Saturday, 5 July 2025

ଅନ୍ଧବିଶ୍ୱାସ ବିକିବା ଭଲ ବ୍ଯବସାୟ

 ତୁଷାରନାଥ ମହାପାତ୍ର ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ମଧ୍ୟ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ: ୯୬୫୦୦-୬୫୬୩୬

ଯୁଦ୍ଧ ସମୟରେ କେମିତି ସମସ୍ତେ ହିଂସ୍ର ସ୍ବଭାବର ହୋଇଗଲେ ଆମେ ଦେଖିଲେ। ମହିଳାମାନେ ବି ବାଦ ଗଲେ ନାହିଁ। ଘରେ ବସି ବୀରତ୍ବ ପ୍ରଦର୍ଶନର ସୁଯୋଗକୁ କିଏ କାହିଁକି ହାତଛଡା କରିବ? କେବଳ ଜଣକର ଟିକେ କ୍ଷୀଣ ଅନୁକମ୍ପାର ସ୍ବର ଶୁଣିବାକୁ ମିଳିଥିଲା। ମଣିଷ ମନରେ ମଣିଷ ପ୍ରତି ଏତେ ଘୃଣାଭାବ କାହିଁକି? ଗଣତାନ୍ତ୍ରିକ ମନୋଭାବର ଅଭାବ ହିଁ ବଡ କାରଣ।

https://x.com/NathTusar/status/1931358601186267482?t=5No3j-UyfVU-hJiWpD144Q&s=19

ଓଡିଆର ସବୁ ଗୀତ ଭିତରେ ଏଇଟିକୁ ସବୁଠାରୁ ଶ୍ରେଷ୍ଠ ବୋଲି ମୁଁ ଜ୍ଞାନ କରେ। ସୁନ୍ଦର ଭାଷା ସହିତ ଏକ ଶାନ୍ତ ଭାବର ସ୍ବର। ସାବଲୀଳ ଗାୟନ ସାଙ୍ଗକୁ ଯନ୍ତ୍ରସଙ୍ଗୀତର ଯେତେଦୂର ସମ୍ଭବ ସ୍ବଳ୍ପ ଉପଯୋଗ। ତାଛଡା ଏହା ପୁରାତନ ଶୈଳୀରୁ ଦୂରରେ। ଗାୟକ ମୁମ୍ବାଇ ଚଳଚ୍ଚିତ୍ର ଜଗତରେ ମଧ୍ୟ କଣ୍ଠଦାନ କରିବାର ସୁଯୋଗ ପାଇଥିଲେ।

youtu.be/0MNdnwc8_AI?si…

ଭଲ କଥା। କିନ୍ତୁ ମୋତେ ଗାଳି ଦେଇ ଆପଣଙ୍କର ଲାଭ କଣ ହେବ ବୁଝିପାରୁନି।

ମୃତ୍ୟୁ ଉପରେ ବିଜୟ ହାସଲ କରାଯାଇପାରିବ ବୋଲି ଶ୍ରୀମାଶ୍ରୀଅରବିନ୍ଦ ପ୍ରତିଶ୍ରୁତି ଦେଇଛନ୍ତି। ସାବିତ୍ରୀ କିମ୍ବଦନ୍ତୀ ଉପରେ ଆଧାରିତ ତାଙ୍କର କାବ୍ୟ ଏ ଦିଗରେ ଏକ ବିରାଟ ପଦକ୍ଷେପ। ବର୍ଣ୍ଣନଦୀ ବ୍ଯତୀତ, କବିତା ମାଧ୍ୟମରେ କିପରି ମନ୍ତ୍ରଶକ୍ତି ଜାଗ୍ରତ କରାଯାଇପାରିବ, ତାହାର ଉଦାହରଣ ସେ ତିଆରି କରିଛନ୍ତି। ପୃଷ୍ଠାଏ ପଢିବାର ସହଯୋଗ କାମ୍ୟ।

ତା ଉପରେ ତା ଉପରେ ଧୁମ ଧଡାକା ଭିତରେ ଅଧା ସମୟ ଆଖିବୁଜି ବସିଲି। ପଛପଟୁ ଆଗରୁ ଦେଖିଥିବା କେହି ଜଣେ ଆଗକୁ କଣ ହେବ କହି ଚାଲିଥାନ୍ତି। ତଥାପି ଘଟଣାକ୍ରମ ଠଉରାଇବା ସମ୍ଭବ ହେଲାନାହିଁ। ଯୋଉମାନଙ୍କ ପାଇଁ ଉଦ୍ଦିଷ୍ଟ ସେମାନେ ତ ମହାଖୁସି। ଜଣାପଡିଲା ଯେ, ଏଇଆକୁ ଭଲ ବୋଲି କୁହାଯାଉଛି। ଶେଷକୁ, ଅନ୍ଧବିଶ୍ୱାସ ବିକିବା ହିଁ ସବୁଠୁଁ ଭଲ ବ୍ଯବସାୟ।

ଭୁବନେଶ୍ବରରୁ ହୀରାକୁଦ ରେଳଯାତ୍ରାର ଆଜି ଥିଲା ପ୍ରଥମ ସୁଯୋଗ। ସାଙ୍ଗରେ ବର୍ଷା ଲାଗିରହିଥିଲା। ପ୍ରକୃତିର ଅନୁପମ ଦୃଶ୍ୟ ଉପଭୋଗ କରିବା ପାଇଁ ଏହା ଏକ ସୁବିଧାଜନକ ଉପାୟ। ମହାନଦୀକୁ ଦୁଇଥର ଅତିକ୍ରମ କଲି। ଦୁଇଟି ସମ୍ପୂର୍ଣ୍ଣ ବିପରୀତ ରୂପ। ଜୀବନର ଗତିପଥ ମଧ୍ୟ କୋଉଠି ସମତଳ ତ କୋଉଠି ବନ୍ଧୁର। ହରିଶଙ୍କର ଯିବାର ସମ୍ଭାବନା ଅଛି। ଦେଖାଯାଉ।

ଆଜି ଅକସ୍ମାତ ବାରାସାତ ଇସ୍କନ ମନ୍ଦିରରେ ବିନାମୂଲ୍ଯରେ ଜଗନ୍ନାଥଙ୍କ ପ୍ରସାଦସେବନ କରିବାର ସୁଯୋଗ ଘଟିଥିଲା। ଖେଚେଡି, ଭାତ, ଡାଲି, ଓ ଧାପେ ଖିରି ଭୋକ ବେଳେ ଅମୃତ ପରି ଲାଗିଲା। ସବଜି ସରି ଯାଇଥିଲା। ଏଠି ପ୍ରାୟ ସବୁ ଜାଗାରେ ବାହୁଡା ପର୍ଯ୍ୟନ୍ତ ମେଳାମଉଛବ ଲାଗିରହିବ। ତେଣୁ ଓଡିଶା ବା ଓଡିଆଙ୍କ ମାଲିକାନା ଭାବ ଜାହିର କରିବା ଭୁଲ ଧାରଣା।

ପଶ୍ଚିମବଙ୍ଗରେ ଜଗନ୍ନାଥ, ଓଡିଶୀ ନୃତ୍ୟ, ସସ୍କୃତ ପ୍ରାର୍ଥନା, ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ।

ମୁଁ ପିଲାଦିନୁ ଶ୍ରୀମାଶ୍ରୀଅରବିନ୍ଦଙ୍କ ରଚନା ପଢିଆସୁଛି ଯାହା ନିଶ୍ଚିତ ଭାବେ ମୋର କଲେଜ ଶିକ୍ଷା ଓ ଅନ୍ୟାନ୍ୟ ଅର୍ଜିତ ଜ୍ଞାନ ବାହାରେ ମୋତେ ବହୁତ ସାହାଯ୍ୟ କରିଛି। ଆଜିକାଲି ଲୋକମାନେ ଏତେ ପରିମାଣରେ ଆତ୍ମବିଶ୍ୱାସୀ ଯେ ସେମାନେ ଏହାର ମୂଲ୍ୟ ବୁଝିପାରୁନାହାନ୍ତି। ହଳଦିଆ ମୋତେ ବହୁତ ଭଲ ଲାଗେ କିନ୍ତୁ ଯିଏ ଦେଖିନାହିଁ ସେ କେମିତି ଜାଣିବ?

ବୁଦ୍ଧିଗତ ବ୍ଯାପାରରେ ଓଡିଆମାନଙ୍କର ଏଠି କ୍ବଚିତ ଆଲୋଚନା ଦେଖିବାକୁ ମିଳେ। କେହି କୌଣସି ବହି ପଢିବା କିମ୍ବା ଏକ ବହିର ସମୀକ୍ଷା ଲେଖିବା ପ୍ରାୟ ଦେଖିବାକୁ ମିଳେନାହିଁ। ସର୍ବଭାରତୀୟ ସ୍ତରରେ ଏହି ପ୍ରାଙ୍ଗଣରେ କୌଣସି ଓଡିଆଙ୍କ ନାମ ବିରଳ। ସତରେ କଣ ଓଡିଆମାନଙ୍କ ମଧ୍ୟରେ ପ୍ରତିଭାର ଅଭାବ? କଙ୍କାଳ କେବେ ଉଠିବ?

ଭାରତ ହିନ୍ଦୁମାନଙ୍କର ବୋଲି କହିବା ଓ ଓଡିଶାକୁ ଜଗନ୍ନାଥଙ୍କ ସହ ଜୋଡିଦେବା, ଦୁଇଟିଯାକ ଭୁଲ ଚିନ୍ତାଧାରା। ପରିତାପର ବିଷୟ ଯେ ଶିକ୍ଷିତ ଲୋକମାନେ ଏପରି ଅପପ୍ରଚାର କରୁଛନ୍ତି। ମିଛକୁ ବାରମ୍ବାର ସତ ବୋଲି ଘୋଷଣା କଲେ ତାହା କେବେ ସତ ହେବ ନାହିଁ। ଭାରତୀୟ ସମ୍ବିଧାନ ସବୁ ଧର୍ମକୁ ସମ୍ମାନ କରେ। ତେଣୁ କୌଣସି ଏକ ଧର୍ମର ବିଶେଷ ଅଧିକାର ନାହିଁ।

ସାହିତ୍ୟର ଅନୁରାଗୀ ହିସାବରେ ଏକ କାଳ୍ପନିକ ଦୃଶ୍ୟକଳ୍ପର ଅବତାରଣା କରିବା ଆପଣଙ୍କ ପକ୍ଷେ କିଛି ବିଚିତ୍ର ନୁହେଁ। କିନ୍ତୁ ଜୀବନ ସଂଘର୍ଷ ଭିତରେ ପେଶି ହେଉଥିବା ମଣିଷ ଆମ ସମାଜର ବାସ୍ତବ ଚିତ୍ର। ତା ଭିତରେ କିଏ କେଉଁ ଅଦୃଶ୍ୟ ଶକ୍ତି ଉପରେ ଭରସା କରି ଚାଲିଛି ଓ ନିଜର କ୍ଷତ ଉପରେ ମଲମ ଲଗାଉଛି ତାଉପରେ କଟକଣା କିଆଁ? ଅଯଥା ଆକ୍ଷେପ କାହିଁକି?

ଗଣତାନ୍ତ୍ରିକ ବାତାବରଣରେ ଜୀବନର ଅନ୍ଯାନ୍ଯ ବହୁ ଦିଗ ଭଳି ଧର୍ମ ମଧ୍ୟ ବଜାରର ଘାତ ସଙ୍ଘାତ ଭିତରେ ବଢିବ। ଦୁର୍ବଳ ହୋଇଥିଲେ ଛିଡି ଛିଡି ଯିବ। ଏହା ସମୟ ଓ ବିବର୍ତ୍ତନର ଖେଳ। ମୂଷା ମାନେ ମଧ୍ୟ ବୁଡିବା ଜାହାଜ ଛାଡି ପଳାନ୍ତି।

ବିବର୍ତ୍ତନର ନିୟମ ଓ ଆଚରଣ ସବୁ ଧର୍ମ ଓ ସବୁ କାର୍ଯ୍ୟକଳାପ ଉପରେ ଲାଗୁ। ଆମର କଥାବାର୍ତ୍ତା ମଧ୍ୟ ତାହାରି ଅଙ୍ଗ। ଏହି ବିଷୟ ଉପରେ ଅନବରତ ବିଚାର ଆଲୋଚନା ଲାଗି ରହିଛି। ବିଶ୍ବାସ ଓ ପହ୍ଲବାଦ ସ୍ଥାନରେ ବୌଦ୍ଧିକ ବିବେଚନା ଉନ୍ମୋଚିତ ହେବ। ଏଥିରେ ସନ୍ଦେହ ନାହିଁ।

ପ୍ରତ୍ୟେକ ବ୍ୟକ୍ତି ନିଜ ଧର୍ମକୁ ବଡ ବୋଲି କହି ତାର ଗାରିମା ବଖାଣିବା ସ୍ବାଭାବିକ କଥା। କିନ୍ତୁ ଧର୍ମାଚରଣ ଗଣତନ୍ତ୍ରକୁ ଯେପରି ଦୁର୍ବଳ ନକରୁ ତାହାହିଁ ଜଣେ ନାଗରିକର ସବୁଠାରୁ ବଡ କର୍ତ୍ତବ୍ୟ। ସବୁ ସମସ୍ୟା ଓ ମତଦ୍ବିଧାର ସମାଧାନ କିପରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ହୋଇପାରିବ ଏହାପାଇଁ ସଚେଷ୍ଟ ହେବା ନିହାତି ପ୍ରୟୋଜନ।

ସାରା ବିଶ୍ୱ ବୋଲି ଯାହାକୁ ଆପଣ କହୁଛନ୍ତି ସେ କିଏ ଓ ସେ କଣ ଦେଖୁଛି, ସେ ବିଷୟରେ ମୋର କୌଣସି ସ୍ପଷ୍ଟ ଧାରଣା ନାହିଁ। କିନ୍ତୁ ଭାରତୀୟ ସମ୍ବିଧାନ ଅନୁସାରେ ଗଣତନ୍ତ୍ରର ଚେର ଆମ ଦେଶରେ ବେଶ ସବଳ। ଅପରାଧୀମାନଙ୍କ ପାଇଁ ଉପଯୁକ୍ତ ବିଧି ବ୍ଯବସ୍ଥା ରହିଛି।

ଗଣତନ୍ତ୍ରରେ ସବୁ ପ୍ରକାର ମତର ମୂଲ୍ୟ ରହିଛି କିନ୍ତୁ କେବଳ ସମ୍ବିଧାନରେ ଯାହା ଲେଖାହୋଇଛି ତାହା ସମସ୍ତଙ୍କ ଉପରେ ଲାଗୁ ହୁଏ। ତାକୁ ହିଁ ବିଶ୍ବାସ କରିବାକୁ ପ୍ରତ୍ୟେକ ନାଗରିକ ବାଧ୍ୟ। ଅନ୍ୟ ସବୁ କିମ୍ବଦନ୍ତୀ ଗପ।

ନଦିବାକୁ ପ୍ରଶ୍ନ କରି ଲାଭ କିଛି ନାହିଁ କାରଣ ଏହା ନଦା ହୋଇସାରିଛି। ତା ଭିତରୁ ବାହାରିବାର କୌଣସି ଉପାୟ ନାହିଁ। ତେଣୁ ଯାହା ପୁରାତନ ତାହା ମୂଲ୍ଯହୀନ।

ଆପଣଙ୍କର ଆଶାବାଦ ନିଶ୍ଚିତ ଭାବରେ ପ୍ରଂଶସନୀୟ କିନ୍ତୁ ମୁଁ ନିର୍ଦ୍ଦିଷ୍ଟ ଭାବରେ ଶ୍ରୀମାଶ୍ରୀଅରବିନ୍ଦଙ୍କ ଭବିଷ୍ୟବାଣୀ ଉପରେ ବିଶ୍ୱାସ କରେ। ସେଥିରେ ସତ ଫଳିବ କି ନା ସେଇଟା ସେମାନଙ୍କ ଉପରେ। କିନ୍ତୁ ପରିଣାମ ଦୃଷ୍ଟିରୁ ଅନେକ ଅଲଗା।

ବହୁତ ଭଲ କଥା। ମୁଁ ୨୦୦୫ ମସିହାରୁ ଲେଖାଲେଖି କରିଆସୁଛି। ସମୟ ହେଲେ ପଢିବେ। ମୋର ଅନ୍ୟ ତେଣ୍ଡାଟି ହେଲା @SavitriEra

savitriera.blogspot.com/2025/06/savitr

ଯାହା ସବୁ ଘଟିଛି ତାର ଏକରକମ ଆବଶ୍ୟକତା ଥିଲା ବୋଲି ଧରିନେବାକୁ ହେବ ସଁବାଳୁଆ ପ୍ରଜାପତି ପାଲଟିବା ପରି। ବିଭିନ୍ନ ଭାବରେ ସମସ୍ତଙ୍କର ଅବଦାନ ରହିଛି।

https://x.com/NathTusar/status/1939593384391496129?t=SbCDYa-199E83NNaDb4wvQ&s=19

ଆମ ଆତପୁରରେ ରଥମେଳା ଚାଲିଛି। ସବୁବର୍ଷ ପରି ସେହି ଏକା ଜିନିଷ ଓ ଦୋକାନ। ତଥାପି ଲୋକେ ଆସନ୍ତି ଓ କିଣାବିକା ହୁଏ। ପିଲାମାନଙ୍କ ପାଇଁ ବିଶେଷ ଭାବରେ ଆକର୍ଷଣୀୟ ନିଶ୍ଚୟ। ସେହି ଏକା ନଦୀରେ ଯେମିତି ଦୁଇଥର ପଶିହୁଏ ନାହିଁ, ମେଳା ମଧ୍ୟ ଅନୁରୂପ। ମୋର ସୀମିତ ଆଶା ମୁତାବକ କୋଳିଖଟା, ଚିନାବାଦାମ, ଓ ମାଲପୁଆ ଆଣିଲି। ଭିଡ ଏବେ ବେଶି ଜମିନାହିଁ।

ଯାହାହେଉ, ଓଡିଶା କଥା ଜାତୀୟ ସ୍ତରରେ ଆଲୋଚିତ ହେବାର ଗୋଟିକ ପରେ ଗୋଟିଏ ରାସ୍ତା ଖୋଲୁଛି। ବାଟରେ ହ... ।

ସାକ୍ଷାତକାର।

ବାମରୁ ପ୍ରଥମ (ଛିଡା ହେବା)

x.com/suryanandannet…

ଏଇଟି ଅନ୍ୟ ସ୍ଥାନରେ ଥିଲା।

x.com/RanjitGutu/sta…

ପିଲାଦିନେ ଗାଆଁରୁ କଟକ ବସରେ ଗଲାବେଳେ, କାଠଜୋଡି ନଈ ପୋଲ ପୂର୍ବରୁ ବାଲିକୁଦା ଷ୍ଟେସନ ନିକଟରେ କଳାଧୂଆଁ ଛାଡି ଯାଉଥିବା ଟ୍ରେନର ଦର୍ଶନ ମିଳେ। ବସିବା ପାଇଁ ବହୁତ ଇଚ୍ଛା ହୁଏ କିନ୍ତୁ ସୁଯୋଗ ପ୍ରାୟ ନଥାଏ। ଏବେ ମାସିକିଆ ଟିକେଟ କରି ସବୁଦିନ ଲୋକାଲ ଟ୍ରେନରେ ବୁଲୁଛି। ଦୁଇକଡର ସବୁଜିମା ଓ ବିଶେଷ କରି ବର୍ଷା ବେଳର ଦୃଶ୍ୟ ଅତ୍ୟନ୍ତ ମନୋରମ।

ସବୁଜିମା ଖୋଜି ଖୋଜି ଦିନେ ଫୁଲନଖରା ପାଖ କେନାଲ ବନ୍ଧରେ କିଛି ସମୟ କଟାଇଥିଲି ଯେଉଁଠି ଗାଡିମଟର ନାହିଁ। ଅନତିଦୂରରେ ବିସ୍ତୃତ ଜମି ଖାଲି ପଡିରହିଥିଲା। ଅକ୍ଷୟ ମହାନ୍ତି କେବେଠୁଁ ଫୁଲନଖରା କଥା ମନେପକାଇ ଦେଇ ଗଲେ କିନ୍ତୁ ଆଜିଯାଏ କାହାରି ଆଖି ଖୋଲିଲା ନାହିଁ। ଗୋଟିଏ ଅତ୍ଯାଧୁନିକ ସହର ଭାବରେ ଗଢିଉଠିବାର ସବୁ ସମ୍ଭାବନା ସେଠାରେ ରହିଛି।

https://x.com/NathTusar/status/1940426882576785488?t=lCeTJzblKrloSvKcD-NQ4A&s=19

No comments:

Post a Comment

ବର୍ଷବରଣ

 ଏହି କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ  ବଙ୍ଗଳାରେ ପଢିଲି ବର୍ଷବରଣ। ଭାରି ସୁନ୍ଦର ଲାଗିଲା। ଏହି ଶବ୍ଦଟି ଆମ ଓଡିଆରେ ନାହିଁ ବୋଧେ। କେଜାଣି ଆ...