ପ୍ରତୀତି
ଥିଲା ଓ ନଥିଲା
ଯଦି ମୁଁ ହୋଇଥାନ୍ତି
ଅମୁକ ସମୁକ
ଏମିତି ଅନେକ ଭୋକ ।
ଫୁଲ ସବୁ
ଝଡି ବାଡ ମୂଳେ
ଚାହିଁ ରହୁଥିଲେ
କଅଁଳ ନୟନେ
ଚାଙ୍ଗୁଡ଼ିର ଛୁଆଁ ।
ଏମିତି କେତେ
ନିତିଦିନିଆ କଥା
ସାଧାରଣ
ତଥାପି ଅସାଧାରଣ
ସ୍ମୃତିଚାରଣ ।
ଦିନେ ଦିନେ
ସକାଳ ବି ଆସେ
ସତରେ ସକାଳ
ସବୁ ହୋଇ ନୂଆ ।
ଯେତେ ସବୁ ବୋଝ
ହୁଅଇ ସବୁଜ
ମନରେ ମୁରୁଜ
ଆଖିରେ ସୂରୁଜ
ସରଗର ବୀଜ ।
୦୪୧୨୨୦
ଠ
ତୁମେ ପୂର୍ଣ୍ଣ
ସୁଠାମ ତୁମ କାୟା
ତୁମେ ନୁହଁ କା'ର ଛାୟା ।
ଠ ହେ
ତମେ ଠକ
ମହାଜାଗତିକ ବ୍ୟାପ୍ତିରୁ
ଚେନାଏ ଘେରେଇ ଦେଇ
ତୁମେ କୁହ ତୁମେ ଶ୍ରେଷ୍ଠ ।
ଠ ଗୋ
ରୂପ ରସ ଛନ୍ଦ
ସବୁର ତୁମେ ସମାହାର
ପାଠ ଶାଠ ର ପ୍ରତୀକ
କାଠ ଠୋଉଁ ମଠ
ତୁମେ ସୃଷ୍ଟିର ବୀଜରୂପ ।
ଠ ଲୋ
ଦୁନିଆ ଟା ଗୋଲ
ସଣ୍ଠଣାର ସୋଲ
ଫମ୍ପା ଭାସିବ
ପୁରିଲେ ବୁଡିବ
ଶେଷେ ହରିବୋଲ ।
୧୬୧୨୨୦
No comments:
Post a Comment