Odia Olia: Tweets in original by Tusar Nath Mohapatra (b. 1956)
ମଣିଷ ମଧ୍ଯ ଗଡ୍ଡ଼ାଳିକା ପ୍ରବାହରେ ସ୍ବଛନ୍ଦତା ହରାଇଥାଏ। ଗତାନୁଗତିକତା ଓ ନାନାବିଧ ସାମାଜିକ ଅଭ୍ଯାସ ବା ବାଧ୍ଯବାଧକତା ଯୋଗୁ ନୂଆ ରାସ୍ତାରେ ଗୋଡ଼ ବଢ଼େଇବାର ସାହାସ ନଥାଏ। ବଡ଼ ମାନଙ୍କର ଆକଟ ଓ ଶାସ୍ତ୍ରଗତ କଟକଣା ସବୁ ମନରେ ଧର୍ମସଙ୍କଟ ସୃଷ୍ଟି କରନ୍ତି। ଏହି ପ୍ରକାରର ହରଡ଼ଘଣାରେ ଅନେକେ ନିଜକୁ କିଂକର୍ତ୍ତବ୍ୟବିମୂଢ଼ ବୋଲି ଭାବନ୍ତି।
ଓଡ଼ିଶାବାସୀଙ୍କର ବର୍ତ୍ତମାନ ଗୋଟିଏ ସଙ୍ଗ୍ରାମ। ଅଣଓଡ଼ିଆମାନଙ୍କୁ ଶାସନକଳରୁ ବିତାଡ଼ିତ କରିବା ଓ ଗଣତନ୍ତ୍ର ପୁନଃସ୍ଥାପନ କରିବା। ନୂଆ ଓଡ଼ିଆ ମୁଖ୍ଯମନ୍ତ୍ରୀ ଶପଥଗ୍ରହଣ କଲେହିଁ ଓଡ଼ିଆ ସ୍ବାଭିମାନ ଜାଗ୍ରତହେବ। ସ୍ବାଭାବିକ ଭାବରେ ସମସ୍ତେ ମୋ ସହ ସମ୍ମତ ହେବାକଥା। କିନ୍ତୁ ଅଣଓଡ଼ିଆଙ୍କ ଦାସତ୍ବ ଯୋଗୁ ଓଡ଼ିଆମାନେ ମୁକ୍ତଚିନ୍ତାରୁ ବଞ୍ଚିତ।
ପ୍ରତିବାଦ କରିବାର କୌଣସି ଆବଶ୍ଯକତା ନାହିଁ। ଜଣେ ଓଡ଼ିଆଙ୍କୁ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ ରୂପେ ବାଛି ସମସ୍ତେ ତାଙ୍କୁ ସମର୍ଥନ କଲେ ହେଲା। ଏଥିପାଇଁ ଏଇଠି ମନୋନୟନ ଆରମ୍ଭ ହେଉ ଓ ଭୋଟ୍ ନିଆଯାଉ।
ଜଗନ୍ନାଥଙ୍କ ପାଇଁ ବ୍ଯସ୍ତ ବିକଳ ହେବା ପରିବର୍ତ୍ତେ ଓଡ଼ିଆମାନେ ଯଦି ଜଣେ ବ୍ଯକ୍ତିଙ୍କୁ ନିଜର ସମର୍ଥନ ଜ୍ଞାପନ କରନ୍ତେ ତାହାହେଲେ ଘାସଚେର ସ୍ତରର ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରନ୍ତା। ଏହି ମାଧ୍ୟମ ଜରିଆରେ ଖୁବ୍ ସହଜରେ ଭୋଟ୍ ଦ୍ବାରା ଲୋକପ୍ରିୟତା ସାବ୍ଯସ୍ତ କରାଯାଇ ପାରନ୍ତା। କିନ୍ତୁ ଶିକ୍ଷିତଲୋକେ ଖାଲି କଥାଗପିବା ପାଇଁ ବେଶୀ ଇଚ୍ଛୁକ।
Replying to
୧) ନୀଳଶୈଳ ର ଅଂଶ ନୁହେଁ ନିଶ୍ଚୟ। ୨) ପାଦ ଠାରେ ଅଟକିବେ ବୋଧେ!
ସିଧା ଅର୍ଥକୁ ଅବହେଳା କରି ବ୍ଯତିକ୍ରମ ବା ଅପରାଧ ଦିଗକୁ ମାତ୍ରାଧିକ ଗୁରୁତ୍ବ ମିଳିଛି ବୋଲି ମନେହେଲା।
ବିଗତ ଶତାବ୍ଦୀରେ ବହୁତ କଥା ଲୋକେ ମାନି ନେଉଥିଲେ। ଏବେ ସେ ପରିସ୍ଥିତି ଆଉ ନାହିଁ। ସଂସ୍କୃତି ବା ନୈତିକତାର ମାନଦଣ୍ଡ ମଧ୍ଯ ବଦଳିଛି। ମୋଟ ଉପରେ ପ୍ରତି ବ୍ଯକ୍ତିର ଚାହିଦାକୁ ଆଖି ଆଗରେ ରଖି ସମାଜ କଡ଼ ଲେଉଟେଉଛି। ଗଣତନ୍ତ୍ର କିନ୍ତୁ ନୈତିକତା ଦାବି କରେ। ଖେଳ ନିୟମ ବିନା ଅଚଳ ହେବା ପରି ନୈତିକତା ବିନା ଗଣତନ୍ତ୍ର ଗୋବରଗଦାରେ ପରିଣତ ହୁଏ।
ପ୍ରତି ମଣିଷ ଯେ ଏକ ନିର୍ଦ୍ଦିଷ୍ଟ ସ୍ବଭାବ ଓ ଭାଗ୍ଯ ନେଇ ଜନ୍ମ ନେଇଛି ଏକଥା ସତ। ଏହି ସତ୍ଯର ଅନ୍ୟ ପାର୍ଶ୍ୱଟି ହେଲା ଆସ୍ପୃହା ସହକାରେ କିପରି ତାର ରୂପାନ୍ତର ସମ୍ଭବ। ବ୍ଯକ୍ତି ସ୍ବାଧୀନତାକୁ ସମ୍ମାନ ଦେବା ହେଲା ଗୋଟିଏ ଦିଗ। ଅନ୍ୟ ପକ୍ଷଟି ହେଲା ଉପଯୁକ୍ତ ଶିକ୍ଷା ବିନା ମଣିଷ ମେଞ୍ଚାଏ କାଦୁଅ ମାତ୍ର। ୟା ଛଡ଼ା ସ୍ଥାନ ଓ କାଳ କଥା ଅଲଗା।
ଓଡ଼ିଶୀ ଗୀତ ପରିବର୍ତ୍ତେ ପୁରୁଣା ସିନେମା ଓ ଆଧୁନିକ ଗୀତର ମୁଁ ପକ୍ଷପାତି। ସାହିତ୍ୟ କ୍ଷେତ୍ରରେ ସେମିତି ଫିକ୍ସନ୍ ବଦଳରେ ଉଚ୍ଚକୋଟୀର ନନ୍-ଫିକ୍ସନ୍ ସୃଷ୍ଟି ହେଉ ବୋଲି ମୋର ଇଚ୍ଛା। ଗତ ଶତାବ୍ଦୀର ବଡ଼ ବଡ଼ ସମାଜଶାସ୍ତ୍ରୀ ତଥା ଦାର୍ଶନିକମାନଙ୍କ ସହ ସମସ୍ତଙ୍କର ପରିଚୟ ହେଉ ବୋଲି ମୋର ଆଶା। ଜେଏନ୍ ମହାନ୍ତିଙ୍କୁ ଓଡ଼ିଆ ଲୋକେ ଚିହ୍ନନ୍ତୁ।
ସଂସ୍କୃତି ବା ପରମ୍ପରାର ମୁକୁଟ ପିନ୍ଧାଇ ବିନା ପ୍ରମାଣରେ ଅତୀତର ବିଭିନ୍ନ କାଳ୍ପନିକ ତଥ୍ଯକୁ ସତ୍ଯ ବୋଲି ମାନିନେବା ମଣିଷର ଏକ ବଡ଼ ଦୁର୍ବଳତା। ପରବର୍ତ୍ତୀ ବଂଶଧରମାନଙ୍କୁ ମଧ୍ଯ ଏଥିପାଇଁ ବାଧ୍ଯକରିବା ଆହୁରି ଏକ ଭୂଲ୍। ଶିକ୍ଷା ବ୍ଯବସ୍ଥା ୟାଲାଗି ଅନେକାଂଶରେ ଦାୟୀ। ବୈଜ୍ଞାନିକ ପଦ୍ଧତିର ଅଭାବଯୋଗୁ ସତ୍ଯାନ୍ବେଷୀ ହେବାର ଅଙ୍କୁଶ ନାହିଁ।
ଭଲ କଥା କହିବା ବା ଠିକ୍ ଜିନିଷ ପ୍ରତି ଦୃଷ୍ଟି ଆକର୍ଷଣ କରାଇବା ହେଲା ଗୋଟିଏ ଦିଗ। ୟା ଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କାର୍ଯ୍ୟଟି ହେଲା ଅନାଗତର ଭୃତ୍ୟ ହେବା। କେଉଁଠି ଓ କେତେବେଳେ ସେ ତାର ପୂର୍ଣ୍ଣ ଅବୟବ ନେଇ ଓହ୍ଲେଇ ଆସିବ ତାହା କେହି ଜାଣେନା। ତେଣୁ ଲେଖିଲାବେଳେ ଶୂନ୍ଯମନରେ ତଥା ଶାନ୍ତହୃଦୟରେ ଅପେକ୍ଷାରତ ହେବାହିଁ ପ୍ରକୃତ ପ୍ରେମ।
କେବଳ କାହାଣୀର ଯାଦୁକାରିତା କୌଣସି ଉପନ୍ୟାସର ବଳ ହୋଇନପାରେ। ଚରିତ୍ରରୂପାୟନ ସହ ଦର୍ଶନକୁ କନ୍ଥା ଭଳି ଗୁନ୍ଥିଲେହିଁ ଗଳ୍ପଟି ଶୀର୍ଷସ୍ଥାନକୁ ଆରୋହଣ କରିପାରେ। ଏହା କେବଳ ସଂସ୍କାର ଅଥବା ନୈତିକତାର ପ୍ରଶ୍ନ ନୁହେଁ ବରଂ ସବୁଜିନିଷକୁ ପ୍ରଶ୍ନ କରିପାରିବାର ପ୍ରଶ୍ନ। ସୀମାବନ୍ଧନକୁ ଭାଙ୍ଗି ଫୋପାଡି ଦେବାର ସ୍ବାୟତ୍ତତା; ବାଧ୍ଯବାଧକତା ନୁହେଁ।
ସୂର୍ଯ୍ୟଙ୍କର ଚାରିରୂପ ବିଷୟରେ ଶ୍ରୀଅରବିନ୍ଦ ବେଦରହସ୍ୟରେ ବିଶଦ୍ ବର୍ଣ୍ଣନା କରିଛନ୍ତି ଯାହା ମୋଟାମୋଟି ଭାବରେ ପରବର୍ତ୍ତୀ କାଳର ଦର୍ଶନରେ ତ୍ରିଗୁଣ ନାମରେ ଖ୍ୟାତ। ରାମାୟଣ ଓ ମହାଭାରତର ଚାରି ବା ପାଞ୍ଚ ଭାଇ ମଧ୍ଯ ଅନେକାଂଶରେ ସେଇ ବୈଦିକ ଢାଞ୍ଚାରେ ଢଳା। ମାତୃଶକ୍ତି ତଥା ସାମାଜିକ ବିଧିବ୍ଯବସ୍ଥାର ଚାରିଖୁଣ୍ଟ ବି ବୈଦିକ ପଘାରେ ବନ୍ଧା।
କୂପମଣ୍ଡୁକରୁ ମଣିଷ ହେବା ପାଇଁ ବିବର୍ତ୍ତନକୁ ଲକ୍ଷ ଲକ୍ଷ ବର୍ଷ ଲାଗିଗଲା। ବର୍ତ୍ତମାନ ପୁଣି ଏକୋଚ୍ୟାମ୍ବର୍ ଭିତରେ ମଜ୍ଜିରହି ଓଲଟା ଦିଗରେ ଯାତ୍ରା କରିବାକୁ ଅନେକେ ଲାଳାୟିତ। ସେଇଥିପାଇଁ ଶ୍ରୀଅରବିନ୍ଦ ଚେତନାର ସିଢ଼ି ଚଢ଼ିବା କଥା ଚେତେଇ ଦେଇଛନ୍ତି। ଅତୀତର ବେଡ଼ି ଫିଙ୍ଗି, ଅମୃତତ୍ବର ସନ୍ଧାନ ପ୍ରତ୍ୟେକ ବ୍ଯକ୍ତିର ଜନ୍ମସିଦ୍ଧ ଅଧିକାର।
ନାନାଦି କଳାରେ ପାରଙ୍ଗମ ଲୋକ ତ ବହୁତ୍ ମିଳିବେ କିନ୍ତୁ ସହୃଦୟଙ୍କ ସଂଖ୍ଯା କମ୍। ବୈଷୟିକ ବା ବୃତ୍ତିଗତ ବିଶେଷଜ୍ଞ ମାନଙ୍କର ଅଭାବ ନାହିଁ କିନ୍ତୁ ମାନବୀୟ ସମ୍ବେଦନଶୀଳତା ସମ୍ବନ୍ଧରେ ଅଧିକାଂଶ ଅଜ୍ଞ। ଗଣତନ୍ତ୍ରରେ ସେମିତି ଭୋଟର୍ ତ ସମସ୍ତେ କିନ୍ତୁ ପରିପକ୍ବ ନାଗରିକ କେତେଜଣ? ଏ ସମସ୍ତ ଦାରିଦ୍ର୍ଯ ପାଇଁ ପୂର୍ଣାଙ୍ଗ ଶିକ୍ଷାର ଅଭାବ ଦାୟୀ।
ମଣିଷର ମନ ଭାରସାମ୍ୟ ତଥା ଯୁକ୍ତିଯୁକ୍ତ କଥାକୁ ଭଲପାଏ। ଭଲ କାମ କଲେ ଭଲ ଫଳ ମିଳିବ ବୋଲି ଧାରଣା ସେହିପରି ଏକ ଅନ୍ଧବିଶ୍ୱାସ। କାରଣ ମଣିଷ ଯେଉଁ ବିରାଟ ନାଟକର ଅଂଶବିଶେଷ ତାର ଗଠନ ସାଧାରଣ ଯୁକ୍ତିବୁଦ୍ଧିର ଉର୍ଦ୍ଧ୍ବରେ। ବିଶେଷକରି ବିବର୍ତ୍ତନର ଆବଶ୍ଯକତା ଉପରେ ବହୁତ କିଛି ନିର୍ଭରକରେ। ଭାଗ୍ୟ ଓ କର୍ମର ଶ୍ରୀଅରବିନ୍ଦଙ୍କ ବିଶ୍ଳେଷଣ ମହାନ।
ବିଜ୍ଞାନ ଶିକ୍ଷକ ଭାବେ ମୋର ଶିକ୍ଷାଲାଭ ପରେ ମୁଁ ମୋର ନିଜ ଗାଁ ସ୍କୁଲରେ ବର୍ଷେ ଶିକ୍ଷକତା କରିଥିଲି ଯଦ୍ବାରା ମୋର ଶିକ୍ଷକମାନେ ସହକର୍ମୀ ଓ ବନ୍ଧୁ ହେଲେ ଏବଂ ଅନେକ ଜ୍ଞାତିକୁଟୁମ୍ବ ଛାତ୍ରଛାତ୍ରୀ। ମାଷ୍ଟର ମାନଙ୍କୁ ପିଣ୍ଢାଓଲୁ କହିବାର ସେ ସମୟରେ ଏକ ପ୍ରଚଳନ ଥିଲା (୧୯୭୬) ଯେମିତି ସୈନିକ ବା ସର୍ଦ୍ଦାର ମାନଙ୍କୁ ମଧ୍ଯ ଆକ୍ଷେପ କରାଯାଏ।
ଶିକ୍ଷକତା ଛାଡ଼ିବା ପରେ, ସୁନ୍ଦରଗଡ଼ରେ ମୋର ଆଠବର୍ଷ ଅବସ୍ଥାନ କାଳରେ, ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଦର୍ଶନର ପ୍ରଚାର ପ୍ରସାର ଦିଗରେ କିଛି ମାତ୍ରାରେ ସହଯୋଗ କରିଥିଲି (୧୯୭୭-୮୫)। ସେଇ ପ୍ରେରଣା ଏବେବି ଜାଗ୍ରତ। ତତ୍କାଳୀନ ରାଜ୍ଯସ୍ତରୀୟ ସଙ୍ଗଠକ ମଧୁଭାଇନା ବା ମଧୁସୂଦନ ମିଶ୍ରଙ୍କର ଏହି ମାସରେ ପରଲୋକ ହୋଇଗଲା। ତାଙ୍କର ଅବଦାନ ଅତୁଳନୀୟ।
No comments:
Post a Comment