Sunday, 25 January 2026

ବର୍ଷବରଣ

 ଏହି କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ 

ବଙ୍ଗଳାରେ ପଢିଲି ବର୍ଷବରଣ। ଭାରି ସୁନ୍ଦର ଲାଗିଲା। ଏହି ଶବ୍ଦଟି ଆମ ଓଡିଆରେ ନାହିଁ ବୋଧେ। କେଜାଣି ଆଜିକାଲି କିଏ ଯଦି ଦେଖି ଶିଖି ଲେଖୁଥିବେ! ତେବେ, ଗୁଗଲରେ ଖୋଜିବାରୁ କଲେଜରେ ପଢାହେଉଥିବା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରବନ୍ଧ ପୁଷ୍ପପୁରରେ ବର୍ଷାବରଣ ବିଷୟରେ ଜାଣିବାକୁ ମିଳିଲା। ସେ ଅବଶ୍ୟ ଏକ ଭିନ୍ନ ଆବେଗ। ବର୍ଷବରଣର ଶୁଭକାମନା!

ରେଡିଓରୁ ଗୀତିନାଟ୍ୟ ଶୁଣିବା ତ ଗୋଟାଏ ବଡ ଝୁଙ୍କ ଥିଲା। ତା ଭିତରେ ସତୀ ଅନସୂୟା ବହୁତ ଲୋକପ୍ରିୟ ହୋଇଥିଲା। ସେଥିରେ ହୀରା ଆଣିଛ ବନ୍ଧୁ, ନୀଳା ଆଣିଛ ବନ୍ଧୁ ବୋଲି ଗୀତଟିଏ ଅଛି। ତାକୁ ତ ଶୁଣିବାର ସୁଯୋଗ ଜୁଟେ ନାହିଁ। ତେଣୁ କେବେ କେବେ ସେହି ସ୍ବରରେ ଦିନେ ଦିନେ ଚତୁରୀ ଗୀତଟିକୁ ଶୁଣି ମନକୁ ବୁଝାଇବାକୁ ପଡେ।

ପୁଅକୁ ଦେଖିବା ପାଇଁ ତାଙ୍କ ମନ ଡହଳ ବିକଳ ହେଉଛି।

ଶ୍ରୀଅରବିନ୍ଦ କୃଷି ସମ୍ମିଳନୀ।

ଗାଆଁ ଏକଣରେ ଓ କୁଆଁରୀ ବସିଛି ଉଦାସୀ ସାଙ୍ଗରେ ଧୈର୍ଯ୍ୟ ଧରି ଶୁଣିବା ପାଇଁ ଆଉ ଏକ ଅମର ସ୍ବାକ୍ଷର, ଦରିଆ କୂଳର ଢେଉ।

youtu.be/zRyGbVrlF2M?si…

ମଜାଳିଆ ଗୀତ କେତୋଟି

ତୋ ଦେହର ଶାଢୀ ଝୁମ୍ପି

youtu.be/SKQCzy8EMig?si…

ଯିବିନି ତୁମ ସାଙ୍ଗେ

youtu.be/UG0XUQvoOjc?si…

ଇଟିଲି ମିଟିଲି

youtu.be/nbBpT6ewtCs?si…

ନଈରେ ବାଳିଆ

youtu.be/SWc6H_vmOfk?si…

କେଡେ ମିଠା କରି

ମାରନା ଆଖି ଛୁରୀରେ ଗୀତଟିର ଆରମ୍ଭରେ ଯେଉଁ ଗୀତିନାଟ୍ୟର ସ୍ବରଟି ଅଛି ତାହାହିଁ ଖାଣ୍ଟି ଓଡିଆ ବୋଲି ଲାଗେ। ତାଛଡା ଘୋଡାନାଚର ସ୍ବର। ମୋର କନିଆ ସୁନା ପାନିଆଁ ଗୀତରେ ମଧ୍ୟ ଧୁଡୁକି ନାଚର ସ୍ବର ରହିଛି। ଏତିକି ବ୍ୟତୀତ ଆଉ ସବୁ ବାହାରୁ ଆମଦାନୀ। ଏବେ ତ ଆହୁରି ଗୋଳିଆଘଣ୍ଟା ହେଲାଣି।

youtu.be/_vnl9-FVacg?si…

youtu.be/K-muMXJ6yvw?si…

୧୯୬୦ ମସିହାରେ ଶ୍ରୀଲୋକନାଥ ଠାରୁ ୧୯୮୮ ମସିହା ପର୍ଯ୍ୟନ୍ତ ଅନେକ ଓଡିଆ କଥାଚିତ୍ର ଦେଖିବାର ସୁଯୋଗ ପାଇଥିଲି କିନ୍ତୁ ଉପଭୋଗ କରିବାର ଭାବ ନଥିଲା। ଆଜି ଯାହାକୁ ସଂସ୍କୃତି ବା କଳାତ୍ମକତା ଲାଗି ପ୍ରଶଂସା କରାଯିବ ସେତେବେଳେ ଯୁବମାନସ ପାଇଁ ନୈରାଶ୍ୟଜନକ ଥିଲା। ଷ୍ଟାର ଭ୍ଯାଲ୍ଯୁ ମଧ୍ୟ ଏତେ ଡେଭେଲପ କରିନଥିଲା। ନରି ଓ ଜୟୀ ଆଦି ହିଟ ହଉଥିଲେ।

ମୁଁ ୟୁଟ୍ୟୁବରୁ ଗୀତ ଶୁଣେ କିନ୍ତୁ କୌଣସି ଗୋଟିଏ ଦୃଶ୍ୟବନ୍ଧର ଶିରୋନାମା ଆବଶ୍ୟକତା ମୁତାବକ ନୁହେଁ। ଏପରିକି ବଡ ବଡ କମ୍ପାନୀର ପ୍ରସ୍ତୁତିଗୁଡିକରେ ମଧ୍ୟ ହଜାରେ ଦୋଷାଦୋଷ। ଲେଖା ଠିକ ନହେଲେ ଖୋଜିଲେ ମିଳିବ କେମିତି? ମଙ୍ଗଳ ଗ୍ରହକୁ ଯିବା ପୂର୍ବରୁ ଯଦି ଏତିକି ଆମେ ଠିକ ଭାବରେ କରିପାରନ୍ତେ ତାହାହେଲେ ଓଡିଆ ଜାତି ପ୍ରତି ଉପକାର ହୁଅନ୍ତା!

ପିପାସା କଥାଚିତ୍ରର ମଧୁଝରା ଫୁଲବନେ ଗୀତଟିର ଦୃଶ୍ୟବନ୍ଧ ଦେଖିଲି ଯୋଉ ସ୍ବରରେ କନ୍ନଡରେ ନିନ୍ନା ଇନ୍ନୁ ବୋଲି ଗୀତଟିଏ ବି ଅଛି। ପ୍ରିୟତମା କଥାଚିତ୍ରର ଏଇ ପ୍ରୀତି ଫୁଲଝରା ପଥେ ମଧ୍ୟ ଏକ ପ୍ରସିଦ୍ଧ ସୃଷ୍ଟି। ଅବଶ୍ୟ ନୀଳମାଧବ ଛବିରେ ଓଲଟିକି ଝରାଫୁଲଟିଏ ମୁହିଁ। ଏସବୁ ପୂର୍ବରୁ ଥିଲା ରେଡିଓର ଏଇ ଫୁଲଝରା ରାତି।

ହିନ୍ଦୀର ଫୁଟି କିସମତ ଓ ବଙ୍ଗଳା ଭାଷାର ପୋଡା କପାଲକୁ ଜୋଡି ଆମ ଓଡିଆରେ ଫଟା କପାଳ କରାଯାଇଛି ବୋଧହୁଏ। ନହେଲେ ମୁଣ୍ଡଫଟା ଖରାର ଅର୍ଥ ତ ଅଲଗା। ଛାତିଫଟାରେ ବି କିଛିଟା ଆକ୍ଷରିକ ଅର୍ଥ ନିହିତ ରହିଛି।

ମୁଁ ତ ଗାଆଁରେ ପଢିଛି ଓ ବଢିଛି ତେଣୁ ମୋ ଦେଖିବାରେ ଆମର ନାଚଗୀତର ପ୍ରଥା କିଛି ନଥିଲା ପ୍ରାୟ। ପୁଅ ଝିଅ ଏକାଠି ନାଚିବା ତ ସ୍ବପ୍ନ। ସଙ୍କୀର୍ତ୍ତନରେ ବଙ୍ଗଳା ପ୍ରଭାବ ଥିଲା। ଦାସକାଠିଆରେ ଦକ୍ଷିଣୀ ଠାଣି ରହୁଥିଲା। କେଳା ଆସିଲେ ଧୁଡୁକି ନାଚ ହେଉଥିଲା। ମୂଲିଆମାନେ କେବେ କେବେ ଖଞ୍ଜଣି ମାଡ କରୁଥିଲେ। ବୋଧେ ଭୀମ ଭୋଇଙ୍କ ନିରାକାର ତତ୍ତ୍ବ।

ମୟୂରଭଞ୍ଜ କହିଲେ ଝୁମର ଗୀତ ଓ ଛଉ ନାଚ ମନକୁ ଆସେ। ଆଶ୍ଚର୍ଯ୍ୟର କଥା ଯେ ଝୁମର ଗାଇବା ଶୈଳୀ ଯେତିକି କୋମଳ ଓ ଲଳିତ, ଛଉ ନାଚରେ ସେତିକି ଅଧିକ ଉଦ୍ଦାମତା ତଥା ବୀରତ୍ବ ଭାବ। ଅବଶ୍ୟ ଗୁରୁ ଦେବପ୍ରସାଦ ଦାସ ଓଡିଶୀରେ ମଧ୍ୟ କିଛିଟା ବୀରରସ ଫୁଆଇବା ପାଇଁ ଉଦ୍ୟମ କରିଥିଲେ। କାଳୀ କପାଳୀ ନରମୁଣ୍ଡମାଳୀ ଏକ ଅଲଗା ରୂପ।

ପ୍ରଜାତନ୍ତ୍ରରେ ଯେଉଁ ସାପ୍ତାହିକ ରୂପ-ରସ-ଛନ୍ଦ ପୃଷ୍ଠାଟି ପ୍ରକାଶିତ ହେଉଥିଲା ସେଥିରେ ଏକ ସମୟରେ ଆକାଶବାଣୀ କଟକର ବିଭିନ୍ନ ଗାୟକ ଗାୟିକାଙ୍କ ଉପରେ ଏକ ଧାରାବାହିକ ସୁନ୍ଦର ଚିତ୍ରଣ ପଢିବାର ମନେଅଛି। ଭଜନ ବନ୍ୟା ଆସିବା ପୂର୍ବରୁ ରେଡିଓ ଗୀତ ଯେଉଁ ଉତ୍କର୍ଷ ସାଧନ କରିଥିଲା ତାର ଇତିହାସ ଲେଖା ହୋଇପାରିନାହିଁ।

youtu.be/HwYjrwCkQaE?si…

ପନ୍ଦର ବର୍ଷ ତଳେ, ପିଲାଙ୍କ ସାହାଯ୍ୟରେ ଏହି ଦୃଶ୍ୟବନ୍ଧଟି ତିଆରି କଲାବଳେ ନିର୍ମାଣ କୌଶଳ ନାଁ କି ବରାବର ଥିଲା। ଆଜିକାଲି କିନ୍ତୁ ସମସ୍ତେ ଓଳିଆରୁ ଗଜା। ହେଲେ ରାତାରାତି ପ୍ରସିଦ୍ଧ ହୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ଯେଉଁ ନିଶା ଘାରିଛି ସେଥିରେ ସଂସ୍କୃତି ଓ କଳାତ୍ମକତା ଆଦି ଦିଗଟି ସମ୍ପୂର୍ଣ୍ଣ ଗୌଣ।

ସନ୍ଧ୍ୟା ମୁଖାର୍ଜୀଙ୍କ କଣ୍ଠରେ ଓଡିଆ ସଙ୍ଗୀତର ଏକ ଅମୂଲ୍ୟ ରତ୍ନ। ଅଭିଯୋଗ ଭରା ଭଜନ ସାଙ୍ଗକୁ ବେଶ୍ୟାଳୟରେ ନୃତ୍ୟର ଦୃଶ୍ୟ ଏକ ଅଦ୍ଭୁତ ଅଭିବ୍ଯଞ୍ଜନା ସୃଷ୍ଟି କରେ। ଭୁବନେଶ୍ବର ମିଶ୍ରଙ୍କ ଏକ କାଳଜୟୀ କୃତି କିନ୍ତୁ ନାଚ ସହିତ ଘୁଙ୍ଗୁରର ଝଙ୍କାର ନଥିବାଟା ଗୋଟିଏ ବଡ ତ୍ରୁଟି। ଦୁଃଖୀରାମ ସ୍ୱାଇଁ ହେଲେ ଖଳନାୟକ।

ଦଶବର୍ଷ ତଳେ ହଳଦିଆରେ ପୂଜା ସମୟରେ ଆସି ରହିଥିଲି। ସନ୍ଧ୍ୟା ମୁଖାର୍ଜୀଙ୍କ ମଧୁମାଳତୀ ଡାକେ ଗୀତଟି ମୋ ଉପରେ ସମ୍ମୋହନ ସୃଷ୍ଟି କଲା। ତାପରେ ପୁରୁଣା ବଙ୍ଗଳା ଗୀତ ସହିତ ଏକ ନୂଆ ପ୍ରେମର ଅଧ୍ଯାୟ ଆରମ୍ଭ ହେଲା ଯାହା ଏବେବି ଜାରି ରହିଛି। ଓଡିଆରେ ଯେଉଁ ଭାବର ଅଭାବ ସବୁ ଥିଲା ତାହା ବଙ୍ଗଳାରେ ପୂରଣ ହେଲା। ମେଲୋଡି କିନ୍ତୁ ଆମ ଓଡିଆରେ ବେଶି।

ସାହିତ୍ୟ ଠାରୁ ତ ମୁଁ ଦୂରରେ; ତେବେ ଜଣେ "ଆଦର୍ଶଟିଏ ବଂଚାଯାଏ" ବୋଲି ଲେଖିଥିବାର ପଢଲି। ଗୁଗଲରେ ଖୋଜି ଦେଖିଲି ଅନ୍ୟ କତେକ ଲୋକ ମଧ୍ୟ ଏପରି ଲେଖିଛନ୍ତି। ତା ଭିତରେ ସଚ୍ଚି ରାଉତରାୟଙ୍କର, ଯାହା ବଞ୍ଚାଯାଏ, ତାହା ହିଁ ଜୀବନ। ତଥାପି ମୋତେ ଟିକେ ଅବାଗିଆ ଲାଗୁଛି। ଯେମିତି କଥା ହେବା କହିଲେ ଅନ୍ୟ ଭାଷାର ଅନୁବାଦ ବୋଲି ଲାଗେ। ଓଡିଆ ନୁହେଁ।

ଓଡିଶୀ ସଙ୍ଗୀତର ପ୍ରଭାବଶାଳୀ ଦୃଶ୍ୟବନ୍ଧ ସବୁ ଉତ୍ତୋଳିତ ହେଉଛି କିନ୍ତୁ ତା ଭିତରେ କେତେ ଅପମିଶ୍ରଣ ହୋଇଛି ତାହା ଜାଣିବା କଷ୍ଟ। ପାଠଶାଳାରୁ ଶିଖିଥିଲି ଯେ ଆନ୍ଦୋଳିତ ହେବା ହିଁ ଏକ ମୁଖ୍ୟ ଲକ୍ଷଣ। ହେଲେ ସବୁ ଜାଗାରେ ତ କାଇଁ ଠାବ କରି ହେଉନାହିଁ। ତାପରେ ଆଳାପର ମାତ୍ରାଧିକ କଳାପ ହେଉଛି ବୋଲି ଲାଗୁଛି। ଏହା କଣ ଲୋକପ୍ରିୟତା ପାଇଁ ବିଳାପ?

ଦୟାକରି ସଠିକ ବ୍ଯାକରଣ ସହକାରେ ଲେଖିଲେ ଭଲ ହେବ। ଶ୍ରୀଅରବିନ୍ଦଙ୍କ ସାବିତ୍ରୀ ଆମ ସମସ୍ତଙ୍କ ପାଇଁ ଇଂରାଜୀ ନିମନ୍ତେ ହିମାଳୟ ସଦୃଶ। ଛବି ବ୍ଯତୀତ, ପୁରୁଣା ଲେଖାର ଲିଙ୍କ ଦେଲେ ଅଧିକ ଉପାଦେୟ ହେବ।

https://x.com/i/status/2014982952195920121 

No comments:

Post a Comment

ବର୍ଷବରଣ

 ଏହି କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ  ବଙ୍ଗଳାରେ ପଢିଲି ବର୍ଷବରଣ। ଭାରି ସୁନ୍ଦର ଲାଗିଲା। ଏହି ଶବ୍ଦଟି ଆମ ଓଡିଆରେ ନାହିଁ ବୋଧେ। କେଜାଣି ଆ...