X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ପୋଷ୍ଟ
ମହତାବଙ୍କ ଅମଳରୁ ରାଜନୀତି ସହିତ ମୋର ପରିଚୟ କିନ୍ତୁ ଗଣତନ୍ତ୍ରର ଦୁରାବସ୍ଥା ଦେଖି ଏକ ବିକଳ୍ପ ସୃଷ୍ଟି କରିବା ପାଇଁ ମୁଁ ଏଠାରେ ଲେଖୁଛି। ମୋର ବକ୍ତବ୍ଯ ଯେ ଅତି କମରେ ଶହେ ଦୁଇଶହ ଲୋକଙ୍କ କାନରେ ପଡ଼ି ସାରିଲାଣି ଏହା ଅତ୍ଯନ୍ତ ଆନନ୍ଦର ବିଷୟ। ଦୁଇରେ ଓଡ଼ିଆ ଭାଷାର ରକ୍ଷଣାବେକ୍ଷଣ ଏକ ବଡ଼ ପ୍ରାଥମିକତା। ତିନିରେ ଶ୍ରୀଅରବିନ୍ଦଙ୍କ ଆଦର୍ଶ।
ଷାଠିଏ ବର୍ଷ ତଳେ ବିଜୁ ପଟ୍ଟନାୟକ କାମରାଜ ଯୋଜନାରେ ଇସ୍ତଫା ଦେବା ପରେ ବୀରେନ ମିତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ କିନ୍ତୁ ମାତ୍ର ଦେଢ଼ ବର୍ଷର ଶାସନକାଳ ଭିତରେ ଦୁର୍ନୀତି ଓ ଛାତ୍ର ଆନ୍ଦୋଳନ ଆଦି ବିଭିନ୍ନ ପ୍ରକାରର ବିଭ୍ରାଟ ଯୋଗୁ ତାଙ୍କୁ ବି ଇସ୍ତଫା ଦେବାକୁ ପଡ଼ିଥିଲା। ବିଜୁ-ବୀରେନ ଯୋଉଠି, ମଦ ବୋତଲ ସେଇଠି; ସେ ସମୟର ଏକ ସ୍ଲୋଗାନ।
ପରମ୍ପରାକୁ ପ୍ରଶଂସା କରିବା ସାଧାରଣ କଥା କିନ୍ତୁ ଆଧୁନିକତା ସହିତ ଡାର ଲଗାତାର ସଙ୍ଘର୍ଷ ଯେ କେତେ ଗୁରୁତ୍ବପୂର୍ଣ୍ଣ ତାହା ପାଶ୍ଚାତ୍ୟ ଜଗତର ଅଭିଜ୍ଞତାରୁ ବେଶ୍ ବୁଝିହୁଏ।
ମୁଖ୍ଯ ଦଳଗୁଡ଼ିକ ବାହାରେ ଯେ ଆଉ କିଛି ରାଜନୈତିକ ହଲଚଲ ବା ହଇଚଇ ପ୍ରସ୍ଫୁରିତ ହୋଇ ପାରେ ଏକଥା ସମସ୍ତେ ଭୁଲି ଯାଇଛନ୍ତି। ଗଣତନ୍ତ୍ର ବ୍ଯକ୍ତିକୈନ୍ଦ୍ରିକ ନହୋଇ ଦଳକୈନ୍ଦ୍ରିକ ଓ ନେତାସର୍ବସ୍ବ ହୋଇଯାଇଛି। ଏହି ଅବସ୍ଥାର ପରିବର୍ତ୍ତନ ଆବଶ୍ଯକ। ଅଣଓଡ଼ିଆଙ୍କୁ ନେତୃତ୍ବରୁ ହଟାଇବା ପାଇଁ ଓଡ଼ିଆମାନେ ଏକମନ ହେବା ଦରକାର। ମୋତେ ସମର୍ଥନ କରନ୍ତୁ।
ଭାଜପା ଯେ ବିଜଦକୁ ପରାସ୍ତ କରିପାରିବ ନାହିଁ ଏହା ଦିବାଲୋକ ପରି ସତ। ତଥାପି ମହାଭାରତୀୟତାର ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ଯଦି ଶିକ୍ଷିତ ଲୋକମାନେ ଭାଜପାକୁ ହିଁ ଭୋଟ ଦିଅନ୍ତି ତାହା ଓଡ଼ିଶା ପ୍ରତି ବିଶ୍ବାସଘାତକତା। ସାବିତ୍ରୀ ଇରା ପାର୍ଟି ଏକ ନୂଆ ସମ୍ଭାବନା ଓ ପ୍ରତିଶ୍ରୁତି ନେଇ ଆସିଛି। ୨୦୦୦ରୁ ଚାକିରି ଛାଡ଼ି ମୁଁ ଏଇଥିରେ ହିଁ ଲାଗିଛି।
ଇଂରେଜମାନେ ଆମକୁ ଗଣତନ୍ତ୍ର ଉପହାର ରୂପେ ଦେଇଗଲେ କିନ୍ତୁ ତାହା ଆଜିଯାଏ ଭଲଭାବରେ ଉଧେଇପାରିଲା ନାହିଁ। ସବୁଠିଁ ଏକଛତ୍ରବାଦର ଆଗା ଦେଖାଯାଉଛି। ଓଡ଼ିଶାରେତ ଶେଷ ସୀମାରେ ପହଞ୍ଚିଯାଇଛି। ସ୍ବାଧୀନତା ସଙ୍ଗ୍ରାମ ଭଳି ଗଣତନ୍ତ୍ର ବଞ୍ଚେଇବା ଏକ ମହାନ ଆହ୍ବାନ। ତା ସାଙ୍ଗରେ ଅଣଓଡ଼ିଆଙ୍କୁ ଉଠାଇ ଓଡ଼ିଆଙ୍କୁ ଶାସନଭାର ଅର୍ପଣ କରିବା ପ୍ରାଥମିକତା।
ସମାଲୋଚନା ତ ବହୁବର୍ଷ ଧରି ହୋଇଆସୁଛି କିନ୍ତୁ ଭୋଟ କାହାକୁ ଦେବେ? କାହାର ଗୁଣଗାନ କରିବେ? ତାଆରି ଉପରେ ସବୁକିଛି ନିର୍ଭର କରେ। ଅଣଓଡ଼ିଆମାନେ ଚଲୋଉଥିବା ଦଳର ଦାସହୋଇ ରହିଲେ ଓଡ଼ିଶାର କୌଣସି ଲାଭହେବନାହିଁ। ଓଡ଼ିଆ ସ୍ବାଭିମାନ କେତେବି ସ୍ଫୀତ ହେବନାହିଁ। ନିଜର ବୁଦ୍ଧିବୃତ୍ତି ସବୁ ଲୋପପାଇଯିବ। ଓଡ଼ିଆ ଜାତି ଚିରଦିନ କ୍ରୀତଦାସ ହୋଇ ରହିବ।
ନିଜେ ଭାବି, ଲେଖି, ଛାପି, ତଥା ବାଣ୍ଟିବାର ସୁବିଧା ଏ ଶତାବ୍ଦୀ ପୂର୍ବରୁ ନଥିଲା। ତଥାପି ମଣିଷ ମେଣ୍ଢା ବା କଙ୍କଡ଼ା ସ୍ବଭାବ ଛାଡ଼ିବାକୁ ନାରାଜ। ଖାଲି ଶସ୍ତା ଚାଉଳଖିଆ ଦୁସ୍ଥ ମଣିଷର ଏ ଦୋଷ ନୁହେଁ। ଘୃଣା ଧର୍ମରେ ଦୀକ୍ଷିତ ଶିକ୍ଷିତମାନଙ୍କର ଏ ଦୁର୍ଦ୍ଦଶା। ଲଳିତ ମୋହନ ଘୋଷ ଶ୍ରୀଅରବିନ୍ଦଙ୍କ ଦର୍ଶନ ଓଡ଼ିଶାରେ ବିତରଣ ଆରମ୍ଭ କରିଥିଲେ।
ପ୍ରତ୍ୟେକ ପ୍ରଦେଶର ଇତିହାସ, ସଂସ୍କୃତି, ଓ ଜନାଙ୍କିକୀ ଭିନ୍ନଭିନ୍ନ। ଓଡ଼ିଶା ଅଧିବାସୀମାନଙ୍କ ଉପରେ ଯେପରି ଅନ୍ୟ ରାଜ୍ଯରେ ପ୍ରଚଳିତ ଥିବା ନାନାଦି ଚାଲିଚଳନ ଲଦି ଦେବାର ପ୍ରଚେଷ୍ଟା ଚାଲିଛି ତାହା ବିପଜ୍ଜନକ। ଅଣଓଡ଼ିଆ ବହୁ ସଙ୍ଖ୍ୟାରେ ବସବାସ କରୁଥିବା ଯୋଗୁ ଏହା ବ୍ଯାପୁଛି। ଏଥିରେ ଏକ ଜାତୀୟ ଦଳ ଓ ତାହାର ଅଙ୍ଗବିଶେଷଙ୍କ ଭୂମିକା ବହୁତ।
ଓଡ଼ିଆ ସ୍ବାଭିମାନକୁ ନେଇ ମୁଁ ଯେଉଁ ଅଭିଯାନ ଆରମ୍ଭ କରିଛି ସେଇତ ଆନ୍ଦୋଳନ ଯାହା ଧିରେ ଧିରେ ଚାରିଆଡ଼େ ବ୍ଯାପିବ। ଆଗରୁ କଣ ହୋଇଛି ବା ନହୋଇଛି ଆଉ ଭାବିବାର ଦରକାର ନାହିଁ। ସମସ୍ତେ ସଜାଗ ହୁଅନ୍ତୁ।
ଓଡ଼ିଶାର କୌଣସି ଦଳ ଉତ୍କଳ ଜନନୀଙ୍କ ସପକ୍ଷରେ ନୁହଁନ୍ତି କାରଣ ସେମାନଙ୍କ ମାଲିକ ହେଉଛନ୍ତି ଅଣଓଡ଼ିଆ। ପ୍ରଥମ ଥର ପାଇଁ ଓଡ଼ିଆ ନେତୃତ୍ବରେ ସାବିତ୍ରୀ ଇରା ପାର୍ଟି ଓଡ଼ିଆ ସ୍ବାଭିମାନ ଓ ଗଣତନ୍ତ୍ର ପୁନର୍ପ୍ରତିଷ୍ଠା ସକାଶେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛି। ଓଡ଼ିଆ ମାନଙ୍କ ପାଇଁ ଏହା ଅପୂର୍ବ ସୁଯୋଗ। ସବୁ ଓଡ଼ିଆ ଏକାଠି ହେବାର ସମୟ।
ଯେଉଁମାନେ ପଥଭ୍ରଷ୍ଟ ହୋଇଛନ୍ତି ସେମାନଙ୍କୁ ଆତ୍ମାନୁଶୀଳନ କରିବାକୁ ଅନୁରୋଧ। ଜୀବନ ଅମୂଲ୍ଯ। ତେଣୁ ଠିକ୍ ବାଟରେ ନଗଲେ ବା ଠିକ୍ ଆଦର୍ଶ ଅନୁସରଣ ନକଲେ ଜୀବନ ବ୍ଯର୍ଥହେଲା ବୋଲି ଧରିବାକୁ ପଡ଼ିବ। ଓଡ଼ିଆ ସନ୍ତାନ ହୋଇ ଅଧାଓଡ଼ିଆ ବା ଅଣଓଡ଼ିଆଙ୍କ ପୂଜାକଲେ ତାହା ଓଡ଼ିଶାପ୍ରତି ଘୋର ଅପମାନ। ଶିକ୍ଷିତ ଲୋକେ ଓଡ଼ିଆ ଓ ଗଣତନ୍ତ୍ର ପାଇଁ ଲଢ଼ନ୍ତୁ।
ଅଣଓଡ଼ିଆ ନେତାଙ୍କ ଭାଟଗିରି କରି ଏକ ଫମ୍ପା ଗର୍ବର ଶିକାର ହେବାଦ୍ୱାରା ଶିକ୍ଷିତ ଓଡ଼ିଆ ମାନେ ଓଡ଼ିଆ ଭାବରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ଯ ଉପରେ ଉଦାସୀନତା ଓ ଅପାରଗତାର ଏକ ଘନ ଆସ୍ତରଣ ଢାଙ୍କି ଦେଇଛନ୍ତି। ପ୍ରାଥମିକତା କ'ଣ ତାହା ସଠିକ୍ ଭାବେ ଜାଣି ପାରୁନାହାନ୍ତି। ସୁସ୍ଥ ରାଜନୈତିକ ତଥା ଚିନ୍ତାଶକ୍ତିୟ ନେତୃତ୍ବ ଅଭାବରୁ ଏପରି ଘଟୁଛି।
ଜଣେ ଓଡ଼ିଆ ଭାବରେ ମୁଁ ସାବିତ୍ରୀ ଇରା ପାର୍ଟି ତୋରଣ ତଳେ ଓଡ଼ିଆ ସ୍ବାଭିମାନ ଓ ଗଣତନ୍ତ୍ର ପୁନର୍ପ୍ରତିଷ୍ଠା ସକାଶେ ଲଢ଼ୁଛି। ଧର୍ମ ବାହାନାରେ ଭକ୍ତି ବଦଳରେ ଘୃଣାର ବେପାର କରୁଥିବା ଭଡ଼ାଟିଆ ମାନଙ୍କୁ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶ ବଳରେ ନିରସ୍ତ୍ର କରିବା ପାଇଁ ମୁଁ ପ୍ରଚେଷ୍ଟା କରିଆସୁଛି। ଆଶା ସମସ୍ତେ ଏଥିରେ ସହଯୋଗ ପ୍ରଦାନ କରିବେ।
ଦୃଶ୍ଯାଂଶ a variation of ସାରାଂଶ।
ଉଙ୍କିତା ହେଲେ ଚଳିବ। ନୂଆ ଓ ଅନନ୍ୟ।
ଉଙ୍କିର ଅର୍ଥ ବିଜୁଳି ମାରିବା ପରିବି ହୋଇପାରେ।
ଯେହେତୁ ଟିକେ ଚିଡ଼େଇବାର ଇଙ୍ଗିତ ରହିଲେ ଯଥାର୍ଥ ହେବ, ଖୁଞ୍ଚିକା ଶବ୍ଦଟି ମଧ୍ଯ ଉପଯୁକ୍ତ।
Teaser ର ଓଡ଼ିଆ ଭାବରେ ଉଙ୍କିତା/ଉଙ୍କିମା/ଉଙ୍କିକା ବା ଖୁଞ୍ଚିକା
ତାହେଲେ, Teaser ପାଇଁ କିଞ୍ଚିତ୍ର ହେଲେ ଭଲହେବ।
ନୂଆ ଶବ୍ଦ କେତୋଟି
ପ୍ରମିଦିଆ (ମିଡ଼ିଆ)
ସ୍ବମିଦିଆ (ସୋସାଲ୍ ମିଡ଼ିଆ)
କାଗବନ୍ଧ (ରିଷର୍ଚ୍ଚ ପେପର୍)
ଦୃଶ୍ୟବନ୍ଧ (ଭିଡିଓ)
ଦୃଶ୍ୟାଂଶ (ଟ୍ରେଲର)
କୋବାଦିତା (ଡିସ୍କୋର୍ସ)
ବର୍ଣ୍ଣନଦୀ (ନ୍ୟାରେଟିଭ)
ମୋର ପୁରୁଣା ପୋଷ୍ଟରେ ମୁଁ ବ୍ଯବହାର କରିଛି। ସର୍ଚ୍ଚ କରି ଦେଖିପାରିବେ।
ମୋର ନିଜସ୍ବ। ଯଦି ଭଲଲାଗେ, ତେବେ ଯେ କେହି ବ୍ଯବହାର କରିପାରିବେ।
ସମର୍ଥନ ପାଇଁ ଧନ୍ୟବାଦ।
ଧନ୍ଯବାଦ। ପୋଷ୍ଟ ପାଇଁ ଏବେ ଲେଖିଲି ଡାକ୍ତି (ଡାକ+ଉକ୍ତି)
ଓଡ଼ିଆ ଭାବରେ ଆମ ଭାଷା ଓ ସଂସ୍କୃତିର ମୌଳିକତା ଓ ବୈଶିଷ୍ଟ୍ୟ ବଜାୟ ରଖିବା ନିମନ୍ତେ ରାଜନୈତିକ କ୍ଷମତା ହାସଲ କରିବା ଅନିବାର୍ଯ୍ୟ। ଗ୍ରହଣଗ୍ରସ୍ତ ଗଣତନ୍ତ୍ରକୁ ମଧ୍ଯ ରକ୍ଷା କରିବାର ଏକମାତ୍ର ଉପାୟ ହେଲା ନିର୍ବାଚନରେ ଜିତିବା। ଶିକ୍ଷିତ ଲୋକମାନେ ଏହା ହୃଦୟଙ୍ଗମପୂର୍ବକ ମୋତେ ମୁଖ୍ଯମନ୍ତ୍ରୀ ପଦ ପାଇଁ ସମର୍ଥନ ପ୍ରେଷଣ କରିବାପାଇଁ ଅନୁରୋଧ।
ରାଜନୈତିକ ଦର୍ଶନର ଇତିହାସ ବହୁ ପୁରାତନ। ହଜାର ହଜାର ଚିନ୍ତାନାୟକ ଓ ଘଟଣାବଳୀର ମନ୍ଥନରୁ ଜନ୍ମ ନେଇଛି ଲକ୍ଷ ଲକ୍ଷ ଲେଖା। ଭାରତ ଓ ଓଡ଼ିଶାର ସାମ୍ପ୍ରତିକ କ୍ଷମତା-କ୍ରୀଡ଼ା ମଧ୍ଯ ରାଜନୀତି ବିଜ୍ଞାନ କୋବାଦିତା ପାଇଁ ଉର୍ବର ମୃତ୍ତିକା। ବଡ଼ ପରିତାପର ବିଷୟ ଯେ, ଶ୍ରୀଅରବିନ୍ଦଙ୍କ ଦର୍ଶନ ଶିକ୍ଷା-ବ୍ଯବସ୍ଥା ମଧ୍ଯରେ ସ୍ଥାନ ପାଇପାରୁ ନାହିଁ।
ବୈଷୟିକ ଶିକ୍ଷା ତଥା ବୃତ୍ତିଗତ କୌଶଳର ବିକଳ୍ପ ନାହିଁ। ସେହିପରି କଳା ଓ ସାହିତ୍ୟ ମଧ୍ଯ ଜୀବନର ଏକ ବିଶିଷ୍ଟ ଉପାଦାନ। ଏହାଛଡ଼ା, ହ୍ଯୁମାନିଟିଜକୁ ପ୍ରାୟ ସମସ୍ତେ ହେୟଜ୍ଞାନ କରନ୍ତି। କିନ୍ତୁ ତା ବିନା ଜ୍ଞାନ ପଲ୍ଲବଗ୍ରାହୀ ହୋଇ ରହେ। କେବଳ ଉପନ୍ୟାସରୁ ଯଥାର୍ଥ ଦୃଷ୍ଟିକୋଣ ଆହରଣ କରାଯାଇ ପାରେ ନାହିଁ। ଶ୍ରୀଅରବିନ୍ଦ ଏ ଦିଗରେ ବଡ଼ ସହାୟକ।
ମୁଁ ବର୍ତ୍ତମାନ ଓଡ଼ିଶାରେ ଏକମାତ୍ର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ। ଓଡ଼ିଆଙ୍କ ମଧ୍ଯରେ ଏକତା ସ୍ଥାପିତହେଲେ ଏହା ସମ୍ଭବ ହୋଇପାରିବ। ସେଥିପାଇଁ ରାଜ୍ଯ ବାହାରର ବିଭିନ୍ନ ଘଟଣାକୁ ନେଇ ବିବ୍ରତ ବ୍ଯଥିତ ହେବା ବନ୍ଦ କରିବାକୁ ପଡ଼ିବ। ରାଜ୍ୟ ବାହାରର ଅଣଓଡ଼ିଆ ନେତାଙ୍କ କିଙ୍କର ହେବାରୁ ମୁକ୍ତହେବାକୁ ପଡ଼ିବ। ଓଡ଼ିଆ ଭାଷାକୁ ସମ୍ମାନ ଦେବାକୁ ହେବ।
ଓଡ଼ିଆ ଭାଷା ଅନ୍ୟ ରାଜ୍ଯରେ ବିକଶିତ ହୋଇ ପାରିବ ନାହିଁ। ଓଡ଼ିଶା ସୀମା ଭିତରେ ହିଁ ତାର ନିୟତି ନିର୍ଦ୍ଧାରଣ ହେବ। ଦେଶଭିତରେ ପ୍ରବେଶ କରିବାପାଇଁ ବିଦେଶୀମାନଙ୍କ ଉପରେ ଯେପରି କଟକଣା ରହିଛି ସେମିତି ଓଡ଼ିଶା ଭିତରେ ବାସକରିବା ଲାଗି ଅଣଓଡ଼ିଆଙ୍କ ପାଇଁ ଏବେ ଯେଉଁ ସାହାଣମେଲା ବ୍ଯବସ୍ଥା ଅଛି ସେଥିରେ ପରିବର୍ତ୍ତନ କରାଯିବା ନିହାତି ଆବଶ୍ଯକ।
ଜଣେ ସାଧାରଣ ଲୋକ ପକ୍ଷରେ ନିର୍ବାଚନ ରାଜନୀତିରେ ପାଦ ରଖିବା କାଠିକର ପାଠ କିନ୍ତୁ ଓଡ଼ିଆ ସ୍ବାଭିମାନ ଏପରି ଏକ ଚୁମ୍ବକୀୟ ବିଷୟ ଯେ ଏହା ଅଚିରେ ସଫଳତା ପ୍ରଦାନ କରିପାରେ। ଗାଁଆ ସ୍କୁଲରେ ଓଡ଼ିଆ ମାଧ୍ଯମରେ ପଢ଼ିବା ଠାରୁ ଆରମ୍ଭ କରି ଏଠାରେ ଡାକ୍ତି କରିବା ପର୍ଯ୍ୟନ୍ତ ମୋର ଯଥେଷ୍ଟ ବିଶ୍ବସନୀୟତା ଅଛି ବୋଲି କେହି ଅସ୍ବୀକାର କରିବେ ନାହିଁ।
ସମସ୍ତେ ପ୍ରାୟ ପେଟପାଟଣା ଧନ୍ଦାରେ ବ୍ଯସ୍ତ ଓ ତେଣୁ ମୋ ପରି ସ୍ବାଧୀନତା କାହାର ନାହିଁ। ତାପରେ ମୋର ଦୀର୍ଘ ଅଭିଜ୍ଞତା ତଥା ଗବେଷଣା ଫଳରେ ମୁଁ ଯାହା ଅର୍ଜନ କରିଛି ତାହାର ଯଥେଷ୍ଟ ମହତ୍ତ୍ବ ରହିଛି। ସେହି ଦୃଷ୍ଟିରୁ ଆପଣମାନେ ଯେତେଜଣ ଲାଇକ୍/ରିପୋଷ୍ଟ/ଫଲୋ କରି ବା ମନ୍ତବ୍ୟ ଦେଇ ମୋତେ ଉତ୍ସାହିତ କରିଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ଯବାଦ।
ଜଣେ ବାବୁ ବିଜ୍ଞାନ କଥା କହି ସମାଲୋଚନାର ଶରବ୍ୟ ହୋଇଛନ୍ତି। ଉଭୟ ପକ୍ଷକୁ ସମନ୍ବୟ କରି ଏତିକି କୁହାଯାଇପାରେ ଯେ ଏହି ପୃଥିବୀ ବକ୍ଷରେ ଦିନେ ମଣିଷ ନଥିଲା କିନ୍ତୁ ବିବର୍ତ୍ତନର ଧାରାରେ ଆଜି ଆମେ ଏଠି ଡାକ୍ତି କରୁଛେ। ଉପନିଷଦର ବିଜ୍ଞାନକୁ ନେଇ ଶ୍ରୀଅରବିନ୍ଦ ବିବର୍ତ୍ତନର ରହସ୍ଯ ଖୋଲିଛନ୍ତି ଯାହା ଚିନ୍ତାଶକ୍ତି ପାଇଁ ବରାଠୁଁ କମ୍ ନୁହେଁ।
ଅନ୍ୟ କିଛି ହେଉ ବା ନହେଉ, ଏଠିକାର ଅଧିକାଂଶ ତେଣ୍ଡା ଓଡ଼ିଆପ୍ରେମୀ। ପ୍ରାୟ ସମସ୍ତେ ଓଡ଼ିଆ ଭାଷା ପାଇଁ ଲଢ଼େଇ କରିବାକୁ ବାହାରି ପଡ଼ନ୍ତି ଓ ତାର ପ୍ରଚାର ପ୍ରସାର ପାଇଁ କିଛି ନା କିଛି ଡାକ୍ତି କରନ୍ତି। କିନ୍ତୁ କେତେକ କ୍ଷେତ୍ରରେ ଅଶାଳୀନ ଭାଷା ଓ ବ୍ଯବହାର ଦେଖି ଦୁଃଖ ଲାଗେ। ହାଟ ମଝିରେ ଶିକ୍ଷିତ ଲୋକଙ୍କର ଏପରି ଆଚରଣ ଦେଖି ଲାଜ ଲାଗେ।
ଅନେକ ଲୋକ ସ୍ବାମୀ ଏମିତି କରିବା ଉଚିତ ସ୍ତ୍ରୀ ସେମିତି କରିବା ଉଚିତ ଇତ୍ୟାଦି ବିଭିନ୍ନ ସାମାଜିକ ଆଚାର ବ୍ଯବହାରକୁ ନେଇ ଯେଉଁ ନିୟମ କାନୁନ ସବୁ ତିଆରି କରନ୍ତି ତାକୁ ପଢ଼ି ହସ ଲାଗେ। ଏତେ ବଡ଼ ଦୁନିଆରେ ନିଜର ସୀମିତ ପରିସ୍ଥିତି ଓ ଅଭିଜ୍ଞତା ଭିତ୍ତିରେ ସମସ୍ତଙ୍କ ପାଇଁ ଆଚରଣ ବିଧି ଖଞ୍ଜିଦେବା ଅସଙ୍ଗତ ତଥା ଅବାସ୍ତବ। ତଥାପି ଏସବୁ ଚାଲେ।
ବାମପନ୍ଥୀ ଲେଖକମାନଙ୍କୁ ତାଚ୍ଛଲ୍ଯ କରିବା ଏକ ସାଧାରଣ କଥା ହୋଇଗଲାଣି କିନ୍ତୁ ଆଧୁନିକତାକୁ ପ୍ରତିପାଳନ କରିବାରେ ସେମାନଙ୍କ ଅବଦାନ ଅତୁଳନୀୟ। କେବଳ ପୁରାଣ ଓ ପରମ୍ପରା ଦ୍ବାରା ଚିନ୍ତାଶକ୍ତିର ବିକାଶ ହୋଇପାରିବ ନାହିଁ। ଶ୍ରୀମା ଶ୍ରୀଅରବିନ୍ଦଙ୍କ ଦର୍ଶନ ମାଧ୍ୟମରେ ଜଣେ ଏକ ସନ୍ତୁଳିତ ତଥା ପୂର୍ଣ୍ଣାଙ୍ଗ ବର୍ଣ୍ଣନଦୀ ଆବିଷ୍କାର କରିପାରିବ।
ବଡ଼ ଭାଗ୍ଯର କଥା ଯେ ଶ୍ରୀମା ଶ୍ରୀଅରବିନ୍ଦଙ୍କର ବାର୍ତ୍ତା ଓଡ଼ିଶାର କୋଣେ କୋଣେ ପହଞ୍ଚିଛି କିନ୍ତୁ ବହୁତ ଶିକ୍ଷିତ ଲୋକ ବେପରୁଆ ଭାବରେ ତାକୁ ଉପେକ୍ଷା କରୁଛନ୍ତି। ଫଳତଃ ବଭିନ୍ନ ରାଜନୈତିକ ଦଳଙ୍କ ଦ୍ବାରା ଯେଉଁ ଘୃଣ୍ଯ ମାନସିକତା ପ୍ରଚାର କରାଯାଉଛି ତାର ଶିକାର ହେଉଛନ୍ତି। ସୁଗଠିତ ବୌଦ୍ଧିକ ମାଂସପେଶୀ ବିନା ପଥଭ୍ରଷ୍ଟ ହେବାର ସମ୍ଭାବନା।
ଧନ୍ଯବାଦ। ପୋଷ୍ଟ ପାଇଁ ଏବେ ଲେଖିଲି ଡାକ୍ତି (ଡାକ+ଉକ୍ତି)
ଗୋଦା
ସଜବାଜ ହେବା (ଯାହା ମହିଳା ମାନଙ୍କର ଜନ୍ମଗତ ଅଧିକାର) ଓ ଫଟୋକୁ ସଜେଇବାର ମନସ୍ତାତ୍ତ୍ୱିକ କାରଣ ଏକା। ପ୍ରଜନନ।
ଅଙ୍ଗନୱାଡ଼ି କେନ୍ଦ୍ର ସରକାରଙ୍କର ନା ଓଡ଼ିଶା ସରକାରଙ୍କର? ପଚାଶବର୍ଷ ପରେବି କିଛି ଓଡ଼ିଆ ନାମକରଣ ହୋଇନପାରିବା ଆଶ୍ଚର୍ଯ୍ୟର ବିଷୟ। ସେହିପରି କଟକ ଓ ବାଲେଶ୍ୱର ଭଳି ବିଭିନ୍ନ ଜାଗାର ଇଂରାଜୀ ବନାନ ଆଜି ପର୍ଯ୍ୟନ୍ତ ବଦଳି ନପାରିବା ଦୁଃଖର କଥା। ବାଣୀ ବିହାରର ଇଂରାଜୀ ବନାନ ମଧ୍ଯ ବଦଳିବା ଦରକାର। ଏଇ ଛୋଟ ଛୋଟ ଜିନିଷ ହୋଇପାରୁନି କାହିଁକି?
ଓଡ଼ିଶାରେ ଆଧୁନିକତାର ଉଦୟ ହେଉଥିବାବେଳେ
କେଦାର ଗୌରୀ, କାଳିଜାଈ, ଧରମା, ଓ ବାଜି ରାଉତ ଭଳି କେତେକ କାଳ୍ପନିକ ଚରିତ୍ରକୁ ଇତିହାସ ଭାବରେ ଗ୍ରହଣ କରିନିଆହେଲା। କେବଳ ସେତିକି ନୁହେଁ, ଜୟଦେବ, ଖାରବେଳ, ଓ କଳିଙ୍ଗ ଯୁଦ୍ଧର ସତ୍ଯାସତ୍ଯ ଏବେବି ବିବାଦୀୟ। ସେହିପରି ମାଦଳାପାଞ୍ଜି ବା ମାଳିକା କେତେଦୂର ବିଶ୍ବସନୀୟ ତାହା ନିରୂପଣ କରିବା କଷ୍ଟ।
ନିଜ ନିଜ ଭିତରେ ଅଯଥାରେ କଳି କରିବାଟା ଠିକ ନୁହେଁ।
ସ୍ବମିଦିଆର ପାବଚ୍ଛରୁ ମୁଖ୍ଯମନ୍ତ୍ରୀ ପଦପାଇଁ ସ୍ବପ୍ନ ଦେଖିବା ହାସ୍ଯାସ୍ପଦ ବୋଧ ହୋଇପାରେ କିନ୍ତୁ ଗଣତନ୍ତ୍ରର ଢଙ୍ଗ ସେୟା। ଅନ୍ୟ କୌଣସି ବ୍ୟକ୍ତି ବା ପ୍ରମିଦିଆ ପ୍ରାସାଦ ଏ ସମ୍ବନ୍ଧରେ ନୀରବ ଥିବାବେଳେ ମୁଁ ମୋର କନିଷ୍ଠ ମାନଙ୍କୁ ଯେ ଏକ ନୂତନ ଦିଗଦର୍ଶନ ଦେଇ ପାରୁଛି ତାହା ନିଶ୍ଚୟ ସନ୍ତୋଷଜନକ। ଅଧାଓଡ଼ିଆ ଓ ଅଣଓଡ଼ିଆମାନଙ୍କ ବୟକଟ ହେଉ।
ଦୁଇଜଣ ମହିଳା ଏବେ ସମାଲୋଚନାର ଶିକାର ହେଲେ। ଜଣଙ୍କର ବ୍ଯକ୍ତିଗତ ଜୀବନ ଉପରେ ମଧ୍ଯ ଆକ୍ଷେପ କରାଗଲା। ଏସବୁ ଅତି ନିମ୍ନ ମାନର ରାଜନୀତି। ନୈତିକତାର ସାଧାରଣ ସ୍ତର ଯଦି ପାଳନ କରାନଯାଏ, ତେବେ ଶିକ୍ଷା ଓ ସଂସ୍କାରର ମୂଲ୍ଯ କଣ? ତାପରେ, ଯେଉଁମାନେ ହିନ୍ଦୁଧର୍ମର ସଂରକ୍ଷକ ବୋଲି ଚିତ୍କାର କରୁଛନ୍ତି ସେମାନେ ଏତେ ତଳକୁ ଖସି ଯାଉଛନ୍ତି କିପରି?
ମନେରଖନ୍ତୁ ଯେ, ଯାହାର ବାପା, ବୋଉ, ସ୍ବାମୀ, ବା ସ୍ତ୍ରୀ ଅଣଓଡ଼ିଆ ସେ ଅଣଓଡ଼ିଆ କିମ୍ବା ଅଧାଓଡ଼ିଆ। ବର୍ତ୍ତମାନ, ହିସାବ କରନ୍ତୁ, କିଏ କିଏ ଏହି ସମ୍ମାନର ଅଧିକାରୀ ଓ କାହିଁକି ସେମାନେ ଉଚ୍ଚପଦପ୍ରାପ୍ତ ହୋଇଛନ୍ତି? କାହିଁକି ଖାଣ୍ଟିଓଡ଼ିଆ ଲୋକମାନଙ୍କୁ ଏଠି ଉପେକ୍ଷା କରାଯାଇଛି? ହିନ୍ଦୁ ଧର୍ମର ସଂରକ୍ଷକ ମାନେ ଏ ବିଷୟରେ ନୀରବ କାହିଁକି?
ନୂଆ ଦଳ ହିସାବରେ, ସାବିତ୍ରୀ ଇରା ପାର୍ଟି ସବୁ ଦଳର ବିରୋଧୀ। ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶ ଭିତ୍ତିରେ ଏକ ନୂଆସମାଜ ଗଢ଼ିବା ଆମର ଲକ୍ଷ୍ଯ। ଓଡ଼ିଆମାନଙ୍କ ସ୍ବାଭିମାନ ତଥା ଓଡ଼ିଆ ଭାଷାର ରକ୍ଷଣାବେକ୍ଷଣ ଆମର ପ୍ରାଥମିକତା। ଅଣଓଡ଼ିଆମାନଙ୍କୁ କ୍ଷମତାଚ୍ୟୁତ କରିବା ଆମର ରଣନୀତି। ଏହି କାର୍ଯ୍ୟରେ ମୋତେ ସମର୍ଥନ କରି ଓଡ଼ିଶାର ଟେକ ରଖନ୍ତୁ।
Ram Swarup was well aware of Sri Aurobindo's writings but unfortunately could not be convinced of them.
No comments:
Post a Comment