ଓଡ଼ିଆ ଓଳିଆ: ଅଭିନେତ୍ରୀ ଡା. ସୁଧାରାଣୀ ଜେନାଙ୍କ ପରଲୋକ odiaolia.blogspot.com/2023/08/blog-p…
X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ପୋଷ୍ଟ |
ମୋର ଦୁଇଟି ଅଭିଯୋଗ।
ସେବା ଶବ୍ଦଟି ନରହିଲେ ଭଲ ହୁଅନ୍ତା।
ଅଣଓଡ଼ିଆଙ୍କ ତଳେ ନରହି ଓଡ଼ିଆ ଭାବରେ ନିଜସ୍ବ ସଂସ୍ଥା ଗଠନ ହେଲେ ସମ୍ମାନ ଜନକ ହେବ।
ସାମାଜିକ ବିଧି ବ୍ଯବସ୍ଥାର ପଥ ନିର୍ଦ୍ଧାରଣ କରିବା ସହଜ କଥା ନୁହେଁ ଓ ବିଭିନ୍ନ ରାଜନୈତିକ ମତବାଦ ତଥା ନ୍ୟାୟ ପାଳିକାଙ୍କ ହସ୍ତକ୍ଷେପ ଦ୍ବାରା ବହୁ ବିବାଦୀୟ ସମସ୍ୟାର ସମାଧାନ ହେଉଛି। ତେଣୁ ଭିନ୍ନ ମତ ପୋଷଣ କରୁଥିବା ଯୋଗୁ ଅନ୍ୟକୁ ଗାଳି ଦେବା ଆଦୌ ସ୍ପୃହଣୀୟ ନୁହେଁ। ଗାଳିଦେବାଟା ଜନ୍ମଗତ ଅଧିକାର ବୋଲି ଭାବୁଥିବା ଲୋକ ନିଜର ମାନ ସାରୁଛି
ଓଡ଼ିଶା ବାହାରେ ଓଡ଼ିଆ ମାନଙ୍କର ଏକ ସୁନାମ ରହିଛି। ଓଡ଼ିଶାରେ ବି ସେହି ପ୍ରକାରର ବାତାବରଣ ରହିବା ଉଚିତ୍। ଶିକ୍ଷିତ ଲୋକମାନେ ରାଜନୈତିକ କାରଣରୁ ଭଦ୍ର ବ୍ଯବହାର ଛାଡ଼ି ଦେବା ଠିକ୍ ନୁହେଁ। ପ୍ରଥମେ ଓଡ଼ିଆ ଓ ପରେ ଅନ୍ୟ କିଛି। ଶିକ୍ଷିତ ଲୋକ ମାନେହିଁ ଏକ ସୁସଂଗଠିତ ସମାଜ ସୃଷ୍ଟି କରିବେ। ମନେ ରହୁ ଯେ ଖରାପ ହେବାଟା ସହଜ, ଭଲ ହେବା କଷ୍ଟ।
ଆଧୁନିକତାର ଯେଉଁ ସଭ୍ଯ-ସମାଜ ପରିକଳ୍ପନା ରୁପ ନେଇଛି, ସେଥିରେ ସାଧାରଣ ଲୋକଙ୍କ ପାଖରେ ହିଂସା ବା ବଳ-ପ୍ରୟୋଗର ଅଧିକାର ନାହିଁ। କିନ୍ତୁ ପ୍ରବୃତ୍ତିଟି ସମସ୍ତଙ୍କ ଭିତରେ ଲୁଚି ରହିଛି ଯାହା ମଝିରେ ମଝିରେ ଭିନ୍ନ ଭିନ୍ନ ପ୍ରକାରରେ ଆତ୍ମପ୍ରକାଶ କରେ। ଏଇ ଯେମିତି ଗାଳିଦେବା। ଶିକ୍ଷା ବା ସଂସ୍କାର ଦ୍ବାରା ପ୍ରବୃତ୍ତିଟି ଲୋପ କରିହେବ ନାହିଁ।
ମା ଦୁଧ ମାଗଣାରେ ମିଳିଯାଏ ବୋଲି ମଣିଷ ଜୀବନ ସାରା ସେହି ମାଗଣାରେ-ଖାଇବା ପ୍ରବୃତ୍ତିରୁ ମୁକ୍ତ ହୋଇପାରେ ନାହିଁ। ସେହି ସ୍ଥାନ ଉପରେ ଅଧିକାର ମିଳିଯାଏ ବୋଲି ସବୁ ଜାଗା ଉପରେ ରାଜା ହେବାର ଅଭିଳାଷ ସର୍ବଦା ମନ ଭିତରେ ଘାଣ୍ଟି-ଚକଟି ହେଉଥାଏ। ସମାଜ-ସେବା ବାହାନାରେ, କ୍ଷମତା-ରାଜନୀତି ଏହି ସହଜାତ-ପ୍ରବୃତ୍ତିର ଏକ ଛଦ୍ମ ଭଦ୍ର-ରୂପ ମାତ୍ର।
ବାହ୍ୟ ଘଟଣାବଳୀର ସ୍ରୋତରେ ଭାସି ନଯାଇ, ଅନ୍ତର୍ନିହିତ କାରଣ ସମୂହ ଉପରେ ଦୃଷ୍ଟିପାତ କରିବାକୁ ଶୀମା-ଶ୍ରୀଅରବିନ୍ଦ ଚେତେଇ ଦିଅନ୍ତି। ବାହ୍ୟ କାର୍ଯ୍ୟାନୁଷ୍ଠାନ ଦ୍ବାରା ସମସ୍ୟା ଗୁଡ଼ିକର ସମାଧାନ ହେବନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରନ୍ତି। ମନୋଜ ଦାସଙ୍କ ଭଳି, ଓଡ଼ିଆ ମାନେ ଏହି ସତ୍ଯକୁ ମାନି ନେବା ଦରକାର ଯେ ଚେତନାର ବିପ୍ଳବ ହେଉ।
ସାବିତ୍ରୀ ଇରା ପାର୍ଟିର କୌଣସି ନିର୍ବାଚନ ଚିହ୍ନ ବା ଟିକେଟ୍ ବାଣ୍ଟିବା ବ୍ୟବସ୍ଥା ନାହିଁ। ଯେ କୌଣସି ନାଗରିକ ମନୋଜ ଦାସଙ୍କ ଆଦର୍ଶକୁ ଆଖି ଆଗରେ ରଖି ନିର୍ବାଚନ ଲଢ଼ି ପାରିବେ। ଅଣଓଡ଼ିଆ ମାନଙ୍କ କବଳରୁ ଓଡ଼ିଶାକୁ ରକ୍ଷା କରି ଗଣତନ୍ତ୍ର ପୁନର୍ପ୍ରତିଷ୍ଠା କରିବା ପ୍ରତ୍ୟେକ ଓଡ଼ିଆର କର୍ତ୍ତବ୍ଯ। ସ୍ବାଭିମାନୀ ନେତୃତ୍ବ ଆଉ କେଉଁଠି ନାହିଁ।
ସଂସଦ ଠିକ୍ ରେ ଚାଲୁ ନଥିବା ବେଳେ ଏ ସବୁକୁ ଲୋକ ସଂସଦ ବୋଲି ଧରି ନିଆଯାଉ। ଗଣତନ୍ତ୍ରରେ କଥାବାର୍ତ୍ତା ହିଁ ସବୁଠାରୁ ବଡ଼ ମୂଲ୍ଯବାନ।
ସେଇଟା ଭାରତୀୟ ସମ୍ବିଧାନର ଦୋଷ। କାହିଁକି ସେମାନେ ଆମେରିକାର ଉଦାହରଣକୁ ଗ୍ରହଣ କଲେନାହିଁ ତାହାର କାରଣ ଥିବ।
ଆମେରିକାରେ ଦୁଇ ଥରରୁ ଅଧିକ କ୍ଷମତାରେ ନରହିବାର ସାମ୍ବିଧାନିକ ବ୍ଯବସ୍ଥା ଅଛି।
ସେଇଟା ନିର୍ବାଚନ କମିଶନର ଓ ରାଜ୍ଯପାଳଙ୍କ ଦୋଷ। ସେମାନେ ବସେଇଛନ୍ତି। ଲୋକଙ୍କର ଦୋଷ। ସେମାନେ ମୁଣ୍ଡରେ ବସେଇଛନ୍ତି। ଜଣେ ନିଜେ ଚାହିଁଲେ କ୍ଷମତାରେ ରହି ପାରିବ ନାହିଁ।
ଗଣତନ୍ତ୍ରରେ ମୁଖ୍ଯମନ୍ତ୍ରୀ ହିଁ ରାଜା। ତାଙ୍କର ରାଜନୈତିକ ସୁବିଧା ଅନୁଯାୟୀ ସେ କାର୍ଯ୍ୟ କରିବେ।
ରାଜତନ୍ତ୍ର ସହିତ ସମ୍ପୂର୍ଣ୍ଣ ତୁଳନା ମୋର ଉଦ୍ଦେଶ୍ଯ ନୁହେଁ। ଏକ ଉପମା ସଦୃଶ। ହଁ, ସେଥିପାଇଁ ଏଜି ମହାଶୟ ଅଛନ୍ତି।
ସବୁ ଦଳର ନେତୃତ୍ବରୁ ଅଧାଓଡ଼ିଆ ଓ ଅଣଓଡ଼ିଆ ନେତାଙ୍କୁ ବହିଷ୍କାର କରିବା ପାଇଁ ଓଡ଼ିଆ ମାନେ ଏକାଠି ହୁଅନ୍ତୁ। ବାପା, ବୋଉ, ସ୍ବାମୀ, ବା ସ୍ତ୍ରୀ ଅଣଓଡ଼ିଆ ହେଲେ ତାଙ୍କୁ ଅଧାଓଡ଼ିଆ କୁହାଯିବ। ଖାଣ୍ଟି ଓଡ଼ିଆ ମାନେ ଓଡ଼ିଶାର ଶାସନ ଡୋରି ହାତକୁ ନେବା ପାଇଁ ସମୟ ଆସିଛି। ଯେଉଁମାନେ ବୁଝି ନବୁଝିବା ପରି ବାହାନା କରିବେ ତାହା ବିଶ୍ବାସଘାତକତା।
ସେପଟେ ଅଧାଓଡ଼ିଆ ଓ ଏପଟେ ଅଧାଓଡ଼ିଆ। ତୁ ତ ... ଧୋଇବା?
ନିର୍ବାଚନ ପାଖେଇ ଆସୁଛି। କୋଉ ଗଠବନ୍ଧନରେ ଯୋଗ ଦେବେ ସ୍ପଷ୍ଟ ହୋଇଗଲେ ଭଲ।
ସର୍ବଭାରତୀୟ ନିଶାରେ ବିଭୋର ହୋଇ ଯେଉଁମାନେ ଅଣଓଡ଼ିଆ ଏବଂ ଅଧାଓଡ଼ିଆ ମାନଙ୍କର ବଚସ୍କର ସାଜିଛନ୍ତି, ସେମାନଙ୍କର ଓଡ଼ିଶା ପାଇଁ ପାଟିତୁଣ୍ଡ କୁମ୍ଭୀର କାନ୍ଦଣା ମାତ୍ର। ରାଜ୍ୟ ବାହାରର ସମସ୍ୟା ରାଜ୍ଯ ଭିତରକୁ ନଆଣି ଓଡ଼ିଆ ମାନଙ୍କର ନିଜ ସମସ୍ୟା ଗୁଡ଼ିକ ଉପରେ ସଙ୍କେନ୍ଦ୍ରୀତ ହେଲେ ଲୋକପ୍ରିୟତା ହାସଲ କରିବାରେ ଅସୁବିଧା ହୁଅନ୍ତା ନାହିଁ।
ହଁ, ମୁଁ ସମସ୍ତଙ୍କ ସମର୍ଥନ ମାଗୁଛି।
twitter.com/NathTusar/stat…
ଅଣଓଡ଼ିଆ ନେତା ଓ ବକ୍ତାଙ୍କୁ ଆଦର ଅଭ୍ଯର୍ଥନା କରିବାଟା ଗୋଟାଏ ଘତ ହେଇ ଗଲାଣି। ଅଣଓଡ଼ିଆ ବଡ଼ବଡ଼ୁଆଙ୍କ ସହ ଫଟୋ ବା ଭିଡ଼ିଓ ମିଡ଼ିଆରେ ଦୌଡ଼େଇ ନିଜର ସପ୍ତପୁରୁଷ ଉଦ୍ଧାର ପାଇଗଲେ ବୋଲି ଥୋକେ ବିବେଚନ କରୁଛନ୍ତି। କାହାରିକୁ ଲଜ୍ଜା ନାହିଁ। କାହାରି ବିବେକ ତିଳେମାତ୍ର ବାଧା ଦେଉନାହିଁ। ସମସ୍ତଙ୍କର ସ୍ବାଧୀନତା ରହିଛି କିନ୍ତୁ ସ୍ବାଭିମାନ?
ସମସ୍ତେ ବେଣ୍ଟ କହୁଛନ୍ତି କିନ୍ତୁ ମୁଁ କରିଛି ତେଣ୍ଡା। @theUnfading
ଦୃଶ୍ଯାଂଶ
Can be some scenes; a variation of ସାରାଂଶ।
ଟ୍ରେଲର ଗୋଟିଏ ଶବ୍ଦ। ତେଣୁ ଛୋଟ ହେଲେ ଭଲ।
ଝଲକ ଶବ୍ଦଟି ବହୁ ପ୍ରଚଳିତ ଓ ବିଭିନ୍ନ ପରିପ୍ରେକ୍ଷୀରେ ବ୍ଯବହୃତ ହୁଏ। ଟେକନିକାଲ ଭାବ ସକାଶେ ଟିକେ ନିଛକତା ଦରକାର। ଆଗରୁ ପ୍ରଚଳନ ନ ଥିଲେ ଭଲ। ଟିଜର ପାଇଁ ଟିକିଏ ଚୁମୁଟିବା ଭଳି ଭାବ ରହିଲେ ଭଲ ହେବ ବୋଲି ମୁଁ ଭାବୁଛି।
ବଙ୍ଗଳାରେ উঁকিঝুঁকি
ଓଡ଼ିଆରେ ଉଙ୍କିତା ହେଲେ ଚଳିବ। ନୂଆ ଓ ଅନନ୍ୟ।
ନିମ୍ନ ଉଦାହରଣରୁ ସ୍ପଷ୍ଟ ହେବ ଯେ ଉଙ୍କିର ଅର୍ଥ ବିଜୁଳି ମାରିବା ପରିବି ହୋଇପାରେ।
[ଏହି ଫିଲ୍ମଟିକୁ ନେଇ ଅନେକ ପ୍ରଶ୍ନ ଦର୍ଶକଙ୍କ ମଧ୍ୟରେ ଉଙ୍କି ମାରୁଛି ।] [ମନରେ ଅସୁମାରୀ ଭାବନା ଉଙ୍କି ମାରୁଛି ।]
ଚିମୁଟିବା ଅର୍ଥରେ ତ କିଛି ମିଳିଲା ନାହିଁ କିନ୍ତୁ ଯେହେତୁ ଟିକେ ଚିଡ଼େଇବାର ଇଙ୍ଗିତ ରହିଲେ ଯଥାର୍ଥ ହେବ, ଖୁଞ୍ଚିକା ଶବ୍ଦଟି ବେଶୀ ଭଲ ନଶୁଭୁଥିଲେ ମଧ୍ଯ ଉପଯୁକ୍ତ।
ରାଜକିଶୋର ରାୟ - ମାଳବିକା ରାୟ
ଅର୍ଥ ରଥ ଟାଣିବା ପରଠାରୁ ଅନ୍ୟ କାହାରି ଅର୍ଥ ରହିଲା ନାହିଁ। ସରକାର ବା ମିଡ଼ିଆକୁ ଉପଦେଶ ଦେବା ତେଣୁ ନିରର୍ଥକ। ଜୀବନକୁ ସାର୍ଥକ କରିବାର ଏକମାତ୍ର ରାସ୍ତାଟି ମନୋଜ ଦାସ ଦେଖେଇ ଦେଇ ଯାଇଛନ୍ତି। ଖାଲି ତାଙ୍କ ସାହିତ୍ୟ ପଢ଼ି ଗଦଗଦ୍ ହେଲେ ଚଳିବ ନାହିଁ। ଶ୍ରୀମା ଶ୍ରୀଅରବିନ୍ଦଙ୍କ ରଚନାବଳୀରୁ ପ୍ରେରଣା ନେବାକୁ ପଡ଼ିବ। ରଥକୁ ଚେତନା ଟାଣିବ।
Because X reminds the obvious!
କୁଲା ଢାଉଁ ଢାଉଁ
ମୁଖ୍ଯମନ୍ତ୍ରୀଙ୍କୁ ଆର୍ଥିକ ବା ଶାସନକଳ ଦିଗରୁ ସମାଲୋଚନା କରିବା ମୂଲ୍ଯହୀନ। କେବଳ ଓଡ଼ିଆ ମନ୍ତ୍ର ହିଁ ସରକାର ପରିବର୍ତ୍ତନ କରିପାରିବ। ଜାତୀୟ ଦଳଗୁଡ଼ିକ ଅଣଓଡ଼ିଆଙ୍କ ଦ୍ବାରା ପରିଚାଳିତ। ତେଣୁ ଆଞ୍ଚଳିକ ଭାବର ନାବରେ ବସି ଆଗକୁ ଯାଇହେବ। ପୁରୁଣା ନେତାମାନେ ଦୁର୍ନୀତିଗ୍ରସ୍ତ। ନୂଆ ପ୍ରତିଭା ମାନଙ୍କୁ ନେଇ ସାବିତ୍ରୀ ଇରା ପାର୍ଟି ଲଢ଼ିବ।
ପକ୍ଷୀ ଶାବକଟିଏ ଖଣ୍ଡିଉଡ଼ା ଦେଲାବେଳକୁ ଦୂରରୁ ତାହା ସାମ୍ବାଦିକ ମାନଙ୍କ ଆଖିରେ ପଡ଼ିବା କଥା କିନ୍ତୁ ଏବେ ସେମାନେ ନିଜକୁ ଭିଆଇପି ଏବଂ ସର୍ବଜ୍ଞ ବୋଲି ପ୍ରମାଣିତ କରିବାରେ ଏତେ ବ୍ଯସ୍ତ ଯେ ଛୋଟମୋଟ ଜିନିଷ ପ୍ରତି ତାଙ୍କର ଦୃଷ୍ଟି ନାହିଁ। ବର୍ତ୍ତମାନର ଦଳ ମାନେ ଓଡ଼ିଶା ଓ ଓଡ଼ିଆର ରକ୍ଷା କରିବାକୁ ଅକ୍ଷମ। ତେଣୁ ନୂତନତ୍ବର ସନ୍ଧାନ ହେଉ।
ଅଣଓଡ଼ିଆଙ୍କ-କିଙ୍କର ମାନଙ୍କ ପ୍ରତି
ଉଠ କିଙ୍କର ଶୁଣ ଓଡ଼ିଶାର ଆତ୍ମା କାନ୍ଦୁଛି ଆଜି
ଭାଗ୍ୟ ତାହାର ଟେକି ଦିଅନାହିଁ ପରହାତେ ଅଣହେଜି
ଓଡ଼ିଆ ଭାବରେ ନିଜର ମହତ ନିଜେ ରଖିବାକୁ ଶିଖ
ପର ପାଦ ସେବା ଯେତେ କଲେ ମଧ୍ଯ କେବେ ମିଳିବନି ସୁଖ
କଙ୍କାଳରୁ ଉଠି କେତେ ଉଡ଼ିଲଣି ତୁମେ ଉଡ଼ାଜାହାଜରେ
ତଥାପି କାହିଁକି ଲାଳସା ତୁମର କାହା କିଙ୍କର ହେବାରେ?
ରାଜନୀତିରେ ଧର୍ମକୁ ଫେଣ୍ଟି ଲୋକଙ୍କୁ ନିଶା-ସରବତ ପିଏଇବା ବନ୍ଦହେଉ। ଅନ୍ୟ ଇଙ୍ଗିତରେ ଚାଲିବା ପରିବର୍ତ୍ତେ ନିଜ ବୁଦ୍ଧି ଖଟେଇବା ପାଇଁ ସୁଯୋଗ ମିଳୁ। ହିନ୍ଦୀକୁ ପ୍ରାଧାନ୍ଯ ନଦେଇ ଓଡ଼ିଆ ଭାଷା ଓ ସଂସ୍କୃତିର କିପରି ଉତ୍ଥାନ ହୋଇପାରିବ ସେଥିପାଇଁ ଉଦ୍ୟମ ହେଉ। ଅଣଓଡ଼ିଆ ମାନଙ୍କୁ ହର୍ତ୍ତା, କର୍ତ୍ତା, ଦୈବ ବିଧାତା ଜ୍ଞାନ କରିବା ଅନ୍ତ ହେଉ।
କିଙ୍କର ମାନଙ୍କ ଦୁର୍ଦ୍ଦଶା
ସେମାନଙ୍କ ଠାରୁ କି ଆଶା?
ଓଡ଼ିଆ ଲୋକଙ୍କୁ ସମ୍ମାନ ନଦେଇ ଅଣଓଡ଼ିଆଙ୍କ ପଛରେ ଗୋଡେ଼ଇବାର ବ୍ଯାକୁଳତା ହୀନମନ୍ୟତାର ପରିଚାୟକ। ଓଡ଼ିଆ ସ୍ବାଭିମାନକୁ ନେଇ ପ୍ରକୃତ ରାଜନୀତି ଆଜି ପର୍ଯ୍ୟନ୍ତ ହୋଇନାହିଁ। ଏପରିକି କୌଣସି ଲୋକ କ୍ଷମତା ଅଧିକାର କରିବାର ସ୍ବପ୍ନ ମଧ୍ଯ ଦେଖିପାରୁନାହିଁ। ସାବିତ୍ରୀ ଇରା ପାର୍ଟି ଏହି ଅବସ୍ଥାର ପରିବର୍ତ୍ତନ ଆଣିବ ଓ ଓଡ଼ିଆଙ୍କ ମନୋବଳ ବଢ଼ାଇବ।
ନିର୍ବାଚନରେ ଶାସକ ଦଳ ବିରୁଦ୍ଧରେ ପ୍ରତି ସ୍ଥାନରେ ଜଣେ ଲେଖାଁଏ ପ୍ରାର୍ଥୀ ରହିଲେ ହିଁ ତାଙ୍କୁ ହରେଇବାର ସମ୍ଭାବନା ରହିଛି କିନ୍ତୁ ଅଣଓଡ଼ିଆଙ୍କ ଜାଗିରଦାରୀରେ ଚାଲୁଥିବା ଜାତୀୟ ଦଳଗୁଡ଼ିକ ତାଙ୍କର ଆଖଡ଼ାବାଜି କରିବେ। ସେଥିରୁ ମୁକ୍ତିପାଇ ଓଡ଼ିଆ ମାନେ ଏକଜୁଟ ହେଲେ ଓ କେବଳ ଓଡ଼ିଆ ସ୍ବାଭିମାନ ଭିତ୍ତିରେ ନିର୍ବାଚନ ଲଢ଼ିଲେ ଯାଇଁ ଜିତିବେ।
ମୋର ଅନୁଗାମୀ ସଂଖ୍ଯା ଖୁବ୍ କମ୍। ତେଣୁ ଓଡ଼ିଆ ମାନେ ଏକାଠି ହେବା ପାଇଁ ମୋର ନିବେଦନ କିପରି ସମସ୍ତଙ୍କ ପାଖରେ ପହଞ୍ଚିବ ସେ ଦାୟିତ୍ୱ ଆପଣ ମାନଙ୍କର। ତାଛଡା ନିଜର ମତାମତ ଦେଇ ସମର୍ଥନ ପ୍ରକଟ କରିବାକୁ ମଧ୍ଯ ଅନୁରୋଧ। ଉପଯୁକ୍ତ ଯୁକ୍ତି ସହ ବିରୋଧ କଲେ ମଧ୍ଯ କ୍ଷତି ନାହିଁ। ଓଡ଼ିଶାର ସ୍ବାର୍ଥ ଓ ସମ୍ମାନ ନିମନ୍ତେ ସବୁ ପ୍ରକାରର ଉଦ୍ଯମ ଭଲ।
ମୁଁ ବର୍ତ୍ତମାନ ଯେଉଁ ରାଜନୈତିକ ବିକଳ୍ପ ନିର୍ମାଣ କରିଛି ତାହା ଓଡ଼ିଶା ଇତିହାସରେ ଅଭୁତପୂର୍ବ। ଏହା ଏକ ସମ୍ପୂର୍ଣ୍ଣ ନୂତନ ଉଦ୍ଯମ ଓ ଏହା ପଛରେ ଭାଙ୍ଗିବା, ଗଢ଼ିବା, ବା ଛାଡ଼ିବାର କୌଣସି କାହାଣୀ ନାହିଁ। ରାଜନୀତି ଯେ ଲୋକମାନଙ୍କ ହାତରେ, ନେତାଙ୍କ ହାତରେ, ନୁହେଁ, ଏହା ପ୍ରମାଣ କରି ଦେଖେଇବାକୁ ହେବ। ଗଣତାନ୍ତ୍ରିକ ଧାରା ଠିକରେ ଚାଲିବ।
ବିଭିନ୍ନ କାର୍ଯ୍ୟକ୍ରମରେ ଆମେ ଓଡ଼ିଆ ଶୀର୍ଷକରେ ଭଲ ଭଲ ଗୀତ ଶୁଣିବାକୁ ମିଳେ ଓ ମନ ମଧ୍ଯ ଗର୍ବରେ ଫୁଲି ଉଠେ। କିନ୍ତୁ ରାଜନୀତିକୁ ଆସିଲେ ଓଡ଼ିଆ ମାନେ ଅଣଓଡ଼ିଆଙ୍କ ପଦଲେହନ। ଆଉ ସେହିମାନେ ଚ୍ଯାନେଲରେ ବସି ନାକ ଫୁଲାଇ ଯେଭଳି ଗର୍ଜନ ତର୍ଜନ କରନ୍ତି ଦେଖିକି ହସ ଲାଗେ, ଲଜ୍ଜା ଲାଗେ, ଓ ଦୟା ବି ଲାଗେ। ସ୍ବାଭିମାନ ସହ ବଞ୍ଚିବା ପାଇଁ ଶିଖ!
ଥଟ୍ଟା ତାମସା ଚାଲୁ, ମନା ନାହିଁ କିନ୍ତୁ ମୂଳ ପ୍ରଶ୍ନଟିକୁ ଆଡ଼େଇ ଦେଲେ ଚଳିବ ନାହିଁ। ଆମେ ନିଜ ଗୋଡ଼ରେ ନିଜେ ଛିଡ଼ା ନହୋଇ କାହିଁକି ଅଣଓଡ଼ିଆଙ୍କ ଦୟାର ପାତ୍ର ହୋଇ ରହିବୁ ତାର ଯଥାଯଥ ଉତ୍ତର ଆସିବା ଦରକାର। ତାନହେଲେ ଖାଲି ବେକାରରେ ଭଡ଼ ଭଡ଼ ହେବାର ମୂଲ୍ଯ କିଛି ନାହିଁ। ଏହି ବାବଦରେ ଅନୁତାପ ଜଣାଇବା ପାଇଁ ସମସ୍ତଙ୍କ ବିବେକ ଦଂଶନ କରୁ।
ହଁ ଠିକ୍ କଥା। ସେହିପରି ତାମିଲନାଡ଼ୁ ଓଡ଼ିଶାରୁ କିଛି ଗ୍ରହଣ କରିଥିବାର ମନେଅଛି କି? ଉପେନ୍ଦ୍ର କୁମାର କର୍ଣ୍ଣାଟକରେ ଥିଲେ।
ବର୍ତ୍ତମାନ ସେକଥା ଆଲୋଚନା କରିବାର ସମୟ ଆସିନି। ଯେତେବେଳେ ଲୋକେ ଚାହିଁବେ ହେବ। ଭାବିକି ଖୁସି ହେବାରେ କ୍ଷତି କିଛି ନାହିଁ। ମଣିଷ ଭାବନା ଭିତରେ ମଧ୍ଯ ବହୁତ ଶକ୍ତି ଲୁଚି କରି ଥାଏ।
ନିର୍ବାଚନ ପାଞ୍ଚ ବର୍ଷରେ ଥରେ ଆସେ। ବୃଥା ସମାଲୋଚନାରେ ଶ୍ରମ ଓ ସମୟ ନଷ୍ଟ ନକରି ଗୋଟିଏ ନୀତି ମାନିଲେ ବିଜୟ ସୁନିଶ୍ଚିତ। ଅଧାଓଡ଼ିଆ ମୁଖ୍ଯମନ୍ତ୍ରୀଙ୍କୁ ବିତାଡ଼ିତ କରି ଜଣେ ଖାଣ୍ଟିଓଡ଼ିଆ ନାଗରିକଙ୍କୁ ଶାସନ ଭାର ଅର୍ପଣ କରିବା ଆମର ଲକ୍ଷ୍ଯ। ପ୍ରତ୍ୟେକ ଓଡ଼ିଆ ଯଦି ସଚ୍ଚୋଟ ଭାବେ ଏହି ନିୟମଟି ପାଳନ କରନ୍ତି ତେବେ ଅଣଓଡ଼ିଆ ଚିତପଟାଙ୍ଗ୍।
ରାସ୍ତାରେ ଖାଲ ଖମା ହେଲେ କାହିଁରେ କଣ ତତ୍ପରତା। ସାଙ୍ଗେ ସାଙ୍ଗେ ଅଭିଯୋଗ ଦାଖଲ। କିନ୍ତୁ ଭୋଟ ଦେଲାବେଳକୁ ଚୁପଚାପ୍ ଯାଇ ଅଣଓଡ଼ିଆ ଦଳକୁ ଦେଇ ଆସିବେ। ପୁଣି ଯୋଉ ଗର୍ବ! ସ୍ବାଭିମାନ ଯାକ କୁଆଡ଼େ ସବୁ ପୋଡ଼ିପାଡ଼ି ଗଲା ଭଗବାନ ଜାଣନ୍ତି! ଭିତରେ ସିଆଡ଼େ ସଲାସୁତର ମାର୍କ ଦିଆ ସରିଲାଣି। ଏଠି କିନ୍ତୁ ପଞ୍ଝାଏ ଆମକୁ ଭକୁଆ ବନେଇବାରେ ବ୍ଯସ୍ତ।
ଅଧାଓଡ଼ିଆ ଓ ଅଣଓଡ଼ିଆଙ୍କ ବିରୁଦ୍ଧରେ ମୋର ଅଭିଯାନର କିଛି ପ୍ରଭାବ ପଡ଼ୁଅଛି ବୋଲି ମନେ ହେଉଛି। ତାର ଲାଭ ଯଦି କେଉଁ ବଲି-କା-ବକରା ଭାଗରେ ପଡ଼ିଲା ତାହା ଦୁଃଖଦ। ସେ ଯାହା ହେଉ, ଆମର ପ୍ରାଥମିକତା ହେଉଛି ପ୍ରତ୍ଯେକ ନିର୍ବାଚନ ମଣ୍ଡଳୀ ସ୍ତରରୁ। ଗଣତନ୍ତ୍ରର ମୂଳ ହେଲା ସେଇଠି। ନିଜ ଲୋକପ୍ରିୟତା ବଳରେ ଯିଏ ଜିତିବ ସିଏ କିଣା ଚାକର ହେବନାହିଁ।
ସ୍ବାଭିମାନ ଗଛରେ ଫଳେ ନାହିଁ କି ସ୍ବର୍ଗରୁ ଗଳେ ନାହିଁ। ନିଜ ହୃଦୟ ମଧ୍ଯରେ ଜାଗ୍ରତ କରିବାକୁ ହୁଏ। ସେମିତି ତ ଦେଖିବାକୁ ଗଲେ ଏହା ସହଜାତ କିନ୍ତୁ ସାମାଜିକ ପରିସ୍ଥିତିରେ ଉପୁଜୁଥିବା ହୀନମନ୍ୟତାର ପ୍ରାବଲ୍ୟ ଯୋଗୁ ଆଛନ୍ନ ହୋଇଯାଏ। ପ୍ରତ୍ୟେକ ଓଡ଼ିଆର କର୍ତ୍ତବ୍ଯ ହେଉଛି ଅଣଓଡ଼ିଆଙ୍କ ଦ୍ବାରା ପରିଚାଳିତ ଦଳକୁ ଭୋଟ ନଦେଇ ଓଡ଼ିଆଙ୍କୁ ଦେବା।
ଏକ ବିକଳ୍ପ ଅଭାବରୁ ଲୋକ ମୁଖ୍ଯମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ବାଧ୍ଯ ହୋଇଥିଲେ। କିନ୍ତୁ ଅଧାଓଡ଼ିଆ ଓ ଅଣଓଡ଼ିଆଙ୍କ ଶାସନ କରିବା ଯୁଗ ଶେଷ ହୋଇଗଲା। ଓଡ଼ିଆମାନେ ନିଜ ଭାଗ୍ଯଡ଼ୋରି ନିଜ ହାତରେ ରଖିବା ପାଇଁ ସଙ୍କଳ୍ପ ନେଲେଣି। ଆଉ ଏକଛତ୍ରବାଦ ଚଳିବ ନାହିଁ। ଗଣତାନ୍ତ୍ରିକ ପଦ୍ଧତିରେ ଲାଗି ଯାଇଥିବା ଜଙ୍କକୁ ଘଷି ରଗଡ଼ି ସଫା କରିବାକୁ ପଡ଼ିବ।
ଯଦି ଆପଣମାନେ ଚାହୁଁଛନ୍ତି ଯେ ମୁଖ୍ଯମନ୍ତ୍ରୀ ଆଉ ପାଞ୍ଚବର୍ଷ ଶାସନ କରନ୍ତୁ ତେବେ କିଛି କରିବା ଦରକାର ନାହିଁ। କିନ୍ତୁ ଯଦି ପରିବର୍ତ୍ତନ ଚାହାନ୍ତି ତାହେଲେ ମୋତେ ସ୍ପଷ୍ଟ ଭାବେ ସମର୍ଥନ କରିବାକୁ ପଡ଼ିବ। କାରଣ କାର୍ଯ୍ୟ ଅନେକ। ସମଗ୍ର ରାଜ୍ଯରେ ଏକ ଗଣତାନ୍ତ୍ରିକ ମନୋଭାବର ବାତାବରଣ ସୃଷ୍ଟି କରିବାକୁ ବହୁ ପ୍ରକାରର ପଦକ୍ଷେପ ନେବାକୁ ହେବ।
ଓଡ଼ିଆ ମାନଙ୍କ ଭୋଟକୁ ଭାଗଭାଗ କରି ଯେଉଁମାନେ ମୁଖ୍ଯମନ୍ତ୍ରୀଙ୍କୁ ଲଗାତାର କ୍ଷମତା ହାସଲ କରିବାରେ ସାହାଯ୍ୟ କରି ଆସିଛନ୍ତି ସେମାନେ ଅନୁତାପ କରିବା ଉଚିତ। ଏଥରକ ସେ ପ୍ରକାରର ମାଙ୍କଡ଼ାମୀ କରିବାରୁ କ୍ଷାନ୍ତ ରହିଲେ ଭଲ। ଓଡ଼ିଆ ସ୍ବାଭିମାନ ସହ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ। ଓଡ଼ିଆ ଏଜାଠି ହେଲେ ଅଣଓଡ଼ିଆଙ୍କ ପ୍ରାଧାନ୍ୟ ସରିବ।
ସମସ୍ତେ କେବେ ରାଜି ହେବେ ନାହିଁ କିନ୍ତୁ ମୋର ଇଛା ଯେ ଓଡ଼ିଆ ଲିପିକୁ ବିକୃତ କରାନଯାଉ। କଳା ଓ କାଲିଗ୍ରାଫିର ନିଜସ୍ବ ମହତ୍ତ୍ବ ରହିଛି କିନ୍ତୁ ଗୋଲାକାର ଓ ଡଉଲ ଡାଉଲ ଏତେ ସୁନ୍ଦର ଲିପିକୁ ବିଭିନ୍ନ ବଙ୍କା ଢଙ୍କା ଢଙ୍ଗରେ ଲେଖିବା ତାହା ପ୍ରତି ଅନ୍ଯାୟ। ତେଣୁ ସବୁଠାରୁ ଗୋଲାକାର ହୋଇଥିବା ଫଣ୍ଟକୁ ମାନକ ଭାବରେ ସ୍ବୀକୃତି ମିଳିବା ଆବଶ୍ଯକ।
ନୂଆ ସକାଳ ଆସିବ
ଓଡ଼ିଆ ଓଡ଼ିଆକୁ ଭୋଟ ଦେବ
ଅଣଓଡ଼ିଆଙ୍କ ପଛରେ
ଆଉ ଗୋଡ଼ାଇବ ନାହିଁ।
ଓଡ଼ିଆ ଭାଷା ଓ ସଂସ୍କୃତି
ପାଇବ ନୂଆ ଜୀବନ
ବିଶ୍ବ ଦରବାରରେ
ଅର୍ଜିବ ଭୂରି ଭୂରି ସମ୍ମାନ।
ଶହେ ବର୍ଷର
ଅବହେଳା ଅଣଦେଖା
ଏବଂ ତାତ୍ସଲ୍ଯର
ନେବ ପ୍ରତିଶୋଧ।
ଆଜିଯାଏ ସବୁଦଳ
ଥିଲା ଅଣଓଡ଼ିଆଙ୍କର
ପ୍ରଥମ ସୁଯୋଗ ଏହି
ଏକ ଓଡ଼ିଆ ଦଳର।
ଭୋଟ: ୨୦୨୪
#ନୂଆସକାଳଆସିବ।
ରାଜା ରାଜୁଡ଼ା ଶାସନ ତଥା ଇତିହାସ ପ୍ରତି ବୀତସ୍ପୃହ ହେବା। ଧର୍ମାନୁଷ୍ଠାନ ଓ ସାମାଜିକ ଉତ୍ସବ ପାଳନକୁ ରାଜନୀତିରୁ ଅଲଗା ରଖିବା। ରାଜ୍ଯବାସୀଙ୍କୁ କୌଣସି ଗୋଟିଏ ଦେବତାଙ୍କ ଭକ୍ତ ହିସାବରେ ସମ୍ବୋଧନ କରିବା ନାହିଁ। ଅଣଓଡ଼ିଆ ରାଜନୈତିକ ନେତାଙ୍କ ବିରୁଦ୍ଧରେ ଆମେ ବିଷୋଦଗାର କରୁଛେ କିନ୍ତୁ ସାମାଜିକ କିମ୍ବା ଅର୍ଥନୈତିକ ସ୍ତରରେ ଆଦୌ ନୁହେଁ।
ଓଡ଼ିଆ ସ୍ବାଭିମାନକୁ କେନ୍ଦ୍ରରେ ରଖିବାରେ ସାବିତ୍ରୀ ଇରା ପାର୍ଟି ହେଉଛି ପ୍ରଥମ। ସବୁ ଓଡ଼ିଆ ସମର୍ଥନ କଲେହିଁ ଏହା ସଫଳ ହେବ ନହେଲେ ଯେଉଁ ତିମିରେକୁ ସେଇ ତିମିରେ। ଇତି ମଧ୍ଯରେ ଗଣତନ୍ତ୍ର କଣ ପ୍ରାୟ ସମସ୍ତେ ଭୁଲି ଯାଇଛନ୍ତି। ମିଡ଼ିଆ ଯେମିତି ଚାଲିଛି ତାକୁ ଠିକ୍ ବୋଲି ଧରି ନେଇଛନ୍ତି। କିନ୍ତୁ ବହୁ ଜିନିଷରେ ଆମୂଳଚୁଳ ପରିବର୍ତ୍ତନ ହେବ।
ନିକଟରେ ଦେବଦତ୍ତ ପଟ୍ଟନାୟକଙ୍କୁ ଅଣଓଡ଼ିଆ ମାନେ ଛଳ କୌଶଳରେ ଲାଞ୍ଛନା କଲେ। ଆମେ ତାଙ୍କ ମତାମତ ସହ ସମ୍ମତ ହେଉ ବା ନହେଉ ଜଣେ ଓଡ଼ିଆ ହିସାବରେ ଯେଉଁ ସମର୍ଥନ ପାଇବା କଥା ସେ ପାଇଲେ ନାହିଁ। ସେହିପରି ଜଣେ ପ୍ରସିଦ୍ଧ ମହିଳାଙ୍କର ଗର୍ଭାବସ୍ଥାକୁ ନେଇ ଯେଉଁ ନିମ୍ନ ଧରଣର ସମାଲୋଚନା କରାଯାଉଛି ତାହା ଉତ୍ତମ ଶିକ୍ଷା ଓ ସଂସ୍କାରର ଲକ୍ଷଣ ନୁହେଁ।
ଶହେ ବର୍ଷ ତଳେ ଓଡ଼ିଆ ଭାଷାକୁ କେନ୍ଦ୍ର କରି ଯେଉଁ ଆନ୍ଦୋଳନ ଚାଲିଥିଲା ସେଥିରେ ବହୁତ ଯୁଗପୁରୁଷମାନେ ଆହୂତି ପ୍ରଦାନ କରିଥିଲେ। ଫଳତଃ ଆଧୁନିକତାକୁ ଆମନ୍ତ୍ରଣ ପୂର୍ବକ ଏକ ନୂତନ ଚିନ୍ତାବିନ୍ୟାସ ସୃଷ୍ଟି ହୋଇଥିଲା ଯାହା ପ୍ରାଚୀନ ପରମ୍ପରା ଠାରୁ ବହୁ ପରିମାଣରେ ଭିନ୍ନ। ତାକୁ ଆମେ ଓଡ଼ିଆତ୍ୱ ବୋଲି କହିପାରିବା ଓ ତାର ରକ୍ଷା ଓ ପୋଷଣ ଜରୁରୀ।
କଥାରେ ଅଛି ପେଟ ପୋଷ ନାହିଁ ଦୋଷ। ଧର୍ମକୁ ଆଶ୍ରୟ କରି ଯେଉଁ ଶିଳ୍ପ ଓ ଅର୍ଥନୈତିକ କାର୍ଯ୍ୟକଳାପ ଚାଲିଛି ତାର ରୋଜଗାର ଯୋଗାଇବା ଦିଗରେ ମହତ୍ତ୍ବ ବହୁତ। ଦ୍ବିତୀୟରେ କଳାର ଅବଦାନ ଅକଳନୀୟ। ନବରସର ଫୁତ୍କାର ଭିତରୁ ପରମରସ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ଆଦୌ ବିଚିତ୍ର ନୁହେଁ। ତୃତୀୟରେ କିଶୋର ବୟସରେ ମନସ୍ତାତ୍ତ୍ୱିକ ପରିପକ୍ୱତା ପାଇଁ ସହାୟକ।
No comments:
Post a Comment