକମାନେ ପୁରସ୍କାରରୁ ବଞ୍ଚିତ ହେଉଛନ୍ତି ବୋଲି ସେ କଟୁ ମନ୍ତବ୍ୟ କରିଥିଲେ।

ସେକ୍ଯୁଲାର୍, ଲିବରାଲ୍, ଓ ଓକ୍ ଆଦି ମତବାଦ ବିରୁଦ୍ଧରେ ତୀବ୍ର ସମାଲୋଚନା ଶୁଣିବାଟା ଏକରକମ ଦେହସୁହା ହୋଇଗଲାଣି କିନ୍ତୁ ହସ ବି ଲାଗେ ଓ ଦୁଃଖ ବି। ଏସବୁର ଲାଭ ଉଠାଇବା ସାଙ୍ଗେ ସାଙ୍ଗେ ସମାଲୋଚନା କରିବା ତ ଭଣ୍ଡାମି କିନ୍ତୁ ଯେଉଁ ତ୍ଯାଗ ଓ ସଙ୍ଗ୍ରାମ ବିନିମୟରେ ସେସବୁ ମିଳିଛି ତାକୁ ମୂଲ୍ଯ ନ ଦେବା ଦୁଃଖଦାୟକ। ବୌଦ୍ଧିକ ମାଂସପେଶୀ ବଢ଼ୁ।

ଆମର ସାହିତ୍ୟ, ସଂସ୍କୃତି, ତଥା ରାଜନୀତିରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଏତେ ବେଶୀ ଯେ କୌଣସି ମୌଳିକ ଲକ୍ଷଣ ଠଉରାଇବା ସହଜ ନୁହେଁ। ଧର୍ମ ଓ ଦର୍ଶନରେ ମଧ୍ୟ ସେହି ମିଶ୍ରିତ ବାତାବରଣ ପରିଲକ୍ଷିତ ହୁଏ। ଏହି ସନ୍ଦର୍ଭରେ, ଶ୍ରୀଅରବିନ୍ଦଙ୍କ ଦର୍ଶନ ବ୍ଯକ୍ତିଗତ, ସାମାଜିକ, ତଥା ରାଜନୈତିକ ଆଦର୍ଶ ଭାବରେ ଏକ ପରିପକ୍ବ ସମନ୍ଵୟ ଉପସ୍ଥାପିତ କରେ।

ନିଜର ଗୋଟିଏ ଭୋଟ୍ ର ମୂଲ୍ୟ ବୁଝିବା ହେଉଛି ଗଣତନ୍ତ୍ର। ଭାଟଦଳ ଚାହାଁନ୍ତି ଯେ ଓଡ଼ିଆମାନେ ଅଣଓଡ଼ିଆଙ୍କ କ୍ରୀତଦାସ ହୋଇ ରହିଥାଆନ୍ତୁ। ଧର୍ମ ଓ ସଂସ୍କୃତି ଆଳରେ ଆପଣଙ୍କ ଭୋଟ୍ ଟି ଛଡ଼ାଇ ନେବା ଉଦ୍ଦେଶ୍ଯ। ଅଣଓଡ଼ିଆ ଓ ଅଧାଓଡ଼ିଆ ନେତାମାନଙ୍କୁ ବିତାଡ଼ିତ କରି ଜଣେ ଖାଣ୍ଟିଓଡ଼ିଆ ଲୋକଙ୍କୁ ରାଜ୍ୟର ଶାସନଭାର ଅର୍ପଣ କରିବା ହେଲା ଆମର ଲକ୍ଷ୍ୟ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରତ୍ୟେକଟି ଭୋଟ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ଯିବ ବୋଲି ଥୋକେ ଆଶାବାନ୍ଧି ବସିଛନ୍ତି। ଏଥର କିନ୍ତୁ ସେପରି ହେବନାହିଁ। ଓଡ଼ିଆମାନେ ଅଣଓଡ଼ିଆ ନେତାଙ୍କୁ ପ୍ରତ୍ଯାଖ୍ଯାନ କରିବା ପାଇଁ ବଦ୍ଧପରିକର। ଓଡ଼ିଶାରେ ଗଣତନ୍ତ୍ର ପୁନର୍ପ୍ରତିଷ୍ଠା ପୂର୍ବକ ଓଡ଼ିଆଭାଷାର ପୂର୍ବ ଗୌରବ ଫେରାଇ ଆଣିବ ସାବିତ୍ରୀ ଇରା ପାର୍ଟି।

ଓକିଲ କେହିଜଣେ ଚାହିଁଲେ କରିଦେବେ।

ବଡ଼ ଦଳ, ବଡ଼ ନେତା, ବହୁତ ପଇସା, ଓ ବିସ୍ତୃତ ସଙ୍ଗଠନ ଥାଇ ମଧ୍ୟ ନିର୍ବାଚନରେ ମାଟି କାମୁଡ଼ି ପଡ଼ିଥିବାର ନଜିର୍ ଅନେକ। ତାହାହିଁ ଗଣତନ୍ତ୍ରର ଶକ୍ତି ଓ ପ୍ରତିଶ୍ରୁତି। ଲୋକଙ୍କ ଆଖିରେ ବନ୍ଧା ହୋଇଥିବା ଅନ୍ଧପୁଟୁଳି ଖୋଲି ସେମାନଙ୍କୁ ସ୍ପଷ୍ଟ ଭାଷାରେ ବୁଝାଇଦେଲେ କୌଣସି ଡ୍ରାମା କରିବା ବା ଭଳି କି ଭଳି ଡ୍ରେସ୍ ପିନ୍ଧିବା ଦରକାର ନାହିଁ।

ଉପନିବେଶବାଦ ଯୋଗୁ ସମ୍ପୂର୍ଣ୍ଣ ପାଶ୍ଚାତ୍ୟ ସଭ୍ୟତାକୁ ବିରୋଧ କରିବାଟା ଅସଙ୍ଗତ କାରଣ ଆଧୁନିକତାର ଚେର ସବୁ ସେଇଠି। ୧୭୮୪ରେ ସାର୍ ୱିଲିୟମ୍ ଜୋନ୍ସ ଏସିଆଟିକ୍ ସୋସାଇଟି ଗଠନ କରି ଯେଉଁ ନୂଆ ଅଧ୍ୟାୟ ସୃଷ୍ଟି କଲେ ତାର ପ୍ରଭାବ ଅକଳନୀୟ। ଶ୍ରୀଅରବିନ୍ଦ ସେହିପରି ୧୯୧୪ରେ ତାଙ୍କର ଆର୍ଯ୍ୟ ପତ୍ରିକା ମାଧ୍ୟମରେ ଆଉ ଗୋଟିଏ ନୂତନ ଯୁଗ ଆରମ୍ଭ କଲେ।

ଗାନ୍ଧୀଙ୍କ ଭୂମିକାକୁ ନେଇ ବିପୁଳ କୋବାଦିତା ସୃଷ୍ଟି ହୋଇଛି ଯାହା ସାରା ବିଶ୍ୱରେ ଏକ ବିଶ୍ଵାସଯୋଗ୍ୟ ରାଜନୈତିକ ମତବାଦ ରୂପେ ସ୍ବୀକୃତି ହାସଲ କରିଛି। ଶ୍ରୀଅରବିନ୍ଦଙ୍କ ଦର୍ଶନ ଅପେକ୍ଷାକୃତ ଗଭୀର ତଥା ଜଟିଳ। ତଥାପି ଏକ ଦୀର୍ଘମିଆଦି ଦୃଷ୍ଟିକୋଣରୁ ବିବର୍ତ୍ତନର ପ୍ରବର୍ତ୍ତକ ହିସାବରେ ଶ୍ରୀଅରବିନ୍ଦଙ୍କ ଭବିଷ୍ୟତବାଣୀ ତାତ୍ପର୍ଯ୍ୟପୂର୍ଣ୍ଣ।

ପୂଜାପଦ୍ଧତି ଓ ରୀତିନୀତି ନେଇ ବିଭିନ୍ନତା ଓଡ଼ିଶାରେ ପ୍ରଚୁର। ତାକୁ ନେଇ ଏକମତ ସୃଷ୍ଟିକରିବା ଅସମ୍ଭବ। ତେଣୁ କେବଳ ଭାଷା ଓ ଲିପିକୁ ଭିତ୍ତିକରି ଆମେ ଅଣଓଡ଼ିଆ ନେତାମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା। ସାବଧାନ ହେବା ଉଚିତ ଯଦି ଛୋଟ ଛୋଟ କଥାକୁନେଇ ଆମଭିତରେ ଆମେ ବାଡ଼ିଆପିଟା ହେବା ତେବେ ପିଠାଟି ଅଣଓଡ଼ିଆ ମାଙ୍କଡ଼ ଭାଗରେ ପଡ଼ିବ।

ସମସ୍ତେ ଏଠି ଯେଝା ହାତରେ ଯିଏ ଚଉଦ ପା କିନ୍ତୁ ଅଣଓଡ଼ିଆ ମାଙ୍କଡ଼କୁ ଘଉଡ଼ାଇବା ପାଇଁ ହେଲେ ମୋତେ ସମର୍ଥନ ଦେବାକୁ ପଡିବ। ଗାଁ କନିଆଁ ସିଙ୍ଘାଣିନାକି ପରି ପ୍ରଥମେ ପ୍ରଥମେ ଟିକେ ଅଡ଼ୁଆ ଲାଗିପାରେ କିନ୍ତୁ ପରେ ଦେହସୁହା ହୋଇଯିବ। ଭଲଲୋକମାନେ ରାଜନୀତିକୁ ଆସନ୍ତୁ ବୋଲି ଯେଉଁ ସ୍ଲୋଗାନ ଶୁଣିବାକୁ ମିଳେ ତାକୁ ସତ୍ଯ ପ୍ରମାଣିତ କରିବାକୁ ହେବ।

କେଉଁ ପଥ ଭଲ

ଚଟକ ଓ ଛଟକ ଭିତରେ କିଛି ପ୍ରଭେଦ ଅଛି କି? ଚଟକ ବୋଧେ ଚଟଣୀର ସ୍ବାଦରୁ ଆସିଛି।

ଓଡ଼ିଆ ଅମୁକ, ଓଡ଼ିଆ ସମୁକ, ବା ଓଡ଼ିଆ ଢମୁକ ଭଳି କେତେକ ତେଣ୍ଡାଙ୍କୁ ଦେଖି ପିଲାଦିନେ ଆମ୍ବ ଚିତ୍ର କରି ତଳେ ଆମ୍ବ ବୋଲି ଲେଖିବା କଥା ମନେପଡ଼ୁଛି। ଓଡ଼ିଆ ଲିପିହିଁ ଓଡ଼ିଆ ଭାବରେ ପରିଚୟ ସକାଶେ ଯଥେଷ୍ଟ। କିନ୍ତୁ ଓଡ଼ିଆରେ ଲେଖିବାର ଅର୍ଥ ନୁହେଁ ଯେ ଅନ୍ୟ ଭାଷାରେ ଲେଖୁଥିବା ଲୋକର ଚଉଦ ପୁରୁଷ ଉଦ୍ଧାର କରିବାର ଅଧିକାର ଆପଣଙ୍କୁ ମିଳିଗଲା।

ଆଜି ପର୍ଯ୍ୟନ୍ତ ବିତିଥିବା ଜୀବନ ଅତୀତ। ଭବିଷ୍ୟତ ପାଇଁ ହିଁ ଯୋଜନା କରାଯାଇପାରେ। ବଦଳିବା ପାଇଁ। ନୂଆ କିଛି ଶିଖିବା ପାଇଁ। ଏବେ ଯେଉଁ ସୁଯୋଗ ଆସିଛି ତାହା ଆଜି ପର୍ଯ୍ୟନ୍ତ ଆସିନଥିଲା। ସୁଯୋଗ ଥରେ ହାତରୁ ଛାଡ଼ିଲେ ଆଉ ମିଳେ ନାହିଁ। ବହୁତ କିଛି ହାସଲ କରିବାର ଅଛି। ଆଗକୁ ବଢ଼ିବାର ଅଛି। ଠିକ୍ ରାସ୍ତାରେ ଚାଲିଲେ ହିଁ ଲକ୍ଷ୍ୟ ସାଧିତ ହେବ।

ଚବିଶବର୍ଷର ଚାକିରି ପରେ, ମୁଁ ୨୦୦୦ ମସିହାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଧିକାରୀ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲି। ୨୦୦୫ରୁ ମୁଁ ସ୍ବମିଦିଆରେ ଲେଖା ଲେଖି କରିଆସୁଛି।

savitriera.blogspot.com

selforum.blogspot.com

odiaolia.blogspot.com

ଶ୍ରୀଅରବିନ୍ଦଙ୍କ ରାଜନୈତିକ ପ୍ରାସଙ୍ଗିକତାକୁ ବିତରଣ କରିବାରେ ମୁଁ ପ୍ରଥମ।

ଏପରି ଲଜ୍ଜାଜନକ ଦିନ ଆସିବ ବୋଲି କେହି ଭାବିନଥିଲେ କିନ୍ତୁ ଦୋଷ କୌଣସି ବ୍ୟକ୍ତିବିଶେଷଙ୍କର ନୁହେଁ, ଦୋଷ ହେଉଛି ଭାରତୀୟ ସମ୍ବିଧାନର। ଓଡ଼ିଶାବାସୀ ଭାରତୀୟ ସମ୍ବିଧାନର ବନ୍ଧନରୁ ମୁକ୍ତ ହେବା ଲାଗି ନିଜକୁ ପ୍ରସ୍ତୁତ କରନ୍ତୁ। ନହେଲେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏହି ଭୟଙ୍କର ଚକ୍ରାନ୍ତରୁ ଶହେ ବର୍ଷ ପର୍ଯ୍ୟନ୍ତ ବି ହୁଗୁଳିବା ଅସମ୍ଭବ।

ଦକ୍ଷିଣ ଭାରତରେ ଖୁସିର ଲହର ଖେଳିଯାଇଛି ଓ କେତେକ ତାଙ୍କୁ ଆନ୍ନାମଲାଇଙ୍କ ସହ ତୁଳନା କରି ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବାର ସ୍ବପ୍ନ ମଧ୍ୟ ଦେଖିଲଣି। ତାଙ୍କ ଭାଗ୍ୟ ଯଦି ଏତେ ଜୋର ଥିବ ତାହେଲେ କାହାର କ୍ଷମତା ଅଛି କିଏ ତାଙ୍କୁ ଅଟକାଇ ପାରିବ? ଅବଶ୍ଯ ହିନ୍ଦୁତ୍ୱ ବିରୁଦ୍ଧରେ ଲଢ଼ିବା ପାଇଁ ଏ ଦେଶରେ ଏକ ବିରାଟ ଜାଗା ରହିଛି।

ଓଡ଼ିଆ ଭାବରେ ଯେଉଁ ସବୁ ସ୍ବପ୍ନ ଆମେ ପିଲାଦିନେ ଦେଖୁଥିଲୁ ତଥା ସ୍କୁଲରେ ରଚନା ଲେଖୁଥିଲୁ ଓ ବକ୍ତୃତା ପ୍ରତିଯୋଗିତାରେ ଭାଷଣ ଦେଉଥିଲୁ ତାର କାଣିଚାଏ ବି ପୁରା ହୋଇପାରିଲା ନାହିଁ ବିଗତ ଷାଠିଏ ବର୍ଷ ଭିତରେ। ଜାତୀୟ ସ୍ତରରେ ଓଡ଼ିଶାର ପରିଚୟ ଏକରକମ ଶୂନ୍ୟ କହିଲେ ଚଳେ। ଜନମାନସର ଭୂଗୋଳ ଭିତରେ ଓଡିଶା ଏବେବି ଅନୁପସ୍ଥିତ। ଆଶା ମରି ଯାଇଛି!

ଅନେକ ଓଡ଼ିଆ ସହକର୍ମୀମାନଙ୍କଠାରୁ ଧୋକା ଖାଇବା ପରେ ମୁଖ୍ୟମନ୍ତ୍ରୀ ଅଣଓଡ଼ିଆ ଲୋକଙ୍କ ଉପରେ ଭରସା କରିବା କିଛି ଅସ୍ବାଭାବିକ ନୁହେଁ।

twitter.com/SujitSarangi3/…

ଜଣେ ଲୋକ ଏକାଦିକ୍ରମେ ଏତେ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇ ରହିବା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ ବୋଲି ମୁଁ ବିଭିନ୍ନ ଆଳରେ ସ୍ବର ଉତ୍ତୋଳନ କରି ଆସୁଥିଲି। ଯଦି ଅନ୍ୟ କିଏ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ତାହା ସ୍ବାଗତଯୋଗ୍ୟ। ଶ୍ରୀମା ଶ୍ରୀଅରବିନ୍ଦଙ୍କର ଅନୁଗାମୀ ହିସାବରେ ହିନ୍ଦୁତ୍ୱ ବିରୁଦ୍ଧରେ ଜନସଚେତନା ଆଣିବା ମୋର ପ୍ରାଥମିକତା।

ନେହେରୁ ଏକ ପକ୍ଷରେ ଗାନ୍ଧୀଙ୍କର ବିଭିନ୍ନ ଅଯୌକ୍ତିକ ମତକୁ ଉପେକ୍ଷା କରୁଥିଲେ ଓ ଅନ୍ୟ ପକ୍ଷରେ ହିନ୍ଦୁବାଦୀ ଚାପକୁ ଅବଜ୍ଞା କରୁଥିଲେ। ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଏକ ଦିଗରେ ପୁଞ୍ଜିବାଦ ଓ ଅପର ଦିଗରେ ସମାଜବାଦ ଓ ସାମ୍ଯବାଦର ଆକର୍ଷଣକୁ ପ୍ରତିରୋଧ କରିଥିଲେ। ଆମେରିକା ଓ ରୁଷିଆକୁ ଅମାନ୍ଯ କରି ସେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଗଢିଲେ।

ମଧୁବାବୁଙ୍କ ଉପରେ ଗବେଷଣାତ୍ମକ ବହିଟିଏ ଅବପାତ ପାଇଁ ଉପଲବ୍ଧ।

scholar.google.co.in/scholar_url?ur

ଇଶ୍ୱରଚନ୍ଦ୍ର ବିଦ୍ୟାସାଗର (୧୮୨୦-୧୮୯୧) ଙ୍କ ପ୍ରଭାବ ସୁବିଦିତ ଯିଏ ବିଜ୍ଞାନକୁ ସମର୍ଥନ କରି ଭାରତୀୟ ଦର୍ଶନ ପ୍ରତି ପ୍ରତିକୂଳ ମତପୋଷଣ କରିଥିଲେ। ଯଦି ଶ୍ରୀଅରବିନ୍ଦ ସ୍ବୀୟ ପ୍ରକୃତିର ରୂପାନ୍ତର ତତ୍ତ୍ବ ମାଧ୍ୟମରେ ଆଧ୍ୟାତ୍ମିକ ପକ୍ଷଟିକୁ ପୁନଃସ୍ଥାପିତ ନକରିଥାନ୍ତେ ତେବେ ଜ୍ଞାନର ସ୍ଥିତି ଆଜି କଣ ହୋଇଥାନ୍ତା ଆମେ ଅନୁମାନ କରିପାରିବା।

ଅଦ୍ଭୁତ ପ୍ରତିଭା

ଓଡ଼ିଆ ନଡ଼ିଆ: ସ୍ୱରୂପ ନାୟକ ଓ ଅରବିନ୍ଦ ମହାନ୍ତି ଆଉ ନାହାନ୍ତି

odianadia.blogspot.com/2023/10/blog-p

ତୁଷାରନାଥ ମହାପାତ୍ରଙ୍କ ଦ୍ଵାରା ସଙ୍କଳିତ

ଦ୍ରାବିଡ଼ନାଡ଼ୁ ସତରେ ଯଦି କେବେ ଏକ ଅଲଗା ଦେଶ ହୁଏ ତାହେଲେ ଓଡ଼ିଶା ତା ସହିତ ମିଶିବା ପାଇଁ ଆଉ କୌଣସି ପ୍ରତିବନ୍ଧକ ନାହିଁ। ତାଛଡ଼ା ସମ୍ବଲପୁର ସମସ୍ଯାର ମଧ୍ୟ ସମାଧାନ ହୋଇଯିବ। ଘର ପଛେ ପୋଡ଼ିଯାଉ ହେଲେ ମଶା ମରନ୍ତୁ ବା ଘଇତା ପଛକେ ମରୁ, ସଉତୁଣୀ ରାଣ୍ଡ ହେଉ। କିନ୍ତୁ ହିନ୍ଦୀ ପ୍ରୀତି ଯୋଗୁ ସେମାନେ ବୋଧେ ଭାରତରେ ରହିବାପାଇଁ ଚାହିଁବେ।

ବର୍ତ୍ତମାନର ୨୨ଟି ସହିତ ସମ୍ବଲପୁରୀ ସମେତ ଆଉ ୩୮ଟି ଭାଷା ସାମ୍ବିଧାନିକ ସ୍ବୀକୃତି ଲାଭ କରିବାର ସମ୍ଭାବନା ବହୁତ। ନୂଆ ଶିକ୍ଷାନୀତି ମଧ୍ୟ ମାତୃଭାଷା ମାଧ୍ୟମରେ ପାଠ ପଢ଼ିବାର ପକ୍ଷପାତୀ। ଭାଷାସହ ଜାତୀୟତାବୋଧର ଯେ ଗଭୀର ସମ୍ପର୍କ ରହିଛି ଏହା ଅସ୍ବୀକାର କରିହେବ ନାହିଁ। ବର୍ଦ୍ଧନଶୀଳ ଜନସଙ୍ଖ୍ୟା ପରିପ୍ରେକ୍ଷୀରେ ସମ୍ଭାବ୍ୟ ବାସ୍ତବତା କଣ?

ଓଡ଼ିଆ ଭାଷାର ମୂଳଦୁଆ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କ ତୁଳନାରେ ଯଥେଷ୍ଟ ଦୃଢ କିନ୍ତୁ ଭୌଗୋଳିକ ପରିସର କ୍ଷୁଦ୍ର। ଦୀର୍ଘ ବର୍ଷ ପରେ ମଧ୍ୟ ଏହା ସବୁ ଅଞ୍ଚଳରେ କଥିତ ଭାଷା ଭାବେ ଆଦୃତ ହୋଇପାରିନାହିଁ। ତାଛଡ଼ା ଖୋଦ ନିଜ ଏନ୍ତୁଡ଼ିଶାଳ ଭିତରେ ବି ଟିଭି ଓ ମୁଭି ଦ୍ବାରା ତୀବ୍ର ଆକ୍ରମଣର ସମ୍ମୁଖୀନ ହୋଇଛି। ତୃତୀୟତଃ ଯୁବକମାନେ ବଡ଼ ବୀତସ୍ପୃହ।

ବିସର୍ଜନ ଶୋଭାଯାତ୍ରାକୁ ଅନେକ ଲୋକ ସମାଲୋଚନା କରୁଛନ୍ତି କିନ୍ତୁ ମନୋରଞ୍ଜନର ସେହି ସ୍ତରରେ ପହଞ୍ଚିବା ଲାଗି ଯେ ପ୍ରାୟ ଗୋଟିଏ ଶତାବ୍ଦୀ ଲାଗିଛି ତାହା ଭୁଲିଗଲେ ଚଳିବ ନାହିଁ। ଆମ ପିଲାଦିନେ ଯେଉଁ ରକ୍ଷଣଶୀଳ ସମାଜ ଥିଲା ତାହା ବ୍ୟକ୍ତିତ୍ବ ଗଠନ ଦିଗରେ ବାଧକ ଥିଲା। ଯାହାହେଉ ଯାନ୍ତ୍ରିକତାର ପ୍ରାବଲ୍ୟ ଦ୍ବାରା ସେ ପ୍ରାଚୀର ଏବେ ଭାଙ୍ଗିଲା।

୧୯୮୬: ହୀରା ନୀଳା

~ଗୀତ ଓ ସଙ୍ଗୀତ: ସ୍ବରୂପ ନାଏକ

ମୁଁ ତୋ ହୀରା: ଦେବାଶିଷ ସ୍ବରୂପ ରାଧାରାଣୀ

ହେ କାଞ୍ଚି: ଦେବାଶିଷ ତୃପ୍ତି ଦାସ

ହାଁ ଏ ଉପରବାଲା: ଦେବାଶିଷ

ଶାଢୀ ମାଗିବି: ତୃପ୍ତି ଦାସ

କୁହୁକିନୀ ରାତି ଖେଳେ: ଦିଲରାଜ କୌର ସ୍ବରୂପ

ଠାକୁର ଗଲେ: ସଚିନ ଅନୁରାଧା ସ୍ବରୂପ

~ଗୀତ: ଦେବଦାସ ଛୋଟରାୟ

କାଚଘର: ରବୀନ୍ଦ୍ର ଜୈନ

କୋଇଲି: ଅନୁରାଧା

ସାମାଜିକ ପରିବର୍ତ୍ତନ ଓ ତଦ୍‌ଜନିତ ଚାପ ସହିତ ଖାପଖୁଆଇ ଜୀବନ ଯାପନ କରିବା ପାଇଁ ଯେଉଁ ମନସ୍ତାତ୍ତ୍ବିକ ଉପାଦାନ ସବୁ ଅତ୍ଯାବଶ୍ଯକ ତାକୁ ଶିକ୍ଷା ବ୍ୟବସ୍ଥା ଉପେକ୍ଷା କରି ଚାଲିଛି। ଜୀବନ ତଥା ପୃଥିବୀ ସମ୍ବନ୍ଧରେ ଏକ କିଶୋରସୁଲଭ ଦୃଷ୍ଟିଭଙ୍ଗୀକୁ ସମସ୍ତେ ସତ୍ଯ ବୋଲି ମାନିନେଇଛନ୍ତି। ସୌଭାଗ୍ୟର ବିଷୟ ଯେ ଶ୍ରୀଅରବିନ୍ଦଙ୍କ ଦର୍ଶନ ଗଭୀରତର।

ଖାଲି ପବନରେ ଉଡ଼ିଲେ କଣ ହେବ?

ଆମ ପିଲାଦିନେ କଟକରୁ କାକଟପୁର ଓ ଅସ୍ତରଙ୍ଗ ପର୍ଯ୍ୟନ୍ତ ବସ ଚଳାଚଳ କରୁଥିଲା କିନ୍ତୁ କୋଣାର୍କ ଯିବାପାଇଁ ସିଧା ରୁଟ ନଥିଲା। ବହିରେ ପଢ଼ୁଥିଲୁ ଓ ରେଡ଼ିଓରୁ ଶୁଣୁଥିଲୁ କିନ୍ତୁ ଯାଇ ଦେଖିବାର ସୁଯୋଗ କଲେଜ ଯିବା ପୂର୍ବରୁ ଜୁଟିନଥିଲା। ବାପା ସେମିତି ରାଧାନାଥଙ୍କ ଚିଲିକା କାବ୍ଯକୁ ବହୁତ ଭଲ ପାଉଥିଲେ କିନ୍ତୁ କେବେବି ଚିଲିକା ଦେଖିନଥିଲେ।

ଫୁଲନଖରା ଛକକୁ ତ ଅକ୍ଷୟ ମହାନ୍ତି ତାଙ୍କ ରାଜାଝିଅ ଗୀତରେ ପ୍ରସିଦ୍ଧ କରିଦେଇଛନ୍ତି। ସେଠୁ ତଳକୁ ଦଶ ବାର କିମି ଗଲେ ବାଗଲପୁର ପଡ଼େ ଯୋଉଠୁ ସାତ ଆଠ କିମି ଭିତରକୁ ଆମ ଗାଁ ସାଇଲୋ ଝାରପଡ଼ା। ଯେତେବେଳେ ଆମ ଗାଆଁକୁ ବସ ସିଧା ଯାଉନଥିଲା ସେତେବେଳେ ଚାଲି ଚାଲି, ଶଗଡ଼ରେ, କିମ୍ବା ସାଇକେଲରେ ବସି ବାଗଲପୁର ପର୍ଯ୍ୟନ୍ତ ଆସିବାପାଇଁ ପଡ଼ୁଥିଲା।

ଦକ୍ଷିଣ ଭାରତୀୟ ସିନେମା ଓ ଗୀତ ସହିତ ମୋର ପରିଚୟ ନାହିଁ କି କାହାରି ପ୍ରତି ଆକର୍ଷଣ ନାହିଁ। କେତେକ ଗୀତରେ ଜ୍ୟୋତିିକାଙ୍କ ଅଭିନୟ ଭଲ ଲାଗେ। କିନ୍ତୁ ହିନ୍ଦୀ ପରି ମେଲୋଡ଼ିଭରା ସର୍ଜନା ବୋଧେ କମ। ତଥାପି ଜଗଦୀଶ ଓ ଉର୍ବଶୀଙ୍କ ପାଥିରା କୋଟ୍ଟାରଙ୍ଗଲିଲ୍ ଗୀତଟି ମୋର ସବୁଠାରୁ ପ୍ରିୟ। ତାପରେ, ବିଜୟକାନ୍ତ ଓ ସୌନ୍ଦର୍ଯ୍ୟାଙ୍କ ଏନ୍ନ ନେନଚ୍ଚ।

ମୁଁ ଯେଉଁ ଉଦାହରଣ ଦେଇଛି ସେସବୁ ହେଲା ସିଧା ସିଧା ସ୍ବର। ଆପଣ ଗୋଟିଏ ଆଜିକାଲିକା ଛବିର ନାଁ ନେଲେ ଯେଉଁଥିରେ ସ୍ବର ଗୁଡ଼ିକ ବଙ୍କାଢ଼ଙ୍କା ଓ ଲମ୍ବେଇକି ଗାଇବାର ଶୈଳୀ, ଯାହା ଏବେ ପ୍ରାୟ ଚାଲିଛି। ମୋତେ କିନ୍ତୁ ଶୁଣିଲେ ଅତିଷ୍ଠ ଲାଗେ।

ପରଦେଶୀଆ ରାଜା ଛତିଶଗଡ଼ି ମୋହିନୀ ଗୀତର କପି ବୋଲି ଶୁଣିଥିଲି ଏବଂ ତାର ଘୋଷାରେ ମହନି ଶବ୍ଦଟି ଥିବା ଏକପ୍ରକାର ସେୟା ଘୋଷଣା କରୁଛି। କିନ୍ତୁ କିପରି ଏଇସବୁ ଗୀତ ଏତେ ସୁନ୍ଦର ହୋଇପାରୁଛି ବୋଲି ଭାବିଲାବେଳକୁ ବଚକେ ରହନା ରେ ବାବା ମନେପଡ଼ିଲା। ଓଡ଼ିଆରେ ଆଗରୁ ଯେମିତି ଛାନ୍ଦ ଥିଲା ସେହିପରି ପୁରୁଣା ଗୀତର ଛାଞ୍ଚ ତିଆରି ହେଲେ ଭଲ ହୁଅନ୍ତା।

ସମୟ ହେଲେ ଶୁଣିବେ କେତେବେଳେ। ୟୁଟ୍ୟୁବରେ ପରଦେଶୀଆ ରାଜା ସର୍ଚ୍ଚ କରନ୍ତୁ।

ସ୍ବରୂପ ନାଏକଙ୍କ ପ୍ରଥମ ଛବି ହୀରା ନୀଳାରେ ତୃପ୍ତି ଦାସ ବୋଲିଥିବା ଶାଢୀ ମାଗିବି ନାହିଁ କି ଚୁଡ଼ି ମାଗିବି ନାହିଁ ଏକ ସୁମଧୁର ଗୀତ। ମନେରଖିବାକୁ ହେବ ଯେ ପ୍ରାୟ ଏହି ସମୟରୁ ଗୀତରେ ଅବକ୍ଷୟର ଯୁଗ ଆରମ୍ଭ ହେଲା। ତେଣୁ ତା ଭିତରୁ ଯେଉଁ ଗୀତ ଗୁଡ଼ିକ ସମୟର ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଜିବି ଲୋକପ୍ରିୟ ସେସବୁ ସୁନା ମୁଣ୍ଡା ସଦୃଶ।

ଗୀତା ରାଓ (ପୂର୍ବରୁ, ଗୀତା ରାଣୀ ଦତ୍ତ) ଜୀବନ ସାଥି କଥାଚିତ୍ରରେ ପାର୍ଶ୍ବନାୟିକା ଚୁମକୀ ଚରିତ୍ରରେ ସ୍ମରଣୀୟ ଅଭିନୟ କରିଛନ୍ତି। ମଲାଜହ୍ନ, ନବଜନ୍ମ, ଓ ଅଦିନ ମେଘରେ ମଧ୍ୟ ତାଙ୍କୁ ଭଲ ଭୂମିକା ମିଳିଥିବା ବେଳେ ଅମଡ଼ାବାଟ ଓ କାରେ ସେ ଖଳ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଅକୃତ୍ରିମ ଅଭିନୟ ବ୍ଯତୀତ ତାଙ୍କ କଣ୍ଠସ୍ବର ଅତୀବ ମନମୁଗ୍ଧକର।

ଉର୍ବଶୀ ଯୋଶୀ

ମଣିମାଳା ଦେବୀ (୧୯୩୧-୨୦୧୬)

ଗ୍ଲୋରିଆ ମହାନ୍ତି (୧୯୩୨-୨୦୧୪)

ପାର୍ବତୀ ଘୋଷ (୧୯୩୩-୨୦୧୮)

ଭାନୁମତୀ ଦେବୀ (୧୯୩୪-୨୦୧୩)

ମିନତି ମିଶ୍ର (୧୯୩୬-୨୦୨୦)

ଲୀଳା ଦୁଲାଳି (୧୯୩୮-୨୦୦୫)

ଅନିମା ପେଦିନୀ (-୨୦୦୬)

ସୁଧାରାଣୀ ଜେନା (୧୯୪୨-୨୦୨୩)

ଝରଣା ଦାସ (୧୯୪୫-୨୦୨୨)

ଅନୀତା ଦାସ (୧୯୫୩-୨୦୧୮)

ରୁନୁ ପରିଜା-ସାଧନା (୧୯୬୫-୨୦୧୪)

ବାଳକୃଷ୍ଣ ଦାଶ (୧୯୨୩-୧୯୯୩)

ଭୁବନେଶ୍ୱର ମିଶ୍ର (୧୯୨୭-୧୯୯୩)

ଭିକାରୀ ବଳ (୧୯୨୯-୨୦୧୦)

ରଘୁନାଥ ପାଣିଗ୍ରାହୀ (୧୯୩୪-୨୦୧୩)

ଶାନ୍ତନୁ ମହାପାତ୍ର (୧୯୩୬-୨୦୨୦)

ଅକ୍ଷୟ ମହାନ୍ତି (୧୯୩୬-୨୦୦୨)

ପ୍ରଫୁଲ୍ଲ କର (୧୯୩୯-୨୦୨୨)

ସିକନ୍ଦର ଆଲାମ (୧୯୩୯-୨୦୧୦)

ଉପେନ୍ଦ୍ର କୁମାର (୧୯୪୧-୨୦୦୨)

ଚିତ୍ତ ଜେନା(୧୯୪୧-୨୦୧୮)

ସ୍ୱରୂପ ନାଏକ(୧୯୪୭-୨୦୨୩)

ସାମୁଏଲ ସାହୁ (୧୯୧୮-୨୦୦୦)

ଗୋପାଳ ଘୋଷ (୧୯୨୦-୨୦୧୫)

ଗୋବିନ୍ଦ ତେଜ (୧୯୨୮-୨୦୧୬)

ଧୀର ବିଶ୍ୱାଳ (୧୯୨୯-୧୯୯୫)

ଗୌର ଘୋଷ (୧୯୨୯-୧୯୯୪)

ଶରତ ପୂଜାରୀ (୧୯୩୪-୨୦୧୪)

ଅକ୍ଷୟ ମହାନ୍ତି (କା) (୧୯୩୭-୨୦୦୪)

ଦେବୁ ବୋଷ (୧୯୪୨-୨୦୧୮)

ଅଜିତ ଦାସ (୧୯୪୯-୨୦୨୦)

ବିଜୟ ମହାନ୍ତି (୧୯୫୦-୨୦୨୦)

ହର ପଟ୍ଟନାୟକ (୧୯୫୮-୨୦୧୫)

ମିହିର ଦାସ (୧୯୫୯-୨୦୨୨)

କାଳୀଚରଣ ପଟ୍ଟନାୟକ(୧୮୯୭-୧୯୭୮)

ପରଶୁରାମ ପଟ୍ଟନାୟକ(୧୯୨୦-୧୯୭୨)

ନରସିଂହ ମହାପାତ୍ର(୧୯୨୬-୧୯୯୮)

ପାର୍ଥସାରଥୀ ମହାପାତ୍ର(୧୯୩୩-୧୯୭୬)

ଜୀବନାନନ୍ଦ ପାଣି(୧୯୩୩-୧୯୯୮)

ନାରାୟଣ ପ୍ରସାଦ ସିଂହ(୧୯୩୩-୨୦୧୮)

ଗୁରୁକୃଷ୍ଣ ଗୋସ୍ୱାମୀ(୧୯୩୪-୨୦୧୮)

ପ୍ରମୋଦ ପାଣିଗ୍ରାହୀ(୧୯୩୫-୨୦୧୪)

ଜିତେନ୍ଦ୍ର ପଟ୍ଟନାୟକ(୧୯୩୭-୧୯୭୭)

ବିନୋଦିନୀଦେବୀ(୧୯୩୭-୨୦୨୩)

ବୈକୁଣ୍ଠନାଥ ମହାନ୍ତି (୧୯୧୭-୧୯୯୫)

ରଘୁନାଥ ମିଶ୍ର (୧୯୨୬-୨୦୧୧)

ସାରଦା ପ୍ରସନ୍ନ ନାଏକ (୧୯୨୬-୨୦୨୦)

ଶିବବ୍ରତ ଦାସ (୧୯୩୦-୧୯୮୮)

ଗଣେଶ ମହାପାତ୍ର (୧୯୩୨-୧୯୯୭)

ସୁରେନ୍ଦ୍ରନାଥ ବିଦ୍ୟାଧର (୧୯୩୭-୨୦୧୩)

ଯୁଗଳ କିଶୋର ଯୋଶୀ (୧୯୪୧-୧୯୯୫)

ଗୋକୁଳାନନ୍ଦ ପରିଡ଼ା (୧୯୪୬-୨୦୦୨)

ନିଶାକର ବେହେରା (୧୯୪୬-୨୦୧୭)

ଶେଖ୍ ନିଜାମ ଉଲ୍ ହକ୍ (୧୯୫୧-୨୦୧୫)

ନାରାୟଣ ପ୍ରସାଦ ପଟ୍ଟନାୟକ (୧୯୩୮)

ରଜନୀକାନ୍ତ ନାୟକ (୧୯୩୯)

ହରିହର ମିଶ୍ର (୧୯୪୦)

ନନ୍ଦକିଶୋର ସିଂହ (୧୯୪୨)

ବୃନ୍ଦାବନ ଜେନା (୧୯୪୪)

ଗୌର ପଟ୍ଟନାୟକ (୧୯୪୪)

ରମେଶ ପ୍ରସାଦ ପାଣିଗ୍ରାହୀ (୧୯୪୪)

ଦେବଦାସ ଛୋଟରାୟ (୧୯୪୬)

ନିମାଇଁ ମହାନ୍ତି (୧୯୫୩-୨୦୨୨)

ଶୀର୍ଷାନନ୍ଦ ଦାସ କାନୁନଗୋ (୧୯୫୫)

ରଜନୀ ରଞ୍ଜନ (୧୯୫୯)

ଶ୍ରୀକାନ୍ତ ଗୌତମ (୧୯୭୯)

ଅଭିନେତା।

ଡଥାପି ମନେପକାଇଲେ କିଛି କ୍ଷତି ନାହିଁ। ଗବେଷଣା ଲାଗି ପ୍ରଚୁର ସୁଯୋଗ ରହିଛି।

No comments:

Post a Comment

ହେ ବିନ୍ଦୁ ବିଦାୟ

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ। ଓଡ଼ିଆ ଓଳିଆ: ମେଣ୍ଢା ଓ ଶୁଆ o...