Saturday, 5 July 2025

କଷଟି ପଥରଟିଏ ଖୋଜିବା

 ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ

ଓଡିଆ ଓଳିଆ: ଶ୍ରୀମାଶ୍ରୀଅରବିନ୍ଦ ଏକ ଦୃଢ ବିକଳ୍ପ

odiaolia.blogspot.com/2025/05/blog-p

ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ମଧ୍ୟ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ: ୯୬୫୦୦-୬୫୬୩୬।

https://x.com/NathTusar/status/1920575072080687111?t=FMTuzfO7iMhccu2A00FHNA&s=19

ଏବେ ତ ଅଘରଦ୍ବାରି ସମସ୍ତେ ଭ୍ଲଗ ତିଆରିରେ ବ୍ଯସ୍ତ, କିନ୍ତୁ କୋଡିଏ ବର୍ଷ ତଳେ ବ୍ଲଗର ପ୍ରଚଳନ ଆରମ୍ଭ ହୋଇଥିଲା। ନିଜେ ଲେଖି ସାଙ୍ଗେ ସାଙ୍ଗେ ଛାପିଦେବାର ଯେତେବେଳେ ସୁଯୋଗ ମିଳିଲା, ସେତେବେଳେ ଆଉ ଖୁସିର ସୀମା ରହିଲା ନାହିଁ। ୨୦୦୫ରୁ ସାବିତ୍ରୀ ଇରା ପ୍ରାଙ୍ଗଣରେ ମୁଁ ଲେଖିଆସୁଛି।

savitriera.blogspot.com

odiaolia.blogspot.com

ହୁଗୁଳୀ ନଈ ଉପର ଦେଇ ବହି ଆସୁଥିବା ଦକ୍ଷିଣା ପବନ ବର୍ତ୍ତମାନ ମୋ ଫ୍ଲାଟ ଭିତରେ ପ୍ରବେଶ କରି ବେଶ ଆନନ୍ଦ ପ୍ରଦାନ କରୁଛି। ଗରମ ଦିନେ ପ୍ରକୃତିର ଏଇ ବରଦାନ ବୋଧହୁଏ ପଶ୍ଚିମବଙ୍ଗ ପାଇଁ ସବୁଠାରୁ ବେଶି, ଯାହାକୁ ପ୍ରଣାମ କରି ବଙ୍କିମଚନ୍ଦ୍ର ବନ୍ଦେ ମାତରମ୍ ପ୍ରାର୍ଥନା ଲେଖିଥିଲେ। ଦକ୍ଷିଣ ହାଓ୍ବା ଉପରେ ବି ବଙ୍ଗଳାରେ ଲୋକପ୍ରିୟ ଗୀତ ରହିଛି।

ସିନେମା ତିଆରି ହୋଇନଥିଲା କିନ୍ତୁ ଗୀତ ରେକର୍ଡ ହୋଇଥିଲା ଓ ୟୁଟ୍ୟୁବରେ ଅଛି। (ନିମ୍ନ ତଥ୍ୟରେ ଭୁଲ ଥାଇପାରେ)।

ଆହୂତି - ଅକ୍ଷୟ ମହାନ୍ତି

ମାନ ଅଭିମାନ (୧୯୮୦) - ବାସୁଦେବ ରଥ

ପୂଜାରିଣୀ (୧୯୮୧) - ଜେ ଆଦେନୀ

ପୂଜା ଚନ୍ଦନ (୧୯୮୨) - ବାସୁଦେବ ରଥ

ଉଦୟ ଭାନୁ (୧୯୮୩) - ବାସୁଦେବ ରଥ

ମନ ମନ୍ଦିର - ପ୍ରଫୁଲ୍ଲ କର

ଧୀରେ ଧୀରେ ଚଳେ ରାଇ ବନ ରାହା ଚାହିଁ ସାହା ଆହା କେହି ନାହିଁ ନାହିଁରେ

ସାହା ଆହା କେହି ନାହିଁ ନାହିଁ 

ଧାର ଧାର ନୀର ବହେ ତାର ଦୂରୁ ଦୂରୁ ଛାତି ଖୋଜେ ସେ ଯେ ସାଥୀ କାହିଁ କାହିଁରେ

ଖୋଜେ ସେ ଯେ ସାଥୀ କାହିଁ କାହିଁ

ଦୂର ପରଦେଶୀ ମୋହନ ବଇଁଶୀ ଦିବାନିଶି ଘୋଷି ଦିଏ ତ ଡାକ

ରାଇ ଗୋ!

ପଛେ ଧନୀ ଧାଏଁ ଭେଟ ତ ନ ପାଏ କୁଳ ମାନ ହାରି କାଳ କାଳକ

ସପନେ ପହଁରେ ଆଶା ନଈ ଧାରେ ଚାହିଁ ଚାହିଁ ରେ ଚାହିଁ ଚାହିଁ

ଚଲାପଥେ ତା'ର ଭୁଇଁଫଟା ଗାର ପାଦ ଥର ଥର ନାଇଁ ତ ଛାଇ

ରାଇ ଗୋ!

ଚାତକୀ ସରି ସେ ଅନାଏ ଆକାଶେ ଦୂରୁ ଦିନେ ବାରି ଟୋପାଏ ପାଇଁ

କରୁଣା ଦୁଆରେ ସେ ଯେ ଘୂରି ଫେରେ ଗାଇ ଗାଇ ରେ ଗାଇ ଗାଇ

ଅକ୍ଷୟ ମହାନ୍ତି

ଭୁବନେଶ୍ବର ମିଶ୍ର

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

ବିଜେବି କଲେଜରେ କ୍ଯାପଟେଲ ପିଲାଙ୍କର ଆମ ଗାଆଁପିଲାମାନଙ୍କ ପ୍ରତି ମନୋଭାବ ଦେଖିଥିଲି। ରିଜିଓନାଲରେ ଅଣଓଡିଆ ଇଙ୍ଗ୍ରାଜୀ ମାଧ୍ୟମ ପିଲାଙ୍କର ଆମପ୍ରତି ନାକଟେକା ଥିଲା। ସୁନ୍ଦରଗଡରେ ଚାକିରି କଲାପରେ କଟକିଆମାନଙ୍କ ପ୍ରତି କିଭଳି ତୀବ୍ର ବିଦ୍ବେଷ ଭାବ ରହିଛି ଅନୁଭବ କଲି। ଦିଲ୍ଲୀରେ ପଞ୍ଜାବୀ ସହକର୍ମୀମାନଙ୍କ ବିତୃଷ୍ଣା ଥିଲା। ଏବେ ବଙ୍ଗରେ।

ଗୋପବନ୍ଧୁ ଚୌଧୁରୀ

ଦେଖୁଛି ପ୍ରାୟ ସମସ୍ତେ ଦେଶ ଓ ବିଦେଶ ସ୍ତରକୁ ଉଠି ଗଲେଣି। କିନ୍ତୁ କେତେକ ତେଣ୍ଡା କେବଳ ଓଡିଶା ଓ ଓଡିଆ ସକାଶେ ରହିବା ଦରକାର ଯାହାଦ୍ୱାରା ସବୁ ପରିସ୍ଥିତିରେ ଆମ ନିଜର ସ୍ବାର୍ଥ କଥା ଯାଞ୍ଚ କରିହେବ। ମହାଭାରତୀୟ ସ୍ରୋତରେ ଭାସିଯାଇ ଓଡିଶାର ଅସ୍ତିତ୍ବ ଓ ସ୍ବାଭିମାନକୁ ବିକି ଦେବା କୋଉ ବାହାଦୁରିର କାମ ନୁହେଁ। ସ୍ବାଧୀନ ଚିନ୍ତା ଆବଶ୍ୟକ।

ଖଟି ବା ଆଡ୍ଡାର ବହୁତ ଉପକାର ରହିଛି। ଜ୍ଞାନ ବଢେ ଓ ପାଟିତୁଣ୍ଡରେ, ମନରେ ଦବି ହୋଇ ରହିଥିବା ଗୁଡାଏ ସନ୍ତାପ ଗ୍ଯାସ ହୋଇ ବାହାରିଯାଏ। ସ୍ବମିଦିଆର ବି ସେହି ଭୂମିକା। ମାନସିକ ସ୍ୱାସ୍ଥ୍ୟ ପାଇଁ ଏହାର ଅବଦାନ ବହୁତ। କିନ୍ତୁ ଯେବେଠାରୁ ଇନଫ୍ଲୁଏନ୍ସର ବା ପ୍ରଭାବକାରୀ ହେବାର ପ୍ରତିଯୋଗିତା ଆରମ୍ଭ ହୋଇଛି ସେ ଦୌଡରେ ବହୁତ ଲୋକ ପାଗଳେଇ ଗଲେଣି।

ଗଣତନ୍ତ୍ରରେ ବିଭିନ୍ନ ସଂସ୍ଥାର ବ୍ୟବସ୍ଥା କରାଯାଇଛି ଯେଉଁମାନେ ନିଜ ନିଜ କ୍ଷେତ୍ରର କାମ ଦେଖିବେ। କିନ୍ତୁ ସ୍ବମିଦିଆର କେତେକ ତେଣ୍ଡା ଖେଳ ପଡିଆ ଠାରୁ ଯୁଦ୍ଧକ୍ଷେତ୍ର, ପୋଲିସ ଠାରୁ ପୂଜାପଣ୍ଡା, କୋର୍ଟ କଚେରୀ ଠାରୁ କଥାଚିତ୍ର, ମହାକାଶ ଯାତ୍ରା ଠାରୁ କଇଁଚ ସୁରକ୍ଷା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଜାଗାରେ ବେଶି ଜାଣିଥିବାର ଦାବି କରୁଛନ୍ତି!

ଶ୍ରୀଅରବିନ୍ଦଙ୍କ କବିତା

ମୁଁ ଭାବେ ଯେ ପଚାଶରୁ ସତୁରି ଦଶକ ମଧ୍ୟରେ ମେଲୋଡି ପାଇଁ ଆବଶ୍ୟକ ପ୍ରାୟ ସବୁ ସ୍ବରବିନ୍ଯାସ ବ୍ୟବହାର କରି ନିଆଯାଇଛି। ତେଣୁ ନୂଆ ଗୀତ ସବୁ ପୁରୁଣାର ଅନୁକରଣ ମାତ୍ର। ଏହା ସତ କି?

ସଙ୍ଗୀତ ସମୁଦ୍ର ହୋଇପାରେ କିନ୍ତୁ ମେଲୋଡି ତ ସୀମିତ। ଯେମିତି ରାଗଗୁଡିକ ସୀମିତ। ତେଣୁ ନୂଆ ଆସିବ କୋଉଠୁ?

https://x.com/NathTusar/status/1921814714536845565?t=PiQBqiMgqW-fSbhBPtf33A&s=19

ମୁଁ ତ ଫିକସନ ଠାରୁ ପ୍ରାୟ ଦୂରେଇ ଥାଏ କିନ୍ତୁ ବେଳେ ବେଳେ ଏପରି ସବୁ ଘଟଣା ନିଉଜ ଜରିଆରେ ପଢିବାକୁ ମିଳୁଛି ଯାହା ଗପ ଠାରୁ ବଳି। ସତରେ ସୃଷ୍ଟିର ଏହି ଲୀଳା ବଡ ବିଚିତ୍ର। ଦିଲ୍ଲୀରେ ଥରେ ଏକ ନାଟକ ଦେଖିଥିଲି ଯେଉଁଥିରେ ଗୋଟିଏ ଚୋରକୁ ଜଣେ ଭଦ୍ରବ୍ୟକ୍ତି ଖୁବ ଅପଦସ୍ଥ କରୁଛନ୍ତି। ରୁଷୀୟ ରଚନାର ଏହି ଘଟଣାକ୍ରମରେ ସେ ନିଜେ ଚୋରି କରିଛନ୍ତି।

ପୋଥି ବାଇଗଣ ହେଉ ପଛେ, ରାଜନୀତିରେ ମୁଁ ଏକ ବିକଳ୍ପ ଦୃଷ୍ଟିଭଙ୍ଗୀ ଯୋଗାଇ ଆସୁଛି। ମୋର ଦୀର୍ଘ ଅନୁଭୂତି ବ୍ଯତୀତ, ଶ୍ରୀଅରବିନ୍ଦ ଓ ପାଶ୍ଚାତ୍ୟ ଦର୍ଶନର ଅଧ୍ୟୟନ ଏଥିପାଇଁ ଆତ୍ମବିଶ୍ୱାସ ଦେଇଥାଏ। ତାଛଡା ବ୍ଯକ୍ତିଗତ ସ୍ତରରେ ନୈତିକତା ତଥା ମଣିଷକୁ ଭଲପାଇବା ଏକ ସ୍ବତଃସ୍ଫୁର୍ତ୍ତ ପ୍ରବୃତ୍ତି ହେବା ଦରକାର। ଘୃଣାରେ ଅନ୍ଧ ନହେବା ବି ଦାୟିତ୍ବ।

ଜଗନ୍ନାଥଙ୍କ ବଙ୍ଗ ଜୟ।

[বাংলার অন্য দেবদেবীদের ছেড়ে জগন্নাথ চর্চায় কেন আগ্রহী হলেন মমতা? ইতিহাস খুঁজলে পাওয়া যাবে উত্তর, বাংলার মুখ বাংলার শাক্ত দর্শন কীভাবে জড়িয়ে রয়েছে জগন্নাথের সঙ্গে।]

ନବେ ଦଶକରେ ମ୍ଯାନେଜମେଣ୍ଟ ଶିକ୍ଷାର ପ୍ରଭାବ ବଢିବା ଯୋଗୁ ସବୁ ସମାଧାନର ଉତ୍ସ ଭାବରେ ତାକୁ ଗ୍ରହଣ କରାଗଲା। ଅବଶ୍ୟ ସେ ନିଶା ଆଜି ଆଉ ନାହିଁ କିନ୍ତୁ ଧରାଯାଉ ରାଜନୀତି କରିବା ଲାଗି ରାଜନୀତି ବିଜ୍ଞାନ ସମ୍ବନ୍ଧରେ ଯେ ଜ୍ଞାନ ଆବଶ୍ୟକ ତାହା କେହି ଭାବୁନାହାଁନ୍ତି। ଶ୍ରୀଅରବିନ୍ଦଙ୍କ ରଚନାରୁ ବିଭିନ୍ନ ବିଷୟରେ ଅନ୍ତର୍ଦୃଷ୍ଟି ଆହରଣ କରିହୁଏ।

ଏଠି ପ୍ରାୟ ଅଧିକାଂଶ ଲୋକ ଉଡାଜାହାଜରେ ବସିଥିବେ, କିନ୍ତୁ ଏକଥା ଜାଣିନଥିବେ ଯେ ଉଡାଜାହାଜ କେମିତି ଉଡୁଛି ତାର ରହସ୍ଯ ଏପର୍ଯ୍ୟନ୍ତ ବିଜ୍ଞାନ ନିର୍ଦ୍ଦିଷ୍ଟ ଭାବେ ଜାଣିପାରିନାହିଁ। ସେହିପରି, ସଂଙ୍ଖ୍ଯା ଉପରେ ଯେତିକି ନିର୍ଭର କରାଯାଉଛି, ସଙ୍ଖ୍ୟାମାନଙ୍କର ଅପ୍ରତ୍ୟାଶିତତା ବା ସ୍ବପ୍ନାବସ୍ଥା ପରିଲକ୍ଷିତ ହେଉଛି। ପ୍ରକୃତି ସବୁବେଳେ ଉପରେ।

ଉତ୍ତର ଭାରତର କଜରୀ ପରି ଓଡିଶୀ ଗୀତ ପ୍ରାୟ ବିରହାତ୍ମକ। ସ୍ବରରେ ମଧ୍ୟ ଆନନ୍ଦ ଉଲ୍ଲାସର ଭାବ କମ ଓଡିଆ ଗୀତରେ। ବାଳକୃଷ୍ଣ ଦାଶଙ୍କ ନିଜ ଗଗନୁ ଜୋଛନା ଝରିପଡେ ଗୋ ବା ଆକାଶରେ ସପନର ଜୋଛନା ଆଦି ବି ସେପରି ଭାବ ଗଢିବାରେ ଅସଫଳ। କିନ୍ତୁ ତାଙ୍କର ଆଜି ଆକାଶେ କି ରଙ୍ଗ ଲାଗିଲା ବା ଜୀବନ ଯମୁନାରେ ଜୁଆର ଉଠେରେ ଭଳି ସୃଷ୍ଟି ନବ ଦିଗନ୍ତ ଛୁଇଁଲେ।

ପଶ୍ଚିମବଙ୍ଗରେ ଶହ ଶହ ଗାୟକ ଗାୟିକା ଅଛନ୍ତି। ଅତି ଉଚ୍ଚ ସ୍ତରର ପ୍ରତିଭା ତଥା ଆତ୍ମବିଶ୍ୱାସ। ଶାସ୍ତ୍ରୀୟ ପଦ୍ଧତିରେ ବି ପାରଙ୍ଗମ। ଓଡିଶାରେ ବୋଧହୁଏ ସେହି ଧରଣର ଅଧ୍ୟବସାୟ କମ। ତାଛଡା, ଓଡିଶୀ ଗାୟନ ଯୋଗୁ ଛାତ୍ରଛାତ୍ରୀମାନେ ସନ୍ଦେହ ମଧ୍ୟରେ ରହିବା ସ୍ୱାଭାବିକ। ପୁଣି ଜଗନ୍ନାଥ ଜଣାଣର ବୋଝ। ତେଣୁ ସଙ୍ଗୀତକୁ ଏକ ନୂତନ ଦିଗଦର୍ଶନ ଆବଶ୍ୟକ।

ଓଡିଶା ମହାଭାରତୀୟତା ସାଙ୍ଗରେ ସମ୍ମିଳିତ ହେବା ପରେ ଭାଷା ପ୍ରଶ୍ନଟି ଥଣ୍ଡାବସ୍ତାକୁ ସ୍ଥାନାନ୍ତରିତ ହୋଇଯାଇଛି ବୋଲି ପ୍ରତୀୟମାନ ହେଉଛି। ଭଲ କଥା। କାହିଁକି ଅଯଥାରେ ମୁଣ୍ଡ ବ୍ୟଥାର ଶିକାର ହେବା? କାରଣ ଭାଷାର ଧର୍ମ ହେଲା ବିବର୍ତ୍ତିତ ହେବା। ଅନ୍ୟାନ୍ୟ ଭାଷାମାନଙ୍କ ଠାରୁ ସମ୍ପତ୍ତି ଆହରଣ କରି ଧନୀ ହେବା। ଦରକାର ପଡିଲେ ଲିପିକୁ ଛାଡିବା!

ବହୁତ ବର୍ଷ ତଳର କଥା। ଦିଲ୍ଲୀରୁ କଟକ ୨ୟ ଏସିରେ ଆସିଲୁ। ଫେରିବା ଓ୍ୱେଟିଂରେ ଥାଏ। ମୁଁ ଭାବିଲି ହୋଇଯିବ। ମାସକ ପରେ ଫେରିଲା ବେଳକୁ ଦେଖିଲି ହୋଇନାହିଁ। ତେବେ ଆଶାରେ ଟ୍ରେନରେ ଚଢିଲୁ। କିଛି ବର୍ଥ ଖାଲି ଥାଏ। କିନ୍ତୁ ପୁରୀରୁ ପୂର୍ବଦିନ ଟିକେଟ କରିଥିବା ଲୋକମାନେ ପାଇଲେ। ଶେଷକୁ ଟଏଲେଟ ପାଖ ଟିଟିଇ ସିଟରେ ବସି ଚାରିଜଣ ରାତ୍ରିଯାପନ କଲୁ।

ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ। ଏହା ଜୀବନର ଏକ ବହୁତ ବଡ ଶିକ୍ଷା। କାରଣ ମଣିଷର ସବୁ ଆଶା ଓ ସ୍ବପ୍ନ କେବେ ପୁରଣ ହୁଏ ନାହିଁ। ମୋହନ ରାକେଶ ଲେଖିଥିବା ଆଧେ ଅଧୂରେ ଏକ ପ୍ରସିଦ୍ଧ ନାଟକ। ପ୍ରତ୍ୟେକ ବ୍ୟକ୍ତି ପଢିବା ଉଚିତ। ଜୀବନର ଅପୂର୍ଣ୍ଣତାର ଅପର ଦିଗ ଶ୍ରୀଅରବିନ୍ଦଙ୍କ ସାବିତ୍ରୀ। ଶ୍ଯାମାନୁଜ ବାବୁ କଣାମାମୁଁ ପଢିବା ପାଇଁ କହୁଥିଲେ।

ବହୁତ ଭାବି ଚିନ୍ତି ଓ ଜୀବନ ସହିତ ସଙ୍ଘର୍ଷ କରି ମଣିଷ ଯାହା ଟିକେ ଅଧେ ଶିଖେ, ସେଇଟା ତାକୁ ବହୁତ ବଡ ଲାଗେ। କିନ୍ତୁ ତା ଆଗରୁ କୋଟି କୋଟି ଲୋକ ସେହିପରି ଅନୁଭୂତି ଭିତର ଦେଇ ଯାତ୍ରା କରିଛନ୍ତି। ତା ଭିତରୁ ଶହ ଶହ ଲୋକ ସେସବୁ ବିଷୟରେ ଲେଖିଦେଇ ଯାଇଛନ୍ତି। ପଢିଲେ ହିଁ ତାକୁ ଜାଣିହୁଏ। ତା ଭିତରୁ ବାହାରିଥିବା ଘିଅ ହେଲା ଦର୍ଶନ ଶାସ୍ତ୍ର।

ବିଜୟ ମାଲ୍ଲୟାଙ୍କୁ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ବିଜୟ ମଲ୍ଲଙ୍କ ନାଆଁ ଓଡିଆମାନେ ଶୁଣିଥିବାର ଆଶା କମ। ସେ ଆଉ ନାହାଁନ୍ତି କିନ୍ତୁ ତାଙ୍କ କାଶ୍ମୀରୀ ଭାଷାର ଗୀତଗୁଡ଼ିକ ଶ୍ରୋତାମାନଙ୍କୁ ମୁଗ୍ଧ କରେ। ବୁଝିନପାରିଲେ ବି ଏହି ଗୀତଟିକୁ ମୁଁ ଅନେକ ସମୟରେ ଶୁଣେ।

ଶ୍ରୀଲୋକନାଥର କେତୋଟି ଦୃଶ୍ୟବନ୍ଧ ଏହି ଟୁବରେ, ଦିବର୍ଷ ତଳୁ। ଆଜି ଆକାଶେ କି ରଙ୍ଗ ଲାଗିଲା ୧୦:୦୦ ଠେଇଁ। ଉପଯୁକ୍ତ ଶୀର୍ଷକ ଅଭାବରୁ ଅନେକ କିଛି ଲୋକଲୋଚନର ଆଢୁଆଳରେ ରହିଯାଉଛି।

youtu.be/VljEAcu7BLA?si…

କଥା ପରଦାର ଆଜି ପୁନର୍ମିଳନ ଉପରେ। ଗୀତ ତଥା ସମ୍ପାଦନାରେ ଦକ୍ଷିଣୀ ଛାଞ୍ଚ ପ୍ରୟୋଗର ଅୟମାରମ୍ଭ ହୋଇଥିଲା ଯାହା ଆଜିଯାଏ ବଳବତ୍ତର।

ଅନେକ ବର୍ଷ ତଳେ ଦେବ ଡି ଦେଖିଥିଲି। ଇମୋସନାଲ ଅତ୍ଯାଚାର ଗୀତଟି ଏବେବି ମୋର ପ୍ରିୟ। ସୃଜନଶୀଳତାକୁ ନଥିକରଣ ବୋଲି ଭାବିବା ଭୁଲ। ତାଛଡା ବ୍ଯବସାୟିକ ଦିଗ ହେଉଛି ସବୁଠୁଁ ବଡ ପ୍ରାଥମିକତା। ଭାଷା ବି ସ୍ଥାନ କାଳ ପାତ୍ର ନେଇ। ଲୋକ ରାଗିଲେ ପାଟିରୁ ଖରାପ ଶବ୍ଦ ବାହାରେ। ଭଦ୍ର ମହଲରେ ବୁଲେଇ ବଙ୍କେଇ କୁହାଯାଏ। ଗୋଟିଏ ବୃତ୍ତିକୁ ନିନ୍ଦା ନହେଉ।

ଭଲ ହେବାଟା ଏତେ ସହଜ ନୁହେଁ। ଭଲରେ ରହିବା କିମ୍ବା ଭଲେଇ ହେବା ଦ୍ଵାରା ନିଜକୁ ତଥା ଅନ୍ୟମାନଙ୍କୁ ଭୁଲେଇ ଦିଆଯାଇପାରେ, କିନ୍ତୁ ନୀଳବର୍ଣ୍ଣ ଶୃଗାଳ ପରି ଧରାପଡିବାର ଆଶଙ୍କା ସବୁବେଳେ। ତେବେ ଭଲ କିଏ ଭେଲ କିଏ କେମିତି ଜାଣିବା? କଥା ଅଛି, ସୁନା ଚିହ୍ନେ ବଣିଆ; ଗୁଣ ଚିହ୍ନେ ଗୁଣିଆ। ତେଣୁ କଷଟି ପଥରଟିଏ ଖୋଜିବା ହିଁ ସବୁଠାରୁ ବଡ ଦାୟିତ୍ବ।

କେତେଗୁଡିଏ ନୂଆ ଶବ୍ଦ ପ୍ରଚଳିତ କରିବା ପାଇଁ ମୁଁ ଚେଷ୍ଟା କରୁଛି। ଯଥା:

ଦୃଶ୍ୟବନ୍ଧ - ଭିଡିଓ

ଦୃଶ୍ଯାଂଶ - ଟ୍ରେଲର

ଉଙ୍କିକା - ଟିଜର

ଟୁବ - ୟୁଟ୍ୟୁବ ଚ୍ଯାନେଲ

ତେଣ୍ଡା - ହ୍ଯାଣ୍ଡଲ

ସ୍ବମିଦିଆ - ସୋସାଲ ମିଡିଆ

ପ୍ରମିଦିଆ - ମେନଷ୍ଟ୍ରିମ ମିଡିଆ

ଲେଖାଂଶ - କୋଟେସନ ବା କ୍ଲିପିଙ୍ଗ

ବର୍ଣ୍ଣନଦୀ - ନ୍ଯାରେଟିଭ

କୋବାଦିତା - ଡିସକୋର୍ସ

#ଓଡିଆ

No comments:

Post a Comment

ସମ୍ବିଧାନ ଉପରେ ଗୋଇଠା

 ତୁଷାରନାଥ ମହାପାତ୍ର ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ମଧ୍ୟ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-...