ଝରଣା ଦାସ ଇତିହାସ ହୋଇଗଲେ
ଗାଁରେ, ଘରେ ଆମର ଛୋଟକାଟିଆ ଲାଇବ୍ରେରୀ ଟିଏ ଥିଲା ଓ ମୋର ଅଧିକାଂଶ ସମୟ ସେହି ଥାକ ଥାକ ବହି ଓ ଗଦା ଗଦା ପୁରୁଣା ପତ୍ରିକା ଭିତରେ କଟୁଥିଲା। ତାଛଡ଼ା, ଯୋଗାଡ଼ କରି ନୂଆ ବହି ପଢ଼ିବାର ନିଶା ମଧ୍ଯ ଘାରିଥିଲା। କଲେଜ ବେଳକୁ ନାଟକ ଓ ପରେ ଫିକ୍ସନ୍ ପ୍ରତି ଆଦୌ ସ୍ପୃହା ରହିଲା ନାହିଁ। ନାଟକ ଛଡ଼ା, ସିନେମା ସେହି ଯୋଗୁ ମୁଁ ଦେଖି ପାରେନାହିଁ।
ଚାରିବର୍ଷ ତଳେ ଖୋଜି ଖୋଜି ପାଟକପୁରା କଦଳୀ କେବଳ ଗୋଟିଏ ଜାଗାରେ ପାଇଥିଲି ପୁରୀରେ। ଆଉ କେବେ ପାଟିରେ ବାଜିବ କେଜାଣି?
ଓଡ଼ିଶା ଛାଡ଼ିବାର ପ୍ରାୟ ପଇଁତିରିଶ ବର୍ଷ ପରେ ବି ସ୍ତ୍ରୀଙ୍କ ସହିତ ଓଡ଼ିଆରେ କଥାବାର୍ତ୍ତା କରିବା, ତାଙ୍କର ଓଡ଼ିଆ ରୋଷେଇ ଖାଇବା, ଓ ଓଡ଼ିଆ ଗୀତ ଶୁଣିବା ଓଡ଼ିଆ ସଂସ୍କୃତି ବଞ୍ଚେଇ ରଖିବାରେ କିଛିଟା ସହାୟକ ନିଶ୍ଚୟ। ଆଧୁନିକ ପରିପ୍ରେକ୍ଷୀରେ ଆକର୍ଷିତ ହେଲାଭଳି କିଛି ନଥିବା ବେଳେ ପିଲାମାନଙ୍କଠାରୁ ସହାନୁଭୂତି ଆଶା ନକରିବା ସ୍ବାଭାବିକ।
ପୁରୁଣା ଗୀତ ସବୁରେ, ଭାଷା ତ ସାଧାରଣ ଲୋକ ବୁଝିବା ଟିକେ କଷ୍ଟ କିନ୍ତୁ ସ୍ବର ଯୋଗୁ ଲୋକପ୍ରିୟ ହେଉଥିଲା। ଅନ୍ୟ ପକ୍ଷରେ, ସହଜରେ ବୁଝିହେଲା ଭଳି ଭାଷାରେ କେବେ କେବେ ସ୍ଖଳନ ଘଟୁଥିଲା। ସେ ଦୃଷ୍ଟିରୁ, କେମିତି ଲେଖିଲ ଚିଠି ଏଡ଼େ ମିଠା କରି ଏକ ସୁସନ୍ତୁଳିତ ଗୀତ। ବିବାହିତଙ୍କ ପ୍ରେମ ପୁଣି ଖୁବ୍ କମ୍ ଜାଗାରେ ଉପସ୍ଥିତ। ସ୍ବର ବି ଚିର ସବୁଜ।
ପିଲାଦିନେ ହେ ଫଗୁଣ ତୁମେ ଗଲା ପରେପରେ ବୋଲିବାକୁ ଓ ଶୁଣିବାକୁ ବହୁତ ଭଲ ଲାଗୁଥିଲା କିନ୍ତୁ ତାର ନିଷ୍ଠୁର ଶବ୍ଦ ସବୁକୁ ଯେତେବେଳେ ଅଙ୍ଗେନିଭେଇଥବା ପାଇଁ ପଡ଼ିଲା, ସେତେବେଳେ ଯାଇଁ ପ୍ରକୃତ ମାନେ ବୁଝିହେଲା। ସବୁଥିରୁ ବଞ୍ଚିତ କରି ପରି ଅଭିଯୋଗାତ୍ମକ ଗୀତ ଅନେକ କିନ୍ତୁ ଅନ୍ତର ଫାଡ଼ି ଦେଖେଇବାରେ ହେ ଫଗୁଣ ଅନନ୍ୟ। ଅକ୍ଷୟଙ୍କୁ ଶତ ପ୍ରଣାମ।
କଣ ଲେଖିଲେ ବା କେମିତି ଲେଖିଲେ ପାଠକକୁ ଭଲ ଲାଗିବ ତାର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ତଥାପି କିଛିଟା ନୂଆ ଛଟା ଦୃଷ୍ଟି ଆକର୍ଷଣ କରିଥାଏ। ବେଳେବେଳେ ହୃଦୟକୁ ବି। କଲ୍ପନା ବ୍ଯତୀତ ନିତିଦିନିଆ ଜୀବନ କଥା ଯେ ଚୌକସିଆ ସାହିତ୍ୟର ଉପାଦାନ ହୋଇପାରେ ଏକଥା ମନା କରିହେବ ନାହିଁ। ଖାଲି କହିବାର ଶୈଳୀ ଜାଣିଲେ ହେଲା। ପୁଣି ପଚାଶ ଶବ୍ଦ ଭିତରେ
କବି ମାନେ ଓଡ଼ିଆକୁ କୋଉଠି ନେଇ ପହଞ୍ଚେଇ ଦେଲେ ତା ତ ଜଣାଅଛି। କିନ୍ତୁ ଯାହାହେଉ ଷାଠିଏ ଓ ସତୁରି ଦଶକରେ ଭାଷାର ଗୋଟିଏ ଦୃଢ଼ ମୂଳଦୁଆ ସୃଷ୍ଟି ହୋଇଗଲା। ସାହିତ୍ୟର ଦ୍ବାହି ଦେଇ ଭାଷାକୁ ଅତି ବେଶୀ ନୂଆବେଶି କଲେ ଫଳ ଓଲଟା ହୁଏ। ନେଉଟିଆ ଶାଗ ଭଳି କାଟି ଖାଇବା କଥା। ଛାଞ୍ଚରେ ଆଞ୍ଚ୍ ଆସିବା କଥା ନୁହେଁ। ବ୍ଯାକରଣ ମଧ୍ଯ ଅକାରଣରେ ଆହତ ନହେଉ।
ଅକ୍ଷୟ ମହାନ୍ତିଙ୍କର ଅଗଣିତ ପ୍ରସଂଶକ କିନ୍ତୁ ମନର ଶାମୁକା ବୁକେ ଗୀତଟି ଆଜିଯାଏ ଶୁଣିବାକୁ ମିଳିଲା ନାହିଁ। ସୁବ୍ଯବସ୍ଥିତ ଭାବରେ ସଂରକ୍ଷଣ କରିବା ଲାଗି କୈଣସି ଆଗ୍ରହ ଦେଖାଯାଉ ନାହିଁ। କମ୍ପାନୀ ମାନେ ଯେଉଁ ପ୍ରକାର ବନାନ ଲେଖୁଛନ୍ତି ସେଥିରେ ଓଡ଼ିଆର ଗାରିମା ବଢ଼ି ବଢ଼ି ଯାଉଛି। କେହି ପ୍ରତିବାଦ କରୁନାହାନ୍ତି। ଆଲୋଚନା ବି ଉପରଠାଉରିଆ।
୧୯୮୮ରେ ଓଡ଼ିଶା ଛାଡ଼ିବା ପରେ ଓଡ଼ିଆ ଗୀତ ଶୁଣିବାର ସୁଯୋଗ ମିଳିଲା ୨୦୦୫ରେ ଇଣ୍ଟରନେଟ ଦୟାରୁ କିନ୍ତୁ ନୂଆ ଗୀତ ସବୁ ସହିତ ସାମାନ୍ଯ ପରିଚୟ ସମ୍ଭବ ହେଲା ୨୦୧୩ରେ। ଦଶବର୍ଷ ହେଇଗଲାଣି ଓ ମୁଁ ବହୁତ ପଛରେ।
ମୁଁ ତୁମକୁ ଭଲପାଏ
ମୋ ସପନର ରାଜାପୁଅ
ଦିନେ ଏଇ ରଙ୍ଗ
ସାତଋତୁ ଗଲା ମତେ ଛୁଇଁ
ଆଜି କାଇଁ ସବୁଋତୁ ଫଗୁଣ
ହାଏରେ ହାଏରେ ଭଲ ମୁଁ ପାଏରେ
ପୁରୁଷ ଓ ସ୍ତ୍ରୀ ମଧ୍ଯରେ ଯାବତୀୟ ସମ୍ପର୍କ ତଥା ଘଟଣାଚକ୍ର ଯୁଗଯୁଗ ଧରି ଘଟିଆସୁଛି କିନ୍ତୁ କିଛି ଲୋକ ନିଜ ନୈତିକତାର ଡିଣ୍ଡିମ ପିଟି ପାଟିତୁଣ୍ଡ କରୁଛନ୍ତି। ଜଣକ ଉପରେ ଦୋଷାରୋପ କରି ବିଷୋଦଗାର କଲେ ସମସ୍ୟାର ସମାଧାନ ହୁଏନାହିଁ। ସାମାଜିକ ବିଧି ବ୍ୟବସ୍ଥାର ଜଟିଳତାକୁ ହୃଦୟଙ୍ଗମ କରିବା ହିଁ ପରିପକ୍ବତା। କଲେଜ ପାଠ ନପଢ଼ି ଏ ଦୁର୍ବଳତା।
କଳା ଦେଖିବାର ଜିନିଷ। ତା ବିଷୟରେ ଲେଖାଲେଖି ବା ଆଲୋଚନାରେ ଅସଲ ଉପଭୋଗ ନାହିଁ। ଏହା ଗୋଟିଏ ଟ୍ବିଟରୁ ଶିଖିବାକୁ ମିଳିଲା। ସେହିପରି ଅନ୍ୟ ଏକ ଟ୍ବିଟରୁ ଜାଣିବାକୁ ମିଳିଲା ଯେ ଘର ତିଆରିର ଭାଗ ମାପ ସବୁ ମଣିଷ ଶରୀରର ବିଭିନ୍ନ ଅନୁପାତ ଉପରେ ପର୍ଯ୍ୟବସିତ। ତୃତୀୟରେ, ପ୍ରେରଣାଦାୟକ ବହି ନିଜ ଅକ୍ଷମବୋଧତା ଯୋଗୁ ବିଷର୍ଣ୍ଣତାର କାରଣ ହୋଇପାରେ।
କେତେକ ଜିଲାକୁ ନେଇ ସମର୍ପିତ ତେଣ୍ଡା ରହିଚି ଅଥଚ ଓଡ଼ିଶା ଉପରେ ନାହିଁ। ଧର୍ମ ଓ ରାଜନୀତି କିଛି ଲୋକଙ୍କୁ ବାଟବଣା କରୁଛି। ତା ଛଡ଼ା, ଦେଶ ତଥା ବିଶ୍ବର ଆକର୍ଷଣରେ ଅନେକେ ବନ୍ଧା। କେବଳ ଓଡ଼ିଆ ବା ଓଡ଼ିଶାର କାଟତି କମ୍। ଲଜ୍ଜାରେ ଟାଣୁଆଁ ମାନେ ନାଁ ଲୁଚେଇ ଥାନ୍ତି। ଶହେ ବର୍ଷ ପରେ ମଧ୍ଯ ଓଡ଼ିଆ ତା ସମ୍ମାନର ଅଧିକାରୀ ହୋଇପାରିଲା ନାହିଁ।
ଏଇ ଝୁମା ଝୁମା ଯେତେବେଳେ ପ୍ରଥମେ ଶୁଣିଥିଲି ସେତେବେଳେ ଲାଗିଲା ଯେ ଏଇଟି ଓଡ଼ିଆରେ ସର୍ବଶ୍ରେଷ୍ଠ ଗୀତ। ବହୁଦିନ ଧରି ବାରମ୍ବାର ଶୁଣିବା ପରେ ଏ ମିଳନ କାହାଣୀ ସେ ସ୍ଥାନ ଅଧିକାର କଲା। ଯେତେଥର ଶୁଣିଲେ ବି ମନ ବୁଝେ ନାହିଁ। ବର୍ତ୍ତମାନ ଅନେକ ଅନେକ ଦିନ ଧରି ଓ କଥାତ ଏତିକି ଭିତରେ ପ୍ରତିଯୋଗିତା ଚାଲିଛି। ଆଗରୁ ଉପଯୁକ୍ତ ମୂଲ୍ଯ ପାଇନଥିଲେ।
ଏକଥା ମନେ ରଖିବାକୁ ପଡ଼ିବ ଯେ ହିନ୍ଦୀ ଓ ବଙ୍ଗଳାର ଶକ୍ତିଶାଳୀ ପ୍ରଭାବକୁ ବାଟ କାଟି ଷାଠିଏ ଦଶକର ଓଡ଼ିଆ ଗୀତ ସବୁ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ, ଓଡ଼ିଶୀର ଓଢ଼ଣାକୁ ବି କାଢ଼ି ପକେଇ ଦିଆଯାଇଛି। ଆଧୁନିକ ତଥା ସମସାମୟିକ ଭାଷା ସହ ପରୀକ୍ଷା ନିରିକ୍ଷା କିଛି କମ୍ ବିପ୍ଳବାତ୍ମକ ନୁହେଁ। ଅବଶ୍ଯ ଏସବୁ ପଛରେ ଆକାଶବାଣୀ କଟକର ଅବଦାନ ଜଣାଶୁଣା।
ଠିକ୍ ସାଙ୍ଗିଆ ହେଲା अम्बेडकर କାରଣ ଅମ୍ବାବାଡ଼ିରେ ଜନ୍ମ।
ଓଡ଼ିଆ ମହାମଞ୍ଚ ଦ୍ବାରା ଆୟୋଜିତ ଦିଲ୍ଲୀରେ ବାଲିଯାତ୍ରା ସମାରୋହ।
ଓଡ଼ିଆ ମହାମଞ୍ଚ ଦ୍ବାରା ଆୟୋଜିତ ଦିଲ୍ଲୀରେ ବାଲିଯାତ୍ରା ସମାରୋହର ଦ୍ବିତୀୟ ଦିବସରେ ଅସୀମା ପଣ୍ଡା।
ସଂସ୍କୃତି ଓ ଧର୍ମ ସହ ସଙ୍ଗୀତ ଯଦି ଗୋଳେଇ ଘାଣ୍ଟି ହୋଇଯାଏ ତାହେଲେ ନିଜର ମର୍ଯ୍ୟଦା ହରାଏ ଓ ଦର୍ଶକ ମଧ୍ଯ ଉପଯୁକ୍ତ ରସାସ୍ବାଦନରୁ ବଞ୍ଚିତ ହୁଏ। ତେଣୁ ସଙ୍ଗୀତ ପରିବେଷଣର ଗାମ୍ଭୀର୍ଯ୍ୟକୁ ସମ୍ମାନ ଦେବା ପୂର୍ବକ ସମୁଚିତ ସୁରକ୍ଷା ପ୍ରଦାନ କରାଯିବାର ଆବଶ୍ଯକତା ସବୁ କ୍ଷେତ୍ରରେ ରହିଛି। ଗାୟକ ଗାୟୀକା ମାନଙ୍କର ବି ଏ ଦିଗରେ ଦାୟିତ୍ୱ ବହୁତ।
ଝରଣା ଦାସଙ୍କୁ ଯେତେବେଳେ ନାୟିକା ଭାବରେ ବଛାଯାଇଥିଲା ସେତେବେଳେ ବୋଧହୁଏ ସୁଚିତ୍ରା ସେନଙ୍କୁ ଆଖିଆଗରେ ରଖାଯାଇଥିଲା କାରଣ ପିଆନୋ ବଜାଇବା ଦୃଶ୍ଯରେ ଉଭୟଙ୍କର ସାମଞ୍ଜସ୍ୟ ବହୁତ। ଖାଲି ସୁଚିତ୍ରାଙ୍କ ଗୀତ ଗାଆନ୍ତି ସନ୍ଧ୍ଯା ମୁଖୋପାଧ୍ୟାୟ ଆଉ ଏଇ ଲଗନେ ଗାଇଛନ୍ତି ନିର୍ମଳା ମିଶ୍ର। ଝରଣା ଦାସ ଗାଆନ୍ତିନି କିନ୍ତୁ ତାଙ୍କ କଣ୍ଠସ୍ବର ସୁଲଳିତ।
ଝରଣା ଦାସଙ୍କର ମଧୁଝରା କଣ୍ଠରତ ତୁଳନା ନାହିଁ ଯାହା ଆମ ପିଲାଦିନର ଅଭୁଲା ସ୍କୃତି । କଣ୍ଠ ସାଧନା ପାଇଁ କିଛିଦିନ କଲିକତାରେ ରହି ସେ ଗୋଟିଏ କୋର୍ସ ପୁରା କରିଥିଲେ । ଏଥିରେ ତାଙ୍କ ଭାଇଙ୍କ ପ୍ରେରଣା ବହୁତ ଥିଲା ବୋଲି ସେ ଅନ୍ୟ ଏକ ସାକ୍ଷାତକାରରେ କହିଛନ୍ତି । ତାଙ୍କ ଆଗାମୀ ଆତ୍ମଜୀବନୀ ପାଇଁ ଅନେଇ ରହିଲୁ । ସୂର୍ଯ୍ୟବାବୁଙ୍କୁ ଧନ୍ୟବାଦ ।
ଅସଙ୍ଖ୍ୟ ରେଡ଼ିଓ ନାଟକର ମୁଖ୍ଯ ଭୂମିକାରେ ଅଭିନୟ କରିଥିଲେ ଝରଣା ଦାସ ଓ ହିମାଂଶୁ ଭୁଷଣ ସାବତ ଯାହାକୁ ଶୁଣିବା ପାଇଁ ସପ୍ତାହ ସାରା ଅପେକ୍ଷାରେ କଟୁଥିଲା। ଟେଲିଭିଜନ ଆସିବା ପୂର୍ବରୁ ସାହିତ୍ୟ ଶୀର୍ଷ ସ୍ତରରେ ଥିଲା। ଝରଣାଙ୍କ ଅଭିନୟ ଓ କଣ୍ଠସ୍ବର ଅଭୁଲା। ନିର୍ମଳା ମିଶ୍ରଙ୍କ ଗୀତ ସବୁ ଅଭିନୟରେ ଝରଣା ଦାସ ନିଜେ ବୋଲି ଥିଲା ପରି ବୋଧହୁଏ।
Replying to
ସଲିଲ୍ ଚୌଧୁରୀ ମଧ୍ଯ ତାଙ୍କ ପୁରୁଣା ସ୍ବର ସବୁ ଓଡ଼ିଆକୁ ଭିକ୍ଷା ଦେଇଛନ୍ତି।
Replying to
ସୁନ୍ଦର ସ୍ବର ଓ ଓଡ଼ିଆ ଭାଷାର ଆକର୍ଷଣତ ସବୁଦିନ ପାଇଁ ରହିବ।
ତୁମେ ଜାଣନା ଜାଣନା ମୁଁ ଜାଣେନା ଗୀତଟିକୁ ଯେତେଥର ଶୁଣିଲେବି ମନ ବୁଝେନା। ନିର୍ମଳା ମିଶ୍ର ନିଜ ତରଫରୁ ମୁଁ ଜାଣେନା ମଝିରେ ବୋଲି ମୂଳ ସଂଯୋଜନାରେ ସାମାନ୍ଯ ପରିବର୍ତ୍ତନ ଆଣିଥିଲେ।
ଗୀତ ବୋଲିବା ମଣିଷର ଏକ ସହଜାତ ପ୍ରବୃତ୍ତି କିନ୍ତୁ ଭଲ ବୋଲି ପାରିବିନି ବୋଲି କୁଣ୍ଠା ଭାବ ଯୋଗୁ ଅନେକେ ତାକୁ ଚାପି ଦିଅନ୍ତି। ଶାସ୍ତ୍ରୀୟତା ଓ ଆଧୁନିକତା ଏପରି ପରିବେଶକୁ ଇନ୍ଧନ ଯୋଗାଉଛନ୍ତି। ମୁକ୍ତ କଣ୍ଠରେ ନିର୍ଭୟରେ ବୋଲିବାର ପରମ୍ପରା ପ୍ରାୟ ଲୋପ ପାଇ ଗଲାଣି। ନୂଆ ଗାୟକ ଗାୟିକା ମାନେ କୃତ୍ରିମ ସ୍ବରରେ ଚିତ୍କାର କରୁଛନ୍ତି ମାତ୍ର।
ଓଡ଼ିଆ ଭାବରେ ତ ବିବିଧ ବିଧା। ଇତିହାସ, ঐତିହ୍ୟ, ସାହିତ୍ୟ, ସଙ୍ଗୀତ, ପର୍ଯ୍ୟଟନ, ବିଜାଶ, ଓ ରାଜନୀତି ଆଦି। ଅଳ୍ପବୟସ୍କ ମାନଙ୍କ ମନୋଭାବକୁ ନେଇ ବହୁତ କିଛି ପରିବର୍ତ୍ତନ ହୋଇଚାଲିଛି। ଭାଷାବି କେତେ ରୂପାନ୍ତର ଦେଇ ଗତିକରୁଛି। ଗୀତ କିନ୍ତୁ ମେଲୋଡି ସହ ବନ୍ଧା। ପୁରୁଣା ସ୍ବର ଗୁଡ଼ିକର ଆକର୍ଷଣ ସବୁ ଦିନ ପାଇଁ।
Replying to
କୋଉ ଲିରିକସ୍ କାହାକୁ ଭଲ ଲାଗିବ ବା ଖରାପ ଲାଗିବ ତାର କିଛି ନିର୍ଦ୍ଦିଷ୍ଟ ଭିତ୍ତି ନାହିଁ। ତେଣୁ ସ୍ବର ହିଁ ପ୍ରଥମ। ମନଛୁଆଁ ସ୍ବର ଥିଲେ ଯେ କୌଣସି ଲିରିକସ୍ ସଫଳ ହୋଇପାରେ। କାଲି ଜିନ୍ଦଗୀ ଔର ଖ୍ବାବ୍ ଦେଖୁଥିଲି। କେବଳ ନ ଜାନେ ତୁମ କହାଁ ଥେ ଗୀତଟି ଭଲ ଲାଗିଲା। ମେଲୋଡ଼ିର କୁହୁକ ତେଣୁ ସବୁରି ଉପରେ। ଗାୟକର କଣ୍ଠ ତାର ବାହକ ମାତ୍ର।
ବିଶ୍ବନାଥ ରାଓଙ୍କ ନାଁ ବହୁତ କମ୍ ଲୋକ ଶୁଣିଥିବେ। ଅକ୍ଷୟ ମହାନ୍ତିଙ୍କ କୁସୁମ କୁସୁମ ପରି ପୀରତି ଉପରେ ଆଉ ଏକ ଗବେଷଣା ଏହି ଗୀତଟିରେ। ଭିଡ଼ିଓରେ ଗାୟକଙ୍କ ଛବି ମଧ୍ଯ ଅଛି। ତାଙ୍କର ସବୁଠାରୁ ମୋର ପ୍ରିୟ ଗୀତ ହେଲା ବିଭାବରୀ କବରୀରେ ଏବଂ ଏ ମନେ ଝୁରୁଛି କୃଷ୍ଣ ଝୁରୁଛି ରାଧା। ଉଭୟ ୧୯୬୯ ଜୁଲାଇ ସଜଫୁଲର ଗୀତ।
ଓଡ଼ିଆରେ ଲେଖୁଥିବା ତେଣ୍ଡାମାନେ ରାଜନୀତି ଦ୍ବାରା ବିଭକ୍ତ। ତେଣୁ ଓଡ଼ିଆକୁ ନେଇ ଏକ ସନ୍ତୁଳିତ ଦୃଷ୍ଟି ରଖିବାର ଉଦାହରଣ କମ୍। ସାମୁହିକ ଚିନ୍ତାଧାରା ଚେତନାର ଅନ୍ୟ ଏକ ସ୍ତର। ରାଜନୀତିକୁ ଠିକ୍ ଭାବରେ ବୁଝିବା ମଧ୍ଯ ସହଜ ନୁହେଁ। ଦଳ ମାନଙ୍କର ଗୋଡ଼ାଣିଆ ନହୋଇ ଯଦି ନିଜ ବୁଦ୍ଧିର ଉପଯୋଗ ହୁଅନ୍ତା ତେବେ ଜାତିର ଉତ୍ଥାନ ସମ୍ଭବ ହୋଇପାରନ୍ତା।
କୌଣସି ଦଳ ଓଡ଼ିଆ ସ୍ବାର୍ଥ ବା ସ୍ବାଭିମାନ ଲାଗି କାର୍ଯ୍ୟ କରିବା ପାଇଁ ସମର୍ଥ ନୁହେଁ ବୋଲି ମୁଁ ଦିଗଦର୍ଶନ ଦେଇଆସୁଛି। ଓଡ଼ିଆ ପ୍ରତି ଅନୁରକ୍ତ ହେଲେ ଯଥାର୍ଥ ବାଟ ପରିଷ୍କାର ହୋଇଯିବ। ଅଣଓଡ଼ିଆଙ୍କ ପାଦସେବା କଲେ ବୁଦ୍ଧି ଭ୍ରମ ହେବ। ଦାୟିତ୍ୱ ପ୍ରତ୍ୟେକ ବ୍ଯକ୍ତି ଉପରେ। ଏକ ପୁରାତନ ଜାତି ଓ ଭାଷାର ପ୍ରଶ୍ନ। ଗତାନୁଗତିକତାକୁ ବିଦାୟ ଦେବା।
ପରମ୍ପରା ଯେ ମୂଲ୍ଯବାନ ଏହା ଅମୂଳକ। ନୂତନତ୍ବ ପ୍ରବାହିତ ହେଉ କିନ୍ତୁ ଭାଷାକୁ ଭସେଇ ନେଇ ନଯାଉ। ଭାଷା କୁତ୍ସିତ ହୋଇ ଯଦି ଚିହ୍ନି ନପାରିବା ଅବସ୍ଥାକୁ ଆସେ, ତାହେଲେ କଥା ସଇଲା। ସହଜେ ଓଡ଼ିଆର ଆଞ୍ଚଳିକ ରୂପ ସବୁ ଅଲଗା ଅଲଗା। ତା ସାଙ୍ଗକୁ ହିନ୍ଦୀର ଅନବରତ ଆକ୍ରମଣ। ଏପରି ବିପଦ ଅଭୂତପୂର୍ବ। ତେଣୁ ସମସ୍ତଙ୍କ ଇଚ୍ଛାଶକ୍ତି ଏକ ହେବା ଉଚିତ୍।
ସବୁ ଜିନିଷ ଏକା ସାଙ୍ଗରେ ସମ୍ଭବ ନୁହେଁ। ଯଦି ଆମେ ଜାଗାର ଉନ୍ନତି ଚାହିଁବା ଏବଂ ଅଣଓଡ଼ିଆ ପର୍ଯ୍ୟଟକ ଆସନ୍ତୁ ବୋଲି ଚେଷ୍ଟା କରିବା ତେବେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଜାବୁଡ଼ି ଧରିଲେ ଚଳିବ ନାହିଁ। ଜୈବିକ ପ୍ରଣାଳୀରେ ବଜାର କିଭଳି ରୂପ ନେବ ତାହା ସମୟର ଖେଳ। ତେଣୁ ଯେଉଁ ଭାବରେ ଭାଷା ଓ ସଂସ୍କୃତିର ସେବା କରିହେବ ସେଠି ଜୋର ଦେବା ଦରକାର।
ଆମ ପିଲାଦିନେ ଏମିତି କେହି କହୁନଥିଲେ କିନ୍ତୁ ଏବେ ପରଷ୍ପରକୁ ଦେଖିଲେ ଜୟ ଜଗନ୍ନାଥ ବୋଲି ଅଭିବାଦନ ଜଣାଇବା ଏକ ସାଧାରଣ ପ୍ରଥା ହୋଇଗଲାଣି। କେତେକ ଏହାକୁ ଏକ ପ୍ରାଚୀନ ଓଡ଼ିଆ ପରମ୍ପରାର ଆଖ୍ୟା ମଧ୍ଯ ଦେଇପାରନ୍ତି ଓ ଯିଏ ନକହିବ ସିଏ ଓଡ଼ିଆ ଅସ୍ମିତାର ଅବମାନନା କରୁଛି ବୋଲି ଦୋଷାରୋପର ଶିକାର ହୋଇପାରେ। ଅବଶ୍ଯ ଶ୍ରୀରାମ ବି ପ୍ରତିଦ୍ବନ୍ଦୀ।
ପୂର୍ବର ପାଆଁଶ ବର୍ଷରେ ଯାହା ସମ୍ଭବ ହୋଇପାରିନଥିଲା, ଷାଠିଏ ଦଶକରେ ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାହା ସର୍ଜନା ହେଲା। ବାଳକୃଷ୍ଣ ଦାଶ, ଭୁବନେଶ୍ୱର ମିଶ୍ର, ଶାନ୍ତନୁ ମହାପାତ୍ର, ଏବଂ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଯେଉଁ ଗୀତ ସବୁ ସୃଷ୍ଟି ହୋଇଛି, ପଚାଶ ବର୍ଷ ପରେ ମଧ୍ଯ ତାହା ଶୀର୍ଷରେ। ସେ ସମୟର ଗୀତିକାର ମାନେ ମଧ୍ଯ ଧନ୍ଯବାଦାର୍ହ।
ଅଲଗା ନିଶ୍ଚୟ କିନ୍ତୁ କିଭଳି ଭାବେ ଅଲଗା ସେଇଟା ନିରୂପଣ ହେବା ଦରକାର। ଭିନ୍ନଧର୍ମୀ ବିଷୟ ପ୍ରତି ତାଙ୍କ ଅନୁରାଗ ତ ଜଣାଶୁଣା କିନ୍ତୁ ଗାଇବା ଢଙ୍ଗ? କେତେଦୂର ଶ୍ରୁତିମଧୁର? ମୋ ମତରେ ଓଡ଼ିଆ ଗୋଟିଏ ହାଲୁକା ଭାଷା। ସେ କିନ୍ତୁ ନିଠେଇ କରି ଗାଆନ୍ତି। ପ୍ରତି ଅକ୍ଷରକୁ ଜୋର ଦେଇ ଉଚ୍ଚାରଣ କରନ୍ତି ଓ ଅତି ସ୍ପଷ୍ଟ ଭାବେ। ତେଣୁ ଖଇଚା ବୋଧ ହୁଏ।
ସେତେବେଳେ ତ କାନରେ ବର୍ଚ୍ଛା ଫୁଟିଗଲା ପରି ଲାଗୁଥିଲା। ତାଛଡ଼ା, ଦକ୍ଷିଣୀ ଆକ୍ରମଣ ଯୋଗୁ ରାଗ ଓ ଅଭିମାନ। କିନ୍ତୁ ଉପାୟ କଣ? ସତ କହିବାକୁ ଗଲେ, ବାଣୀ ଜୟରାମ ଓ ଏସ୍. ଜାନକୀଙ୍କ କଣ୍ଠସ୍ବର ମଧ୍ଯରେ ପ୍ରଭେଦ ମୁଁ ଆଜିଯାଏ ଠଉରେଇ ପାରିନାହିଁ। ପି. ସୁଶୀଳାଙ୍କ ସ୍ବର ବୋଧେ ସବୁଠୁଁ ବେଶୀ ଚେଁ ଚେଁଇଁଆଁ। ଭଲ ହୋଇଛି, ତାଙ୍କର ବେଶୀ ଗୀତ ନାହିଁ।
ଜେ. ଆଦେନୀ ଅନୁତାପ ମାଧ୍ୟମରେ ଓଡ଼ିଆ କଥାଚିତ୍ର ସଙ୍ଗୀତର ଏକ ନୂଆ ଅଧ୍ୟାୟ ସୃଷ୍ଟି କଲେ। ସେଥିପାଇଁ ସେ ଅଶେଷ ଧନ୍ଯବାଦର ପାତ୍ର। କିନ୍ତୁ, ସେ ସଫଳତା ପଛରେ ବିଶେଷ ଅବଦାନ ରହିଛି ନିଜାମଙ୍କ ନୂପୁର କାହିଁକି ଏବଂ ନିଦଭରା ରାତିର। ତାଙ୍କୁ ସ୍ମରଣ କରି ଏକ ପ୍ରାମାଣିକ କଥାଚିତ୍ରରେ ଅନେକ ଘଟଣା ଓ ଖବରର ସମାରୋହ।
ପଦ୍ୟର ଅଭାବ ନଥିଲା କିନ୍ତୁ, ଆଜି ଆକାଶେ କି ରଙ୍ଗ ଲାଗିଲା ପରି ଗୀତଟିଏ ପାଇଁ ୧୯୬୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା। ସେଇ ନାଁରେ ୨୦୦୯ରେ ଆଉ ଏକ ଗୀତ ହୋଇଛି। ଲୋକପ୍ରିୟ ମଧ୍ଯ ହୋଇଛି। କିନ୍ତୁ ଶୁଣିଲେ ମେଲୋଡ଼ିର ପାର୍ଥକ୍ଯ କେତେ ସହଜରେ ମାପି ହୋଇଯାଏ। ତେଣୁ, ଷାଠିଏ ଦଶକ ଯେଉଁ ସୁବର୍ଣ୍ଣ ଯୁଗର ପରିଚାୟକ, ତାର ମହତ୍ତ୍ବ ଚିରସବୁଜ।
ଅନ୍ତରା ଅନେକ ସମୟରେ ଘୋଷା ଠାରୁ ଅଧିକ ଲୋକପ୍ରିୟ ହୋଇଥାଏ ଯାହା ଆଜିକାଲି ଟିକି ଭିଡ଼ିଓ ସୂତ୍ରରୁ ଶୁଣିବାକୁ ମିଳୁଛି। ଉଡ଼ିବାକୁ ତୁମେ ମତେ ଦେଲ ଡେଣା ସେହିପରି ଏକ ଉଦାହରଣ। କିନ୍ତୁ ସବୁଠାରୁ ମୋତେ ଭଲଲାଗେ, ତୁ ସୁନାର ପାହାଡ଼ ମୁଁ ସୁନେଲି ଝରଣା। ପୁରୁଣା ଗୀତ ଭିତରେ ସେମିତି ନଦୀ ସେ କୂଳରେ ଘର ତୁମ ବନ୍ଧୁ ଶୁଣିଲେ ଏକରକମ ଧକ୍କା ଲାଗେ।
ନବାଗତ ଜେ. ଆଦେନୀଙ୍କ ସଙ୍ଗୀତ, ନିଜାମଙ୍କ ଗୀତ, ଓ ତାନସେନ ସିଂହଙ୍କ କଣ୍ଠ ହିଁ ନୂପୁର କାହିଁକି (ଅନୁତାପ) ଯୋଗେ ଏକ ନୂଆ ଯୁଗ ଆଣିଲା। ପରେ, ସେ ଗାଇଥିବା ଲୋକପ୍ରିୟ ଗୀତ ସବୁ ହେଲା,
ମୁଁ ଯେ ଏକ ପାଗଳ ଭଅଁର
ନିଅ ନିଅ ବାବୁ ଫୁଲ ଗଜରା
ଝୁମୁକା ଟିକିଏ ତୁ ତ ହଲେଇ ଦେ
ଚାନ୍ଦ ନା ତୁମେ ତାରା
ଗୋରୀ ଦେଖିଲି, କାଳୀ ଦେଖିଲି
ଆରେ ମୋ ଲଚକ ବାଲି।
Replying to
Her old Odia number on the rain theme is quite melodious.
No comments:
Post a Comment