Wednesday, 5 October 2022

ନିର୍ମଳା ମିଶ୍ର ଇତିହାସ ହୋଇଗଲେ

 ନିର୍ମଳା ମିଶ୍ର ଇତିହାସ ହୋଇଗଲେ

ତୁଷାରନାଥ ମହାପାତ୍ର
ଧର୍ମ ଓ ସଂସ୍କୃତି ଆଳରେ ବିଭିନ୍ନ କାଳ୍ପନିକ ବେଶଭୂଷା ଦେଖିବାର ଭୋକ ପିଲାଦିନେ ଗପ ଶୁଣିବାର ଝୁଙ୍କ ଠାରୁ କିଛି କମ ନୁହେଁ। ଅବଶ୍ଯ ଆଧୁନିକତା ନାଁରେ କିମ୍ଭୁତକିମାକାର ଚିତ୍ର ସବୁ ସିନେମାରେ ଦେଖିବା ଜମା ବିଚିତ୍ର ନୁହେଁ। ତେବେ ଏ ବାଳୁତ ଭାବରୁ କଣ ମୁକ୍ତି ନାହିଁ? ଜୀବନର ସତ୍ଯ ସବୁ ଅଳୀକ ମନେ ହେଉଛି କାହିଁକି? ସେ ଗପଟି ମନେ ପଡ଼ିଯାଏ।
ଯେତେବେଳେ ବର୍ଷକୁ ଗୋଟିଏ ଯୋଡ଼ିଏ କଥାଚିତ୍ର ହେଉଥିଲା, ସବୁ ଗୀତ ତଥା ଚିତ୍ରାୟନ ପ୍ରାୟ ମନେଅଛି। ୧୯୭୭ରୁ ବହୁ ସଙ୍ଖ୍ୟାରେ ହେଲା କିନ୍ତୁ ମୁଁ ସୁନ୍ଦରଗଡ଼ ଚାଲିଗଲି। ତେଣୁ ଗୀତ ଗୁଡ଼ିକର ସଠିକ୍ ଜାତକ ମନେ ପଡ଼ୁନାହିଁ। ଅନେକ ଭିଡ଼ିଓରେ କଥାଚିତ୍ରର ବର୍ଷ ମଧ୍ଯ ଲେଖା ନାହିଁ। ତେଣୁ କ୍ରମ ନେଇ କିଛି ଅନୁମାନ କରିବା କଷ୍ଟ।
କଟକରେ ଭସାଣି ହିଁ ସବୁଠୁଁ ବଡ଼ କାର୍ଣ୍ଣିଭାଲ୍ ଥିଲା କିନ୍ତୁ ଅନ୍ୟାନ୍ୟ ଜିଲା ପରି ବିଭିନ୍ନ ବେଶଭୁଷାର ନାଚ ଆଦିର ପ୍ରଭାବ କମ୍ ଥିଲା। ତେଣୁ ଅଧିକ ସଭ୍ଯ ବା ଆଧୁନିକ ବୋଲି କୁହାଯାଇପାରେ। କୌଣସି ପର୍ବପର୍ବାଣୀ ବା ସାମାଜିକ ସମାରୋହରେ ମହିଳା ମାନଙ୍କର ଏକାଠି ଗୀତ ଗାଇବାର ବା ନାଚିବାର ପରମ୍ପରା ପ୍ରାୟ ନଥିଲା। ଏହା ରକ୍ଷଣଶୀଳତାର ପ୍ରମାଣ।
ଆଜି ସକାଳୁ ସକାଳୁ ସୁନ୍ଦରଗଡ଼ରେ ପହଞ୍ଚିଥିଲି। ୧୯୭୭ ରୁ ୮୫ ପର୍ଯ୍ୟନ୍ତ ଅବସ୍ଥାନ। ଓଡ଼ିଆ ସିନେମା ସବୁ ଡେରିରେ ଆସେ। କେତେକ ଆସେନି। ଭୁବନେଶ୍ୱରର ସାଂସ୍କୃତିକ ପରିବେଶ ଠାରୁ ଦୂରେଇ ଗଲି। ରଙ୍ଗବତୀ ସେହି ସମୟରେ ନୂଆ ହୋଇ ଆସିଥାଏ ଓ ଲାଇଭ୍ ଷୋ ଦେଖିଥିଲି। ହୀରାକୁଦରେ ପୂଜା ବିସର୍ଜନ ଶୋଭାଯାତ୍ରା ଦେଖିବା ସମ୍ପୂର୍ଣ୍ଣ କଲଚର୍ ଶକ୍ ଥିଲା।
ଏ ମୋର ମାନସୀ ଆସ ଗୀତରେ ରିକ୍ସା ବା ଘୋଡ଼ାଗାଡ଼ିର ଦୃଶ୍ଯ ଥିଲା ବୋଧେ। ତାପରେ ଆସିଲା ପ୍ରତି ହୃଦୟରେ ଘୋଡ଼ାଟାପୁର ଉନ୍ମାଦନା ସଙ୍କ୍ରମିତ କରି ମୁଁ ଯେ ଏକ ପାଗଳ ଭଅଁର। କହିବ କି ପ୍ରିୟା ତୁମେ ଗୀତରେ ମଧ୍ଯ ଅନୁରୂପ ଶବ୍ଦ।
ସ୍କୁଲରେ ପ୍ରେସି ଲେଖା ହେଉଥିଲା। ଟ୍ବିଟରରେ ଏମିତି ବି ଜାଗା ସୀମିତ। କିନ୍ତୁ ତାଠୁଁ ବି କମ ମାତ୍ର ପାଞ୍ଚ ଛଅଟି ଶବ୍ଦରେ ଇତି କରିଦେବା କଣ ଠିକ୍? କାହିଁକି ଏତେ କୋଷ୍ଠକାଠିନ୍ୟତା? ଫୋନରେ ତ ସମୟ କୁଆଡ଼େ ବୋହିଯାଏ। ତେଣୁ ଧାଡ଼ିଏ ଅଧିକା ଲେଖି ଦେଲେ କଣ ଦୋଷ ହୋଇଯିବ? ଟିକିଏ ବୁଝେଇ ବ୍ଯାଖ୍ଯା କରିଦେଲେ ଅନେକଙ୍କୁ କେତେ ଉଶ୍ବାସ ନହୁଅନ୍ତା
ମାସକ ତଳର ବାଇପାସରୁ ସୁସ୍ଥ ହେଉଛି ଓ ଶହ ଶହ ଗୀତକୁ ବାରମ୍ବାର ଶୁଣିବାର ସୁଯୋଗ ମିଳିଛି। ଅଶି ଦଶକରେ କଥାଚିତ୍ର ସଙ୍ଖ୍ୟା ବଢ଼ିବା ଫଳରେ ବିଭିନ୍ନ ପ୍ରକାରର ଗୀତ ସବୁ ସୃଷ୍ଟି ହେଲା ଓ ଯୋଗକୁ ମେଲୋଡ଼ି ବଞ୍ଚି ରହିଥିଲା। ତେଣୁ ଆଗରୁ ସଙ୍ଖ୍ୟା ନେଇ ଯେଉଁ ଅଭିଯୋଗ ଥିଲା ତାହା କଟିଲା। ଗୁଣାତ୍ମକ ଦୃଷ୍ଟିରୁ ମଧ୍ଯ ଆତ୍ମବିଶ୍ୱାସ ସ୍ଥାପିତ ହେଲା।
Replying to
ଏଇ ଯେ ବନଲତା ପାହାଡ଼କୁ ଶୀର୍ଷରେ ରଖାଯାଉ। ତାପରେ ମୁଁ ପରଦେଶୀ ଚଢ଼େଇ। ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀକୁ ତ ଏଡ଼େଇ ଦେଇ ହେବନାହିଁ। ଏମିତି ଅନେକ ଗୀତ। ତଥାପି, ତୁମେ ମୋ ମନ ବନର ସୁନା ଚଢ଼େଇର ନାଁ ଥାଉ।
ହଠାତ୍ ଅନେକ ଗୁଡ଼ିଏ ପୁରୁଣା କଥାଚିତ୍ରର ଗୀତ ୟୁଟ୍ୟୁବରେ ଅପଲୋଡ଼୍ ହୋଇଥିବାର ଲକ୍ଷ୍ଯ କଲି। କମ୍ପାନୀ ମାନଙ୍କୁ ଧନ୍ଯବାଦ। କିନ୍ତୁ ଗୋଟିଏ କଥାଚିତ୍ରର ଗୀତ ଏକା ସାଙ୍ଗରେ ଶୁଣିବା ଲାଗି କିଛି ସୁବିଧା ନାହିଁ। ଖୋଜାଖୋଜି କଲାବେଳକୁ କୋଉଠୁ ଯାଇ କୋଉଠି ପହଞ୍ଚିଯିବାର ସମ୍ଭାବନା। ମୁଁ ପ୍ଲେଲିଷ୍ଟ୍ ଅନେକ ତିଆରି କରିଛି କିନ୍ତୁ ଅସମ୍ପୂର୍ଣ୍ଣ।
ମୋର ମାତୃଭାଷା ଯେଉଁ ଓଡ଼ିଆ, ସେ ଓଡ଼ିଆ ଆଉ ନାହିଁ। ସବୁ ସମୟର ଖେଳ। ତେଣୁ କାହାକୁ ଦୋଷ ଦେଇ ହେବନାହିଁ। କିନ୍ତୁ ସେ ଓଡ଼ିଆ ବଞ୍ଚି ରହିବ କିପରି? ସେ ଶକ୍ତି ମଧ୍ଯ କାହାରି ହାତରେ ନାହିଁ। ତଥାପି ସଂରକ୍ଷଣ ଦ୍ବାରା ବହୁତ କିଛି ସମ୍ଭବ। ସେ ସମୟରେ ଭିଡ଼ିଓର ପ୍ରଚଳନ ନଥିଲା। ବୟସ୍କମାନଙ୍କ ସହ ସାକ୍ଷାତକାରରେ ଶବ୍ଦ ତଥା ଉଚ୍ଚାରଣ ସଂଗ୍ରହଣୀୟ।
କେତେକ ଗୀତରେ ଅନ୍ତରାକୁ ଖୋଲା ଛାଡ଼ି ଦିଆଯାଏ କିନ୍ତୁ ଘୋଷା ନଗାଇଲେ ଖାଲି ଖାଲି ଲାଗେ। ଗୀତର ଆନନ୍ଦ ବହୁ ପରିମାଣରେ ଉଣା ହୋଇଯାଏ। ଆଉ କେତେକରେ ବଙ୍ଗଳା ସଞ୍ଚାରି ପରି ଦ୍ବିତୀୟ ଅନ୍ତରାର ସ୍ବର ଅଲଗା ହୋଇଥାଏ। ତା ମଧ୍ଯ ଅନେକ କ୍ଷେତ୍ରରେ ଶ୍ରୁତିଅସମଞ୍ଜତାର କାରଣ ହୋଇଥାଏ। ତେଣୁ ଘୋଷା ଅନ୍ତରାର ନିର୍ଦ୍ଦିଷ୍ଟ ଅନୁପାତକୁ ସ୍ଥିର ରଖିବା ଭଲ।
ଷାଠିଏ ଦଶକ ମୋର ସ୍କୁଲ ବେଳ। ଦୁର୍ବୋଧ୍ୟ ଓଡ଼ିଶୀ ଓ ଅବୋଧ୍ୟ ଆଧୁନିକ କବିତାର କବଳରୁ ମୁକ୍ତି ଦେଇଥିଲା କଥାଚିତ୍ର ଗୀତ। ସଙ୍ଖ୍ୟା କମ୍ ଓ ଶୁଣିବାର ସୁଯୋଗ ମଧ୍ଯ ସୀମିତ। ତଥାପି, ସେ ସବୁକୁ ହୃଦୟରେ ବୋହି ବୋହି, ଗାଇ ଗାଇ ଆନନ୍ଦ ଲାଭ କରିବାର ସ୍ମୃତି ଆଜି ବି ଜୀବିତ। ଷାଠିଏ ବର୍ଷ ପରେ ମଧ୍ଯ ସେହି ଅମୂଲ୍ଯ ଭଣ୍ଡାର ହିଁ ସାନ୍ତ୍ବନାର ସ୍ରୋତ।
ପଞ୍ଚସଖା ପିକଚର୍ସର ପ୍ରଥମ ଛବି ନୂଆବୋଉର ନିର୍ମାଣ ଇତିହାସ ସହିତ ଆଉ ଜଣେ ପଞ୍ଚସଖାଙ୍କର ନାମ ଜଡ଼ିତ ହେବା ଏକ ବିଚିତ୍ର ଯୋଗାଯୋଗ। ପୂର୍ବରୁ ଅନ୍ୟ ଜଣେ ପଞ୍ଚସଖା ନିଜ ପୁଅକୁ ଅଭିନୟ କରିବାକୁ ଅନୁତ୍ସାହିତ କରିଥିବା ବି ଆଶ୍ଚର୍ଯ୍ୟଜନକ। ସାହିତ୍ୟ ସେବୀ ପଞ୍ଚସଖା ମାନଙ୍କର କଥାଚିତ୍ର ପ୍ରତି ଉଦାସୀନତା କୌତୁହଳଜନକ ନିଶ୍ଚୟ। (କାପାକାସି ପଢ଼ି)
ବାହାରର ଗାୟକ ଗାୟିକାଙ୍କୁ ଗ୍ରହଣ କରିବାରେ କୁଣ୍ଠା କଥା ମୁଁ କେତେଥର ଉଲ୍ଲେଖ କରିଛି କିନ୍ତୁ ସେହି ଗୀତ ସବୁ ପରେ ଲୋକପ୍ରିୟତା ହାସଲ କରିଛନ୍ତି। କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ ଏବେ ଶୁଣିଲେ ଲାଗୁଛି ଏହା ଏକ ଅନବଦ୍ୟ କୃତି। ହୁଏତ ଅକ୍ଷୟ ମହାନ୍ତି ନିଜେ ଗାଇଥିଲେ ବି ଏପରି ଭାବାବେଗ ସୃଷ୍ଟି ହୋଇପାରିନଥାନ୍ତା। କଣ୍ଠର ମହତ୍ତ୍ବ ଅଛି।
ଓଡ଼ିଆକୁ ଅହରହ ଖୋଜିବାକୁ ପଡ଼ିବ। ନହେଲେ ସହଜରେ ବାଟବଣା ହେବାର ସମ୍ଭାବନା। ମୋ କଲେଜ ସମୟର ଅତି ଆପଣାର ଗୀତ ଗୁଡ଼ିକୁ ଏକାଠି କରି ସୂର୍ଯ୍ୟବାବୁ ଯେଉଁ ନୂଆ କୋଣାର୍କ ଗଢ଼ିଲେ ତାର ଯଥାର୍ଥ ମୂଲ୍ଯ କେବଳ ମୋ ପରି ଜଣେ ବୟସ୍କ ଲୋକ ହିଁ ବୁଝିପାରିବ। କେବଳ ଅଦିନ ମେଘ ଓ ଘର ବାହୁଡ଼ା ପ୍ରଥମ ଭାଗରେ ରହିଥିଲେ ଆତ୍ମତୃପ୍ତି ହୋଇଥାନ୍ତା। କୃତଜ୍ଞତା
Replying to
ହଁ, ସେ ହାର୍ଡୱେର ଇତିହାସର ଅବତାରଣା କରିଛନ୍ତି କିନ୍ତୁ ମୋ ମତରେ ସୁବର୍ଣ୍ଣ ଯୁଗ ଘର ବାହୁଡ଼ା ପର୍ଯ୍ୟନ୍ତ।
Replying to
୭୦ ରୁ ୭୮ ଓଡ଼ିଆ କଥାଚିତ୍ର ଗୀତ।
ଅନୁତାପର ନୂପୁର କାହିଁକି ମୁଁ ବାନ୍ଧିଲି ଯେପରି ଅଭୂତପୂର୍ବ ଆକାରର ଚହଳ ପକେଇଥିଲା, ତାର ନଅ ବର୍ଷ ପରେ ଜନ୍ମ ନେଲା ମନ ପ୍ରାଣକୁ ଦୋହୋଲେଇ, କାହିଁ କୁଆଡ଼େ ଉଡ଼େଇ ନେଲାପରି ମୁଁ ପରଦେଶୀ ଚଢ଼େଇ। ଦୁଇବର୍ଷ ପରେ ପାପା କହତେ ହୈଁ ସେହିଭଳି ବାତାବରଣ ସୃଷ୍ଟି କରିଥିଲା। ଆଗର ଓଡ଼ିଆ ପୁରୁଷ କଣ୍ଠ ଧିରେ ଧିରେ ବାହାରର ଗାୟକ ମାନଙ୍କ ପାଖକୁ ଗଲା।
ତଥ୍ୟାତ୍ମକ ତଥା ବିଶ୍ଳେଷଣାତ୍ମକ ଶ୍ରଦ୍ଧାଞ୍ଜଳି। ଚିଲିକା ତୀରେର ଗୀତ ଦୁଇଟିର ତରଙ୍ଗ ଟିକିଏ ଝଙ୍କୃତ ହୋଇଥିଲେ ଭଲ ଲାଗିଥାନ୍ତା।
ଦକ୍ଷିଣୀ ଉଚ୍ଚାରଣତ ଜାଗା ଜାଗାରେ ଟିକେ ଅଟଖଟା ଲାଗେ କିନ୍ତୁ କାଉ ଧାନ ଖାଇଲା ବୋଲି ଗୀତରେ ଯେଉଁ ନାଟକୀୟତା ରହିଛି, ତାପାଇଁ ଏକବାରେ ପ୍ରକୃଷ୍ଟ। ତାର ଲୋକପ୍ରିୟତାକୁ ଚାଲେଞ୍ଜ ଦେଇଥିଲା ନିଅ ନିଅ ବାବୁ ଫୁଲ ଗଜରା। ସେହିବର୍ଷ ଝୁମକା ଟିକେ ତୁତ ହଲେଇ ଦେ କିଛି କମ୍ ହଙ୍ଗାମା ମଚେଇ ନଥିଲା। ସହଜେ, ମୋ ବାହାଘର ବର୍ଷ। ତେଣୁ ବେଳହୁଁ ସାବଧାନ।
ଫିଲ୍ମତ ମୁଁ ବେଶୀ ଦେଖେନି ତେବେ ଯେଉଁ କେତୋଟି ବହୁତ ଭଲ ଲାଗିଥିଲା ତାକୁ ସମସ୍ତଙ୍କୁ ଦେଖିବାକୁ ଅନୁରୋଧ। ଶ୍ରୀ ଏବଂ ଶ୍ରୀମତୀ ଆୟର ଜେସିକାକୁ କେହି ହତ୍ୟା କରି ନାହାଁନ୍ତି ଜଲି ଏଲଏଲବି ଦମ୍ ଲଗା କେ ହଈଶା ପଟିଆଲା ପରିବାର ଲଭ୍ ଆଜ୍‌ କଲ୍ ରବ୍ ନେ ବନା ଦି ଯୋଡ଼ି ଲହ୍ମେ। ପୁରୁଣା ଭିତରେ ଅନୁରାଧା, ଅନୁରାଗ, ସାରାଂଶ, ମୌସମ, ଓ ଭୁବନ ସୋମ।
କଲେଜ ଜୀବନର ଅବିସ୍ମରଣୀୟ ସୃଷ୍ଟି କେତୋଟି।
ଅନ୍ନଦାତା
ପ୍ରଥମ ରେକର୍ଡ଼ ପରେ ଅକ୍ଷୟ ମହାନ୍ତିଙ୍କର ବଙ୍ଗଳାରେ ଆଉ ରେକର୍ଡ଼ ବାହାରିବ ନାହିଁ ବୋଲି ଯେଉଁ ଚକ୍ରାନ୍ତ ଭଳି ବର୍ଷ ବର୍ଷ ଧରି ନିମାଇଁଙ୍କ ବ୍ୟତୀତ ଅନ୍ୟ କୌଣସି ଗାୟକ ଗାୟିକାଙ୍କୁ ଆଧୁନିକ ଓଡ଼ିଆ ଗୀତ ଗାଇବାର ସୁଯୋଗ ନଦିଆଯିବା ଏଚଏମଭି କମ୍ପାନୀର ବହୁତ ବଡ଼ ଅନ୍ୟାୟ। ଅନ୍ୟ ରେକର୍ଡ଼ କମ୍ପାନୀମାନେ ସେ ଦୃଷ୍ଟିରୁ ଅନେକ ଧନ୍ଯବାଦର ପାତ୍ର।
ଗହୀର ମଝିରେ - ମୋ ନିଜ ଲେଖା
ରାଜନୈତିକ ଦଳ ହେଉ ବା ସାମ୍ବାଦିକତା ହେଉ, ସେମାନଙ୍କର ଆର୍ଥିକ ସ୍ବଛଳତା ପାଇଁ କୌଣସି ନିର୍ଦ୍ଦିଷ୍ଟ ବ୍ଯବସ୍ଥା ନାହିଁ। ଏ କ୍ଷେତ୍ରରେ, ସେମାନେ ଅନୈତିକ ଉପାୟ ଅବଲମ୍ବନ କରିବା କିଛି ବିଚିତ୍ର ନୁହେଁ। ତଣ୍ଟିକଟା ପ୍ରତିଯୋଗିତା ପୁଣି ଅନ୍ୟ ଏକ କାଳ। ତେଣୁ ପରିବର୍ତ୍ତନର ଧାରାରେ ଯାହା ଯେତିକି ସମ୍ଭବ ହୋଇ ପାରୁଛି ତାକୁ ସମ୍ମାନ କରିବା କଥା।
ଭୁବନେଶ୍ୱରୀ ମିଶ୍ର କୃଷ୍ଣ ସୁଦାମାରେ ଟିକି ମୋର ନାଆଟି ଗାଇବାର ସୁଯୋଗ ପାଇ ଏକ ନୂଆ ଆଲୋଡ଼ନ ସୃଷ୍ଟି କଲେ। ଗୀତଟି ଚାରିଆଡ଼େ ବାଜୁଥିଲା। ଅନେକ ବର୍ଷ ପରେ ଗୋଟିଏ ଖାଣ୍ଟି ତଥା ଅକୃତ୍ରିମ ଓଡ଼ିଆ କଣ୍ଠ ଶୁଣି ବହୁତ ଖୁସି ଲାଗୁଥିଲା। ଦୟାମୟୀ ମହାମାୟୀ ମା ମଙ୍ଗଳା ମଧ୍ଯ ଏକ କାଳଜୟୀ ଗୀତ କିନ୍ତୁ ପ୍ରେମର ହୋଇଥିଲେ ବେଶୀ ଲୋକପ୍ରିୟ ହୋଇଥାନ୍ତା
ଏକଥା ସତ୍ଯ ଯେ, ଜେ. ଆଦେନୀ ଅନୁତାପ କଥାଚିତ୍ର ଜରିଆରେ ସଙ୍ଗୀତର ଏକ ନୂଆ ଅଧ୍ୟାୟ ଉନ୍ମୋଚନ କଲେ। ଯୁବମାନସକୁ ଆକର୍ଷିତ କଲାପରି ବିଭିନ୍ନ ପ୍ରକାରର ଗୀତ ସବୁ ସୃଷ୍ଟି ହେଲା। ମେଲୋଡ଼ିର ସୁଅ ଛୁଟିଲା। ପ୍ରାୟ ଦଶ ବାର ଵର୍ଷ ଧରି ଏହି ପର୍ଯ୍ୟାୟ ଜାରି ରହିଲା ଯାହା ପରେ କାଁ ଭାଁ ସଫଳତାକୁ ଛାଡ଼ିଦେଲେ ସାଧାରଣ ମାନର ପତନ ଘଟିବା ସ୍ବାଭାବିକ।
ସଙ୍ଗୀତ ଶିକ୍ଷାର ମହତ୍ତ୍ବ ରହିଛି କିନ୍ତୁ ଆଧୁନିକ ଗୀତ ଆମକୁ ରାଗର ଜାଲ କବଳରୁ ମୁକ୍ତି ଦେଇଛି। ନୂଆ ସ୍ବରର ସମ୍ଭାବନା ଯେତେବେଳେ କମି କମି ଯିବ, ସେତେବେଳେ ଗୋରୀ ଗୋରୀ ବୃତ୍ତେ, ଫୁଲେଇ ରାଣୀ ବୃତ୍ତେ, ବା ସାବି ସାବି ବୃତ୍ତେ ଆଦିରେ ନୂଆ ଗୀତ ସବୁ ଲେଖାହେବ। ପରୁଣା ସ୍ବରକୁ ସାମାନ୍ଯ ବଦଳାଇ ଯିଏ ଆଧୁନିକ ସ୍ପର୍ଶ ଦଉଛନ୍ତି ତାହା ବ୍ଯର୍ଥ।
ଅନୁତାପର ନିଦ ଭରା ରାତିକୁତ ବହୁ ପ୍ରଶଂସା କରାଯାଉଛି (୧୯୭୭) କିନ୍ତୁ ଏଇ ଲମ୍ବେଇକି ଗାଇବା ଶୈଳୀର ଏକ ସଫଳ ଉଦାହରଣ ହେଉଚି ବନ ମୟୂରୀ ମୋ ବୟସୀ ଡେଣାରେ ଯାହାକି ୧୯୬୯ ଅଗଷ୍ଟ ମାସର ସଜଫୁଲରେ ଆକାଶବାଣୀ କଟକରୁ ପ୍ରଚାର କରାଯାଇଥିଲା। ପୁରୁଷ କଣ୍ଠରେ ଆକାଶ ଯେ ମୋତେ ପାଗଳ କରିଛି ବି ପ୍ରାୟ ସେଇ ଶୈଳୀରେ। ସ୍ବର ଛଡ଼ା ଲିରିକ ବି ତୁଳନାଯୋଗ୍ୟ।
Replying to
ଭୁବନେଶ୍ୱରୀ ମିଶ୍ର ମୂଳ ଗୀତଟି ରେଡ଼ିଓରେ ଗାଇଥିଲେ। ପରେ ତାହା ବୋଧେ ରେକର୍ଡ଼ ଆକାରରେ ପ୍ରକାଶିତ ହୋଇଥିଲା।
Replying to
ଧନ୍ଯବାଦ। ଏ ଗୀତ ଅନ୍ୟତ୍ର ନାହିଁ। ନବଜନ୍ମର ଏ ଦିନ ସୁନ୍ଦର ମିଳନ ଛନ୍ଦର ଯଦି ଶୁଣାନ୍ତେ ତାହେଲେ ଭଲ ହୁଅନ୍ତା।
ବୈଦିକ ଅର୍ଥରେ ଗୋସ୍ୱାମୀ ମାନେ ଜ୍ଞାନର ସ୍ବାମୀ ଓ ଗୁରୁକୃଷ୍ଣ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କର ରଜଦୋଳି ଗୀତ (ନୂଆବୋଉ) ଜୀବନାନନ୍ଦ ପାଣିଙ୍କ କୁଆଁର ପୁନେଇଁ ଗୀତ (ମାଣିକ ଯୋଡ଼ି) ଠାରୁ ତୁଳନାତ୍ମକ ଭାବେ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ। ତେବେ କଅଁଳ କାକୁଡ଼ିର ଚୋପା କାହିଁକି ବହଳ ହେବ ବା ପରିବା ଲାଗି କଟାହେବ ଠିକ୍ ବୁଝିହୁଏନି।
କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ (ଚକା ଭଉଁରୀ - ୧୯୮୬) ଆଜିର ଗୀତ #ଆଜିରଗୀତ #AjiraOdiaGita
ମଲାଜହ୍ନର ମୋ ନାଁଟି ଗୀତଟିରେ କେତେଗୁଡ଼ିଏ ନାଁର ତାଲିକା ଅଛି। ସେଇଭଳି ସ୍ତ୍ରୀର କଳିଯୁଗ କୃଷ୍ଣ ମୁହିଁ ଓ ଅକ୍ଷୀ ତୃତୀୟାର ଆସ କିଏ ଖାଇବରେ ଖାଇବା ଜିନିଷର ତାଲିକା ରହିଛି। ସିନ୍ଦୂର ବିନ୍ଦୁର ଯଉବନରୁ ଅପରାଧରେ ପ୍ରେମ ସମ୍ବନ୍ଧୀୟ ମନସ୍ତାତ୍ତ୍ୱିକ ଅବସ୍ଥାର ଏକ ତାଲିକା ମିଳେ। କୃଷ୍ଣ ସୁଦାମାର କହରେ କିଏସେରେ ଈଶ୍ବର ମାହାତ୍ମ୍ଯ ତାଲିକା।
ଗୀତ ଭିତରେ ଗପ ପଶିଲେ ସ୍ବର କୋଉଠି ଯେମିତି ଟିକେ ଅଣ୍ଢଣିଆ ହୋଇଯାଏ। ଏଇ ଯେମିତି ଧରିତ୍ରୀର ମୋହନ ହେ ମୋହନ, ତୁମେ କି ଜାଣନା, ଓ ସପନର ପଥେ ପଥେ। ମମତାର ହେ ମୋର ବାବୁ ଏବଂ ଗପ ହେଲେ ବି ସତର ହୁଁ ହୁଁ କା ବାଇଝୁଲିଆ ବି ସେଇ କାଟର। ମୁକ୍ତିର ଏକ ଦେଶେ ଥିଲେ ତଥା କୁଳଚନ୍ଦ୍ରମାର ରାତି ପାହିଥିଲେ ମଧ୍ଯ ଲୋକପ୍ରିୟ ହେବାରୁ ବଞ୍ଚିତ ହୋଇଛନ୍ତି
ମନର ମଣିଷ ଯଦି (ରକ୍ତ ଗୋଲାପ - ୧୯୭୭) ଆଜିର ଗୀତ #ଆଜିରଗୀତ #AjiraOdiaGita
ମା ରୁ ଘର ବାହୁଡ଼ା ସୁବର୍ଣ୍ଣ ଯୁଗରେ ଚାରିଜଣ ସଙ୍ଗୀତ ନିର୍ଦ୍ଦେଶକ। ପରେ ଗୋଟିଏ ଯୋଡ଼ିଏ କଥାଚିତ୍ରରେ ସୁଯୋଗ ପାଇଲେ କିଛି ପ୍ରତିଭା। ରାଖାଲ ମହାନ୍ତି - ଘର ସଂସାର ଓ ଅମର ପ୍ରେମ ଜେ. ଆଦେନୀ - ଅନୁତାପ ଧନଞ୍ଜୟ ଶତପଥୀ - ରକ୍ତ ଗୋଲାପ ଅର୍ଜୁନ ସାମଲ ଓ ସୁନାକର ସାହୁ - ସୁନା ସଂସାର ରମେଶ ନାଇଡ଼ୁ - ପତି ପତ୍ନୀ ନିର୍ମଳ କୁମାର - ନୀଳ ମାଧବ
ନିର୍ମଳା ମିଶ୍ର ଇତିହାସ ହୋଇଗଲେ। ବିଭିନ୍ନ ତଥ୍ୟ ସବୁ ବିଭିନ୍ନ ଜାଗାରେ ଓ ବିଭିନ୍ନ ଭାଷାରେ ପ୍ରକାଶିତ ହୋଇଛି। ସେ ସବୁକୁ ସାଉଁଟି ଏକାଠି କଲେ ବହୁତ ଉପାଦେୟ ହୁଅନ୍ତା। ତାଛଡ଼ା ତାଙ୍କର ସମସ୍ତ ଗୀତର ଏକ ନିର୍ଭୁଲ ତାଲିକା କୌଣସି ଗୋଟିଏ ଜାଗାରେ ମିଳିବା ଦରକାର। ଘର ସଂସାରର ଶୁଭ ବିବାହ ବାଜେ ରେ ଯୋଡ଼ି ମହୁରୀ ଦୈତ-ଗୀତଟି ମିଳିବା ଦରକାର।
Replying to
ମନ ମାନେନା ଶିପ୍ରା ବସୁ ଗାଇଛନ୍ତି।
ପ୍ରଣବ ଓ ଆରତି ବର୍ତ୍ତମାନ ସୁବର୍ଣ୍ଣ ଯୁଗର ପ୍ରତିନିଧି।
Replying to
ସିକନ୍ଦର ଆଲାମ ଓ ସରୋଜ ପଟ୍ଟନାୟକ ବି। ଶିପ୍ରା ବସୁ ତ ଆଗରୁ ଯାଇଥିଲେ। ନିର୍ମଳାଙ୍କ ଫଟ।
Replying to and
ଆମର ନିଜ ଜାଗାଟିଏ କେବେ ସମ୍ଭବ ହେବ? ଅନ୍ତତଃ ସଠିକ୍ ତଥ୍ୟ ଓ ଗୀତ ସବୁ ସାଇତି ରଖିବା ପାଇଁ। ଆରମ୍ଭ କଲେ ସାହାଯ୍ୟ ସହଯୋଗ ନିଶ୍ଚୟ ମିଳିବ।
Replying to
ଶୁଭ ବିବାହ ବାଜେରେ - ନିର୍ମଳା ଓ ଶିପ୍ରା (ଘର ସଂସାର)
Replying to
ଝୁମି ଝୁମି ଆସେ ଆଖି ଗାଇଛନ୍ତି ସୁଜାତା ମୁଖୋପାଧ୍ୟାୟ।
ପର୍ଶୁରାମ ପଟ୍ଟନାୟକ
Replying to
ଏ - ଅନ୍ତରେ କାନ୍ଦେ ବି - ବାରିଦରେ ସି - ଛାୟା ପଛେ ପଛେ
ପିଲାଦିନର ସ୍ମୃତି ସମସ୍ତଙ୍କୁ ପ୍ରଭାବିତ କରିଥାଏ ଓ ନିର୍ମଳା ମିଶ୍ରଙ୍କ ଯେଉଁ ଗୀତଗୁଡ଼ିକୁ ଆଜି ସ୍ମରଣ କରାହେଲା, ସେଥିରେ ବାଳକୃଷ୍ଣ ଦାଶଙ୍କ ପୁରୁଣା ସୃଷ୍ଟି ସବୁ କମ୍। ଷାଠିଏ ଦଶକର ସେହି ଗୀତ ଗୁଡ଼ିକର ମହତ୍ତ୍ବ ଯଦି କେହି ନବୁଝିବେ, ତାହା ଦୁଃଖ ଓ ଉଦ୍-ବେଗର କାରଣ। ପଛକୁ ଫେରି ଆଜି ଆକାଶେ ପର୍ଯ୍ୟନ୍ତ ଭଲ ଗୀତକୁ ଭଲ ପାଇବା ଏକ ସାଧନା।
ଦୁଇ ବର୍ଷ ତଳେ ମୁଁ ଯେଉଁ ଏ ଠୁଁ ଜେଡ଼୍ ତାଲିକାଟି ତିଆରି କରିଥିଲି, ସେଥିରେ ଘର ବାହୁଡ଼ାର ଏକା ଏକା ମନେ ମନେ ଗୀତଟିକୁ ନିର୍ମଳା ମିଶ୍ରଙ୍କ ଶ୍ରେଷ୍ଠ ବୋଲି ବାଛିଥିଲି। (ଅବଶ୍ଯ ନରସିଂହ ମହାପାତ୍ରଙ୍କ କବି କଳ୍ପନାର ଅବଦାନ ବହୁତ ଯାହାର ପାର୍ଥସାରଥି ମହାପାତ୍ରଙ୍କ କଥା ଥିଲା ତୁମେ ସହ କିଛିଟା ସାମଞ୍ଜସ୍ୟ ରହିଛି।) ନିର୍ମଳାଙ୍କୁ ପ୍ରଣାମ।
Replying to
ଭଲ ଗୀତ ନିଶ୍ଚୟ କିନ୍ତୁ ପରବର୍ତ୍ତୀ ଯୁଗର। ବାପ୍ପୀ ଲାହିଡ଼ୀଙ୍କ ସମସାମୟିକ।
Replying to
ଚାରି ନମ୍ବରରେ ମନ ମାନେନା
ଅନୁତାପ
ନିର୍ମଳା ମିଶ୍ର ବଙ୍ଗଳା ଅପେକ୍ଷା ଓଡ଼ିଆ ସଙ୍ଗୀତରେ ବେଶୀ ସୁପ୍ରତିଷ୍ଠିତ ଏବଂ ସେଥିପାଇଁ ପ୍ରଶଂସାର ପାତ୍ର ହେଲେ ବାଳକୃଷ୍ଣ ଦାଶ। ଠିକ୍ ଉଚ୍ଚାରଣ ପାଇଁ ନିଶ୍ଚୟ କେତେ ଧମକ ଚମକ ସେ ସହିଥିବେ କିନ୍ତୁ ମାଜିମୁଜି ହୋଇ ଯାହା ଆମପାଖରେ ପହଞ୍ଚିଛି ତାହା ଖାଣ୍ଟିସୁନା ଭଳି ସବୁଦିନ ପାଇଁ ଝଟକୁ ଥିବ; ବିଜୁଳି ପରି ହୃଦୟରେ ସବୁକାଳ ଧରି ଚମକୁ ଥିବ।
ଉଲ୍ଲେଖଯୋଗ୍ୟ ଯେ, ଏହି ଟ୍ବିଟଟିରେ ଅଧିକାଂଶ ବ୍ୟଞ୍ଜନବର୍ଣ୍ଣ ରହିଛି।
ଓଡ଼ିଆ ଭାଷାକୁ ଭଲପାଇବା ମାନେ ନୁହେଁ ଯେ ପୁରୁଣା କାବ୍ୟ କବିତା ଓ ପୌରାଣିକ କଥାବସ୍ତୁ ସବୁ ମୁଖସ୍ଥ କରିବା। ଆଧୁନିକତାକୁ ସମ୍ମାନ ଦେବା ତଥା ଅନ୍ଧବିଶ୍ୱାସ ଠାରୁ ଦୂରରେ ରହିବା ବହୁତ ବଡ଼ ଦାୟିତ୍ୱ। ତେଣୁ ଅତି ବେଶୀ ଭାବପ୍ରବଣ ହେବାର ଆବଶ୍ଯକତା ନାହିଁ। ଭଲ ସାହିତ୍ୟ ବାଛିବାର ଅଧିକାର ସମସ୍ତଙ୍କର।
ନିମାପଡ଼ା (୧୯୮୬)
ବାଁ ପଟେ (୧୯୮୬)
ଛଦ୍ମନାମରେ ଲେଖିଥିବା ପତ୍ର (୧୯୮୬) ଆଜିବି ଯାହା ଝଗଡ଼ାର ସୂତ୍ର (୨୦୨୨) ଇତି ତୁଷାରନାଥ ମହାପାତ୍ର
ମୟୂରଭଞ୍ଜର ଝିଅ ଜଣେ ଆଜି ରାଷ୍ଟ୍ରପତି ହେଲେ ଆଉ ମୟୂରଭଞ୍ଜର ଜଣେ ପ୍ରସିଦ୍ଧ ପୁଅଙ୍କ ଘରେ ଅଶାନ୍ତି। ତାଙ୍କର ଭସାମେଘ ହୋଇ ପରଦାରେ ଆସିବା ଆଜିବି ସ୍ପଷ୍ଟ ମନେଅଛି। କଥାଚିତ୍ରଟି ସେତେବେଳେ ଚହଳ ପକେଇ ଥିଲା। ଖଳନାୟିକା ଭାବରେ ନିହାରୀକା ଚମତ୍କାର ଅଭିନୟ କରିଥିଲେ। ଶ୍ୟାମଳେନ୍ଦୁ ଘାସକଟା କଇଁଚିରେ ପ୍ରେମିକାଙ୍କ ବାଳକାଟିବା ଦୃଶ୍ୟ ଆମୋଦକର।
Replying to
୧୯୭୬ ମସିହାରେ ଶିକ୍ଷକ ହିସାବରେ ମୋ ଦରମା ଥିଲା ୪୭୨ ଟଙ୍କା। ୧୯୭୭ରେ ବ୍ୟାଙ୍କରେ ହେଲା ୪୯୫ ଟଙ୍କା।
Replying to
ହଁ, ବର୍ତ୍ତମାନ ବ୍ୟାଙ୍କ ଠାରୁ ଅଧିକ ବୋଧେ।
Replying to
ହିନ୍ଦୀରେ केजरीवाल। ଓଡ଼ିଆରେ ବିକୃତ କାହିଁକି?
ହାଏ ମଦଭରି ଆଖି
ଶେଷ ଅଧମିନିଟର ବାଦ୍ଯ ସଙ୍ଗୀତ ଓ ଆଳାପ ଅତୀବ ଆବେଗାତ୍ମକ ଓ ଉଦ୍ଦୀପକ।
ବୟସର କୃଷ୍ଣଚୂଡ଼ା ନିର୍ଦ୍ବନ୍ଦରେ ପ୍ରଥମ ସ୍ଥାନ ଅଧିକାର କରିବ ଓ ତା ତଳକୁ ସାଗରେ ଅଧୀର ରହୁ। ଗୋଧୂଳି ଗଗନ ତଳେ ନିଶ୍ଚୟ ପ୍ରଣବଙ୍କୁ ଚତୁର୍ଥ ସ୍ଥାନକୁ ଠେଲିଦେଲା ଓ ତାଙ୍କର ଏଇ ସାତରଙ୍ଗ ମୀନାକରା ଗୀତଟି ପ୍ରାୟ କେହି ଶୁଣି ନାହାନ୍ତି। ସୂର୍ଯ୍ୟ ଉଇଁଲେ ପଞ୍ଚମ ଏବଂ ନୀଳପରୀ କହ ତୋତେ ଷଷ୍ଠ। କମଳ ଦେଶ ସପ୍ତମ ଓ ଅଙ୍ଗ ଦେଶର ଚୂଡ଼ି ଅଷ୍ଟମ।
Replying to
କେହି Duncans ଖାଆନ୍ତିନି?
Replying to
Duncans Number 1 ଆଉ ପ୍ରାୟ ମିଳୁନି। ଅନ୍ୟ ସବୁ ଖୋଜିଲେ ମିଳିବ।
Replying to and
ବାଃ; ସୁପରମାର୍କେଟରେ ତ ବହୁ ବ୍ରାଣ୍ଡ ଚାହିଁ ବସିଛନ୍ତି କିନ୍ତୁ ଯେଉଁ ଝିଅଟି ଚାହିଁଲା ନାହିଁ ସେଇତ ମନ ଟାଣେ!
ଗୋଟିଏ ଦିଗରେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିବାର ବାହାସ୍ଫୋଟ ଏବଂ ଅନ୍ୟ ଦିଗରେ ବର୍ତ୍ତମାନ ସୀମା ଭିତରେ ସଙ୍କୁଚିତ ହୋଇ ଖାଦ୍ୟ, ବସ୍ତ୍ର, ସଙ୍ଗୀତ, ତଥା ପ୍ରାୟ ସବୁ କିଛି କେବଳ ପୁରୀରୁ ନିର୍ଗତ ବୋଲି ଆସ୍ଫାଳନ କରିବାଟା ଯେତିକି ବଡ଼ ବିଡ଼ମ୍ବନା ସେତିକି ଜୋରରେ ହାସ୍ଯାସ୍ପଦ। ଏଇଥିରେ କୁଆଡ଼େ ଓଡ଼ିଆ ଜାତି ଆଗକୁ ମାଡ଼ିଯିବ!
ଲିପିକୁ ପଛରେ ପକେଇ ଦେଇ, ଚିହ୍ନ ବା ଚିତ୍ରର ମୁରୁଜରେ ଉତ୍ତର ଦେବାର ବିଧି ହୁଏତ ଅଭ୍ଯାସଗତ ହୋଇଗଲାଣି କିନ୍ତୁ ଦି'ପଦ ଲେଖିଲେ ତ ଭାଷା ବଞ୍ଚିବ। ତାଛଡ଼ା, ଶବ୍ଦ ଭିତରେ ଯେଉଁ ଶବ୍ଦ ଗୁଞ୍ଜରିତ ହୁଏ ସିଏ ଗୋଟିଏ ଶୁଖିଲା ଛାପ ଭିତରୁ ଶୁଣାଯିବ କିପରି? ତେଣୁ, ପ୍ରସ୍ତର ଯୁଗକୁ ଫେରିଯିବା ପରିବର୍ତ୍ତେ ଅକ୍ଷରର ଗଜରା ସଜେଇ ଭାବ ବିନିମୟ କରିବା।
Replying to
ପ୍ରଥମେ ସାଲେପୁର (ବିକଳ କର) ଓ ପରେ ପାହାଳ ଲେଖିବାଟା ନ୍ଯାୟସଙ୍ଗତ ହେବ। କିନ୍ତୁ ପାହାଳ ପରି ସାଲେପୁରରେ ପ୍ରତିଯୋଗିତା ନଥିବା ଆଶ୍ଚର୍ଯ୍ୟର ବିଷୟ।
ଅନେକ ଅନେକ ଧନ୍ଯବାଦ ଓ କୃତଜ୍ଞତା।
ଅନେକ ପ୍ରକାରର ଅବାଞ୍ଛିତ ଘଟଣା, ପ୍ରବଞ୍ଚନା, ବଞ୍ଚିତ ହେବାର ଉଦାହରଣ ଓ ଅଭିଯୋଗ ଆଦି ସକାଳୁ ସକାଳୁ ପଢ଼ିବାକୁ ମିଳିଲା। ତାପରେ କିଛି ମନ୍ଦିର ବା ପୂଜା ପଦ୍ଧତିର ଅଫିମ। ଏମିତି ନିତିଦିନିଆ ଜୀବନ। ତା'ର ଢାଞ୍ଚା ବଦଳିବାର କୌଣସି କିଛି ଆଶା ନାହିଁ। ଏବେ କେହି ଇତିହାସର ପେଡି ଖୋଲିବେ। ସେ ଢେଉରେ ଆଜିର ନିୟତି ହଜିଯିବ। ଆଉ କାଲି କଥା ଛାଡ଼।
Replying to
ଗୀତର ସ୍ବରଟି ସତରେ ସୁନ୍ଦର। ବିଶେଷ କରି ଘୋଷା।
ମଃ ସିକନ୍ଦର ଆଲାମଙ୍କ ଅଣସିନେମା ଗୀତ ସଙ୍ଖ୍ୟା ତ ବହୁତ ବେଶୀ ନୁହେଁ କିନ୍ତୁ ତନ୍ମଧ୍ଯରୁ ମାତ୍ର ଦଶ କୋଡ଼ିଏଟି ଗୀତ ଚମତ୍କାର। ଅନ୍ୟ ଗୁଡ଼ିକ ଭଲ ଲିରିକ୍ ଥିବା ସତ୍ତ୍ବେ ମଧ୍ଯ ସୁମଧୁର ନୁହଁନ୍ତି। ଏତେ ସୁନ୍ଦର ତାଙ୍କର ଗଳା ଅଥଚ ତାର ଯଥାର୍ଥ ଉପଯୋଗ ହୋଇପାରିନାହିଁ। ସାଗରେ ଅଧୀର ତ ସ୍ବର୍ଗୀୟ ସ୍ତରର। ତା ତଳେ,
ଶୁଣାଯାଉଛି ଯେ ରାଜ୍ଯ ଗୁଡ଼ିକର ସଙ୍ଖ୍ୟା ପ୍ରାୟ ଡବଲ୍ କରିବା ଲାଗି କେନ୍ଦ୍ର ସରକାର ମନସ୍ଥ କରିସାରିଲେଣି ଯାହା ଆଞ୍ଚଳିକ ଆତ୍ମନିର୍ଣ୍ଣୟ ପରିପ୍ରେକ୍ଷୀରୁ ସ୍ବାଗତଯୋଗ୍ୟ। ଏଥିରେ ଓଡ଼ିଶାର ପାଳି ଯଦି ପଡ଼େ ତେବେ ଅନୁଶୋଚନାର ଅବକାଶ ନାହିଁ। ଖୁସିର କଥା ଓ ନୂତନ ରାଜ୍ଯର ଅଧିବାସୀ ମାନଙ୍କୁ ଅଭିନନ୍ଦନ ଜଣାଇବାର ମୂହୂର୍ତ୍ତ। ଶୁଭସ୍ୟ ଶିଘ୍ରଂ।
ପାଷାଣୀ କନ୍ଯା ମୋ
ପୁରୁଣା ଗୀତ, କଥାଚିତ୍ର, ଓ ବହି ସବୁକୁ ଭାଷାର ରକ୍ଷା କବଚ ବୋଲି ବିଚାର କରି ତା ଚତୁର୍ପାର୍ଶ୍ଵରେ ଆକର୍ଷଣର ବଳୟ ସୃଷ୍ଟି କରିବା ପାଇଁ ନାନାବିଧ ପ୍ରଚେଷ୍ଟା ଦରକାର। ଯୋଗ୍ୟତା ବଳରେ ଏହା ସମ୍ଭବ ହେବ। ବାଧ୍ଯବାଧକତା ବା ତଥାକଥିତ ଶାସ୍ତ୍ରୀୟତା ମୋହର ଦ୍ବାରା ନୁହେଁ। ତେଣୁ ଭଲ କିଏ ଚିହ୍ନିବାକୁ ପଡ଼ିବ। ଅଧୁଆମୂଳାକୁ ଅଲଗା କରିବାକୁ ପଡି଼ବ।
ଭାରତୀୟ ସମ୍ବିଧାନ ଅନୁଯାୟୀ ଯେ କୌଣସି ଭାଷାଭାଷୀ ଲୋକ ଓଡ଼ିଶାରେ ନିର୍ଦ୍ବନ୍ଦରେ ବସବାସ କରିପାରିବ। ତେଣୁ ଓଡ଼ିଆ ଭାଷା ଲାଗି ଆଦୌ ସୁରକ୍ଷା ବ୍ୟବସ୍ଥା ନାହିଁ। ଭାଷା ପାଇଁ ସବୁ ପ୍ରକାର ପଦକ୍ଷେପ ଫାସିବାଦ ଅନ୍ତର୍ଗତ ହେବ ଓ ଭେଦଭାବକୁ ପ୍ରଶ୍ରୟ ଦେବା ଭାବରେ ଗଣା ହେବ। ନିଜ ମାତୃଭାଷାକୁ ବଞ୍ଚାଇବା ଲାଗି ସବୁ ଓଡ଼ିଆଙ୍କର ଅବଦାନ ଆବଶ୍ଯକ।
ଉତ୍ସ ସମ୍ପର୍କରେ ଆଲୋଚନା ଦେଖିଲି। ମୁଁ ପ୍ରାୟ ତିରିଶଟି କଥାଚିତ୍ରର ଗୀତବହିର ମଲାଟ ଅପଲୋଡ଼ କରିଛି ଯାହା କେତେକ ଜାଗାରେ ସ୍ଥାନିତ ହୋଇଛି। କିନ୍ତୁ ମୋ ନାଁର ଷ୍ଟାମ୍ପକୁ ଲିଭେଇଦେବା ପାଇଁ ପ୍ରଚେଷ୍ଟା ପ୍ରାୟ ସବୁ ଜାଗାରେ। ଯେଉଁଠି ନାଁ ଥିଲା, ମୋର ରାଜନୈତିକ ମତାମତ ଯୋଗୁ ତା ମଧ୍ଯ ହଟାଇ ଦିଆଯାଇଛି। ସମସ୍ତେ କିନ୍ତୁ ଉପକୃତ ହୋଇଛନ୍ତି।
Replying to
ତତ୍ପରତା ପାଇଁ ଆପଣଙ୍କୁ ଅଶେଷ ଧନ୍ଯବାଦ ତେବେ ସଠିକତା ଦୃଷ୍ଟିରୁ ଫଟୋଟି ପ୍ରକାଶିତ ହୋଇଥିଲା ଜୀବନ ରଙ୍ଗ ପତ୍ରିକାର କଥାଚିତ୍ର ବିଶେଷାଙ୍କରେ (୧୯୭୨, ସମ୍ପାଦକ: ରଣଧୀର ଦାସ)। ମୁଁ କପି କରି ଅପଲୋଡ଼ କରିଛି ମାତ୍ର। ସେହିପରି ତରଣୀବାବୁଙ୍କ ନାଁରେ ଥିବା ପୋଷ୍ଟରଟିର ସ୍ରଷ୍ଟା କିଏ ତା' ସୂର୍ଯ୍ୟବାବୁ ଜାଣନ୍ତି (ଛାୟା ପ୍ରତିଛାୟା ୨୦୧୬)।
ପ୍ରାୟ ସାରା ଜୀବନ ଇଙ୍ଗ୍ରାଜିରେ ଓରିସ୍ସା ପଢ଼ି ପଢ଼ି ଏବେ ଓଡ଼ିଶାର ବନାନ ଠିକ୍ ଲେଖା ହେଉଛି ଦେଖି ବେଳେ ବେଳେ ଆଖିକୁ ବିଶ୍ବାସ କରି ହେଉନାହିଁ। ବାକି ଜୀବନ କାଳ ମଧ୍ଯରେ ଯଦି ଆମ ପିଲାଦିନର ପ୍ରିୟ କଟକର ବନାନ ବଦଳନ୍ତା ତେବେ ବଡ଼ ଦୟା ହୁଅନ୍ତା। ପୁରୀର ନାଁ ବଦଳିବ ବୋଲି ଶୁଣାଯାଉଛି କିନ୍ତୁ ଇଙ୍ଗ୍ରାଜିରେ ଜଗ୍ଗର୍ନଟ୍ ପୁରୀ ଲେଖା ନହେଉ।
ଓଡ଼ିଆ ଓଳିଆ: ପ୍ରଥମ ଥର ପାଇଁ ଓଡ଼ିଶା ଆନ୍ତର୍ଜାତୀୟ ସ୍ତରରେ ପରିଚୟ ପାଇଲା odiaolia.blogspot.com/2022/06/blog-p Tweets in original by Tusar Nath Mohapatra, Authpur (West Bengal) - 743128 Ph. 9650065636 tusarnmohapatra@gmail.com
ଚିତ୍ତ ଭାଇଙ୍କ ଉପରେ ଅନାଦି ଭାଇଙ୍କ ଦ୍ୱାରା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ [Sri Maa || Sri Aurobindo Pathachakra || Topic: ଆତ୍ମା ପରିପୂର୍ଣ୍ଣତାର ମନୋବିଜ୍ଞାନ...] youtu.be/ua6TPyOUY2Y via

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...