Saturday 13 July 2024

ଚକ ଭଳି ଗୋଲ ଗୋଲ ସୁନ୍ଦର ଓଡ଼ିଆ ଲିପି

 ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ।  ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ।

ଓଡ଼ିଆ ଓଳିଆ: ହେ ବିନ୍ଦୁ ବିଦାୟ

odiaolia.blogspot.com/2023/12/blog-p

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ। ତୁଷାରନାଥ ମହାପାତ୍ର, ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ୍, ଗାଜିଆବାଦ - ୨୦୧୦୧୪ ଉତ୍ତର ପ୍ରଦେଶ ଫୋନ୍: ୯୬୫୦୦-୬୫୬୩୬

ଏତେ ବର୍ଷ ପରେ ଆଜି ମିଳିଲା ଆମ ପିଲାଦିନର ଏକ ମଧୁର ସ୍ମୃତି। ପ୍ରକାଶ ଥାଉକି ବଙ୍ଗଳା ଗୀତ ଆମି ଚେୟେ ଚେୟେ ସଙ୍ଗେ କିଛିଟା ସାମଞ୍ଜସ୍ୟ ରହିଛି।

ସାତରଙ୍ଗ ଆଲବମଟି ଶୁଣୁଛି। ଚାରି ବର୍ଷ ତଳେ ଅପଲୋଡ଼ ହୋଇଥିବା ପ୍ରଦୀପ ଜାଳନା ଗୀତଟିର ନିଘା ସଙ୍ଖ୍ଯା ମାତ୍ର ୨୮ ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଓଡ଼ିଆର ମୁକ୍ତାସବୁ ଏମିତି ଛିନ୍ନଛତ୍ର ହୋଇ କିଏ କୁଆଡ଼େ ପଡ଼ି ରହିଛନ୍ତି ଏହା ଦୁଃଖର ବିଷୟ। ସାକ୍ଷାତକାର ଦୃଶ୍ୟବନ୍ଧ ଗୁଡ଼ିକରେ ମଧ୍ୟ ଅନେକ ତଥ୍ୟ ଗଚ୍ଛିତ ରହୁଛି ଯାହା ପଢ଼ିବା ପାଇଁ ମିଳୁନାହିଁ।

ଆଗୋ ବନହଂସୀର ନୂପୁର ବଜାଇ କିଏ ସାଙ୍ଗରେ ବହୁତ ସାମଞ୍ଜସ୍ଯ ରହିଛି କିନ୍ତୁ ରେଡ଼ିଓରେ ବାଜୁଥିବା ସଂସ୍କରଣ ବୋଧେ ଅଲଗା ଥିଲା। @AIRCuttack ତରଫରୁ ଯଦି ତାଙ୍କ ଭଣ୍ଡାରରେ ଥିବା ପୁରୁଣା ଗୀତର ସମ୍ଭାରକୁ ୟୁଟ୍ୟୁବରେ ବିତରିତ କରିବା ପାଇଁ ନିଷ୍ପତ୍ତି ହୁଅନ୍ତା ତା ହୁଏତ ମୋ ବୃଦ୍ଧାବସ୍ଥାର ଭାରକୁ ଲାଘବ କରନ୍ତା।

ଆଜି ପ୍ରୀତି ବାସର ଗୀତଟିର ୟୂହୀଁ ତୁମ ମୁଝସେ ବାତ କରତୀ ହୋ ସହିତ କିଛି ମାତ୍ରାରେ ସାମଞ୍ଜସ୍ୟ ଥିଲା ଭଳି ଲାଗିଲା।

m.youtube.com/watch?v=LMBegi

ପ୍ରତିମା ନାୟକଙ୍କଠୁଁ ଅଳକା ସାନ୍ୟାଲ

ବନଲତା ସେନ କିମ୍ବା ନୀଲାଞ୍ଜନା

ରୋଜି ମ୍ଯାଡାମ ଓ ଚନ୍ଦ୍ରମଲ୍ଲୀ

ରଙ୍ଗବତୀ ହେଉ ଅବା ଚନ୍ଦ୍ରକଳା

ଭିନ୍ନ ଭିନ୍ନ ଯୁଗ ଆଉ ଜାଗାର ବର୍ଣ୍ଣନା

ମନର ବିଭିନ୍ନ ସ୍ଥିତି ଶରୀର ଚିତ୍ରଣ

ଜଣକୁ ହିଁ ଆଖି ରଖି ଏ ଅବତାରଣା

ଯେ କୌଣସି ନାରୀଙ୍କୁ ବି ସେଠି ଖଞ୍ଜିହେବ

ପରିଚୟ ଅଟେ ପ୍ରହେଳିକା

ସତ ସିନା ଏକା ଅନାମିକା।

ରାଜନୀତିରେ ଯୋଗଦେଇ ନିର୍ବାଚନ କ୍ରୀଡାଙ୍ଗନରେ ନିଜର ଭାଗ୍ୟପରୀକ୍ଷା କରାଇନେବାର ଗଣତାନ୍ତ୍ରିକ ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ କିଛିଲୋକଙ୍କୁ କିଛିବର୍ଷ ପାଇଁ ବୋକା ପ୍ରମାଣିତ କରିବାରେ ସମର୍ଥ ହେଲାପରେ ସବୁ ଲୋକଙ୍କୁ ସବୁକାଳ ଲାଗି ବୋକା ବୋଲି ଭାବିନେବାଟା କଳ୍ପନା ବିଳାସ। ଅଣଓଡ଼ିଆ ମାନଙ୍କୁ ପ୍ରତ୍ଯାଖ୍ଯାନ କରାଯାଉ ବୋଲି ମୋର ମତ।

ଜାତି ଓ ବର୍ଗ ମଧ୍ୟରେ ସନ୍ତୁଳନ ରକ୍ଷା ଉପଲକ୍ଷେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ପ୍ରଦାନ କରିବାର ଭାର ଓଡ଼ିଶା ଉପରେ ନ୍ୟସ୍ତ କରିବା ପାଇଁ ଭାଜପା ବଦ୍ଧ ପରିକର। କିନ୍ତୁ ହାରିବାର ଭୟ ଯୋଗୁ କେହି ବିଶେଷ ଆଗ୍ରହୀ ହେବାର ଦେଖିବାକୁ ମିଳୁନାହିଁ।

ପ୍ରଣବ ପଟ୍ଟନାୟକଙ୍କର ହୁଡ଼ରୁ ବାଈ ଗୋଟିଏ ଭଲ ପଲ୍ଲୀସ୍ଵର ଗୀତ। କଲ୍ୟାଣୀ ଭଟ୍ଟାଚାର୍ଯ୍ୟଙ୍କ ସହିତ ତାଙ୍କର ବାଉଁଶ ରାଣୀ ଗୀତଟି ମଧ୍ୟ ସେହି ଶ୍ରେଣୀର। ତୃତୀୟ ଗୀତଟି ହେଲା ଏ ମୋ ଫୁଲ ଚାଙ୍ଗୁଡ଼ି। ଚାରି ନମ୍ବରରେ ଏ ଗୋରୀ ଚାଲ ଆମେ ପଳେଇ ଯିବା ସହର। ଆଉବି ଥାଇପାରେ କିନ୍ତୁ ମୁଁ ଜାଣିନି କି ୟୁଟ୍ୟୁବରେ ନାହିଁ।

m.youtube.com/watch?v=imp5Kb

ତିନିଶହ ପୃଷ୍ଠାର ଏହି ବହିଟିରେ ୨୪୨୯ ଜଣ ଲେଖକଙ୍କର ବିବରଣୀ ଦେଖି ମୁଁ ଆଶ୍ଚର୍ଯ୍ୟ। ସତରେ ଓଡ଼ିଆ ସାହିତ୍ୟ କେଡ଼େ ବିଶାଳ ଆଉ ଆମମାନଙ୍କର ଜାଣିବାର ପରିସର କେତେ କ୍ଷୁଦ୍ର!

["ଓଡ଼ିଆ ଲେଖକ ପରିଚୟ (ଭାଗ ୨) (ଆଧୁନିକ ଭାଗ: ୧୮୫୦ ମସିହା ପରବର୍ତ୍ତୀ)" ୨୦୦୪ ମସିହାରେ ପ୍ରକାଶିତ ଏକ ଓଡ଼ିଆ ଜୀବନୀ ପୁସ୍ତକ ।] -ଆର୍କାଇଭ.ଅର୍ଗ

ଓ୍ବେବସାଇଟରୁ ଲାଇଭ ଟିଭି ଦେଖି ହେଉଛି।

ସମୟର ଚକ ବୁଲୁଛି ଓ ତାରିଭିତରେ କରଣୀ ଲେଖାରୁ ଚକ ଭଳି ଗୋଲ ଗୋଲ ଯେଉଁ ସୁନ୍ଦର ଓଡ଼ିଆ ଲିପିର ଉଦ୍ଭବ ହୋଇଛି ତାହା ଏକ ବିରାଟ ଆଶୀର୍ବାଦ। ଦିନେ ଏହି ଲିପି ନିଶ୍ଚୟ ସମଗ୍ର ବିଶ୍ବ ଅଧିକାର କରିବ ଓ ଓଡ଼ିଆ ଭାଷାକୁ ସର୍ବତ୍ର ସମ୍ମାନ ମିଳିବ। ହଜାର ହଜାର ଋଷିପ୍ରତିମ ଲୋକଙ୍କର ଜୀବନବ୍ୟାପୀ ସାହିତ୍ୟ ସାଧନା ଏବଂ ଅଭୀପ୍ସା କେବେ ବିଫଳ ହେବନାହିଁ।

ଯଦି ପଢ଼ି ନଥିବେ, ତେବେ କାଫକାଙ୍କର ଦ ଟ୍ରାଏଲ ଉପନ୍ୟାସଟି ନିଶ୍ଚୟ ପଢ଼ିବେ।

ଉତ୍କର୍ଷ ଜୀବନ କିଭଳି ହେବା ଉଚିତ ବା ଉନ୍ନତିର ଯଥାର୍ଥ ସଂଜ୍ଞା କଣ ତାହା ଏପର୍ଯ୍ୟନ୍ତ ଠିକ ଭାବେ ସ୍ଥିରୀକୃତ ହୋଇପାରିନାହିଁ। ସ୍ଥାନ-କାଳ-ପାତ୍ରର ବିଭେଦତା ନେଇ ବିଭିନ୍ନ ମତବାଦ ସୃଷ୍ଟି ହେବା ସ୍ୱାଭାବିକ। ଏହି ପରିପ୍ରେକ୍ଷୀରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଶିକ୍ଷା ଅନୁଧ୍ୟାନ ସାପେକ୍ଷ। ରାଜନୈତିକ ଦଳମାନଙ୍କର ଦିଗଦର୍ଶନ ଛଡ଼ା କିଛି ଅଛି।

ଷାଠିଏ ଦଶକର କଥାଚିତ୍ର, କଥାଚିତ୍ର ଗୀତ, ଓ ଆକାଶବାଣୀର ଗୀତ ସବୁ କିପରି ଇଣ୍ଟରନେଟ ଜରିଆରେ ସବୁଜାଗାରେ ତଥା ସମସ୍ତଙ୍କ ହାତପାଆନ୍ତାରେ ପହଞ୍ଚିପାରିବ ସେଥିପାଇଁ ପଦକ୍ଷେପ ନିଆଗଲେ ତାହା ଏକ ସ୍ଥାୟୀ ଓ ଦୀର୍ଘମିଆଦି ଲାଭଦାୟକ ବ୍ୟବସ୍ଥା ହୁଅନ୍ତା। ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହା ଅତ୍ଯାବଶ୍ଯକ।

ଆଉ ଗୋଟିଏ ଗଳ୍ପ ବହି ଥିଲା ସଭ୍ୟତାର ସାଜ। ଲେଖକଙ୍କ ନାଆଁ ଠିକ ମନେ ନାହିଁ। ଟାଇପ ଫୋର ଗଳ୍ପଟିରେ କେମିତି କଟକ ଛାଡ଼ି ଭୁବନେଶ୍ବର କ୍ବାର୍ଟରରେ ରହିଲେ ହଟହଟା ହେବାକୁ ପଡ଼େ ତାର ବର୍ଣ୍ଣନା।

ପ୍ରାଚୀନ କାବ୍ୟ କବିତାର ପ୍ରଭାବ କବଳରୁ ମୁକ୍ତ ହୋଇ ଆଧୁନିକ ସାହିତ୍ୟ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ବହୁତ ବର୍ଷ ଲାଗିଗଲା କିନ୍ତୁ ରେଡ଼ିଓ ଗୀତ, ରେକର୍ଡ଼ ଗୀତ, ଓ କଥାଚିତ୍ର ଗୀତ ଆଜିଯାଏ ସାହିତ୍ୟ ପଦବାଚ୍ୟ ହୋଇପାରିଲା ନାହିଁ। ଯେଉଁ ସବୁ ଗୀତ ଅତୀବ ଲୋକପ୍ରିୟ ଓ ଜନମାନସରେ ଅମର ହୋଇ ରହିଛି ସେଗୁଡ଼ିକୁ ଯଥାର୍ଥ ସମ୍ମାନ ନମିଳିବା ଭୁଲ।

ଶ୍ଯାମାନୁଜ ବାବୁଙ୍କ ପରଲୋକ ଖବର ଆଜି ପଢ଼ି ବିଶ୍ବାସ କରିପାରୁନାହିଁ। ଏଭଳି ଏକ ବିରାଟ ପ୍ରତିଭା ଆଖିଆଗରୁ ହଠାତ୍ ଏମିତି ଉଭେଇଯିବ ଏକଥା ଗ୍ରହଣ କରିବାକୁ ମନ ଆଦୌ ସ୍ବୀକାର କରୁନାହିଁ। ମୋ ସହିତ ଏଇଠି ବହୁତ ମତ ବିନିମୟ ଓ ଯୁକ୍ତିତର୍କ ହୋଇଛି। ଦିଲ୍ଲୀରେ ଥରେ ମାତ୍ର ସାକ୍ଷାତ ହୋଇଥିଲା। ଓଡ଼ିଆ ଗୀତ ଓ ସାହିତ୍ୟ ପାଇଁ ତାଙ୍କର ପ୍ରେମ ଅତୁଟ।

କଥା ପରଦାର ଦେଖିଲି। ଲଳିତା ଉପରେ ଅନେକ କଥା। କିନ୍ତୁ ଏତିକିରେ କଣ ମନ ବୁଝେ? ଯୋଗକୁ ନିକଟରେ ଛବିଟି ଦେଖିଥିଲି। ଲଳିତାଙ୍କ ବାପାଙ୍କ ଅଭିନୟ ସବୁଠାରୁ ଭଲ ଲାଗିଥିଲା। ତେଣୁ ଗୋଟିଏ କଥାଚିତ୍ରକୁ ନେଇ ଏକାଧିକ କାର୍ଯ୍ୟକ୍ରମ ହୋଇପାରିବାର ସମ୍ଭାବନା ରହିଛି। ଗୀତଗୁଡ଼ିକୁ ଟିକେ ଅଧିକ ସମୟ ମିଳିଲେ ରସାନୁଭୂତି ବଢ଼ନ୍ତା। ଧନ୍ୟବାଦ।

ମୋର ଅଡ଼ଷଠି ବର୍ଷର ଜୀବନକାଳ ମଧ୍ୟରେ ଓଡ଼ିଶାର ଉନ୍ନତି ଦୃଷ୍ଟିକୋଣରୁ ବୋଧହୁଏ ସବୁଠାରୁ ବଡ଼ ଐତିହାସିକ ଦିନ। ଏପରି ଏକ କାର୍ଯ୍ୟ ଯେ ସମ୍ଭବ ହୋଇପାରିଲା ତାହାହିଁ ଅଲୌକିକ ଘଟଣା ପରି ବୋଧ ହେଉଛି। ଏହିଥିରୁ ପ୍ରମାଣିତ ହେଉଛି ଯେ ଶାସକ ଚାହିଁଲେ ଓଡ଼ିଶାରେ କଣ ନହୋଇପାରିବ। କିନ୍ତୁ ବିଗତ ଚବିଶ ବର୍ଷର ଅକ୍ଷମଣୀୟ ଅବହେଳା ନିମନ୍ତେ ଦୋଷୀ କିଏ?

ମୁଁ ୧୯୮୮ ମସିହାରୁ ଓଡ଼ିଶା ଛାଡ଼ିଛି ଓ ଏହା ଭିତରେ ଓଡ଼ିଆ ଭାଷାର ଅନେକ ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ, ସରକାରୀ ପୃଷ୍ଠପୋଷକତାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଥିବା ମୋ ପାଇଁ ଗଭୀର ଆନନ୍ଦ ଓ ଗର୍ବର ବିଷୟ। ଓଡ଼ିଆ ଲିପିର ବହୁଳ ପ୍ରଚାର ଓ ପ୍ରସାର ହେଉ, ଏହା ମୋର ଆନ୍ତରିକ ଇଚ୍ଛା। ପୁରୁଣା ଗୀତର ମଧ୍ୟ।

ସାଧୁ ମେହେର ବତୀଘର କଥାଚିତ୍ରରେ ଭଲ ଅଭିନୟ କରିଥିବା କଥା ମୋ ଡାଇରୀରେ ଉଲ୍ଲେଖ ରହିଛି (୬-୪-୭୬)।

https://x.com/NathTusar/status/1753446853289615402?t=EJCTFuamdYOeh3iYx3n7Gg&s=19

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

 ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ସବୁ ଓଡ଼ିଆମାନଙ୍କୁ ଶୁଭେଚ୍ଛା। ଏପରି ଏକ ପଦକ୍ଷେପ ଯେ ମୋ ଜୀବନକାଳ ମଧ୍ୟରେ ସମ୍ଭବ ହୋଇଛି ଏହା ଦେଖି ବହୁତ ଖୁସି ଲାଗୁଛି। କାରଣ ମା ବାପ ନ ଥିଲା ଭଳିଆ ଓଡ଼ିଆ ପାଇଁ ସବୁ ଆଶା ଯେତେବେଳେ ଲୋପ ପାଇ ଯାଉଥିଲା ସେତେବେଳେ ସରକାର କିଛି କରିବାକୁ ସଙ୍କଳ୍ପ ନେଇଛନ୍ତି ଏହା ବିରାଟ ଆଶ୍ବାସନାର କଥା।

ତିନି ଦିନ ରଜ ପରି ମନେ ହେଉଛି। କିଏ ସମ୍ମାନ ବା ନିମନ୍ତ୍ରଣ ପାଇଲା ନପାଇଲା କିମ୍ବା ମଞ୍ଚର ଛୋଟ ମୋଟ ଭୁଲ ଭଟକା ବଡ଼ କଥା ନୁହେଁ। ରାଜନୀତିର ମଙ୍ଗ ମୋଡ଼ିବା ସମୟ ବା ବିଷୟ ମଧ୍ୟ ନୁହେଁ। ୧୯୩୬ ମସିହା ପରେ ପ୍ରଥମ ଥର ପାଇଁ ଏପରି ଏକ ସୁଯୋଗ ଉପସ୍ଥିତ ହୋଇଛି ଯେତେବେଳେ ଏଆଇ ଆସି କବାଟ ଠକ ଠକ କଲାଣି। ଶ୍ଯାମାନୁଜ ବାବୁଙ୍କ କଥା ମନେ ପଡ଼ୁଛି।

ଭାଷା ଉତ୍ସବରେ ଭାଷାକୁ ହିଁ ପ୍ରାଧାନ୍ୟ ମିଳୁ। ଭାଷା ସହିତ ଅନେକ ବିବିଧତା ଜୋଡ଼ି ହୋଇ ରହିଛି। ସେସବୁ ପ୍ରତି ଦୃଷ୍ଟି ଦିଆଯିବା ଦରକାର। କିନ୍ତୁ ଇତିହାସ, ସଂସ୍କୃତି, କିମ୍ବା ଧର୍ମ ଆଦି ବିଷୟ ପଶିଗଲେ ଜିନିଷଟା ଗୋଳମାଳିଆ ହୋଇଯିବ। ତାଛଡ଼ା ପୁରାତନ ସାହିତ୍ୟ ଅପେକ୍ଷା ସ୍ବାଧୀନତା ପରବର୍ତ୍ତୀ କାଳର ସୃଜନଶୀଳତା ଉପରେ ଆଲୋକପାତ ହେବା ଉଚିତ।

କାନ୍ତକବିଙ୍କୁ ତ ଯଥେଷ୍ଟ ପ୍ରଚାର ମିଳିଲା। ତାଙ୍କ ଭଉଣୀ କୁମୁଦିନୀ ଦେବୀ ହେଉଛନ୍ତି ଓଡ଼ିଶାର ରେକର୍ଡ଼ରେ ଗାଇଥିବା ପ୍ରଥମ ମହିଳା କଣ୍ଠଶିଳ୍ପୀ।

ଦୂରରେ ରହି ମଧ୍ୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଭାବ ମୁଁ ଅନୁଭବ କରୁଛି। ଏପରି ଏକ ଅଭୂତପୂର୍ବ ପଦକ୍ଷେପ ପଛରେ ଯେତେ ଯୋଜନା, ଯେତେ ଉଦ୍ୟମ, ତଥା ଯେତେ ସ୍ବପ୍ନ ରହିଛି, ସେ ସବୁକୁ ପ୍ରଶଂସା କରୁଛି ଓ କୃତଜ୍ଞତା ଜ୍ଞାପନ କରୁଛି। ଏତେ ବର୍ଷ ପରେ ମନେହେଲା ଯେ ଓଡ଼ିଆ ଅନାଥ ନୁହେଁ। କଳାଧଳା କଥାଚିତ୍ର ଗୀତ ଦେଖିବାର ଆଶା ବଢ଼ିଲା।

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆଜି ଶେଷ ଦିବସ। ଓଡ଼ିଶା ମାଟିରେ ଓଡ଼ିଆ ଭାଷାର ଏହି ସ୍ତରର ଆଦର ପ୍ରକଟ ଓ ନିରାଜନା ପ୍ରଥମ ଥର ପାଇଁ ଘଟିଲା। ଗୋଟିଏ ଭଲ ମୂଳଦୁଆ ମଡ଼ା ହେଲା। ଏହା ଉପରେ ଆଗକୁ ଅନେକ କିଛି କରାଯାଇପାରିବ। ଓଡ଼ିଆକୁ ନେଇ ହୀନମନ୍ୟତା ରହିବ ନାହିଁ। ଅକ୍ଷୟ ମହାନ୍ତି ଓ ପ୍ରଣବ ପଟ୍ଟନାୟକଙ୍କ ଗୀତ ସାରା ପୃଥିବୀ ଶୁଣିବ।

ସମୟ ଚକ୍ରରେ ଭାଷା ବଦଳୁଛି। କିଶୋର କିଶୋରୀମାନଙ୍କର ସ୍ବାଦ ମଧ୍ୟ ପରିବର୍ତ୍ତିତ ହେଉଛି। ତେଣୁ ବାଧ୍ୟବାଧକତା ଦ୍ବାରା ଯେ ସବୁକିଛି ସମ୍ଭବ ଏହାର କୌଣସି ସଠିକତା ନାହିଁ। ତଥାପି ଏ ପ୍ରକାର କାର୍ଯ୍ୟକ୍ରମ ଅନେକ ଲୋକଙ୍କ ପାଇଁ ଏକ ସଙ୍କଳ୍ପବଦ୍ଧ ହେବାର ଲକ୍ଷଣ। ଓଡ଼ିଆପ୍ରୀତି ସମସ୍ତଙ୍କ ଭିତରେ ରହିଛି। ଓଡ଼ିଆ ଗୀତର ଚାହିଦା ମଧ୍ୟ ବଢ଼ିଚାଲିଛି।

ମରାଠୀ, ହିନ୍ଦୀ, ଓ ଇଂରାଜୀରେ ଅମ୍ବେଡ଼କର ଲେଖାଯାଏ। ସରକାର ଯଦି ସେହି ବନାନଟି ପ୍ରୟୋଗ କରନ୍ତେ ତାହେଲେ ଓଡ଼ିଆର ଅପଭ୍ରଷ୍ଟ ଆମ୍ବେଦକର ଲୋପ ପାଆନ୍ତା। ତେନ୍ଦୁଲକର ଜାଗାରେ ସେମିତି ତେଣ୍ଡୁଲକର ହେବାକଥା।

ଓଡ଼ିଆ ଭାଷାକୁ ଭଲପାଇବା ସାଙ୍ଗେସାଙ୍ଗେ ଜଣେ ଭଲ ଓଡ଼ିଆ ଲୋକ ହେବାବି ଏକ ମସ୍ତବଡ଼ ଆହ୍ବାନ। ଏଥିପାଇଁ ଯଥାର୍ଥ ଜ୍ଞାନ ଆହରଣ କରିବା ବ୍ୟତୀତ ସୁସ୍ଥ ରାଜନୈତିକ ଆଦର୍ଶ ଅନୁସରଣ କରିବା ନିହାତି ଆବଶ୍ୟକ। ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଅନେକ ପ୍ରକାରର ଭୁଲ ଦିଗଦର୍ଶନ ପରିବେଷଣ କରାଯାଉଥିବାରୁ ନିଜ ଚେଷ୍ଟାରେ ଭଲ ବାଟ ଆବିଷ୍କାର କରିବାକୁ ହେବ।

ବିଭିନ୍ନ ରାଜନୈତିକ ଦଳମାନେ ଯାହା ପ୍ରଚାର କରୁଛନ୍ତି ତାହା ମଧ୍ୟରେ ବିବାଦ ରହଛି। ନ୍ଯସ୍ତସ୍ବାର୍ଥ ଗୋଷ୍ଠୀ ଯାହା ସବୁ ଅନୁମୋଦନ କରୁଛନ୍ତି ତାକୁ ମଧ୍ଯ ଗ୍ରହଣ କରିବାଟା ଯଥାର୍ଥ ନୁହେଁ। ଦୁର୍ଭାଗ୍ୟର ବିଷୟ ଯେ ସେମାନଙ୍କ ମଧ୍ୟରେ ଅନେକ ବଡ଼ ବଡ଼ ଅଭିଜ୍ଞ ତଥା ପାରଦର୍ଶିତା ଲାଭ କରିଥିବା ବ୍ଯକ୍ତି ଅଛନ୍ତି। ତେଣୁ ସାମାଜିକ ଆଚରଣରେ ବିଭ୍ରାଟ।

ପୁରୁଣା କଥାଚିତ୍ର ଗୁଡ଼ିକର ଗୀତ ସବୁର ଭିଡ଼ିଓ ୟୁଟ୍ୟୁବରେ ଦେଖିବାକୁ ମିଳୁନାହିଁ। ହେଲେ କେହି ଏ ବିଷୟରେ ମତାମତ ପ୍ରକାଶ କରୁନାହାନ୍ତି। ଗଲା ଭାଷା ସମ୍ମିଳନୀରେ ଏହା ଉପରେ କିଛି ଆଲୋଚନା ହୋଇଛି କି ନାହିଁ ଜଣାନାହିଁ। ଯେଉଁ କଥାଚିତ୍ର ଗୁଡ଼ିକର ପୁନରୁଦ୍ଧାର ହୋଇଛି ସେଗୁଡ଼ିକ କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ତାର ସୁବିଧା କରାଯାଉ।

ଏହାର ସମାଧାନ ଦିଗରେ କିଛି ମତାମତ ଦିଅନ୍ତୁ। ସରକାରଙ୍କ ବ୍ୟତୀତ ସାଧାରଣ ଲୋକଙ୍କ ଚେଷ୍ଟା ଦ୍ବାରା ମଧ୍ଯ କିଛି ପଦକ୍ଷେପ ନିଆଯାଇପାରିବ।

ଗୋଟିଏ ଛୋଟ ନିୟମ ମାନିଲେ ବହୁ ସମସ୍ୟାର ସମାଧାନ ହୋଇଯିବ। କୌଣସି ଅଣଓଡ଼ିଆ ନେତାଙ୍କୁ ସମ୍ମାନ ବା ସମର୍ଥନ ଦେବାନାହିଁ। ଯାହାଙ୍କର ବାପା, ମା, ସ୍ବାମୀ, କିମ୍ବା ସ୍ତ୍ରୀ ଅଣଓଡ଼ିଆ ତାଙ୍କୁ ମଧ୍ୟ ସେହି ଶ୍ରେଣୀ ଅନ୍ତର୍ଭୁକ୍ତ କରାଯିବ। ଅଣଓଡ଼ିଆ ବକ୍ତା ମାନଙ୍କୁ ସଭାସମିତିକୁ ଡାକିବାନାହିଁ କି ତାଙ୍କୁ ଦେଖି ଆନନ୍ଦରେ ଗଦ୍ ଗଦ୍ ହୋଇଯିବାନି।

ସାବିତ୍ରୀ ଇରା ପାର୍ଟିର ଟିକେଟ୍ ବାଣ୍ଟିବା ବ୍ୟବସ୍ଥା ନାହିଁ। ଯେ କୌଣସି ବ୍ୟକ୍ତି ସ୍ଥାନୀୟ ସମର୍ଥନ ଯୋଗାଡ଼ କରି ନିର୍ବାଚନ ଲଢ଼ି ପାରିବେ। ଓଡ଼ିଶାରେ ଗଣତନ୍ତ୍ରର ପୁନର୍ପ୍ରତିଷ୍ଠା ସକାଶେ ଜନସାଧାରଣଙ୍କୁ ଏକ ରାଜନୈତିକ ବିକଳ୍ପ ପ୍ରଦାନ କରିବା ଆମର ଲକ୍ଷ୍ୟ। ତାଛଡ଼ା, ଅଣଓଡ଼ିଆ ମାନଙ୍କର ଆଧିପତ୍ୟକୁ ପ୍ରତିରୋଧ କରିବା ମଧ୍ୟ ସମୟର ଡାକ।

ବହୁ ବଡ଼ ବଡ଼ ନେତାଙ୍କୁ କେନ୍ଦ୍ର କରି ବିଭିନ୍ନ ଦଳସବୁ ଭୋଟ ମାଗୁଛନ୍ତି କିନ୍ତୁ ଶ୍ରୀଅରବିନ୍ଦଙ୍କର ଆଦର୍ଶକୁ ଭିତ୍ତିକରି ଏ ପର୍ଯ୍ୟନ୍ତ ରାଜନୀତି ହୋଇନାହିଁ। ଯେଉଁମାନେ ଶୁଭେଚ୍ଛା, ନୈତିକତା, ତଥା ଯଥାର୍ଥ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଶ୍ୱାସ କରନ୍ତି, ସେମାନଙ୍କୁ ସାବିତ୍ରୀ ଇରା ପାର୍ଟିର ଅଂଶବିଶେଷ ହେବାପାଇଁ ନିମନ୍ତ୍ରଣ ଜଣାଉଛି।

ବହୁତ ଧନ୍ୟବାଦ। ଆପଣ ନିଜପାଇଁ କୌଣସି ଏକ ପଦବୀ ସ୍ଥିର କରି ତଦନୁସାରେ କାର୍ଯ୍ୟ ଆରମ୍ଭ କରନ୍ତୁ।

ସାବିତ୍ରୀ ଇରା ପାର୍ଟି

ଶୁଭେଚ୍ଛା, ନୈତିକତା, ତଥା ଯଥାର୍ଥ ଗଣତାନ୍ତ୍ରିକ ମୂଲ୍ୟବୋଧ

ଓଡ଼ିଶାରେ ଗଣତନ୍ତ୍ରର ପୁନର୍ପ୍ରତିଷ୍ଠା ସକାଶେ ଜନସାଧାରଣଙ୍କୁ ଏକ ରାଜନୈତିକ ବିକଳ୍ପ ପ୍ରଦାନ କରିବା

ଓଡ଼ିଆ ଭାଷାର ସଂରକ୍ଷଣ ଏବଂ ରାଜନୀତିରେ ଅଣଓଡ଼ିଆ ମାନଙ୍କର ଆଧିପତ୍ୟକୁ ପ୍ରତିରୋଧ କରିବା

ସମୟ କ୍ରମେ ହେବ।

ଶ୍ରୀଅରବିନ୍ଦ ସଂଗଠନର ଓଡ଼ିଶା ମୁଖ୍ୟ ଗଦାଧର ମିଶ୍ରଙ୍କ ପରଲୋକ dharitri.com/?p=624588

ଓଡ଼ିଆ ହିସାବରେ ମୁଖ୍ୟ କର୍ତ୍ତବ୍ୟ ହେଉଛି ଅଣଓଡ଼ିଆ ନେତାମାନଙ୍କୁ ସମ୍ମାନ ବା ସମର୍ଥନ ନଦେଇ ସ୍ବାଧୀନ ଓଡ଼ିଆ ପ୍ରାର୍ଥୀ ମାନଙ୍କୁ ଜିତାଇବା। ଗଣତନ୍ତ୍ର କେବଳ ରାଜନୈତିକ ଦଳମାନଙ୍କର କ୍ରୀଡ଼ାଭୂମି ନୁହେଁ। ସାଧାରଣ ଲୋକଙ୍କର ମଧ୍ୟ ସମାନ ଅଧିକାର ରହିଛି। ତେଲିଆ ମୁଣ୍ଡରେ ତେଲ ନଢ଼ାଳି, ପ୍ରକୃତ ସମାଜସେବୀ ମାନଙ୍କୁ ଭୋଟ ଦେଲେ, ଧାରା ବଦଳିବ।

କେବଳ ପୁରୁଣା କଥାକୁ ନେଇ ଭାବିବା ବା ପୁରୁଣା ଲୋକଙ୍କୁ ମନେପକାଇବା କଣ ସବୁକିଛି? ଆଜିର ଓଡ଼ିଆ କାହାକୁ ନେଇ ସନ୍ତୋଷ ଅନୁଭବ କରିବ ବା ଗର୍ବ କରିବ? ଓଡ଼ିଆ କହିଲେ ଯଦି କେବଳ ଗୋଟାଏ ସାଂସ୍କୃତିକ ଶିକୁଳିର ବୋଝ ମନକୁ ଭାରାକ୍ରାନ୍ତ କରେ ତାହେଲେ ତାହା କେତେଦୂର ଯୁକ୍ତିଯୁକ୍ତ? ଏ ଶତାବ୍ଦୀରେ ଜନ୍ମ ନେଇଥିବା ପିଲାମାନେ ନେତୃତ୍ୱ ନିଅନ୍ତୁ।

ମରଠା ଶାସନର ନିର୍ଯ୍ୟାତନା ଏବେବି ଓଡ଼ିଆ ମାନଙ୍କର ଜନମାନସରୁ ବିସ୍ମୃତ ହୋଇନାହିଁ। ପୁଣି ଥରେ ଓଡ଼ିଶାକୁ ଗୁଜୁରାଟୀ ମାନଙ୍କ ହାତରେ ଟେକିଦେବା କେତେଦୂର ଯୁକ୍ତିଯୁକ୍ତ? ନିଜର ସ୍ବାଧୀନତା ଓ ସ୍ବାଭିମାନକୁ ଜାଣିଶୁଣି ଜଳାଞ୍ଜଳି ଦେବା କୋଉ ବୁଦ୍ଧିମାନର କାର୍ଯ୍ୟ? ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତିଙ୍କର ଆତ୍ମମନ୍ଥନ କରିବାର ଆବଶ୍ୟକତା ରହିଛି।

ଧର୍ମ ଭିତ୍ତିକ ପ୍ରତୀକ ପାଇଁ ମୋର ପ୍ରତିବାଦ।

ଶ୍ରୀଅରବିନ୍ଦ ବେଦର ନୂତନ ବ୍ଯାଖ୍ଯା ପ୍ରଣୟନ କରି ଜଣାଇଲେ ଯେ ଉପରଠାଉରିଆ ରୀତିନୀତି ପଛରେ ରହିଛି ଚେତନା ସ୍ତରରେ ଆସ୍ପୃହା କରିବାର ଆହ୍ବାନ। ତେଣୁ ସାଧାରଣ ଭାବରେ ଆନନ୍ଦ ଉତ୍ସବର ଯେଉଁ ସାମାଜିକ ପ୍ରଥା ସବୁ ଘତରେ ପଡ଼ିଯାଇଛି ସେସବୁର ପୁନର୍ନିରୀକ୍ଷଣ ଦ୍ବାରା ଯଥାର୍ଥ ତାତ୍ପର୍ଯ୍ୟ ହୃଦୟଙ୍ଗମ କରିହେବ। ଶ୍ରୀମାଙ୍କର ବାଣୀସବୁ ଶିକ୍ଷାପ୍ରଦ।

ଓଡ଼ିଆ ସସ୍କୃତିର ବହୁଳ ଅଂଶ ଯେ କପୋଳକଳ୍ପିତ, ଏହା ପ୍ରତିପାଦିତ ହୋଇଛି।

ଗୁଗଲ ମାନଚିତ୍ରଙ୍କ ସୌଜନ୍ୟରୁ ଆମ ଗାଁର ଛବି। ସାଇଲୋ ଝାରପଡ଼ା, ଜିଲ୍ଲା କଟକ।ଦଶ ବର୍ଷ ତଳେ ଯାଇଥିଲି। ପିଲାଦିନ ଏଇଠି କଟିଛି। ସେତେବେଳେ ଚାଳଘର ଥିଲା। ଦୋଳରେ କେତେ କଣ ହେଉଥିଲା।

ଓଡ଼ିଆରେ ବୋଧହୁଏ ସବୁଠାରୁ ଭଲ ହୋଲି ଗୀତ ଅଥଚ କାଇଁ ବେଶି ଲୋକ ଶୁଣିଲା ଭଳିଆ ଲାଗୁନି! Holi Asichi ଶବ୍ବିର କୁମାରଙ୍କର ସାମାନ୍ଯ ନାସିକାପ୍ରସୂତ ସ୍ବର ଗୀତଟିକୁ ଆକର୍ଷଣୀୟ କରିଛି।

youtu.be/PLuKpnRL3w8

ଜୀବନର ମାନେ କିଛି ଜାଣି ହୁଏ ନାହିଁ

ଚାଲିବା ହିଁ ସାର ସିନା ଅନ୍ୟ ଚାରା କାହିଁ?

ତଥାପି ମନରେ ପ୍ରଶ୍ନ ଉଠେ ତୁହା ତୁହା

ଝଡ଼ ଝଞ୍ଜା ସମ୍ମୁଖରେ କିଏ ଅଛି ସାହା?

ବିଜ୍ଞାନ ଓ ଯନ୍ତ୍ରପାତି ଭରସାରେ ରହି

ସମୟ ସ୍ରୋତରେ ଆମେ ସବୁ ଯାଉ ବହି।

କାଲିର ସକାଳ ପରି ମୃତ୍ଯୁ କିନ୍ତୁ ସତ୍ଯ

ତାକୁ ପରାସ୍ତ କରିବା ଧ୍ୟେୟ ହେଉ ନିତ୍ଯ।

ତୁଷାରନାଥ ମହାପାତ୍ର

ନିର୍ବାଚନ ସମୟରେ ଓଡ଼ିଶା ବା ଓଡ଼ିଆ କଥା କହିଲେ ତାକୁ ସାଙ୍ଗେ ସାଙ୍ଗେ ଦଳୀୟ ରାଜନୀତିର ରଙ୍ଗ ଦିଆଯିବ। କିନ୍ତୁ ଏହା ଏକ ଅତି ମହତ୍ତ୍ବପୂର୍ଣ୍ଣ ବିଷୟ ଯାହାର ସମାଧାନ ନିର୍ବାଚନ ମାଧ୍ୟମରେ ହିଁ ହୋଇପାରିବ। ଅତି ସୁଜା କଥା। ଅଣଓଡ଼ିଆଙ୍କୁ ତଡ଼ିଲେ ହିଁ ଓଡ଼ିଆ ସ୍ଥାନ ପାଇବେ। ଅଣଓଡ଼ିଆଙ୍କୁ ପୂଜା କଲେ ସେମାନେ ଚାବୁକ ମାରି ଉଠବସ୍ କରୋଉଥିବେ।

Eman swapna kakhana dekhini ami

Chanchala man anmana

Tumi je amar

Tumi je amar pratham rater

Bhalobaso tumi sunechhi

Ami eto je tomay bhalobesechhi

Manekara ami nei

Je bhabei tumi sakal dekha

Hotepara tumi Rajanigandha

Kagajer phul bale

ଭାରତ ସ୍ୱାଧୀନ ହୋଇନଥିଲା କିନ୍ତୁ ଦୀର୍ଘ ଦିନର ସଙ୍ଗ୍ରାମ ପରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଜନ୍ମ ନେଇଥିଲା ଆଜି ୧୯୩୬ ମସିହାରେ। ଓଡ଼ିଆ ମାନଙ୍କର ସ୍ବାଭିମାନ ଆଜି ଅନ୍ୟର ପଦଦଳିତ। ଓଡ଼ିଆ ଭାଷାର ଦୁରାବସ୍ଥା କହିଲେ ନ ସରେ। ତଥାପି ଭବିଷ୍ୟତ ପାଇଁ ଆଶା ରଖିବାକୁ ପଡ଼ିବ। ପୁଣି ଭଲ ସମୟ ଆସିବ ଓ ସ୍ବଚ୍ଛ ରାଜନୀତି ପ୍ରତିଷ୍ଠିତ ହେବ।

ଷାଠିଏ ଦଶକ ମୋର ସ୍କୁଲ ବେଳ ଓ ରହଣି ଗାଆଁରେ। ଆକାଶବାଣୀ କଟକରୁ ପ୍ରଚାରିତ ଗୀତ ଥିଲା ମୁଖ୍ୟ ମନୋରଞ୍ଜନ। ଓଡ଼ିଶୀ ଓ ଭଜନ ପ୍ରତି ଆକର୍ଷଣ କମ ଥିଲା। କଥାଚିତ୍ର ଗୀତର ସଙ୍ଖ୍ଯା ଥିଲା ବହୁତ ସୀମିତ ଓ ବାରମ୍ବାର ସେହି କେତୋଟି ଗୀତକୁ ଶୁଣିବାକୁ ମିଳୁଥିଲା ଯାହା ମନରେ ଘର କରି ଯାଇଛି। ଏବେ ଯାଇଁ ବୁଝିହେଲା ଯେ ସେହି ହିଁ ଥିଲା ସୁବର୍ଣ୍ଣ ଯୁଗ।

ଖାଇବା ପିଇବା ବା ବୁଲିବା ବ୍ଯତୀତ କିଛି ଗୋଟାଏ ଗମ୍ଭୀର ବିଷୟ ଉପରେ ଆଲୋଚନା ପ୍ରାୟ ଦେଖିବାକୁ ମିଳେନାହିଁ। ରାଜନୀତି ତ ସେଇ ଧରାବନ୍ଧା ଦୁଇଫାଳିଆ। ତାଛଡ଼ା କେବଳ ପୁରୁଣା ତଥ୍ୟରୁ ସନ୍ତୋଷ ଆହରଣ କରିବା ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ଅବାଞ୍ଛିତ। ଏଥିରୁ ପ୍ରମାଣିତ ହୁଏ ଯେ ଶ୍ରୀଅରବିନ୍ଦଙ୍କ ନୂଆ ଚେତନା ଦ୍ବାରାହିଁ ପରିବର୍ତ୍ତନ ଆସିପାରିବ।

ଦିଲ୍ଲୀରେ କିନ୍ତୁ ସବୁ ଋତୁ ଆସେ। ଏବେ ବସନ୍ତ। ଏଠିକି ଚାଲି ଆସନ୍ତୁ।

ଓଡ଼ିଶା ବା ଓଡ଼ିଆକୁ ଯେତେ ଭଲପାଇଲେ ମଧ୍ୟ ଓଡ଼ିଆରେ ନଲେଖିଲେ ତାହା କେବେ ପ୍ରତିଫଳିତ ହେବନାହିଁ। ସୁସ୍ଥ ଚିନ୍ତା ପରିପ୍ରକାଶର ମାଧ୍ୟମ ନହେଲେ ଖାଣ୍ଟି ବା କଞ୍ଚା ଓଡ଼ିଆ କେବଳ ଶୋଧା ଗାଳି ପାଇଁ ପାଥେୟ ହୋଇ ରହିବ। ଭାଷାର ଭବିଷ୍ୟତ ପାଇଁ ବର୍ତ୍ତମାନର ବ୍ୟବହାର ହିଁ ଦିଗ ନିର୍ଣ୍ଣୟ କରିବ। ଓଡ଼ିଆ ଭାଷାରେ ନୂତନତ୍ବର ଆଉ ଆବଶ୍ୟକତା ନାହିଁ।

ନୂଆ ମୁଖ୍ୟମନ୍ତ୍ରୀ ଓ ନୁଆ ପ୍ରଧାନମନ୍ତ୍ରୀ ନିର୍ବାଚନ କରିବା ପାଇଁ ଜନସାଧାରଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ। ହାତରୁ ଖସିଗଲେ ପୁଣି ପାଞ୍ଚ ବର୍ଷ। ଗଣତନ୍ତ୍ରକୁ ବଞ୍ଚାଇବା ନିତାନ୍ତ ଆବଶ୍ୟକ। ଗୋଡ଼ାଣିଆ ଭାବ ଛାଡ଼ିବାକୁ ପଡ଼ିବ।

ଶ୍ରୀଅରବିନ୍ଦଙ୍କର ମୁଖ୍ୟ ଲେଖା ସବୁ ୧୯୧୪ ମସିହା ଠାରୁ ଆର୍ଯ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା।

incarnateword.in/cwsa

ତନ୍ମଧ୍ୟରୁ ଅଧିକାଂଶ ଓଡ଼ିଆରେ ଅନୁବାଦ ହୋଇସାରିଛି।

motherandsriaurobindo.in/e-library/book

କଥା ପରଦାର ଏବେ ହାତ ପାଆନ୍ତାରେ।

https://x.com/NathTusar/status/1779133150582735256?t=nLZCUNHQJkCQ_GpwhfXDKg&s=19

ସୂର୍ଯ୍ୟମୁଖୀ ସମ୍ବନ୍ଧରେ ସୂର୍ଯ୍ୟ ବାବୁ

https://x.com/NathTusar/status/1779147855770599782?t=sf75Q0mG8WfWOCzvYciZQw&s=19

ଆଜି ଓଡ଼ିଆ ମେଲୋଡ଼ି ମହାଶୟ ହାଏ ମଦଭରି ଆଖି ଗୀତଟି ୟୁଟ୍ୟୁବରେ ଉତ୍ତୋଳନ କରିଛନ୍ତି। ଏବେ ସୂର୍ଯ୍ୟ ବାବୁଙ୍କ କଥା ପରଦାର ଦେଖିଲି କିଏ କାହାର ଉପରେ। ଉଭୟଙ୍କୁ ଧନ୍ୟବାଦ।

ବଙ୍ଗଳାରେ ଉଠଲ ବାଇ ତୋ କଟକ ଯାଇ ବୋଲି ଗୋଟିଏ ତଗ ଅଛି। ଆଗରୁ କଲିକତାରେ ବହୁତ ଓଡ଼ିଆ ଲୋକ ରାନ୍ଧିବା ଚାକିରି କରୁଥିଲେ କିନ୍ତୁ ତାଙ୍କୁ ସହଜରେ ଛୁଟି ମିଳୁନଥିଲା। ଘରକୁ ଯିବା କଥା କହିଲେ ମାଲିକ ଉଠଲ ବାଇ ତୋ କଟକ ଯାଇ କହି ଟାଳି ଦେଉଥିଲେ। ବାଇ ମାନେ ହଠାତ ମନକୁ ଆସୁଥିବା ନିଶା, ପାଗଳାମି, ବା ଝୁଙ୍କ ବୋଲି ଗୋଟିଏ ଭିଡ଼ିଓରୁ ଦେଖିଲି।

ଧୋ ରେ ବାଇଆ ଧୋ ଗୀତଟି ନିର୍ମଳା ମିଶ୍ର ବୋଲିଥିବା ଜଣାଶୁଣା। ସିନେମା ଗୀତ ବହିରେ ମଧ୍ୟ ସେଇଆ ଉଲ୍ଲେଖ ଅଛି। କିନ୍ତୁ ଏଠି ସୂର୍ଯ୍ୟ ବାବୁ ସନ୍ଧ୍ୟା ମୁଖାର୍ଜୀଙ୍କ ନାଆଁ ଲେଖିଥିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି। ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଗଲେ ଭଲ ହୁଅନ୍ତା। ସେହିପରି ଝୁଲରେ ହାତୀ ଝୁଲ ଗୀତଟି ଶିପ୍ରା ବୋଷଙ୍କ ବଦଳରେ ନିର୍ମଳା ମିଶ୍ର ବୋଲିଛନ୍ତି ବୋଲି ଦର୍ଶାଯାଇଛି। ତାଛଡ଼ା କଇଁଚି କାକୁଡ଼ି ଗୀତଟିର ଉଲ୍ଲେଖ ନାହିଁ।

ଦିଲ୍ଲୀରେ ଯଦି ପରିବର୍ତ୍ତନ ହେଉଛି ବୋଲି ଜଳ ଜଳ ହୋଇ ଦେଖାଗଲାଣି ତାହେଲେ ଗୋଡ଼ାଣିଆ ହେବାପାଇଁ ବ୍ଯାକୁଳ ହେବାର ଯଥାର୍ଥତା ଆଉ କୋଉଠି ରହିଲା? ହଁ ଯଦି ଦମ ଅଛି ତେବେ ସ୍ଥାନୀୟ ଦଳଟିଏ ଗଢ଼ି ଲଢ଼ିଥିଲେ ମହତପଣିଆ ସାବ୍ୟସ୍ତ ହୋଇଥାନ୍ତା। କିନ୍ତୁ ଆମରତ ଏକ ବିଚିତ୍ର ପରିସ୍ଥିତି! ବନ୍ଧୁତ୍ବପୂର୍ଣ୍ଣ ପ୍ରତିଯୋଗିତାରେ ଫଳାଫଳତ ଆଗରୁ ସ୍ଥିରୀକୃତ।

ଆଗରୁ ସ୍ବାଭିମାନ ଶବ୍ଦ ବ୍ୟବହାର କରାଯାଉଥିଲା। ଏବେ ଅନେକେ ଅସ୍ମିତା ବୋଲି କହୁଛନ୍ତି। ମୋ କାନକୁ କିନ୍ତୁ ଅଡ଼ୁଆ ଲାଗେ। ଖାଣ୍ଟି ଓଡ଼ିଆ ନୁହେଁ ବରଂ ଗୋଡ଼ାଣିଆଙ୍କ ଭାଷା ପରି ଲାଗେ। ଏମିତି ଅନେକ ଶବ୍ଦ ଅଛି। ଆଜିକାଲିର ବଂଶଧର ମାନେ ପାର୍ଥକ୍ୟଟା ଠିକରେ ବୁଝିପାରିବେ ନାହିଁ। କାରଣ ଟିଭି ବାଲା ନିତି ଫେଣ୍ଟିବାରେ ବ୍ଯସ୍ତ। ସମ୍ବାଦପତ୍ର ବି।

ଧନ୍ୟବାଦ, କିନ୍ତୁ ମୁଁ ମୋ ନିଜ ଅଭିଜ୍ଞତା କଥା କହିଛି। ପୁରୁଣା ବହିପତ୍ରରେ ଅଛି କି? ଧନ୍ୟବାଦ। ତଥାପି ସାଧାରଣ ଲେଖାଲେଖିର ଉଦାହରଣ ମିଳିଲେ ଭଲହୁଅନ୍ତା। ଗୁଗଲ ବୁକସ୍ ଅଳ୍ପ କେତୋଟି ଦେଖାଉଛି। ୧୯୮୫ ଓ ୧୯୯୮ କୁ ପୁରୁଣା ବୋଲି କୁହାଯାଇପାରେ।

ମାସେ ହେଲାଣି ମୁଁ ଶହ ଶହ ୟୁଟ୍ୟୁବ ଦୃଶ୍ୟବନ୍ଧ ଦେଖିସାରିଲିଣି କିନ୍ତୁ ଓଡ଼ିଶା ରାଜନୀତି ସମ୍ପର୍କରେ ଆଲୋଚନା ଆଦୌ ନାହିଁ କହିଲେ ଚଳେ। ଦଶ ବର୍ଷ ପରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଏକ ନମ୍ବର କରିଦେବେ ବୋଲି ଯୋଉ ଆଶ୍ବାସନା ଦେଲେ ତାକୁ ମଧ୍ଯ କେହି ଖାତିର କଲେ ନାହିଁ। କିନ୍ତୁ ସମ୍ବିତ ବାବୁଙ୍କ ଦୟାରୁ ଓଡ଼ିଶା ନାଁ ଡିବି ଡିବି ହୋଇ ବାଜିଲା।

ଶ୍ରୀଅରବିନ୍ଦଙ୍କ ଭକ୍ତ ହିସାବରେ ମୁଁ ୨୦୦୫ ମସିହାରୁ ହିନ୍ଦୁତ୍ବ ବିରୁଦ୍ଧରେ ମତବ୍ୟକ୍ତ କରିଆସୁଛି। ବିବର୍ତ୍ତନ ଧାରାରେ ଏହାର ପତନ ନିଶ୍ଚିତ ଏବଂ ଏହି ନିର୍ବାଚନ ଫଳାଫଳରେ ତାହା ପ୍ରତିଫଳିତ ହେବ ବୋଲି ନିର୍ଦ୍ଦିଷ୍ଟ ସୂଚନା ମିଳିଲାଣି। ଯେଉଁ ଦଳମାନେ ଏହି ମହାଯାତ୍ରା ପାଇଁ ଏକାଠି ହୋଇଛନ୍ତି ସେମାନଙ୍କ ଶତ ଅପୂର୍ଣ୍ଣତା ସତ୍ତ୍ୱେ ଧନ୍ୟବାଦ।

କଥା ପରଦାର ଦେଖିଲି। ନୂଆବୋଉ ଉପରେ। ଅଧାକଥା ରହିଗଲା। ଆସନ୍ତା ଶନିବାର ରାତି ଦଶଟାରେ। ସୂର୍ଯ୍ୟ ବାବୁଙ୍କ ପାଖରେ ତ ତଥ୍ୟର ଖଣି। ଆଉ, ମୋ ପାଇଁ ତ ଅମୃତ ସମାନ। ଯୋଗକୁ ଗୋଟିଏ ନୂଆ ବହି ଆଜି ଆଖିରେ ପଡ଼ିଲା। ଶରତ ଚନ୍ଦ୍ରଙ୍କ ଲିଖିତ ସମୟ ସରଣୀରେ ଓଡ଼ିଆ ସିନେମା (୧୯୯୭)। ରଣଧୀର ଦାସଙ୍କ ପଥ ବହୁଦୂର ବି ଉପାଦେୟ। archive.org/details/samaya

ଗଲା ବର୍ଷ ଅକ୍ଟୋବରରୁ ସାରେଗାମା ଓଡ଼ିଆ ୟୁଟ୍ୟୁବ ଟୁବ ଆରମ୍ଭ ହେଲାଣି ବୋଲି ଆଜି ଦେଖିଲି। ଯାହାହେଉ ଓଡ଼ିଆର ଭାଗ୍ୟ। ଗୋଟିଏ କଥାଚିତ୍ରର ଗୀତଗୁଡ଼ିକୁ ଏକାସାଙ୍ଗରେ ଶୁଣିହେବ। କିନ୍ତୁ କତେକରେ ପୁରା ଗୀତ ନୁହେଁ। ତେଣୁ କାନ୍ଦୁଥିବ ଯାହା ପାଉଥିବ ବାନ୍ଧୁଥିବ। ଷାଠିଏ ସତୁରି ବର୍ଷ ତ ଏମିତି କଟିଗଲା। ଆଉ ଗୀତର ଦୃଶ୍ୟବନ୍ଧ ଦେଖିବା ତ ସ୍ବପ୍ନ!

ପୀରତି ପୀରତି ମାଣିକ ଯୋଡ଼ି କଥାଚିତ୍ରର।

ତୋ ଖୋଜିଲା ଖୋଜିଲା ଆଖି ସନ୍ଧ୍ୟା ମୁଖାର୍ଜୀ ଗାଇଛନ୍ତି।

ରେମାଲ ପ୍ରଭାବରେ କାଲିଠାରୁ ଝଡ଼ବର୍ଷା ଲାଗିରହିଛି। ହୁଗୁଳୀ ନଈ ଦେଖାଯାଉଛି। ଆରପଟେ ଚନ୍ଦନନଗର। ପବନର ବେଗ ଚଳନୀୟ। ମୋର ଛତାଲାରୁ ବେଶ ଉପଭୋଗ୍ୟ। ଟ୍ରେନରେ ଗଲାବେଳେ ତାର ଦୃଶ୍ୟ ଆହୁରି ସୁନ୍ଦର। ବ୍ୟାରାକପୁର ଷ୍ଟେସନ ସାମନାରେ ଅନ୍ନପୂର୍ଣ୍ଣା ହୋଟେଲ। ବସିବା ଜାଗା ବେଶି ଭଲ ନୁହେଁ ଯଦିଓ ଖାଇବା ରୁଚିକର। ମଞ୍ଜା ତରକାରିଟି ଭଲ ହୋଇଥିଲା।

https://x.com/NathTusar/status/1795055079189283194?t=q-PpUKbogLFQpgrWQWv5sw&s=19

ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଓ ବ୍ଯକ୍ତିତନ୍ତ୍ରର ଅବସାନ

 ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡ଼ନ କରିବାକୁ ମଧ୍ୟ ଅନୁରୋଧ।

କାଲି ଯେଉଁମାନେ ଜିତିବେ, ସେମାନଙ୍କୁ ଆଗତୁରା ଅଭିନନ୍ଦନ। ଚେଷ୍ଟା କରିବା, ଅଣଓଡ଼ିଆ ଓ ଅଧାଓଡ଼ିଆ ମାନଙ୍କୁ ଉପର ସ୍ଥାନ ସବୁ ନଦେଇ, ଖାଣ୍ଟି ଓଡ଼ିଆମାନଙ୍କୁ ପ୍ରାଥମିକତା ଦେବା। କାହାର ଗୁଣ ପ୍ରଶଂସା କଲାବେଳେ ମଧ୍ୟ ଏହି କଥାଟିକୁ ମନେରଖିବା। ଓଡ଼ିଆ ଏକତା ଓ ସ୍ବାଭିମାନ ଲାଗି ଅଲଗା ଲଢ଼େଇ ଲଢ଼ିବା ପାଇଁ ପଡ଼ିବ। ଓଡ଼ିଆ ଭାଷାକୁ ବଞ୍ଚାଇବା।

ଜଣେ ଦୁଇଜଣ ବହୁତ ଅଭଦ୍ର ଭାଷା ବ୍ୟବହାର କରି ବଡ଼ ଲଜ୍ଜିତ କରୁଥିଲେ। ଏବେ ତୁଣ୍ଡି ଲାଗିଯିବ ନିଶ୍ଚୟ!

ଓଡ଼ିଶାରେ ଗଣତନ୍ତ୍ର ପୁନଃ ପ୍ରତିଷ୍ଠିତ ହେବା ଓ କେନ୍ଦ୍ରରେ ମଧ୍ୟ ବ୍ଯକ୍ତିତନ୍ତ୍ରର ଅବସାନ ଘଟିବା, ଦୁଇଟିଯାକ ମୋ ପାଇଁ ଅତୀବ ଆନନ୍ଦର ବିଷୟ। ଅବଶ୍ୟ ମୋ ସହିତ ସହମତ ହେବାପାଇଁ ଆଉ କେହି ନାହାନ୍ତି। ଶ୍ରୀମା ଶ୍ରୀଅରବିନ୍ଦଙ୍କ ନିକଟରେ ମୋର ପ୍ରାର୍ଥନା ସଫଳ ହୋଇଛି। ଖାଲି ଜଣେ ଖାଣ୍ଟି ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଇଚ୍ଛା।

ସବୁବେଳେ ମନେରଖିବେ ଯେ ଆପଣମାନଙ୍କର କାହାରିବି ଆଦର୍ଶଗତ ଚେର ନାହିଁ। ସୌମ୍ୟବାବୁ ପ୍ରଥମେ ଆସି ଟିକେ ଢୋଲ ପିଟାପିଟି କରୁଥିବା କଥା ମନେଅଛି। ଏଥରର ଜିତିବାଟାବି ପାଣ୍ଡିଆନଙ୍କ ଅବଦାନ। ଆପଣଙ୍କ ନିଜ ବଳରେ ନୁହେଁ। ଆନ୍ଧ୍ର, ବିହାର, ବା ପଶ୍ଚିମବଙ୍ଗ ଭଳି ଆଜି ଆମର ନିଜ ମେରୁଦଣ୍ଡ ଆଉ ନାହିଁ। ସ୍ବାଭିମାନ ବନ୍ଧା ପଡ଼ିଲା। ଜିଭ ବଳି ଦିଆହେଲା।

ଜଣେ ମୁଖ୍ୟମନ୍ତ୍ରୀ ଗଲେ ଓ ଆଉଜଣେ ଆସିବେ। ହୁଏତ କିଛିଟା ପରିବର୍ତ୍ତନ ହେବ ଓ ଓଡ଼ିଶାର ଉନ୍ନତି ଦିଗରେ ବିଭିନ୍ନ ପଦକ୍ଷେପ ନିଆଯିବ। କିନ୍ତୁ ଅଣଓଡ଼ିଆଙ୍କ ପାଦତଳେ ରହି କୋଉ ମହତପଣିଆ ବଢ଼ିଯିବ? ମହତାବ କଙ୍ଗ୍ରେସ ଛାଡ଼ି ଜନକଙ୍ଗ୍ରେସ ଗଢ଼ିବା ଦିନଠାରୁ ଓଡ଼ିଶାର ଏକ ବଳିଷ୍ଠ ସ୍ବାଭିମାନ ସୃଷ୍ଟି ହୋଇଥିଲା। ସ୍ବାଧୀନଚେତା ଲୋକେ ବଜାୟ ରଖନ୍ତୁ।

ସ୍ମୃତି ଇରାନୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲେ ଓଡ଼ିଶାବାସୀ ସ୍ବାଗତ କରିବେ ବୋଲି ଶୁଣିବାକୁ ମିଳୁଛି।

ନବୀନ ପଟ୍ଟନାୟକଙ୍କର ଯେତେ ଭଲ ଗୁଣ ଥିଲେ ବି ପ୍ରହାରେଣ ଧନଞ୍ଜୟ ସ୍ତର ଅର୍ଜନ କରିବା ତାଙ୍କର ନିଜ କୃତ। ପାଣ୍ଡିଆନଙ୍କ ଅବଦାନ ଯେତେ ପ୍ରଶଂସନୀୟ ହେଲେ ମଧ୍ୟ ଅଗଣତାନ୍ତ୍ରିକ ଉପାୟରେ ଦଳ ଉପରେ ଆଧିପତ୍ୟ ବିସ୍ତାର କରିବା ଷଡ଼ଯନ୍ତ୍ର ଯୋଗୁ ସେ ଦୋଷୀ। ସେ ଯାହାହେଉ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି ବୋଲି ମୁଁ କହିଆସୁଛି।

ଦକ୍ଷିଣରୁ ଜଣେ ବାଚସ୍ପତି ହେଲେ ଲେଖା ଛିଡ଼ିବ।

ଦେଶର ସମ୍ବିଧାନ ଏହି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଆଦେନୀ, ନିଜାମ, ଓ ଅନୁତାପ।

ଯିଏ ଯୋଉ ଭାଷାକୁ ଯେତିକି ଜାଣିଛି ତାକୁ ବ୍ୟବହାର କରିବାରେ କ୍ଷତି କିଛି ନାହିଁ। ଶିଖିବାର ବାଟହିଁ ସେଇଆ। ମଣିଷ ଭାଷା ଅପେକ୍ଷା ଯଥେଷ୍ଟ ଅଧିକ ମୂଲ୍ଯବାନ।

ଧନ୍ୟବାଦ। ସାଙ୍ଗରେ ମୋ ବଡ଼ ଝିଅ ରିମିନା। ସାନ ଝିଅ ସିଲିକା ଏବେ ଦର୍ଶନ ଅଧ୍ୟାପିକା।

ପ୍ରଥମ କଥା ହେଉଛି ଯିଏ ଦଳ ତଥା ରାଜ୍ୟର ନେତା ହେଲେ ସିଏ କଣ ନିର୍ବାଚନ ଲଢ଼ି ଜନାଦେଶ ଲାଭ କରିଛନ୍ତି? ଯଦି ତାଙ୍କୁ ନେତା ପଦ ଦୟା କରି ଦିଆଗଲା ତାହେଲେ ଗୋଡ଼ ଟାଣିବା ପାଇଁ ଆଉ ଦୁଇ ଜଣଙ୍କୁ କାହିଁକି ନିଯୁକ୍ତ କରାଗଲା? ତୃତୀୟତଃ କାହା ସ୍ଥାନ ଉପରେ? ମୁଖ୍ୟମନ୍ତ୍ରୀ ନା କେନ୍ଦ୍ରମନ୍ତ୍ରୀ? ଓଡ଼ିଆ ସ୍ବାଭିମାନ ଯେଉଁ ତିମିରେକୁ ସେଇ ତିମିରେ।

ନୂଆ ସରକାରଙ୍କ ପାଖରେ ମୋର ସେହି ପୁରୁଣା ଦାବୀ। କଳାଧଳା ଓଡ଼ିଆ କଥାଚିତ୍ର ଗୀତ ଗୁଡ଼ିକର ଦୃଶ୍ୟବନ୍ଧ ବା ଭିଡ଼ିଓ କିପରି ୟୁଟ୍ୟୁବ ମାଧ୍ୟମରେ ସବୁ ଲୋକଙ୍କ ପାଖରେ ପହଞ୍ଚି ପାରିବ ତାର ବ୍ୟବସ୍ଥା ହେବା ଦରକାର। ତାଛଡ଼ା, ସେହି କଥାଚିତ୍ର ଗୁଡ଼ିକର ପ୍ରଦର୍ଶନ କିଭଳି ଭାବରେ କରାଯାଇପାରିବ ସେଥିପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବା ଆବଶ୍ୟକ।

କଳିଙ୍ଗ ସମ୍ବନ୍ଧୀୟ ହେଲେ ପରିଧି ବୃଦ୍ଧି ପାଆନ୍ତା ଓ ଆନ୍ଧ୍ର ବି ଅନ୍ତର୍ଭୁକ୍ତ ହୁଅନ୍ତା।

ଶ୍ଯାମାନୁଜ ବାବୁଙ୍କୁ ବହୁ ସମାଲୋଚନାର ଶରବ୍ୟ ହେବାପାଇଁ ପଡ଼ୁଥିଲା। ସେ ଆଜି ନାହାନ୍ତି, କିନ୍ତୁ ଉପରେ ଥାଇ ହସୁଛନ୍ତି। କହୁଛନ୍ତି କ୍ଷମତା ତ ପାଇଲ, ଏଥର ପ୍ରମାଣ କରି ଦେଖାଅ। ଓଡ଼ିଆ ସଂସ୍କୃତି କଣ, ସ୍ବାଭିମାନ କଣ, କୋଉଥିପାଇଁ ହୃଦୟ କାନ୍ଦିବା ଦରକାର, ଏସବୁ କେବଳ ଭାଷଣ, ସ୍ଲୋଗାନ, ବା ଟଙ୍କା କମେଇବାର ବିଷୟ ନୁହେଁ। ଅଧ୍ୟବସାୟ ଦରକାର।

ଆଶା ଥିଲା ଏତେ ବର୍ଷ ପରେ ଭାଷା, ସାହିତ୍ୟ, ଓ ସଙ୍ଗୀତ ସହ ଘନିଷ୍ଠ ସମ୍ପର୍କ ଥିବା କେହିଜଣେ ଆସନକୁ ଆସିବେ କିନ୍ତୁ ରାଜନୀତିର ଖେଳ ତ ସଂଖ୍ୟାକୁ ନେଇ। ତଥାପି ଦେଖାଯାଉ। ସାବିତ୍ରୀ ଇରା ପାର୍ଟି ଏକ ସ୍ଵତନ୍ତ୍ର ଦୃଷ୍ଟିକୋଣ ଭିତ୍ତିରେ ଅନ୍ୟ ସମସ୍ତ ଦଳକୁ ବିରୋଧ କରିବା ଜାରି ରଖିବ।

ସମୟ ଉପରେ କଥା ପରଦାର ଦେଖିଲି। ନୂଆ ନାଟ୍ୟରୂପ ତିଆରି କରିବାରେ ଯେତେ ପ୍ରାଥମିକତା ଦିଆଯାଉଛି ତାର ତାତ୍ପର୍ଯ୍ୟ କଣ ଓ ତାର ସଫଳତାର ପରିମାପ କଣ ମୁଁ ବୁଝିପାରୁନାହିଁ। ଗୋଳିଆମିଶା କରି ବିଭିନ୍ନ ତଥ୍ୟକୁ ଏକାସାଙ୍ଗେ ଢୋକିବା ଟିକିଏ କଷ୍ଟ ହେଉଛି। ତା ଭିତରେ ପୁଣି ଦୀର୍ଘ ବିଜ୍ଞାପନ। ମୂଳ କଥାଚିତ୍ରର ସ୍ମୃତି ଓ ଦୃଶ୍ୟ ସହ ନ୍ଯାୟ ହେଉନାହିଁ।

ଆଜି ପ୍ରଥମଥର ପାଇଁ ଦେଖିଲି। ନୟନ ତୃପ୍ତ ହେଲା।

https://x.com/NathTusar/status/1803097787254391163?t=eWFa2xOPVWaYeE_xF8Bwcg&s=19

ଆମ ଆଡ଼େ ଟିକେ ଆଉଜ। ସମୟର ଆଉଜା କବାଟ ଖୋଲି ବାହାରି ପାରିନଥିଲା।

https://x.com/NathTusar/status/1803326953707233623?t=9q_0oHmVmXSYHLWQSHf3zw&s=19

କିଏ କହେ ଜୀବନଟା ଶୂନ୍ଯ ଆଉ ବ୍ଯର୍ଥ

ଶ୍ରୀଅରବିନ୍ଦ ଶୁଣାନ୍ତି ରହସ୍ୟ ଓ ଅର୍ଥ

ନାଶି ଯୁଗଯୁଗର ଏ ସନ୍ଦେହ ଓ ଭ୍ରାନ୍ତି

ପୂର୍ଣ୍ଣାଙ୍ଗ ଜୀବନ ତତ୍ତ୍ୱ ଓ ଯୋଗ ବତାନ୍ତି।

ମୁଁ ତ ୧୯୮୮ ମସିହାରୁ ଓଡ଼ିଶା ଛାଡ଼ିଛି। ଖାଲି ଜମିବାଡ଼ି ଯାହା କିଛି ଅଛି। ତେଣୁ ବିଶେଷ କିଛି ଦାବି କରିବାର ଅଧିକାର ବି ନାହିଁ। କିନ୍ତୁ ଜୀବନର ଯେଉଁ ତିନି ଦଶକ ମୁଁ ବିତାଇଛି ତାହା ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ଅତୀବ ମୂଲ୍ୟବାନ। ସେହି ପରିପ୍ରେକ୍ଷୀରେ ସଞ୍ଜୟ ପଟ୍ଟନାୟକଙ୍କ ସମ୍ପାଦନାରେ "ଓଡ଼ିଆ ସିନେମା @ ୯୦" ଏକ ଉପାଦେୟ ସଙ୍କଳନ।

ଗୀତଟି ଶ୍ରୀଅରବିନ୍ଦଙ୍କ ପ୍ରସିଦ୍ଧ ହୁ କବିତାର ଅବଲମ୍ବନରେ ଲିଖିତ।

[In the blue of the sky, in the green of the forest,

Whose is the hand that has painted the glow?

When the winds were asleep in the womb of the ether,

Who was it roused them and bade them to blow?]

incarnateword.in/cwsa/2/who

ଆଗରୁ ତ ଯାହା ଟିକେ କଥାରେ ବି ସମାଲୋଚନା କରିଦେଲେ ଚଳୁଥିଲା। ସଂସ୍କାରୀ ମାନେ ବି ଖୁସି ହେଉଥିଲେ। ଏବେ କିନ୍ତୁ ଖୋଦ୍ ତାଙ୍କରି ସରକାର। ପୁଣି ଡବଲ ଇଞ୍ଜିନ। ତେଣୁ ବହୁତ ମାପିଚୁପି କଥା କହିବାକୁ ପଡ଼ିବ। ପାନରୁ ଚୂନ ଖସିଲେ ଗଲା।କାରଣ ଉତ୍ତର ଦେବାପାଇଁ ତ ହଜାରେ ପ୍ରକାର ଆଳ ଅଛି। ନହେଲେ ଗାଳିମନ୍ଦ। ତଥାପି ଆଶା ରଖିବା ଓଡ଼ିଆ ଭାଷା ପାଇଁ।

କିନ୍ତୁ ଇମ୍ପୋଜ ହେବ ହିଁ ହେବ।

ମାଟିର ମଣିଷ ପ୍ରସଙ୍ଗରେ କଥା ପରଦାର। ଦ୍ଵିତୀୟ ଭାଗ। ଛବିଟି ମୂଳ ଉପନ୍ୟାସ ଠାରୁ ଆଂଶିକ ପୃଥକ ଥିଲା। ପୁଣି, କେତେକ ଦୃଶ୍ୟକୁ ନେଇ କିଛିଟା ବିବାଦ ସୃଷ୍ଟି ହୋଇଥିଲା ଓ ମଲାଜହ୍ନ ସଦୃଶ ବାସ୍ତବଧର୍ମୀ ରୂପାୟନ ଦର୍ଶକମାନଙ୍କର ପସନ୍ଦଯୋଗ୍ୟ ହେଲାନାହିଁ। ଫଳତଃ, ସ୍ଥାନବିଶେଷରେ ପରିବର୍ତ୍ତନ କରାଗଲା। ତଥାପି ମଧ୍ୟ ଚିତ୍ରଟି ସଫଳ ହୋଇପାରିନଥିଲା।

କିଣିବା ଦରକାର କଣ? ସକାଳେ, ଶାଖାକୁ ଗଲେତ ମାଗଣାରେ ମିଳିବ!

ଆମ ପିଲାବଳେ ତାଳପତ୍ରରେ ଲେଖିବା ପରମ୍ପରା ଆଉ ନଥିଲା କିନ୍ତୁ ପୋଥିସବୁ ବିମାନରେ ରଖାହୋଇଥିବା ଗାଦିବ୍ରହ୍ମଙ୍କ ପୂଜା କରାହେଉଥିଲା ଓ ବାର୍ଷିକୋତ୍ସବରେ ଭୋଜିଭାତ ହେଉଥିଲା। କଦଳୀପତ୍ରରେ ଗରମ ଖିରୀର ବାସ୍ନା ଅଭୁଲା। ବିହନ ସାଇତିବା ପାଇଁ ଓଳିଆ ବନ୍ଧାହେଲେ ତାଳପତ୍ରରେ ଗୋଲାଭଣ୍ଡି ବା ୧୨୪୨ ଭଳି ଧାନର ନାଆଁ କରଣୀରେ ଲେଖି ଲଗାଇବାର ମନେଅଛି।

ମୋ ମତରେ ବେଶୀ ଆଗ କଥା ଭାବି କିଛି ଲାଭ ନାହିଁ। ଆଗରୁ କଣ ହୋଇଥିଲା ଠିକ ସେହିଭଳି ସବୁ ଯେ ଘଟିବ ତାର କୌଣସି ନିର୍ଦ୍ଦିଷ୍ଟ ସମ୍ଭାବନା ନାହିଁ। ପ୍ରତିଦିନର ସମାହାରରେ ଭବିଷ୍ୟତର ସ୍ବରୂପ ଗୁନ୍ଥାହେବ। ତେଣୁ ଆଜି ଯଦି ଆମେ ଓଡ଼ିଆ ଗୀତଟିଏ ଶୁଣିବା, ଓଡ଼ିଆ ବହିଟିଏ ଖୋଲି ଦିପୃଷ୍ଠା ପଢ଼ିବା ବା ଓଡ଼ିଆ କଥାଚିତ୍ରଟିଏ ଖୋଜି ଦେଖିବା ତା ଯଥେଷ୍ଟ।

ସ୍କୁଲରେ, ଏଇ ବିନ୍ଦୁ ଲଗାଇବାକୁ ବା ଅଲଗା ଉଚ୍ଚାରଣ କରିବାକୁ ଆମକୁ ଶିଖାହୋଇନଥିଲା। କେବେବି ରଚନା ଲେଖିଲାବେଳେ ବା ପରୀକ୍ଷାରେ ବିନ୍ଦୁ ବ୍ୟବହାର କରିନାହିଁ ବୋଲି ମୋ ନିଜର ବ୍ୟକ୍ତିଗତ ଅଭିଜ୍ଞତା। ମୋ ମତରେ, ରୋମାନ୍ ଲିପି ଭଳି ଅକ୍ଷର ସହିତ କୌଣସି ଚିହ୍ନ ନରହିବା ଆଧୁନିକତା। ତେଣୁ ଓଡ଼ିଆ ବିନ୍ଦୁମୁକ୍ତ ହେଉ।

odiaolia.blogspot.com/2023/12/blog-p

ଓଡ଼ିଆମାନେ କେବଳ ନିଜର ଭାଷାକୁ ଅବହେଳା କରୁନାହାନ୍ତି ବରଂ ନିଜର ପରିଚୟ ତଥା ଭବିଷ୍ୟତକୁ ମଧ୍ୟ ଅନ୍ଧକାର ଭିତରକୁ ଠେଲି ଦେଉଛନ୍ତି। ଧର୍ମ ଓ ଭକ୍ତିର ଏକ ବିଶେଷ ଭୂମିକା ଜୀବନରେ ରହିଛି କିନ୍ତୁ କୋଉଠି ମଣିଷ କୁସଂସ୍କାର ଅବା ଅନ୍ଧବିଶ୍ୱାସର ଶିକାର ହୋଇପଡ଼ୁଛି, ତାହା ପ୍ରତି ସଚେତନ ହେବା କଥା। ଗୋଟିଏ ଦୁର୍ଘଟଣାକୁ ନେଇ ରାଜନୀତି ନିନ୍ଦନୀୟ।

ଆଜି ସକାଳେ ଭଲ ଅସରାଏ ବର୍ଷା ହେଲା। ପ୍ରେମ ସବୁଠୁ ବଳବାନ (୨୦୧୩) କଥାଚିତ୍ରର ବର୍ଷା ବର୍ଷା ତମେ ଆସିଚ ଗୀତଟି ଶୁଣିବା ପାଇଁ ୟୁଟ୍ୟୁବରେ ଖୋଜିଲି। ମିଳିଲା ନାହିଁ। ଓଡ଼ିଆ ଫ୍ରେଶରୁ ଶୁଣିଲି। କଥାଚିତ୍ରଟି କିନ୍ତୁ ୟୁଟ୍ୟୁବରେ ଅଛି। ତାପରେ ଶକ୍ତି ମିଶ୍ର ଏବଂ ଶୈଳଭାମାଙ୍କର ବର୍ଷାରେ ବର୍ଷା ଏଇ ରିମଝିମ ବର୍ଷା।

ଆଜି ମହାଲକ୍ଷ୍ମୀ ପୂଜା କଥାଚିତ୍ର ଉପରେ କଥା ପରଦାର କିନ୍ତୁ ଲାଇଭ ଟିଭି ଚାଲୁନାହିଁ। ଅଗତ୍ୟା କେତୋଟି ସ୍ଥିର ଚିତ୍ର ଦେଖି ଖୁସି ହେବା କଥା। ହଁ, ଏବେ ଚାଲିଲା। ଶରତ ପୂଜାରୀଙ୍କ ରଜାପିଲା ଭଳି ଚେହେରା ଦେଖି ସାଙ୍ଗେ ସାଙ୍ଗେ ତାଙ୍କୁ ମୁଖ୍ୟ ଭୂମିକା ପ୍ରଦାନ କରାଯାଇଥିଲା। ନାୟିକା ଶେଫାଳୀ ନାୟକ ଥିଲେ ତାଙ୍କଠାରୁ ପ୍ରାୟ ଦଶ ବର୍ଷ ବଡ଼।

https://x.com/NathTusar/status/1812172474378830321?t=-YmTj6liJIyGcHhpxz0IrA&s=19

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...