Tuesday 8 October 2024

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ

ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା

odiaolia.blogspot.com/2024/08/blog-p

ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ-୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ୍ ୯୬୫୦୦-୬୫୬୩୬

[ଓଡ଼ିଆରେ ପୁରାଣ ଅଛି, ଭଜନ କୀର୍ତ୍ତନ ଅଛି, ପଲ୍ଲୀଗୀତ ଅଛି, ଲୋକଗୀତ ଅଛି, ଢଗଢମାଳି ଅଛି, ଜେମାଦେଇ କାନ୍ଦ ଓ ଟିକାଗୋବିନ୍ଦଚନ୍ଦ୍ର ଅଛି, କିନ୍ତୁ ବିଂଶ ଶତାବ୍ଦୀର ଚେତନା ଓ ମାନସିକତାକୁ ପ୍ରତିଫଳିତ କଲାପରି ଆଧୁନିକ ଓଡ଼ିଆ ଗୀତର ଏକ ସୁସ୍ପଷ୍ଟ ପ୍ରବାହ ଏପର୍ଯ୍ୟନ୍ତ ଅନୁଭୂତ ହୁଏନାହିଁ।] - ଦେବଦାସ ଛୋଟରାୟ (ପ୍ରଣାମ ପାର୍ଥସାରଥୀ, ୨୦୧୭)

ଶୁଭେନ୍ଦ୍ରଙ୍କ ୟୁଟ୍ୟୁବ ଟୁବରେ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ସର୍ବାଧିକ ଲୋକପ୍ରିୟ। ତା ତଳକୁ ନ ଯାରେ ନଯା ଗୋରୀ ବାଲିଯାତରା ଦେଖି। ଓଡ଼ିଆ ମେଲୋଡ଼ିଙ୍କ ଟୁବରେ ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ ସବୁଠାରୁ ବେଶି ନିଘା ଅର୍ଜନ କରିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଅଛି ଫୁର୍ କିନି ଉଡ଼ିଗଲା ବଣି। ଝଙ୍କାର ଟୁବରେ ଶୁଣ ସମୁଦୁଣୀ ଉପରେ।

ଶ୍ରୀବତ୍ସ ପଟ୍ଟନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସୁଶ୍ରୀ ସଙ୍ଗୀତା ମହାପାତ୍ର ବୋଲିଥିଲେ ସୁବର୍ଣ୍ଣ ସୀତା କଥାଚିତ୍ରର କାଚ କାନ୍ଥର ଏପାଖେ ମୁଁ (ନାରାୟଣ ପ୍ରସାଦ ସିଂହ)। ଏହାର ପନ୍ଦର ବର୍ଷ ପୂର୍ବରୁ ପ୍ରଣବ ପଟ୍ଟନାୟକ ଏବଂ ଶ୍ଯାମାମଣି ପଟ୍ଟନାୟକଙ୍କ କଣ୍ଠରେ କାଚ କାନ୍ଥର ଦୁଇପଟେ ଆକାଶବାଣୀ କଟକରୁ ପ୍ରଚାରିତ ହୋଇଥିଲା (ଦେବେନ୍ଦ୍ର ଦାସ)।

ସୂର୍ଯ୍ୟମୁଖୀର ସେଇ ନୀଳପରୀ ଦେଶେ ଗୀତରେ କଣ୍ଠଦାନ କରିଥିଲେ ମହମ୍ମଦ ସିକନ୍ଦର ଆଲାମ ଏବଂ ନିର୍ମଳା ମିଶ୍ର। ଗଗନ ମହାପାତ୍ରଙ୍କ ରଚନାରେ ଅର୍ଜୁନ ଚରଣ ସାମଲ ବୋଲିଛନ୍ତି ନୀଳପରୀ କହ ତୋତେ ଦେଖିଛି ମୁଁ। ଅଭିଜିତଙ୍କ କଣ୍ଠରେ ଯିଏ ମୋ ସପନେ ଆସି...ନୀଳ ନୟନା ଗୀତର କିଛିଟା ସାମଞ୍ଜସ୍ୟ ସନ୍ଧ୍ୟା ମୁଖାର୍ଜୀଙ୍କ ସଜନୀ ଗୋ ସଜନୀ ଗୀତ ସହିତ ରହିଛି।

ପ୍ରଣବ ପଟ୍ଟନାୟକଙ୍କର ଏଇ ସାତରଙ୍ଗ ମୀନାକରା ଆକାଶର ଗୀତଟିର ସ୍ବର କିଛି ମାତ୍ରାରେ ଶ୍ଯାମଲ ମିତ୍ରଙ୍କ ଆମି ଚେୟେ ଚେୟେ ଦେଖି ସାରାଦିନ ଭଳିଆ ଲାଗେ। ତାଙ୍କ କଣ୍ଠରେ ଅନ୍ୟ ଲୋକପ୍ରିୟ ଗୀତଟି ହେଲା ଆଗୋ ମୋର ସନ୍ଧ୍ୟାତାରା ତନ୍ଦ୍ରାହରା। ନିର୍ମଳା ମିଶ୍ରଙ୍କ କଣ୍ଠରେ ସନ୍ଧ୍ୟାତାରା ନିଶିଥ ବାତାୟନେ ତଥା ଦୂରେ କାହିଁ ଦୂରେ ଧୂଆଁଗାର ପାରେ।

ତୁମର ତ ପ୍ରଜାପତି ମନ ପ୍ରଥମେ ଅକ୍ଷୟ ମହାନ୍ତି ରେଡ଼ିଓରେ ବୋଲିଥିଲେ ଓ ପରେ ନିର୍ମଳା ମିଶ୍ରଙ୍କ କଣ୍ଠରେ ଏହାର ଗ୍ରାମଫୋନ ରେକର୍ଡ ହେଲା ବୋଲି ସୂର୍ଯ୍ୟବାବୁ ଲେଖିଛନ୍ତି। ସେହିପରି ନିରୋଳା ଏ ରାତେ ପ୍ରଥମେ ଅକ୍ଷୟ ମହାନ୍ତି ଓ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ ରେଡ଼ିଓରେ ଗାଇଥିଲେ ଯାହା ପରେ ତଲତ ମହମୁଦ ଓ ମୀନା କପୁରଙ୍କ କଣ୍ଠରେ ଲୋକପ୍ରିୟ ହେଲା।

ପୂରବୀ ଦତ୍ତ ପଳାଶ ବନେ ନିଶି ବିଜନେ ଗୀତଟି ରେଡ଼ିଓରେ ବୋଲିଥିଲେ କିନ୍ତୁ ପରେ ସେହି ସ୍ବରରେ ଲକ୍ଷ୍ମୀ କଥାଚିତ୍ର ପାଇଁ ସନ୍ଧ୍ଯା ମୁଖାର୍ଜୀ ବକୁଳ ବନେ କୁହୁକୁ ତାନେ ଗୀତଟି ଗାଇଲେ। ସେହିପରି, ମାଣିକ ଯୋଡ଼ି କଥାଚିତ୍ରର ପୀରତି ପୀରତି ଗୀତଟି ପୂର୍ବରୁ ଥିବା ମଧୁର ମଧୁର ଗୀତର ସ୍ବରରେ ହୋଇଥିଲା। କାର ଚୋରା ଚୋରା ସାଥୀ ମୋର କୁହନା ସ୍ବରରେ।

[ପୂର୍ଣ୍ଣରୁ ପୂର୍ଣ୍ଣ ଫେଡ଼ିଲା ପରେ - ଅଭିନେତା ନିରଞ୍ଜନ ଶତପଥୀଙ୍କ ଆତ୍ମଜୀବନୀ - ୨୦୧୨ - ରାମବାବୁଙ୍କ ସେଇ ଘରସଂସାର ନାଟକ ଓ ମି. ବର୍ମା ଚରିତ୍ର ମତେ ଏତେ ସଫଳତା ଆଣିଦେଲା ଯେ ସକାଳ ପାଇଲା ବେଳକୁ ଲୋକଙ୍କ ଆଖିରେ ମୁଁ ଓଡ଼ିଶାର ଅପ୍ରତିଦ୍ୱନ୍ଦୀ ଷ୍ଟାର ପାଲଟିଗଲି |]

archive.org/details/purnar

କିଆ କେତକୀ ବନେ କହଇ କେ - ଲକ୍ଷ୍ମୀ ଶଙ୍କର (ପର୍ଶୁରାମ ପଟ୍ଟନାୟକ)

ଆଜି ପାହନା ରାତି - ଶ୍ଯାମଲ ମିତ୍ର (ନରସିଂହ ମହାପାତ୍ର) - ୧୯୪୮

ଚନ୍ଦ୍ରମା ଫେରିଯାଅ ତିମିରେ - ତରୁଣ ବାନାର୍ଜୀ (ପାର୍ଥସାରଥୀ ମହାପାତ୍ର)

ବରଷେ ନାହିଁ ସେ ମେଘ - ଦ୍ବିଜେନ ମୁଖାର୍ଜୀ (ବୀଣା ଦେବୀ)

ଆଜି ଏଇ ବଇଶାଖେ - ନିର୍ମଳା ମିଶ୍ର (ଗୁରୁକୃଷ୍ଣ ଗୋସ୍ଵାମୀ) - ୧୯୬୨

ଜୟ ସନ୍ତୋଷୀ ମା ଫିଲ୍ମ ହିଟ୍ ହେଲା ପରେ ଶୁକ୍ରବାରକୁ ପବିତ୍ର ମାନିବାର ଅୟମାରମ୍ଭ ହୋଇଥିଲା।

ଏବେ ବୈଭବ ଲକ୍ଷ୍ମୀ ପୂଜା ବ୍ଯାପିଛି।

ଜୀବନ ଅବଧି ଭିତରେ ଅନେକ କିଛି ଆସିଛି, ଯାଇଛି, କିମ୍ବା ବଦଳିଛି। କିନ୍ତୁ ଷାଠିଏ ଦଶକର ସେଇ ଗୀତ ଗୁଡ଼ିକର ସମ୍ମୋହନ ଶକ୍ତି ଆଜି ବି ଅକ୍ଷୂର୍ଣ୍ଣ ରହିଛି। ତା ପୂର୍ବରୁ ବହୁତ କିଛି ଥିଲା, ଅଥଚ ସେ ସବୁ ମୂଲ୍ଯହୀନ। ତା ପରେ ବି ପରିବର୍ତ୍ତନର ସୁଅ ଛୁଟିଲା, ହେଲେ ସବୁ କିଛି କେମିତି ଗୋଟାଏ ଯେମିତି ଘୂଣଖିଆ। ଓଡ଼ିଆ ଭାଷାର ସୁବର୍ଣ୍ଣ ଯୁଗ ସେ।

ନରସିଂହ ମହାପାତ୍ରଙ୍କ ରଚନାରେ ସେଇ ମନ ମୋର ଅକାରଣେ ଗୀତଟି ରେଡ଼ିଓରେ ବୋଲିଥିଲେ ତାନସେନ ସିଂହ। କିନ୍ତୁ ପରେ ପ୍ରାୟ ସେହି ସ୍ବରରେ ଶ୍ରୀବତ୍ସ ପଟ୍ଟନାୟକଙ୍କ ସଙ୍ଗୀତ ସଂଯୋଜନା ଓ ନାରାୟଣ ପ୍ରସାଦ ସିଂହଙ୍କ ରଚନାରେ ସୁଶ୍ରୀ ସଙ୍ଗୀତା ମହାପାତ୍ରଙ୍କ କଣ୍ଠରେ ସୁବର୍ଣ୍ଣ ସୀତା କଥାଚିତ୍ରର କାଚ କାନ୍ଥର ଏପାଖେ ମୁଁ ଲୋକପ୍ରିୟତା ହାସଲ କରିଥିଲା।

ଗୁରୁକୃଷ୍ଣ ଗୋସ୍ଵାମୀଙ୍କ ରଚନାରେ ପ୍ରଣବ ପଟ୍ଟନାୟକ ରେଡ଼ିଓରେ ବୋଲିଥିଲେ ଆଗୋ ମୋର ସନ୍ଧ୍ୟାତାରା ଯାହା ପରେ କଳ ଗାଉଣା ରେକର୍ଡ଼ ଭାବରେ ମିଳିଲା। ସୌଭାଗ୍ୟର ବିଷୟ ଯେ ଦୁଇଟି ଯାକ ସଂସ୍କରଣ ୟୁଟ୍ୟୁବରେ ଉପଲବ୍ଧ। ଜିତେନ୍ଦ୍ର ପଟ୍ଟନାୟକଙ୍କ ରଚନାରେ କୁହ ବିରହୀ ଚକୋର ଗୀତଟିକୁ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ ଓ ଅଙ୍ଗୁରବାଳା ରାୟ ଅଲଗା ବୋଲିଛନ୍ତି।

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚନାରେ ବାଳକୃଷ୍ଣ ଦାଶ ରେଡ଼ିଓରେ ବୋଲିଥିଲେ ନୟନେ ସୁନୟନାରେ ଯାହାଲାଗି ପରେ ତାଙ୍କ ନିଜ ସଙ୍ଗୀତ ସଂଯୋଜନାରେ ସାଧନା କଥାଚିତ୍ର ପାଇଁ କଣ୍ଠଦାନ କରିଥିଲେ ପ୍ରଣବ ପଟ୍ଟନାୟକ ଓ ଶିପ୍ରା ବୋଷ। ଘର ବାହୁଡ଼ାରେ ମନର ଶାମୁକା ବୁକେ ଗୀତଟି ବୋଲିଛନ୍ତି ତୃପ୍ତି ଓ ଅକ୍ଷୟ କିନ୍ତୁ ରେକର୍ଡ଼ରେ କେବଳ ତୃପ୍ତି ଦାସ।

ରାଧାଗୋବିନ୍ଦ ପଟ୍ଟନାୟକ ଓ ବିଷ୍ଣୁପ୍ରିୟା ମହାନ୍ତିଙ୍କ କଣ୍ଠରେ ମାଧବ ଚରଣ ମହାନ୍ତିଙ୍କ ଲେଖା ଏ ବୁକୁର ମୂକ ଭାଷା ତଳେ ନାମକ ରେଡ଼ିଓ ଗୀତଟି ମୋର ବହୁତ ପ୍ରିୟ। ଏବେ ବିଷ୍ଣୁପ୍ରିୟା ମହାନ୍ତିଙ୍କ ଆଉ ଗୋଟିଏ ଗୀତ ଶୁଣିବାକୁ ମିଳିଲା ଯାହା ସେ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ସାଙ୍ଗରେ ବୋଲିଛନ୍ତି। ସଜଫୁଲେ ଆଜି ସଜାଇ ଦିଅଗୋ ମୋ ଜୀବନ ଦେବତାରେ।

ସ୍ୱୟଂପ୍ରଭା ମିଶ୍ର, ସ୍ୱର୍ଣ୍ଣପ୍ରଭା ତ୍ରିପାଠୀ, ଓ କ୍ଷଣପ୍ରଭା ଷଡ଼ଙ୍ଗୀ ତିନି ଭଉଣୀ। ପଦ୍ମାଳୟା ଗରାବଡୁ, ସଙ୍ଗୀତା ଗୋସାଇଁ, ସୁଚିତ୍ରା ମହାପାତ୍ର, ଓ ସୁମିତ୍ରା ମହାପାତ୍ର ଚାରି ଭଉଣୀ। ସେହିଭଳି ମାଳବିକା, ମନସ୍ୱିନୀ, ଓ ମହାଶ୍ୱେତା ତିନି ଭଉଣୀ ଓ ଅପରାଜିତା ତାଙ୍କ ପିଉସୀ ଝିଅ ଭଉଣୀ। ଆରତୀ ଗୋସ୍ୱାମୀଙ୍କ ଝିଆରୀ ଅନ୍ତରା ଚକ୍ରବର୍ତ୍ତୀ।

ପୀରତିର ମୂଲ କେତେ -

ପ୍ରେମ କେମିତି ହୁଏ - ଅକ୍ଷୟ ମହାନ୍ତି

କୁସୁମ କୁସୁମ କେଳି କୁସୁମ - ଅକ୍ଷୟ ମହାନ୍ତି

ମନ କାରେ ଦବା ପାଇଁ ସକ ସକ - ଅକ୍ଷୟ ମହାନ୍ତି

ସବୁଦିନେ ନାହିଁ ଚାନ୍ଦିନୀ ରାତି - ଭିକାରୀ ବଳ

ମନ ଦରଜକୁ ଭାଇ ମାଲିସ ନାହିଁ - ଧନଞ୍ଜୟ ଶତପଥୀ

ପୀରତି ନୂଆ ନୂଆ ଚମକେ - ରାଖାଲ ମହାନ୍ତି

ପୀରତି ପଥ ଖସଡ଼ା ସଙ୍ଗିନୀ - ପ୍ରଫୁଲ୍ଲ କର

ପୀରତିରେ କରତି ଟା ଯଦି ଥାଏ ନାହିଁ। ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ରଚନା ଓ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟି ବୋଲିଛନ୍ତି ବିଶ୍ବନାଥ ରାଓ।

x.com/NathTusar/stat

ବହୁତ ଧନ୍ୟବାଦ ଆଜ୍ଞା। ନିମ୍ନ ଗୀତ ଗୁଡ଼ିକ ସମ୍ବନ୍ଧରେ ଯଦି କିଛି ତଥ୍ୟ ଥାଏ ଦୟାକରି ଜଣାଇବେ।

ଜୀବନ ସୁରଲିପି ତୁମ

ତାର ଗୋପନ ମନରେ

ଜହ୍ନ ତ ଦେଇଛି ଚିଠି

ବସନ୍ତ ଲେଖିଛି ଚିଠି

ଫୁଲେ ଫୁଲେ ହସିଉଠେ ଫଗୁଣ

ବସନ୍ତ ଆସିଲା ଫଗୁଣ ସକାଳେ

ବସନ୍ତ ଜାଗେ ବନେ ବନେ

ତୁଳସୀ ଚଉରା ମୂଳେ ରଙ୍ଗଣୀ

ସାଗୁଖିଆ ପାଟି ପାନ ଖାଉଚି

x.com/NathTusar/stat

ନଇ ଏପାରିରେ ଭାବଇ ବସି ମୁଁ

କାନ୍ଦନା ଚକୋରୀ ଗୋ ତୁମେ

ନରମ ସକାଳର କଅଁଳ ଏ ଖରାରେ

ଚମ୍ପା ଫୁଲଟିଏ ପାଇଲି ବନହଳଦୀ ପ୍ରାୟେ

ତୁମକୁ ଦେଖିଲେ ଅନେକ କଥା

ତୁମ କଥାରେ ପଡ଼ି ମୁଁ ତ ଯାଉଚି

ଏଇ ଛୋଟ ଛୋଟ ତାରା କଢ଼ି

ମଲ୍ଲିଫୁଲ ଦେଇ ଗଭା କଲା ଯୂଇ

ତୁ ମଲୁ ନାହିଁ ଲୋ ମନ୍ଥରା ବୁଢ଼ୀ

ସାଥୀ ମୋର କୁହନା ଗୋ କୁହନା

ମାଆର ମମତା ଭରା ଏଇ ସେ ମାଟିର କାରା

ଶୀତଲ କୁନମୁନ ଗାଇଛନ୍ତି ଜାଣେ ଜାଣେ ମୋ ରାଧିକା। 

ମୋ ମନ ନାଚେ ବୋଲିଛନ୍ତି ଜୟଶ୍ରୀ ସାହୁ।

ଗୋଟିଏ କାର୍ଯ୍ୟକ୍ରମରେ ଦେବାଶିଷ ନିଜେ ବୋଲିଛନ୍ତି ଜଗତପତି ହେ!

ଏଇ ସାତରଙ୍ଗ ମୀନାକରା।

ଜାଣିକରି ବହୁତ ଖୁସି ଲାଗିଲା ଯେ ସୁହାସ ବାବୁ ରାଖାଲ ମହାନ୍ତିଙ୍କ ପୁଅ କିନ୍ତୁ ତାଙ୍କ ୟୁଟ୍ୟୁବ ଟୁବଟି ଆଶାନୁରୂପ ହୃଦୟଗ୍ରାହୀ ନୁହେଁ। ଗୀତ ଗୁଡ଼ିକର ନାମ ଓ ଅନ୍ୟାନ୍ୟ ତଥ୍ୟ ଶୀର୍ଷକରେ ନଥିବାରୁ ଖୋଜିଲେ ମିଳିବା ସହଜ ନୁହେଁ। ପୁରୁଣା ଗୀତ ଗୁଡ଼ିକର ଯଥାର୍ଥ ନଥିକରଣ ହେବାର ପ୍ରଭୁତ ଆବଶ୍ୟକତା ରହିଛି। ଓଡ଼ିଆ ମେଲୋଡ଼ିଙ୍କ ଅବଦାନ ବିପୁଳ।

ଆମେ ଚାରି ଭଉଣୀ ଓ ତିନି ଭାଇ ଏବଂ ମୁଁ ତଳ ଆଡ଼ୁ ଦ୍ବିତୀୟ। ମୋର ବାପା କଟକ ମିଶନ ସ୍କୁଲରେ ଶିକ୍ଷକ ଥିଲେ ଓ କୌଣସି କାରଣରୁ ତାଙ୍କର ପ୍ରଥମ ସନ୍ତାନର ନାମ ରଖିଥିଲେ ସିରିଶ। ଅବଶ୍ୟ ସମସ୍ତେ ତାଙ୍କୁ ତୟା ବା ତଇନାନୀ ନାଁରେ ଜାଣିଥିଲେ। ଆପଣଙ୍କ ଯୋଗୁ ତାଙ୍କୁ ସ୍ମରଣ କଲି। ଧନ୍ୟବାଦ।

ଯେହେତୁ କଥାଚିତ୍ର ବେଶି ତିଆରି ହେଉନଥିଲା ଓ ରଙ୍ଗମଞ୍ଚ ଯିବାର ସୁଯୋଗ ନଥିଲା ଆକାଶବାଣୀ କଟକର ନାଟକ ଗୁଡ଼ିକ ଗୋଟିଏ ବହୁତ ବଡ଼ ଶୂନ୍ୟସ୍ଥାନ ପୂରଣ କରିଥିଲେ। ହିମାଂଶୁ ଭୂଷଣ ସାବତ ଓ ଝରଣା ଦାସ ବୋଧହୁଏ ସେତେବେଳେ ଥିଲେ ସର୍ବଶ୍ରେଷ୍ଠ ନାୟକ ଓ ନାୟିକା। ନାଟକ ଗୁଡ଼ିକ ମଧ୍ୟ ଅନେକ ଉଚ୍ଚମାନର ଥିଲା। ମାଳବିକା ରାୟ ବି ଝରଣାଙ୍କ ସମକକ୍ଷ ଥିଲେ।

ପରିଣାମ ଉପରେ କଥା ପରଦାର। କିଛି ତଥ୍ୟ, କିଛି ଚିତ୍ର, କିଛି ନାଆଁ, ଓ କିଛି ଘଟଣା। ସବୁକିଛି ଗୋଳିଆମିଶା। ପୁଣି ନାଟ୍ୟ ରୂପାନ୍ତରକୁ ବୁଝିବାର ବିଡ଼ମ୍ବନା। ରୀତିମତ ଗୋଟାଏ ଗୋଲକଧନ୍ଦା। ଶେଷରେ ପୁଣି ଛାଇକୁ ନେଇ ପ୍ରଶ୍ନବାଚୀ। ଛାୟା ପଛେ ପଛେ ଗୀତଟି ସାଙ୍ଗରେ ଅଦ୍ଭୁତ ଯୋଗାଯୋଗ। ଦୁଃଖିରାମ ସ୍ୱାଇଁଙ୍କ ବିପଥକୁ ଯିବା ଏଉଠୁ ଆରମ୍ଭ ହୋଇଥିଲା।

[୧୯୬୪ ମସିହା ଜୁଲାଇ ମାସରେ ଆମେ ଯେତେବେଳେ “ସୃଜନୀ” ତରଫରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ “ସାଗର ମନ୍ଥନ” ମଞ୍ଚସ୍ଥ କଲୁ... ହେମନ୍ତ ଦାସ, ମନୋରଞ୍ଜନ ଦାସ, ସୁଖଲତା ମହାନ୍ତି, ବଳରାମ ପ୍ରସାଦ ଚଇନି ଓ ତୁଷାର ପାଣିଗ୍ରାହୀ ମୋତେ ଅବଶ୍ୟ ସାହାଯ୍ୟ କରିଥିଲେ।] - ଅନନ୍ତ ମହାପାତ୍ର (ଅନୁଭୂତି ଦର୍ପଣରେ ଓଡ଼ିଆ ନାଟକ)

archive.org/details/anubhu

ସାରେଗାମା ଓଡ଼ିଆର ଗୋଟିଏ ୟୁଟ୍ୟୁବ ଭିଡ଼ିଓରେ ମୋର ନିମ୍ନ ମନ୍ତବ୍ୟ।

"ଏପରି କିଛି ଗାଣ୍ଡିମୁଣ୍ଡ ନଥିବା ସଙ୍କଳନ ତିଆରି କରିବାର ଯନ୍ତ୍ରବତ୍ ବଦଭ୍ଯାସ ବନ୍ଦ ହେଲେ ଓଡ଼ିଆ ସଂସ୍କୃତିକୁ ଅପମାନିତ କରିବାର ମାଙ୍କଡ଼ାମି ମଧ୍ୟ କମ ହେବ।"

କଥାଚିତ୍ର ଗୀତ, ଆଲବମ ଗୀତ, ଓ ଭକ୍ତି ଗୀତକୁ ଏକାଠି ଫେଣ୍ଟିବାରେ କୋଉ ବାହାଦୁରି ପଣିଆ ବୁଝିବା କଷ୍ଟକର।

ସତ କଥା ହେଉଛି, ରାଜା ରାଜୁଡ଼ା ମାନେ ନିଜ ରାଜତ୍ବ ବଞ୍ଚାଇ ରଖିବା ଉଦ୍ଦେଶ୍ଯରେ ଓଡ଼ିଶା ସ୍ବତନ୍ତ୍ର ରାଜ୍ଯ ଆନ୍ଦୋଳନକୁ ସମର୍ଥନ କରୁଥିଲେ। ସ୍ବାଧୀନତା ଆନ୍ଦୋଳନ ତାଙ୍କର ପ୍ରାଥମିକତା ନଥିଲା। ମଧୁବାବୁ ମଧ୍ୟ ସେମାନଙ୍କ ପକ୍ଷପାତୀ ଥିଲେ। ସେ ଯାହାହେଉ, କେତେକ ବ୍ରିଟିଶ ଅଫିସରଙ୍କ ଯୋଗୁ ହିଁ ଆଜି ଓଡ଼ିଶା ଓ ଓଡ଼ିଆର ଅସ୍ତିତ୍ବ ବଜାୟ ରହିଛି।

ଭିକାରୀ ବଳଙ୍କ ଆଗୋ ବନହଂସୀ ଯୁଗଳ ଗୀତଟିର ଶେଷ ଭାଗରେ ତାଙ୍କର ଗୋଟିଏ ଚମତ୍କାର ଆଳାପ ରହିଛି। ସେଇଟିକୁ ସିଲସିଲା ଫିଲ୍ମର ଗୋଟିଏ ଗୀତରେ ସଂଯୋଜିତ କରାଯାଇଛି ବୋଲି ଜେନାମଣି ପ୍ରଦୀପ କୁମାର ରାୟଙ୍କ ମନ୍ତବ୍ୟରୁ ପଢ଼ିଲି। କହିବା ନିଷ୍ପ୍ରୟୋଜନ ଯେ, ଆକାଶବାଣୀ କଟକରେ ଅବସ୍ଥାପିତ ତତ୍କାଳୀନ ବଂଶୀବାଦକ ହରିପ୍ରସାଦ ଚୌରସିଆଙ୍କ ଏ କାରସାଦି!

ଏତିକି ସନ୍ତୋଷ ମିଳିଲା ଯେ, ପ୍ରାୟ ସବୁ ପାଠପଢ଼ୁଆ ଲୋକେ ଯେମିତି ଚାହୁଁଥିଲେ ସେହି ମୁତାବକ ନୂଆ ସରକାର ଗଠିତ ହେଲା। ତା ସାଙ୍ଗକୁ ପୁଣି କେନ୍ଦ୍ର ମନ୍ତ୍ରୀ। ବହୁତ କିଛି ପରିବର୍ତ୍ତନ ହେବ ବୋଲି ଆଶା ଜାଗ୍ରତ ହେଲା। କିନ୍ତୁ ସେମିତି କିଛି ଆଖିଦୃଶିଆ କାମ ହେବା ପୂର୍ବରୁ ସର୍ବପୁରାତନ କଲେଜର ନାଁ ବଦଳାଇବା ପ୍ରସ୍ତାବ ଶୁଣି ମନ ଖଟା ହୋଇଗଲା।

ଟ୍ରେନରେ ଏଠି ଶାନ୍ତିନିକେତନର ଭଲ ଗାମୁଛା ବିକ୍ରି ହୁଏ। ମାତ୍ର ପଚାଶ ଟଙ୍କା। ମୁଁ ଦରଜୀକୁ ଦେଇ ଫତେଇ ତିଆରି କରାଇଛି। ଘୋଡ଼ା ଛଟଙ୍କାକୁ ଦାନା ନଟଙ୍କା, ହେଲେ କପଡ଼ାର ସ୍ପର୍ଶାନୁଭବ ସନ୍ତୋଷଦାୟକ। ଗାଧୋଇବା ପାଇଁ କିନ୍ତୁ ସାଲେମର ରଗଡ଼ିଆ ତଉଲିଆ। ବାହାରେ ନ ଶୁଖାଇ ମୁଁ ଭିତରେ ଶୁଖାଏ। ମଝିରେ ମଝିରେ ଓଦା ତଉଲିଆରେ ପୋଛିହେଲେ ସ୍ବର୍ଗସୁଖ।

କାଗଜ କପ ଛଡ଼ା, ପ୍ରାୟ ସବୁ ଜାଗାରେ ଏଠି ଭାଣ୍ଡରେ ଚାହା ଖାଇବାକୁ ମିଳେ। କିନ୍ତୁ ଖୁବ କ୍ବଚିତ ଦୋକାନ ଅଛି ଯେଉଁଠି ଏବେବି କାଚ ଗିଲାସର ବ୍ୟବସ୍ଥା ଉପଲବ୍ଧ। ଆଖିରେ ପଡ଼ିଲେ ଖୁସିଟା ଦୁଇଗୁଣ ହୋଇଯାଏ। ପିଲାଦିନେ ଆମେ ଯେଉଁ ବଙ୍କା ଫନ୍ଦ ବାଲା କପର ଚିତ୍ର ଆଙ୍କୁଥିଲୁ, ସେ କପ ଆଉ କେଉଁଠି କିଣିବାକୁ ମିଳୁନାହିଁ। ମୁଁ ବହୁତ ଖୋଜି ସାରିଲିଣି।

ସାଧନା କଥାଚିତ୍ର ଆଶାପୂର୍ଣ୍ଣା ଦେବୀଙ୍କ ଛାଡ଼ପତ୍ର ଗଳ୍ପ ଉପରେ ଆଧାରିତ କିନ୍ତୁ ଅନେକ ସ୍ଥାନରେ ଛିନ୍ନପତ୍ର ବୋଲି ଭୁଲରେ ଲେଖାଯାଇଛି।

ଓଡ଼ିଆ ଓଳିଆ: ଛାଡ଼ପତ୍ର ଉପରେ ଆଧାରିତ ସାଧନା

odiaolia.blogspot.com/2024/09/blog-p

ଓଡ଼ିଆ ଓଳିଆ: କଥା ପରଦାର ଓ ବହି ଦରବାର

odiaolia.blogspot.com/2024/10/blog-p

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ। ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ। ତୁଷାରନାଥ ମହାପାତ୍ର, ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪ ଉତ୍ତର ପ୍ରଦେଶ ଫୋନ୍: ୯୬୫୦୦-୬୫୬୩୬

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...