Monday, 21 December 2020

ସିଏ ବଞ୍ଚିଥିଲେ କେହିବି ନହୋଇବେ ବଞ୍ଚିତ

ଭଲ ଲୋକମାନେ ରାଜନୀତିକୁ ଆସିବା ଦରକାର୍ । ସଚ୍ଚୋଟ ଲୋକମାନଙ୍କୁ ସମର୍ଥନ କଲେ ଏକ ନିର୍ମଳ ସରକାର ଗଠନ କରିହେବ । ଅନ୍ୟ ମାନଙ୍କୁ ରାସ୍ତା ମଧ୍ୟ ଦେଖେଇହେବ । ମୁଁ ବର୍ତ୍ତମାନ ଓଡ଼ିଶାର ଏକମାତ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମୋତେ ସମର୍ଥନ ଦେଇ ଓଡ଼ିଶାରେ ଗଣତନ୍ତ୍ର ପୁନଃ ପ୍ରତିଷ୍ଠା କରିବାରେ ସହାୟକ ହୁଅନ୍ତୁ । ~ତୁଷାରନାଥ ମୁମପ୍ରାର୍ଥୀ

ଓଡ଼ିଶାରେ ରହୁଥିବା ଲୋକଙ୍କର ବାହାର ଦୁନିଆ ପ୍ରତି ଆକର୍ଷଣ ରହିବା ସ୍ୱାଭାବିକ କିନ୍ତୁ ତାହା ହୀନମନ୍ୟତାର ନିଦର୍ଶନ ହେବା ଅନୁଚିତ୍ । ବିଗତ ବତିଶି ବର୍ଷ ଧରି ବାହାରେ ରହିବା ଅଭିଜ୍ଞତା ବଳରେ ମୁଁ ଏହା କହି ପାରିବି । ତେଣୁ ସ୍ଥାନୀୟ ଯୋଗ୍ୟତା ଓ ସୁଯୋଗର ଉପଯୁକ୍ତ ଉପଯୋଗ ଦ୍ଵାରା ଓଡ଼ିଶାର ଶିଳ୍ପ ବାତାବରଣରେ ଅନେକ ପରିବର୍ତ୍ତନ ଆସିପାରେ ।

ଦୁଇ ବିଲେଇ ଯେତେବେଳେ କଳି କରୁଥିଲେ ସେମାନେ ଦେଖି ପାରୁଥିଲେ ଯେ ମାଙ୍କଡ ଅଳ୍ପ ଅଳ୍ପ କରି ପିଠାଟି ଖାଇ ଯାଉଛି କିନ୍ତୁ ଉଭୟେ ମନେ ମନେ ଖୁସି ହେଉଥିଲେ ଯେ ଅଣଓଡ଼ିଆ ଖାଉ ପଛକେ ଓଡ଼ିଆର ପାଟିରେ ନ ବାଜୁ | ମାଙ୍କଡ ଏଣେ ଭାବୁଥାଏ ଯେ ଇଏ କି ଭଳିଆ ବୋକା ଅନ୍ୟ ଲୋକ ଖାଇଗଲେ ଖୁସି କିନ୍ତୁ ନିଜ ଲୋକ ଖାଇଲେ ମନସ୍ତାପ ? ଓଡ଼ିଆଙ୍କ କଳି ଭାଙ୍ଗୁ ।
ପ୍ରତିଦିନ ନିଜକୁ ଓ ଅନ୍ୟମାନଙ୍କୁ ମନେ ପକେଇ ଦେବା ପାଇଁ ହେବ ।
୧) ଓଡ଼ିଶାରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା
୨) ଓଡ଼ିଆ ହାତରେ ରହିବ ଓଡ଼ିଶାର ଶାସନ ଡୋରି
୩) ଅଣ ଓଡ଼ିଆ ନେତାଙ୍କ ଅଧୀନସ୍ଥ ହେବା ନାହିଁ
୪) ଧର୍ମ ନାଁ ରେ ଘୃଣା ସୃଷ୍ଟି କରିବା ନାହିଁ
୫) ଶ୍ରୀଅରବିନ୍ଦଙ୍କ ଦର୍ଶନ ମାଧ୍ୟମରେ ଜୀବନ, ଶିକ୍ଷା, ଓ ସମାଜରେ ପରିବର୍ତ୍ତନ ଆଣିବା ।

ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ସଂସ୍ଥାପନ ପାଇଁ ସଙ୍ଘର୍ଷର ଆବଶ୍ୟକତା ସୁସ୍ପଷ୍ଟ । କିନ୍ତୁ ଭାରତୀୟ ରାଜନୀତିରେ ସେପରି ବିଜ୍ଞ ସଙ୍କେତର ଅଭାବ । ତଥାପି ଆମର ଅଣଓଡ଼ିଆଙ୍କ ବିରୁଦ୍ଧରେ ବିଷୋଦ୍ଗାର କିଛିଟା ଇଙ୍ଗିତ କରେ । ହିନ୍ଦୁତ୍ଵର ଢାଞ୍ଚା ଯେ ଭାରତ ପାଇଁ ଅନୁପୋଯୋଗୀ ଏଥିରେ ସନ୍ଦେହ ନାହିଁ । ତେଣୁ ଶ୍ରୀଅରବିନ୍ଦ ହିଁ ଏକମାତ୍ର ବିକଳ୍ପ । https://t.co/zANppuB7LC
ପାଞ୍ଚବର୍ଷରେ ଦି ଥର ଭୋଟ ଦେବାର ଦାୟିତ୍ୱ ଆସିବ; ତେଣୁ ମେଣ୍ଢା ଭଳି ନ ହୋଇ ସବୁ ବୁଝି ସୁଝି ସମର୍ଥନ ଦେବା ଦରକାର । ଶ୍ରୀଅରବିନ୍ଦଙ୍କ ଆଦର୍ଶକୁ ପାଥେୟ କରି ଏକ ନୂଆ ରାଜନୈତିକ ଶକ୍ତି ଗଢି ତୋଳିବାରେ ମୁଁ ଆପଣ ମାନଙ୍କର ସମର୍ଥନ ମାଗୁଛି । କେବଳ ଓଡ଼ିଶା ପାଇଁ ନୁହେଁ, ଭାରତ ତଥା ସମଗ୍ର ବିଶ୍ଵକୁ ଏହା ନୂଆ ରାସ୍ତା ଦେଖେଇବ ।
~ତୁଷାରନାଥ
ଅନ୍ୟ କୌଣସି ବିକଳ୍ପ ଅଭାବରୁ ବହୁ ଓଡ଼ିଆ ବର୍ତ୍ତମାନ ଅଣଓଡ଼ିଆଙ୍କ ଜାଲରେ ଛନ୍ଦି ହୋଇ ଯାଇଛନ୍ତି ଏବଂ ଏକ ବୃହତ୍ତର ପରିବେଶର ଶଠ ଆବେଦନର ବନ୍ଦୀ ହୋଇ ଯାଇଛନ୍ତି । ସେମାନଙ୍କୁ ମୋର ଦୃଢ ଅନୁରୋଧ ଫେରି ଆସିବା ପାଇଁ ଏବଂ ଓଡ଼ିଆ ସ୍ୱାଭିମାନ ସହ ଶ୍ରୀଅରବିନ୍ଦଙ୍କ ଆଦର୍ଶ ପଥରେ କାର୍ଯ୍ୟ କରିବା ପାଇଁ । ଏହା ହିଁ ଯଥାର୍ଥ ଜାତୀୟତା ଓ ନୈତିକତା | https://t.co/wQjFnfcKO6
ଧନ୍ୟବାଦ୍ । ପ୍ରମୋଦ ବାବୁଙ୍କ ପରେ ଆପଣ ଦ୍ଵିତୀୟ ସମର୍ଥକ । ଏହା ଏକ ଐତିହାସିକ ମୁହୂର୍ତ୍ତ ।

କ୍ଷମତାର ଖେଳ ଓ ଗୋଷ୍ଠୀ କନ୍ଦଳ ସମାଜରୁ ନିର୍ବାସିତ କରି ହେବ ନାହିଁ ବରଂ ନିର୍ବାଚନ ବିଭିର୍ଣ୍ଣ ବିଭାଜନ ସୃଷ୍ଟି କରିବ । ତେଣୁ କେବଳ ଓଡ଼ିଆ ଭାଷା ଭିତ୍ତିକ ଏକ ସାମୂହିକ ଚେତନା ଗଢି ଉଠିବା କଷ୍ଟକର କଥା । ଇତିହାସ କିମ୍ବା ପୁରାତତ୍ତ୍ଵକୁ ସମ୍ୱଳ କରି ବହୁତ ବେଶୀ ଦୂର ଆଗେଇବା ବି ବିପଦଶଙ୍କୁଳ । ଶ୍ରୀଅରବିନ୍ଦଙ୍କ ଆଦର୍ଶ ଏଠାରେ ଉପଯୋଗୀ । https://t.co/Msf7ZwXYBf
ବାହାର ରାଜ୍ୟ ବା ରାଷ୍ଟ୍ର ସମ୍ବନ୍ଧରେ ବେଶୀ ମୁଣ୍ଡ ନ ଖେଳାଇ ଓଡ଼ିଆମାନେ ଯଦି ନିଜ ରାଜ୍ୟ ଓ ନିଜ ଭାଷା ସକାଶେ ଶ୍ରମ ଓ ସମୟ ବିନିଯୋଗ କରନ୍ତେ ତେବେ ବହୁ ସୁଫଳ ମିଳନ୍ତା । ଅଣଓଡ଼ିଆ ନେତାଙ୍କ ଗୋଡ଼ ଧୋଇବା ପାଇଁ ଢାଳ ଧରି ଛିଡା ହେବା ପରିବର୍ତ୍ତେ ଯଦି ସମସ୍ତେ ନିଜ ଭାଷାର ରକ୍ଷା ପାଇଁ ଢାଲ ତଲୱାର ଧାରଣ କରନ୍ତେ ତାହେଲେ ବିଜୟ ହୁଅନ୍ତା ।

ଶହେ ବର୍ଷ ତଳେ ଓଡ଼ିଆ ମାନେ ନିଜର ଏକ ଅଲଗା ପ୍ରଦେଶ ଦେଖିବା ପାଇଁ ସଙ୍ଗ୍ରାମରତ ଥିଲେ । ଆଜି ପୁଣି ଲଢେଇ କରିବାକୁ ହେବ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ । ଓଡ଼ିଆ ହାତକୁ କ୍ଷମତା ଆସିବ । ସେ ଆଉ ଅଣଓଡ଼ିଆଙ୍କ ପଦସେବା କରିବ ନାହିଁ । ଅଣଓଡ଼ିଆ ମାନେ ହିଁ ସ୍ଵର୍ଗରୁ ଗଳିଛନ୍ତି ବୋଲି ଦାବୀ କରିବ ନାହିଁ । ଏବଂ ମଧୁବାବୁଙ୍କ ସ୍ଵପ୍ନ ସାକାର ହେବ । https://t.co/nF0PN19u43

ଗଣତନ୍ତ୍ର ଆଜି ଶ୍ରୀହୀନ ଜନେ ଏକଥା ଚିହ୍ନ
ହାତୀ କରେ ପଦ ଦଳିତ ତାକୁ କର ବାରଣ
ସଭିଙ୍କର ଶକ୍ତିର ସ୍ରୋତ ଅଟଇ ଗଣତନ୍ତ୍ର
ସିଏ ବଞ୍ଚିଥିଲେ କେହିବି ନ ହୋଇବେ ବଞ୍ଚିତ
ଏକ ହୁଅ ସର୍ବେ ଓଡ଼ିଆ ଗଣତନ୍ତ୍ରର ରକ୍ଷା
କରିବା ପ୍ରଥମ କର୍ତ୍ତବ୍ୟ କରେ ଏତିକି ଭିକ୍ଷା

~ତୁଷାରନାଥ ମୁମପ୍ରାର୍ଥୀ
ଗଣତନ୍ତ୍ର ରକ୍ଷା ଛାନ୍ଦ (କଳା କଳେବର କ‌ହ୍ନାଇ ବୃତ୍ତେ) https://t.co/y6x7KXoIpf

ଭାରତରେ ଆଗରୁ ଗଣତନ୍ତ୍ର ନଥିଲା । ୧୯୪୭ରେ ଆସିବା ପରେ ମଧ୍ୟ ଗଣତନ୍ତ୍ରକୁ କେହି ଠିକ୍ କରି ବୁଝି ପାରି ନାହାନ୍ତି । ରାଜନୈତିକ ଦଳ ମାନଙ୍କରେ ରାଜତନ୍ତ୍ର ଚାଲିଛି । ସମସ୍ତେ ମୁଣ୍ଡ ପାତି ସହି ନେଉଛନ୍ତି । ତେଣୁ ସବୁ ସ୍ତରରେ ଗଣତନ୍ତ୍ର ସ୍ଥାପନ କରିବା ହେଉଚି ସ୍ଵାଧୀନତା ଲାଭ କରିବା ସଦୃଶ । ଏଥିପାଇଁ ଲଢ଼ିବାକୁ ହେବ । ଏହା ମୋର ଲକ୍ଷ୍ୟ । https://t.co/rb0iA8BJQw
ହଁ ନିଶ୍ଚୟ କିନ୍ତୁ ସୋଷାଲ ମିଡ଼ିଆ ଜରିଆରେ ଯେତେ ସଚେତନତା ସୃଷ୍ଟି କରି ହେବ ସେଥିପାଇଁ ଚେଷ୍ଟା କରିବା କଥା । ତାପରେ ଜଣେ ଆଉ ଜଣକୁ କହିବା ଦ୍ଵାରା ହିଁ ଧୀରେ ଧୀରେ ପରିବର୍ତ୍ତନ ହେବ । ତେଣୁ ସମୟ ସାପେକ୍ଷ ।

କୌଣସି ଅଣଓଡ଼ିଆ ନେତା ବା ଦଳର ଦାସତ୍ୱ ନକରି ରାଜନୈତିକ ସମର୍ଥନ ମାଗିବାରେ ମୁଁ ପ୍ରଥମ । ମୁଁ ବର୍ତ୍ତମାନ ଓଡ଼ିଶାର ଏକମାତ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମୋତେ ସମର୍ଥନ ଦେଇ ଓଡ଼ିଶାରେ ଗଣତନ୍ତ୍ର ପୁନଃ ପ୍ରତିଷ୍ଠା କରିବାରେ ସହାୟକ ହୁଅନ୍ତୁ । ଭାଷାର ସ୍ଥିତି ବର୍ତ୍ତମାନ ଯେଉଁ ଅବସ୍ଥାରେ ପହଞ୍ଚିଛି ସେଥିରେ ସର୍ଜେରୀ ଅବଶ୍ୟମ୍ଭାବୀ ।

ସେ ସବୁ ଠିକ୍ ଅଛି କିନ୍ତୁ କୋଡ଼ିଏ ବର୍ଷ ପରେ ଆଉ ଅଧିକାର ନାହିଁ । ଗଣତନ୍ତ୍ର ଫେରି ଆସୁ ।

ବିଭିର୍ଣ୍ଣ ବିଷୟରେ ସଭା, ସମିତି ବା ସେମିନାର ସବୁ ହୁଏ କିନ୍ତୁ କେବଳ ଗଣତନ୍ତ୍ର ଉପରେ କ୍ଵଚିତ । ସମାଜ ଓ ସାମୂହିକ ଗତିବିଧିକୁ ସଜାଡି ଏକ ଯଥାର୍ଥ ଗଣତନ୍ତ୍ରର ଢାଞ୍ଚାରେ ଢାଳିବାହିଁ ହେଲା ଆଧୁନିକତାର ଆହ୍ୱାନ । ଏନେଇ ହଜାର ହଜାର ପୁସ୍ତକ ରହିଛି କିନ୍ତୁ କାର୍ଯ୍ୟରେ ପରିଣତ କରିବାର ଭାର ଆମ ସମସ୍ତଙ୍କ ଉପରେ ।
https://t.co/YPHZ5zXPfq

ଆଦିମ ଅବସ୍ଥାରୁ ବଣତନ୍ତ୍ର ଓ ରଣତନ୍ତ୍ର ଆଦିରୁ ମୁକ୍ତି ପାଇ ଗଣମେଣ୍ଢାତନ୍ତ୍ରରେ ପହଞ୍ଚିବା କିଛି ଛୋଟିଆ କଥା ନୁହେଁ । ଜଡ ଭାବରେ ହେଲେ ମଧ୍ୟ ଏକ ସରଳ ବିଶ୍ଵାସର ନିଦର୍ଶନ ତ ରହିଛି । ତଥାପି ଲକ୍ଷ୍ୟ ଆଗକୁ ବହୁ ଦୂର; ଗଣତନ୍ତ୍ରର ପ୍ରକୃତ ପୂର୍ଣ୍ଣତ୍ୱ ହେବ ଯାଇ ବରୁଣତନ୍ତ୍ର ରେ ।
https://t.co/AFwkYTKkiC
https://t.co/eLrKKzgr60
ନିର୍ବାଚିତ ହେବାର ପ୍ରଥା ଆଉ ନାହିଁ; ସମସ୍ତେ ମନୋନୀତ । ତା ମାନେ ଦାସତ୍ୱ । ୟା ନାଁ ହେଲା ଗଣମେଣ୍ଢାତନ୍ତ୍ର ।

ଦଳ ପକ୍ଷରୁ ଟିକେଟ୍ ଟିଏ ମିଳିଗଲା ଏବଂ ସେ ଗୋଟିଏ ପକ୍ଷ ପରେ ନିର୍ବାଚନରେ ଜିତିଗଲେ । ୟାଙ୍କୁ କ'ଣ ଲୋକ ପ୍ରତିନିଧି ବୋଲି କୁହାଯାଇ ପାରିବ ? ଗଣତନ୍ତ୍ରର ଆଭିମୁଖ୍ୟର ପରିପନ୍ଥୀ ୟେ । ଯଦି ଲୋକଙ୍କ ଠାରୁ ଦୂରରେ ରହି ଦଳର ମୁଖିଆ ମାନଙ୍କୁ ଖୁସି କରିବାରେ ଜଣେ ବ୍ୟସ୍ତ ରହିଲା ତା କି ଗଣତନ୍ତ୍ର ? ଏହିପରି ଅନେକ ବିସଙ୍ଗତି ଦୂର ହେବା ଦରକାର ।

ଦୀର୍ଘଦିନ ଧରି ପରମୁଖାପେକ୍ଷୀ ହେବା ଫଳରେ ନାନା ପ୍ରକାରର ଦୁର୍ବଳତା ବୃଦ୍ଧି ପାଇଥାଏ । ଓଡ଼ିଶାରେ ଗଣତନ୍ତ୍ର କୋମାରେ ଥିବାରୁ ଲୋକମାନଙ୍କ ମଧ୍ୟରେ ସ୍ଵାଧୀନ ଚେତା ହେବାର ସାହାସ କମିଛି । ସ୍ପଷ୍ଟ ମତ ବ୍ୟକ୍ତ କରିବାର ଦୃଷ୍ଟାନ୍ତ କମ୍ । ରାଜ୍ୟର ମୁଖ୍ୟ ସମସ୍ୟା ବିଷୟରେ ଆଲୋଚନା ନକରି ଜାତୀୟ ବିଷୟ ଉପରେ ଦୃଷ୍ଟି ବେଶୀ । ଏହା ଛଳନାତ୍ମକ ।

୨୩ ବର୍ଷ ଚାକିରି ପରେ ୪୪ ବର୍ଷ ବୟସରେ ବ୍ୟାଙ୍କ ଅଫିସର ପଦରୁ ଭିଆରଏସ୍ ନେଇଥିଲି ମୁଁ ଆଜି ତାରିଖରେ ୨୦ ବର୍ଷ ତଳେ । ଅନେକ ପ୍ରକାରର ଶିକ୍ଷା ଓ ଅଭିଜ୍ଞତା ମୁଁ ଲାଭ କରିଛି ଯାହା ଚାକିରିରେ କେବେ ସମ୍ଭବ ହୋଇ ନ ଥାନ୍ତା । ଜୀବନ ଗୋଟିଏ । ଖାଲି ବୃତ୍ତି ବା ଅର୍ଥ ନିମନ୍ତେ ନୁହେଁ । ଅନ୍ୟାନ୍ୟ ଦିଗସବୁ ଆବିଷ୍କାର କରିବାର ଆବଶ୍ୟକତା ଅନେକ ।
ଅବଶ୍ୟ ଇଣ୍ଟରନେଟ ଆସିଲା ବୋଲି ଏକ ନୂଆ ଇନିଙ୍ଗସ ଆରମ୍ଭ ହେଲା । ସମ୍ବାଦ ସାହିତ୍ୟ ସଙ୍ଗୀତ ସିନେମା ସବୁ ଗୋଟିଏ ଜାଗାରେ । କେହି କେବେ ସ୍ଵପରେ ସୁଦ୍ଧା ଭାବି ନ ଥିଲା । କିନ୍ତୁ ଆଜିର ପରିଦୃଶ୍ୟ କଣ ? ଠିକ୍ ଜିନିଷ କଣ ମଣିଷ ଚିହ୍ନି ପାରୁଛି ? ଭେଲରୁ ଭଲକୁ ଛାଣି ପାରୁଛି ? ନାଁ, ତେଣୁ ବତେଇବା ଦରକାର । ଅମଙ୍ଗିଆ ପଣକୁ ଭାଙ୍ଗିବା ଦରକାର ।
ବ୍ୟକ୍ତିଗତ କଥା ତଥାପି ତାର କିଛି ବିଶେଷତ୍ଵ ଥାଇପାରେ । ବୃତ୍ତିଗତ ଶିକ୍ଷା ବା ସଫଳତା ହେଉଚି ଗୋଟିଏ ଦିଗ, ଜୀବନ ଆଉ ଗୋଟିଏ । ଜୀବନ ଦୃଷ୍ଟିରୁ ଆମେ ସମସ୍ତେ ସମାନ । ଗୋଟିଏ ନାବ, ଗୋଟିଏ ରୋଗ । ସୀମିତତାରୁ ମୁକ୍ତି, ଅନନ୍ତ ପାଇଁ ଆସକ୍ତି । ଶ୍ରୀଅରବିନ୍ଦ କହିଲେ ଯେ ସମସ୍ୟାଟା ଆମର ନୁହେଁ; ବିବର୍ତ୍ତନର । ଆମେ ଚାହିଁବା; ବାକି କାମ ତାର । https://t.co/rGtlbpR6dO
ଧର୍ମ, ଜାତି, ଓ ରାଜନୀତିକୁ ନେଇ ବିବାଦ ମୂଲ୍ୟହୀନ । ମଣିଷ ହିସାବରେ ଆମେ ସମସ୍ତେ ସମାନ ଓ ଆମର ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ ଦିଗରେ ଏକ ହୋଇ କାର୍ଯ୍ୟ କରିବା ନିହାତି ପ୍ରୟୋଜନ । ନିଜର ଅଳ୍ପ ବୁଦ୍ଧି ନ ଲଗାଇ ଶ୍ରୀଅରବିନ୍ଦଙ୍କ ପରି ମହାନ କବି ଓ ଦାର୍ଶନିକଙ୍କ ପରାମର୍ଶ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ। ଏହା ଏକ ସାମୂହିକ ଦାୟିତ୍ୱ ।
୧୯୯୭ରେ ଦେରିଦାଙ୍କୁ ଦିଲ୍ଲୀରେ ଶୁଣିବାର ସୁଯୋଗ ମିଳିଥିଲା ଓ ଧୀରେ ଧୀରେ ପାଶ୍ଚାତ୍ୟ ଦର୍ଶନର ବିଭିନ୍ନ ଧାରା ବିଷୟରେ ଆଗ୍ରହ ମଧ୍ୟ ସୃଷ୍ଟି ହେଲା । ତା ଦ୍ଵାରା ଶ୍ରୀ ଅରବିନ୍ଦଙ୍କ ଭବିଷ୍ୟତ ଦର୍ଶନକୁ ବୁଝିବା ସହଜ ତଥା ଗଭୀର ହେଲା । ତେଣୁ ଟ୍ଵିଟରରେ ମୋ ସମକକ୍ଷ କେହି ନାହାନ୍ତି । ସେଇଟା ହିଁ ଜୀବନରେ ମୋର ସବୁଠୁଁ ବଡ଼ ଉପଲବ୍ଧି । ତୁଷାର
ଧର୍ମ ଓ ରାଜନୀତି ଆଦିର ପ୍ରଭାବରେ ନିରପେକ୍ଷ ମତାମତ ବର୍ତ୍ତମାନ ବିରଳ । ତା ବ୍ୟତୀତ ପ୍ରତ୍ୟେକ ବ୍ୟକ୍ତି ବା ସଂସ୍ଥା ନିଜର ଲାଭ ତଉଲିବାରେ ବ୍ୟସ୍ତ । ଫଳତଃ, ଯୁବବର୍ଗ ସଠିକ୍ ଦିଗଦର୍ଶନ ପାଇ ପାରୁ ନାହାନ୍ତି । ଶ୍ରୀଅରବିନ୍ଦଙ୍କ ଆଦର୍ଶ ଭିତ୍ତିରେ ସମସାମୟିକ ଘଟଣାବଳୀକୁ ମୁଁ ୨୦୦୫ ମସିହାରୁ ବିଶ୍ଳେଷଣ କରୁଛି ।
https://t.co/GbcDPCi98m

Founding of Savitri Era Learning Forum (2005), Savitri Era Religion (2006), and Savitri Era Party (2007) has liberated The Mother & Sri Aurobindo from earlier narrow representations and ownership. Twitter facilitating such dissemination is certainly in the evolutionary direction.
https://twitter.com/NathTusar/status/1117318773915168768?s=19

ରାଜନୀତି ବିଜ୍ଞାନର କେତେକ ବହି ମୁଁ ପଢ଼ିଛି କିନ୍ତୁ ସେ ସବୁ ଅପୂର୍ଣ୍ଣ । ଓଡ଼ିଶାର ଇତିହାସ କିମ୍ବା ଆନ୍ଦୋଳନ ସବୁ ସେଥିରେ ସ୍ଥାନ ପାଇନାହିଁ । ତାହେଲେ ଯଥାର୍ଥ ବିଶ୍ଳେଷଣ ସମ୍ଭବ ହେଲା କିପରି ? ଓଡ଼ିଶାକୁ ତାର ଉପଯୁକ୍ତ ସ୍ଥାନ ଦେବାକୁ ହେବ । ପ୍ରତି ଓଡ଼ିଆ ପଣ କଲେ ହେବ । କିଛି ଗୋଟାଏ ବିଚିତ୍ର କଥା ନୁହେଁ । ~ତୁଷାରନାଥ ମୁମପ୍ରାର୍ଥୀ

ବହୁତ ଧନ୍ୟବାଦ । ଆପଣ ପ୍ରଥମ ସମର୍ଥକ । ମନୋବଳ ବଢିଲା ।

ଜ୍ଞାନର ସଂଜ୍ଞା ଜ୍ଞାନ ନୁହେଁ ଅଜ୍ଞାନର ଆବିଷ୍କାର । ଉତ୍ତରୋତ୍ତର ଭାବରେ ଜ୍ଞାତ ହେବା ଯେ ନିଜର ଜ୍ଞାନ କେତେ ସୀମିତ ଯାହା ଦିନକୁ ଦିନ ଆହୁରି ଶିକୁଡ଼ି ଯାଉଛି । ସେଇଥିପାଇଁ ସଳଖି ହୋଇ ବସିବା ଗୋଟେ ବଡ ଶିକ୍ଷା । ଖାଲି ଶରୀର ପାଇଁ ନୁହେଁ । ଅଣ୍ଟା ସଳଖିଲେ ସବୁ ଠିକ୍ ଭାବରେ ଦେଖି ହେବ ନିଜର ଭୁଲକୁ କାଟି ଫିଙ୍ଗିବାର ସାହାସ ବି କରିହେବ ।
ଅଣ୍ଟା ସଳଖି ଛିଡା ହେବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିଲା । ଧୀରେ ଧୀରେ ବିକାଶ । ପ୍ରଥମେ କ୍ଷୁଦ୍ର ବା ଶୁଦ୍ର । ତା ପରେ ବିଷୟ ସମ୍ପତ୍ତି, କ୍ଷେତ୍ର, ଓ ଶେଷରେ ବ୍ରହ୍ମାଣ୍ଡ । ସମସ୍ତଙ୍କ ପାଇଁ ଛାଡ଼ କିନ୍ତୁ ପଛରୁ ଅଜ୍ଞାନ କହେ ଏଇଠି ବଢ଼ିଆ ପା ଆଉ ଆଗକୁ କାହିଁକି ଯିବା ସେଇଠି ଛାଡ଼ଖାଇ । ପୁଣି ଆର ଜନ୍ମ ପାଇଁ ଅପେକ୍ଷା ବାକି ବାଟ ପାଇଁ ।
ଶ୍ରୀଅରବିନ୍ଦଙ୍କ ବିପ୍ଳବୀ ମନ କିନ୍ତୁ ମାନିଲା ନାହିଁ । ଆର ଜନ୍ମ କାହିଁକି? ଏଇ ଜନ୍ମରେ କାହିଁକି ନୁହେଁ ? ବାଟ ଖୋଜି ପାଇଲେ । କହିଲେ, ଚାହିଁଲେ ପାଇବ । ସମସ୍ତେ ଚାହିଁବେ । ଟିକେ ଘାଢ଼ ଭାବରେ ଚାହିଁବେ । ତାହେଲେ ବିଶ୍ଵ ଚେତନା ବିଗଳିତ ହେବ । ଅତିମାନସ ଧାରା ଭୂପୃଷ୍ଠକୁ ଓହ୍ଲେଇ ଆସିବ । ସଚ୍ଚିଦାନନ୍ଦ ତଥା ଅମୃତର ଘର ହେବ ଏଇ ଧରା ।

ଦଳର ନେତା ଓ ସଭାପତି ଯଦି ଦୁଇ ଜଣ ହେବେ ତାହେଲେ ଗଣତନ୍ତ୍ର ସାମାନ୍ୟ କେଉଁଠି ନିଶ୍ଵାସ ନେଉଛି ବୋଲି ଦେଖାଯିବ । କିନ୍ତୁ ଦୁଇଟି ଯାକ ପଦବୀରେ ଯଦି ଜଣେ ନିରଙ୍କୁଶ ଶାସନ କଲା ତେବେ ଗଣତନ୍ତ୍ରର ଗଳାଚିପି ହତ୍ୟା କରାଯାଇଛି ବୋଲି ସ୍ପଷ୍ଟ ବୁଝାଯିବ । ତାପରେ ଦଳ ଗୋଟିଏ ଖେଳ ମାତ୍ର ଏବଂ ସଦସ୍ୟ ମାନେ ଚାକର । କୋଡ଼ିଏ ବର୍ଷ ହୋଇଗଲା ଆଉ ନୁହେଁ ।
ଓଡ଼ିଆ ମାନଙ୍କର ସରଳତାର ସୁଯୋଗ ନେଇ ଏହିପରି ଏକ ଛଦ୍ମ ହଜୁରତନ୍ତ୍ର ନିଜର ବିରାଟ କାୟା ମେଲେଇଛି ଯାହାର ମୂଳରୁ ପାହାଚ ପାହାଚ | ଇଂରେଜ ମାନେ ଆମକୁ ସ୍ୱତନ୍ତ୍ର ପ୍ରଦେଶ, ସ୍ଵାଧୀନତା ଓ ଗଣତନ୍ତ୍ର ଉପହାର ଦେଇ ଯାଇଛନ୍ତି । ତାକୁ ରକ୍ଷା କରିବାର ଦାୟିତ୍ୱ ପ୍ରତ୍ୟେକ ଓଡ଼ିଆ ଲୋକର । କୋଡ଼ିଏ ବର୍ଷ ପରେ ନିଦ ଭାଙ୍ଗୁ ଓ ସ୍ବାଭିମାନ ଜାଗ୍ରତ ହେଉ
ଆମ ପିଲାଦିନେ ଯୁଆଡେ ଚାହିଁଲେ ଦାରିଦ୍ର୍ୟ ଆଖିରେ ପଡୁଥିଲା । ଏ ମଧ୍ୟରେ ଅପେକ୍ଷାକୃତ ସ୍ୱଛଳତା ଆସିଛି କିନ୍ତୁ ନୂଆପଇସାର ନିଶାରେ ଲୋକେ ଏତେ ମସଗୁଲ୍ ଯେ ଗଣତନ୍ତ୍ର କଣ ସେଥିରେ କାହାର କିଛି ଯାଏ ଆସେ ନାହିଁ । ସାଧାରଣ ଲୋକଙ୍କୁ ଦୋଷ ଦେଇ ହେବ ନାହିଁ । ଯେଉଁମାନେ ବୁଝି ବି ଚୁପ୍ ରହୁଛନ୍ତି ସେମାନଙ୍କ ବିବେକକୁ ଆହ୍ବାନ କରିବା ମୋର ଲକ୍ଷ୍ୟ

ମୁଆଁ ସମସ୍ତେ ଖାଆନ୍ତୁ । ଅଭିନନ୍ଦନ । ସାଙ୍ଗେରେ ଏ କଥା ଟିକେ ମନେ ରହିବା ଦରକାର୍ ଯେ ଓଡ଼ିଶାର ମୁଆଁ କିଏ ଚୋରେଇ ନେଇଛି । ଦୁଇ ଆଗରେ ମୁଆଁ କଣ ବହୁତ ବର୍ଷ ନୁହେଁ ? ଟିକିଏ ଗଭୀର ଭାବରେ ଭାବିବାର କଥା । ନେଡି ଗୁଡ କହୁଣିକି ବୋହି ଗଲାଣି । ସଜାଗ ନ ହେଲେ ଆଣ୍ଠୁ ଯାଏ ବହିଯିବ | ତିନି ଆଗରେ ମୁଆଁ ଫଳିବାର ବି ଦେଖିବାକୁ ମିଳିବ । ~ତୁଷାର
ଅଣଓଡ଼ିଆଙ୍କୁ କ୍ଷମତାରୁ ତଡିବାକୁ ହେବ । ଯେଉଁମାନେ ଜାମା ଯୋଡ଼ ହୋଇ ଆସି ନେତା ଗିରି ଦେଖୋଉଛନ୍ତି, ଫୁଲ ମାଳ ପକେଇ ଫଟ ଛପୋଉଛନ୍ତି, ଆଉ ସେପଟେ ଯାଇ ଅଣଓଡ଼ିଆଙ୍କ ଗୋଲାମଗିରି କରୁଛନ୍ତି ତାଙ୍କୁ ଚେତେଇ ଦେବାକୁ ହେବ । ନିଜ ଗୋଡ଼ରେ ଛିଡା ହେବାକୁ ଯଦି ହାଡ଼ ନାହିଁ ତାହେଲେ ବାଟ ଛାଡ । ଆସିଲେଣି ତୁଷାରନାଥ ମହାପାତ୍ର । https://t.co/ShEhcnXpSp

ଆପଣ ଏକା କାହିଁକି, ସମସ୍ତେ ପିଲାଦିନର ସ୍ମୃତି ଗୁଡ଼ିକୁ ରୋମନ୍ଥନ କରନ୍ତି । ଆଉ ସେତେବେଳେ ଟିଭି ନଥିବା ଯୋଗୁ ମଣିଷ ମଣିଷ ଭିତରେ ସମ୍ପର୍କ ଥିଲା ଘନିଷ୍ଠ । ଟେଲିଫୋନ କମ୍ ଥିଲା ବୋଲି ଘରକୁ ଯାଇ ସାକ୍ଷାତ କରିବାର ଏକ ବଡ଼ ପରମ୍ପରା ଥିଲା । ସେଥିପାଇଁ ସ୍ମୃତିର ସାନ୍ଦ୍ରତା ଆଉ ଟିକିଏ ବେଶୀ । ଯାହାହେଉ ଭଲ ଲାଗିଲା ଏ ଭାବରେ ଚିହ୍ନା ହୋଇ ।
https://twitter.com/NathTusar/status/1338722187792928769?s=19
ଧନ୍ୟବାଦ୍ । ବାପାଙ୍କର ୧୯୮୧ ମସିହାରେ ପରଲୋକ ହୋଇଥିଲା । ସେ ଇତିହାସ ପଢ଼ାଉଥିଲେ ଏବଂ ରାଧାନାଥ ଙ୍କର ଚିଲିକା କାବ୍ୟ ତାଙ୍କର ଅତ୍ୟନ୍ତ ପ୍ରିୟ ଥିଲା । ଆମମାନଙ୍କୁ ଆବୃତ୍ତି କରିବାପାଇଁ କହୁଥିଲେ ସବୁବେଳେ । ଯେତେ ପ୍ରବର୍ତ୍ତାଇଲେ ମଧ୍ୟ ସାଇକେଲ ଚଲେଇଲେ ନାହିଁ; ଚାଲି ଚାଲି ସ୍କୁଲ୍ ଯିବା ଆସିବା କରୁଥିଲେ ।
ବାପାଙ୍କ ନାଁ ଚିନ୍ତାମଣି ମହାପାତ୍ର । ବଡ଼ ଭାଇ ଉଦାର ନାଥ ମହାପାତ୍ର ବି ପଢୁଥିଲେ । ସେ ବୋଧେ ୧୯୬୧ କିମ୍ବା ୬୨ ବ୍ୟାଚ । ଶୁଭେଚ୍ଛା ସହ ।
My father, Chintamani Mohapatra was a teacher there during 1950-75 (approx.). He used to teach history. Both my elder brothers studied there whereas I in the village school in Sailo Jharapada.
https://twitter.com/NathTusar/status/1187666085148913669?s=19

ଆପଣ ଭଲ ଉଦ୍ଦେଶ୍ୟ ନେଇ ଲେଖିଛନ୍ତି କିନ୍ତୁ କିଛିଟା ଅନ୍ୟମତ ଜାଗିପାରେ ।
ଭାଷାର ମା ସହିତ ତୁଳନା ଅନାବଶ୍ୟକ; ନୂଆ ଭାବ ସୃଷ୍ଟି ହେଉଛି ।
ବ୍ୟକ୍ତିକୁ ଆକ୍ଷେପ କରିବା ଦ୍ୱାରା ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି ହେଉଛି ଓ
ମୂଳ ବିଷୟରୁ ଆମେ ଦୂରକୁ ଯାଉଛେ ।
ଏହା ଘୃଣା ଭାବ ବା ନୈତିକ ଗର୍ବର ପରିଚାୟକ ହୋଇପାରେ ।
ମୁଁ ବି ଏଇ ସବୁ ଭୁଲ କରେ ।

ବିଭୁ ପାଢ଼ି, ବିଷ୍ଣୁ ନାଗର, ଆନିସୁଲ୍‍ ହକ୍‍, ହରପ୍ରସାଦ ଦାସ, ବିଭୂତି ପଟ୍ଟନାୟକ, ସୂର୍ଯ୍ୟସ୍ନାତ ତ୍ରିପାଠୀ, ପ୍ରତିଭା ରାୟ, ଶାନ୍ତନୁ କୁମାର ଆଚାର୍ଯ୍ୟ, ବନଜ ଦେବୀ, ଜ୍ୟୋତି ନନ୍ଦ, ନାରାୟଣ ପ୍ରସାଦ ସିଂହ, ପ୍ରବାସିନୀ ମହାକୁଡ଼, ଅଜୟ ସ୍ୱାଇଁ, ପ୍ରଦୀପ କୁମାର ପଣ୍ଡା, ମମତା ଦାଶ, ସୁସ୍ମିତା ରଥ 
~ସରୋଜ ବଳ https://t.co/lusM2X1Ynu

ଗୋଟିଏ ଛୋଟ ପ୍ରଶ୍ନ । ଏହିପରି ଦୃଶ୍ୟବନ୍ଧ ମାନଙ୍କରେ ସବୁକିଛି ପ୍ରାୟ ଚଳତମାନ ଅବସ୍ଥାରେ ଦେଖିବାକୁ ମିଳେ । ସ୍ଥିର କିଛି ଦେଖେଇବାର ଶକ୍ତି ଥିଲେ ମଧ୍ୟ ତାହା କମ୍ ବ୍ୟବହାର କରାଯାଏ । ଏପରି ପକ୍ଷପାତିତା କାହିଁକି?
At certain points one wishes that the camera should be still for a few seconds so that the scene or the object can be enjoyed with intensity. But generally the camera always moves although both the facilities are available. So why this partiality towards movement instead of both?
My problem is this. Why create too much of uncertainty instead of islands pause and ponder, especially for senior citizens? So, a right mix of stability and movement can be a more humanising option instead of moving breathlessly. Not about your movie specifically, but in general.
Thanks for responding but I may trouble you further. Good night.

ନୂଆ ଶବ୍ଦ କେତୋଟି ମୁଁ ଗଲା ଦି ତିନି ମାସ ଭିତରେ ବ୍ୟବହାର କରିଛି; ଯଥା ବର୍ଣ୍ଣନଦୀ (ନ୍ୟାରେଟିଭ) ପ୍ରମିଦିଆ (ମିଡ଼ିଆ) କାଗବନ୍ଧ (ରିଷର୍ଚ୍ଚ ପେପର୍ ) ଓ ଦୃଶ୍ୟବନ୍ଧ (ଭିଡିଓ ) | ହିନ୍ଦୀ ବା ଇଂରାଜୀ କୁ ସିଧାସଳଖ ଅନୁବାଦ ନକରି ଏକ ଭାବଗତ ଆତ୍ମୀୟତା ଥାଇ ନୂଆ ଓଡ଼ିଆ ଶବ୍ଦ ସବୁ ସୃଷ୍ଟି ହେଲେ ଭଲ । ପୁରାତନ ରଚନାରୁ ବହୁ ମୂଳ ଓପାଡ଼ି ହେବ
ପ୍ରପର ନାଉନ୍‌ ରେ ତ ପରିବର୍ତ୍ତନ ହେବା କଥା ନୁହେଁ କିନ୍ତୁ ଅଲଗା ବନାନ ସବୁ ଇଂରେଜୀ ସହ ଆମେରିକାନ ପରି ସହାବସ୍ଥାନ କରିପାରେ । ତାପରେ ସବୁ ସମୟ ଓ ସଙ୍ଘର୍ଷର ଖେଳ ।
ଅନ୍ୟମାନେ ଓଡ଼ିଆକୁ ସମ୍ମାନ ଦେଲେ ବା ନ ଦେଲେ ସେଥିରେ ବିଶେଷ କିଛି ଯାଏ ଆସେ ନାହିଁ । ଆମେ ଓଡ଼ିଆ ମାନେ କେତେ ଦୂର ଭାଷାର ଦେଖା ରଖା କରୁଛୁ ବା ତା ପାଇଁ ଚିନ୍ତିତ ସେଇଟା ବେଶୀ ଗୁରୁତ୍ଵପୂର୍ଣ୍ଣ । ଆମେ ଯଦି ନିଜେ ବୃଦ୍ଧି ଲାଭ କରିବା ତେବେ ତା ଆପେ ଆପେ ସମସ୍ତଙ୍କୁ ଦେଖାଯିବ । ଓଡ଼ିଆ ଲିପିର ମହତ୍ତ୍ଵକୁ ସମସ୍ତେ ଉପଲବ୍ଧି କରିପାରିବେ ।
ଓଡ଼ିଆରେ ଆମେ ଯାହା କହୁ ସେୟା ଲେଖୁ ବୋଲି ଗର୍ବ କରୁ । ତେଣୁ ମୁଁ ଏ ନୂଆ ବନାନଟିକୁ ପ୍ରଚଳିତ କରିବା ପାଇଁ ଚେଷ୍ଟା କରୁଛି । ପଢ଼ିବାକୁ ଓ ଲେଖିବାକୁ ଭଲ ଲାଗୁଛି । ସୁନ୍ଦର ଦେଖା ଯାଉଛି ବି ।
ମୁଁ ମାନୁଛି କିନ୍ତୁ କିଛିଟା ବାଦାନୁବାଦ ହେଉ । ମନ୍ଥନରୁ କଣ ବାହାରିବ ତାହା ଆଗରୁ କହିବା କଷ୍ଟ । ମୋର ବୈଷୟିକ ଜ୍ଞାନ ନାହିଁ କିନ୍ତୁ ଯୁକ୍ତିଗତ ଲାଗୁଛି । ଏ ମହାଶୟଙ୍କୁ ହ୍ୟାଟଟିପ୍
https://t.co/rsahuj4l2J

ଅନେକ ବ୍ୟକ୍ତି ମାତ୍ର ଦୁଇ ତିନୋଟି ଶବ୍ଦରେ ଟ୍ୱିଟ୍ କରନ୍ତି ଓ ବାକି ଯାଗା ନଷ୍ଟ ହୋଇଯାଏ । ସେମାନେ ଯଦି କିଛି ନୀତି ବାକ୍ୟ ବା କବିତାଂଶ ଲେଖନ୍ତେ ହୁଏତ ଭଲ ହୁଅନ୍ତା । ଉଦାହରଣ ସ୍ଵରୂପ

ସବୁ ଜିନିଷ ପୂର୍ବ ସହ ତୁଳନା କରିବା ଠିକ୍ ନହୋଇପାରେ । ସାଇତି ରଖିବାର ନାନା କୌଶଳ ବର୍ତ୍ତମାନ ।
https://t.co/AFctmJpl6f
ଆପଣ ଯାହା କହୁଛନ୍ତି ଠିକ୍; କିନ୍ତୁ ମାନବ ସଭ୍ୟତାର ଏକ ଅଭୁତପୂର୍ବ ସମୟରେ ଆମେ କଥାବାର୍ତ୍ତା କରୁଛେ । ଯେ କୌଣସି ଜିନିଷକୁ ଯାନ୍ତ୍ରୀକ ପଦ୍ଧତିରେ ସାଇତିବାର କ୍ଷମତା ଗଲା ଶତାବ୍ଦୀରେ ଏତେ ନ ଥିଲା । ତେଣୁ ଏକ ମୂଳ ଓ ଅମଳିନ ଢାଞ୍ଚାକୁ ବଞ୍ଚେଇ ରଖିବାରେ ଅସୁବିଧା ନାହିଁ । ସେ ଦୃଷ୍ଟିରୁ, ଆମେମାନେ ପ୍ରତ୍ୟେକେ ଅସାଧାରଣ । cc @ak_panda
କୋଉ ଶବ୍ଦ ବା ଅକ୍ଷର କିପରି ଉଚ୍ଚାରିତ ହୁଏ ତାର କଣ ନଥିକରଣ କରାଯାଇସାରିଛି ? ନାଁ ଏହା ବ୍ୟକ୍ତିଗତ ସ୍ତରର ପ୍ରଚେଷ୍ଟା ?
ସେପରି ମାନକ କଣ ଉପଲବ୍ଧ? ଓଡ଼ିଆ ପାଇଁ କିଏ ତାର ସୃଷ୍ଟିକର୍ତ୍ତା ?
#ଭାରତ ଭଳି #ଓଡ଼ିଶା ମଧ୍ୟ ବିଭିର୍ଣ୍ଣ ଅଞ୍ଚଳର ସମାହାର ଯେଉଁଠି ବହୁ ପ୍ରକାରର ଭାଷା ଓ ସସ୍କୃତି ଗୋଟିଏ ହାରରେ ଗୁନ୍ଥା ହୋଇଛନ୍ତି । ବିଭିର୍ଣ୍ଣତା ରହିବ; ତାକୁ ଏଡେଇ ଦେଇ ହେବ ନାହିଁ । କିନ୍ତୁ ଭାଷା କ୍ଷେତ୍ରରେ ଗୋଟିଏକୁ ହିଁ ପ୍ରାଥମିକତା ଦେବାକୁ ହେବ । କାରଣ ମୂଳ ସୁଦୃଢ ହେଲେ ଶାଖା ପ୍ରଶାଖା ସବୁ ମଧ୍ୟ ବଳଶାଳୀ ହେବେ । #ଓଡ଼ିଆଭାଷା

ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।

ସାହିତ୍ୟର ଗୁଣ ବହୁମୁଖୀ କିନ୍ତୁ ଉପନ୍ୟାସ ପଢିବା ମୋର ସ୍କୁଲରେ ହିଁ ଶେଷ ହୋଇଯାଇଥିଲା । ତାପରେ ଫିକ୍ସନ୍ ପଢ଼ିବା ପ୍ରାୟ ନାହିଁ କହିଲେ ଚଳେ । ଯେଉଁମାନେ ପଢୁଛନ୍ତି ବା ମୁଭି ଦେଖୁଛନ୍ତି ତାର ରିଭ୍ୟୁ ଦିଧାଡି ଟ୍ୱିଟ୍ କଲେ ସୁସ୍ଥ ସମାଲୋଚନାର ଏକ ଟ୍ରେଣ୍ଡ ସୃଷ୍ଟି ହୋଇ ପାରନ୍ତା । ଲେନ୍ସ ତଳେ ରହିଲେ ହିଁ ସାହିତ୍ୟର ଗୁଣବତ୍ତା ପରଖିହେବ ।
ସାହିତ୍ୟ ସମାଲୋଚନା ଆଉ କେବଳ ସାହିତ୍ୟ ଭିତରେ ସୀମାବଦ୍ଧ ହୋଇ ରହି ନାହିଁ । ରାଜନୀତି, ସମାଜତତ୍ତ୍ଵ, ଭବିଷ୍ୟତବିଦ୍ୟା, ଓ ଦର୍ଶନ ପ୍ରଭୃତିର ଏକ ସ୍ଵାଦିଷ୍ଟ ଖେଚେଡି ଭାବେ ବେଶ୍ ଆଦୃତ ହେଉଛି । ନାରୀ ଓ ଜାତି ଜାଗରଣର ଅସ୍ତ୍ର ଭାବେ ମଧ୍ୟ ବ୍ୟବହୃତ ହେଉଛି । ଏସବୁ ଦିଗରେ ସଚେତନତା ଏକ ସୁସ୍ଥ ତଥା ପରିଶୁଦ୍ଧ ମାନସିକତା ପାଇଁ ଅତ୍ୟାବଶ୍ୟକ ।
ଗତ ଦଶନ୍ଧିରେ ଅନ୍ୟ ଧର୍ମକୁ ବିରୋଧ କରିବା ଆଳରେ ପାଶ୍ଚାତ୍ୟ ଗବେଷଣା ବିରୁଦ୍ଧରେ ଏକ ବର୍ଣ୍ଣନଦୀ ବହି ଉଠିଛି । ସେହି ସାମ୍ରାଜ୍ୟରେ ବାମପନ୍ଥୀ ମାନଙ୍କ ପ୍ରଭୁତ୍ଵ ବି ଅସୂୟାର କାରଣ । ତଥାପି ଯାହା ଜ୍ଞାନ ପାଇଁ ଅପରିହାର୍ଯ୍ୟ ତାକୁ ଗ୍ରହଣ କରିବାରେ ଦ୍ୱିଧା ନ ରହିବା ଉଚିତ୍ । ଜ୍ଞାନ ହିଁ ଗଣତନ୍ତ୍ର କୁ ଦାନା ବାନ୍ଧିବାରେ ସାହାଯ୍ୟ କରିବ । https://t.co/rnxuLLqpaW

ଭୀମ ସିଂଙ୍କର ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ ଏକ ଅନବଦ୍ୟ ସୃଷ୍ଟି । କିଛି ତଥ୍ୟଗତ ଅଶୁଦ୍ଧି ଥାଇପାରେ କିନ୍ତୁ ଏପରି ଏକ ବିବରଣୀ ବିରଳ । ଶହ ଶହ ବ୍ୟକ୍ତିଙ୍କୁ ସେ ପୃଷ୍ଠାମାନଙ୍କରେ ସ୍ଥାନ ଦେଇ ତାଙ୍କ ସ୍ମୃତି ସଜୀବ କରିଛନ୍ତି । ନହେଲେ ସେମାନଙ୍କ ଅବଦାନ କାଳ ଗର୍ଭରେ ଲୋପ ପାଇ ଯାଇଥାନ୍ତା । ବହିଟି ଓଡ଼ିଆ ଭାଷାର ମଧ୍ୟ ଏକ ନଥିକରଣ । https://t.co/kZWp2TIubA
ମୋ ଜୀବନରେ ନିଶ୍ଚିତ ରଙ୍ଗ ଭରି ଦେଇଥିଲା ଏଇ ବିଶେଷାଙ୍କଟି ଯେଉଁଟି ମୁଁ ଜୀବନ ରଙ୍ଗ କାର୍ଯ୍ୟାଳୟରେ ରଣଧୀର ବାବୁଙ୍କୁ ଦେଖାକରି ତାଙ୍କଠାରୁ ସଂଗ୍ରହ କରିଥିଲି । ଏକ ସନ୍ଧିକ୍ଷଣରେ ପ୍ରକାଶିତ ହୋଇଥିଲା ଏଇ ଇତିହାସ କାରଣ ୧୯୭୩ରୁ ଅନେକ କିଛି ପରିବର୍ତ୍ତନର ସୂତ୍ରପାତ ହୋଇଥିଲା । ଓଡ଼ିଆ କଥାଚିତ୍ର ଗୀତର ସୁବର୍ଣ୍ଣ ଯୁଗ ଅବସାନ ହେଲା ପ୍ରାୟ । https://t.co/TYJ0auNGI9

ମଞ୍ଚରେ ତ ନିରଞ୍ଜନ ଶତପଥୀଙ୍କୁ ଦେଖିବାର ସୁଯୋଗ ହେଇନି କିନ୍ତୁ ଜୀବନ ସାଥୀ ଓ ଅଦିନ ମେଘରେ ତାଙ୍କ ସ୍ଵଳ୍ପ କିନ୍ତୁ ପୋଖତ ଅଭିନୟକୁ କେହି ଭୁଲି ପାରିବ ନାହିଁ । ଜୀବନ ଯେ ତାଙ୍କର ଏତେ ସଙ୍ଘର୍ଷପୂର୍ଣ୍ଣ ଥିଲା ଜାଣିନଥିଲି । ଅଭିନେତା ହିସାବରେ ସେ ଚିର ସ୍ମରଣୀୟ ହୋଇ ରହିବେ । ମନମଥ ଶତପଥୀଙ୍କ ଶ୍ରଦ୍ଧାଞ୍ଜଳି ।
https://t.co/DGlRIwXxpZ

ସ୍ଵଂୟପ୍ରଭା ମିଶ୍ର (ଷଡ଼ଙ୍ଗୀ) ଙ୍କ ଫଟ ଟିଏ କଣ ଦେଖିବାକୁ ମିଳିବ ? ସେ କଣ ଉଇକିପିଡ଼ିଆ ରେ କେବେ ସ୍ଥାନ ପାଇପାରିବେ ? ଗୁଗଲ ରେ ଖୋଜିଲେ କିଛି ନାହିଁ ତାଙ୍କ ନାଁ ରେ । 
https://t.co/q8kpE7Soml
ସ୍ଵଂୟପ୍ରଭା ମିଶ୍ର (ଷଡ଼ଙ୍ଗୀ)
ରଥ ଯା ଚାଲି ଯା ଚକ ଗଡିଯା ରେ
ନୂଆବୋଉ (୧୯୬୨ - ପଞ୍ଚସଖା)
ବାଳକୃଷ୍ଣ ଦାଶ
ନାରାୟଣପ୍ରସାଦ ସିଂହ
https://t.co/EypN6c9eIP
ରଙ୍ଗ ନୁହେଁ ସେ ଇନ୍ଦ୍ରଧନୁର ଛଳନା
ମନ ଯଦି ବୁଝେ ଆଖି ତ ସେ କଥା ବୁଝେନା ।
https://t.co/OgTHquNIK8

ଜୀବନ ଆଜି ଧନ୍ୟ ହେଲା । ସାଧନାର ଗୀତ ଟିଏ ଦେଖିବାକୁ ମିଳିଲା ।
https://t.co/uVbEIOqTGK
ମଞ୍ଚରେ କଳାକାରଙ୍କୁ ତ ଗୀତଟିଏ ପୁରା ଗାଇବାର ସ୍ଵାଧୀନତା ମିଳେ କିନ୍ତୁ ରେକର୍ଡ ହୋଇଥିବା ଗୀତକୁ ଅଧାରୁ ବନ୍ଦ କରିଦିଆ ଯାଏ କାହିଁକି ? ସେ ଶିଳ୍ପୀର କଣ କିଛି ସମ୍ମାନ ବା ଅଧିକାର ନାହିଁ ?
https://t.co/BrQ6DZswQc
ସାଧାରଣ ସାମ୍ବାଦିକ ଜଣେ କରିବା ଓ ସରକାରୀ ସ୍ତରରେ ହେବା ଭିତରେ ପାର୍ଥକ୍ୟ ରହିବା ଉଚିତ୍ । ଗୀତ ଗୁଡ଼ିକୁ କଟାକଟି କରିବାର ଅଧିକାର କାହାରି ନାହିଁ । ଯଦି ଠିକ୍ ଭାବରେ ଦେଖାଇ ନ ପାରୁଛନ୍ତି ଦୟା କରି ଏପରି ପେଟକଟା ପିଠିକଟା କରି ଅମର ସୃଷ୍ଟି ସବୁର ମର୍ଯ୍ୟଦା ନଷ୍ଟ କରନ୍ତୁ ନାହିଁ । ଧନ୍ୟବାଦ ।

ଜଗର୍ଣ୍ଣାଥଙ୍କ ଉପରେ ଯେତେ ସବୁ ତଥ୍ୟ ରହିଛି ସେ ସବୁକୁ ଅନୁଶୀଳନ କରି କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ଅସମ୍ଭବ । ତେଣୁ ନୂତନ ଯୁଗର ଯୁବା ବର୍ଗ ନିଜ ବୁଦ୍ଧି ଅନୁସାରେ ବିଚାର କରିବା ଭଲ । @srinibash_samal
https://t.co/kX633wV3Yz

August 15 was decided in 1872 when Sri Aurobindo was born. #ARYA100Years (1914-21) came out on August 15. So, don't think superficially.
I told about the past. How you mould the future is upon you.

It's better to talk about the three individually instead of clubbing them together since they are so different in their worldviews as well as methods. 
https://t.co/CnG8uHr0P8

Nice documentation but not much analysis. He borrows from the past part is good but robs him of any kind of originality. That of course may not be a big minus point but doesn't allow him to be counted as a thinker or an astute blender.

I'm interested in the history of Odia songs. Can I get a list of old Odia songs broadcast by Akashvani, Cuttack ? There's a special programme called Sajafula. Can I get a month wise list of songs since inception ? Contribution of Akashvani towards music needs to be highlighted.

Tuesday, 15 December 2020

ମନରେ ମୁରୁଜ

ପ୍ରତୀତି
ଥିଲା ଓ ନଥିଲା
ଯଦି ମୁଁ ହୋଇଥାନ୍ତି
ଅମୁକ ସମୁକ
ଏମିତି ଅନେକ ଭୋକ ।

ଫୁଲ ସବୁ
ଝଡି ବାଡ ମୂଳେ
ଚାହିଁ ରହୁଥିଲେ
କଅଁଳ ନୟନେ
ଚାଙ୍ଗୁଡ଼ିର ଛୁଆଁ ।

ଏମିତି କେତେ
ନିତିଦିନିଆ କଥା
ସାଧାରଣ
ତଥାପି ଅସାଧାରଣ
ସ୍ମୃତିଚାରଣ ।

ଦିନେ ଦିନେ
ସକାଳ ବି ଆସେ
ସତରେ ସକାଳ
ସବୁ ହୋଇ ନୂଆ ।

ଯେତେ ସବୁ ବୋଝ
ହୁଅଇ ସବୁଜ
ମନରେ ମୁରୁଜ
ଆଖିରେ ସୂରୁଜ
ସରଗର ବୀଜ ।
୦୪୧୨୨୦

ତୁମେ ପୂର୍ଣ୍ଣ
ସୁଠାମ ତୁମ କାୟା
ତୁମେ ନୁହଁ କା'ର ଛାୟା ।

ଠ ହେ 
ତମେ ଠକ
ମହାଜାଗତିକ ବ୍ୟାପ୍ତିରୁ
ଚେନାଏ ଘେରେଇ ଦେଇ
ତୁମେ କୁହ ତୁମେ ଶ୍ରେଷ୍ଠ ।

ଠ ଗୋ
ରୂପ ରସ ଛନ୍ଦ
ସବୁର ତୁମେ ସମାହାର
ପାଠ ଶାଠ ର ପ୍ରତୀକ
କାଠ ଠୋଉଁ ମଠ
ତୁମେ ସୃଷ୍ଟିର ବୀଜରୂପ ।

ଠ ଲୋ
ଦୁନିଆ ଟା ଗୋଲ
ସଣ୍ଠଣାର ସୋଲ
ଫମ୍ପା ଭାସିବ
ପୁରିଲେ ବୁଡିବ
ଶେଷେ ହରିବୋଲ ।
୧୬୧୨୨୦

ନିତାଇ ପାଲିତଙ୍କ ସ୍ୱଲିଖିତ

ପ୍ରଥମେତ ମନା କରିଦେଇଥିଲେ
ତାପରେ ତାଙ୍କ କଲମରୁ ଝରିଥିଲା
କୋହ ଓ  ବିରହର ଲୁହଠୋପା
ଧୀରେ ଧୀରେ ଚଳେ ରାଈ ।
ନିତାଇ ପାଲିତଙ୍କ ସ୍ୱଲିଖିତ
କବିଚନ୍ଦ୍ରଙ୍କ ସହିତ ସେଇ
ଅନବଦ୍ୟ ମୁହୂର୍ତ୍ତର ସ୍ମୃତି
ଭୁବନେଶ୍ୱର ମିଶ୍ରଙ୍କ ଗହଣରେ ।
#ଓଡ଼ିଆସିନେମା #ଓଡ଼ିଆକଥାଚିତ୍ର #ଓଡ଼ିଆଗୀତ #କବିଚନ୍ଦ୍ର #ନିତାଇପାଲିତ #ଭୁବନେଶ୍ୱରମିଶ୍ର #ଗୌରଘୋଷ #ପାର୍ବତୀଘୋଷ https://t.co/QNkG9qFEja

ଆରେ ନାଉରୀ ଭାଇ ଗୀତଟି ତ ଶୁଣିବା ଲାଗି ମିଳିଲା ନାହିଁ । ଓଡ଼ିଆ କଥାଚିତ୍ରରେ ପ୍ରଥମ ମାଝୀ ଗୀତ ବୋଧେ । https://t.co/vF1f4mioKK

ଗୀତଟି ଶୁଣିବାରେ ସମସ୍ତେ ମଜ୍ଜି ଯାଆନ୍ତି; ତେଣୁ ତାକୁ କିଏ ଲେଖିଛି କାହାର ମନେରହେ ? ତଥାପି ଦୁଇ ତିନି ମିନିଟର ଗୋଟିଏ ଗୋଟିଏ ଗୀତର ପ୍ରଭାବ ଏତେ ବେଶୀ ଯେ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ତା ଆଗରେ ଛୋଟ ମନେ ହୁଏ; କଳ୍ପନା ଓ ଆବେଗର ଯେଉଁ ଅଲଗା ଦୁନିଆ ସୃଷ୍ଟି କରେ ତାହା ବିସ୍ମୟକର । ଶିବବ୍ରତ ଦାସ ଥିଲେ ସେହିଭଳି ଶବ୍ଦର ଯାଦୁକର ।
https://twitter.com/NathTusar/status/1338500323992694784?s=19

ଝରଣା ଦାସଙ୍କର ମଧୁଝରା କଣ୍ଠରତ ତୁଳନା ନାହିଁ ଯାହା ଆମ ପିଲାଦିନର ଅଭୁଲା ସ୍କୃତି । କଣ୍ଠ ସାଧନା ପାଇଁ କିଛିଦିନ କଲିକତାରେ ରହି ସେ ଗୋଟିଏ କୋର୍ସ ପୁରା କରିଥିଲେ । ଏଥିରେ ତାଙ୍କ ଭାଇଙ୍କ ପ୍ରେରଣା ବହୁତ ଥିଲା ବୋଲି ସେ ଅନ୍ୟ ଏକ ସାକ୍ଷାତକାରରେ କହିଛନ୍ତି । ତାଙ୍କ ଆଗାମୀ ଆତ୍ମଜୀବନୀ ପାଇଁ ଅନେଇ ରହିଲୁ । ସୂର୍ଯ୍ୟବାବୁଙ୍କୁ ଧନ୍ୟବାଦ ।
https://twitter.com/NathTusar/status/1335903483208200192?s=19

Monday, 14 December 2020

ଏକ ସନ୍ତୁଳିତ ବିଶ୍ଳେଷଣର ଆକର୍ଷଣ ଅଲଗା

କିଛି ବର୍ଷ ଆମେ କଟକର ମେହେନ୍ଦିପୁରରେ ଓଡ଼ିଶାର ପ୍ରଥମ ହୋମିଓପାଥି ଡା଼କ୍ତର ଅଭିନ୍ନ ଚନ୍ଦ୍ର ରାଓଙ୍କ ଘରପାଖେ ରହୁଥିଲୁ ଓ ତାଙ୍କ ଘରକୁ ଯାଇ ଔଷଧ ଆଣିବାର ମନେଅଛି । ସାହିଟି ମୁସଲମାନ ବହୁଳ । ସନ୍ଧ୍ୟାବେଳେ ନିକଟସ୍ଥ କାଳୀମନ୍ଦିରକୁ ପ୍ରାୟ ଯିବା ହେଉଥିଲା । ଟିକିଏ ଆଗକୁ ହାଇକୋର୍ଟ ଯାହା ଏକ ଲ୍ୟାଣ୍ଡମାର୍କ ।
https://t.co/BKwUPdplna

ପରେ ଆମେ ବିଶିଷ୍ଟ ସଙ୍ଗୀତଜ୍ଞ ଶ୍ୟାମସୁନ୍ଦର ଧିରଙ୍କ ଡଗରପଡା (ମଧୁପୁର କୋଠୀ) ଘରେ ରହିଲୁ । କଳିଙ୍ଗ ଭାରତୀ ଓ ଜୀବନ ରଙ୍ଗ କାର୍ଯ୍ୟାଳୟ ସବୁ ସେଇ ପାଖାପାଖି ଥିଲା । କଳିଙ୍ଗ ଭାରତୀର ଏବର୍ଷ ୭୫ ବର୍ଷ ପୁରା ହେଲା । ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏହା ଏକ ବିରାଟ ମାଇଲଖୁଣ୍ଟ । ରଜତ କର ମହାଶୟଙ୍କୁ ପ୍ରଣାମ ।
https://t.co/vHxw7ZVoKR

ଭଞ୍ଜ ଜୟନ୍ତୀ ପରି ପ୍ରଜାତନ୍ତ୍ର ବିଷୁବ ମିଳନର ସାହିତ୍ୟ କ୍ଷେତ୍ରରେ ଭୂମିକା ମଧ୍ୟ ଅନନ୍ୟ ଯାହାର ୭୦ ବର୍ଷ ପୁରା ହେଲା ଗଲା ବର୍ଷ । ସେଇ ଜାଗାରେ ଚାଳ ଉପରେ ଟିଣ ପଡି ସୁରଜ୍ ଟକିଜ୍‌ ଚାଲିଥିଲା କିଛି ବର୍ଷ (ଓଚଅଅ ୧୩୬) । ପ୍ୟାର କିୟେ ଜା ଦେଖିଥିଲି ସେଠି । ଗୋଟିଏ ଦୃଶ୍ୟରେ ନାଳ ଉପରେ ଛୋଟ ପୋଲ ଥିବା ପାର୍କର ସୌନ୍ଦର୍ଯ୍ୟ ଏବେ ବି ମନେ ଅଛି
https://twitter.com/NathTusar/status/1338525320157151239?s=19

ପାଖରେ ପୋଖରୀଟିଏ ଆଉ ସନ୍ଧ୍ୟାବେଳେ ଆଲୋକ ସଜ୍ଜା, ଶହୀଦ ଭବନ ଥିଲା କଟକର ସବୁଠୁଁ ସୁନ୍ଦର ଜାଗା । ସେଠାରେ ଓ ସାମ୍ନା ଅସ୍ଥାୟୀ ପାର୍ବତୀ ଟକିଜରେ ବି ସିନେମା ଦେଖିବା ମନେ ଅଛି (ଓଚଅଅ ୧୩୫)। ସେଇ ପାଖରେ ରାମଲୀଳା ହେଉଥିଲା । ନଇ ସଡ଼କ ମନ୍ଦିରରେ ରାମ ଓ ଲକ୍ଷ୍ମଣଙ୍କୁ ଦୁଇ କାନ୍ଧରେ ବସାଇଥିବା ହନୁମାନଙ୍କ ବଡ଼ ମୂର୍ତ୍ତୀ ଆକର୍ଷଣୀୟ ଥିଲା ।

ପ୍ରଥମେ ତ ମନା କରିଦେଇଥିଲେ
ତାପରେ ତାଙ୍କ କଲମରୁ ଝରିଥିଲା
କୋହ ଓ ବିରହର ଲୁହ ଠୋପା
ଧୀରେ ଧୀରେ ଚଳେ ରାଈ ।
ନିତାଇ ପାଲିତଙ୍କ ସ୍ୱଲିଖିତ
କବିଚନ୍ଦ୍ରଙ୍କ ସହିତ ସେଇ
ଅନବଦ୍ୟ ମୁହୂର୍ତ୍ତର ସ୍ମୃତି
ଭୁବନେଶ୍ୱର ମିଶ୍ରଙ୍କ ଗହଣରେ ।
#ଓଡ଼ିଆସିନେମା #ଓଡ଼ିଆକଥାଚିତ୍ର #ଓଡ଼ିଆଗୀତ #କବିଚନ୍ଦ୍ର #ନିତାଇପାଲିତ #ଭୁବନେଶ୍ୱରମିଶ୍ର #ଗୌରଘୋଷ #ପାର୍ବତୀଘୋଷ https://t.co/QNkG9qFEja

ଝରଣା ଦାସଙ୍କର ମଧୁଝରା କଣ୍ଠରତ ତୁଳନା ନାହିଁ ଯାହା ଆମ ପିଲାଦିନର ଅଭୁଲା ସ୍କୃତି । କଣ୍ଠ ସାଧନା ପାଇଁ କିଛିଦିନ କଲିକତାରେ ରହି ସେ ଗୋଟିଏ କୋର୍ସ ପୁରା କରିଥିଲେ । ଏଥିରେ ତାଙ୍କ ଭାଇଙ୍କ ପ୍ରେରଣା ବହୁତ ଥିଲା ବୋଲି ସେ ଅନ୍ୟ ଏକ ସାକ୍ଷାତକାରରେ କହିଛନ୍ତି । ତାଙ୍କ ଆଗାମୀ ଆତ୍ମଜୀବନୀ ପାଇଁ ଅନେଇ ରହିଲୁ । ସୂର୍ଯ୍ୟବାବୁଙ୍କୁ ଧନ୍ୟବାଦ ।

ଗୀତଟି ଶୁଣିବାରେ ସମସ୍ତେ ମଜ୍ଜି ଯାଆନ୍ତି; ତେଣୁ ତାକୁ କିଏ ଲେଖିଛି କାହାର ମନେରହେ ? ତଥାପି ଦୁଇ ତିନି ମିନିଟର ଗୋଟିଏ ଗୋଟିଏ ଗୀତର ପ୍ରଭାବ ଏତେ ବେଶୀ ଯେ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ତା ଆଗରେ ଛୋଟ ମନେ ହୁଏ; କଳ୍ପନା ଓ ଆବେଗର ଯେଉଁ ଅଲଗା ଦୁନିଆ ସୃଷ୍ଟି କରେ ତାହା ବିସ୍ମୟକର । ଶିବବ୍ରତ ଦାସ ଥିଲେ ସେହିଭଳି ଶବ୍ଦର ଯାଦୁକର ।

ମୁଁ ତ ପଢ଼ିନି କିନ୍ତୁ ଲେଖକଙ୍କ ନାଁ ରୁ ଗୋଟେ ଧାରଣା ଥିଲା ଯେ ବହିଟି ଗବଷଣାତ୍ମକ । କିନ୍ତୁ ତଥ୍ୟର ଅଭାବରେ ଖାଲି ଗୋଟାଏ ବର୍ଣ୍ଣନଦୀ ସୃଷ୍ଟି କରିଦେଲେ ଯେ ଏକ ବଡ ଉପଲବ୍ଧି ହେଲା ତା କେବେ ବି ସମ୍ମାନ ଯୋଗ୍ୟ ହେବ ନାହିଁ । ଏହି ସବୁ ଶିଖିବାର କଥା ପାଶ୍ଚାତ୍ୟ ରୁ ।
ଐତିହାସିକ ଉପନ୍ୟାସ ନା ଆଉ କିଛି !
ତା'ମାନେ ଆଳିମାଳିକା ଯାହା ଲେଖିଲେ ବି ଚଳିବ । ହଁ, ଶିଳାଲେଖ ମାନଙ୍କରେବି ତ ସେଇଭଳି "ତଥ୍ୟ" ସବୁ ଖୋଦିତ ହୋଇଛି !
ସେଇଟା ଯଦି ଠିକ୍ ଭାବେ ଜଣେଇ ଦିଆଗଲା ତାହେଲେ କିଛି ଅସୁବିଧା ନାହିଁ । ଜନର ଜାଣିବା ଟା ପାଠକ ର ଅଧିକାର । ଲାଇବ୍ରେରୀ ରେ ବି ତାହା ଅତ୍ୟାବଶ୍ୟକ ।
ଭଲ କଥା, କିନ୍ତୁ ପାଠକତ ଆଉ ସବୁ ଜିନିଷକୁ ଲାଇବ୍ରେରୀର ଥାକ ପରି ଅଲଗା ଅଲଗା ରଖିପାରେ ନା; ତେଣୁ ତାର ଚେତନା ମଧ୍ୟରେ ସବୁ କିଛି ମିଶି ମାଶି ଯାଏ । ବହିର ଭୂମିକା ସେଇଠି । ମିଛ ସତ ବା ଶୁଣା କଥା ଓ ବୈଜ୍ଞାନିକତା ମଧ୍ୟରେ ଗୋଟାଏ ଦୃଢ ଗାର ଟାଣିବା । କିନ୍ତୁ ଇନ୍‌ଫୋଟେନ୍‌ମେଣ୍ଟ ର ପରିଧି ଭିତରେ ସବୁ ସମ୍ଭବ । ଏଇ ବହିଟି ବୋଧେ ସେହିପରି ।
ବହିଟିରେ ଓଡ଼ିଶା ସମ୍ବନ୍ଧୀୟ ବର୍ଣ୍ଣନା ଗୁଡ଼ିକୁ ତଉଲିବା ପାଇଁ ଗୋଟେ ପ୍ରଚେଷ୍ଟା ହଉ । ଚୁପ୍ ହୋଇ ସବୁ ସହିଯିବା କାହିଁକି ?
https://twitter.com/NathTusar/status/1338376907411189761?s=19
କିଏ ଭଲ କହିଲା ବା ଖରାପ କହିଲା ସେ ବିଷୟରେ ମୁଁ କହୁ ନାହିଁ । ସତ କେତେ ଶୁଣା କଥା କେତେ ଆଦିର ଏକ ନିରପେକ୍ଷ ଆକଳନ ହେବା ଉଚିତ୍ । ପ୍ରଶଂସାରେ ଖୁସି ହେବା ପାଇଁ ମନା ନାହିଁ କିନ୍ତୁ ଏକ ସନ୍ତୁଳିତ ବିଶ୍ଳେଷଣର ଆକର୍ଷଣ ଅଲଗା ।

ଭାରତର ଇତିହାସ ଓ ପରିସ୍ଥିତି ପରିପ୍ରେକ୍ଷୀରେ ସ୍ଥାନୀୟ ଭାଷା ମାନଙ୍କର ଅବସ୍ଥା ଖୁବ୍ ଜଟିଳ । ଓଡ଼ିଶାରେ ଜୀବନ ସାରା ରହି ମଧ୍ୟ ନିଜ ଭାଷାଠାରୁ ଦୂରରେ ରହିବା ବା ଭାଷାର ଉପଯୁକ୍ତ ସମ୍ମାନ ନ ଥିବା ପରିତାପର ବିଷୟ । ୟା ପାଇଁ ଖାଲି ସରକାରଙ୍କୁ ଦୋଷ ଦେଲେ ହେବ ନାହିଁ । ଓଡ଼ିଆ ଭାଷାର ଲିପି ଓ ଉଚ୍ଚାରଣର ମହତ୍ଵ ହୃଦୟଙ୍ଗମ କରିବାକୁ ପଡିବ ।

ଭାଷାର ଅପବ୍ୟବହାର ଗୋଟିଏ ବଡ କାରଣ । ଅବାନ୍ତର ଧର୍ମ ପ୍ରବଚନ ଭାଷାକୁ ଲୋକଙ୍କ ଠାରୁ ଦୂରେଇ ନେଉଛି । କବିତାର ଅବୋଧ୍ୟତା ବା ଗତାନୁଗତିକତା ଆଉ ଗୋଟିଏ କାରଣ । ଗୀତ ଗୁଡ଼ିକରେ ଅନ୍ୟ ଭାଷା ଓ ଅଶ୍ଳୀଳତା ମଧ୍ୟ ଏକ ସମସ୍ୟା । ତେଣୁ ହୃଦୟର ନିଜର ହେଲା ଭଳି ପ୍ରାୟ କିଛି ପ୍ରଚେଷ୍ଟା ନାହିଁ । ଏକ ଜାତୀୟତାବୋଧ ଆଜିଯାଏ ସୃଷ୍ଟି ହୋଇ ପାରିନାହିଁ ।

ସେ ଖାରବେଳ ହୁଅନ୍ତୁ ବା କଳାପାହାଡ; ସମସ୍ତେ ଭାଷାର ଅଳଙ୍କାର, ବର୍ଣ୍ଣନାର ଅଙ୍ଗ । ସେ ଦୃଷ୍ଟିରୁ ଭାଷା ନିରପେକ୍ଷ । କିନ୍ତୁ ପାଠକ ମନରେ ତା କି ପ୍ରକାର ଭାବ ସୃଷ୍ଟି କରିବ ତା ପାଠକର ନିଜସ୍ଵ । ତଥାପି ଏକ ସାମୂହିକ ବର୍ଣ୍ଣନଦୀ ସୃଷ୍ଟି କରିବାରେ ଭାଷାର ସାମର୍ଥ୍ୟକୁ ଅସ୍ୱୀକାର କରିହେବ ନାହିଁ। ନୂତନ ମଧ୍ୟ ଜନ୍ମନେବ ସେଇ ଭାଷାର ଗର୍ଭରୁ ।
https://twitter.com/NathTusar/status/1338397411698339840?s=19
ଆପଣ ଭଲ ଉଦ୍ଦେଶ୍ୟ ନେଇ ଲେଖିଛନ୍ତି କିନ୍ତୁ କିଛିଟା ଅନ୍ୟମତ ଜାଗିପାରେ । ଭାଷାର ମା ସହିତ ତୁଳନା ଅନାବଶ୍ୟକ; ନୂଆ ଭାବ ସୃଷ୍ଟି ହେଉଛି । ବ୍ୟକ୍ତିକୁ ଆକ୍ଷେପ କରିବା ଦ୍ୱାରା ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି ହେଉଛି ଓ ମୂଳ ବିଷୟରୁ ଆମେ ଦୂରକୁ ଯାଉଛେ ।
ଏହା ଘୃଣା ଭାବ ବା ନୈତିକ ଗର୍ବର ପରିଚାୟକ ହୋଇପାରେ । ମୁଁ ବି ଏଇ ସବୁ ଭୁଲ କରେ ।

ଇଂରେଜମାନଙ୍କ ସହଯୋଗରେ ଓଡ଼ିଆଭାଷୀ ବିଭିର୍ଣ୍ଣ ଅଞ୍ଚଳ ଏକାଠି ହୋଇ ୧୯୩୬ରେ ଓଡ଼ିଶା ଜନ୍ମ ନେଲା । ସେହି ଓଡ଼ିଶା ଯେ ଅନ୍ୟ ଭାଷା ଭାଷୀ ମାନଙ୍କ ପାଇଁ ଏକ ଧର୍ମଶାଳାରେ ପରିଣତ ହେବ ବା ଓଡ଼ିଆ କହି ନ ପାରୁଥିବା ଜଣେ ବ୍ୟକ୍ତି ଦୁଇ ଦଶନ୍ଧି ଧରି ତାର ମୁଖ୍ୟମନ୍ତ୍ରୀ ହୋଇ ରହିବେ ତା କେହି କେବେ କଳ୍ପନା କରି ନ ଥିଲା ।
https://t.co/k4cZVRlhx2

ଅଣଓଡ଼ିଆଙ୍କ ପ୍ରଭୁତ୍ଵରୁ ରକ୍ଷାପାଇବା ପାଇଁ ଓଡ଼ିଶାରେ ଏକ ନୂତନ ରାଜନୈତିକ ଦଳ ଅପରିହାର୍ଯ୍ୟ । ଭାଷାର ସୁରକ୍ଷା ଓ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଏକତା ଆବଶ୍ୟକ । ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନକୁ ଆଖି ଆଗରେ ରଖି ମୁଁ ସମସ୍ତଙ୍କ ସମର୍ଥନ ଓ ସହଯୋଗ ମାଗୁଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ନବ ଆଶାର ବାର୍ତ୍ତା ପହଞ୍ଚିପାରିବ ବୋଲି ଆଶା ।
ନୂଆଦଳଟିଏ ଗଢିବା ଲାଗି ତ ବହୁତ କିଛି ଦରକାର । ସେଥିରେ ଆପଣ ଯାହା କିଛି କରିପାରିବେ । ଗଣତନ୍ତ୍ରର ପୁନଃ ସ୍ଥାପନା ପାଇଁ ଲୋକଙ୍କୁ ବୁଝାଇବା ବହୁତ ବଡ କଥା । ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଜଣେ ପ୍ରାର୍ଥୀ ମନୋନୀତ କରିବା ଆଦି ଅନେକ କିଛି ଦାୟିତ୍ୱ । ଧନ୍ୟବାଦ

ଓଡ଼ିଶାର ଜନପ୍ରତିନିଧି ମାନଙ୍କୁ ନିବେଦନ ଯେ ଅଣଓଡ଼ିଆ ମାନଙ୍କର ଗୁଣ ଗାଇବା ବା ଗୋଲାମୀ କରିବା ଛାଡି ନିଜ ଆତ୍ମସମ୍ମାନ ଓ ଓଡ଼ିଆଙ୍କ ଆତ୍ମବଳ ବଢାଇବାରେ ସାହାଯ୍ୟ କରନ୍ତୁ ~ତୁଷାର
Eastern Ganga dynasty
पूर्वी गंगवंश পূর্ব গঙ্গ রাজবংশ
ପ୍ରାଚ୍ୟ ଗଙ୍ଗବଂଶ ପୂର୍ବ ଗଙ୍ଗବଂଶ
https://t.co/tiMhTZWKrz
https://t.co/bnm5HhRczo
https://twitter.com/NathTusar/status/1337870653257478144?s=19
ପ୍ରଥମେ ଶିକ୍ଷିତ ଓ ସ୍ୱଚ୍ଛଳ ଆର୍ଥିକ ପରିସ୍ଥିତି ରେ ଥିବା ବ୍ୟକ୍ତି ମାନେ ହୃଦୟଙ୍ଗମ କରନ୍ତୁ । ତାପରେ କଥାଟା ନିଶ୍ଚୟ ଆଗକୁ ବଢିବ । @madhu71416348
ମୁଁ ଏଇ ଦିଗରେ ନେତୃତ୍ୱ ଦେବାର ନିବେଦନ କରିସାରିଛି ଏବଂ ସମର୍ଥନ ମାଗୁଛି । ମୋର ବିଶ୍ବାସ ଯେ ପୂର୍ବର ସବୁ ଭୁଲକୁ ଆମେମାନେ ବଦଳେଇଦେଇ ପାରିବା ।
ହଁ ମୋର ନିବେଦନ କୁ ସମସ୍ତଙ୍କ ପାଖରେ ପହଞ୍ଚେଇବାର ତ ପ୍ରଥମ କାର୍ଯ୍ୟ । ତାପରେ ଅନ୍ୟ ମାନଙ୍କୁ ମୋର ନିବେଦନ ବିଷୟରେ ବୁଝେଇବା ହେଲା ଦ୍ଵିତୀୟ । ତାପରେ ସେମାନଙ୍କର ସମର୍ଥନ ହାସଲ କରିବା ସବୁଠୁଁ ମହତ୍ତ୍ୱପୂର୍ଣ୍ଣ । ଧନ୍ୟବାଦ୍ ।
Eastern Ganga dynasty
ଗୁଗଲ ରେ ମୋ ନାଁ ଖୋଜି ଦେଖନ୍ତୁ ।
Eastern Ganga dynasty ତ ଆଜି ପାଇଁ । ତା ପରେ ଦେଖିବା । ଗଣତନ୍ତ୍ର ଓ ଓଡ଼ିଆ ଭାଷା କୁ ନେଇ କାମ ତ ମୁଁ ନୂଆକରି ଆରମ୍ଭ କରିଛି । କିଏ ବାହାରୁ କିଏ ଭିତରୁ ମୁଁ ଜାଣିନାହିଁ । ସମର୍ଥନ ତ ସବୁ ଓଡ଼ିଆ ଙ୍କ ଠାରୁ ଆଶା କରିବା କଥା । @SavitriEra

ମନ୍ଦିର ମାନଙ୍କ ପାଇଁ ଗର୍ବ କଲାବେଳେ ଏ କଥାଟି ଭୁଲିଗଲେ ଚଳିବ ନାହିଁ ଯେ ଜନ ସାଧାରଣଙ୍କ ଅର୍ଥ, ଶ୍ରମ, ଓ ସୁଖ ବିନିମୟରେ ଏହା ସବୁ ନିର୍ମିତ ହୋଇଥିଲା ।
Eastern Ganga dynasty
[Prachya Gangas had three parts of Kalinga]
पूर्वी गंगवंश পূর্ব গঙ্গ রাজবংশ
ପ୍ରାଚ୍ୟ ଗଙ୍ଗବଂଶ ପୂର୍ବ ଗଙ୍ଗବଂଶ
https://t.co/tiMhTZWKrz

ଆପଣ ଯାହା କହୁଛନ୍ତି ଠିକ୍; କିନ୍ତୁ ମାନବ ସଭ୍ୟତାର ଏକ ଅଭୁତପୂର୍ବ ସମୟରେ ଆମେ କଥାବାର୍ତ୍ତା କରୁଛେ । ଯେ କୌଣସି ଜିନିଷକୁ ଯାନ୍ତ୍ରୀକ ପଦ୍ଧତିରେ ସାଇତିବାର କ୍ଷମତା ଗଲା ଶତାବ୍ଦୀରେ ଏତେ ନ ଥିଲା । ତେଣୁ ଏକ ମୂଳ ଓ ଅମଳିନ ଢାଞ୍ଚାକୁ ବଞ୍ଚେଇ ରଖିବାରେ ଅସୁବିଧା ନାହିଁ । ସେ ଦୃଷ୍ଟିରୁ, ଆମେମାନେ ପ୍ରତ୍ୟେକେ ଅସାଧାରଣ । cc @ak_panda

My father, Chintamani Mohapatra was a teacher there during 1950-75 (approx.). He used to teach history. Both my elder brothers studied there whereas I in the village school in Sailo Jharapada.
https://twitter.com/NathTusar/status/1187666085148913669?s=19
ମୋ ବାପା ମିଶନ୍ ସ୍କୁଲରେ ଶିକ୍ଷକ ଥିଲେ । ଆପଣଙ୍କ ମନେ ଅଛି କି ? ଧନ୍ୟବାଦ୍ ।
https://t.co/vHxw7ZVoKR
https://twitter.com/NathTusar/status/1338480624596779008?s=19

ଗୋବିନ୍ଦପୁର ଥାନା ପାଖାପାଖି ସାଇଲୋ ଝାରପଡା ଗାଁ । https://t.co/bPLFwnl7kp
https://twitter.com/NathTusar/status/1338141066290110464?s=19
ସାଇଲୋ ଚିହ୍ନିତ ପାଖାପାଖି ଗାଁ ଗୁଡିକ ।
ସାଇଲୋ ର କଣ ଅର୍ଥ ଜଣାନାହିଁ ।
Barasailo Brahmanasailo Sailo Gobindpur Sailo Jharapara Kamarsahi Khandasailo Sudusailo

https://t.co/aSQCUrC2mo
Gobindpur is a Tehsil / Block (CD) in the Cuttack District of Odisha.
@ashishsarangi
https://twitter.com/NathTusar/status/1338158177737527296?s=19

Tuesday, 8 December 2020

ପଳା ଟିଏ ମୁହିଁ

Sunday, November 22, 2020

ଘନଚେତନାର ଏଇ ଅମାର ଭିତରେ କ'ଣ କିଛି ଅଭାବ ଥିଲା

କେହିବି ଏଠି କଲେଜରେ ଦର୍ଶନ ପଢିନାହାନ୍ତି କିନ୍ତୁ ଜୀବନକୁ ବୁଝିବାକୁହେଲେ ଦର୍ଶନ ସହ ପରିଚୟ ଜରୁରୀ । ହେରାକ୍ଲିଟସ୍‌ଙ୍କଠାରୁ ଆରମ୍ଭ କରାଯାଉ। ସେ କହିଲେ ଯେ ତୁମେ ଗୋଟିଏ ନଦୀଭିତରେ ଦୁଇଥର ପ୍ରବେଶ କରିପାରିବ ନାହିଁ। ପାଣି ବୋହିଯାଇ ନୂଆ ପାଣି ଆସିଯାଇଥିବ ତେଣୁ ତାକୁ ସେଇ ନଈ ବୋଲି କହିହେବନି। ଶିଖିବା କଥା ହେଲା ସମୟର ନଈ ବହି ଚାଲିଛି।

ରୋଲାଣ୍ଡ ବର୍ଥଙ୍କର ରଚନାକର୍ତ୍ତାଙ୍କ ମୃତ୍ୟୁ ଏକ ପ୍ରସିଦ୍ଧ ପୁସ୍ତକ । ଲେଖା ସରିଲାପରେ ଲେଖକଙ୍କ ବିଶେଷକିଛି ଭୂମିକାନାହିଁ ବୋଲି ତାଙ୍କମତ କାରଣ ପାଠକମାନେହିଁ ବିଭିନ୍ନ ପ୍ରକାରର ଅର୍ଥ ନିରୁପଣକରନ୍ତି ତଥା ଅଲଗା ଅଲଗା ଶିକ୍ଷା ବା ପ୍ରେରଣା ଗ୍ରହଣକରନ୍ତି । ତେଣୁ କୌଣସିଲେଖାର ଗୋଟିଏ ନିର୍ଦ୍ଦିଷ୍ଟଅର୍ଥ ନିର୍ଦ୍ଧାରଣ କରାଯାଇପାରିବ ନାହିଁ

ହେଗେଲ୍ ଙ୍କୁ ନେଇ ତ ବିଭିନ୍ନ ପ୍ରକାରର ମତବାଦ କିନ୍ତୁ ନିକଟରେ ଭକ୍ତି ମାଧବ ପୁରି ଙ୍କ ଲିଖିତ ପୁସ୍ତକ ଆଇଡଲସ୍ ଅଫ ଦ ମାଇଣ୍ଡ ବିଜ୍ଞାନ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛି। କେତେଦୂର ତାଙ୍କ ଯୁକ୍ତିସବୁ ଗ୍ରହଣୀୟ ତା ଅବଶ୍ୟ ପ୍ରତ୍ୟେକ ପାଠକର ଦୃଷ୍ଟିକୋଣ ଉପରେ ନିର୍ଭର କରିବ କିନ୍ତୁ ଏକ ବିକଳ୍ପ ଚିନ୍ତାଧାରା ଭାବରେ ବହିଟି ସ୍ୱାଗତଯୋଗ୍ୟ ।

ହଁ, ଯେତେବେଳେ ହେଗେଲ୍ ଙ୍କ କଥା ପଡ଼ିଛି, ଆକାଶ ସିଂହ ରାଠୋର ଓ ରିମିନା ମହାପାତ୍ରଙ୍କ ଲିଖିତ ପୁସ୍ତକ ହେଗେଲ୍ସ ଇଣ୍ଡିଆ ବିଶେଷ ମହତ୍ତ୍ୱପୂର୍ଣ୍ଣ। ହେଗେଲଙ୍କ ଦର୍ଶନ ପଛରେ ଭାରତର ଅନୁପ୍ରେରଣା ଥାଇପାରେ ବୋଲି ଇଙ୍ଗିତକୁ ଏ ପର୍ଯ୍ୟନ୍ତ ଯଥାର୍ଥ ଆତିଥ୍ୟ ମିଳିନାହିଁ । ତେଣୁ ଦର୍ଶନ ଶାସ୍ତ୍ରରେ ମଧ୍ୟ ଉପଯୁକ୍ତ ବୈଶ୍ୱୀକରଣର ଆବଶ୍ୟକତା ରହିଛି।

ମାର୍କ୍ସଙ୍କ ଯୋଗୁ ହେଗେଲ୍ ଙ୍କୁ ତ ପ୍ରାୟ ସମସ୍ତେ ଜାଣିଥିଲେ କିନ୍ତୁ ତାଙ୍କ ସାଙ୍ଗ ତଥା ପ୍ରେରକ ଶେଲିଙ୍ଗ୍ ଙ୍କୁ ଅନେକେ ଭୁଲିଯାଇଥିଲେ । ବିଶ୍ଵବିଦ୍ୟାଳୟର ଚାରିକାଛ ଭିତରୁ ଦର୍ଶନଶାସ୍ତକୁ ବାହାରକୁ ଆଣିବାରେ କେନ୍ ୱିଲ୍‌ବର ଙ୍କ ଅବଦାନ ଅତୁଳନୀୟ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏକ ସଫଳ ସାକ୍ଷାତକାର ମଧ୍ୟ ତାଙ୍କ ମଧ୍ୟସ୍ଥତାରେ ସମ୍ଭବ ହେଲା।

ଷେଲିଂ ତାଙ୍କ ପରିଣତ ବୟସରେ ବର୍ଲିନ୍‌ରେ ଯେଉଁ ବକ୍ତୃତାମାଳା ପ୍ରଦାନ କରିଥିଲେ ଚିନ୍ତାଧାରାର ଇତିହାସରେ ତାର ଏକ ବିଶେଷ ମହତ୍ତ୍ଵ ରହିଛି କାରଣ ତତ୍କାଳୀନ ବହୁ ଦାର୍ଶନିକ ଯୋଗ ଦେଇଥିଲେ । କିକେଗଃ ମଧ୍ୟ ତାଙ୍କୁ ଏକ ସମାବଲମ୍ବୀ ଭାବରେ ବିବେଚନା କରିଥିଲେ । ଏହା ବ୍ୟତୀତ, ୱାଗନରଙ୍କ ଜରିଆରେ ନୀତ୍ସଃ ବି ପ୍ରଭାବିତ ହୋଇଥିବା ବେଶ୍ ଜଣାଶୁଣା।

ଗୋପବନ୍ଧୁ ଓ ନବକୃଷ୍ଣଙ୍କ ଭଣଜା ଜୀତେନ୍ଦ୍ରନାଥ ମହାନ୍ତି ସାରା ପୃଥିବୀରେ ଜଣେ ବିଖ୍ୟାତ ଦାର୍ଶନିକ ଭାବରେ ସ୍ୱୀକୃତି ପାଇଲେ, ଅଥଚ ଓଡ଼ିଶାରେ ତାଙ୍କ ନାଁ ମଧ୍ୟ କେହି ଜାଣିବାକୁ ସମର୍ଥ ହେଲେ ନାହିଁ। ଏତେ ବଡ ପ୍ରଚଣ୍ଡ ପ୍ରତିଭାର ଅଧିକାରି ଶ୍ରୀ ମହାନ୍ତି ତାଙ୍କ ଆତ୍ମଜୀବନିରେ ଅନେକ କିଛି ତଥ୍ୟ ଦେଇଛନ୍ତି ଯାହା ନିଶ୍ଚୟ ଅନୁପ୍ରାଣିତ କରିବ।

ସମାଜବାଦ ଭୁଷୁଡି ପଡିଲା ବୋଲି ସମସ୍ତେ ଯେତେବେଳେ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ, କିଶନ୍ ପଟ୍ଟନାୟକ ତୃତୀୟ ବିକଳ୍ପ ଅଛି ବୋଲି ଦମ୍ଭର ସହିତ ବିକଳ୍ପହୀନ ନୁହେଁ ଏ ଦୁନିଆଁ ନାମରେ ବହିଟିଏ ଲେଖିଥିଲେ । ରାଷ୍ଟ୍ରୀୟ ସ୍ତରରେ ୟୋଗେନ୍ଦ୍ର ୟାଦବ @_YogendraYadav ତାଙ୍କୁ ରାଜନୈତିକ ଗୁରୁ ହିସାବରେ ପ୍ରାୟ ମନେ ପକାନ୍ତି। ଓଡ଼ିଶାର ଗର୍ବ।

ଶିକ୍ଷା, ସଂସ୍କୃତି, ସମାଜ, ବିକାଶ, ଓ ଯାନ୍ତ୍ରୀକତା ଇତ୍ୟାଦି ସମ୍ବନ୍ଧରେ ଗଭୀର ଅନୁଶୀଳନ ପୂର୍ବକ ଅନେକ ଗୁଡିଏ ପୁସ୍ତକ ଲେଖିଛନ୍ତି ଅନନ୍ତ କୁମାର ଗିରି । ପ୍ରାଚ୍ୟ ତଥା ପାଶ୍ଚାତ୍ୟ ଦର୍ଶନର ସମନ୍ବୟରେ ବର୍ତ୍ତମାନର ଅନୁଭୂତିକୁ ପାଥେୟ କରି କିପରି ଭାବରେ ଏକ ସୁନ୍ଦର ଭବିଷ୍ୟତ ଗଢ଼ାଯାଇ ପାରିବ ତାହା ତାଙ୍କ ଗବେଷଣାର ନିରବିଛିନ୍ନ କନସର୍ଣ।

ପ୍ରସିଦ୍ଧ କବି ବିଦ୍ୟୁତପ୍ରଭା ଦେବୀ ଓ ଶିକ୍ଷାବିତ ପଞ୍ଚାନନ ମହାନ୍ତିଙ୍କ ସୁଯୋଗ୍ୟ ପୁତ୍ର ସଚିଦାନନ୍ଦ ମହାନ୍ତିଙ୍କୁ ନଚିହ୍ନେ କିଏ? କିନ୍ତୁ ତାଙ୍କଲିଖିତ ପୁସ୍ତକସବୁକୁ ପଢିବା ମଧ୍ୟ ଆବଶ୍ୟକ। ବିଶେଷକରି ଓଡ଼ିଶାରେ ନାରୀ ପ୍ରତିଭାର କ୍ରମବିକାଶ ଓ ଅଧୁନା ସ୍ଥିତି ପ୍ରଣିଧାନଯୋଗ୍ୟ । ବିଭିନ୍ନ ଖବରକାଗଜରେ ମଧ୍ୟ ତାଙ୍କ ଲେଖାର ବିପୁଳ ସମ୍ଭାର

ଅନ୍ୟଜଣେ ଜେପିଦାସ । ତାଙ୍କର ବହିମଧ୍ୟ ଜ୍ଞାନବର୍ଦ୍ଧକ 
https://t.co/otNhoVrg7C
ଦିନଥିଲା ସମ୍ବାଦରେ ଚିତ୍ତଭାଇଙ୍କର ସାପ୍ତାହିକ ସ୍ତମ୍ଭ ପ୍ରକାଶ ପାଉଥିଲା ଓ ବିଶ୍ଵକୁ ଗବାକ୍ଷ ପରେ ପୁସ୍ତକ ଆକାରରେ ମଧ୍ୟ ପ୍ରକାଶିତ ହୋଇଛି । ତାଙ୍କର ପ୍ରସଂଶକ ତ ଅନେକ କିନ୍ତୁ ତାଙ୍କ ଇଙ୍ଗିତକୁ ବୁଝି, ଗାଳିମନ୍ଦ ଖାଇ ସବୁ ହଜମକରି, ପୁଣି ଏକ ସୁହୃଦ ହେବାପାଇଁ ସାମର୍ଥ୍ୟ କେତେଜଣଙ୍କର? ସାହିତ୍ୟ ଓ ଚିନ୍ତାଶୀଳତାର ସେପରି ସମନ୍ବୟ କ୍ଵଚିତ

ସବୁ ଜିନିଷର ସ୍ଥୁଳ, ସୂକ୍ଷ୍ମ, ଓ କାରଣ ଏହି ତିନୋଟି ସ୍ଥିତି ଥାଏ ବୋଲି ସମସ୍ତେ ଜାଣନ୍ତି । ତଥାପି ଅନେକ ସମୟରେ ବାହ୍ୟରୂପରୁ ଦୃଷ୍ଟି ଅପସାରିତ କରିବାକୁ କୁଣ୍ଠା ଦେଖାଯାଇଥାଏ । ଏହା ସ୍ୱାଭାବିକ କିନ୍ତୁ ଶିକ୍ଷାର ସବୁଠୁଁ ବଡଦଗ ହେଉଛି ଆସ୍ବାଭାବିକତା ଆଡ଼କୁ ଅଗ୍ରସର ହେବାର ଏକ ବାଧ୍ୟବାଧକତା ଅଭ୍ୟାସରେ ପକେଇବା । ସେତିକି ହିଁ ଭିକ୍ଷା ।

ଆମେ ସମସ୍ତେ ପରମ୍ପରା ବା ଗତାନୁଗତିକାର ଦାସ। ଅନେକଙ୍କର ଶିକ୍ଷା ବା ବୃତ୍ତିବି ତାରି ମଧ୍ୟରେ ସିମିତ । କିନ୍ତୁ ସେ ଶୃଙ୍ଖଳକୁ ଭାଙ୍ଗି ଏକ ଚଳଚଞ୍ଚଳ ତଥା ସୃଜନାତ୍ମକ ପରିବେଶକୁ ଝାମ୍ପଦେବାର ସାହାସର ନାମ ହିଁ ବିପ୍ଲବ। ସୂକ୍ଷ୍ମ ଉପରେ ଭରସାହିଁ ଏହାର ମୂଳଦୁଆ। କିନ୍ତୁ ଏକ ବେପରୁଆ ଭାବ ପରିବର୍ତ୍ତେ କାରଣକୁ ସ୍ଥାୟୀ ବୋଲି ମାନି ନେଲେ ଭଲ ।

ସେହି ପରମକାରଣ ବା ପରମରସ ଏତେ ରହସ୍ୟପୂର୍ଣ୍ଣ ଯେ ତାର ଖିଏ ମାତ୍ର ତତ୍ତ୍ଵ ଆଜି ପର୍ଯ୍ୟନ୍ତ ଆବିଷ୍କାର କରାଯାଇପାରିଲାନାହିଁ । ତଥାପି ଅନେକେ ଭାବକୁ ନିକଟ ବୋଲି ସାନ୍ତ୍ବନା ପାଆନ୍ତି। ଘନଚେତନାର ଏଇ ଅମାର ଭିତରେ କ'ଣ କିଛି ଅଭାବ ଥିଲା ଯେ ମଣିଷ ମସ୍ତିସ୍କ ଭଳି ଚିନ୍ତାର ଏକ କାରଖାନା ଖୋଲିବାର ଦରକାର ପଡିଲା ବୋଲି ଥୋକେ ପ୍ରଶ୍ନ କରନ୍ତି ।

ନାଚର ଉଦାହରଣ ନିଆଯାଉ । ହାତଟିକୁ ପ୍ରସାରଣ କରାଯିବ ପୁଣି ଫେରେଇ ଅଣାହେବ; ତାପରେ ପୁଣି ଆରହାତ। ଏଇ ପ୍ରସାରଣ ଓ ସଙ୍କୋଚନର ଲଗାତାର ପ୍ରକ୍ରିୟାହିଁ ସୃଷ୍ଟିର ସୂତ୍ର । ବୋଧହୁଏ ପେଣ୍ଡୁଲମର ଦୋଳି ଖେଳିବା ପରି I ତଥାପି ବି କୌଣସି ସଠିକତା ନାହିଁ। ବିଜ୍ଞାନ ମଧ୍ୟ ବିଫଳକାମ। ତେଣୁ ନିଜ ଉପରେ ବିଶ୍ୱାସ ରଖିବା ଏବଂ ଅନ୍ଧଭଳି ନଚାଲିବା ଉଚିତ୍ I

ଏଇଠି ପ୍ରଶ୍ନଉଠିବ ଯେ ଏତେସବୁ ଗହିରିଆ କଥାରେ ମୁଣ୍ଡଖେଳେଇ ଲାଭ କଣ ? ଜୀବନ ସମ୍ବନ୍ଧରେ ଯେମିତି ସମସ୍ତେ ବ୍ୟସ୍ତ ଜୀବନର ସତ୍ୟ କ'ଣ ତା ସଠିକ ଭାବେ ଜାଣିବାକୁ ଚେଷ୍ଟା କରିବା ଆଦୌ ଉଦ୍ଭଟ ନୁହେଁ। ପ୍ରକୃତରେ ଦେଖିବାକୁ ଗଲେ ଏହା ହେଉଛି ଆଲୋକର ସନ୍ଧାନ, ଆନନ୍ଦର ସନ୍ଧାନ, ଅମୃତତ୍ଵର ସନ୍ଧାନ | ଭାରତରେ ବେଦଗ୍ରନ୍ଥ ଏହି ସନ୍ଧାନର ଅମରସାକ୍ଷୀ।

ବେଦ ନାଁ ଶୁଣି ଡରିବାର କୌଣସି କାରଣ ନାହିଁ। ଇନ୍ଦ୍ର ହେଉଛନ୍ତି ପଞ୍ଚଇନ୍ଦ୍ରିୟଙ୍କ ଉପରେ ରାଜା। ତାମାନେ ଇନ୍ଦ୍ର ଅର୍ଥ ମନ । ଗୋ ମାନେ ଆଲୋକ । ଯେମିତି ଗୋଲୋକ, ଗୋମତି ବା ଗବେଷଣା । ବୃତ୍ର ହେଲା ଅଜ୍ଞାନର ସର୍ପ ଯିଏ ଗୋ ମାନଙ୍କୁ ଲୁଚାଇ ରଖିଛି। ଇନ୍ଦ୍ର ବୃତ୍ରକୁ ହତ୍ୟାକରି ଗୋମାନଙ୍କୁ ଉଦ୍ଧାର କରିବେ, ଅର୍ଥାତ ମନ ଜ୍ଞାନକୁ ହାସଲ୍ କରିବ

ଏହି ସାରାଂଶରୁ ସ୍ପଷ୍ଟ ହେବ ଯେ ଜ୍ଞାନ ଆହରଣ ପାଇଁ ଅହରହ ଯୁଦ୍ଧ କରିବାକୁ ପଡିବ। ଆମେ ଇନ୍ଦ୍ର ବା ମନ ସ୍ତରରେ ଅଛୁ, ତା ବି ସମ୍ପୁର୍ଣ୍ଣ ଭାବରେ ନୁହେଁ। ତଳେ ଦେହ ଓ ପ୍ରାଣ ସ୍ତର ମନକୁ ସ୍ଵାଧୀନ ରୂପେ କାମ କରିବାକୁ ଦେଉନାହାନ୍ତି। ସେମିତି ମନର ଉପରେ ମଧ୍ୟ ଚେତନାର ବିଭିନ୍ନ ସ୍ତରକୁ ଆରୋହଣ କରିବାର ଆହ୍ୱାନ #SriAurobindo ସୂଚାଇଛନ୍ତି ।

ହଜାର ବର୍ଷ ଧରି ବେଦକୁ ପୂଜା ପଦ୍ଧତି ମଧ୍ୟରେ ସିମିତ କରିଦିଆଯାଇଥିଲା କିନ୍ତୁ ତାର ସାଙ୍କେତିକ ଅର୍ଥହିଁ ଯଥାର୍ଥ ଆଭିମୁଖ୍ୟ ଦର୍ଶାଇଥାଏ । କୌଣସି ବାହ୍ୟକର୍ମ ବିନା ବେଦର ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କରିବା ଓ ଅନ୍ତର ମଧ୍ୟରେ ଚେତନାର ସୋପାନକୁ ଆରୋହଣ କରିବା ପାଇଁ ଆସ୍ପୃହା ରଖିବାହିଁ ହେଲା ବେଦସାଧନା । ଏପରିକି କେବଳ ସ୍ମରଣମଧ୍ୟ ଉପାଦେୟ ।

ରୁଟି ଆଉ ଚାନ୍ଦ କୁଆ ଓ କପୋତ
ଆଙ୍ଗୁଠି କି ଜହ୍ନ ବୀର ଅବା ପଶୁ
କେବେ ନୀଳବର୍ଣ୍ଣ କେବେ ଗେରୁବସ୍ତ୍ର
ମୟୂରର ପୁଛ ସୁନାର ମିରିଗ

ମନୁଆ ପାଣୁଆ ଓଧ ବଣଭୂଆ
ଦିହଟିତ ଗଧ ବୁଲୁଛନ୍ତି ଭୁଆଁ
ଶୋଷେ ତଣ୍ଟି ଅଠା ମୂଷାଙ୍କ ଦଉଡ
ତଣ୍ଟିକଟା ବିଦ୍ୟା ଘୋଡାଙ୍କ ଦଉଡ

ସାପସିଡି ଖେଳ ଝାଳନାଳ ହୋଇ
ସୁଗନ୍ଧରେ ବାଇ ଅଥା ଧାଇଁ ଧାଇଁ
ପାଶୋରା ଠିକଣା ଖୋଜି ବାଟବଣା

ଅର୍ଥମାନେ ପରିଭାଷା ସରଳୀକରଣ
ଅପରିଚିତ ସହିତ ଆଦାନପ୍ରଦାନ
ସମ୍ପତ୍ତିଭ ରାସିନ୍ଦୁକ ଖୋଲିବା ପ୍ରୟାସ
ବିଦେଶୀ ପରିବା ସ୍ଵାଦ ଚାଖିବା ଅଭ୍ୟାସ

ଅର୍ଥମାନେ ଅନୁବାଦ ଶବ୍ଦଜାଲ ବୁଣା
ନବବସ୍ତ୍ର ପରିହିତା ନବବଧୂ ଅଣା
ଆଦ୍ୟପ୍ରାନ୍ତ ବିମିଶ୍ରିତ ଭିନ୍ନ ଏକସ୍ଵର
ଚିତ୍ରପଟ ତୋଳେ ଯେହ୍ନେ ଛବି ନାୟିକାର

ଅର୍ଥମାନେ ଇତିହାସ ଠାରୁ ଅନାଗତ
ନିଅଣ୍ଟ ପଡନ୍ତି ସହୃଦୟତ ଜାଗ୍ରତ

ଅର୍ଥମାନେ ପିଲାଦିନ କିତିକିତି ଖେଳ
ଦୂରନ୍ତ ଦିଗନ୍ତ ଛୁଇଁବାର ଅଟକଳ
ଅଭିସାରିକା ଭାବରେ ଭାବ ଲୁଚକାଳି
ଜିତିବାକୁ ହେବ ତାକୁ ଖେଳି ବୋହୂଚୋରି

ଅର୍ଥମାନେ ଭାଙ୍ଗି ଗଢିବାର ଅଧିକାର
ସନ୍ତୁଳିତ ତୂଳିଭଳି ଚିତ୍ର ଆଙ୍କିବାର
ଖୋଜିବାକୁ ଅହରହ କବିର ଚଞ୍ଚକ
ଅସୀମର ପଥେ ପଠାଇବାକୁ ପାଠକ

ଅର୍ଥମାନେ ଅଙ୍ଗୀକାର ଅର୍ଦ୍ଧ ଇଙ୍ଗିତକୁ
ଅନନ୍ତ ସୃଜନଶୀଳ ପ୍ରପଞ୍ଚ ବ୍ୟାଖ୍ୟାକୁ

ସକଳ ସକାଳ ଆଲୋକ ବିକଳ
ସରସ ସୁନ୍ଦର ଗଛରବକ୍କଳ
ଭିତରରମିଛ ସବୁକରିପଛ
ଆଜିରଆସ୍ପୃହା ସବୁକିଛିସ୍ୱଚ୍ଛ

ପକ୍ଷୀଙ୍କରକଳ ଜନକୋଳାହଳ
ଭାବକୁନିକଟ ଭାଷାହଳାହଳ
ଖୋଜିବାରନିଶା ଅଙ୍କୁରେ ପ୍ରତ୍ୟାଶା
ଆଶାରସଞ୍ଚୟ ମନବିନିମୟ

କାମନା ସୀମାନ୍ତ ଅଭିଳାଷଅନ୍ତ
ବିଶଦବର୍ଣ୍ଣନା ହୁଏତ ବିଷଦ
ସୁନ୍ଦରତା ତେଣୁ ସଂକ୍ଷିପ୍ତ ସୀମିତ
ସମଗ୍ର ସିନ୍ଧୁତ ବିନ୍ଦୁରେ ବନ୍ଧିତ

ପ୍ରଥମ କଥା ହେଲା ଗହଳି ଏତେ ଯେ ତା ଭିତରେ ଧୁଆମୂଳା ଅଧୁଆମୂଳା ସବୁ ସମାନ ଭଳି ଜଣାପଡନ୍ତି । କିନ୍ତୁ ସେଇଠି ତ ଅସଲି ପରୀକ୍ଷା । ସେଥିରେ ମୋର କ'ଣ ଯାଏ ଆସେ ଅଛି, ଇଏ ହେଲା ଆଉ ଗୋଟିଏ ବେମାରି । କିରେ, କାହାର ଯଦି କୋଉଥିରେ କିଛି ଦବାର ବା ନବାର ନଥାନ୍ତା ତାହେଲେ ନବେ ଭାଗ ଲୋକ ମେଣ୍ଢାପଲ ପରି କାହାନାକାହା ପଛରେ ଗୋଡ଼େଇଛନ୍ତି କାହିଁକି? https://t.co/XBRRy3mw6l

ଗୁଣଚିହ୍ନେ ଗୁଣିଆ ବା ଯେପକ୍ଷୀ ଉଡ଼େ ଯେତେଦୂର ଏସବୁ କଥା ତ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ କାର୍ଯ୍ୟରେ ପରିଣତ କରିବାର ଇଛା ବା ସାମର୍ଥ୍ୟ କମ୍ । କଥାଟା ଯଦି ବ୍ୟକ୍ତିଗତ ହେଇଥାନ୍ତା ତାହେଲେ କାହାର କିଛି କହିବାର ନଥିଲା। କିନ୍ତୁ ଶୋଇଲାପୁଅର ଭାଗ ନାହିଁ ଭଳି ପୁରାଜାତି ଶୋଇରହିବାଟା ଏକ ସାମୂହିକ ବିପର୍ଯ୍ୟୟ । ତେଣୁ ସଚେତନତା ଆବଶ୍ୟକ।

ଦାନାରତୋବଡା ଯେ ମୁହଁରେ ବନ୍ଧା ରହିବନାହିଁ ଏକଥା ଆଶାକରିବା ବୃଥା। ସ୍ୱାର୍ଥ ନିଶ୍ଚୟରହିବ କିନ୍ତୁ ଆକର୍ଷଣ ଏକ ଉଚ୍ଚତରବଳୟର ଥିବ I ସ୍ଵାର୍ଥରଦୁଇଟିଭାଗ ସ୍ବ ଏବଂ ଅର୍ଥ; ସ୍ବ ତ ସହଜଜିନିଷ ନୁହେଁ, ଶରୀରରୁ ବିଶ୍ଵ ପୁଣି ସ୍ୱର୍ଗଯାଏ ନିଶୁଣି ଲମ୍ବିଛି । ସେମିତି ଅର୍ଥ ହେଲା ଟଙ୍କାଠାରୁ ସବୁ ଅଙ୍କାବଙ୍କା ରାସ୍ତାଦେଇ ଅବାକ୍ ବା ତଟସ୍ଥ ଯାଏ।

ଚବିସ ଗୁରୁବି ଯଥେଷ୍ଟ ନୁହଁନ୍ତି ଯଦି ବୁଦ୍ଧିରେ ଚର୍ବି ବାନ୍ଧି ଯାଏ। ଦିନେ ନ ଖାଇଲେ କ'ଣ କିଏ ମରିଯିବ? ନାଁ କିନ୍ତୁ ଗୋଟାଏ ଶୃଙ୍ଖଳାର ଅବଦାନ ବହୁତ। ସେଇଥିପାଇଁ ପ୍ରତିଦିନ କିଛି ପଢିବାର ଆବଶ୍ୟକତା, ଖାଲି ପାରାୟଣ ନୁହେଁ। ହେଲେ କ'ଣ ପଢିବା? ଯାହା ନିଜର ଇଛା ବା ଯୋଉଟା ଭଲ ଲାଗିବ I ନାଁ ରୋଗୀ ନିଜେ ତାର ଔଷଧ ସ୍ଥିର କରିବା କ'ଣ ସଙ୍ଗତ?

ବଙ୍ଗଳାଭାଷା ସହିତ ତ ଅଳ୍ପେବହୁତେ ପରିଚୟ ରହିଛି କିନ୍ତୁ ତେଲୁଗୁ ଆମର ପଡୋଶୀ ହୋଇଥିବା ସତ୍ତ୍ୱେ ମଧ୍ୟ ତାଙ୍କର କୌଣସି ଗୋଟିଏ ଗୀତରୁ ଟିକିଏବି କିଛି ବୁଝିନହେବା ବଡ କଷ୍ଟଦାୟୀ । ଏଇ ପ୍ରାଚୀରଟି ଯେ ଜୀବନରେ ପାର କରିହେବ ନାହିଁ ଏହା ଏକ ଶୋଚନାର ଉତ୍ସ । ଦକ୍ଷିଣର ପଞ୍ଚୋଟିଯାକ ଭାଷା କେଡେ ଋଦ୍ଧିମନ୍ତ ଅଥଚ ବେଲପାଚିଲେ କାଉର କିବା ଯାଏ ଆସେ? https://t.co/I43PmDN1iA

"ମୁଁ ତାଙ୍କ ସହିତ କଥା ହେଉଥିଲି" ଏଇଟା ଠିକ୍ ଓଡ଼ିଆ ନୁହେଁ ବୋଲି ତ ମୁଁ ଆଗରୁ କହିଛି। ସେମିତିଆ "ଆମେ ସମସ୍ତେ ଯେଉଁମାନେ ଏଠାକୁ ଆସିଛନ୍ତି" ସେଇଟା ମଧ୍ୟ ଭୁଲ । ଆସିଛୁ ଯାଗାରେ ଆସିଛନ୍ତି କିନ୍ତୁ ବେଶ୍ ପ୍ରଚଳିତ ହୋଇଗଲାଣି। ତାଛଡା, ପ୍ରେମଗୀତ ମାନଙ୍କରେ ତୁମେ ପ୍ରାୟ ଲୋପପାଇଯିବା ଓ ତୁ ହିଁ ଆତ୍ମୀୟତାର ଯଥାର୍ଥ ପରିଚାୟକ ହେବା ଦୁଃଖଦ।

ଭାଷାର କେତେ ପରିବର୍ତ୍ତନ ଘଟୁଛି ତା ତ ମାପିବା କଷ୍ଟ କିନ୍ତୁ ଓଡ଼ିଆ ଯେ ମୂଳପୋଛ ହୋଇଯିବ ତା ମିଛ। ହେଲେ ଏହା ଯେ କେବଳ ଓଡ଼ିଶା ଭିତରେ ସୀମିତ ରହିବ ସେ କଥା ନୁହେଁ। ଯିଏ ଯେଉଁଠି ଅଛି ସେ ସେହି ଅନୁସାରେ ଭାଷାର ସେବା କରିବେ। ମିଶ୍ରଣ ତ ରୋକି ହବନି ତଥାପି ଷାଠିଏଦଶକର ସିନେମାଗୁଡ଼ିକର ଭାଷାକୁ ଏକ ମାପକାଠି ଭାବରେ ରଖିବା ମହତ୍ୱପୁର୍ଣ୍ଣ ।

ବିକାଶ ଦାସଙ୍କ ନିଜକଥା ଶୁଣିଲି। ବହୁତ ଶିକ୍ଷାପ୍ରଦ ଓ ବିଶେଷଭାବରେ ସେ ମୋର ସମସାମୟିକ ହୋଇଥିବା ଯୋଗୁ ଏକପ୍ରକାର ଚମକପ୍ରଦ। ଶିଖିବା ପାଇଁ କେତେକଷ୍ଟ କରିଛନ୍ତି ସେ। ମୁଁ ଅବଶ୍ୟ ତାଙ୍କ ଗୀତ ବେଶୀ ଶୁଣିନାହିଁ କିନ୍ତୁ ଏବେ ଚେଷ୍ଟାକରିବି। ଜଣେ ସ୍ରଷ୍ଟାଭାବରେ ତାଙ୍କ ଦାମ୍ଭିକତାପାଇଁ ତାଙ୍କୁ ଅନେକ ଶୁଭେଚ୍ଛା ।
https://t.co/KdMs4gUSsP

ଏକଦା ପ୍ରଣବ ପଟ୍ଟନାୟକଙ୍କର ସବୁଠୁଁବେଶୀ ଲୋକପ୍ରିୟ ରେଡିଓଗୀତଟି ଆଜିକିନ୍ତୁ ଶୁଣିବାକୁମିଳୁନି | ଏହିଗୀତଟିକୁ ତାଙ୍କକଣ୍ଠରେ ଶୁଣିବା ତଥା ସାଇତିରଖିବା ନିମନ୍ତେ କେହିଟିକେ ଚେଷ୍ଟାକରିବାର ଆବଶ୍ୟକତା ନିଶ୍ଚୟ ରହିଛି | ତାଛଡା, ଏହିଗୀତଟିର ଲିରିକ୍ସମଧ୍ୟ ବେଶ୍ ଚମତ୍କାର
"ଏଇ ସାତରଙ୍ଗ ମିନାକରା ଆକାଶର ମୁଦିରେ"
https://t.co/r2GEWx5A9h

ଆମସମସ୍ତଙ୍କର ଓଡ଼ିଆପ୍ରୀତିତ ନିଶ୍ଚୟରହିଛି କିନ୍ତୁ ରାଜନୀତି ବା ଅନ୍ୟାନ୍ୟ ମନଫଟାଫଟିର ଉର୍ଦ୍ଧ୍ୟକୁଉଠି ଯଦି କିଛି ଅଳ୍ପକେତୋଟି ଛୋଟଦିଗରେ କାର୍ଯ୍ୟ କରାଯାଇପାରନ୍ତା, ତେବେ ବହୁତ ବଡକଥା ହୁଅନ୍ତା । ଯେମିତିକି, ଓଡ଼ିଆରେ ବିଭିନ୍ନ ଖବରକାଗଜରେ ଶିଳ୍ପୀ ଓ କଳାକାରମାନଙ୍କ ସମ୍ବନ୍ଧରେ ପ୍ରକାଶିତ ହେଉଥିବା ଲେଖାସବୁର ଇଂରାଜୀଅନୁବାଦ କରିବା ।

ଭାରତରେ ଏକ ମୁଖ୍ୟ ସମସ୍ୟା ହେଉଛି, ବିଦ୍ୟାଳୟ ଛାଡିବା ପରେ ଲୋକମାନେ କ୍ରମାଗତ ଭାବରେ ଓଜନ କରିବାକୁ ଚେଷ୍ଟା କରନ୍ତି ଯେ ଇତିହାସର ହିରୋମାନଙ୍କ ମଧ୍ୟରେ କିଏ ଭଲ ବା ବଡ଼ | ଏହା ସହଜ କାର୍ଯ୍ୟ ନୁହେଁ କାରଣ ଲୋକଙ୍କ ଦୃଷ୍ଟିକୋଣ ଅଞ୍ଚଳ, ଧର୍ମ, କିମ୍ବା ରାଜନୀତି ଉପରେ ଆଧାରିତ | ଶ୍ରୀଅରବିନ୍ଦଙ୍କ ଲେଖାଗୁଡ଼ିକ ଆବଶ୍ୟକୀୟ ମାର୍ଗଦର୍ଶନ କରେ |

ଜୀବନସଙ୍ଗ୍ରାମ କଥାତ ଛାଡ
ପାଣିପାଗସହିତ ଯୁଦ୍ଧକରିବାହିଁ ସବୁଠୁଁ ଦୁରୂହବ୍ୟାପାର
ଆଜିଖରାତ କାଲିମେଘୁଆ
କେତେବେଳେ କୁହୁଡ଼ିଆ ଅବା ଆଉକେତେବେଳେ ଧୂଳିଆ
ଏମିତି ବାରମାସଯାକ ପ୍ରତିଦିନର ଖେଳ ନୂଆନୂଆ
ପତଳାଚଦରଖଣ୍ଡେବି କେତେବେଳେ ଗରମଲାଗିବ
ଆଉକେତେବେଳେ ଫ୍ୟାନବନ୍ଦ୍ କରିବାକୁ ରାତିରେନିଦଭାଙ୍ଗିଯିବ
ଏଇସବୁହିଁହେଲା ନିତିଦିନିଆ ପାଲା
[୧୮୧୧୨୦]

Sunday, 6 December 2020

ସମନ୍ବୟ କରିବାର ଭାର ଶ୍ରୀଅରବିନ୍ଦଙ୍କ ଉପରେ

ଶ୍ରୀଅରବିନ୍ଦଙ୍କ ପ୍ରସିଦ୍ଧ ନାଟକ ବାସବଦତ୍ତା

ଆକାଶବାଣୀ କଟକ କେନ୍ଦ୍ରର ସୌଜନ୍ୟରୁ

ନାଟକଟି ଶୁଣିଲା ବେଳେ #ବାସବଦତ୍ତା ତାଙ୍କ ମା'ଙ୍କୁ ବୁଝିନପାରିବାର ସଂଳାପଟି ସାମାନ୍ୟ ଆସାମାନ୍ୟ ମନେ ହେଲା । ପୂର୍ବରୁ ତାଙ୍କର ରାଜାଙ୍କ ସହ କିଛିଟା ଅସହମତି ଅପ୍ରକାଶ୍ୟ ରହୁଥିବାର ସ୍ଵଗତୋକ୍ତି ବି ଥିଲା । ଆଜିର ରାଜନୀତିରେ ମଧ୍ୟ ଅନୁରୂପ ଅବସ୍ଥା । ସାମାଜିକ ବିଧିବ୍ୟବସ୍ଥାରେ ମହିଳାମାନଙ୍କ ସ୍ଵର ଝଙ୍କୃତ ହେବାର ସଂସ୍କୃତି କାହିଁ ?

ସାମାଜିକ ଗଣମାଧ୍ୟମଯେ ସାହିତ୍ୟର ବୀଜ ବୁଣିପାରେ ଏହି ନୂତନ ପୁସ୍ତକଟି ତାର ନିଦର୍ଶନ । ଭୁବନେଶ୍ବର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଶିବଶକ୍ତି ଓ ମହାନ୍ତି ପୁସ୍ତକାଳୟ ତଥା ଆମାଜନ୍‌ରେ ଉପଲବ୍ଧ । #ଓଡ଼ିଆସାହିତ୍ୟ

ମିଛ ଏ ବନ୍ଧନ ଗୀତ ତ ନିର୍ମଳା ମିଶ୍ରଙ୍କ ସହିତ ! ସୂର୍ଯ୍ୟବାବୁଙ୍କ ଆଖିରେ କ'ଣ ପଡ଼ିନାହିଁ? ଯାହାହେଉ, ବହୁତ୍ ସୁନ୍ଦର ସାକ୍ଷାତକାର । ପ୍ରଣବଙ୍କୁ ପ୍ରଣାମ ।


ଶ୍ରୀଅରବିନ୍ଦଙ୍କୁ ଏଭଳି ଭାବରେ ସର୍ବୋଚ୍ଚ ସ୍ତରରେ ସ୍ମରଣ କରାଯିବା ନିଶ୍ଚିତ ଭାବରେ ପ୍ରଥମ । ଦେଶର ଯୁବଶକ୍ତି ଏହି ସନ୍ଧିକ୍ଷଣର ଯଥାର୍ଥ ଲାଭ ଉଠାଇ ପାରିବ ବୋଲି ଆଶା । ତୁଷାରନାଥ ମହାପାତ୍ର

ସାବିତ୍ରୀ ଇରା ଲର୍ଣ୍ଣି ଫୋରମ

୯୬୫୦୦-୬୫୬୩୬

ଗାଜିଆବାଦ

୨୯.୧୧.୨୦

#ଶ୍ରୀଅରବିନ୍ଦ

#SriAurobindo

#MannKiBaat

ଅତ୍ୟନ୍ତ ହର୍ଷର ବିଷୟ ଯେ ଶିକ୍ଷାମନ୍ତ୍ରୀ @DrRPNishank ଶ୍ରୀଅରବିନ୍ଦଙ୍କ ବିଷୟରେ ପୁସ୍ତକଟିଏ ଲେଖିଛନ୍ତି । ସରକାରୀ ସହଯୋଗରେ ଏହି ବହିଟି ଘରେ ଘରେ ପହଞ୍ଚିପାରିବ ବୋଲି ଆଶା । ଇତିହାସ ପୁସ୍ତକମାନଙ୍କରୁ #ଶ୍ରୀଅରବିନ୍ଦ ଙ୍କୁ ନିର୍ବାସିତ କରି ଦିଆଯାଇଥିବା ଯୋଗୁ ଯେଉଁ କ୍ଷତି ହୋଇଛି ତାହା ଏହାଦ୍ବାରା ନିଶ୍ଚତଭାବେ ଭରଣା ହୋଇ ପାରିବ ।

ପ୍ରଧାନମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀଙ୍କର ସାମାନ୍ୟ ଇଙ୍ଗିତ ଦ୍ଵାରା ଆଜି ସାରା ଭାରତ #ଶ୍ରୀଅରବିନ୍ଦ ଙ୍କୁ ତାଙ୍କ ୭୦ତମ ଶ୍ରାଦ୍ଧବାର୍ଷିକୀରେ ସମ୍ମାନର ସହ ମନେ ପକାଇଲା ବୋଲି କୁହାଯାଇ ପାରିବ । ଏ ନିଶ୍ଚିତ ଭାବରେ ଏକ ଐତିହାସିକ ମୁହୂର୍ତ୍ତ । ଅବଶ୍ୟ ତାଙ୍କ ବକ୍ତବ୍ୟ ଓ ବର୍ଣ୍ଣନଦୀକୁ ଠିକ୍ ଭାବେ ବୁଝିବାର ଯେଉଁ ଆହ୍ଵାନ ତା ବହୁ ଦୂରରେ ।

ଟ୍ଵିଟରରେ କେତେକ ରାଜା ରାମମୋହନ ରାୟଙ୍କ ଉପରେ ଆକ୍ଷେପ କରନ୍ତି ବିଶେଷ କରି ସେ ଧର୍ମାନ୍ତରଣ କରିଥିଲେ ବୋଲି କିନ୍ତୁ ଚୈତନ୍ୟଙ୍କ ପରେ ସମାଜ ତଥା ଧର୍ମାନୁଷ୍ଠାନ ମାନଙ୍କରେ ଯେଉଁ ବିଭ୍ରାଟ ସବୁ ପଶିଯାଇଥିଲା ସେ ସବୁର ମୂଳୋତ୍ପାଟନ ପାଇଁ ରାମମୋହନଙ୍କ ବିଭିନ୍ନ ପଦକ୍ଷେପ ସବୁ ଔଷଧ ସ୍ଵରୂପ ଥିଲା । ଏହାର ତତ୍କାଳୀନ ମହତ୍ତ୍ଵ ବୁଝିବା ଦରକାର ।

ବ୍ରହ୍ମସମାଜର ପ୍ରଭାବରେ ବିଭିନ୍ନ ପ୍ରକାରର ସାମାଜିକ, ସାସ୍କୃତିକ, ଓ ଧର୍ମ ସମ୍ବନ୍ଧୀୟ ପରୀକ୍ଷା ନିରିକ୍ଷା ତଥା ପରିବର୍ତ୍ତନର ତରଙ୍ଗ ସୃଷ୍ଟିହେଲା ସମ୍ପୂର୍ଣ୍ଣ ଉନବିଂଶ ଶତାବ୍ଦୀ ଧରି । ଶ୍ରୀଅରବିନ୍ଦଙ୍କ କାର୍ଯ୍ୟ ଥିଲା ସେହି ଶତାବ୍ଦୀର ବିଭିନ୍ନ ଭୁଲକୁ ସଜାଡିବା । ତାସାଙ୍ଗରେ ବିଜ୍ଞାନର ନୂତନ ଆବିଷ୍କାର ସହିତ ସଂଗତି ସ୍ଥାପନ କରିବା ।

ପୁଦୁଚେରୀ ଅବସ୍ଥାନ କାଳରେ ଶ୍ରୀଅରବିନ୍ଦ #ଆର୍ଯ୍ୟ ନାମକ ଏକ ମାସିକ ପତ୍ରିକା ଆରମ୍ଭ କଲେ ଯାହା ସାଢେ ଛଅ ବର୍ଷ ଧରି ଚାଲିଲା । ୧୯୧୪ ମସିହା ଅଗଷ୍ଟ ମାସରୁ ୧୯୨୧ ଜାନୁଆରୀ ପର୍ଯ୍ୟନ୍ତ । ପ୍ରାୟ ସମସ୍ତ ଲେଖା #ଶ୍ରୀଅରବିନ୍ଦ ନିଜେ ଲେଖୁଥିଲେ ଯାହା ତାଙ୍କର ବିଭିନ୍ନ ପୁସ୍ତକ ଆକାରରେ ଚାଳିଶ ଖଣ୍ଡରେ ଉପଲବ୍ଧ ।

https://t.co/UAstfWh0dy

ଶ୍ରୀଅରବିନ୍ଦ ସ୍ପଷ୍ଟ ଭାବରେ ଶହେ ବର୍ଷ ତଳେ କହିଲେ ଯେ ସାଧାରଣ ଭାବରେ ଯେଉଁସବୁ ଜିନିଷ ଶିକ୍ଷା ଦିଆଯାଉଛି ସେଥିରେ ମିଥ୍ୟା ଅନେକ । ବେଦଠାରୁ ଆରମ୍ଭ କରି ଇତିହାସ, ଦର୍ଶନ, ତଥା ବିଜ୍ଞାନ ପର୍ଯ୍ୟନ୍ତ ସବୁଥିରେ ଅସତ୍ୟ ଅଛି । ସେଇଥିପାଇଁ, ଜିଜ୍ଞାସା ଓ ସତର୍କତା ଲୋଡା । ପ୍ରତ୍ୟେକ କଥା ଠିକ୍ ଭାବେ ବୁଝିବା ପାଇଁ ମନର ଅନବରତ କସରତ ଦରକାର ।

କେଶବଚନ୍ଦ୍ର, ଦୟାନନ୍ଦ, ଓ ବିବେକାନନ୍ଦ ପାରମ୍ପରିକ ଜ୍ଞାନକୁ ମନ୍ଥନ କରିଥିଲେ କିନ୍ତୁ ସେ ସବୁକୁ ସମନ୍ବୟ କରିବାର ଭାର ଶ୍ରୀଅରବିନ୍ଦଙ୍କ ଉପରେ ପଡିଲା । ତାଛଡା, ସ୍ଵଦେଶୀ ଆନ୍ଦୋଳନ ସମୟରେ ପ୍ରଚୁର ନୂଆ ଶକ୍ତି ଓ ସାମର୍ଥ୍ୟର ଅଭ୍ୟୁଦୟ ହେଲା । ଏ ସମସ୍ତ ସମ୍ବଳର ନିଷ୍କର୍ଷ ଆର୍ଯ୍ୟ ପତ୍ରିକା ପୃଷ୍ଠାରେ ଲିପିବଦ୍ଧ ହେଲା ।

୨୩) ମୁଖ୍ୟ ପୁସ୍ତକ ଦିବ୍ୟ ଜୀବନରେ ଶ୍ରୀଅରବିନ୍ଦ ବହୁ ଜ୍ଞାନସ୍ରୋତର ସମନ୍ବୟ କରିଛନ୍ତି । ତାଙ୍କ ପୂର୍ବରୁ ନୀତ୍ସଃ ଉର୍ଦ୍ଧମାନବ ବୋଲି ଯେଉଁ ପରିକଳ୍ପନା କରିଥିଲେ ତାକୁ ଏକ ଯଥାର୍ଥ ତଥା ପରିପୂର୍ଣ୍ଣ ସ୍ୱରୂପ ଦେଲେ #ଶ୍ରୀଅରବିନ୍ଦ । ତାଙ୍କର ଅତିମାନସ ଚେତନା ଉପନିଷଦର ବିଜ୍ଞାନମୟ କୋଷର ଏକ ବିଶେଷ ପରିଭାଷା । ବିଜ୍ଞାନର ବିବର୍ତ୍ତନର ବି ।

https://twitter.com/NathTusar/status/1335317845673091072?s=19

୨୪) ବେଦମନ୍ତ୍ର ଗୁଡ଼ିକର ଏକ ନୂତନ ତଥା ଯଥାର୍ଥ ବ୍ୟାଖ୍ୟା ପ୍ରଦାନ କରିବା ହେଉଛି ଶ୍ରୀଅରବିନ୍ଦଙ୍କର ସର୍ବଶ୍ରେଷ୍ଠ ଅବଦାନ । କର୍ମକାଣ୍ଡ ତଥା ଗତାନୁଗତିକତା କବଳରୁ ବେଦକୁ ମୁକ୍ତ କରି ଏହାର ଆଧ୍ୟାତ୍ମିକ ଉପଯୋଗୀତା ଦର୍ଶାଇବାରେ ସେ ଦୟାନନ୍ଦଙ୍କ ପରେ ମୁଖ୍ୟ । ବେଦହିଁ ଭାରତର ସର୍ବୋଚ୍ଚ ପରିକଳ୍ପନା ଓ ଭବିଷ୍ୟତର କବଚ ବୋଲି ତାଙ୍କର ଦୃଢ଼ମତ

ଶ୍ରୀଅରବିନ୍ଦ କୌଣସି ପ୍ରକାର ପୂଜା ପଦ୍ଧତିର ବିରୋଧୀ ନୁହନ୍ତି କିନ୍ତୁ ବେଦମନ୍ତ୍ରର ନୂତନ ଅର୍ଥ ନିର୍ଦ୍ଧାରଣ କରି ସେ ପ୍ରମାଣ କରି ଦେଇଛନ୍ତି ଯେ ପୂଜା, କର୍ମ, ମୂର୍ତ୍ତୀ, ଓ ମନ୍ଦିର ଆଦି ଅଦରକାରୀ ଓ ଅର୍ଥହୀନ । ସେ ଦୃଷ୍ଟିରୁ, ପିଲାମାନଙ୍କୁ ଯଥାର୍ଥ ମୂଲ୍ୟବୋଧ ଶିଖେଇବାର ଆବଶ୍ୟକତା ଅନେକ ଏବଂ ପିତା ମାତାଙ୍କ ଭୂମିକା ଏ ଦିଗରେ ପ୍ରବଳ ।

ଶ୍ରୀଅରବିନ୍ଦ ଚେତେଇ ଦେଇଛନ୍ତି ଯେ ମଣିଷ ଯେତେ ଶିକ୍ଷିତ, ବୁଦ୍ଧିଆ, ବା କୌଶଳୀ ହେଲେ ମଧ୍ୟ ଅକୃତକାର୍ଯ୍ୟ ହୋଇପାରେ କାରଣ ମନ ନିମ୍ନ ଚେତନାର ରାଜ୍ୟ । ଉଚ୍ଚତର ସତ୍ୟର ଅବତରଣ ଦ୍ଵାରା ହିଁ ପରିବର୍ତ୍ତନ ଆସିପାରେ । ଏହା ଏକ ସାମୂହିକ କାର୍ଯ୍ୟ ଓ ଏ ବିଷୟରେ ସଚେତନତା ପ୍ରୟୋଜନ । ପଢିଲେ ହିଁ ଜାଣି ହେବ ନ ହେଲେ ପିଢାକୁ ମଣିଷ ସ୍ଵର୍ଗ ମଣିବ ।

ଭାରତର ସବୁ ସମସ୍ୟା ମୂଳରେ ରହିଛି ଅଜ୍ଞାନତା ଓ ଅପରିପକ୍ଵ ଯୁକ୍ତି । ଯେବେଠାରୁ ଆସ୍ଥା ଭିତ୍ତିରେ ଆଇନ୍ ଭଙ୍ଗ କରିବାକୁ ମର୍ଯ୍ୟାଦା ମିଳିଲା, ସେବେଠୁ ଏକ ପ୍ରକାର ନୂଆ ଯୁଗ ସୃଷ୍ଟି ହେଲା ବୋଲି କହିବାକୁ ପଡ଼ିବ । ଅବଶ୍ୟ ସବୁ ବିପ୍ଲବ ହୃଦୟ ସାଙ୍ଗରେ ଯୋଡ଼ା । ତଥାପି ନୈତିକତା ଓ ବୌଦ୍ଧିକତା କୁ ଫେରେଇ ଆଣିବାର ଦାୟିତ୍ୱ ସମସ୍ତଙ୍କର ।

ଗଣମାଧ୍ୟମ ବ୍ୟବସାୟିକ କାରସାଦିର ବଚସ୍କର ହେବା ସ୍ୱାଭାବିକ କିନ୍ତୁ ବାମପନ୍ଥୀ ପେନ୍ଥିର ବର୍ଚସ୍ବରୁ ମୁକୁଳି ନପାରିବା ପରିତାପର ବିଷୟ । ବିଷୟ ସବୁକୁ ବକ୍ର ଦୃଷ୍ଟିରେ ଦେଖିବା ଓ ଇତିହାସରେ ଅର୍ଦ୍ଧସତ୳ ପରଶିବା ଠାରୁ ବିଶ୍ଵବିଦ୍ୟାଳୟ ମାନଙ୍କରେ ଛାତ୍ରମାନଙ୍କୁ ଅସୂୟା ଘୋଟି ପିଏଇବା ପର୍ଯ୍ୟନ୍ତ ନାନା ଦୁରଭିସନ୍ଧି ମୂଳକ କାର୍ଯ୍ୟ ତାଙ୍କର ।

ହଜାର ହଜାର ବର୍ଷର ଲକ୍ଷ ଲକ୍ଷ ରୀତି ନୀତି କଳ୍ପନା ଜଳ୍ପନାର ଖେଚେଡିକୁ ପରମ୍ପରା ନାଁରେ ବହୁତ ବେଶୀ ସମ୍ମାନ ଦେବା ଆଧୁନିକ ମଣିଷ ପକ୍ଷରେ ଏକ ବିଡମ୍ବନା । ପାମ୍ପେରା ଖୁଣ୍ଟରେ ଯେତେ ରଙ୍ଗ ବୋଳିଲେ ତା' କି ଛାତକୁ ଧରି ରଖି ପାରିବ? ଶ୍ରୀଅରବିନ୍ଦ ବୁଝେଇଛନ୍ତି ପୁରାତନ ଗ୍ରନ୍ଥ ଓ ପଦ୍ଧତି ମାନଙ୍କ ଭିତରୁ କେତେ ଭଲ ଆଉ କେତେ ତ୍ୟାଗ ଯୋଗ୍ୟ ।

Tusar Nath Mohapatra: Director, Savitri Era Learning Forum (SELF), SRA-102-C, Shipra Riviera, Indirapuram, Ghaziabad - 201014 (UP) India + 91-9650065636 email: tusarnmohapatra@gmail.com

Savitri Era of those who adore,

Om Sri Aurobindo & The Mother.

ଆଭିଜା

ପ୍ରେମ ପାଇଁ ଦୃଢ ଓକିଲାତି ଭରା

କବିତା ଜାମାରେ ପ୍ରହେଳିକା ମାଳା

ହୃଦୟେ ପ୍ରୀତିର ଅଙ୍କୁରୋଦ୍‌ଗମ

ନିଶ୍ଚୟ ସ୍ଵର୍ଗୀୟ ପ୍ରେରଣା ରୋପଣ ।

ତାପରେ ବିବାହ ଆଇନ୍‌ କାନୁନ୍‌

କଳି ପ୍ରତାରଣା ଶଣ୍ଠଣା ବାଉନ୍‌

କୋର୍ଟ ଓ କଚେରୀ ଶେଷେ ଛାଡପତ୍ର

ଧନ୍ୟ ପ୍ରେମ ଧନ୍ୟ ଜୋଡେ କରପତ୍ର ।

ତୁଷାର ନାଥ ମହାପାତ୍ର

ଗାଜିଆବାଦ

https://t.co/1ZnKd4wVie


ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...