Thursday, 19 October 2023

ଶ୍ରୀମା ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ବଳିତ ଆଭିମୁଖ୍ୟ ଅନୁସରଣ ଶ୍ରେୟସ୍କର

 ମୁଁ ଗତ ତିନି ଚାରି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ ନିମ୍ନରେ ପ୍ରଦତ୍ତ ହୋଇଛି। ପାଠକ ମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ।


ଓଡ଼ିଆ ଓଳିଆ: ୨୦୩୬ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବା ଦରକାର odiaolia.blogspot.com/2023/10/blog-p…

ସମସ୍ତେ କେବେ ଗୋଟିଏ ଧାରାରେ ଚାଲିବେ ନାହିଁ କିନ୍ତୁ ଶିକ୍ଷାର ଲକ୍ଷ୍ୟ ହେଲା କିଛି ମୌଳିକ ଜିନିଷ ସହ ପରିଚୟ କରାଇଦେବା ଯଦ୍ଦ୍ବାରା ଦରକାର ପଡ଼ିଲେ ଭବିଷ୍ୟତରେ ଜଣେ ତାର ଲାଭ ଉଠାଇ ପାରିବ। ସଂସ୍କୃତି ଓ ପରମ୍ପରାରୁ ମଣିଷ ଅନାୟାସରେ ଯାହା ଆହରଣ କରେ ତାକୁ ସଂଶୋଧନ କରି ଶ୍ରୀଅରବିନ୍ଦ ଅନେକ ନୂତନ ତତ୍ତ୍ବ ତଥା ବିଶ୍ଲେଷଣ ପ୍ରଦାନ କରିଛନ୍ତି।

ବ୍ଯକ୍ତିଗତ ଭାବରେ କାହାର ସ୍ବାସ୍ଥ୍ୟ ବା ବୟସ ସମ୍ବନ୍ଧରେ ଅଶୋଭନୀୟ ଟିପ୍ପଣୀ କରିବାଟା ଦୋଷାବହ କନ୍ତୁ ରାଜ୍ୟର ଶାସନ ଭାର ସମ୍ଭାଳିଥିବା ଜଣେ ବୟସ୍କ ଲୋକଙ୍କର ଶାରୀରିକ ତଥା ମାନସିକ ଅବସ୍ଥାକୁ କେନ୍ଦ୍ର କରି ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ସୃଷ୍ଟି ହେବା କିଛି ବିଚିତ୍ର ନୁହେଁ। ଶେଷ ନିଃଶ୍ବାସ ନେବା ପର୍ଯ୍ୟନ୍ତ କ୍ଷମତା ଲୋଭ ଘୃଣ୍ୟ।

ରାଜତନ୍ତ୍ର ଓ ବିଦେଶୀ ଶାସନର ପ୍ରଭାବ ଯୋଗୁ ଆମ ଦେଶରେ ଲୋକମାନଙ୍କର ଗଣତାନ୍ତ୍ରିକ ଚେତନା ବିକଶିତ ହୋଇପାରୁନାହିଁ। ସାମାଜିକ ସ୍ତରଭେଦ ତଥା ପୌରାଣିକ ଆଖ୍ୟାୟିକା ସବୁ ଏଥିରେ ଓଦା କମ୍ବଳ ଭଳି କାମ କରୁଛନ୍ତି। କ୍ଷମତାରେ ଥିବା ନେତାମାନେ ଯେ ସାଧାରଣ ମଣିଷ ଓ କେବଳ ଭୋଟ ଜରିଆରେ ସେଠାରେ ପହଞ୍ଚିଛନ୍ତି ଏକଥା କେହି ବିଶ୍ବାସ କରିବାକୁ ନାରାଜ।

ପ୍ରମିଦିଆର ପରାକ୍ରମ ଯୋଗୁ ରାଜନୀତିରେ ଜାକଜମକ ତାମସା ଦେଖିବାର ଏମିତି ଅଭ୍ୟାସ ହୋଇଗଲାଣି ଯେ ସୁସ୍ଥ ଓ ନିଷ୍ଠାପର ରାଜନୀତି ଶୁଷ୍କ, ରକ୍ତହୀନ, ବା ପାଣିଚିଆ ବୋଧ ହେଉଛି। ସ୍ମରଣଯୋଗ୍ଯ ଯେ, ରାଜନୀତିକୁ ପରିବର୍ତ୍ତନ କରିବା ପାଇଁ ଆନ୍ନା ହଜାରେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ତାହା ନାଟକୀୟ ସାଜସରଞ୍ଜାମ ସହକାରେ ବେଶ୍ ଆମୋଦଦାୟକ ହୋଇଥିଲା।

ଦେଖାଯାଉଛି ଯେ ଅଶିକ୍ଷିତ ଲୋକମାନଙ୍କ ଅପେକ୍ଷା ଶିକ୍ଷିତ ବ୍ୟକ୍ତିମାନେ ବେଶୀ ମୂର୍ଖପଣିଆ ପ୍ରଦର୍ଶନ କରୁଛନ୍ତି। ଦଳର କ୍ରୀତଦାସ ଭାବରେ ମିଥ୍ଯାପ୍ରଚାର କରିବା ସଙ୍ଗେସଙ୍ଗେ ଅନ୍ୟକୁ ଅଭଦ୍ର ଭାଷାରେ ଗାଳିଗୁଳଜ କରିବାରୁ ପଛଉ ନାହାନ୍ତି। କୌଣସି ନୂତନ ଇଙ୍ଗିତ ତାଙ୍କ ହୃଦୟକୁ ସ୍ପର୍ଶ କରୁନାହିଁ କି ବିବେକ ଦଂଶନ କରୁନାହିଁ। ଜୀଇଁ ମରିବା ପରି।

ସେଇ ପ୍ରିୟ କଟକର ଆଧୁନିକ ଦୃଶ୍ୟ।

ଜୀବନର ଅନେକ ଲୁହ

ଜୀବନ ପରି ଗଣତନ୍ତ୍ର ମଧ୍ୟ ମଣିଷକୁ ଉପହାର ସୂତ୍ରରେ ମିଳିଛି। ତେଣୁ ତାର ଲାଳନପାଳନ ତଥା ରକ୍ଷଣାବେକ୍ଷଣର ଭାର ଏକ ବିରାଟ ଦାୟିତ୍ବ। ଆଧ୍ୟାତ୍ମିକତା ପରି ଏଠି ମଧ୍ୟ ନୈତିକତାର ପ୍ରଚୁର ଆବଶ୍ୟକତା ରହିଛି। ବୁଦ୍ଧିମତ୍ତା ତଥା ସତସାହସର ନିବେଶ ବି ଯଥେଷ୍ଟ। ମୋଟ ଉପରେ ମଣିଷର ବ୍ୟକ୍ତିତ୍ୱ ବିକାଶ ପଥରେ ଏହା ଏକ ଆହ୍ବାନ ଏବଂ ବହୁ ଦିଗରୁ ସହାୟକ।

ରାଜନୀତି ବିଜ୍ଞାନର କୋବିଦମାନେ ସାଧାରଣତଃ ମାର୍କ୍ସବାଦର ସ୍ତାବକ। ଫଳତଃ ତାଙ୍କ ପ୍ରସୂତ କୋବାଦିତା ଏକ ସୁସନ୍ତୁଳିତ ବର୍ଣ୍ଣନଦୀ ସୃଷ୍ଟି କରିବାରେ ଅସମର୍ଥ। ହିନ୍ଦୁତ୍ୱବାଦୀ ବିଚାରଧାରାର ବି ବୌଦ୍ଧିକ ବିଶ୍ବସନୀୟତା ଅତି ନିମ୍ନସ୍ତରର। ଏହି ପରିପ୍ରେକ୍ଷୀରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ବଳିତ ଆଭିମୁଖ୍ୟ ଅନୁସରଣ କରିବା ଶ୍ରେୟସ୍କର।

ଓଡ଼ିଆ ଭାଷାକୁ ଓ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ମୋର ଏ ଅଭିଯାନ। ଅଣଓଡ଼ିଆ ନେତାମାନଙ୍କୁ ବିତାଡ଼ିତ କରି ଜଣେ ଖାଣ୍ଟିଓଡ଼ିଆ ଲୋକଙ୍କୁ ରାଜ୍ୟର ଶାସନଭାର ଅର୍ପଣ କରିବା ହେଲା ଆମର ଲକ୍ଷ୍ୟ। ଘୃଣା ପ୍ରଣୋଦିତ ଚିନ୍ତାଧାରା ପରିତ୍ଯାଗ କରି ଶ୍ରୀମା ଶ୍ରୀଅରବିନ୍ଦଙ୍କ ପ୍ରେମ ଓ ସଙ୍ଗତିର ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ସମସ୍ତଙ୍କୁ ଅନୁରୋଧ।

ଅନ୍ୟାନ୍ୟ ଗୁରୁ ବା ବାବାମାନଙ୍କ ସମତୁଲ୍ୟ କରି ଅନେକେ ଶ୍ରୀଅରବିନ୍ଦଙ୍କୁ ହେୟ ଜ୍ଞାନ କରିଥାଆନ୍ତି କିନ୍ତୁ ଏହା ଏକ ମସ୍ତବଡ଼ ଭୂଲ। ସ୍ପଷ୍ଟ ଭାବେ ଜାଣିବା ଦରକାର ଯେ ଶ୍ରୀଅରବିନ୍ଦ ହେଉଛନ୍ତି ସାରା ପୃଥିବୀର ସର୍ବଶ୍ରେଷ୍ଠ ଦାର୍ଶନିକ ଓ କବି। ଓଡ଼ିଶାର ଭାଗ୍ୟ ଯେ ଗାଁ ଗାଁରେ ଶ୍ରୀଅରବିନ୍ଦ ପାଠଚକ୍ର ପ୍ରତିଷ୍ଠିତ ହୋଇଅଛି ଓ ସ୍କୁଲ ଚାଲିଛି।

ପ୍ରତ୍ୟେକ ବ୍ଯକ୍ତି ନିଜକୁ ବିଜ୍ଞ ବୋଲି ଭାବେ କିନ୍ତୁ ତାର ଅଭିଜ୍ଞତା ସୀମିତ ଓ ଅପରିପକ୍ବ। ଆଜିକାଲି ବୈଷୟିକ ତଥା ବୃତ୍ତିଗତ ଜ୍ଞାନ ଯୋଗୁ ଅନେକେ ନିଜକୁ ଅତ୍ୟଧିକ ଆତ୍ମବିଶ୍ୱାସୀ ମନେକରୁଛନ୍ତି। କିନ୍ତୁ ଜୀବନର ବିଦ୍ୟା ସମ୍ପୂର୍ଣ୍ଣରୂପେ ଏକ ଅଲଗା ବିଷୟ ଏବଂ ଶ୍ରୀମା ଶ୍ରୀଅରବିନ୍ଦ ଏ କ୍ଷେତ୍ରରେ ଶାସ୍ତ୍ରର ସମ୍ଭାର ସୃଷ୍ଟି କରିଛନ୍ତି।

ପ୍ରାୟ ସମସ୍ତେ ପ୍ରମିଦିଆର ପ୍ରଚାରତନ୍ତ୍ର ଦ୍ବାରା ପ୍ରଭାବିତ ହୋଇଥିବାର ମୁଁ ଲକ୍ଷ୍ୟ କରୁଛି। ନିଜସ୍ବ କିଛି ମତ ବା ପ୍ରାଥମିକତା ନଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି। ରାଜନୈତିକ ଦଳମାନେ ମଧ୍ୟ ସ୍ବୀୟ ସ୍ବାର୍ଥାନୁଯାୟୀ କୋବାଦିତା ପରିବେଷଣରେ ବ୍ୟସ୍ତ। ମୁଁ ଯେଉଁ ନୂଆ ବର୍ଣ୍ଣନଦୀ ପ୍ରଚଳନ କରାଇବାକୁ ଚାହୁଁଛି ତାହାର ଭୂମିକା ସୁଦୂରପ୍ରସାରୀ।

ଗାନ୍ଧୀ, ନେହେରୁ, ଜୟପ୍ରକାଶ, ଲୋହିଆ, ଅମ୍ବେଡ଼କର, ପେରିୟାର, ସାଓ୍ୱରକର, ଓ ଗୋଲଓ୍ବାଲକର ଆଦି ନେତାଙ୍କୁ କେନ୍ଦ୍ର କରି ବହୁବର୍ଷ ଧରି ରାଜନୀତି ଚାଲିଛି। ବର୍ତ୍ତମାନ ଶ୍ରୀଅରବିନ୍ଦଙ୍କ ସମୟ ଆସିଛି। ସର୍ବଦା ସତର୍କ ରହିବେ ଯେ ଘୃଣାର ପିଚକାରୀ ଖେଳୁଥିବା ଅନେକ ଲୋକ ବି ଶ୍ରୀଅରବିନ୍ଦଙ୍କ ବାକ୍ଯ ଉଦ୍ଧୃତ କରି ନିଜକୁ ଠିକ ସାବ୍ୟସ୍ତ କରନ୍ତି।

ସାଧାରଣତଃ ଆମେମାନେ ଏକ ନୈତିକ ଜୀବନ ଯାପନ କରୁଛୁ ବୋଲି ସନ୍ତୋଷ ଲାଭ କରିଥାଉ କିନ୍ତୁ ଯେଉଁ ସମାଜରେ ଆମେ ବାସ କରୁଛେ ତାହା ଏତେ ଛଳନା ଓ ଶୋଷଣରେ ଭରା ଯେ ଆମେ ବରାବର ନିଜେ ନିଜକୁ ପ୍ରତାରଣା କରି ଚାଲିଛେ। ଯାହାହେଉ, ଏ ସବୁର ସମାଧାନ କରିବା ପାଇଁ ଚେଷ୍ଟା କରି ମାର୍କ୍ସବାଦୀମାନେ ଫେଲ୍ ମାରିଛନ୍ତି। ଏବେ ଶ୍ରୀଅରବିନ୍ଦଙ୍କୁ ସୁଯୋଗ ଦିଆଯାଉ।

ଶ୍ରୀଅରବିନ୍ଦଙ୍କୁ ଜାଣିଲେ ସବୁ ଜିନିଷର ଫଳାଫଳ ପାଇଁ ଆପଣ ତାଙ୍କ ଉପରେ ନିର୍ଭର କରିବେ। ଭାରତର ଅନ୍ୟ ସମସ୍ତ ରାଜ୍ଯ ଅପେକ୍ଷା ଓଡିଶାରେ ଶ୍ରୀଅରବିନ୍ଦଙ୍କ ବିଷୟରେ ସଚେତନତା ବହୁତ ବେଶୀ। ରାଜନୈତିକ ସ୍ତରରେ ସେଇଟା ପ୍ରତିଫଳିତ ହେଲେ ଓଡିଶା ଖାଲି ଭାରତ କାହିଁକି ସମଗ୍ର ପୃଥିବୀକୁ ଏକ ନୂତନ ଦିଗଦର୍ଶନ ଦେଇପାରିବ। ଓଡ଼ିଆମାନେ ପ୍ରସ୍ତୁତ କି?

ବିବର୍ତ୍ତନର କାରଣ ଓ ପ୍ରଣାଳୀ ସମ୍ବନ୍ଧରେ ବୈଜ୍ଞାନିକମାନେ ଏକ ନୂତନ କାଗବନ୍ଧ ପ୍ରକାଶନ କରିଛନ୍ତି ବୋଲି ପଢ଼ିଲି କିନ୍ତୁ ଯାହା ଶ୍ରୀଅରବିନ୍ଦ ଉନ୍ମୋଚନ କରିଛନ୍ତି ସେ ସମ୍ପର୍କରେ କୌଣସି ଆଲୋଚନା ନାହିଁ। ଯେଉଁମାନେ ଅତିମାନସ ଚେତନାର ଅବତରଣକୁ କପୋଳକଳ୍ପିତ କହି ହସରେ ଉଡ଼ାଇ ଦିଅନ୍ତି ସେମାନେ ଏହି ବୈଜ୍ଞାନିକ ତଥ୍ୟକୁ ମଧ୍ୟ ସେୟା ଭାବିବେ।

ନିଜ ଜୀବନକୁ ନିକାଞ୍ଚନରେ ଯାଞ୍ଚ କରିବାକୁ ଚାଉଁ ଚାଉଁଆ ଲାଗେ ବୋଲି ମଣିଷ ବିଭିନ୍ନ ବାହାରିଆ ଜିନିଷର ହାଉଜାଉ ଭିତରେ ନିଜକୁ ବ୍ୟସ୍ତ ରଖେ। ରସବୋଧ ଓ ଉପଭୋଗ ଭଳି ଅନ୍ତର୍ନିହିତ ସରଞ୍ଜାମ ମାଧ୍ୟମରେ ସେସବୁ ବୈଚିତ୍ର୍ୟ ସହ ଏକାତ୍ମତା ଲାଭ କରେ। ତାରି ଭିତରେ ପୁଣି ମନ ଭଲ ଖୋଜେ। ଆହୁରି ଭଲ, ଆହୁରି ମାର୍ଜିତ, ଆଉ ସେହି ବୋଧହୁଏ ଆହୁରା ମାଜଦା।

ସଜ ଉଠିବା ରୋଷଣି ବି ଥିଲା।

ସଜଫୁଲର ଅନ୍ୟ ଦୁଇଟି ଗୀତ ହେଲା ଜୀବନର ଅନେକ ଲୁହ ଓ ଉଦାସିନୀ କାମିନୀ ମୁଁ।

ନିର୍ମଳା ମିଶ୍ରଙ୍କ କଣ୍ଠରେ ସଞ୍ଜ ସକାଳେ @DDBanglaTV

ଚବିଶବର୍ଷ ହୋଇଗଲା। ଜଣେ ଓଡ଼ିଆ କହିପାରୁଥିବା ଲୋକ ଶାସନଗାଦିରେ ବସିପାରିଲା ନାହିଁ। ସବୁ ସମୟର ଖେଳ। ଗଣତନ୍ତ୍ର ଭୁଷୁଡ଼ିପଡ଼ିଛି। ସ୍ବାଧୀନତା ଓ ସ୍ବାଭିମାନ ମଉଳିଯାଇଛନ୍ତି। ଆଶା ଓ ଆକାଂକ୍ଷାର ଧାର ଶୁଖିଯାଇଛି। କିନ୍ତୁ ପରିବର୍ତ୍ତନ ନିଶ୍ଚୟ ହେବ। ୨୦୨୪ରେ ନହୋଇପାରିଲେ ଆହୁରି ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସମସ୍ତେ ଏକହୁଅନ୍ତୁ।

ନିଜର ସ୍ଵାଧୀନ ମତ ପ୍ରକାଶ କରିବାର ଏପରି ସୁବିଧା ଆଗରୁ କେବେବି ନଥିଲା। ତଥାପି ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେଲେ ଭଲହେବ ସେ ବିଷୟରେ କେହି ମୁହଁ ଖୋଲୁନାହାନ୍ତି। ଯାହା ଅଣଓଡ଼ିଆମାନେ ସ୍ଥିର କରିଦେବେ ସେଇଟା ହିଁ ଠିକ୍। କିନ୍ତୁ ସତର୍କ ରୁହନ୍ତୁ। ଯାହାର ବାପା, ବୋଉ, ସ୍ବାମୀ, ବା ସ୍ତ୍ରୀ ଅଣଓଡ଼ିଆ ସେମିତିଆ କେହି ନହୁଅନ୍ତୁ।

ବଙ୍ଗଳା ଭାଷାର ଅନେକ ଶବ୍ଦରେ ଚନ୍ଦ୍ରବିନ୍ଦୁ ବ୍ୟବହାର ହୋଇଥାଏ ଯାହା ଓଡ଼ିଆରେ ନାହିଁ। ଯଥା নিখোঁজ, হাঁটু, সিঁড়ি, হুঁশিয়ারি, পৌঁছাতে, ধোঁয়াশা, জাঁকজমকপূর্ণ, তাঁরা ଇତ୍ୟାଦି। ପ୍ରଶ୍ନ ହେଉଛି, ଶବ୍ଦ ଗୁଡିକର ଉତ୍ପତ୍ତି ସହିତ ନିକଟତର କିଏ? ଓଡ଼ିଆ ନା ବଙ୍ଗଳା? ବା ଏସବୁ ଅପଭ୍ରଂଶର ଲକ୍ଷଣ? ତା ମାନେ ଏସବୁ ଉଚ୍ଚାରଣଗତ ଅପଭ୍ରଂଶ, ଉତ୍ପତ୍ତି ସହିତ କୌଣସି ସମ୍ପର୍କ ନାହିଁ? ଆପଣଙ୍କ ଲିଖିତ କୋରା ଉତ୍ତରଟି ଖୁବ୍ ଶିକ୍ଷାପ୍ରଦ ଓ ଉପରୋକ୍ତ ଦିଗଟି ମଧ୍ୟ ତାହାର ଅନ୍ତର୍ଭୁକ୍ତ ହୋଇପାରେ। ଅନେକ ସମୟରେ ବାକ୍ଯ ଶେଷରେ କିନ୍ତୁ ଶୁଣିବାକୁ ମିଳେ ବଙ୍ଗଳାରେ ଯାହା ମୋତେ ଲାଗେ ଓଡ଼ିଆଠାରୁ ଭିନ୍ନ। ସେହିପରି, ଏଟା କତ ଗୋ? ପରି ଗୋ ର ବ୍ୟବହାର ଓଡ଼ିଆରେ ପ୍ରାୟ ନାହିଁ।

ସୁନ୍ଦରଗଡ଼ରେ ମୁଁ ପ୍ରାୟ ଆଠ ବର୍ଷ ଥିଲି ଓ ରଙ୍ଗବତୀ ଗୀତ ସେହି ସମୟରେ ଆସିଥିଲା। ବଙ୍ଗଳା ସହ ତୁଳନା କରି କହିବି ଯେ ସମ୍ବଲପୁରୀ କହି ଶିଖିବା ବେଶୀ କଷ୍ଟ। ବ୍ଯାକରଣ ଓ ଉଚ୍ଚାରଣ ଦୃଷ୍ଟିରୁ ଓଡ଼ିଆ ଓ ବଙ୍ଗଳା ପ୍ରାୟ ସମାନ କିନ୍ତୁ ସମ୍ବଲପୁରୀ ବହୁତ ଅଲଗା। ଯେଉଁ ଭିତ୍ତିରେ ଇଂରେଜମାନେ ଓଡ଼ିଆକୁ ମାନ୍ଯତା ଦେଇଥିଲେ, ସମ୍ବଲପୁରୀ ଆଜି ସେଇଠି। ଏହି ପ୍ରସଙ୍ଗରେ @ShivamPatnaik5 ଙ୍କ ଲିଖିତ କୋରା ଉତ୍ତରଟି ବେଶ୍ ତଥ୍ୟାତ୍ମକ।https://twitter.com/NathTusar/status/1713978534245392448?t=UNf2Jl_j8onabhM3oI11qA&s=19

ମୟୂରଭଞ୍ଜିଆ ଭାଷା ତ ମାଲ୍ୟଗିରି କଥାଚିତ୍ରରେ ଆସିଲା। ମେଦିନୀପୁରର ଭାଷା ସେଇ ପାଖାପାଖି ହୋଇଥିବ। ପ୍ରକୃତରେ ତାମ୍ରଲିପ୍ତ ବନ୍ଦର ବା ତମଲୁକ୍ ପର୍ଯ୍ୟନ୍ତ ଓଡ଼ିଆର ପ୍ରଭାବ ଥିବା ଖୁବ ସ୍ବାଭାବିକ। ମୁଁ ବୁଲିବା ଭିତରେ ସେମାନେ ବଙ୍ଗଳା ଠାରୁ କିଛି ପରିମାଣରେ ଅଲଗା ବୋଲି ଅନୁଭବ କରିଛି।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କନ୍ନଡ଼ ଭାଷାରେ କଥାବାର୍ତ୍ତା କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ସବୁ ଲୋକ କନ୍ନଡ଼ ଶିଖିବା ଆବଶ୍ଯକ ବୋଲି ତାଙ୍କ ମତ। ଏପରି ଦୃଢ଼ ପଦକ୍ଷେପ ନେଲେ ହିଁ ଭାଷାର ରକ୍ଷା ହୋଇପାରିବ। ଓଡ଼ିଶାରେ ତ ହାସ୍ୟାସ୍ପଦ ପରିସ୍ଥିତି। ଟିଭିବାଲା ଯେଉଁ ଫେକ୍ଚାମି କରୁଛନ୍ତି ଗୋଟିଏ ଦିନରେ ଥଣ୍ଡା ହୋଇଯାଆନ୍ତେ।

ଶାସକ ଦଳ ବିରୁଦ୍ଧରେ ମୁଁ ବର୍ତ୍ତମାନ ଏକମାତ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ତୁଚ୍ଛା ସମାଲୋଚନାରେ ସମୟ ନଷ୍ଟ କରି କିଛି ଲାଭ ନାହିଁ। କାନ୍ଥରେ ପୋଷ୍ଟର ଲଗାଇବା ପାଇଁ କେହି କହୁନାହିଁ। ସମସ୍ତଙ୍କ ପାଖରେ ମୋର ବିରୋଧ ଅଭିଯାନର ଖବର ପହଞ୍ଚେଇବା ହିଁ ସବୁଠାରୁ ବଡ ଅବଦାନ। ଓଡ଼ିଆ ପ୍ରୀତି ସମସ୍ତଙ୍କୁ ଏକାଠି କରିବା ପାଇଁ ଅଠା ରୂପେ କାମ କରୁ।

ଯେତେବେଳେ ଲେଖାପଢ଼ା ବେଶୀ ନଥିଲା ପଥର କାରୁକାର୍ଯ୍ୟ ଉପରେ ପ୍ରାଧାନ୍ୟ ଥିଲା। ଶିଳ୍ପୀମାନେ ବିଭିନ୍ନ ରାଜାମାନଙ୍କୁ ମନ୍ଦିର ତୋଳିବା ପାଇଁ ଉତ୍ସାହିତ କରୁଥିଲେ। ଆଧୁନିକ ଯୁଗରେ ମନ୍ଦିର ତୋଳିବାର ମାଧ୍ୟମ ହେଲା ଅଭିବ୍ୟକ୍ତି, କୋବାଦିତା, ଓ ବର୍ଣ୍ଣନଦୀ। ପରମ୍ପରା ଓ ଧର୍ମାନ୍ଧତାର ଜାଲର ବନ୍ଧନରୁ ମୁକ୍ତି ପାଇବା ପାଇଁ ଶ୍ରୀଅରବିନ୍ଦ ସହାୟକ।

ଏଠି ଅନେକ ଲୋକ ଧାଡ଼ିକିଆ ଡାକ୍ତି କରିବାରେ ଅଭ୍ୟସ୍ତ କାରଣ ଲେଖିବା ଲାଗି କିଛି ଖୋରାକ ନାହିଁ କି ଭାବିବା ପାଇଁ ମୁଣ୍ଡରେ ମଗଜ ନାହିଁ। ଦଳର ସଭ୍ୟ ଭାବେ ନୂଆ କଥା କିଛି ଶୁଣିବା ବା ଜାଣିବା ନିଷେଧ। ଖାଲି ବସି ପାଞ୍ଚଣ ହଲାଇବା କଥା ଓ ପ୍ରତି ଦିଦିନରେ ଶ୍ରଦ୍ଧାଞ୍ଜଳି ବାଢ଼ି ନିଜର ଫମ୍ପା ଓଜନ ବଢ଼ାଇବା କଥା। କଣ କରିବା, ସମସ୍ତେ ତ ଓଡ଼ିଆ!

ସ୍ଵାଧୀନତା ପରେ ଏକଦଳୀୟ ଗଣତନ୍ତ୍ର ଚାଲିଥିଲା ଓ ପରେ ଜନତା ବାଲା ଶାସନ କଲେ। ସେମାନେ ସବୁ ଏବେ ହିନ୍ଦୁତ୍ବ ବିରୁଦ୍ଧରେ ଏକାଠି ହୋଇଛନ୍ତି। ଏ ସମସ୍ତଙ୍କୁ ଅଗ୍ରାହ୍ୟ କରି ସାବିତ୍ରୀ ଇରା ପାର୍ଟି ଏକ ବୈକଳ୍ପିକ ରାଜନୈତିକ ମତବାଦ ଉପସ୍ଥାପିତ କରିଛି। ଶ୍ରୀଅରବିନ୍ଦଙ୍କ ବିବର୍ତ୍ତନବାଦ ଉପରେ ପର୍ଯ୍ୟବେସିତ ଏହି ଆଦର୍ଶ ଓଡିଶା ପାଇଁ ପ୍ରକୃଷ୍ଟ।

ମୋର ମତ ଭିନ୍ନ। ହିନ୍ଦୀରେ ଅନେକ ଉଚ୍ଚକୋଟୀର କଳାତ୍ମକ କଥାଚିତ୍ର ଅସଫଳ ହେବାର ଆମେ ଜାଣୁ। ସମସ୍ତଙ୍କୁ ଖୁସି କରିବା ସହଜ ନୁହେଁ ଏବଂ ସମସ୍ତଙ୍କ ଲାଗି କିଛି କିଛି ମସଲା ରଖାଯାଏ। ଛବି ସାଧାରଣ ଲୋକଙ୍କ ମନୋରଞ୍ଜନ ସକାଶେ ନିର୍ମିତ। ଚିନ୍ତାଶୀଳ ଲୋକଙ୍କ ପାଇଁ ବିକଳ୍ପ ଅଛି। ତେଣୁ ସମୀକ୍ଷାଟି ନିଷ୍ଠୁର ମନେହେଲା।

twitter.com/NathTusar/stat…

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁ ପ୍ରଗତି ହୋଇଛି। ସିନେମାରେ ମଧ୍ଯ ଅସମ୍ଭବ ଧରଣର ପରିବର୍ତ୍ତନ ଆସିଛି। ଯାହାକୁ ଆଜି ନିମ୍ନମାନର ବୋଲି ସମାଲୋଚ଼ନା କରାଯାଉଛି, କିଛିବର୍ଷ ପରେ ତାହା କ୍ଲାସିକ୍ ଭାବରେ ପରିଗଣିତ ହେବ। ଦୁଇଘଣ୍ଟାର ମନୋରଞ୍ଜନରୁ ବହୁତ ବେଶୀ ଆଶା କରିବା ଭୂଲ। କଳା ତ କଳା। ପଇସା ଅସୁଲ୍ ମାପକାଠି ବା ମାର୍କ୍ସବାଦୀ ଲେନ୍ସ ଅଯଥା।

କୌଣସି ପୁରୁଣା ଛାଞ୍ଚର ଆଶା ନନେଇ ଖୋଲା ମନ ସହ ଦେଖିଲେ ଛବିର ସୃଜନଶୀଳତାକୁ ଉପଭୋଗ କରିହେବ। ଛବିଟିକୁ ଏକକ ଭାବରେ ନଭାବି କୋଲାଜ୍ ପରି ଗ୍ରହଣ କରାଯାଇପାରେ। ସତୁରି ଦଶକରେ ଉଦ୍ଭଟ ନାଟକ ମୁଁ ଦେଖିଛି। ତା ସହିତ ତୁଳନା କଲେ ତ ଆଜିର ଛବି ସବୁ ଯଥେଷ୍ଟ ଅଧିକ ଉପଭୋଗ୍ୟ। ଏତେ ସଙ୍ଖ୍ୟାରେ ଓଡ଼ିଆ ପାଇଁ ଗର୍ବର ବିଷୟ।

twitter.com/NathTusar/stat…

ଆମର ପୁରୁଣା କଥାଚିତ୍ର ଗୁଡିକରେ ସଂଳାପ ବହୁତ କମ ଥିଲା । କାହାଣୀ ପାଇଁ ଯେତିକି ଦରକାର ପ୍ରାୟ ମାପି ଚୁପି ସେତିକି ଯାହା ଫଳରେ ମଞ୍ଚର ଛାପ ରହୁଥିଲା । ମନମୋହନ ମହାପାତ୍ରଙ୍କ କ୍ଳାନ୍ତ ଅପରାହ୍ନରେ ବୋଧେ ପ୍ରଥମ କରି ଟିକେ ୟାଡୁ ସାଡୁ କଥା ଗୁଡିଏ ଶୁଣିବାକୁ ମିଳିଥିଲା । ଲାଗୁଥିଲା ସମ୍ପୂର୍ଣ୍ଣ ଅନାବଶ୍ୟକ ।

cms.newindianexpress.com/states/odisha/…

ପଲୀଫୋନି, ଇରେଜର୍, ଓ ଆବସେନ୍ସ୍ ପ୍ରଭୃତି ପୋଷ୍ଟମଡ଼ର୍ନିଜିମ୍ ସମ୍ବନ୍ଧୀୟ ତମାମ ସିଦ୍ଧାନ୍ତ ନିର୍ଦ୍ଦେଶକ ମାନେ ବିଭିନ୍ନ ମାତ୍ରାରେ ଖଞ୍ଜିଥାନ୍ତି। ମାୟା ମିରିଗ ଯେତେବେଳେ ଆସିଲା ସାରା ଭାରତ ସ୍ତବ୍ଧ ହୋଇଥିଲା। କାହାଣୀ ଛଡ଼ା ମଧ୍ୟ ବିଭିନ୍ନ କାରଣ ଯୋଗୁ ଗୋଟିଏ ଛବିର ସ୍ମୃତି ମନର କେଉଁ କୋଣରେ ପଡ଼ିରହିପାରେ।

twitter.com/NathTusar/stat…

ସବୁ ଜିନିଷକୁ ତଳେଇ ଦେଖିବା ପାଇଁ ଦର୍ଶନ ଶାସ୍ତ୍ର ଉତ୍ସାହିତ କରେ। ଯେମିତି ସାମ୍ବାଦିକ ମାନେ ବିଭିନ୍ନ ଘଟଣା ପଛରେ ଥିବା କାରଣର ଅନୁସନ୍ଧାନ କରନ୍ତି। ଫିଲ୍ମ ଦେଖିଲାବେଳେ ବି କେବଳ କାହାଣୀ ସହିତ ଭାସି ନଯାଇ ପ୍ରତ୍ୟେକ ଦୃଶ୍ଯପଟରେ ଅନ୍ୟ କେଉଁ କେଉଁ ବସ୍ତୁ ବା ଚରିତ୍ରର ଅବତାରଣା କରାଯାଇଛି ତାହା ଅନୁଧ୍ଯାନ କରିବା ଏକ ଆମୋଦଦାୟକ ଅଭ୍ଯାସ।

ଯଦି ଗୋଟିଏ ଛବି ଭଲ ଉତୁରିଗଲା ତେବେ ସମସ୍ୟାର ସମାଧାନ ହେବନାହିଁ। ଆଉ ଦଶଟା ତା ସମସ୍କନ୍ଧ ନ ହୋଇପାରନ୍ତି। ସେଥିପାଇଁ ଦୁଃଖିତ ହୋଇ ବା ସିନିକ୍ ହୋଇ ଲାଭ କିଛି ନାହିଁ। ଓଡ଼ିଆ କଥାଚିତ୍ର ଶିଳ୍ପ ବର୍ତ୍ତମାନ ଯେଉଁ ସ୍ପର୍ଶକାତର ଅବସ୍ଥାରେ ଅଛି ସେଥିପାଇଁ ଦରକାର ଅସୀମ ଶୁଭେଚ୍ଛା ଓ ଅଯାଚିତ ସହଯୋଗ। ଧନ୍ୟବାଦ।

twitter.com/NathTusar/stat…

ପୁଷ୍କରା ସମସ୍ତଙ୍କୁ ଭଲ ଲାଗିଛି ଓ ଉଚ୍ଚ ପ୍ରଶଂସିତ ହେଉଛି ଏହା ବଡ଼ ଖୁସିର କଥା। ଆଶା କରୁଛି ଯେ ଏଥିରେ କୌଣସି ରାଜନୈତିକ କାରଣ ନଥାଉ। ପୁଣି ଡର ଲାଗୁଛି ଯେ ଯଦି ଖାଲି ବୁଦ୍ଧିମାନ ଲୋକମାନେ ଭଲ ବୋଲି କହିଲେ ତାହେଲେ ଛବିଟି ସାଧାରଣ ଲୋକଙ୍କର ହୃଦୟକୁ ଛୁଇଁ ପାରିବକି ନାହିଁ? ମନୋରଞ୍ଜନ ବଦଳରେ ଯଦି ଲୁହବୁହାଣ ହେଲା ତେବେ ସଫଳ ହେବ କି ନା?

ତାହାତ ସ୍ବାଭାବିକ କିନ୍ତୁ ମୁଁ ରସବୋଧର ବିକଳ୍ପ ମାର୍ଗ କଥା କହୁଥିଲି। ଯେଉଁ ଜଟିଳ ପରିସ୍ଥିତି ଭିତରେ ତିଆରି ହୋଇ ଛବିଟିଏ ହଲରେ ପହଞ୍ଚୁଛି ସେ ତୁଳନାରେ ଜଣେ ଦର୍ଶକର ତ୍ଯାଗ ନଗଣ୍ୟ। ତା ହାତରେ ବି ଆଉ କିଛି ନାହିଁ। ତେଣୁ ଉପସ୍ଥିତ ପରିସ୍ଥିତିରୁ କିପରି ସର୍ବାଧିକ ଲାଭ ଉଠାଯାଇପାରେ ସେ ମନୋଭାବ ଓ କଳା ସୃଷ୍ଟି କରିବାର ଦାୟିତ୍ବ ନିଜଉପରେ।

No comments:

Post a Comment

ବଙ୍ଗଳାକୁ ଆବିଷ୍କାର କରିବାର ସୁଯୋଗ ମିଳିଲା

 Collated X posts in original by Tusar Nath Mohapatra ଓଡ଼ିଆ ଓଳିଆ: ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏବେ ବହୁଭାଷୀ odiaolia.blogspot.com/2025/01/blog-p … ...