Sunday, 15 May 2022

ଜଗନ୍ନାଥଙ୍କ ଆଳରେ ଅଣଓଡ଼ିଆଙ୍କ ପୂଜା

Odia Olia: Tweets in original by Tusar Nath Mohapatra (b. 1956)

ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ଜୀବନ ବା ସମାଜ ସମ୍ପର୍କରେ ସମ୍ୟକ୍ ଜ୍ଞାନ ଲାଭ କରିବା ସହଜ କଥା ନୁହେଁ। ବୈଦିକ ଯୁଗରୁ ଏ ସମ୍ବନ୍ଧରେ ବାଦାନୁବାଦ ହୋଇଆସୁଛି। ଶ୍ରୀଅରବିନ୍ଦଙ୍କ ଦର୍ଶନ ଏ ସମସ୍ତ ବିଷୟ ଉପରେ ଏକ ସନ୍ତୁଳିତ ଦୃଷ୍ଟିକୋଣ ପ୍ରଦାନ କରେ। ଓଡ଼ିଆଙ୍କ ସ୍ବାଭିମାନ ଓ ଅଣଓଡ଼ିଆଙ୍କୁ ପ୍ରତ୍ଯାଖ୍ଯାନ କରିବା ଗୋଟିଏ ଜାତିର ଅଧିକାର।
ମୋର #ଅଣଓଡ଼ିଆଙ୍କୁତଡି଼ବା ଅଭିଯାନ: ହାରାହାରି ପାଞ୍ଚକୋଟି ଲୋକ କିନ୍ତୁ ମୁଁ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ବୋଲି କହିବା ପାଇଁ କାହା ଜିଭରେ ହାଡ଼ ନାହିଁ। ଏଇ ହେଲା ଆଜି ଓଡ଼ିଆ ସ୍ବାଭିମାନର ସ୍ଥିତି। ସମସ୍ତେ ଅଣଓଡ଼ିଆଙ୍କ ସ୍ବାଗତ କରିବାରେ ଆଗଭର। ଲଜ୍ଜା ନାହିଁ କି ଅନୁଶୋଚନା ନାହିଁ। ଏପରି ହୀନମନ୍ୟତାର ଶିଘ୍ର ଅନ୍ତ ହେବ ବୋଲି ଆଶା କରାଯାଉ।
ଜଗନ୍ନାଥଙ୍କ ଆଳରେ ଆଜି ଯେଉଁମାନେ ଯୁଦ୍ଧକୁ କୁଦିପଡ଼ିଛନ୍ତି ସେମାନେ ପ୍ରକୃତରେ କାହାର ଭକ୍ତ ତାହା ପରିଷ୍କାର ହେବା ଆବଶ୍ଯକ। ୧) ଅଣଓଡ଼ିଆ ପ୍ରଧାନମନ୍ତ୍ରୀ ୨) ଆର୍.ଏସ୍.ଏସ୍ ର ଅଣଓଡ଼ିଆ ପଦାଧିକାରୀ ୩) ବିଜେପିର ଅଣଓଡ଼ିଆ ନେତା କିମ୍ବା ୪) ଶ୍ରୀରାମଙ୍କର? ଅଣଓଡ଼ିଆଙ୍କ ପୂଜା ବନ୍ଦ ନହେଲେ ଓଡ଼ିଆ ସ୍ବାଭିମାନର ଦ୍ବାହି ଦେବା କୁମ୍ଭୀର କାନ୍ଦଣା।

ସମୟ ସମୟର କଥା। କଣ୍ଠର ରେଞ୍ଜ୍ ଓ ଲାଳିତ୍ୟ ବହୁତ ବଡ ଜିନିଷ। ସଂସାରର ଢେଉ ଢେଉକା ଗୀତଟି ବୋଧହୁଏ ତୃପ୍ତି ଦାସଙ୍କ ସହ ରେକର୍ଡ଼ ହୋଇଥିଲା କିନ୍ତୁ ଅକ୍ଷୟ ମହାନ୍ତି ସନ୍ତୁଷ୍ଟ ନ ହେବାରୁ ପରେ ନିର୍ମଳା ମିଶ୍ରଙ୍କ ସହିତ ଗାଇଲେ। ଓଡ଼ିଆ ନ ଗାଆନ୍ତୁ ପଛେ ଭଲ ଗୀତ ଗୁଡ଼ିଏ ଯେ ସୃଷ୍ଟି ହୋଇଛି, ତାହାହିଁ ସାନ୍ତ୍ବନା।
ପିଲାଦିନେ ଗାଆଁରେ ଆମେ ସତ୍ବ ବୋଲି ଶୁଣୁଥିଲୁ କିନ୍ତୁ ସୂର୍ଯ୍ୟବାବୁ ସ୍ବତ୍ତ୍ବ ବୋଲି ଲେଖିଲେ। ଆହୁରି ବି ଅନେକ ଜାଗାରେ ସେୟା। ଓଡ଼ିଆରେ ବନାନ ଗୋଟିଏ ବହୁତ ବଡ ସମସ୍ୟା। ମୁଁ ଭାବୁଛି, ସ୍ବ+ତ୍ବ ବୋଧହୁଏ ଠିକ୍। ତା ମାନେ ସ୍ବତ୍ବ ବା ନିଜର ପଣିଆ।
ଲେୱି କହୁଛନ୍ତି ଯେ ଡାକ୍ତରଙ୍କ ପାଖରେ ବସି ଅନର୍ଗଳ କହି ଚାଲିବା ହିଁ ସବୁଠୁଁ ବଡ ଅସ୍ତ୍ର କାରଣ ସେହି ୟାଡ଼ୁ ସାଡ଼ୁ ଗପ ଭିତରୁ ହିଁ ଲକ୍ଷଣ ସବୁ ବାରି ହୋଇ ପଡ଼େ। କିଛି ମାତ୍ରାରେ ଜଣକର ଟ୍ବିଟ୍ ଗୁଡ଼ିକ ପାଇଁ ମଧ୍ଯ ପ୍ରଯୁଜ୍ୟ।
ଅର୍ଥନୈତିକ, ରାଜନୈତିକ, ତଥା ସାଂସ୍କୃତିକ ଦୃଷ୍ଟିକୋଣରୁ ହୁଏତ ଓଡ଼ିଆ ଜାତି ଆଜି ଅବହେଳିତ ହୋଇପାରେ କିନ୍ତୁ ଗୋଟିଏ ଉତ୍କର୍ଷ ଯାହା ଲାଗି ଛାତି କୁଣ୍ଢେମୋଟ ହୋଇଯାଏ ତା ହେଲା ଡଉଲ ଡାଉଲ ଓଡ଼ିଆ ଲିପି, ଧିରସ୍ଥିର ଉଚ୍ଚାରଣ, ଆଉ ସରଳ ବ୍ଯାକରଣ। ସାହିତ୍ୟ ଆସିବ ଓ ଯିବ କିନ୍ତୁ ଓଡ଼ିଆ ଭାଷାର ଏହିସବୁ ବିଶେଷତ୍ୱ ଅନୁଧ୍ଯାନ କଲେ ପେଟ ପୁରି ଯିବ।
ପରିପ୍ରେକ୍ଷୀ କ'ଣ ମୁଁ ଠିକ୍ ବୁଝିନି ତେବେ ମୋ ମତରେ ଅନ୍ୟମାନେ କୋଉଠି ଅବହେଳା କଲେ ସେଥିପାଇଁ ଉତ୍ତେଜିତ ହେବାହିଁ ଆମର ଦୁର୍ବଳତା। ବରଂ ଯୋଉଟା ଆମେ ନିଜେ କରିପାରିବା ତା ଉପରେ ଏକାଗ୍ର ହେବା ଉଚିତ୍। ଏ ସମ୍ବନ୍ଧରେ ତ ମୁଁ ସବୁବେଳେ ଲେଖୁଛି।
୧) ଇଙ୍ଗ୍ରେଜ୍ ମାନେ ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଓଡ଼ିଶା ସୃଷ୍ଟି କରିଥିଲେ। ୨) ଭାରତୀୟ ସମ୍ବିଧାନର ସୁଯୋଗ ନେଇ ଅଣଓଡ଼ିଆ ମାନେ ଓଡ଼ିଶାରେ ବସବାସ କରିବାକୁ ଲାଗିଲେ। ୩) ଫଳତଃ ଅନ୍ୟ ଭାଷାର ପ୍ରଭାବ ବିସ୍ତାର ହେଲା ଓ ଟିଭି ଯୋଗୁ ବଢ଼ିଲା। ୪) ବର୍ତ୍ତମାନ ହିନ୍ଦୁ ଏକତା ନାଁରେ ଅଣଓଡ଼ିଆଙ୍କୁ ଆହୁରି ପ୍ରୋତ୍ସାହନ ଦିଆଯାଉଛି ଯାହା ନିନ୍ଦନୀୟ।
ତଥାକଥିତ ଜାତୀୟ ମୁଖ୍ଯଧାରାରେ ସମ୍ମିଳିତ ହେବାର ଆକର୍ଷଣ ଓ ପ୍ରଲୋଭନ ତ ବହୁତ କିନ୍ତୁ ଓଡ଼ିଶା ଓ ଓଡ଼ିଆକୁ ବାଡ଼ବନ୍ଦି କରି ସମ୍ଭାଳିକି ରଖିବା ମଧ୍ଯ ସବୁଠୁଁ ବଡ କର୍ତ୍ତବ୍ଯ। ସଫାକଥା ଯେ ଦୁଇଟିଯାକ ଜିନିଷ ଏକାସାଙ୍ଗରେ ହୋଇପାରିବ ନାହିଁ। ଶିକ୍ଷିତଲୋକମାନେ ହୃଦୟଙ୍ଗମ କରନ୍ତୁଯେ ଓଡ଼ିଆ ବର୍ତ୍ତମାନ ଏକ ଅଭୂତପୂର୍ବ ବିପଦର ସମ୍ମୁଖୀନ ହୋଇଛି।
ଏକ ସମୟରେ ଓଡ଼ିଶାରେ ଜୈନ ଓ ବୌଦ୍ଧ ଧର୍ମର ପ୍ରଚାର ହେଉଥିଲା। ବର୍ତ୍ତମାନ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ହଜାର ହଜାର ମନ୍ଦିର ତଥା ଆନୁସଙ୍ଗିକ ଅନୁଷ୍ଠାନ ସବୁ ପ୍ରତିଷ୍ଠା ହୋଇଛି। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏସବୁର ସ୍ଥାନ ବହୁତ ମୂଲ୍ଯବାନ। କଣ୍ଡକ୍ଟେଡ୍ ଟୁର ଜରିଆରେ ଉପଯୁକ୍ତ ସୁବିଧା ପ୍ରଦାନ କରାଗଲେ ଲକ୍ଷ ଲକ୍ଷ ଯାତ୍ରୀ ଭ୍ରମଣ କରିପାରନ୍ତେ।
ମୋବାଇଲ୍ ଥିଲେ ତ ପୃଥିବୀ ହାତମୁଠାରେ ତେଣୁ ଓଡ଼ିଆକୁ ପଚାରୁଛି କିଏ? ଇଏ ହେଲା ବାସ୍ତବତା। ତା ସହିତ ଲଢ଼େଇକଲେ ହିଁ ଓଡ଼ିଆ ବଞ୍ଚିବ। ନହେଲେ ବିଭିନ୍ନ ବାହାନାର ଆଶ୍ରୟନେଲେ ମୌଳିକ ଓଡ଼ିଆ ଲୁପ୍ତ ହୋଇଯିବ। ଅଣଓଡ଼ିଆମାନେ ତାଳି ମାରିବେ। ଗାଁ ସ୍କୁଲରେ ମୁଁ ଓଡ଼ିଆ ମାଧ୍ୟମରେ ପଢ଼ିଛି। ଯାତ୍ରା, ପାଲା, ଓ ଘୋଡ଼ାନାଚ ଇତ୍ୟାଦି ମଧ୍ଯରେ ବଢ଼ିଛି।
ଉଭୟ ସାହିତ୍ୟ ଓ ସଙ୍ଗୀତ ଦୃଷ୍ଟିରୁ ପୁରୁଣା ରେଡ଼ିଓ ଗୀତ ଗୁଡ଼ିକ ରେକର୍ଡ଼ ଗୀତ ଠାରୁ କିଛି କମ୍ ନୁହଁନ୍ତି। ରଙ୍ଗ ନୁହେଁ ସେ ସପନର ଜାଲବୁଣି ସାଥେ ମୋ ବସନ୍ତ ନେଇ ଆଷାଢ଼ ଶ୍ୟାମ ଶାଢ଼ୀ ଆଖିକୁ ମୁଁ ସାକ୍ଷୀ ରଖି ଜୀବନର ଅନେକ ଲୁହ ଲିଭା ଦୀପାଳି ମୁଁ ଆଜି ତୁମ ସାଥେ ମହକ ତୁମେ ଆଗୋ ମୋର ସନ୍ଧ୍ଯାତାରା ସାତରଙ୍ଗ ମିନାକରା କୃଷ୍ଣଚୂଡ଼ାର ସବୁଜ
Replying to
ଓଡ଼ିଆକୁ ଜଗନ୍ନାଥ, ମଧୁବାବୁ, ବା ଅକ୍ଷୟ ମହାନ୍ତିଙ୍କ ଭଳି କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରତୀକ ସହ ଝଳେଇ କରିଦେବା ବାଞ୍ଛନୀୟ ନୁହେଁ ବୋଲି ମୋର ମତ।
ସେଥିରେ ଆଦୌ ମତଦ୍ଵୈଧ ନାହିଁ କିନ୍ତୁ ଅନ୍ୟ କୌଣସି ଦିନ ହେଲେ ସମସ୍ତଙ୍କୁ ଉପଯୁକ୍ତ ଅନୁପାତରେ ସ୍ମରଣ କରାଯାଇ ପାରିବ।
ମଣିଷର ବିବେକ, ବିଶେଷତ୍ୱ, ତଥା ବିଚକ୍ଷଣତା ଉପରେ ଭରସା କରି ହିଁ ଗଣତନ୍ତ୍ରର ଆସ୍ଫାଳନ। କିନ୍ତୁ ପ୍ରଚାରତନ୍ତ୍ରର କିମିଆରେ ଏ ସବୁ ଯେ ପଙ୍ଗୁ ହୋଇଯାଉଛି ତା ସମସ୍ତେ ଅନୁଭବ କରୁଛନ୍ତି। ତଥାପି ଆଶା ରଖିବାକୁ ହେବ। ଛଳନା ଓ ପ୍ରତାରଣାର ଦୁର୍ଗ ଯେ ଦିନେ ଧୂଳିସାତ୍ ହୋଇ ସତ୍ଯର ବିଜୟ ପତାକା ଉଡ଼ିବ ଏହା ଶ୍ରୀଅରବିନ୍ଦଙ୍କ ଦୃଢ଼ ପ୍ରତିଶ୍ରୁତି।
ବେଦନା ସାଗର ତୀରେରୁ ପ୍ରଣବ ପଟ୍ଟନାୟକଙ୍କ ଗାୟକ ଜୀବନ ଆରମ୍ଭ ହୋଇଥିଲା ଓ ସେ କେତେ ଯେ ଜୀବନ ଦର୍ଶନର ଗୀତ ଗାଇଛନ୍ତି ତାର ହିସାବ ନାହିଁ। ଗଳାର ଗାମ୍ଭୀର୍ଯ୍ୟ ବି ତାଙ୍କର ଉଦାସୀନ ଭାବକୁ ବହୁଗୁଣିତ କରେ। କିନ୍ତୁ ତାଙ୍କ ଚାଙ୍ଗୁଡ଼ିରେ ଅନ୍ୟ ଗୀତର ସମାରୋହ ବି କିଛି କମ୍ ନୁହେଁ। ପ୍ରେମିକର କଣ୍ଠ ଏଠି ବୋଧେ ବେଶୀ।
ଜହ୍ନ ଉଏଁ ଏକା ବୋଧହୁଏ ପ୍ରଣବ ପଟ୍ଟନାୟକଙ୍କର ସବୁଠାରୁ ଉଚ୍ଚ ସ୍ବରର ଗୀତ। ଏକ ଅନବଦ୍ୟ ସୃଷ୍ଟି। ବାସୁଦେବ ରଥ ପୁରା ପଇସା ଅସୁଲ୍ କରନ୍ତି।
ସୀମାହୀନ ଦରିଆ ଏବଂ ଉର୍ମି ଅଧିରା ରୂପସୀ ଚିଲିକା ହେଲେ ପ୍ରଣବ ପଟ୍ଟନାୟକଙ୍କର ଟ୍ବିନ୍ ଟାୱାରସ୍। ପ୍ରଥମଟି ସ୍ବରରେ ଟପିଯିବ କିନ୍ତୁ ଦ୍ବିତୀୟଟି ଭାବରେ। ଫିଲ୍ମ ଯୋଡ଼ିକ ମଧ୍ଯ ଟ୍ବିନ୍ ଟାୱାରସ୍। ବହୁତ କମ୍ ଲୋକ ଏହି କଳାତ୍ମକ ଛବି ଦୁଇଟିକୁ ଦେଖିଥିବେ। ବତୀଘର ଦେଖିଲା ବେଳେ ଅମାବାସ୍ଯାର ଚନ୍ଦ୍ର ମସ୍ତିଷ୍କରେ ଉଦୟ ହୋଇଥିବା କଥା ମନେଅଛି।
ତୁମେ କି ଜାଣିଛ ରୂପର ଉର୍ମି ତଳେ ଦିକି ଦିକି ହୋଇ ଦୁଃଖ ମଶାଲ ଜଳେ। ଶୁଣିବା ପରେ ଯେଉଁ ଧାଡ଼ି ଦିଓଟି ମନେ ପଡ଼ିଯାଏ ତାହେଲା କିଏ ବା କହିବ ଯାଇ ରାଇକୁ ବୁଝାଇ ରାଧା ନାମ ଗାଇ ଗାଇ ମୁରଲୀ ଝୁରଇ। ଦୁଃଖ ବା ବିରହର ପୁଣି ଊତ୍ତର ବି ଅଛି କହରେ କିଏସେ ସବୁଜ ଏ ବନ ନୀଳ ଆକାଶେ ଝଟକାଏ ତା ଜ୍ୟୋତିର ପ୍ରକାଶେ (ଶ୍ରୀଅରବିନ୍ଦଙ୍କ କବିତାର ଅନୁବାଦ)
ପ୍ରଣବ ପଟ୍ଟନାୟକଙ୍କ ପରି ବହୁମୁଖୀ ବିଧାର ଜଣେ ଗାୟକ ବର୍ତ୍ତମାନ ଆଉ ନାହାନ୍ତି ବୋଲି କହିଲେ ଚଳେ। ବିଶ୍ବର ଜଣେ ଶ୍ରେଷ୍ଠଗାୟକ ହିସାବରେ ତାଙ୍କୁ ପରିଚିତ ଓ ପ୍ରତିଷ୍ଠିତ କରାଇବାର ଦାୟିତ୍ୱ ଆମ ଓଡ଼ିଆମାନଙ୍କର। ଦୁନିଆ ଯଦି ତାଙ୍କୁ ଚିହ୍ନେ ତେବେ ଓଡ଼ିଆକୁ ଚିହ୍ନିବ। ପ୍ରଣବ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ସବୁଠୁଁ ବଡ଼ ସୋସାଲ୍ କ୍ୟାପିଟାଲ।
ବ୍ରାହ୍ମକବି ମଧୁସୂଦନ ରାଓଙ୍କ ରଚନାଟି ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଯେଉଁ ପରାତ୍ପର ସ୍ତରରେ ପହଞ୍ଚିଛି ତାହା ବନ୍ଦେ ମାତରମ୍ ଠାରୁ କୌଣସି ଗୁଣରେ କମ୍ ନୁହେଁ। ପ୍ରଣବ ପଟ୍ଟନାୟକଙ୍କ କଣ୍ଠନିସୃତ ଏଇ କାଳଜୟୀ ଗୀତଟିକୁ ପୃଥିବୀର କୋଣେ କୋଣେ ପହଞ୍ଚେଇ ପାରିବା ଭଳି ସାମର୍ଥ୍ଯ ଓଡ଼ିଆଙ୍କ ଭିତରେ ଅଛି। youtu.be/csRWLqNU_VM
ରେ ଆତ୍ମନ୍ ବ୍ଯତୀତ, ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ତାଙ୍କର ବନ୍ଧୁମାନଙ୍କୁ ଆଉ କେତୋଟି ଭଲ ଗୀତ ଶୁଣିବା ପାଇଁ ମଧ୍ଯ ପ୍ରବର୍ତ୍ତାଇ ପାରିବେ। ମୟୂରୀ ଗୋ ତୁମ ସେଇ ଚୁନା ଚୁନା ଯମୁନା ଯାଅନା ମୁଁ ତ ଥିଲି ଏକୁଟିଆ ଏଇ ଝୁମା ଝୁମା ଏ ମିଳନ କାହାଣୀ ଏ ରାତିର ଏ କୁହୁଡ଼ି ହୁକୁ ହୁକୁ ହାଏ ବର୍ଷା ଥମି ନ ଯାଉ
ଅକ୍ଷୟ, ସିକନ୍ଦର, ଓ ପ୍ରଣବ ହେଉଛନ୍ତି ଆମର ସମର ସଲିମ୍ ସାଇମନ୍ ବା ଅମର ଆକବର ଆନ୍ଥୋନି। ଏ ଏକ ଅଦ୍ଭୁତ ଯୋଗାଯୋଗ। ତିନି ଜଣଙ୍କ କ୍ୟାରିଅର ସମାନ୍ତରାଳ ଭାବେ ଅଗ୍ରଗତି କରିଛି। ତିନିହେଁ ନିର୍ମଳା ଓ ଶିପ୍ରାଙ୍କ ସହିତ ଯୁଗଳ ଗୀତ ଗାଇଛନ୍ତି। ତାଛଡା ବିଭିନ୍ନ ସ୍ବାଦର ଗୀତ ସବୁ ଗାଇଛନ୍ତି। ଓଡ଼ିଆ ଭାଷା ଏ ତିନିଜଣଙ୍କ ବିନା ପତ୍ରହୀନ ଗଛ ପରି।
ରଜତ କର ଚାଲିଗଲେ। ପିଲାଦିନେ ତାଙ୍କୁ ଭଞ୍ଜଜୟନ୍ତୀ ମଞ୍ଚଉପରେ ବାଘ ଭଳି ବର୍ଣ୍ଣନା କରୁଥିବାର ଦୃଶ୍ଯ ଏବେ ବି ଆଖି ଆଗରେ ନାଚୁଛି।ବିଛନ୍ଦ ବାବୁଙ୍କ ସ୍ବପ୍ନ ସଫଳ ହେଲାନାହିଁ। ଓଡ଼ିଶୀ ଗୀତ ମଧ୍ଯ ସେଇ ନିୟତି ପଥରେ। ବାଳକୃଷ୍ଣ ଦାଶ ଦୂରଦର୍ଶିତାର ସହ ଷାଠିଏ ଦଶକରେ ଯେଉଁ ସିନେମା ଗୀତ ଗୁଡ଼ିକ ସୃଷ୍ଟି କଲେ ତାହାହିଁ ଓଡ଼ିଆର ଯଥାର୍ଥ ପରିଚାୟକ।
ତାତ୍କାଳିକତାକୁ ପ୍ରାଥମିକତା ଦେବା ଅଜ୍ଞାନତାର ଲକ୍ଷଣ ବୋଲି ବେଦ ଓ ଉପନିଷଦର ବାଣୀ। କୌଣସି ଗୋଟିଏ ଦୃଷ୍ଟିକୋଣକୁ ସତ୍ଯ ବୋଲି ବିଶ୍ବାସ କରିବା ମଣିଷର ଏକ ଦୁର୍ବଳତା। ସମସ୍ତେ ଏହି ରୋଗରେ ଗ୍ରସ୍ତ। ଶ୍ରୀମା ଓ ଶ୍ରୀଅରବିନ୍ଦ ପୁରାତନକୁ ତ୍ଯାଗ କରି ନୂତନର ପଥ ଅନୁସରଣ କରିବାକୁ ଆହ୍ବାନ ଦେଇଛନ୍ତି। ନିଜର ପୃଷ୍ଠଭୂମିର ମୋହ ତୁଟାଇବା କଷ୍ଟକର।
ଷାଠିଏ ଦଶକର କେତେକ ଗୀତ ଶୁଣିବାକୁ ମିଳିଲାନାହିଁ। ଯଦି କେହି ଦୟା କରନ୍ତେ ତେବେ ଆତୁର କାନକୁ ସାନ୍ତ୍ବନା ମିଳନ୍ତା। ମୋ ମନ ନାଚେ - ଅମଡ଼ା ବାଟ ଜାଣେ ଜାଣେ ମୋ ରାଧିକା - ଅଭିନେତ୍ରୀ ଏ ଦିନ ସୁନ୍ଦର ମିଳନ - ନବଜନ୍ମ ମଲି ଢପଲୋ - ନବଜନ୍ମ ଚୋରା ଚୋରା ଚାହାଁଣିରେ - କା ଅନେକ ଦିନ ପରେ ଅନେକ ଦିନ ପରେ ମିଳିଛି।
ସ୍କୁଲରେ ମୋର ଗଳ୍ପ ଓ ଉପନ୍ୟାସ ପଢ଼ିବା ଶେଷ ହୋଇ ଯାଇଥିଲା। କଲେଜ୍ ବେଳକୁ ନାଟକ ଓ ପ୍ରବନ୍ଧ ଆକର୍ଷଣ କଲା। ପତ୍ରିକା ସବୁ ବିବିଧ ଉପାଦାନର ପସରା ପରସିଲେ। କିନ୍ତୁ ଧୀରେ ଧୀରେ ଇଂରାଜୀର ପ୍ରଭାବ ତଥା ଆବଶ୍ଯକତା ଯୋଗୁ ଓଡ଼ିଆ ସହ ସମ୍ପର୍କ କ୍ଷୀଣ ହୋଇଗଲା। ଏବେ ଆଉ ଓଡ଼ିଆ ସାହିତ୍ୟ ପଢ଼ିବାର ଧୈର୍ଯ୍ୟ ନାହିଁ କିନ୍ତୁ ଗୀତପ୍ରେମ ସଜୀବ ରହିଛି।
ସଂସ୍କୃତି, ପରମ୍ପରା, ଓ ପର୍ଯ୍ୟଟନ ପରିପ୍ରେକ୍ଷୀରେ ଅନେକ ଲୋକ ଧର୍ମ, କର୍ମ, କିମ୍ବା ମନ୍ଦିର ପ୍ରତି ଆକର୍ଷିତ ହେଉଛନ୍ତି କିନ୍ତୁ ଶ୍ରୀଅରବିନ୍ଦ ଦର୍ଶାଇଛନ୍ତି ଯେ ଏ ସବୁ ଅନାବଶ୍ଯକ। ତେଣୁ, ଓଡ଼ିଆ ଭାବେ ଆମର ପରିଚୟକୁ କେବଳ ଭାଷା ଦ୍ବାରା ହିଁ ଚିହ୍ନିତ କରିବା ଶ୍ରେୟସ୍କର। ଏପରି କଠୋର କଟକଣା ଗ୍ରହଣ କରିବା ହୁଏତ କଷ୍ଟ, କିନ୍ତୁ ଆବଶ୍ଯକ।
ଶ୍ରୀଅରବିନ୍ଦ ଜଣେ ପ୍ରଖ୍ୟାତ କବି ଓ ଆଧ୍ଯାତ୍ମବାଦୀ। କହରେ କିଏସେ ଓ ସିଂହବାହିନୀ ତାଙ୍କ ରଚନାର ଅନୁବାଦ। ସହୃଦୟ ହେବା କିପରି ଆଧ୍ଯାତ୍ମ ଚେତନାର ସିଢ଼ି ତାହା ତାଙ୍କ ଦର୍ଶନର ଏକ ବିଶିଷ୍ଟ ଅଙ୍ଗ। ଆକାଶରେ ନାହିଁ ଜହ୍ନ ନାହିଁ ତ ସୂରୁଜ ସେମିତି ଉପନିଷଦର ନ ତତ୍ର ସୂର୍ୟ୍ଯୋଭାତି ନ ଚନ୍ଦ୍ରତାରକମ୍ ର ପ୍ରତିଧ୍ଵନି। ଏକା ଏକା ମନେ ମନେ ମଧ୍ଯ।
ଶ୍ରୀଅରବିନ୍ଦ ଜଣେ ପ୍ରଖ୍ୟାତ କବି ଓ ଆଧ୍ଯାତ୍ମବାଦୀ। କହରେ କିଏସେ ଓ ସିଂହବାହିନୀ ତାଙ୍କ ରଚନାର ଅନୁବାଦ। ସହୃଦୟ ହେବା କିପରି ଆଧ୍ଯାତ୍ମ ଚେତନାର ସିଢ଼ି ତାହା ତାଙ୍କ ଦର୍ଶନର ଏକ ବିଶିଷ୍ଟ ଅଙ୍ଗ। ଆକାଶରେ ନାହିଁ ଜହ୍ନ ନାହିଁ ତ ସୂରୁଜ ସେମିତି ଉପନିଷଦର ନ ତତ୍ର ସୂର୍ୟ୍ଯୋଭାତି ନ ଚନ୍ଦ୍ରତାରକମ୍ ର ପ୍ରତିଧ୍ଵନି। ଏକା ଏକା ମନେ ମନେ ମଧ୍ଯ।
ଦୀର୍ଘଦିନର ଅପେକ୍ଷା ପରେ ଘର ବାହୁଡ଼ା ଆସିଲା କିନ୍ତୁ ନିରାଶାଜନକ କଥାବସ୍ତୁ ଯୋଗୁ ସଫଳ ହେଲାନାହିଁ। ଉଚ୍ଚକୋଟୀର ଗୀତଗୁଡ଼ିକ ମଧ୍ଯ ମଧ୍ଯମ ଧରଣର ଜନପ୍ରିୟତା ପାଇଲେ। ଫୁଲେଇ ରାଣୀ ତା ସମୟରେ ଯେପରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ମୋ ସାଙ୍ଗେ ଲାଗେନାରେ ସେ ସ୍ତରକୁ ଉଠି ପାରିଲା ନାହିଁ। ବରଂ ତୋର ଚିକି ମିକି ଆଣିଥିଲା ଏକ ନୂଆ ଧରଣର ମାଦକତା।
ଅଦିନ ମେଘରେ ଵାଳକୃଷ୍ଣ ଦାସଙ୍କ ସଙ୍ଗୀତର ସେ ପୁରୁଣା ସ୍ପର୍ଶ ଆଉ ନାହିଁ। ଝରଣା ଦାସଙ୍କ ଟ୍ରେଡ୍ ମାର୍କ ପ୍ରଗ୍ଳଭତା ଯେମିତି ଶୁଖି ଯାଇଛି। ପ୍ରଶାନ୍ତ ନନ୍ଦଙ୍କ ଉଡ଼େନ୍ ଫେସ୍; ପ୍ୟୁପା ଷ୍ଟେଜ୍। ସନ୍ଧ୍ୟାଙ୍କ କଥା ନ କହିଲେ ଭଲ। କେବଳ ଗୀତା ଓ ନିରଞ୍ଜନଙ୍କ ଅଭିନୟରେ ଜଣାଶୁଣା ସ୍ବାଭାବିକତା। ତାଙ୍କ ଚା ଆଉ ଚାହାର ବିବାଦ ଏବେ ବି ତୁଟିନି।
ପ୍ରଣବ ପଟ୍ଟନାୟକଙ୍କ ସହ ସାକ୍ଷାତକାରରେ ଅନେକ ନୂଆକଥା କିନ୍ତୁ ଦୁଇଜଣଙ୍କ ସ୍ବରରେ ଦୂରତ୍ବ ଯୋଗୁ ଉପଭୋଗ୍ୟ ହେଲାନାହିଁ। ବାରମ୍ବାର କିଛି ଚେତେଇ ଦେବା ଫଳରେ ବର୍ଣ୍ଣନା ସାବଲୀଳ ହୋଇପାରିନାହିଁ। ଏ ଦୃଷ୍ଟିରୁ, ଫ୍ଲେୟାର୍ କର୍ତ୍ତୁକ ସାକ୍ଷାତକାର ଗୁଡ଼ିକ ଯଥେଷ୍ଟ ଉପଯୋଗୀ।
ସାଧନାର ପ୍ରତିଟି ଗୀତ ସ୍ବର୍ଗୀୟ। କଥାଚିତ୍ରଟି ଦେଖିବାର ସୁଯୋଗ ମୋର ହେଇନି। ଜାଣେନାର ଟିକିଏ ଝଲକ ମାତ୍ର ଦେଖିଛି। ଏହାର ଝୁମ୍ ଝୁମ୍ ଝୁମରାରେ ଝୁମ୍ ଝୁମା ଝୁମ୍ ଝୁମକୁ ଝୁମା ଗୀତଟି (ଯାହା ବୋଧହୁଏ ଫିଲ୍ମରେ ସ୍ଥାନ ପାଇନାହିଁ) ବହୁତ ଥର ପିଲାଦିନେ ରେଡ଼ିଓରୁ ଶୁଣିବାର ମନେଅଛି। ଅତି ସୁନ୍ଦର ଗୀତଟିଏ। ଏପରି ଗୀତ ହଜିଯିବା ବଡ଼ ଦୁଃଖଦାୟକ।
ଯଥେଷ୍ଟ ସହାନୁଭୂତିର ସହ ବାରମ୍ବାର ଗୀତ ଗୁଡ଼ିକୁ ମୁଁ ଶୁଣିଚି କିନ୍ତୁ କୋଉଠି ଟିକିଏ କ'ଣ ଖଇଚା ରହିଯାଇଛି କେଜାଣି ଆଜିଯାଏ ମୋଟେ ଭଲପାଇ ପାରିଲିନି। ବାଳକୃଷ୍ଣ ଦାଶଙ୍କ ସଙ୍ଗୀତ ସଂଯୋଜନାରେ ବିଶିଷ୍ଟ ଗାୟକ ଗାୟିକା ମାନେ ଗାଇଥିବା ମାଂସର ବିଳାପର ଚାରୋଟି ଯାକ ଗୀତକୁ ସୁବର୍ଣ୍ଣ ଯୁଗ ଭିତରେ ସ୍ଥାନ ଦେବା କଷ୍ଟ।
ଓଡ଼ିଆ ଓଳିଆ: ଅଣଓଡ଼ିଆଙ୍କୁ ତଡି଼ବା ନାସ୍ତିବାଚକ ଅଭିଯାନ ନୁହେଁ odiaolia.blogspot.com/2022/05/blog-p
ଓଡ଼ିଆ ଓଳିଆ: ଶିକ୍ଷିତ ଗୋଷ୍ଠୀ ଧର୍ମାନ୍ଧବାଦୀଙ୍କ ଶରଣରେ odiaolia.blogspot.com/2022/05/blog-p

No comments:

Post a Comment

ବଙ୍ଗଳାକୁ ଆବିଷ୍କାର କରିବାର ସୁଯୋଗ ମିଳିଲା

 Collated X posts in original by Tusar Nath Mohapatra ଓଡ଼ିଆ ଓଳିଆ: ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏବେ ବହୁଭାଷୀ odiaolia.blogspot.com/2025/01/blog-p … ...