Saturday 13 July 2024

ଚକ ଭଳି ଗୋଲ ଗୋଲ ସୁନ୍ଦର ଓଡ଼ିଆ ଲିପି

 ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ।  ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ।

ଓଡ଼ିଆ ଓଳିଆ: ହେ ବିନ୍ଦୁ ବିଦାୟ

odiaolia.blogspot.com/2023/12/blog-p

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ। ତୁଷାରନାଥ ମହାପାତ୍ର, ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪ ଉତ୍ତର ପ୍ରଦେଶ ଫୋନ୍: ୯୬୫୦୦-୬୫୬୩୬

ଏତେ ବର୍ଷ ପରେ ଆଜି ମିଳିଲା ଆମ ପିଲାଦିନର ଏକ ମଧୁର ସ୍ମୃତି। ପ୍ରକାଶ ଥାଉକି ବଙ୍ଗଳା ଗୀତ ଆମି ଚେୟେ ଚେୟେ ସଙ୍ଗେ କିଛିଟା ସାମଞ୍ଜସ୍ୟ ରହିଛି।

ସାତରଙ୍ଗ ଆଲବମଟି ଶୁଣୁଛି। ଚାରି ବର୍ଷ ତଳେ ଅପଲୋଡ଼ ହୋଇଥିବା ପ୍ରଦୀପ ଜାଳନା ଗୀତଟିର ନିଘା ସଙ୍ଖ୍ଯା ମାତ୍ର ୨୮ ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଓଡ଼ିଆର ମୁକ୍ତାସବୁ ଏମିତି ଛିନ୍ନଛତ୍ର ହୋଇ କିଏ କୁଆଡ଼େ ପଡ଼ି ରହିଛନ୍ତି ଏହା ଦୁଃଖର ବିଷୟ। ସାକ୍ଷାତକାର ଦୃଶ୍ୟବନ୍ଧ ଗୁଡ଼ିକରେ ମଧ୍ୟ ଅନେକ ତଥ୍ୟ ଗଚ୍ଛିତ ରହୁଛି ଯାହା ପଢ଼ିବା ପାଇଁ ମିଳୁନାହିଁ।

ଆଗୋ ବନହଂସୀର ନୂପୁର ବଜାଇ କିଏ ସାଙ୍ଗରେ ବହୁତ ସାମଞ୍ଜସ୍ଯ ରହିଛି କିନ୍ତୁ ରେଡ଼ିଓରେ ବାଜୁଥିବା ସଂସ୍କରଣ ବୋଧେ ଅଲଗା ଥିଲା। @AIRCuttack ତରଫରୁ ଯଦି ତାଙ୍କ ଭଣ୍ଡାରରେ ଥିବା ପୁରୁଣା ଗୀତର ସମ୍ଭାରକୁ ୟୁଟ୍ୟୁବରେ ବିତରିତ କରିବା ପାଇଁ ନିଷ୍ପତ୍ତି ହୁଅନ୍ତା ତା ହୁଏତ ମୋ ବୃଦ୍ଧାବସ୍ଥାର ଭାରକୁ ଲାଘବ କରନ୍ତା।

ଆଜି ପ୍ରୀତି ବାସର ଗୀତଟିର ୟୂହୀଁ ତୁମ ମୁଝସେ ବାତ କରତୀ ହୋ ସହିତ କିଛି ମାତ୍ରାରେ ସାମଞ୍ଜସ୍ୟ ଥିଲା ଭଳି ଲାଗିଲା।

m.youtube.com/watch?v=LMBegi

ପ୍ରତିମା ନାୟକଙ୍କଠୁଁ ଅଳକା ସାନ୍ୟାଲ

ବନଲତା ସେନ କିମ୍ବା ନୀଲାଞ୍ଜନା

ରୋଜି ମ୍ଯାଡାମ ଓ ଚନ୍ଦ୍ରମଲ୍ଲୀ

ରଙ୍ଗବତୀ ହେଉ ଅବା ଚନ୍ଦ୍ରକଳା

ଭିନ୍ନ ଭିନ୍ନ ଯୁଗ ଆଉ ଜାଗାର ବର୍ଣ୍ଣନା

ମନର ବିଭିନ୍ନ ସ୍ଥିତି ଶରୀର ଚିତ୍ରଣ

ଜଣକୁ ହିଁ ଆଖି ରଖି ଏ ଅବତାରଣା

ଯେ କୌଣସି ନାରୀଙ୍କୁ ବି ସେଠି ଖଞ୍ଜିହେବ

ପରିଚୟ ଅଟେ ପ୍ରହେଳିକା

ସତ ସିନା ଏକା ଅନାମିକା।

ରାଜନୀତିରେ ଯୋଗଦେଇ ନିର୍ବାଚନ କ୍ରୀଡାଙ୍ଗନରେ ନିଜର ଭାଗ୍ୟପରୀକ୍ଷା କରାଇନେବାର ଗଣତାନ୍ତ୍ରିକ ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ କିଛିଲୋକଙ୍କୁ କିଛିବର୍ଷ ପାଇଁ ବୋକା ପ୍ରମାଣିତ କରିବାରେ ସମର୍ଥ ହେଲାପରେ ସବୁ ଲୋକଙ୍କୁ ସବୁକାଳ ଲାଗି ବୋକା ବୋଲି ଭାବିନେବାଟା କଳ୍ପନା ବିଳାସ। ଅଣଓଡ଼ିଆ ମାନଙ୍କୁ ପ୍ରତ୍ଯାଖ୍ଯାନ କରାଯାଉ ବୋଲି ମୋର ମତ।

ଜାତି ଓ ବର୍ଗ ମଧ୍ୟରେ ସନ୍ତୁଳନ ରକ୍ଷା ଉପଲକ୍ଷେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ପ୍ରଦାନ କରିବାର ଭାର ଓଡ଼ିଶା ଉପରେ ନ୍ୟସ୍ତ କରିବା ପାଇଁ ଭାଜପା ବଦ୍ଧ ପରିକର। କିନ୍ତୁ ହାରିବାର ଭୟ ଯୋଗୁ କେହି ବିଶେଷ ଆଗ୍ରହୀ ହେବାର ଦେଖିବାକୁ ମିଳୁନାହିଁ।

ପ୍ରଣବ ପଟ୍ଟନାୟକଙ୍କର ହୁଡ଼ରୁ ବାଈ ଗୋଟିଏ ଭଲ ପଲ୍ଲୀସ୍ଵର ଗୀତ। କଲ୍ୟାଣୀ ଭଟ୍ଟାଚାର୍ଯ୍ୟଙ୍କ ସହିତ ତାଙ୍କର ବାଉଁଶ ରାଣୀ ଗୀତଟି ମଧ୍ୟ ସେହି ଶ୍ରେଣୀର। ତୃତୀୟ ଗୀତଟି ହେଲା ଏ ମୋ ଫୁଲ ଚାଙ୍ଗୁଡ଼ି। ଚାରି ନମ୍ବରରେ ଏ ଗୋରୀ ଚାଲ ଆମେ ପଳେଇ ଯିବା ସହର। ଆଉବି ଥାଇପାରେ କିନ୍ତୁ ମୁଁ ଜାଣିନି କି ୟୁଟ୍ୟୁବରେ ନାହିଁ।

m.youtube.com/watch?v=imp5Kb

ତିନିଶହ ପୃଷ୍ଠାର ଏହି ବହିଟିରେ ୨୪୨୯ ଜଣ ଲେଖକଙ୍କର ବିବରଣୀ ଦେଖି ମୁଁ ଆଶ୍ଚର୍ଯ୍ୟ। ସତରେ ଓଡ଼ିଆ ସାହିତ୍ୟ କେଡ଼େ ବିଶାଳ ଆଉ ଆମମାନଙ୍କର ଜାଣିବାର ପରିସର କେତେ କ୍ଷୁଦ୍ର!

["ଓଡ଼ିଆ ଲେଖକ ପରିଚୟ (ଭାଗ ୨) (ଆଧୁନିକ ଭାଗ: ୧୮୫୦ ମସିହା ପରବର୍ତ୍ତୀ)" ୨୦୦୪ ମସିହାରେ ପ୍ରକାଶିତ ଏକ ଓଡ଼ିଆ ଜୀବନୀ ପୁସ୍ତକ ।] -ଆର୍କାଇଭ.ଅର୍ଗ

ଓ୍ବେବସାଇଟରୁ ଲାଇଭ ଟିଭି ଦେଖି ହେଉଛି।

ସମୟର ଚକ ବୁଲୁଛି ଓ ତାରିଭିତରେ କରଣୀ ଲେଖାରୁ ଚକ ଭଳି ଗୋଲ ଗୋଲ ଯେଉଁ ସୁନ୍ଦର ଓଡ଼ିଆ ଲିପିର ଉଦ୍ଭବ ହୋଇଛି ତାହା ଏକ ବିରାଟ ଆଶୀର୍ବାଦ। ଦିନେ ଏହି ଲିପି ନିଶ୍ଚୟ ସମଗ୍ର ବିଶ୍ବ ଅଧିକାର କରିବ ଓ ଓଡ଼ିଆ ଭାଷାକୁ ସର୍ବତ୍ର ସମ୍ମାନ ମିଳିବ। ହଜାର ହଜାର ଋଷିପ୍ରତିମ ଲୋକଙ୍କର ଜୀବନବ୍ୟାପୀ ସାହିତ୍ୟ ସାଧନା ଏବଂ ଅଭୀପ୍ସା କେବେ ବିଫଳ ହେବନାହିଁ।

ଯଦି ପଢ଼ି ନଥିବେ, ତେବେ କାଫକାଙ୍କର ଦ ଟ୍ରାଏଲ ଉପନ୍ୟାସଟି ନିଶ୍ଚୟ ପଢ଼ିବେ।

ଉତ୍କର୍ଷ ଜୀବନ କିଭଳି ହେବା ଉଚିତ ବା ଉନ୍ନତିର ଯଥାର୍ଥ ସଂଜ୍ଞା କଣ ତାହା ଏପର୍ଯ୍ୟନ୍ତ ଠିକ ଭାବେ ସ୍ଥିରୀକୃତ ହୋଇପାରିନାହିଁ। ସ୍ଥାନ-କାଳ-ପାତ୍ରର ବିଭେଦତା ନେଇ ବିଭିନ୍ନ ମତବାଦ ସୃଷ୍ଟି ହେବା ସ୍ୱାଭାବିକ। ଏହି ପରିପ୍ରେକ୍ଷୀରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଶିକ୍ଷା ଅନୁଧ୍ୟାନ ସାପେକ୍ଷ। ରାଜନୈତିକ ଦଳମାନଙ୍କର ଦିଗଦର୍ଶନ ଛଡ଼ା କିଛି ଅଛି।

ଷାଠିଏ ଦଶକର କଥାଚିତ୍ର, କଥାଚିତ୍ର ଗୀତ, ଓ ଆକାଶବାଣୀର ଗୀତ ସବୁ କିପରି ଇଣ୍ଟରନେଟ ଜରିଆରେ ସବୁଜାଗାରେ ତଥା ସମସ୍ତଙ୍କ ହାତପାଆନ୍ତାରେ ପହଞ୍ଚିପାରିବ ସେଥିପାଇଁ ପଦକ୍ଷେପ ନିଆଗଲେ ତାହା ଏକ ସ୍ଥାୟୀ ଓ ଦୀର୍ଘମିଆଦି ଲାଭଦାୟକ ବ୍ୟବସ୍ଥା ହୁଅନ୍ତା। ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହା ଅତ୍ଯାବଶ୍ଯକ।

ଆଉ ଗୋଟିଏ ଗଳ୍ପ ବହି ଥିଲା ସଭ୍ୟତାର ସାଜ। ଲେଖକଙ୍କ ନାଆଁ ଠିକ ମନେ ନାହିଁ। ଟାଇପ ଫୋର ଗଳ୍ପଟିରେ କେମିତି କଟକ ଛାଡ଼ି ଭୁବନେଶ୍ବର କ୍ବାର୍ଟରରେ ରହିଲେ ହଟହଟା ହେବାକୁ ପଡ଼େ ତାର ବର୍ଣ୍ଣନା।

ପ୍ରାଚୀନ କାବ୍ୟ କବିତାର ପ୍ରଭାବ କବଳରୁ ମୁକ୍ତ ହୋଇ ଆଧୁନିକ ସାହିତ୍ୟ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ବହୁତ ବର୍ଷ ଲାଗିଗଲା କିନ୍ତୁ ରେଡ଼ିଓ ଗୀତ, ରେକର୍ଡ଼ ଗୀତ, ଓ କଥାଚିତ୍ର ଗୀତ ଆଜିଯାଏ ସାହିତ୍ୟ ପଦବାଚ୍ୟ ହୋଇପାରିଲା ନାହିଁ। ଯେଉଁ ସବୁ ଗୀତ ଅତୀବ ଲୋକପ୍ରିୟ ଓ ଜନମାନସରେ ଅମର ହୋଇ ରହିଛି ସେଗୁଡ଼ିକୁ ଯଥାର୍ଥ ସମ୍ମାନ ନମିଳିବା ଭୁଲ।

ଶ୍ଯାମାନୁଜ ବାବୁଙ୍କ ପରଲୋକ ଖବର ଆଜି ପଢ଼ି ବିଶ୍ବାସ କରିପାରୁନାହିଁ। ଏଭଳି ଏକ ବିରାଟ ପ୍ରତିଭା ଆଖିଆଗରୁ ହଠାତ୍ ଏମିତି ଉଭେଇଯିବ ଏକଥା ଗ୍ରହଣ କରିବାକୁ ମନ ଆଦୌ ସ୍ବୀକାର କରୁନାହିଁ। ମୋ ସହିତ ଏଇଠି ବହୁତ ମତ ବିନିମୟ ଓ ଯୁକ୍ତିତର୍କ ହୋଇଛି। ଦିଲ୍ଲୀରେ ଥରେ ମାତ୍ର ସାକ୍ଷାତ ହୋଇଥିଲା। ଓଡ଼ିଆ ଗୀତ ଓ ସାହିତ୍ୟ ପାଇଁ ତାଙ୍କର ପ୍ରେମ ଅତୁଟ।

କଥା ପରଦାର ଦେଖିଲି। ଲଳିତା ଉପରେ ଅନେକ କଥା। କିନ୍ତୁ ଏତିକିରେ କଣ ମନ ବୁଝେ? ଯୋଗକୁ ନିକଟରେ ଛବିଟି ଦେଖିଥିଲି। ଲଳିତାଙ୍କ ବାପାଙ୍କ ଅଭିନୟ ସବୁଠାରୁ ଭଲ ଲାଗିଥିଲା। ତେଣୁ ଗୋଟିଏ କଥାଚିତ୍ରକୁ ନେଇ ଏକାଧିକ କାର୍ଯ୍ୟକ୍ରମ ହୋଇପାରିବାର ସମ୍ଭାବନା ରହିଛି। ଗୀତଗୁଡ଼ିକୁ ଟିକେ ଅଧିକ ସମୟ ମିଳିଲେ ରସାନୁଭୂତି ବଢ଼ନ୍ତା। ଧନ୍ୟବାଦ।

ମୋର ଅଡ଼ଷଠି ବର୍ଷର ଜୀବନକାଳ ମଧ୍ୟରେ ଓଡ଼ିଶାର ଉନ୍ନତି ଦୃଷ୍ଟିକୋଣରୁ ବୋଧହୁଏ ସବୁଠାରୁ ବଡ଼ ଐତିହାସିକ ଦିନ। ଏପରି ଏକ କାର୍ଯ୍ୟ ଯେ ସମ୍ଭବ ହୋଇପାରିଲା ତାହାହିଁ ଅଲୌକିକ ଘଟଣା ପରି ବୋଧ ହେଉଛି। ଏହିଥିରୁ ପ୍ରମାଣିତ ହେଉଛି ଯେ ଶାସକ ଚାହିଁଲେ ଓଡ଼ିଶାରେ କଣ ନହୋଇପାରିବ। କିନ୍ତୁ ବିଗତ ଚବିଶ ବର୍ଷର ଅକ୍ଷମଣୀୟ ଅବହେଳା ନିମନ୍ତେ ଦୋଷୀ କିଏ?

ମୁଁ ୧୯୮୮ ମସିହାରୁ ଓଡ଼ିଶା ଛାଡ଼ିଛି ଓ ଏହା ଭିତରେ ଓଡ଼ିଆ ଭାଷାର ଅନେକ ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ, ସରକାରୀ ପୃଷ୍ଠପୋଷକତାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଥିବା ମୋ ପାଇଁ ଗଭୀର ଆନନ୍ଦ ଓ ଗର୍ବର ବିଷୟ। ଓଡ଼ିଆ ଲିପିର ବହୁଳ ପ୍ରଚାର ଓ ପ୍ରସାର ହେଉ, ଏହା ମୋର ଆନ୍ତରିକ ଇଚ୍ଛା। ପୁରୁଣା ଗୀତର ମଧ୍ୟ।

ସାଧୁ ମେହେର ବତୀଘର କଥାଚିତ୍ରରେ ଭଲ ଅଭିନୟ କରିଥିବା କଥା ମୋ ଡାଇରୀରେ ଉଲ୍ଲେଖ ରହିଛି (୬-୪-୭୬)।

https://x.com/NathTusar/status/1753446853289615402?t=EJCTFuamdYOeh3iYx3n7Gg&s=19

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...