Tuesday, 13 August 2024

ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା

 ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ଡାକ୍ତି ଗୁଡ଼ିକର ସଙ୍କଳନ

ଓଡ଼ିଆ ଓଳିଆ: ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଓ ବ୍ଯକ୍ତିତନ୍ତ୍ରର ଅବସାନ
ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ-୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ୍ ୯୬୫୦୦-୬୫୬୩୬

ଆସନ୍ତା ଶହେ ବର୍ଷ ପର୍ଯ୍ୟନ୍ତ ପୁରୀ ବିମାନବନ୍ଦର ଦ୍ବାରା କୌଣସି ଲାଭ ହେବନାହିଁ ବୋଲି ଅନୁମାନ କରିନେବାଟା ପ୍ରମାଦ ସଙ୍କୁଳ।

ଉନ୍ନତି ବା ପ୍ରଗତିର ଯଥାର୍ଥ ସଜ୍ଞା କଣ ତାହା ନିର୍ଦ୍ଦିଷ୍ଟ ଭାବେ ସ୍ଥିରୀକୃତ ହୋଇପାରିନାହିଁ। ନବୀନ ପଟ୍ଟନାୟକଙ୍କ କୃତିତ୍ୱ ଏହି ଯେ ସେ ଓଡ଼ିଶାକୁ ଅନ୍ଧମୁହାଁ ଶିଳ୍ପାୟନରୁ ରକ୍ଷା କରିଛନ୍ତି ଯଦ୍ୱାରା ପରିବେଶ କ୍ଷତିଗ୍ରସ୍ତ ହୋଇନାହିଁ। ଆଗକୁ କିନ୍ତୁ ଅବସ୍ଥାର ପରିବର୍ତ୍ତନ ହେବ। ବାହାର ଲୋକ ଆସିବେ ଏବଂ ଭାଷା ଓ ସଂସ୍କୃତିର ରୂପ ବଦଳିବ।

ଗୁଗଲରେ ଖୋଜିଲେ ଷାଠିଏ ଦଶକ ବହିରେ ବି ମିଳୁଛି।

ଆଗରୁ ବି କହିଛି। ଶରୀରକୁ ସମାଲୋଚନା ବାହାରେ ରଖାଗଲେ ଭଲ ହୁଅନ୍ତା। ସୁସ୍ଥ ମାନସିକତା ଓ ଭଦ୍ର ପରିବେଶ ପାଇଁ ସମସ୍ତଙ୍କ ସହଯୋଗ ତଥା ସଂଯମ ଅବଲମ୍ବନ ଆବଶ୍ୟକ।

ଓଡ଼ିଆ ଲେଖା ଭିତରେ ଅନେକ ଇଂରାଜୀ ଶବ୍ଦ ବ୍ୟବହୃତ ହୋଇଆସୁଛି କାରଣ ଅନୁବାଦ କରିବା ଏକପ୍ରକାର ଅସମ୍ଭବ। ପୂର୍ବରୁ ଓଡ଼ିଆ ଶହ ଶହ ପର୍ତ୍ତୁଗୀଜ ତଥା ଫାର୍ସି ଶବ୍ଦବି ଆତ୍ମସାତ କରିନେଇଛି। ବଙ୍ଗଳା ଶବ୍ଦର ସଙ୍କ୍ରମଣ ମଧ୍ୟ ଅନାୟାସରେ ହୋଇଥାଏ। କିନ୍ତୁ ହିନ୍ଦୀ ଶବ୍ଦଗୁଡ଼ିକ ଯେପରି ଏବେ ଲଦି ଦିଆଯାଉଛି ତାହା ବାଧୁଛି। ହୁଏତ ସମୟକ୍ରମେ ସହି ହେବ।

ମହାଲକ୍ଷ୍ମୀ ପୂଜା କଥାଚିତ୍ରକୁ ନେଇ ଦ୍ବିତୀୟାଂଶ କଥା ପରଦାର। ଶରତ ପୂଜାରୀଙ୍କ ଆଖିରେ ଆଖିରେ କଥାକୁହା ଏଉଠୁ ଆରମ୍ଭ ହୋଇଥିଲା। ଆଖିରେ ଆଖିରେ ସେ ହସନ୍ତି ବୋଲି ମଧ୍ୟ ପ୍ରଶାନ୍ତ ନନ୍ଦ ଏକ ସାକ୍ଷାତକାରରେ କହିଛନ୍ତି। ପୌରାଣିକ ହେଲେବି ବହୁତବଡ଼ ସାମାଜିକ ବାର୍ତ୍ତା ସମ୍ବଳିତ ଥିଲା ଛବିଟି। ସରକାରଙ୍କ ତରଫରୁ ଆମ ଗାଁରେ ପ୍ରଦର୍ଶନ ହୋଇଥିଲା।

ରେଡ଼ିଓରୁ କଥାଚିତ୍ରର ଗୀତ ଶୁଣିବାକୁ ମିଳୁଥିଲା। ତେଣୁ ଫିଲ୍ମକୁ କଥାଚିତ୍ର, ଚିତ୍ର, ବା ଛବି ବୋଲି ମୁଁ ଲେଖେ। କିନ୍ତୁ ଶିଳ୍ପ ବା ପ୍ରକାଶନ ସମ୍ଭନ୍ଧୀୟ ସାମଗ୍ରିକ ବ୍ଯାପାରରେ ଚଳଚ୍ଚିତ୍ର ବୋଲି ଲେଖିବା ଶ୍ରେୟସ୍କର। ସେମିତି, କଳା ଓ ସାହିତ୍ୟ ପରିପ୍ରେକ୍ଷୀରେ ସିନେମା ବୋଲି କହିବା ବେଶ ସମ୍ମାନାଷ୍ପଦ ପ୍ରତୀୟ ହୁଏ। ଟ୍ରେଲର = ଦୃଶ୍ୟାଂଶ।

କେହି କେବେ ଏହି ଗୀତ ଦୁଇଟି ଶୁଣିଛନ୍ତି କି?
ପରଦେଶିଆର ଭରସା ନାହିଁରେ ଭରସା ନାହିଁରେ ଭରସା ନାହିଁ।
ହଜିଗଲା ବୟସ ମିଛେ ଖୋଜି ବସନା।
ବହୁତ ଧନ୍ୟବାଦ ଆଜ୍ଞା। ତାହେଲେ ତ ଶୁଣିବାକୁ ମିଳିବା କଥା। ଦ୍ବିତୀୟଟି ରେଡ଼ିଓ ଗୀତ ବୋଧହୁଏ।
ମୁଁ ଶୁଣିନାହିଁ। କବିଚନ୍ଦ୍ରଙ୍କ ଲେଖା ଭଳି ଲାଗୁଛି।
ଧନ୍ୟବାଦ। ଖସିଲା ବୟସେ ଉଦୟନାଥ ସାହୁ କିମ୍ବା ପ୍ରଫୁଲ୍ଲ କୁମାର ସିଂହଦେଓ ବୋଲିଥିବା ପରି ଲାଗୁଛି।
ମୁଁ କିଛି ଗଚ୍ଛିତ ରଖିନାହିଁ। କେତେଗୁଡ଼ିଏ ପୁରୁଣା ଗୀତ ନିଜେ ଗାଇ ୟୁଟ୍ୟୁବରେ ଉତ୍ତୋଳନ କରିଛି।

ଅଙ୍କୁଶ ଶବ୍ଦର ଏପରି ବ୍ଯବହାର ଓଡ଼ିଆରେ ନଥିଲା।
ମୁଁ ବନାନ କଥା କହୁନାହିଁ। ଅଙ୍କୁଶ ଲଗାଇବା ହିନ୍ଦୀର ଅନୁବାଦ। ଓଡ଼ିଆରେ ଆଗରୁ ଏପରି କୁହାଯାଉନଥିଲା।
କଟକଣା ବା ପ୍ରତିବନ୍ଧକ।
ପ୍ରତିବନ୍ଧକ ଲଗାଇବା ଅର୍ଥରେ ଅଙ୍କୁଶର ବ୍ୟବହାର ଓଡ଼ିଆର ନିଜସ୍ବ ନୁହେଁ।

ଚୋର ମା ଲୁଚି ଲୁଚି କାନ୍ଦେ!

ଅମର ପ୍ରେମରେ ମାତ୍ର ତିନୋଟି ଗୀତ ଥିଲା। ରାଖାଲ ମହାନ୍ତିଙ୍କ ସଙ୍ଗୀତ ସଂଯୋଜନାରେ ଭିକାରୀ ବଳଙ୍କ କଣ୍ଠରେ ଘୁମୁ ଘୁମୁ ଘୁମୁରେ ପାରା ଏବଂ ନିର୍ମଳା ମିଶ୍ରଙ୍କ କଣ୍ଠରେ ମାୟାବିନୀ ଏଇ ରାତି ଓ ନା ମାରନା, ଏତିକି ମିନତି। ସବୁଗୁଡ଼ିକ ଶ୍ରୁତିମଧୁର। ଶେଷ ଗୀତଟି ଶୋଲେର ଜବ ତକ ହୈ ଜାଁ ଗୀତରେ ହେମା ମାଳିନୀଙ୍କ ନୃତ୍ୟ ଢାଞ୍ଚାରେ ଚିତ୍ରାୟିତ।

ଗତ ଶତାବ୍ଦୀରେ ପ୍ରମୁଖ ମାନେ ଥିଲା ଇତ୍ୟାଦି ଯାହା ଏ ଶତାବ୍ଦୀରେ ମୁଖ୍ୟ ବା ବିଶେଷ ଅର୍ଥରେ ବ୍ୟବହୃତ ହେଉଛି। ଅଙ୍କୁଶ ପରି ଏହିଭଳି ଅନେକ ହିନ୍ଦୀ ଶବ୍ଦ ଓଡ଼ିଆକୁ କୁରୂପ କରିସାରିଲାଣି। ଏହା ପାଇଁ ଏକ ଅଲଗା ଅଭିଧାନ ଆବଶ୍ୟକ ହେବ। ତାଛଡ଼ା ଓଡ଼ିଆ ଭାଷାକୁ ତାର ପୂର୍ବ ମୌଳିକତା ଫେରାଇ ଦେବାପାଇଁ ଏକ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହେବା ଦରକାର।

କନକଲତା ବିଷୟରେ କ୍ବଚିତ ଆଲୋଚନା ହୁଏ। ଓଡ଼ିଆ ସାହିତ୍ୟ ତଥା ସିନେମା ଜଗତର ଏକ ଆଲୋକ ସ୍ତମ୍ଭ ସିଏ। ଦେଖିବା ପରେ ଅନେକ ପ୍ରଶଂସା କରି ସମୀକ୍ଷା ଲେଖିଥିଲି। ଅର୍ଦ୍ଧଶତାବ୍ଦୀ ପରେ ଦୃଶ୍ୟାଂଶ ଦେଖି ଖୁସି ଲାଗିଲା।

ଆପଣ ଆଉ କେତେଦିନ ଧରି ଏମିତି ଲେଖି ଚାଲିଥିବେ? ଏବେତ ଆବହାଓ୍ବା ପରିଷ୍କାର ହୋଇଗଲା। ତେଣୁ ଜନତାଙ୍କ ମଝିକୁ ଆସନ୍ତୁ।

ସବୁଦିନର ରେଡ଼ିଓ ଗୀତ
ସପନର ଜାଲ ବୁଣି - ନନ୍ଦିତା ଘୋଷ (ଗୀତିକାର - ଉପେନ୍ଦ୍ର କୁମାର ଦାସ)
ସାଥେ ମୋ ବସନ୍ତ ନେଇ - ଶେଫାଳୀ ସରକାର (ଗୀତିକାର - ଜିତେନ୍ଦ୍ର ପଟ୍ଟନାୟକ)
ଆଷାଢ଼ ଶ୍ୟାମଶାଢ଼ୀ - କଲ୍ୟାଣୀ ଭଟ୍ଟାଚାର୍ଯ୍ୟ (ଗୀତିକାର - ଗୁରୁକୃଷ୍ଣ ଗୋସ୍ଵାମୀ)
ଆଗୋ ମୋର ସନ୍ଧ୍ୟାତାରା - ପ୍ରଣବ ପଟ୍ଟନାୟକ (ଗୀତିକାର - ଗୁରୁକୃଷ୍ଣ ଗୋସ୍ଵାମୀ)

ଗୀତ ପଛର ଗପ (୨୦୧୬) ଧୃତିକାମ ମହାନ୍ତି ଓ ଶିବ ଶଙ୍କର ଓଝା
archive.org/details/gita-p… #ଓଡ଼ିଆସିନେମା #ଓଡ଼ିଆଗୀତ #ଓଡ଼ିଆସଂସ୍କୃତି #ଓଡ଼ିଆସ୍ମୃତି

ସ୍କୁଲ ସମୟରେ ଅକ୍ଷୟ ମହାନ୍ତିଙ୍କ ବୟସର କୃଷ୍ଣଚୂଡ଼ା ଗୀତଟି ମୋର ପ୍ରିୟ ଥିଲା। ମହମ୍ମଦ ସିକନ୍ଦର ଆଲାମଙ୍କ ସାଗରେ ଅଧିର ନୀଳ ତରଙ୍ଗ, ପ୍ରଣବ ପଟ୍ଟନାୟକଙ୍କ ଏଇ ସାତରଙ୍ଗ ମୀନାକରା, ଏବଂ ରଘୁନାଥ ପାଣିଗ୍ରାହୀଙ୍କର ନାଲି ନାଲି ଏଇ କୃଷ୍ଣଚୂଡ଼ା। ପରେ ଚିତ୍ତ ଜେନାଙ୍କ ସୂର୍ଯ୍ୟ ଉଇଁଲେ ଓ ପ୍ରଫୁଲ୍ଲ କରଙ୍କ ମୋତେ ମିଳନ୍ତାକି ଏକ ମନ କିଣିଥିଲେ।

ଅରୁନ୍ଧତୀକୁ ନେଇ କଥା ପରଦାର। ମିନତି ମିଶ୍ର ନିଜେ ଓଡ଼ିଶୀକୁ କେନ୍ଦ୍ର କରି କଥାଚିତ୍ରଟି ନିର୍ମିତ ହେଉ ବୋଲି ଚାହିଁଥିଲେ। କାହାଣୀରେ ଅନେକ ମୋଡ଼। ଗୀତ ଛଡ଼ା ଗୁରୁକୃଷ୍ଣ ଗୋସ୍ଵାମୀ ସଂଳାପ ବି ଲେଖିଲେ। ସଙ୍ଗୀତପାଇଁ ପ୍ରଯୋଜକ ବାଳକୃଷ୍ଣ ଦାଶଙ୍କୁ ନନେଇ ଶାନ୍ତନୁ ମହାପାତ୍ରଙ୍କୁ ପସନ୍ଦ କରିଥିଲେ। ନୃତ୍ୟ ପାଇଁ କିନ୍ତୁ କେଳୁଚରଣ ମହାପାତ୍ର।

ରସରାଜଙ୍କ ରଚନା
କାହା ମନ ପ୍ରଜାପତି - ଭୁବନେଶ୍ୱରୀ ମିଶ୍ର
ମନ କହେ ତୁମକୁ ମୁଁ ପାଖକୁ - ଧନଞ୍ଜୟ ଶତପଥୀ
ସାଗରେ ଅଧୀର ନୀଳ ତରଙ୍ଗ - ମହମ୍ମଦ ସିକନ୍ଦର ଆଲାମ
ଆଖି ବୁଜ-ବୁଜି ଦିଅ - ମହମ୍ମଦ ସିକନ୍ଦର ଆଲାମ
ଅବୁଝା ମନର ସବୁଜ ବନରେ - ମହମ୍ମଦ ସିକନ୍ଦର ଆଲାମ
ଗୁଣିଆ ଝାଡ଼େ ଲୋ ଡାହାଣୀ - ମହମ୍ମଦ ସିକନ୍ଦର ଆଲାମ

ନିଜସ୍ୱ ଚିତ୍ରନାଟ୍ୟ ସ୍ମୃତିପଥ : ଶରତ ଚନ୍ଦ୍ର ପୂଜାରୀ
archive.org/details/nijasw… via @internetarchive
["ନିଜସ୍ୱ ଚିତ୍ରନାଟ୍ୟ ସ୍ମୃତିପଥ" ଶରତ ଚନ୍ଦ୍ର ପୂଜାରୀଙ୍କ ଦ୍ୱାରା ୨୦୧୫ ମସିହାରେ ରଚିତ ଏକ ପୁସ୍ତକ। ଏହା ଭୁବନେଶ୍ୱରସ୍ଥିତ ସୃଜନିକା ଦ୍ୱାରା ସ୍କାନ କରାଯାଇ "ଓଡ଼ିଆ ବିଭବ" ପ୍ରକଳ୍ପରେ ଡିଜିଟାଲ୍ ରୂପରେ ଉପଲବ୍ଧ ହୋଇଥିଲା।]

ସିନେ ସଙ୍ଗୀତରେ ଦେଶପ୍ରେମ (ସମ୍ବାଦ ୧୧ ଅଗଷ୍ଟ ୨୦୨୪) ଶିବଶଙ୍କର ଓଝା
ଗଙ୍ଗା ଯେ ଦେଶେ
ସ୍ବର୍ଗାଦପି ଗରୀୟସି
ଜନ୍ମମାଟି ପଲ୍ଲୀ
ଏଇ ଆମରି ଗାଁ
ବହିଯାଏରେ ଗଙ୍ଗା
ଦେଏରେ ସାଥି
ଯୋଉ ଦେଶେ ସତ୍ଯ
ଏ ଦୁନିଆ ମାଟିହାଣ୍ଡି
ଲଙ୍ଗଳା ଫକୀରର
ସତ କହିଯାଏ
ଉପରବାଲା ଦୁନିଆକୁ
ବିନା ପାଣିରେ
ଆଇ ଲଭ ମାଇଁ ଇଣ୍ଡିଆ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ମାତରମ
ଈଶ୍ବର କୁହ କି ଆଲ୍ଲା
ଡାକୁଛି ତ୍ରିରଙ୍ଗା

ଷାଠିଏ ଦଶକ ପୂର୍ବରୁ ଲୋକପ୍ରିୟ ଆଧୁନିକ ଗୀତର ସଂଖ୍ୟା ବହୁତ କମ ଥିଲା। ନିମାଇଁ ଚରଣ ହରିଚନ୍ଦନ ବା ବାଳକୃଷ୍ଣ ଦାଶଙ୍କ ପରି ପୁରୁଣା ଗାୟକମାନେ ଶ୍ରୋତାଙ୍କ ମନ କିଣିପାରୁନଥିଲେ। ଲେଖା ଓ ସ୍ବର ସବୁ ପ୍ରାୟ ପୁରୁଣାକାଳିଆ ଢଙ୍ଗର ଥିଲା। କେବଳ କେତେକ ପଲ୍ଲୀସ୍ଵର ଗୀତ ସାଧାରଣ ଲୋକଙ୍କ ହୃଦୟକୁ ଛୁଉଁଥିଲା। ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା।

ଟୁପ୍ ଟାପ୍ କଥା କହେ ତାରା ତାରାରେ
ଚନ୍ଦ୍ରମା କଳଙ୍କିନୀ ଜୋଛନା ତ ନୁହେଁ
ଚନ୍ଦ୍ରମା ଏକ ଚନ୍ଦନ ବିନ୍ଦୁ
ଅଳ୍ପ ତାର ବୟସ ବୋଲି ଗଳ୍ପ ଭଲ ଲାଗେ
ନୂଆ ନୂଆ ଦିନା କେତେ ବଡ଼ ଆଦର
ମୋ ରଙ୍ଗଲତା ରୁଷିଛି
ଶୁଣ, ଯାହାକୁ ଯିଏ ରସିଲା
(ପ୍ରଣାମ ପାର୍ଥସାରଥୀ - ଅସିତ ମହାନ୍ତି, ସମ୍ପାଦକ-୨୦୧୭)

[ପାର୍ଥସାରଥୀ ନିଜ ପୁଅ ପାଇଁ କିଣି ଆଣିଥିବା ନର୍ସରୀ ରାଇମ୍‌ ପଫ୍‌ ଦ ମ୍ୟାଜିକ୍‌ ଡ୍ରାଗନ୍‌ର ମୁଖଡ଼ାର ସ୍ଵରରୁ ଅକ୍ଷୟ ମହାନ୍ତି ତିଆରି କଲେ ତାଙ୍କର କାଳଜୟୀ ଗୀତ ଚନ୍ଦ୍ରମଲ୍ଲୀ ହସେ ଚିତ୍ରଲେଖା ଓଠେ। ପାର୍ଥସାରଥୀ ବିଦେଶରୁ ପଠାଇ ଦେଇଥିବା ଗୋଟିଏ ସ୍ପାନିଶ୍‌ ଗୀତର ଅନୁବାଦ ଡାଉନ୍‌ ଦ ରିଭର ଆମାଜନ୍‌ରୁ ଗଢ଼ା ହେଲା ଯାରେ ଭାସି ଭାସି ଯା।]

No comments:

Post a Comment

ବଙ୍ଗଳାକୁ ଆବିଷ୍କାର କରିବାର ସୁଯୋଗ ମିଳିଲା

 Collated X posts in original by Tusar Nath Mohapatra ଓଡ଼ିଆ ଓଳିଆ: ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏବେ ବହୁଭାଷୀ odiaolia.blogspot.com/2025/01/blog-p … ...