ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ
ଓଡ଼ିଆ ଓଳିଆ: ଜୀବନ ଜଟିଳ ଓ ମଣିଷ ପରିସ୍ଥିତିର ଦାସ
odiaolia.blogspot.com/2025/04/blog-p…
ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡ଼ିକର ସଙ୍କଳନ।
ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ଅନୁରୋଧ।
ଏସ.ଆର.ଏ.-୧ ୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍,
ଗାଜିଆବାଦ - ୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ୍: ୯୬୫୦୦-୬୫୬୩୬
ଉପେନ୍ଦ୍ର କୁମାର ଦକ୍ଷିଣରୁ ଫେରି ଯେତେବେଳେ ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଲେ ମନ ଆକାଶ ଥିଲା ତାଙ୍କର ପ୍ରଥମ ଛବି। କିନ୍ତୁ ଧରିତ୍ରୀ କଥାଚିତ୍ର ପ୍ରଥମେ ମୁକ୍ତିଲାଭ କରିଥିଲା ଓ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ତାଙ୍କ ସହିତ ଦକ୍ଷିଣୀ ଗାୟିକାମାନେ ଆସିଲେ। ପରେ ପରେ, ପ୍ରଯୋଜକ, ନିର୍ଦ୍ଦେଶକ, ନାୟକ, ନାୟିକା, ଓ ଟେକନିସିଆନ।
ଧର୍ମ ଶାସ୍ତ୍ର ମାନଙ୍କରେ ବହୁ ପ୍ରକାରର ନୀତି ଶିକ୍ଷା ଦିଆଯାଇଛି। କିନ୍ତୁ ଏକଥା ଜଣାଶୁଣା ଯେ, ମଣିଷ ସେ ସମସ୍ତ ପାଳନ କରିପାରେ ନାହିଁ। ତଥାପି ବହୁ ଲୋକ ନୈତିକତାର ଛଳନା କରନ୍ତି। କେତେକ ଧରା ପଡ଼ି ଜେଲ ଯାଆନ୍ତି। ଗଣତନ୍ତ୍ର ମଧ୍ୟ ନୈତିକତା ଉପରେ ପର୍ଯ୍ୟବେସିତ। କିନ୍ତୁ, ସେହି ମଣିଷ ହିଁ ତାକୁ ଚଲାଇବା ପାଇଁ ଉଦ୍ଦିଷ୍ଟ। କେମିତି ଚାଲିବ?
ଡ ଓ ଢ ତଳ ବିନ୍ଦୁର ବି ସଂହାର ହେଉ। ଭବିଷ୍ୟତର ଓଡ଼ିଆମାନେ ଧନ୍ୟବାଦ ଦେବେ।
ମୁଁ ତ ଭାବିଥିଲି ଆପଣଙ୍କ ଉଦାହରଣ ବଳରେ ମୁଁ ବି ବିନ୍ଦୁ ଲଗାଇବାର ଝନଝଟରୁ ମୁକ୍ତି ପାଇବି। କିନ୍ତୁ ଆପଣ ଓଲଟି ତ୍ରୁଟି ବୋଲି କହିଲେ। ତେବେ ଏ ସମ୍ପର୍କରେ ଆପଣଙ୍କର ନିଜସ୍ବ ମତାମତ ଜାଣିଲେ ଖୁସି ହେବି। ତାଛଡ଼ା, ମୋ ଲେଖାର କେତୋଟି ଭୁଲ ଦର୍ଶାଇ ଦେଇଥିବାରୁ ଧନ୍ୟବାଦ। କିନ୍ତୁ, ଯୋଡ଼ା ଠିକ ନା ଜୋଡ଼ା?
ଯାହା ଜନ୍ମଗତ ତା ଉପରେ ମଣିଷର ହାତ ନାହିଁ, କିନ୍ତୁ ଶିକ୍ଷା ତଥା ଯଥାର୍ଥ ମନୋଭାବର ଦାୟିତ୍ବ ନିଜ ଉପରେ। ତେଣୁ ତନ-ମନ-ଧନ ପରି, କାୟ-ମନ-ବାକ୍ଯରେ ନିଜକୁ ସଂସ୍କୃତ କରିବା ହିଁ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ। ଏଥିପାଇଁ ପ୍ରଥମ ପଦକ୍ଷେପ ହେଲା ବେଦକୁ ମନେପକାଇବା ଯାହାର ଭାଷ୍ୟ ଶ୍ରୀଅରବିନ୍ଦ ଲେଖିଛନ୍ତି। ଚେତନାର ପରିବର୍ତ୍ତନ ହେଲା ଆହ୍ଵାନ।
ଗଣତନ୍ତ୍ରରେ ଶାରୀରିକ ଶକ୍ତି ବା ବାହୁବଳର ଆଉ ବିଶେଷ ଭୂମିକା ରହିଲା ନାହିଁ କାରଣ ଆଇନ ନିଜ ହାତକୁ ନେବା ଅପରାଧ। କିନ୍ତୁ ମାରଧର କରିବାର ପ୍ରବୃତ୍ତିଟି ଦବିକରି ଥାଏ। ସାମାନ୍ୟ ସୁଯୋଗ ମିଳିଲେ କାମରେ ଲାଗିଯାଏ ବିଶେଷ କରି ଭିଡ଼ ଭିତରେ। ନହେଲେ ଅନ୍ୟକୁ ଗାଳି ଗୁଲଜ କରି ଲେଖିଲେ ବି ମନ କିଛିଟା ଶାନ୍ତ ହୁଏ। ନିଜର ବୀରତ୍ବ ବି ପ୍ରକାଶ ପାଏ।
ବହୁତ ଲୋକ ଜାଣିନଥିବେ ଯେ ଭୁବନେଶ୍ୱରରୁ ସମ୍ବାଦ ପ୍ରକାଶିତ ହେବା ପୂର୍ବରୁ କଟକରେ ଖବରକାଗଜ ଗୁଡ଼ିକ ସନ୍ଧ୍ୟାବେଳେ ଛପା ହଉଥିଲା। ହକରମାନେ ସାଇକେଲରେ ମୁଖ୍ୟ ଖବରକୁ ଡାକି ଡାକି ବିକ୍ରି କରୁଥିଲେ। ଘରେ ଖାଇବା ପୂର୍ବରୁ କିମ୍ବା ପରେ କ୍ରୋଡ଼ପତ୍ରକୁ ବାଣ୍ଟି ପଢ଼ିବାର ଆସର ଜମୁଥିଲା। କାଗଜ ଓ କାଳିର ସେ ଗନ୍ଧ ଭିତରେ ଥିଲା ଏକ ଅଦ୍ଭୁତ ନିଶା।
ପୃଥିବୀର ବିଭିନ୍ନ ସ୍ଥାନରେ ଯୁଦ୍ଧ ଲାଗି ରହିଛି। ରାଜନୈତିକ କାରଣକୁ ନେଇ ଯୋଜନାବଦ୍ଧ ଭାବରେ ଅପରାଧ ମଧ୍ୟ ଘଟୁଛି। ତାଛଡ଼ା ସ୍ଥାନୀୟ ଅପରାଧର ସଂଙ୍ଖ୍ଯା ଅଗଣିତ। ଜଣେ ବାବା ନିଜର ବ୍ଯବସାୟ ପାଇଁ ଜାଣିଶୁଣି ବାରମ୍ବାର ଅପରାଧ କରୁଛନ୍ତି ଓ କ୍ଷମା ମାଗୁଛନ୍ତି। ବ୍ୟାଙ୍କଲୋନ ଜରିଆରେ ଅନ୍ଧାଧୁନ ଦୁର୍ନୀତି ଚାଲିଛି। ଖଜୁରୀ ଗଛର କି ଗୁଣ ଗାଇବି।
କୌଣସି ବିଷୟରେ ଗବେଷଣା କରିବା ନିଶ୍ଚୟ ପ୍ରଶଂସନୀୟ କିନ୍ତୁ ତାହା ସବୁକିଛି ବୋଲି ପ୍ରମାଣ କରିବାର ବ୍ୟାକୁଳତା ଏକ ବିସଙ୍ଗତି। ଦେବତାମାନଙ୍କର ବିବର୍ତ୍ତିତ ହେବାର ଅବକାଶ ନଥିବାରୁ ମଣିଷ ସେମାନଙ୍କ ଠାରୁ ଉର୍ଦ୍ଧ୍ବରେ ବୋଲି ଶ୍ରୀଅରବିନ୍ଦ କହିଛନ୍ତି। ତେଣୁ ଜ୍ଞାନୀ ନବୋଲାଇ, ସବୁଦିନ ପାଇଁ ଜିଜ୍ଞାସୁ ହୋଇ ରହିବାର ଆସ୍ପୃହା କରିବାଟା ଶ୍ରେୟ।
ରାମଲୀଳା ଚାଲିଥାଏ ଓ ଦର୍ଶକମାନଙ୍କ ଭିତରୁ ହଠାତ ଜଣେ ସ୍ତ୍ରୀ ଲୋକ ଠିଆ ହୋଇ କହିଲେ, ଦେଖ ରାବଣ ଚାହାଣି, ତେଣେ ଘର ପଡ଼ିଛି ଅଛୁଆଣି। ଏତିକିରେ ବିଚରା କଳାକାର ଜଣକ ବେଜିତ ହୋଇଗଲେ। ବଖାଣିବାର ତାତ୍ପର୍ଯ୍ୟ ହେଉଛି ଯେ ନିଜର ଜୀବନ, ନିଜର ମନୋଭାବ, ବା ନିଜର ଯାତ୍ରାପଥ ସମ୍ବନ୍ଧରେ ସଚେତନ ନହୋଇ ବାଜେ କଥାରେ ଶ୍ରମ ଓ ସମୟ ଅପଚୟ କରିବାଟା ଭୁଲ।
ଯାହାସବୁ ଘଟୁଛି ତା ପଛରେ କିଏ ଅଛି ଓ ଏହି ସମୟରେ କାହିଁକି ଘଟୁଛି ତାର ରହସ୍ୟ ଜାଣିବା ସାଧାରଣ ଲୋକଙ୍କ ପକ୍ଷରେ କଷ୍ଟ। ରାଜନୈତିକ ରଣନୀତି ଆଜିକାଲି ଯୁଦ୍ଧଠାରୁ ବି ବେଶି କୌଶଳ ଆବଶ୍ୟକ କଲାଣି। ତେଣୁ ଟିଭି ପର୍ଦ୍ଦାରେ ଯାହା ପ୍ରଦର୍ଶନ କରାଯାଉଛି ତାକୁ ସିଧା ସିଧା ବିଶ୍ବାସ କରିବାର କୌଣସି କାରଣ ନାହିଁ। ଲାଭବାନ କିଏ ହେଉଛି ଜାଣିବା କଥା।
ବଙ୍ଗଭଙ୍ଗ ବିଷୟରେ ତ ସମସ୍ତେ ଜାଣନ୍ତି ଯେ ଏହା ଧର୍ମର ଆଧାର ଉପରେ ହୋଇଥିଲା। କିନ୍ତୁ ଆଉ ଗୋଟିଏ ଭିତ୍ତି ହେଲା ଭାଷା। ଏବେବି ବଙ୍ଗଳାଦେଶ ପାଖାପାଖି ହୋଇଗଲେ ଭାଷା ବହୁତ ବଦଳି ଯାଏ। ଠିକ କରି ବୁଝିହୁଏ ନାହିଁ। ତେବେ ଏହି ଲୋକଭାଷାରେ ପ୍ରଚୁର ଭାଟିୟାଲୀ ବା ମାଝୀ ଗୀତ ରହିଛି। ଓଡ଼ିଶାରେ ସମ୍ବଲପୁରୀ ଭାଷା ମଧ୍ୟ ଏକ ଅନୁରୂପ ଅବସ୍ଥାରେ ଅଛି।
ଭଲ ଲେଖାଟିଏ ଆଖିରେ ପଡ଼ିଲା। ନିକିତା ମହତା।
ରାଜା ଯେମିତି ପ୍ରଜାମାନଙ୍କୁ ଅସ୍ତ୍ରହୀନ କରି ରଖୁଥିଲେ ଗଣତନ୍ତ୍ର ମଧ୍ୟ ସେହି ରୀତିକୁ ପାଳନ କଲା। ସୁରକ୍ଷାର ଭାର ସରକାରଙ୍କ ହାତରେ ଥିବାରୁ ନାଗରିକ ମାନେ ଶାନ୍ତିରେ ଜୀବନ ଯାପନ କଲେ। କିନ୍ତୁ ଆଜିକାଲି କେତେକ ଏହି ବ୍ୟବସ୍ଥାରେ ଖୁସି ନୁହଁନ୍ତି। ଘରେ ଘରେ ଅସ୍ତ୍ର ଶସ୍ତ୍ରର କାରବାର ହେଉ ବୋଲି ସେମାନଙ୍କର ଇଚ୍ଛା। ସେଥିପାଇଁ ଘୃଣା ଓ ଭୟ।
ଗଣତନ୍ତ୍ର ପରିପ୍ରେକ୍ଷୀରେ ଅମ୍ବେଡ଼କର। ଯଦୁମଣି ମହାନନ୍ଦ।
ନିର୍ବାଚନ ପରେ ଥଣ୍ଡା ପଡ଼ିଯାଇଥିଲେ। ପାଟି ଫିଟୁ ନଥିଲା। ଏବେ ପଞ୍ଝାଏ ମାତିଛନ୍ତି। ହେଲେ ବିଷୟଟା କଣ? କାଶ୍ମୀର ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ହିଂସାକାଣ୍ଡ ତ ଲାଗି ରହିବ। ଯୁଦ୍ଧ ବି ହୋଇପାରେ। ସେଥିପାଇଁ ସରକାର ଅଛନ୍ତି। କିନ୍ତୁ ସେଇ ବାହାନାରେ ସବୁ ମୁସଲମାନମାନଙ୍କ ବିରୋଧରେ ବିଷୋଦଗାର କରିବାଟା କୋଉ ମହାନ ମଣିଷପଣିଆ? ଲଜ୍ଜାକର!
ଖଜୁରାହୋରେ ତ ବହୁତ ମନ୍ଦିର ରହିଛି କିନ୍ତୁ ପ୍ରାୟ ସବୁଗୁଡ଼ିକ ସେହି ଏକା ସହସ୍ରବାହୁ ଶୈଳୀର। ତାଛଡ଼ା, ଜୈନମାନଙ୍କର ଗୋଟିଏ ତୀର୍ଥ ସ୍ଥଳ ରହିଛି ଯାହା ଭିତରେ ଆମ ଓଡ଼ିଶା ଶୈଳୀର ଏକ ମନ୍ଦିର ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗର ଦୀଘାରେ ଯେଉଁ ନୂତନ ଜଗନ୍ନାଥ ମନ୍ଦିର ଉଦଘାଟିତ ହେବାପାଇଁ ଯାଉଛି ତାହା କେତେଦୂର ପାରମ୍ପରିକ ଶୈଳୀର ଜାଣିନି।
କଲେଜରେ ପଢ଼ିବା ବେଳେ ହଷ୍ଟେଲରୁ ପାଞ୍ଚ ଛଅ ଜଣ ସାଙ୍ଗ ମିଶି ସାଇକେଲରେ ମୁଣ୍ଡଳି ବୁଲିବାକୁ ଯାଇଥିଲୁ। ସେତେବେଳେ ପୋଲଟା ଆରମ୍ଭ ହୋଇ ବହୁତ ବର୍ଷ ପର୍ଯ୍ୟନ୍ତ ସେମିତି ପଡ଼ିରହିଥିଲା। କିନ୍ତୁ ଯାହାହେଉ ମହାନଦୀର ଦୃଶ୍ୟ ସେଠାରେ ମନୋରମ। ଘର ବାହୁଡ଼ାର ଗୀତଟିଏ ସେଇଠି ଶୁଟିଂ ହୋଇଥିଲା ବୋଧହୁଏ। ମନର ଶାମୁକା ବୁକେ।
ଗଣତନ୍ତ୍ରକୁ ଲୋକମାନଙ୍କ ସରକାର ବୋଲି କୁହାଯାଏ କିନ୍ତୁ ତା ଭିତରେ ଏକ ବହୁତ ବଡ଼ ଗତିରୋଧକ ବ୍ୟବସ୍ଥା ଖଞ୍ଜାଯାଇଛି। ଏହା ହେଉଛି ଲୋକପ୍ରତିନିଧିମାନଙ୍କ ଦ୍ବାରା ପରିଚାଳିତ ସରକାର। ନହେଲେ ନାଗରିକମାନଙ୍କ ମଧ୍ୟରେ ପାଗଳାମିର ଶିକାର ହୋଇଥିବା କେତେକ ବ୍ୟକ୍ତି ଶାସନତନ୍ତ୍ର ଉପରେ ନିଜର ଆଧିପତ୍ୟ ବିସ୍ତାର କରନ୍ତେ। ସେମାନଙ୍କ ପାଇଁ ଏକ୍ସ ଅଛି।
ଚାରି ମାସର ବ୍ୟବଧାନ ପରେ ଆଜିଠାରୁ ପୁଣି ଶ୍ଯାମନଗରରୁ ଖାଇବା ଆଣିବା ଆରମ୍ଭ କଲି। ଭାତ, ସମ୍ବର, ପାଞ୍ଚମିଶାଲି ସନ୍ତୁଳା, କଖାରୁ ଡଙ୍କ ତରକାରି, ଆମ୍ବ ଖଟା, ଶାଲାଡ, ଓ ତେଲାପିଆ ମାଛର ସୋରିଷ ବଟା ଝୋଳ। ଘରେ ବସି ଶାନ୍ତିପ୍ରଦ ଖାଇବା।
ହଁ, ବର୍ତ୍ତମାନ ମୁଁ ପଶ୍ଚିମ ବଙ୍ଗରେ ଅଛି। ଦିଲ୍ଲୀ ଅପେକ୍ଷା ଏଠାରେ ଭଲ ପାଗ। ଏକୁଟିଆ ରହୁଛି ତେଣୁ ଖାଇବାଟା ବାହାରେ।
https://x.com/NathTusar/status/1916889005251043525?t=6W_xx5vXnz_f0ydMJ5wddA&s=19
ବିଭିନ୍ନ ତେଣ୍ଡାର ଲେଖାରୁ ଦେଖାଯାଉଛି ଯେ ମୁଖ୍ୟତଃ ତିନି ଚାରି ଦିଗରେ ବିଦ୍ବେଷ ଭାବ ପ୍ରକାଶ ପାଉଛି। ପ୍ରଥମେ ମୁସଲମାନମାନଙ୍କ ବିରୁଦ୍ଧରେ। ଦ୍ବିତୀୟରେ ବଙ୍ଗାଳୀମାନଙ୍କ ବିରୁଦ୍ଧରେ। ବେଳେ ବେଳେ ସମ୍ବଲପୁର ଲୋକଙ୍କ ବିରୁଦ୍ଧରେ। ତାଛଡା, ଓଡିଆ ନକହି ହିନ୍ଦୀରେ କଥାବାର୍ତ୍ତା ହେଉଥିବା ଯୁବ ସମାଜ ବିରୁଦ୍ଧରେ। ମୋ ମତରେ, ଏ ସମସ୍ତ ଅମୂଳକ।
ବହୁ ମହାନ ଓଡିଆମାନଙ୍କ ଜନ୍ମ ଓ ମୃତ୍ଯୁବାର୍ଷିକୀ ପାଳନ କରାଯାଉଛି। ସେମାନଙ୍କ ଆଦର୍ଶ ଓ ସାହିତ୍ୟ ନିଶ୍ଚିତ ଭାବେ ପ୍ରେରଣାର ବିଷୟ। କିନ୍ତୁ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ପରିପ୍ରେକ୍ଷୀରେ କାହାରିଠାରୁ ଉପଯୁକ୍ତ ଦିଗଦର୍ଶନ ଆଶା କରିବା ବୃଥା। ମୋର ଦୀର୍ଘ ସତୁରି ବର୍ଷର ଅଭିଜ୍ଞତା ତଥା ଅଧ୍ୟୟନ ସହକାରେ ମୁଁ ଯଥାସାଧ୍ୟ ଚେଷ୍ଟା କରୁଛି।
https://x.com/NathTusar/status/1917185669295997034?t=0AHOzpN6g74GedQFH0l9uA&s=19
No comments:
Post a Comment