ପଶ୍ଚିମବଙ୍ଗର ଭିତର ଅଞ୍ଚଳରେ ଦୋସା ଓ ଇଟିଲି ପ୍ରାୟ ମିଳେନାହିଁ। ସନ୍ଧ୍ୟାବେଳେ ସିଙ୍ଗଡ଼ା, ପିଆଜି, ବାଇଗଣି, ଓ ବିଭିନ୍ନ ଚପ୍ ଛଣା ହୁଏ, କିନ୍ତୁ ବରା କି ପକୁଡ଼ି ନଥାଏ। ଚାଉମିନ ଓ ରୋଲ୍ ତ ରାତି ପର୍ଯ୍ୟନ୍ତ ବିକ୍ରି ହୁଏ। ଗୁପଚୁପ୍ ଓ ଘୁଗୁନି ଚାଟ୍ ବି ଚାଲେ। ବେଳେ ବେଳେ ଦହିବରା ସେଇଠି ମିଳିଯାଏ। ଭେଜିଟେବଲ ଚପ୍ ଓ ଭଣ୍ଡା ଚପ୍ ସାଧାରଣ।
ଆଶ୍ଚର୍ଯ୍ୟର ବିଷୟ ଯେ, ପଶ୍ଚିମବଙ୍ଗରେ ବିରିର ପ୍ରଚଳନ ଏତେ କମ୍। ବୋଧେ କେବେ କେଉଁ କବିରାଜ ମନା କରିଥିବେ। ଓଡ଼ିଶାର ବରା ଆଉ କୋଉଠି ନାହିଁ। କଣାବାଲା ଦକ୍ଷିଣୀ ବରା ବି ଭଲ ଲାଗେନାହିଁ। ଅବଶ୍ୟ ଆଜିକାଲି ଶସ୍ତା କରିବା ପାଇଁ ଆଗର ସ୍ବାଦ ଆଉ ନାହିଁ। ଇଟିଲି ଖାଲି ଆକାରରେ ଯାହା। ଆମ ପିଲାଦିନେ ଗୁଲୁଗୁଲା ସାଧାରଣ ଥିଲା। ଏବେ ସ୍ବାଦ ନାହିଁ।
ଛାମୁ ଅପେକ୍ଷା ମଣିମା ବୋଧେ ଅଧିକ ଶିଷ୍ଟ। ୨) ଛ ପାଇଁ Chh ବଦଳରେ ch ଲେଖିବା କଣ ଠିକ୍? ୩) ଆମ ପିଲାବେଳେ ତ ଆମେ ଅକ୍ଷର ସହିତ କୌଣସି ବିନ୍ଦୁ ଦେଉନଥିଲୁ। ଏବେ ଏ ଡ ତଳେ ବିନ୍ଦୁ ଦେବା କେତେଦୂର ଯୁକ୍ତିଯୁକ୍ତ? ବହୁତ ଅସୁବିଧା ହେଉଛି!
ଅର୍ଥ ତ ଏକା କିନ୍ତୁ ଭାଷା ଦୃଷ୍ଟିରୁ ଆମ୍ ଓ ଖାସ୍ ଭିଡରେ ପ୍ରଭେଦ ତ ରହିବ। କାଚ କାଚ, ମଣି ମଣି!
ରାଜତନ୍ତ୍ର ସହିତ ମୋର ବି ପରିଚୟ ଶୂନ୍ୟ। ତାହେଲେ ମୋର ଏଇ ଭିତ୍ତିହୀନ ମତ ବୋଧହୁଏ ଆମ ଏଠିକାର ଶ୍ରୀ ଶ୍ରୀ @The_Chhamu ସୃଷ୍ଟି କରିଥିବା ଓଡ଼ିଆ ଭାଷାର ନବୀନତମ ଡାୟଲେକ୍ଟ ଉପରେ କଟାକ୍ଷ!
ଋ, କ୍ଷ, ଜ୍ଞ, ନ୍ନ ତଥା ସ, ଶ, ଓ ଷ ର ଯେତେବେଳେ ଭଲରୂପେ ଉଚ୍ଚାରଣ ଆମେ କରିପାରୁନାହୁଁ ସେତେବେଳେ ପୁଣି ଗୋଟାଏ ଅଧିକା ବୋଝ ଆଦରିବା କଣ ଦରକାର? ଅନ୍ୟ କେଉଁ ଅକ୍ଷର ସହିତ ବିନ୍ଦୁ ବା ଅନ୍ୟ କିଛି ଚିହ୍ନ ଅଛି କି? ଭାଷାସଂସ୍କାରବାଦୀମାନଙ୍କର ମତାମତ କଣ?ଗୋବିନ୍ଦ ନିହାଲନୀଙ୍କ ନାଟକ ଓ ଶ୍ୟାମ ବେନେଗଲଙ୍କ ସିନେମା ସତୁରି ଦଶକରେ ମୋ କଲେଜ ସମୟରେ ସାରା ଭାରତରେ ଚହଳ ପକାଇଥିଲା। ଜୟପ୍ରକାଶ ନାରାୟଣଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ ଯୁବମାନସରେ ତରଙ୍ଗ ସୃଷ୍ଟି କରୁଥିଲେ। ଓଡିଶାରେ ନବନାଟ୍ୟ ଆନ୍ଦୋଳନ ଥିଲା ଏକ ବୌଦ୍ଧିକ ବିପ୍ଲବ। ପ୍ରଫୁଲ୍ଲ କର ଗୀତରେ ନୂଆ ଉନ୍ମାଦନା ଆଣିଲେ। କଥାଚିତ୍ର ରଙ୍ଗୀନ ହେଲା।
ସାରା ପୃଥିବୀର ସାଂସ୍କୃତିକ ଓ ବୌଦ୍ଧିକ ଭଣ୍ଡାର ଯେତେବେଳେ ମଣିଷର ଆଙ୍ଗୁଠିଟିପ ତଳେ ସେତେବେଳେ କେବଳ ଓଡିଆ ଭାବରେ ବଞ୍ଚି ରହିବା କଷ୍ଟ। ଏହା ସାମାଜିକ ବା ରାଜନୈତିକ ସକ୍ରିୟତାର ଉପାଦାନ ହୋଇପାରେ କିନ୍ତୁ ତାହା ଦୀର୍ଘସ୍ଥାୟୀ ନୁହେଁ। ସଂସ୍କୃତି ଯେଉଁମାନଙ୍କ ପାଇଁ ବୃତ୍ତି ବା ବ୍ଯବସାୟ ସେମାନଙ୍କ କଥା ଅଲଗା। ଧର୍ମକୁ ଜୋଡିବା ବି ଅନୁଚିତ।
ମୋର କେତୋଟି ଭାବନା ତରଙ୍ଗ
ଯାନ୍ତ୍ରିକତା ମଣିଷ ସହିତ କମ ସମ୍ପର୍କ ରଖିବା ପାଇଁ ଉତ୍ସାହିତ କଲା ଓ ସେଇଥିପାଇଁ ୩୫ ଘଣ୍ଟିଆ ଦୁଇଜଣ ପରିବର୍ତ୍ତେ ୭୦ ଘଣ୍ଟିଆ ଜଣକୁ କୋଠିଆ କୋଠିଆଣୀ କରିବାକୁ ମସୁଧା। ନୃତ୍ୟ ପାଇଁ ବାଦକ ମାନଙ୍କର ଆବଶ୍ଯକତା ନାହିଁ। ନିମନ୍ତ୍ରଣ ପତ୍ର ଦେବାଲାଗି କାହାକୁ ଯାଇ ସାକ୍ଷାତ କରିବାର ଆବଶ୍ୟକତା ନାହିଁ। ମଣିଷ ମାନେ ଅସୁବିଧା। ଘରେ ଘରେ କୁକୁର।
ସେ ସମୟର ସୁପରହିଟ୍ ଗୀତ ଯଦିଓ ଏ ଗୀତଟିରେ ରାଉରକେଲାର ଖାଦ୍ୟ ବା ବସ୍ତ୍ର ବିଷୟରେ କିଛି ଉଲ୍ଲେଖ ନାହିଁ। ପରବର୍ତ୍ତୀ କଥାଚିତ୍ର ସଂସାରର ତୋର ଫୁସୁଲା ଫୁସୁଲି କଥା ଗୀତରେ କିନ୍ତୁ ପ୍ରଯୋଜକ ପରିବାର ରାଉରକେଲା କଥା ଭୁଲି ନାହାନ୍ତି।
ପିଲାଦିନେ ମୋର ପ୍ରଥମ ହିନ୍ଦୀ ଛବି ହେଲା ମୈଁ ଚୁପ ରହୁଙ୍ଗୀ ଯେଉଁଥିରେ ମୋ ଭଳି ଛୋଟ ପୁଅଟିଏ ଥିଲା। ତାପରେ ମିଲନ, ଦୋସ୍ତୀ, ରାମାୟଣ, ପ୍ଯାର କିୟେ ଯା, ଇତ୍ୟାଦି। କଲେଜକୁ ଆସିଲା ପରେ ମେରା ନାମ ଜୋକର ଯେଉଁଥିରେ ଋଷି କପୂରଙ୍କ ସହ ମୁଁ ନିଜକୁ ପରିଚିହ୍ନିତ କରିଥିଲି। ତାପରେ ଜନୀ ମେରା ନାମ। ହିନ୍ଦୀ ସଂଳାପ ମୁଁ ଅଧାଅଧି ବୁଝି ପାରୁନଥିଲି।
ଦେଖି ଖୁସି ଲାଗିଲା। ଧନ୍ୟବାଦ। କାନ୍ଥରେ ତ ପୋଷ୍ଟର ଲଗା ହେଉଥିଲା କିନ୍ତୁ ସେତେବେଳେ ବ୍ଯବସାୟିକ ଢାଞ୍ଚା କେତେ ଦୃଢ ଥିଲା କେଜାଣି ପତ୍ରିକାରେ ବି ବିଜ୍ଞାପନ ଦେଇପାରୁଥିଲେ। ହେଲେ ଆଜିକାଲିର ଆମ ଓଡିଆ ନିର୍ମାତା ମାନେ ଏତେ କନ୍ଦାକଟା କରୁଛନ୍ତି କାହିଁକି? ହଲ ତିଆରି କରିବା କଣ ସରକାରଙ୍କ କାମ? ସେତେବେଳେ ତ କଟକରେ ଚାଳ ଛପର ହଲ ବି ଥିଲା।
ତିନି ଗୁଣ ଓ ଚାରି ବର୍ଣ୍ଣର ପ୍ରଭାବ ଯୋଗୁ ଆମ ସମସ୍ତଙ୍କର ଚାରିତ୍ରିକ ଲକ୍ଷଣ ଅଲଗା ଅଲଗା। ତାଛଡା ଭାଗ୍ୟ ହାତରେ ଡୋରି। ଶ୍ରୀମା ଶ୍ରୀଅରବିନ୍ଦ କିନ୍ତୁ ଏପରି ଏକ ଅସହାୟ ଅବସ୍ଥାର ବିରୁଦ୍ଧରେ। ବିବର୍ତ୍ତନର ରଥଚକ୍ର ପ୍ରତି ସଚେତନ ହୋଇ ଅଭୀପ୍ସା ତଥା ସମର୍ପଣର ଜୁଆଳି କାନ୍ଧେଇଲେ ମଣିଷ ନିଜର ନୂତନ ନିୟତି ନିରୂପିତ କରିବାକୁ ସମର୍ଥ ହୋଇପାରେ।
ଧର୍ମକୁ ନେଇ ଯଦି ରାଜନୀତି କରାଯାଇ ପାରିବ ତେବେ ଅଞ୍ଚଳ, ଭାଷା, ବା ଜାତିକୁ ନେଇ ବି ରାଜନୀତି କରାଯାଇ ପାରେ ଓ ଓଡିଶାରେ ସେଗୁଡିକର ପ୍ରାସଙ୍ଗିକତା ବେଶୀ। ଗଣତନ୍ତ୍ରରେ ସ୍ଥାନୀୟ ଲୋକ କଣ ଚାହୁଁଛନ୍ତି ସେଇଟା ସବୁଠାରୁ ବଡ ମହତ୍ତ୍ବପୂର୍ଣ୍ଣ। ଇଲାକା ଗୌଣ। ଆଧିପତ୍ୟବାଦ ବିରୁଦ୍ଧରେ ଯେଉଁ ଭାବପ୍ରବଣତା ଉଦ୍ରେକ ହୋଇଛି ତାହା ଆଦୌ ନୂଆ ନୁହେଁ।
ପିଲାଦିନେ ଭିକ୍ସର ଛୋଟିଆ ପତଳା ଡିବାଟି ଦେଖି ଖୁସି ଲାଗୁଥିଲା କିନ୍ତୁ ପରେ ବୁଝିହେଲା ଯେ ଅଳ୍ପ ମଲମ ଧରିବ ବୋଲି ତାର ତଳପଟ ଚେପଟା। ବ୍ଯବସାୟ ଓ ବିଜ୍ଞାପନ ସାଧାରଣ ଲୋକଙ୍କୁ ବୋକା ବନାଇବା ପାଇଁ ଠିକା ନେଇଛନ୍ତି। ଏବେ ରାଜନୈତିକ ଦଳମାନେ ମଧ୍ୟ ନାଟକସୁଲଭ ପୋଷାକପତ୍ର ଉପଯୋଗ କରି ଜନସାଧାରଣଙ୍କ ମନକିଣିବା ପାଇଁ ତତ୍ପର। ସବୁ ମାୟାରେ ବାୟା।
ଯାହା ଆଜି ତିଆରି ହେଉଛି ତା' ବି ଦଶ ବର୍ଷ ପରେ କ୍ଲାସିକ ଭାବେ ଗଣ୍ଯ ହେବ। ଗଲା ଶହେ ବର୍ଷର ଏଇ ଇତିହାସ। ତେଣୁ ନୂତନତ୍ବର ଭଲ ଦିଗ ଗୁଡ଼ିକୁ ଉପଭୋଗ କରିବା ଉଚିତ।
କଲେଜରେ ୭୫ ଟଙ୍କା ଛାତ୍ରବୃତ୍ତି ମିଳୁଥିଲା ଯୋଉଥିରୁ ୭୦ ଟଙ୍କା ମେସ୍ ଖର୍ଚ୍ଚ ବାବଦରେ ଯାଉଥିଲା। ସେତେବେଳର ବସଷ୍ଟାଣ୍ଡ ପଛ ମାର୍କେଟରେ ଗୋଟିଏ ଯୋଡିଏ ବହିଦୋକାନ ଥିଲା ଯେଉଁଠି ମୁଁ ପତ୍ରିକା ସବୁ ଓଲଟ ପାଲଟ କରୁ କରୁ କିଛି କିଛି ପଢିଦିଏ। ଚିତ୍ରପୁରୀ ପଢିବାକୁ ଭାରି ଇଚ୍ଛା ହୁଏ କିନ୍ତୁ ପଲିଥିନରେ ବନ୍ଦ ଥାଏ।
ସଜଫୁଲ ଆକାଶବାଣୀ କଟକ ଦ୍ବାରା ପ୍ରଚାରିତ ସୁଗମ ସଙ୍ଗୀତର ଏକ ବିଶେଷ କାର୍ଯ୍ୟକ୍ରମ। ପ୍ରତି ମାସରେ ସପ୍ତାହକୁ ଥରେ ତିନୋଟି ଗୀତ ଶୁଣିବାକୁ ମିଳୁଥିବା ଏହି କାର୍ଯ୍ୟକ୍ରମରେ ଜଣେ ଗାୟକ ଓ ଜଣେ ଗାୟିକା ପ୍ରଥମେ ଏକକ ଭାବେ ଓ ଶେଷରେ ଦୈତ କଣ୍ଠରେ ଗାଆନ୍ତି। ସର୍ବପ୍ରଥମ ସଜଫୁଲ କାର୍ଯ୍ୟକ୍ରମରେ ଚାରୋଟି ଗୀତ ଥିଲା।
ସ୍ମୃତିଛାୟା ଶବ୍ଦଟି ଓଡ଼ିଶାର କଳାପ୍ରେମୀ ମାନଙ୍କ ମଧ୍ୟରେ ହୃଦୟର ସ୍ପନ୍ଦନ ଜଗାଏ। ଫିଲ୍ମ ଜର୍ଣ୍ଣାଲିଷ୍ଟ୍ସ ଫୋରମର ସ୍ମୃତିଛାୟା କାର୍ଯ୍ୟକ୍ରମ ମଲାଜହ୍ନକୁ ଜୀବନ୍ଯାସ ଦେବାଲାଗି ୨୦୧୧ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିଣାମ ସ୍ବରୂପ ଏ ଯାବତ୍ ୨୦ଟି ପୁରୁଣା କଥାଚିତ୍ର ଭେଟି ଦେଇଅଛି।
କଥାଚିତ୍ର ପତ୍ରିକାର ଇତିହାସ ସଙ୍କଳନ କରି ଗବେଷକ ସୂର୍ଯ୍ୟ ଦେଓ ସତରଟି ପ୍ରବନ୍ଧ ଲେଖିଛନ୍ତି ଯାହା ଓଡ଼ିଶାର ସାଂସ୍କୃତିକ ଇତିହାସ ଅଧ୍ୟୟନ ସକାଶେ ମହତ୍ବପୂର୍ଣ୍ଣ। କଥାଚିତ୍ର ବ୍ଯତୀତ କେତେକ ପତ୍ରିକାରେ ସାହିତ୍ୟ ତଥା ସମ୍ବାଦଧର୍ମୀ ଲେଖା ମଧ୍ୟ ସ୍ଥାନ ପାଉଥିଲା।
ରୂପ ରସ ଛନ୍ଦ ପ୍ରଜାତନ୍ତ୍ରର ଏକ ବିଶେଷ ସାପ୍ତାହିକ ପୃଷ୍ଠା ଯେଉଁଥିରେ ସାଂସ୍କୃତିକ ତଥା କଥାଚିତ୍ର ସମ୍ବନ୍ଧୀୟ ଖବର, ସମୀକ୍ଷା, ଓ ଟୀକା ଟିପ୍ପଣୀ ସନ୍ନିବେଶିତ ହେଉଥିଲା। ରାଧାନାଥ ରଥ ସମାଜରେ ସାଂସ୍କୃତିକ ଗତିବିଧିର ଖବର ଛାପିବା ପ୍ରତି ଉଦାସୀନ ଥିଲେ। ରୂପ ରସ ଛନ୍ଦ ସାଂସ୍କୃତିକ ଇତିହାସର ଏକ ଅଗ୍ରଦୂତ।
ଶହେ ବର୍ଷ ତଳେ ମଧୁବାବୁ ଓ ଗୋପବନ୍ଧୁଙ୍କ ମଧ୍ୟରେ ଏହିପରି ଏକ ଦ୍ବନ୍ଦ ଉପୁଜିଥିଲା। ଜାତୀୟ ନା ଆଞ୍ଚଳିକ ରାଜନୀତି? ମଧୁବାବୁ ପଛୁଆ ହୋଇଯାଇଥିଲେ କିନ୍ତୁ ଆଜି ହୁଏତ ସେ ସତ ପ୍ରମାଣିତ ହେଉଛନ୍ତି।
କାଉଲଙ୍କୁ ତ ପ୍ରାୟ ସମସ୍ତେ ଭଲଭାବରେ ଜାଣିଛନ୍ତି କିନ୍ତୁ ତାଙ୍କଠାରୁ ଟିକିଏ ପୁରୁଣା ବର୍ମାଙ୍କୁ ବେଶୀ ଲୋକ ଚିହ୍ନି ନଥିବେ। ସେ ଥିଲା ଥିଏଟର ଯୁଗ ଓ ନାଟକଟି ଏକାଦିକ୍ରମେ ଅନେକ ଦିନ ଧରି ଚାଲି ଚହଳ ସୃଷ୍ଟି କରିଥିଲା। ଆମ ସ୍କୁଲରେ ମଧ୍ୟ ଥରେ ଅଭିନୀତ ହୋଇଥିଲା। ୧୯୭୩ରେ ସେହି ନାମର କଥାଚିତ୍ରରେ ଭିକାରୀ ବଳ ପ୍ରଥମ ଥର ପାଇଁ ଗୀତ ବୋଲିଲେ।
ସତ୍ୟର ସନ୍ଧାନ ଭୁଲେ, ମିଥ୍ଯା ପଛେ ସତ୍ଯ ବୋଲି ଧାଏଁ,
ରୋଲ୍ସ ୨-୮ ୧୯୫୦ ମସିହାରେ ମୁକ୍ତିଲାଭ କରିଥିଲା ବୋଲି ସୂର୍ଯ୍ୟ ଦେଓ ଗତବର୍ଷ ଆବିଷ୍କାର କରିଥିଲେ। ଇଏ ବୋଧେ ପୁରୁଣା ଲେଖା।
ସେ ବଡ଼ମ୍ବା ହେଉ ବା ବାମଣ୍ଡା, ଆଧୁନିକ ଓଡ଼ିଶାର ସାଂସ୍କୃତିକ ଇତିହାସକୁ ସେମାନଙ୍କର ଅବଦାନ ବିଷୟରେ ସମସ୍ତେ ଅଳ୍ପେ ବହୁତେ ଜାଣନ୍ତି କିନ୍ତୁ ଅନାମଦେୟ ବଳଙ୍ଗା?
ଆକାଶବାଣୀ କଟକର ସଜଫୁଲ କାର୍ଯ୍ୟକ୍ରମ କେବେ ଆରମ୍ଭ ହୋଇଥିଲା ମୁଁ ଜାଣିନି କିନ୍ତୁ ସଙ୍ଖ୍ୟା ଦୃଷ୍ଟିରୁ ଷାଠିଏ ଦଶକର କଥାଚିତ୍ର ଗୀତଗୁଡ଼ିକ ସହ ବେଶ ତୁଳନୀୟ। ଗୁଣାତ୍ମକ ଦୃଷ୍ଟିକୋଣରୁ କିନ୍ତୁ ସଜଫୁଲ ଗୀତଗୁଡ଼ିକ ଶହେଗୁଣ ଉପରେ। ଉଭୟ ସାହିତ୍ୟ ଓ ସଙ୍ଗୀତ ଦୃଷ୍ଟିରୁ। ଏହି ଗୀତଗୁଡ଼ିକ ଶୁଣିବାପାଇଁ ଉପଯୁକ୍ତ ସଂରକ୍ଷଣ ତଥା ଉପଲବ୍ଧତା ଆବଶ୍ୟକ।
ନୀଳମାଧବ କଥାଚିତ୍ରର ହାଏ ଝରାଫୁଲଟିଏ ମୁହିଁ ଗୀତଟି ମନେ ପଡ଼ୁଛି।
ମଣିଷ ଫୁଲ ପରି ବିବର୍ତ୍ତନ ଓ ପରିବର୍ତ୍ତନର ଅଧୀନ। ଚରିତ୍ରଟିଏ କାଗଜଫୁଲ ଭଳି ଶୀତଳ ଏବଂ ସୀମିତ। ତଥାପି ମଣିଷ ଏଇ ଚରିତ୍ରମାନଙ୍କ ଗହଣରେ ରହିବାପାଇଁ ଭଲପାଏ। କାରଣ ସତସତିକା ମଣିଷ ପାଖରେ ହୁଏତ ଏତେସବୁ ବୈଚିତ୍ର୍ୟ ବା ପ୍ରାଚୁର୍ଯ୍ୟ ନଥାଏ। ତେଣୁ ସେ ଚରିତ୍ରଗୁଡ଼ିକ ମାଧ୍ୟମରେ ଗବାକ୍ଷକ୍ରୟ କରି ବାସ୍ତବତାକୁ ଅତିକ୍ରମ କରିବାର ଉପକ୍ରମ କରେ।
ପ୍ରତି କଳାକାର ଭିତରେ ମଣିଷଟିଏ ଛଟପଟ ହେଉଥାଏ ଅଥଚ ସେଥିପ୍ରତି କାହାର ଆଗ୍ରହ ନଥାଏ। ସେ ଯେଉଁ ଚରିତ୍ରଟି ରୂପାୟନ କରେ ତାହା ଲୋକଙ୍କୁ ଆନ୍ଦୋଳିତ କରେ। ସେ ଯେଉଁ ଗୀତଟି ବୋଲେ ତାହା ଲୋକଙ୍କୁ ବାଉଳା କରେ। କଳ୍ପନାର ଆକର୍ଷଣ ତେଣୁ ଅମାପ। ପିଲାଦିନର ସେଇ ଗଳ୍ପ ଲାଗି ଅଳି ଭଳିକି ଭଳି ରୂପରେ ଜୀବନ ସାରା କୋଳାହଳ କରୁଥାଏ। ଗପରୁ ଗୋପୀ ହିଁ ପଥ।
ଖାଣ୍ଟି ଓଡ଼ିଆ କଣ୍ଠ। ସ୍ନେହଲତା ପ୍ରହରାଜ।
ସତାବନଟି ଭକ୍ତିଗୀତ ଆକାଶବାଣୀ ଗନ୍ତାଘରୁ।
ଅନେକ ପୁରୁଣା କଥା। ପଦ୍ମାଳୟା ଗରାବଡୁ।
ସଜଫୁଲ ଗୁରୁବାର ସକାଳ ସାତଟା ଚାଳିଶ ମିନିଟରେ।
ଦିଲ୍ଲୀ ବାଲିଯାତ୍ରାର ଆଜି ଦ୍ବିତୀୟ ତଥା ଶେଷ ସନ୍ଧ୍ୟାରେ ଅସୀମା ପଣ୍ଡା।
ଚାରି ପାଞ୍ଚ ଦିନ ତଳେ ନବଜନ୍ମ ଦେଖିଥିଲି। ଗୀତ ନାହିଁ। କିଏ କାହାର ସହିତ କିଛିଟା ମେଳ ଖାଉଛି। ସଂଳାପ ଖୁବ ସଂକ୍ଷିପ୍ତ। ଶରତ ଓ ଉର୍ବଶୀଙ୍କୁ ଏକାଠି ଦେଖି ଖୁସି ଲାଗିଲା। ଆଜି ଲଳିତା ଦେଖିଲି। ଏଥିରେ ବି ସଂଳାପ କମ। ନବଜନ୍ମ ତ ପିଲାଦିନେ ଦେଖିଥିଲି ଓ ପ୍ରାୟ ମନେଥିଲା। ଲଳିତା କିନ୍ତୁ ପ୍ରଥମ ଥର। ଦୁଇ ଜାଗାରେ ନାଚ ଅଛି ହେଲେ ଗୀତ ନାହିଁ।
ଲଳିତାରେ ଶବର ଜାତିର ଭୂମିକା ଯୋଗୁ ଅନେକ ଗାଉଁଲି ଓଡ଼ିଆ ଶବ୍ଦର ପ୍ରୟୋଗ କରାଯାଇଛି ଯାହା ଆମ ପିଲାବଳେ ବି ସାଧାରଣ କଥାବାର୍ତ୍ତାରୁ ଦୂରେଇ ଯାଇଥିଲା। ତେଣୁ ଲଳିତା ଗୋଟିଏ ଶବ୍ଦକୋଷ ଭାବରେ ଏକ ଉତ୍କୃଷ୍ଟ ନଥିକରଣ। କିନ୍ତୁ ସେହି ଶୈଳୀର ଗୀତରୁ ମା ବା ଶ୍ରୀଲୋକନାଥ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଆହୁରି ଦଶବର୍ଷ ଲାଗିଗଲା। ଷାଠିଏ ଦଶକ ଅମୂଲ୍ୟ।
ପିଲାବେଳେ ଆମର ଲୋକପ୍ରିୟ ଗୀତ ତ ପ୍ରାୟ ନଥିଲା କହିଲେ ଚଳେ। ଆଜି ଆକାଶେ କି ରଙ୍ଗର ଚାରିବର୍ଷ ପରେ ଯାଇ ଜୀବନ ଯମୁନାରେ ଆସିଲା। ଛତରା ଗୀତ ହିସାବରେ ଏତ କଳିକାଳ ରୀତି ବି ଖୁବ ନାଁ କଲା। ଆରତ ସୁରେ ବାରେ ଓ ଅନ୍ତରେ କାନ୍ଦେ ସମ୍ଭ୍ରାନ୍ତ ସ୍ତରର। ବୟସର କୃଷ୍ଣଚୂଡ଼ା ଥିଲା ଅନୁରୂପ ଶୀର୍ଷରେ। ରଥ ଯା ଚାଲିଯା ଓ ଯାରେ ମନଦୋଳି ମନ ଉଡ଼ୋଉଥିଲେ।
ସୀତା ବିବାହ, ଶ୍ରୀଜଗନ୍ନାଥ, ରୋଲ୍ସ ୨-୮, ସପ୍ତଶଯ୍ୟା, ଆମରି ଗାଁ ଝୁଅ, କେଦାର ଗୌରୀ, ଭାଇ ଭାଇ, ପରିଣାମ, ଜୟଦେବ, ଶ୍ରୀ ଶ୍ରୀ ପତିତପାବନ, ଦସ୍ୟୁ ରତ୍ନାକର, ନାରୀ, ସାଧନା, ଓ ଭାଇ ଭାଉଜ ମୁଁ ଦେଖିନାହିଁ। ସରକାର ଯଦି ଦୟା କରନ୍ତେ ଏହା ଭିତରୁ କେତେଗୋଟି ଦେଖିବା ସମ୍ଭବ ହୋଇପାରନ୍ତା। କିନ୍ତୁ ଇୟେ ବି ଏକ ପ୍ରାଥମିକତା ବୋଲି ବୁଝାଇବ କିଏ?
ବିଗତ ଅର୍ଦ୍ଧ ଶତାବ୍ଦୀର ଅବକ୍ଷୟକୁ ଅନୁଧ୍ୟାନ କଲେ ଓଡ଼ିଆ ଭାଷା, ସାହିତ୍ୟ, ତଥା ସଙ୍ଗୀତ କ୍ଷେତ୍ରରେ ଷାଠିଏ ଦଶକର ଉତ୍କର୍ଷକୁ ସହଜରେ ଉପଲବ୍ଧି କରିହୁଏ। ଆକାଶବାଣୀ କଟକର ଅବଦାନ ଯେ ଏ ଆନ୍ଦୋଳନରେ ଯଥେଷ୍ଟ ଏହା ଅନସ୍ବୀକାର୍ଯ୍ୟ। ସଙ୍ଗୀତ ବ୍ଯତୀତ ଗୀତିକାରମାନେ ଯେଉଁ ଧରଣର ଅଭୂତପୂର୍ବ ଗୀତ ଲେଖିଲେ ତାହା ରସବୋଧର ଚରମ ସୀମାକୁ ସ୍ପର୍ଶ କଲା।
ପ୍ରଥମ କରି ଶୁଣିବା ପରି ଲାଗୁଛି।
ମହମ୍ମଦ ସିକନ୍ଦର ଆଲାମ ଓ ତୃପ୍ତି ଘୋଷ ବୋଲିଥିବା ନବଜନ୍ମ (୧୯୬୫) କଥାଚିତ୍ରର ଏହି ଗୀତଟି ବହୁତ ବର୍ଷ ପରେ ଶୁଣିବାକୁ ମିଳିଲା। କିନ୍ତୁ ଲାଗୁଛି, ତୁଳସୀ ଚଉରା ମୂଳେ ସାଙ୍ଗରେ କିଛିଟା ସାମଞ୍ଜସ୍ୟ ରହିଛି।
ପ୍ରଦ୍ୟୁମ୍ନ ସହିତ ବି ସଂଶ୍ଳିଷ୍ଟ ହୋଇପାରେ!
ପରମ୍ପରାଗତ ଜିନିଷ ସବୁ ବିଭିନ୍ନ ସୂତ୍ରରୁ ଆସି ଆଜି ଖେଚେଡ଼ି ଅବସ୍ଥାରେ ଅଛି। ତେଣୁ ମୌଳିକତା ଖୋଜିବା କଷ୍ଟ। ପ୍ରଥମ ସହିତ ଯେ ନିଶ୍ଚୟ ସମ୍ପର୍କ ଅଛି ଏହା ସନ୍ଦେହଜନକ। ବଙ୍ଗଳାରେ ପିନ୍ଧିବାକୁ ପରେ ବୋଲି କୁହାଯାଏ। ସେହିପରି କିଛିରୁ ପୋରୁହାଁ ତିଆରି ହେବା କିଛି ବିଚିତ୍ର ନୁହେଁ।
ଲକ୍ଷ୍ମୀନାରାୟଣ ସାହୁଙ୍କ ବିଷୟରେ ମୁଁ ଆଦୌ କିଛି ଜାଣିନଥିଲି। ପଢ଼ି ତାଙ୍କ ଛବିରୁ ଆମେ ଦେଖିଥିବା ଦାଶରଥୀ ପଟ୍ଟନାୟକଙ୍କ କଥା ମନେ ପଡ଼ିଲା। ନିକଟରେ କଟକର ଜଣେ ସମାଜସେବୀଙ୍କ (ପାନଦୋକାନୀ? ନାଁ ମନେପଡ଼ୁନି!) ପରଲୋକରେ ସମସ୍ତେ ସମବେଦନା ଜ୍ଞାପନ କରିଥିଲେ।
ନୀରବତା ଓ ନିଃସଙ୍ଗତା ଭାଙ୍ଗିବାରେ ସଙ୍ଗୀତର ଭୂମିକା ଅପରିସୀମ। ତାଛଡ଼ା ଭାଷାର ସଂରକ୍ଷଣ ପାଇଁ ଏହାର ଉପଯୋଗିତା ବିଶାଳ। ଅନ୍ଯ ପକ୍ଷରେ ଜରିର ଝାଲେରି ଦେଇ ନୀଡ଼ ଆମ ରଚିବାରେ ଭଳି ଶବ୍ଦବିନ୍ଯାସ କି ପ୍ରକାର ଭାବ ଉଦ୍ରେକ କରିପାରେ ତାହା ନିର୍ଦ୍ଧାରଣ କରିବା କଷ୍ଟକର। ପଦେ କଥା ବା ଲେଖା ମନ କିଣି ନେଇଯାଏ। ମୋ ଘର ଯାଏ ଲାଗିଛି ସ୍ନେହ ଡୋରି।
ଆମ ଘର ପାଖରେ ବୈଶାଳୀ ମେଟ୍ରୋ ଓ ସେଠୁ ଅଳ୍ପ ଦୂରରେ ସାହିବାବାଦ ନମୋ ଭାରତ ଷ୍ଟେସନ। ଆଜି ପ୍ରଥମ କରି ନୂଆ ଟ୍ରେନରେ ଗଲି। ମାତ୍ର ଚାରି ପାଞ୍ଚୋଟି ଷ୍ଟେସନ। ତେଣୁ ଲୋକ ପ୍ରାୟ ନାହାନ୍ତି। ଆଗକୁ କାମ ଚାଲିଛି। ଏପଟେ ନୂଆ ଏୟାରପୋର୍ଟ ପର୍ଯ୍ୟନ୍ତ ମଧ୍ୟ ଲମ୍ବିବ ବୋଲି ଯୋଜନା ହୋଇଗଲାଣି। ଆମେ ଆସିବାର ପଚିଶ ବର୍ଷ ଭିତରେ ଉନ୍ନତିର ବେଗ ବିପୁଳ।
ଝଲମଲ ଗୀତଟିତ ନିଶ୍ଚୟ ଭଲ ହୋଇଛି ଓ ଦୃଶ୍ୟବନ୍ଧର ମାନ ଦକ୍ଷିଣୀ ସ୍ତରକୁ ଛୁଇଁଛି। କିନ୍ତୁ ଝଲମଲ ମନେପକାଇ ଦିଏ ସେଇ ଯେତେ ଶୁଣୁଥିଲେ ନୂଆ ଲାଗୁଥାଇ ଏ ମିଳନ କାହାଣୀ ଆମ ଜୀବନର ଗୀତକୁ। ଆଉ ଗୋଟିଏ ଝଲମଲ ମଧ୍ୟ ଥିଲା ତାର ବହୁ ପୂର୍ବରୁ। ୧୯୫୩ରେ ମୁକ୍ତିଲାଭ କରିଥିବା ଆମରି ଗାଁ ଝୁଅରେ ଦୁଲାଲ ଦାସ ଓ କଲ୍ୟାଣୀ ଦାସ ବୋଲିଥିଲେ ଝଲମଲ ତୋର ସୁଖର।
ବିବର୍ତ୍ତନର ରଥଚକ୍ର ବଳରେ ହିଁ ପରିବର୍ତ୍ତନ ହୋଇଚାଲିଛି ଓ ତାହାର ଗୋଟିଏ ନିର୍ଦ୍ଦିଷ୍ଟ କାରଣ ଓ ଯୋଜନା ରହିଛି। ଅତିମାନସ ଚେତନା ଅବତରଣ କଲେ ହିଂସା, ଦ୍ବେଷ, ଘୃଣା, ଓ ନିର୍ଯ୍ୟାତନା ଆଦି ମନୋଭାବ ସବୁ ଅଚିରେ ରୂପାନ୍ତରିତ ହେବେ। ଶ୍ରୀମା ଶ୍ରୀଅରବିନ୍ଦଙ୍କର ଏହି ଆଶ୍ବାସ ବାଣୀ ମାନବ ସମାଜ ପାଇଁ ମଲମ ସଦୃଶ। ବିଶ୍ବାସ କଲେ କ୍ଷତି ନାହିଁ।
ମନେକରନ୍ତୁ ପ୍ରେମ ତ୍ରିକୋଣ କଥା ଆସିଲା। କେଉଁ କେଉଁ କଥାଚିତ୍ରରେ ତାହା କିପରି ଚିତ୍ରିତ ହୋଇଛି ତାହା ଦର୍ଶକ ମାନଙ୍କପାଇଁ ବେଶୀ ଆକର୍ଷଣୀୟ ହେବ। ନହେଲେ ଶୁଖିଲା ତଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଟିଭିରେ ସଫଳ ହେବନାହିଁ। ସୂର୍ଯ୍ୟବାବୁଙ୍କର ମାନସମ୍ମାନ ବଢ଼ିଛି କିନ୍ତୁ ତାଙ୍କ ଲେଖା ଓ ଏହି ନୂଆକାମରେ ଏକପ୍ରକାର ଏକଛତ୍ରବାଦୀତା ମଧ୍ୟ ବଢ଼ିଛି।