Saturday, 13 July 2024

ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଓ ବ୍ଯକ୍ତିତନ୍ତ୍ରର ଅବସାନ

 ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ।

କାଲି ଯେଉଁମାନେ ଜିତିବେ, ସେମାନଙ୍କୁ ଆଗତୁରା ଅଭିନନ୍ଦନ। ଚେଷ୍ଟା କରିବା, ଅଣଓଡ଼ିଆ ଓ ଅଧାଓଡ଼ିଆ ମାନଙ୍କୁ ଉପର ସ୍ଥାନ ସବୁ ନଦେଇ, ଖାଣ୍ଟି ଓଡ଼ିଆମାନଙ୍କୁ ପ୍ରାଥମିକତା ଦେବା। କାହାର ଗୁଣ ପ୍ରଶଂସା କଲାବେଳେ ମଧ୍ୟ ଏହି କଥାଟିକୁ ମନେରଖିବା। ଓଡ଼ିଆ ଏକତା ଓ ସ୍ବାଭିମାନ ଲାଗି ଅଲଗା ଲଢ଼େଇ ଲଢ଼ିବା ପାଇଁ ପଡ଼ିବ। ଓଡ଼ିଆ ଭାଷାକୁ ବଞ୍ଚାଇବା।

ଜଣେ ଦୁଇଜଣ ବହୁତ ଅଭଦ୍ର ଭାଷା ବ୍ୟବହାର କରି ବଡ଼ ଲଜ୍ଜିତ କରୁଥିଲେ। ଏବେ ତୁଣ୍ଡି ଲାଗିଯିବ ନିଶ୍ଚୟ!

ଓଡ଼ିଶାରେ ଗଣତନ୍ତ୍ର ପୁନଃ ପ୍ରତିଷ୍ଠିତ ହେବା ଓ କେନ୍ଦ୍ରରେ ମଧ୍ୟ ବ୍ଯକ୍ତିତନ୍ତ୍ରର ଅବସାନ ଘଟିବା, ଦୁଇଟିଯାକ ମୋ ପାଇଁ ଅତୀବ ଆନନ୍ଦର ବିଷୟ। ଅବଶ୍ୟ ମୋ ସହିତ ସହମତ ହେବାପାଇଁ ଆଉ କେହି ନାହାନ୍ତି। ଶ୍ରୀମା ଶ୍ରୀଅରବିନ୍ଦଙ୍କ ନିକଟରେ ମୋର ପ୍ରାର୍ଥନା ସଫଳ ହୋଇଛି। ଖାଲି ଜଣେ ଖାଣ୍ଟି ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଇଚ୍ଛା।

ସବୁବେଳେ ମନେରଖିବେ ଯେ ଆପଣମାନଙ୍କର କାହାରିବି ଆଦର୍ଶଗତ ଚେର ନାହିଁ। ସୌମ୍ୟବାବୁ ପ୍ରଥମେ ଆସି ଟିକେ ଢୋଲ ପିଟାପିଟି କରୁଥିବା କଥା ମନେଅଛି। ଏଥରର ଜିତିବାଟାବି ପାଣ୍ଡିଆନଙ୍କ ଅବଦାନ। ଆପଣଙ୍କ ନିଜ ବଳରେ ନୁହେଁ। ଆନ୍ଧ୍ର, ବିହାର, ବା ପଶ୍ଚିମବଙ୍ଗ ଭଳି ଆଜି ଆମର ନିଜ ମେରୁଦଣ୍ଡ ଆଉ ନାହିଁ। ସ୍ବାଭିମାନ ବନ୍ଧା ପଡ଼ିଲା। ଜିଭ ବଳି ଦିଆହେଲା।

ଜଣେ ମୁଖ୍ୟମନ୍ତ୍ରୀ ଗଲେ ଓ ଆଉଜଣେ ଆସିବେ। ହୁଏତ କିଛିଟା ପରିବର୍ତ୍ତନ ହେବ ଓ ଓଡ଼ିଶାର ଉନ୍ନତି ଦିଗରେ ବିଭିନ୍ନ ପଦକ୍ଷେପ ନିଆଯିବ। କିନ୍ତୁ ଅଣଓଡ଼ିଆଙ୍କ ପାଦତଳେ ରହି କୋଉ ମହତପଣିଆ ବଢ଼ିଯିବ? ମହତାବ କଙ୍ଗ୍ରେସ ଛାଡ଼ି ଜନକଙ୍ଗ୍ରେସ ଗଢ଼ିବା ଦିନଠାରୁ ଓଡ଼ିଶାର ଏକ ବଳିଷ୍ଠ ସ୍ବାଭିମାନ ସୃଷ୍ଟି ହୋଇଥିଲା। ସ୍ବାଧୀନଚେତା ଲୋକେ ବଜାୟ ରଖନ୍ତୁ।

ସ୍ମୃତି ଇରାନୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲେ ଓଡ଼ିଶାବାସୀ ସ୍ବାଗତ କରିବେ ବୋଲି ଶୁଣିବାକୁ ମିଳୁଛି।

ନବୀନ ପଟ୍ଟନାୟକଙ୍କର ଯେତେ ଭଲ ଗୁଣ ଥିଲେ ବି ପ୍ରହାରେଣ ଧନଞ୍ଜୟ ସ୍ତର ଅର୍ଜନ କରିବା ତାଙ୍କର ନିଜ କୃତ। ପାଣ୍ଡିଆନଙ୍କ ଅବଦାନ ଯେତେ ପ୍ରଶଂସନୀୟ ହେଲେ ମଧ୍ୟ ଅଗଣତାନ୍ତ୍ରିକ ଉପାୟରେ ଦଳ ଉପରେ ଆଧିପତ୍ୟ ବିସ୍ତାର କରିବା ଷଡ଼ଯନ୍ତ୍ର ଯୋଗୁ ସେ ଦୋଷୀ। ସେ ଯାହାହେଉ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି ବୋଲି ମୁଁ କହିଆସୁଛି।

ଦକ୍ଷିଣରୁ ଜଣେ ବାଚସ୍ପତି ହେଲେ ଲେଖା ଛିଡ଼ିବ।

ଦେଶର ସମ୍ବିଧାନ ଏହି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଆଦେନୀ, ନିଜାମ, ଓ ଅନୁତାପ।

ଯିଏ ଯୋଉ ଭାଷାକୁ ଯେତିକି ଜାଣିଛି ତାକୁ ବ୍ୟବହାର କରିବାରେ କ୍ଷତି କିଛି ନାହିଁ। ଶିଖିବାର ବାଟହିଁ ସେଇଆ। ମଣିଷ ଭାଷା ଅପେକ୍ଷା ଯଥେଷ୍ଟ ଅଧିକ ମୂଲ୍ଯବାନ।

ଧନ୍ୟବାଦ। ସାଙ୍ଗରେ ମୋ ବଡ଼ ଝିଅ ରିମିନା। ସାନ ଝିଅ ସିଲିକା ଏବେ ଦର୍ଶନ ଅଧ୍ୟାପିକା।

ପ୍ରଥମ କଥା ହେଉଛି ଯିଏ ଦଳ ତଥା ରାଜ୍ୟର ନେତା ହେଲେ ସିଏ କଣ ନିର୍ବାଚନ ଲଢ଼ି ଜନାଦେଶ ଲାଭ କରିଛନ୍ତି? ଯଦି ତାଙ୍କୁ ନେତା ପଦ ଦୟା କରି ଦିଆଗଲା ତାହେଲେ ଗୋଡ଼ ଟାଣିବା ପାଇଁ ଆଉ ଦୁଇ ଜଣଙ୍କୁ କାହିଁକି ନିଯୁକ୍ତ କରାଗଲା? ତୃତୀୟତଃ କାହା ସ୍ଥାନ ଉପରେ? ମୁଖ୍ୟମନ୍ତ୍ରୀ ନା କେନ୍ଦ୍ରମନ୍ତ୍ରୀ? ଓଡ଼ିଆ ସ୍ବାଭିମାନ ଯେଉଁ ତିମିରେକୁ ସେଇ ତିମିରେ।

ନୂଆ ସରକାରଙ୍କ ପାଖରେ ମୋର ସେହି ପୁରୁଣା ଦାବୀ। କଳାଧଳା ଓଡ଼ିଆ କଥାଚିତ୍ର ଗୀତ ଗୁଡ଼ିକର ଦୃଶ୍ୟବନ୍ଧ ବା ଭିଡ଼ିଓ କିପରି ୟୁଟ୍ୟୁବ ମାଧ୍ୟମରେ ସବୁ ଲୋକଙ୍କ ପାଖରେ ପହଞ୍ଚି ପାରିବ ତାର ବ୍ୟବସ୍ଥା ହେବା ଦରକାର। ତାଛଡ଼ା, ସେହି କଥାଚିତ୍ର ଗୁଡ଼ିକର ପ୍ରଦର୍ଶନ କିଭଳି ଭାବରେ କରାଯାଇପାରିବ ସେଥିପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବା ଆବଶ୍ୟକ।

କଳିଙ୍ଗ ସମ୍ବନ୍ଧୀୟ ହେଲେ ପରିଧି ବୃଦ୍ଧି ପାଆନ୍ତା ଓ ଆନ୍ଧ୍ର ବି ଅନ୍ତର୍ଭୁକ୍ତ ହୁଅନ୍ତା।

ଶ୍ଯାମାନୁଜ ବାବୁଙ୍କୁ ବହୁ ସମାଲୋଚନାର ଶରବ୍ୟ ହେବାପାଇଁ ପଡ଼ୁଥିଲା। ସେ ଆଜି ନାହାନ୍ତି, କିନ୍ତୁ ଉପରେ ଥାଇ ହସୁଛନ୍ତି। କହୁଛନ୍ତି କ୍ଷମତା ତ ପାଇଲ, ଏଥର ପ୍ରମାଣ କରି ଦେଖାଅ। ଓଡ଼ିଆ ସଂସ୍କୃତି କଣ, ସ୍ବାଭିମାନ କଣ, କୋଉଥିପାଇଁ ହୃଦୟ କାନ୍ଦିବା ଦରକାର, ଏସବୁ କେବଳ ଭାଷଣ, ସ୍ଲୋଗାନ, ବା ଟଙ୍କା କମେଇବାର ବିଷୟ ନୁହେଁ। ଅଧ୍ୟବସାୟ ଦରକାର।

ଆଶା ଥିଲା ଏତେ ବର୍ଷ ପରେ ଭାଷା, ସାହିତ୍ୟ, ଓ ସଙ୍ଗୀତ ସହ ଘନିଷ୍ଠ ସମ୍ପର୍କ ଥିବା କେହିଜଣେ ଆସନକୁ ଆସିବେ କିନ୍ତୁ ରାଜନୀତିର ଖେଳ ତ ସଂଖ୍ୟାକୁ ନେଇ। ତଥାପି ଦେଖାଯାଉ। ସାବିତ୍ରୀ ଇରା ପାର୍ଟି ଏକ ସ୍ଵତନ୍ତ୍ର ଦୃଷ୍ଟିକୋଣ ଭିତ୍ତିରେ ଅନ୍ୟ ସମସ୍ତ ଦଳକୁ ବିରୋଧ କରିବା ଜାରି ରଖିବ।

ସମୟ ଉପରେ କଥା ପରଦାର ଦେଖିଲି। ନୂଆ ନାଟ୍ୟରୂପ ତିଆରି କରିବାରେ ଯେତେ ପ୍ରାଥମିକତା ଦିଆଯାଉଛି ତାର ତାତ୍ପର୍ଯ୍ୟ କଣ ଓ ତାର ସଫଳତାର ପରିମାପ କଣ ମୁଁ ବୁଝିପାରୁନାହିଁ। ଗୋଳିଆମିଶା କରି ବିଭିନ୍ନ ତଥ୍ୟକୁ ଏକାସାଙ୍ଗେ ଢୋକିବା ଟିକିଏ କଷ୍ଟ ହେଉଛି। ତା ଭିତରେ ପୁଣି ଦୀର୍ଘ ବିଜ୍ଞାପନ। ମୂଳ କଥାଚିତ୍ରର ସ୍ମୃତି ଓ ଦୃଶ୍ୟ ସହ ନ୍ଯାୟ ହେଉନାହିଁ।

ଆଜି ପ୍ରଥମଥର ପାଇଁ ଦେଖିଲି। ନୟନ ତୃପ୍ତ ହେଲା।

https://x.com/NathTusar/status/1803097787254391163?t=eWFa2xOPVWaYeE_xF8Bwcg&s=19

ଆମ ଆଡ଼େ ଟିକେ ଆଉଜ। ସମୟର ଆଉଜା କବାଟ ଖୋଲି ବାହାରି ପାରିନଥିଲା।

https://x.com/NathTusar/status/1803326953707233623?t=9q_0oHmVmXSYHLWQSHf3zw&s=19

କିଏ କହେ ଜୀବନଟା ଶୂନ୍ଯ ଆଉ ବ୍ଯର୍ଥ

ଶ୍ରୀଅରବିନ୍ଦ ଶୁଣାନ୍ତି ରହସ୍ୟ ଓ ଅର୍ଥ

ନାଶି ଯୁଗଯୁଗର ଏ ସନ୍ଦେହ ଓ ଭ୍ରାନ୍ତି

ପୂର୍ଣ୍ଣାଙ୍ଗ ଜୀବନ ତତ୍ତ୍ୱ ଓ ଯୋଗ ବତାନ୍ତି।

ମୁଁ ତ ୧୯୮୮ ମସିହାରୁ ଓଡ଼ିଶା ଛାଡ଼ିଛି। ଖାଲି ଜମିବାଡ଼ି ଯାହା କିଛି ଅଛି। ତେଣୁ ବିଶେଷ କିଛି ଦାବି କରିବାର ଅଧିକାର ବି ନାହିଁ। କିନ୍ତୁ ଜୀବନର ଯେଉଁ ତିନି ଦଶକ ମୁଁ ବିତାଇଛି ତାହା ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ଅତୀବ ମୂଲ୍ୟବାନ। ସେହି ପରିପ୍ରେକ୍ଷୀରେ ସଞ୍ଜୟ ପଟ୍ଟନାୟକଙ୍କ ସମ୍ପାଦନାରେ "ଓଡ଼ିଆ ସିନେମା @ ୯୦" ଏକ ଉପାଦେୟ ସଙ୍କଳନ।

ଗୀତଟି ଶ୍ରୀଅରବିନ୍ଦଙ୍କ ପ୍ରସିଦ୍ଧ ହୁ କବିତାର ଅବଲମ୍ବନରେ ଲିଖିତ।

[In the blue of the sky, in the green of the forest,

Whose is the hand that has painted the glow?

When the winds were asleep in the womb of the ether,

Who was it roused them and bade them to blow?]

incarnateword.in/cwsa/2/who

ଆଗରୁ ତ ଯାହା ଟିକେ କଥାରେ ବି ସମାଲୋଚନା କରିଦେଲେ ଚଳୁଥିଲା। ସଂସ୍କାରୀ ମାନେ ବି ଖୁସି ହେଉଥିଲେ। ଏବେ କିନ୍ତୁ ଖୋଦ୍ ତାଙ୍କରି ସରକାର। ପୁଣି ଡବଲ ଇଞ୍ଜିନ। ତେଣୁ ବହୁତ ମାପିଚୁପି କଥା କହିବାକୁ ପଡ଼ିବ। ପାନରୁ ଚୂନ ଖସିଲେ ଗଲା।କାରଣ ଉତ୍ତର ଦେବାପାଇଁ ତ ହଜାରେ ପ୍ରକାର ଆଳ ଅଛି। ନହେଲେ ଗାଳିମନ୍ଦ। ତଥାପି ଆଶା ରଖିବା ଓଡ଼ିଆ ଭାଷା ପାଇଁ।

କିନ୍ତୁ ଇମ୍ପୋଜ ହେବ ହିଁ ହେବ।

ମାଟିର ମଣିଷ ପ୍ରସଙ୍ଗରେ କଥା ପରଦାର। ଦ୍ଵିତୀୟ ଭାଗ। ଛବିଟି ମୂଳ ଉପନ୍ୟାସ ଠାରୁ ଆଂଶିକ ପୃଥକ ଥିଲା। ପୁଣି, କେତେକ ଦୃଶ୍ୟକୁ ନେଇ କିଛିଟା ବିବାଦ ସୃଷ୍ଟି ହୋଇଥିଲା ଓ ମଲାଜହ୍ନ ସଦୃଶ ବାସ୍ତବଧର୍ମୀ ରୂପାୟନ ଦର୍ଶକମାନଙ୍କର ପସନ୍ଦଯୋଗ୍ୟ ହେଲାନାହିଁ। ଫଳତଃ, ସ୍ଥାନବିଶେଷରେ ପରିବର୍ତ୍ତନ କରାଗଲା। ତଥାପି ମଧ୍ୟ ଚିତ୍ରଟି ସଫଳ ହୋଇପାରିନଥିଲା।

କିଣିବା ଦରକାର କଣ? ସକାଳେ, ଶାଖାକୁ ଗଲେତ ମାଗଣାରେ ମିଳିବ!

ଆମ ପିଲାବଳେ ତାଳପତ୍ରରେ ଲେଖିବା ପରମ୍ପରା ଆଉ ନଥିଲା କିନ୍ତୁ ପୋଥିସବୁ ବିମାନରେ ରଖାହୋଇଥିବା ଗାଦିବ୍ରହ୍ମଙ୍କ ପୂଜା କରାହେଉଥିଲା ଓ ବାର୍ଷିକୋତ୍ସବରେ ଭୋଜିଭାତ ହେଉଥିଲା। କଦଳୀପତ୍ରରେ ଗରମ ଖିରୀର ବାସ୍ନା ଅଭୁଲା। ବିହନ ସାଇତିବା ପାଇଁ ଓଳିଆ ବନ୍ଧାହେଲେ ତାଳପତ୍ରରେ ଗୋଲାଭଣ୍ଡି ବା ୧୨୪୨ ଭଳି ଧାନର ନାଆଁ କରଣୀରେ ଲେଖି ଲଗାଇବାର ମନେଅଛି।

ମୋ ମତରେ ବେଶୀ ଆଗ କଥା ଭାବି କିଛି ଲାଭ ନାହିଁ। ଆଗରୁ କଣ ହୋଇଥିଲା ଠିକ ସେହିଭଳି ସବୁ ଯେ ଘଟିବ ତାର କୌଣସି ନିର୍ଦ୍ଦିଷ୍ଟ ସମ୍ଭାବନା ନାହିଁ। ପ୍ରତିଦିନର ସମାହାରରେ ଭବିଷ୍ୟତର ସ୍ବରୂପ ଗୁନ୍ଥାହେବ। ତେଣୁ ଆଜି ଯଦି ଆମେ ଓଡ଼ିଆ ଗୀତଟିଏ ଶୁଣିବା, ଓଡ଼ିଆ ବହିଟିଏ ଖୋଲି ଦିପୃଷ୍ଠା ପଢ଼ିବା ବା ଓଡ଼ିଆ କଥାଚିତ୍ରଟିଏ ଖୋଜି ଦେଖିବା ତା ଯଥେଷ୍ଟ।

ସ୍କୁଲରେ, ଏଇ ବିନ୍ଦୁ ଲଗାଇବାକୁ ବା ଅଲଗା ଉଚ୍ଚାରଣ କରିବାକୁ ଆମକୁ ଶିଖାହୋଇନଥିଲା। କେବେବି ରଚନା ଲେଖିଲାବେଳେ ବା ପରୀକ୍ଷାରେ ବିନ୍ଦୁ ବ୍ୟବହାର କରିନାହିଁ ବୋଲି ମୋ ନିଜର ବ୍ୟକ୍ତିଗତ ଅଭିଜ୍ଞତା। ମୋ ମତରେ, ରୋମାନ୍ ଲିପି ଭଳି ଅକ୍ଷର ସହିତ କୌଣସି ଚିହ୍ନ ନରହିବା ଆଧୁନିକତା। ତେଣୁ ଓଡ଼ିଆ ବିନ୍ଦୁମୁକ୍ତ ହେଉ।

odiaolia.blogspot.com/2023/12/blog-p

ଓଡ଼ିଆମାନେ କେବଳ ନିଜର ଭାଷାକୁ ଅବହେଳା କରୁନାହାନ୍ତି ବରଂ ନିଜର ପରିଚୟ ତଥା ଭବିଷ୍ୟତକୁ ମଧ୍ୟ ଅନ୍ଧକାର ଭିତରକୁ ଠେଲି ଦେଉଛନ୍ତି। ଧର୍ମ ଓ ଭକ୍ତିର ଏକ ବିଶେଷ ଭୂମିକା ଜୀବନରେ ରହିଛି କିନ୍ତୁ କୋଉଠି ମଣିଷ କୁସଂସ୍କାର ଅବା ଅନ୍ଧବିଶ୍ୱାସର ଶିକାର ହୋଇପଡ଼ୁଛି, ତାହା ପ୍ରତି ସଚେତନ ହେବା କଥା। ଗୋଟିଏ ଦୁର୍ଘଟଣାକୁ ନେଇ ରାଜନୀତି ନିନ୍ଦନୀୟ।

ଆଜି ସକାଳେ ଭଲ ଅସରାଏ ବର୍ଷା ହେଲା। ପ୍ରେମ ସବୁଠୁ ବଳବାନ (୨୦୧୩) କଥାଚିତ୍ରର ବର୍ଷା ବର୍ଷା ତମେ ଆସିଚ ଗୀତଟି ଶୁଣିବା ପାଇଁ ୟୁଟ୍ୟୁବରେ ଖୋଜିଲି। ମିଳିଲା ନାହିଁ। ଓଡ଼ିଆ ଫ୍ରେଶରୁ ଶୁଣିଲି। କଥାଚିତ୍ରଟି କିନ୍ତୁ ୟୁଟ୍ୟୁବରେ ଅଛି। ତାପରେ ଶକ୍ତି ମିଶ୍ର ଏବଂ ଶୈଳଭାମାଙ୍କର ବର୍ଷାରେ ବର୍ଷା ଏଇ ରିମଝିମ ବର୍ଷା।

ଆଜି ମହାଲକ୍ଷ୍ମୀ ପୂଜା କଥାଚିତ୍ର ଉପରେ କଥା ପରଦାର କିନ୍ତୁ ଲାଇଭ ଟିଭି ଚାଲୁନାହିଁ। ଅଗତ୍ୟା କେତୋଟି ସ୍ଥିର ଚିତ୍ର ଦେଖି ଖୁସି ହେବା କଥା। ହଁ, ଏବେ ଚାଲିଲା। ଶରତ ପୂଜାରୀଙ୍କ ରଜାପିଲା ଭଳି ଚେହେରା ଦେଖି ସାଙ୍ଗେ ସାଙ୍ଗେ ତାଙ୍କୁ ମୁଖ୍ୟ ଭୂମିକା ପ୍ରଦାନ କରାଯାଇଥିଲା। ନାୟିକା ଶେଫାଳୀ ନାୟକ ଥିଲେ ତାଙ୍କଠାରୁ ପ୍ରାୟ ଦଶ ବର୍ଷ ବଡ଼।

https://x.com/NathTusar/status/1812172474378830321?t=-YmTj6liJIyGcHhpxz0IrA&s=19

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...