Saturday, 5 July 2025

ପହ୍ଲବାଦ ଗୋଟିଏ ଆଦିମ ପ୍ରବୃତ୍ତି

 ତୁଷାରନାଥ ମହାପାତ୍ର ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ମଧ୍ୟ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ: ୯୬୫୦୦-୬୫୬୩୬

ମୋର ବଡ ଦୁଇଭାଇ, କେଦାରନାଥ ଓ ଉଦାରନାଥ, ପରଲୋକରେ। ତାଙ୍କ ନାଆଁ ସହିତ ଖାପଖୁଆଇ ମୋ ନାମକରଣ କରାଯାଇଥିଲା ତୁଷାରନାଥ। ସାଧାରଣତଃ, ତୁଷାରକାନ୍ତ ବା ତୁଷାରକାନ୍ତି ନାଆଁ ଥାଏ। ତେଣୁ ମୋ ନାଆଁଟି ବିରଳ। ଗୁଗଲରେ ଖୋଜିଲେ ଏକା ମୁଁ ହିଁ ହାଜର। ଡିଜିଟାଲ ଯୁଗରେ ଏପରି ଅନନ୍ୟ ନାଆଁ ରଖିବା ବହୁତ ବଡ ଆବଶ୍ୟକତା। ଇଙ୍ଗ୍ରାଜୀରେ ଅବଶ୍ୟ ଆଉ ଅଛନ୍ତି।

https://x.com/NathTusar/status/1924900346217857376?t=aF4Sq25VfWRkwcfK8vX3Pw&s=19

ବେଳେ ବେଳେ, ମୁଁ ନିଜ କଥା ଲେଖୁଛି କାରଣ କେବଳ ସେହି ବିଷୟ ଉପରେ ହିଁ ମୋର ପୂର୍ଣ୍ଣ ଦକ୍ଷତା ରହିଛି। ଅବଶ୍ୟ ସ୍ଥାନବିଶେଷରେ ଅତିରଞ୍ଜିତ ହେବାର ଅଥବା କୋଉ ଗୋଟିଏ ପଟକୁ ବେଶି ଢଳିପଡିବାର ସମ୍ଭାବନା ରହିଛି। ତଥାପି ଓଡିଶା ବାହାରେ ଥାଇ ସ୍ବଳ୍ପମାତ୍ରାରେ ଓଡିଶାର ଇତିହାସ ଲେଖୁଛି ବୋଲି ସନ୍ତୋଷ ଆସୁଛି। ତାଛଡା, ଗୋଲ ଗୋଲ ଓଡିଆ ଲିପିର ସେବା।

ମହତାବ ଜନକଂଗ୍ରେସ ଗଢିବା ପରେ ରାଜନୈତିକ ପରିବର୍ତ୍ତନ ଧିରେ ଧିରେ ଜେପି ଆନ୍ଦୋଳନ ପାଖରେ ପହଞ୍ଚିଲା। ଆମ କଲେଜ ସମୟର ଏହା ଥିଲା ସବୁଠାରୁ ପ୍ରଭାବଶାଳୀ ଅଭିଜ୍ଞତା। ସେତେବେଳେ ବି ଲୋକ ମେଣ୍ଢା ଭଳି ଇନ୍ଦିରାଙ୍କୁ ସମର୍ଥନ କରୁଥିବାର ମୁଁ ଦେଖିଛି। ତେଣୁ ଆଜିର ପରିସ୍ଥିତି ନେଇ ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଅଧର୍ମ ବିତ୍ତ ବଢେ...!

ରାଜନୈତିକ ମତବାଦ ସମୟକୁ ଚାହିଁ ନୂତନ ରୂପ ନିଏ। ଆଗରୁ କଙ୍ଗ୍ରେସକୁ ବିରୋଧ କରି ସଙ୍ଗ୍ରାମ ହେଉଥିଲା। ବର୍ତ୍ତମାନ ବିଜେପି ବିରୁଦ୍ଧରେ ସ୍ୱର ଉତ୍ତୋଳନର ଆବଶ୍ୟକତା। ଏଥିପାଇଁ କୌଣସି ରାଜନୈତିକ ଦଳ ପାଖରେ ଉପଯୁକ୍ତ ଗୋଳାବାରୁଦ ନାହିଁ। କାରଣ ଧର୍ମ ଏପରି ଏକ ଅସ୍ତ୍ର ଯାହା ପାଖରେ ସମସ୍ତେ ନତମସ୍ତକ। ଏକମାତ୍ର ଶ୍ରୀଅରବିନ୍ଦ ହିଁ ଦୃଢ ବିକଳ୍ପ।

ଲକଡାଉନ ସମୟରେ ବସି ବସି ପରସ୍ପର ସହିତ ସାମଞ୍ଜସ୍ୟ ଥିବା ଗୀତମାନଙ୍କର ଏକ ତାଲିକା ତିଆରି କରିଥିଲି।

themusepaper.blogspot.com/2020/08/one-hu

ମଝିରେ ମଝିରେ ପୁଅ ଓ ଝିଅମାନଙ୍କର ସ୍ବର ଅଲଗା କରାଯାଇଥିଲେ ବୋଧହୁଏ ଭଲ ହୋଇଥାନ୍ତା ଓ କାନ ଉପରୁ ବୋଝ କମିଥାଆନ୍ତା।

ଆମେ କହିବା ନିରର୍ଥକ କାରଣ ସମସ୍ତେ ଓଡିଆ ସତ କିନ୍ତୁ ବିଭାଜିତ। ପ୍ରଥମେ ରାଜନୈତିକ ଦଳ। ମତାମତ କେବେ ଏକ ହୋଇପାରିବ ନାହିଁ। ତାପରେ କୋଉ ଜିଲ୍ଲା। ହୃଦୟର ଆବେଗ ଓ ଭାବପ୍ରବଣତା ଭିନ୍ନ ଭିନ୍ନ ହେବ। ତୃତୀୟରେ ବାପା, ମାଆ, ସ୍ତ୍ରୀ, ସ୍ବାମୀ, ବୋହୂ, ଜ୍ବାଇଁ ଅଣଓଡିଆ ହୋଇଥିଲେ ଦୃଷ୍ଟିଭଙ୍ଗୀ ବଦଳିବ। ଶେଷରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ।

ଦଳର ନେତୃତ୍ବ ନେଇ ନିର୍ବାଚନ ଲଢିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଗଣତନ୍ତ୍ରରେ ସବୁ ଦୋଷ କ୍ଷମଣୀୟ। କିନ୍ତୁ ଲୋକଙ୍କଠାରୁ ମ୍ଯାଣ୍ଡେଟ ହାସଲ ନକରି ମନୋନୀତ ହୋଇଥିବା ବ୍ୟକ୍ତି ନୀଚମାନର ହେଲେ ସମାଲୋଚନା ହେବା ସ୍ୱାଭାବିକ।

ଏ ସମ୍ପର୍କରେ ମୋର ପୂର୍ବ ମତ।

x.com/NathTusar/stat

ଜାତୀୟ ଦଳ ନିର୍ବାଚନ ଆଗରୁ ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରିବ ନାହିଁ ଏକଥା କୋଉ ରାଜନୀତି ବିଜ୍ଞାନରେ ଲେଖା ନାହିଁ।

ବାଧ୍ଯ ନୁହେଁ, କିନ୍ତୁ ମୋର ମୂଳ ଡାକ୍ତିର ପ୍ରଥମ ବାକ୍ଯଟି ଅବାନ୍ତର ନୁହେଁ। ବିଗତ ଷାଠିଏ ବର୍ଷରେ ବିଭିନ୍ନ ପ୍ରକାରର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନିର୍ବାଚନ ମୁଁ ଦେଖିଆସିଛି। ଆୟା ରାମ ଗୟା ରାମ ଏବଂ ଘୋଡାବେପାର ହିଁ ସୁସ୍ଥ ପରମ୍ପରା ଭାବରେ ସାବ୍ୟସ୍ତ ହୋଇଛି। କୌଣସି ଦଳରେ ଗଣତାନ୍ତ୍ରିକ ଧାରା ନାହିଁ।

x.com/NathTusar/stat

ତିରିଶ ବର୍ଷ ତଳର ବମ୍ବେ ସିନେମାର କହନା ହୈ କ୍ଯା ଗୀତକୁ ମନେପକାଇ ଶୁଣିବାପରେ ଲାଗିଲା ଯେ ଏହାର ଭବିଷ୍ୟତ ଉଜ୍ଜ୍ବଳ। ଖାଲି ଅତି ଗେହ୍ଲେଇ ହେବାର ନାରୀ କଣ୍ଠ ପୁରୁଷ କଣ୍ଠ ଭଳି ଟିକେ ସାଧାରଣ ହୋଇଥିଲେ ଭଲ ହୋଇଥାଆନ୍ତା।

ଶେଷରେ ଭୋ... ଗାଳିଟି ଲାଗିଥିଲେ ଚମତ୍କାର ଯମକ ହୋଇଥାନ୍ତା।

ବାଟବଣା ଜାଗାରେ ବାଡ଼ବତା

ଝିଟିପିଟି ଜାଗାରେ ଏଣ୍ଡୁଅ

ଏବେ ହୁଗୁଳୀ ନଦୀ ପୂର୍ଣ୍ଣଗର୍ଭା। ଜୀବନ ପରି ଏଥିରେ ବି ଜୁଆର ଓ ଭଟ୍ଟା ଆସେ। ପ୍ରକୃତିର ରହସ୍ୟ ମଣିଷ ପକ୍ଷରେ ବୁଝିବା ଅସମ୍ଭବ। ତାପରେ ଛୋଟ ଶାମୁକାଟିଏ ଠାରୁ ନୀହାରିକା ପର୍ଯ୍ୟନ୍ତ ଯେଉଁ ଲୀଳାଖେଳା ଅନବରତ ଚାଲିଛି ତା ଭାବିଲେ ଭଗବାନଙ୍କ ଉପରେ ବିଶ୍ୱାସ କରିବାକୁ ଜଣେ ବାଧ୍ୟ ହୁଏ। ଶ୍ରୀଅରବିନ୍ଦଙ୍କ ହୁ କବିତା

ମୈଶୁର ପାକ ଘିଅବାଲାଟା ଏତେ ମିଠା ଯେ ପାଟି ବାନ୍ଧି ହୋଇପଡେ। କିନ୍ତୁ ଶୁଖିଲା ପ୍ରକାରଟି ଭଲ। ଏଠାରେ ସେହିଭଳି ଗୋଟିଏ ଛୋଟ ଆକାରର ମିଠା ଟ୍ରେନରେ ବିକ୍ରି ହୁଏ ଯାହାର ନାମ ଦିଲଖୁସ। ପ୍ରତ୍ୟେକ ବିକାଳି ଗରମ ଓ ନରମ ବୋଲି ଦାବି କରନ୍ତି। ଯେହେତୁ ଅନ୍ୟ କୌଣସି ମିଠା ବିକ୍ରି ହୁଏନାହିଁ, ଅଗତ୍ୟା ଲୋକେ ପାଞ୍ଚ ଟଙ୍କିଆ ଦିଲଖୁସ ହିଁ ଖାଆନ୍ତି।

ଶ୍ରୀଜଗନ୍ନାଥ କଥାଚିତ୍ରରେ ଶିଶୁ ଶିଳ୍ପୀ ଭାବରେ ଚପଳା ନାୟକ (ପରେ, ପାର୍ବତୀ ଘୋଷ) ଦୁଇଟି ଗୀତରେ ଅଭିନୟ କରି ଦର୍ଶକମାନଙ୍କୁ ଅଭିଭୂତ କରିଥିଲେ। କୃଷ୍ଣ ସୁଦାମା କଥାଚିତ୍ରରେ ସେହିପରି ଏକ ଭକ୍ତିରସାପ୍ଲୁତ ଦୃଶ୍ୟରେ ଭୁବନେଶ୍ଵରୀ ମିଶ୍ର ବୋଲିଥିବା ଟିକି ମୋର ନାଆଟି ଗୀତଟି ବିପୁଳ ଲୋକପ୍ରିୟତା ଅର୍ଜନ କରିଥିଲା।

ମଣ୍ଡା ପିଠା ଓ ଗଇଁଠା ପିଲାଦିନୁ ମୋର ଭାରି ପ୍ରିୟ। ଦେଖିବାକୁ ଗଲେ ମୋମୋ ମଧ୍ୟ ସେଇଭଳିଆ ଗୋଟିଏ ପ୍ରସ୍ତୁତି କିନ୍ତୁ ଆଜିଯାଏ ମୁଁ କେବେ ଖାଇନାହିଁ। କାରଣ ତାକୁ ଦେଖିଲେ ହିଁ ଦୂରରୁ ମୋର କେମିତି ଗୋଟାଏ ଘୃଣାଭାବ ଆସେ। ଥରେ ଚୌହାନ ବାବୁ ବୋଲି ମୋର ଜଣେ ବନ୍ଧୁ ମୋ ସହ ଏକମତ ହୋଇ କହିଲେ ଯେ ହଁ ମୋମୋ ମଲା ମୂଷାଛୁଆ ପରି ଦେଖାଯାଏ। ଏକଦମ ସତ!

ପ୍ରତୀକ ପଟ୍ଟନାୟକ ବାବୁ ଥରେ ଲେଖିଥିଲେ ଯେ କତେକ ଭାଷାରେ ବନାନ ଯାହାଥାଉନା କାହିଁକି ଅଭ୍ୟାସ ଅନୁଯାୟୀ ଲୋକେ ଉଚ୍ଚାରଣ କରନ୍ତି। ସେହିପରି ଆମେ ଯଦି ହଳନ୍ତକୁ ଛାଡିଦେଇ ପାରନ୍ତେ, ଭାବ ଅନୁସାରେ ଅର୍ଥ ବୁଝି ହୁଅନ୍ତା ଓ ଲିପିର ସୌନ୍ଦର୍ଯ୍ୟ ବଢନ୍ତା। ଡ ଓ ଢ ତଳେ ବିନ୍ଦୁ ଦେବାର ମଧ୍ୟ ସେହିପରି ପ୍ରୟୋଜନ ନାହିଁ।

ନିର୍ମଳା ମିଶ୍ରଙ୍କ କଣ୍ଠରେ ଦୂରେ ତୁମେ ଦୂରେ ଦୂରେ ଗୋଟିଏ ସ୍ବର୍ଗୀୟ ସୃଷ୍ଟି।

କିଏ କାହାର କଥାଚିତ୍ରର ହେମ ହରିଣୀ।

ନବଜନ୍ମ କଥାଚିତ୍ରର ଏହାର ମୂଳ ଗୀତଟି ଶୁଣିବାର ଅନ୍ୟ କୌଣସି ସୁଯୋଗ ନାହିଁ।

ଏପର୍ଯ୍ୟନ୍ତ ଶହେ ଲୋକ ବି ଶୁଣିନାହାନ୍ତି ଏହି ଅନବଦ୍ୟ କୃତିଟିକୁ।

ଏଇ ସାତରଙ୍ଗ ମିନାକରା ଆକାଶର ମୁଦିରେ ତୁମ ନାଆଁ କିଏ ଗୋ ଲେଖିଛି?

ମୀନା ମୀନା ମୀନା

ସବା ବଡଭାଇ ଓ ନୂଆବୁଙ୍କ ନଅ ନମ୍ବର ଫ୍ଲାଟ କ୍ବାଟରରେ ଆମେ ରହୁଥିଲୁ। ତେଣୁ ରୂପାଲି ହୋଟେଲ ଓ ଆଖପାଖରେ ଥିବା ଅନ୍ୟ କେତୋଟି ଦୋକାନ ଆମ ପାଇଁ ଥିଲା ବହୁତ ବଡ ସାହାଯ୍ୟ। ସେ ଛକର ନାଆଁ କେବେ ବଦଳିବ ନାହିଁ। କିନ୍ତୁ ଭୁବନେଶ୍ବର ତିଆରି ହେବା ବେଳରୁ ଯେଉଁ ମାଷ୍ଟର ଶ୍ରମିକମାନଙ୍କୁ ଖାଇବା ଯୋଗାଉଥିଲେ ତାଙ୍କୁ ଇଙ୍ଗ୍ରାଜୀ ଯୋଗୁ ଆମେ ଭୁଲିଯିବା।

କଥା ପରଦାର ଦରବାରରେ ଆଜି ଭାଗ୍ୟ। କିନ୍ତୁ ଭାଗ୍ୟ ଖରାପ ପ୍ରମେୟ ଲାଇଭ ଟିଭି ଚାଲୁନାହିଁ। କଣ କରିବା ଓଡିଆଙ୍କର ତ ସବୁକାଳେ କପାଳ ଫଟା। ତେବେ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଛପି ଛପି ଗୀତଟିକୁ ମନେପକାଇବା।

ନୀଳ ଆକାଶ ନୀଳିମା ତଳେ

ଝଡର ଆଭାସ ଦେଇ ବହୁତ ବେଳୁ ପବନ ଫବନ ହେଉଥିଲା କିନ୍ତୁ ଏବେ ବର୍ଷା ହେଲା। ଏ ବର୍ଷ ତ ପ୍ରାୟ ମାସେ ଖଣ୍ଡେ ହେଲାଣି ବର୍ଷାଦିନ ଭଳିଆ ମଝିରେ ମଝିରେ ବର୍ଷା ଲାଗିରହିଛି। ଗରମରୁ ଲାଘବ ମିଳିଛି। ମୋହନ ରାକେଶଙ୍କର କାଳିଦାସଙ୍କ ଜୀବନ ଉପରେ ଆଧାରିତ ପ୍ରସିଦ୍ଧ ନାଟକ ଆଷାଢ କା ଏକ ଦିନ କଥା ମନେପଡେ। ମଲ୍ଲିକା କାଳିଦାସଙ୍କୁ ବିବାହ କରିପାରିନଥିଲା।

ଗଣତନ୍ତ୍ରର ପ୍ରଥମ ନିୟମ ହେଲା ରାଜତନ୍ତ୍ରର ପ୍ରଶସ୍ତି ଗାନ କରିବା ନାହିଁ। ପୁରାଣ, ଇତିହାସ, କିମ୍ବଦନ୍ତୀ, ବା ପରମ୍ପରା ମାଧ୍ୟମରେ ହେଉଥିବା ପ୍ରଚାରର ବିରୋଧ କରିବା। ଉଦାହରଣ ସ୍ବରୂପ କୌଣସି ରାଜା ମନ୍ଦିର ତିଆରି କରିଥିଲେ ବୋଲି ନକହି ଶ୍ରମିକମାନେ ନିର୍ମାଣ କରିଥିଲେ ବୋଲି ବିଶ୍ଵାସ କରିବା। ତାଛଡା ଐତିହ୍ୟ ପଛରେ ବେଶି ଗୋଡାଇବା ଅନୁଚିତ।

ଭିନ୍ନ ଭିନ୍ନ ମତ ନିଶ୍ଚୟ ରହିବ କିନ୍ତୁ ମଣିଷ ନିଜ ପାଇଁ କଣ ଭଲ ତା ଉପରେ ଦୃଷ୍ଟି ଦେବା ଉଚିତ। ଦୃଢ ବ୍ଯକ୍ତିଗତ ମତ ନିଶ୍ଚିତ ସମ୍ମାନାଷ୍ପଦ କିନ୍ତୁ କୌଣସି ରାଜନୈତିକ ଦଳ ଦ୍ୱାରା ଆରୋପିତ ହେଉଥିବା ଆଦର୍ଶକୁ ପରୀକ୍ଷା କରିବାର ଆବଶ୍ୟକତା ରହିଛି। ପୂର୍ବରୁ ଯାହା ଶିକ୍ଷା ଦିଆହୋଇଛି ତା ସବୁ ଖରାପ ଏପରି କହିବା ବୈଜ୍ଞାନିକ ପଦ୍ଧତିର ବିପରୀତ।

ଯୋଉ ବାଟରେ ହଉ ପଛେ ଓଡିଆ ବା ଓଡିଶାର ନାଆଁ ଜାତୀୟ ସ୍ତରରେ ଦେଖିଲେ ଟିକିଏ ଖୁସି ଲାଗେ। ଆଉ ଇଏତ ଏମିତି ଏକ ଖୁସିର ଖବର। ଆଶା ଦୁଇ ପଡୋଶୀ ପ୍ରଦେଶ ମଧ୍ୟରେ ପ୍ରୀତି ଓ ସୌହାର୍ଦ୍ଦ୍ୟର ଭାବ ବଢି ଚାଲିବ। ଗଲାକାଲି ଷ୍ଟେଟ୍ସମ୍ୟାନରେ ଏ ସମ୍ବନ୍ଧରେ ଗୋଟିଏ ଭଲ ଲେଖା ପଢିଥିଲି। ମୁଁ ନିଜେ ଏବେ ପଶ୍ଚିମବଙ୍ଗରେ ରହୁଛି।

ଯେତେ ପାଠ ପଢିଲେ ବା ବଡ ଚାକିରି କଲେବି ଜଣେ ଭଲ ନାଗରିକ ହେବା ସହଜ କଥା ନୁହେଁ। କାରଣ ମଣିଷ ଜନ୍ମରୁ ଗଣତାନ୍ତ୍ରିକ ମନୋଭାବାପନ୍ନ ନୁହେଁ। ତେଣୁ ପ୍ରତି ପଦକ୍ଷେପରେ ଶିଖିବାକୁ ପଡେ। ନିଜର ଚିନ୍ତାଧାରା ସହିତ ଅନବରତ କସରତ କରିବାପାଇଁ ହୁଏ। ପହ୍ଲବାଦ ଗୋଟିଏ ଆଦିମ ପ୍ରବୃତ୍ତି ଯେଉଁଥିରୁ ମୁକ୍ତି ପାଇବା ପ୍ରତ୍ୟେକ ବ୍ୟକ୍ତି ପାଖରେ ଏକ ଆହ୍ବାନ।

https://x.com/NathTusar/status/1931034846798979279?t=OkeDbOl6kBSHA1XgEOE1fw&s=19

No comments:

Post a Comment

ସମ୍ବିଧାନ ଉପରେ ଗୋଇଠା

 ତୁଷାରନାଥ ମହାପାତ୍ର ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ମଧ୍ୟ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-...