Sunday, 25 January 2026

ବର୍ଷବରଣ

 ଏହି କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ 

ବଙ୍ଗଳାରେ ପଢିଲି ବର୍ଷବରଣ। ଭାରି ସୁନ୍ଦର ଲାଗିଲା। ଏହି ଶବ୍ଦଟି ଆମ ଓଡିଆରେ ନାହିଁ ବୋଧେ। କେଜାଣି ଆଜିକାଲି କିଏ ଯଦି ଦେଖି ଶିଖି ଲେଖୁଥିବେ! ତେବେ, ଗୁଗଲରେ ଖୋଜିବାରୁ କଲେଜରେ ପଢାହେଉଥିବା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରବନ୍ଧ ପୁଷ୍ପପୁରରେ ବର୍ଷାବରଣ ବିଷୟରେ ଜାଣିବାକୁ ମିଳିଲା। ସେ ଅବଶ୍ୟ ଏକ ଭିନ୍ନ ଆବେଗ। ବର୍ଷବରଣର ଶୁଭକାମନା!

ରେଡିଓରୁ ଗୀତିନାଟ୍ୟ ଶୁଣିବା ତ ଗୋଟାଏ ବଡ ଝୁଙ୍କ ଥିଲା। ତା ଭିତରେ ସତୀ ଅନସୂୟା ବହୁତ ଲୋକପ୍ରିୟ ହୋଇଥିଲା। ସେଥିରେ ହୀରା ଆଣିଛ ବନ୍ଧୁ, ନୀଳା ଆଣିଛ ବନ୍ଧୁ ବୋଲି ଗୀତଟିଏ ଅଛି। ତାକୁ ତ ଶୁଣିବାର ସୁଯୋଗ ଜୁଟେ ନାହିଁ। ତେଣୁ କେବେ କେବେ ସେହି ସ୍ବରରେ ଦିନେ ଦିନେ ଚତୁରୀ ଗୀତଟିକୁ ଶୁଣି ମନକୁ ବୁଝାଇବାକୁ ପଡେ।

ପୁଅକୁ ଦେଖିବା ପାଇଁ ତାଙ୍କ ମନ ଡହଳ ବିକଳ ହେଉଛି।

ଶ୍ରୀଅରବିନ୍ଦ କୃଷି ସମ୍ମିଳନୀ।

ଗାଆଁ ଏକଣରେ ଓ କୁଆଁରୀ ବସିଛି ଉଦାସୀ ସାଙ୍ଗରେ ଧୈର୍ଯ୍ୟ ଧରି ଶୁଣିବା ପାଇଁ ଆଉ ଏକ ଅମର ସ୍ବାକ୍ଷର, ଦରିଆ କୂଳର ଢେଉ।

youtu.be/zRyGbVrlF2M?si…

ମଜାଳିଆ ଗୀତ କେତୋଟି

ତୋ ଦେହର ଶାଢୀ ଝୁମ୍ପି

youtu.be/SKQCzy8EMig?si…

ଯିବିନି ତୁମ ସାଙ୍ଗେ

youtu.be/UG0XUQvoOjc?si…

ଇଟିଲି ମିଟିଲି

youtu.be/nbBpT6ewtCs?si…

ନଈରେ ବାଳିଆ

youtu.be/SWc6H_vmOfk?si…

କେଡେ ମିଠା କରି

ମାରନା ଆଖି ଛୁରୀରେ ଗୀତଟିର ଆରମ୍ଭରେ ଯେଉଁ ଗୀତିନାଟ୍ୟର ସ୍ବରଟି ଅଛି ତାହାହିଁ ଖାଣ୍ଟି ଓଡିଆ ବୋଲି ଲାଗେ। ତାଛଡା ଘୋଡାନାଚର ସ୍ବର। ମୋର କନିଆ ସୁନା ପାନିଆଁ ଗୀତରେ ମଧ୍ୟ ଧୁଡୁକି ନାଚର ସ୍ବର ରହିଛି। ଏତିକି ବ୍ୟତୀତ ଆଉ ସବୁ ବାହାରୁ ଆମଦାନୀ। ଏବେ ତ ଆହୁରି ଗୋଳିଆଘଣ୍ଟା ହେଲାଣି।

youtu.be/_vnl9-FVacg?si…

youtu.be/K-muMXJ6yvw?si…

୧୯୬୦ ମସିହାରେ ଶ୍ରୀଲୋକନାଥ ଠାରୁ ୧୯୮୮ ମସିହା ପର୍ଯ୍ୟନ୍ତ ଅନେକ ଓଡିଆ କଥାଚିତ୍ର ଦେଖିବାର ସୁଯୋଗ ପାଇଥିଲି କିନ୍ତୁ ଉପଭୋଗ କରିବାର ଭାବ ନଥିଲା। ଆଜି ଯାହାକୁ ସଂସ୍କୃତି ବା କଳାତ୍ମକତା ଲାଗି ପ୍ରଶଂସା କରାଯିବ ସେତେବେଳେ ଯୁବମାନସ ପାଇଁ ନୈରାଶ୍ୟଜନକ ଥିଲା। ଷ୍ଟାର ଭ୍ଯାଲ୍ଯୁ ମଧ୍ୟ ଏତେ ଡେଭେଲପ କରିନଥିଲା। ନରି ଓ ଜୟୀ ଆଦି ହିଟ ହଉଥିଲେ।

ମୁଁ ୟୁଟ୍ୟୁବରୁ ଗୀତ ଶୁଣେ କିନ୍ତୁ କୌଣସି ଗୋଟିଏ ଦୃଶ୍ୟବନ୍ଧର ଶିରୋନାମା ଆବଶ୍ୟକତା ମୁତାବକ ନୁହେଁ। ଏପରିକି ବଡ ବଡ କମ୍ପାନୀର ପ୍ରସ୍ତୁତିଗୁଡିକରେ ମଧ୍ୟ ହଜାରେ ଦୋଷାଦୋଷ। ଲେଖା ଠିକ ନହେଲେ ଖୋଜିଲେ ମିଳିବ କେମିତି? ମଙ୍ଗଳ ଗ୍ରହକୁ ଯିବା ପୂର୍ବରୁ ଯଦି ଏତିକି ଆମେ ଠିକ ଭାବରେ କରିପାରନ୍ତେ ତାହାହେଲେ ଓଡିଆ ଜାତି ପ୍ରତି ଉପକାର ହୁଅନ୍ତା!

ପିପାସା କଥାଚିତ୍ରର ମଧୁଝରା ଫୁଲବନେ ଗୀତଟିର ଦୃଶ୍ୟବନ୍ଧ ଦେଖିଲି ଯୋଉ ସ୍ବରରେ କନ୍ନଡରେ ନିନ୍ନା ଇନ୍ନୁ ବୋଲି ଗୀତଟିଏ ବି ଅଛି। ପ୍ରିୟତମା କଥାଚିତ୍ରର ଏଇ ପ୍ରୀତି ଫୁଲଝରା ପଥେ ମଧ୍ୟ ଏକ ପ୍ରସିଦ୍ଧ ସୃଷ୍ଟି। ଅବଶ୍ୟ ନୀଳମାଧବ ଛବିରେ ଓଲଟିକି ଝରାଫୁଲଟିଏ ମୁହିଁ। ଏସବୁ ପୂର୍ବରୁ ଥିଲା ରେଡିଓର ଏଇ ଫୁଲଝରା ରାତି।

ହିନ୍ଦୀର ଫୁଟି କିସମତ ଓ ବଙ୍ଗଳା ଭାଷାର ପୋଡା କପାଲକୁ ଜୋଡି ଆମ ଓଡିଆରେ ଫଟା କପାଳ କରାଯାଇଛି ବୋଧହୁଏ। ନହେଲେ ମୁଣ୍ଡଫଟା ଖରାର ଅର୍ଥ ତ ଅଲଗା। ଛାତିଫଟାରେ ବି କିଛିଟା ଆକ୍ଷରିକ ଅର୍ଥ ନିହିତ ରହିଛି।

ମୁଁ ତ ଗାଆଁରେ ପଢିଛି ଓ ବଢିଛି ତେଣୁ ମୋ ଦେଖିବାରେ ଆମର ନାଚଗୀତର ପ୍ରଥା କିଛି ନଥିଲା ପ୍ରାୟ। ପୁଅ ଝିଅ ଏକାଠି ନାଚିବା ତ ସ୍ବପ୍ନ। ସଙ୍କୀର୍ତ୍ତନରେ ବଙ୍ଗଳା ପ୍ରଭାବ ଥିଲା। ଦାସକାଠିଆରେ ଦକ୍ଷିଣୀ ଠାଣି ରହୁଥିଲା। କେଳା ଆସିଲେ ଧୁଡୁକି ନାଚ ହେଉଥିଲା। ମୂଲିଆମାନେ କେବେ କେବେ ଖଞ୍ଜଣି ମାଡ କରୁଥିଲେ। ବୋଧେ ଭୀମ ଭୋଇଙ୍କ ନିରାକାର ତତ୍ତ୍ବ।

ମୟୂରଭଞ୍ଜ କହିଲେ ଝୁମର ଗୀତ ଓ ଛଉ ନାଚ ମନକୁ ଆସେ। ଆଶ୍ଚର୍ଯ୍ୟର କଥା ଯେ ଝୁମର ଗାଇବା ଶୈଳୀ ଯେତିକି କୋମଳ ଓ ଲଳିତ, ଛଉ ନାଚରେ ସେତିକି ଅଧିକ ଉଦ୍ଦାମତା ତଥା ବୀରତ୍ବ ଭାବ। ଅବଶ୍ୟ ଗୁରୁ ଦେବପ୍ରସାଦ ଦାସ ଓଡିଶୀରେ ମଧ୍ୟ କିଛିଟା ବୀରରସ ଫୁଆଇବା ପାଇଁ ଉଦ୍ୟମ କରିଥିଲେ। କାଳୀ କପାଳୀ ନରମୁଣ୍ଡମାଳୀ ଏକ ଅଲଗା ରୂପ।

ପ୍ରଜାତନ୍ତ୍ରରେ ଯେଉଁ ସାପ୍ତାହିକ ରୂପ-ରସ-ଛନ୍ଦ ପୃଷ୍ଠାଟି ପ୍ରକାଶିତ ହେଉଥିଲା ସେଥିରେ ଏକ ସମୟରେ ଆକାଶବାଣୀ କଟକର ବିଭିନ୍ନ ଗାୟକ ଗାୟିକାଙ୍କ ଉପରେ ଏକ ଧାରାବାହିକ ସୁନ୍ଦର ଚିତ୍ରଣ ପଢିବାର ମନେଅଛି। ଭଜନ ବନ୍ୟା ଆସିବା ପୂର୍ବରୁ ରେଡିଓ ଗୀତ ଯେଉଁ ଉତ୍କର୍ଷ ସାଧନ କରିଥିଲା ତାର ଇତିହାସ ଲେଖା ହୋଇପାରିନାହିଁ।

youtu.be/HwYjrwCkQaE?si…

ପନ୍ଦର ବର୍ଷ ତଳେ, ପିଲାଙ୍କ ସାହାଯ୍ୟରେ ଏହି ଦୃଶ୍ୟବନ୍ଧଟି ତିଆରି କଲାବଳେ ନିର୍ମାଣ କୌଶଳ ନାଁ କି ବରାବର ଥିଲା। ଆଜିକାଲି କିନ୍ତୁ ସମସ୍ତେ ଓଳିଆରୁ ଗଜା। ହେଲେ ରାତାରାତି ପ୍ରସିଦ୍ଧ ହୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ଯେଉଁ ନିଶା ଘାରିଛି ସେଥିରେ ସଂସ୍କୃତି ଓ କଳାତ୍ମକତା ଆଦି ଦିଗଟି ସମ୍ପୂର୍ଣ୍ଣ ଗୌଣ।

ସନ୍ଧ୍ୟା ମୁଖାର୍ଜୀଙ୍କ କଣ୍ଠରେ ଓଡିଆ ସଙ୍ଗୀତର ଏକ ଅମୂଲ୍ୟ ରତ୍ନ। ଅଭିଯୋଗ ଭରା ଭଜନ ସାଙ୍ଗକୁ ବେଶ୍ୟାଳୟରେ ନୃତ୍ୟର ଦୃଶ୍ୟ ଏକ ଅଦ୍ଭୁତ ଅଭିବ୍ଯଞ୍ଜନା ସୃଷ୍ଟି କରେ। ଭୁବନେଶ୍ବର ମିଶ୍ରଙ୍କ ଏକ କାଳଜୟୀ କୃତି କିନ୍ତୁ ନାଚ ସହିତ ଘୁଙ୍ଗୁରର ଝଙ୍କାର ନଥିବାଟା ଗୋଟିଏ ବଡ ତ୍ରୁଟି। ଦୁଃଖୀରାମ ସ୍ୱାଇଁ ହେଲେ ଖଳନାୟକ।

ଦଶବର୍ଷ ତଳେ ହଳଦିଆରେ ପୂଜା ସମୟରେ ଆସି ରହିଥିଲି। ସନ୍ଧ୍ୟା ମୁଖାର୍ଜୀଙ୍କ ମଧୁମାଳତୀ ଡାକେ ଗୀତଟି ମୋ ଉପରେ ସମ୍ମୋହନ ସୃଷ୍ଟି କଲା। ତାପରେ ପୁରୁଣା ବଙ୍ଗଳା ଗୀତ ସହିତ ଏକ ନୂଆ ପ୍ରେମର ଅଧ୍ଯାୟ ଆରମ୍ଭ ହେଲା ଯାହା ଏବେବି ଜାରି ରହିଛି। ଓଡିଆରେ ଯେଉଁ ଭାବର ଅଭାବ ସବୁ ଥିଲା ତାହା ବଙ୍ଗଳାରେ ପୂରଣ ହେଲା। ମେଲୋଡି କିନ୍ତୁ ଆମ ଓଡିଆରେ ବେଶି।

ସାହିତ୍ୟ ଠାରୁ ତ ମୁଁ ଦୂରରେ; ତେବେ ଜଣେ "ଆଦର୍ଶଟିଏ ବଂଚାଯାଏ" ବୋଲି ଲେଖିଥିବାର ପଢଲି। ଗୁଗଲରେ ଖୋଜି ଦେଖିଲି ଅନ୍ୟ କତେକ ଲୋକ ମଧ୍ୟ ଏପରି ଲେଖିଛନ୍ତି। ତା ଭିତରେ ସଚ୍ଚି ରାଉତରାୟଙ୍କର, ଯାହା ବଞ୍ଚାଯାଏ, ତାହା ହିଁ ଜୀବନ। ତଥାପି ମୋତେ ଟିକେ ଅବାଗିଆ ଲାଗୁଛି। ଯେମିତି କଥା ହେବା କହିଲେ ଅନ୍ୟ ଭାଷାର ଅନୁବାଦ ବୋଲି ଲାଗେ। ଓଡିଆ ନୁହେଁ।

ଓଡିଶୀ ସଙ୍ଗୀତର ପ୍ରଭାବଶାଳୀ ଦୃଶ୍ୟବନ୍ଧ ସବୁ ଉତ୍ତୋଳିତ ହେଉଛି କିନ୍ତୁ ତା ଭିତରେ କେତେ ଅପମିଶ୍ରଣ ହୋଇଛି ତାହା ଜାଣିବା କଷ୍ଟ। ପାଠଶାଳାରୁ ଶିଖିଥିଲି ଯେ ଆନ୍ଦୋଳିତ ହେବା ହିଁ ଏକ ମୁଖ୍ୟ ଲକ୍ଷଣ। ହେଲେ ସବୁ ଜାଗାରେ ତ କାଇଁ ଠାବ କରି ହେଉନାହିଁ। ତାପରେ ଆଳାପର ମାତ୍ରାଧିକ କଳାପ ହେଉଛି ବୋଲି ଲାଗୁଛି। ଏହା କଣ ଲୋକପ୍ରିୟତା ପାଇଁ ବିଳାପ?

ଦୟାକରି ସଠିକ ବ୍ଯାକରଣ ସହକାରେ ଲେଖିଲେ ଭଲ ହେବ। ଶ୍ରୀଅରବିନ୍ଦଙ୍କ ସାବିତ୍ରୀ ଆମ ସମସ୍ତଙ୍କ ପାଇଁ ଇଂରାଜୀ ନିମନ୍ତେ ହିମାଳୟ ସଦୃଶ। ଛବି ବ୍ଯତୀତ, ପୁରୁଣା ଲେଖାର ଲିଙ୍କ ଦେଲେ ଅଧିକ ଉପାଦେୟ ହେବ।

https://x.com/i/status/2014982952195920121 

Saturday, 24 January 2026

ପଶ୍ଚିମ ନଥିବ

 ଗଲା କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ 

ପ୍ରତିଦିନ ସନ୍ଧ୍ୟାରେ ହସ୍ତାକ୍ଷର ଲେଖିବା ଗୋଟାଏ ବହୁତ ବଡ ବୋଝ ଥିଲା। ଆଗ ସ୍କେଲ କିମ୍ବା ରୁଲବାଡିରେ ଗାର ପକାଇବା ପାଇଁ ପଡୁଥିଲା। ତାପରେ ଗୋଲ ଗୋଲ ଅକ୍ଷରରେ ଲେଖିବା। ପାଠ ଭଲ ପଢୁ ବା ନପଢୁ, ଯାହାର ହସ୍ତାକ୍ଷର ଭଲ ସେ ପ୍ରଶଂସା ପାଉଥିଲା। ବର୍ତ୍ତମାନର ଏଆଇ ଯୁଗରେ ଆଗକୁ ହାତଲେଖାର ଭବିଷ୍ୟତ କଣ କହିବା କଷ୍ଟ। କ୍ଯାଲିଗ୍ରାଫୀ ହୋଇ ରହିବ।

ଆପଣଙ୍କର ବୟସ ବେଳେ ମୁଁ ବି ଏମିତି ଭାବୁଥିଲି ଏବଂ ସମ୍ବାଦରେ ନିର୍ମଳ ସରକାର ନାମରେ ମୋର କେତୋଟି ପତ୍ର ପ୍ରକାଶିତ ହୋଇଥିଲା। କିନ୍ତୁ ଆପଣଙ୍କୁ ଯେତେବେଳେ ସତୁରି ହେବ ଦେଖିବେ ଯେ ଏବେ ଯାହା ଥିଲା ସେୟା ଅଛି।

ଅପରିଚିତା ଦେଖି ଗୋଟିଏ ଟେଲିଫିଲ୍ମ ଭଳି ଲାଗିଲା। ଯେମିତି ଜାଣିଶୁଣି ସିନେମାସୁଲଭ ବିଶାଳତା ତଥା ବୈଚିତ୍ରକୁ କାଣ୍ଟଛାଣ୍ଟ କରି ଗୋଟିଏ ଶିଶୁ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଭାଇ ଭାଉଜରେ ତ କିଛି କଥାବସ୍ତୁ ଥିଲା କିନ୍ତୁ ଏଥିରେ ତ କତିପୟ ସଂଳାପ ମାତ୍ର। ଆକାଶବାଣୀର ନାଟକ ପରି ଯେଉଁଥିରେ ମାଳବିକା ରାୟ ରହୁଥିଲେ। ପୁଣି, ଝିନପାପା ନାହିଁ।

ଟାଇପ ଫୋର ଗଳ୍ପଟିର ଲେଖକ ହେଲେ ଅନନ୍ତ ପ୍ରସାଦ ପଣ୍ଡା।

x.com/SavitriEra/sta…

ନୟେ ଜମିଁଥୀ, ୟହିହୈ ଓ୍ବହ, ଝିଲମିଲ ସିତାରୋଁ, ବାହାରୋଁ ଫୁଲ, ହାୟରେ ହାୟ, ୟେ ପରବତୋଁକେ, ୟେଦିଲ ଔର ଉନକୀ, ଚଲ କହିଁଦୂର, ଜହାଁପେ ସଓ୍ବେରା, ତୁମନେ କିସିସେ କଭି, ଜୋ ତୁମକୋ ହୋ ପସନ୍ଦ, ମନମେରା ତୁଝକୋ, ହମ ତୁହ୍ମାରେ ଲିୟେ, ତୁହ୍ମି ମେରୀ ମନ୍ଦିର, ଔଲାଦ ଓ୍ବାଲୋ, ଆଦମୀ ମୁସାଫିର, ଜିସ ଦିନସେ, ତୁମଜୋ ମିଲ, ଚାନ୍ଦ ମେରା, ଦର୍ଦଏ ଦିଲ।

ଝିଲମିଲ ପରେ ରିମଝିମ କେ ଗୀତ। ଏ ସବୁ @.୭୫। ତାପରେ, ଋତ ହୈ ମିଲନ କୀ। ତାପରେ, ଜୋ ଓ୍ବାଦା କୀୟା ଓ୍ବହ। 

ନାମତେ ନାମତେ ନାମଟି ଟିକେ କୌତୁହଳ ସୃଷ୍ଟି କଲା, ଓ ଗୋଟିଏ ଦୁଇଟି ଭାଗ ଦେଖିଲି। ୨୦୧୩ ମସିହାରେ ନିର୍ମିତ ଏହି ବଙ୍ଗଳା ଛବିଟି ତତ୍କାଳୀନ ସାମାଜିକ ପରିସ୍ଥିତି ଉପରେ ଆଲୋକପାତ କରିଛି। କିଛିଟା ଓ୍ବାଗଲେଙ୍କ ସହ ସାଦୃଶ୍ଯ ରହିଛି, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଅଲଗା। ବହୁତ ଭଲ ନିର୍ଦ୍ଦେଶନା ତଥା ସମ୍ପାଦନା। ସେତିକିରେ ମନ ଖୁସି ହୋଇଯାଏ।

His fan base suffered due to politics. Hope, your assessment is neutral. But then stars are stars. Their charm grows with time irrespective of their performances.

ଗୀତ ସହିତ ଦୃଶ୍ୟ। 

Request extending Puducherry to Bhubaneswar train upto Vadodara, in memory of Sri Aurobindo, and making it a daily service. Thanks.

x.com/SavitriEra/sta…

ପିଲାଟି ଦିନରୁ ମଣିଷ ବିଭିନ୍ନ ମାର୍ଗରେ ଶିକ୍ଷା ଗ୍ରହଣ କରେ। ଗପରୁ, ଗୀତରୁ, ଢଗଢମାଳି, ରୂଢି, ଓ ପ୍ରବାଦ ଆଦିରୁ ବହୁତ କଥା ଶିଖେ। ତା ଭିତରୁ ଅନେକ ଜିନିଷକୁ ଆପ୍ତବାକ୍ୟ ବୋଲି ଜ୍ଞାନ କରେ। କିନ୍ତୁ ଏ ସବୁ ଭିତରେ କିଛି ନା କିଛି ଦର୍ଶନ ଲୁଚି ରହିଥାଏ। ଭୁଲ ବା ଠିକ ଜାଣିବାର କିଛି ଉପାୟ ନଥାଏ। ଶ୍ରୀଅରବିନ୍ଦଙ୍କ ବହି ପଢିଲେ ଯାଇ ଜଣାପଡେ।

Its Nadi naare

ରଫିଙ୍କ ଉପରେ ଗବେଷଣା ସୂଚକ ଅମୂଲ୍ୟ ଟୁବଟିଏ ମିଳିଲା ଯେଉଁଥିରେ ସାରାଜୀବନ ଉବୁଟୁବୁ ହୋଇ ହେବ। ଏମିତିଆ ଅମାରଟିଏ ଯଦି କେହି ଓଡିଆରେ ଗଠନ କରିପାରନ୍ତେ ତାହା କେତେ ଉପାଦେୟ ହୁଅନ୍ତା।

ଓଡିଆ ଲିପିଠାରୁ ଅଧିକ ସୁନ୍ଦର ଲିପି ସମ୍ବଳିତ ଭାଷା ସାରା ପୃଥିବୀରେ ଆଉ ନାହିଁ। ଏହା ଆମ୍ଭମାନଙ୍କ ପାଇଁ ବହୁତ ବଡ ଆନନ୍ଦ ତଥା ଗର୍ବର ବିଷୟ। ଲେଖା ସହିତ ଉଚ୍ଚାରଣ ମଧ୍ୟ ସ୍ପଷ୍ଟ ଓ ବିଶ୍ବସ୍ତ। କିନ୍ତୁ ବିନ୍ଦୁର ପ୍ରୟୋଗ ଏକ ଅଯଥା ଅସୁବିଧାଜନକ ଦାୟିତ୍ବ। ଏହାକୁ ବ୍ୟବହାରରୁ ବାଦଦେବା ପାଇଁ ଚେଷ୍ଟା ହେଲେ ଭବିଷ୍ୟତର ବଂଶଧରମାନେ ଖୁସି ହେବେ।

ଧାତୁମାନେ ପରସ୍ପର ସହିତ ପ୍ରେମ କରି ନିଜ ଗୁଣ ହରାଇ ବସାନ୍ତି। ସୁନା କିନ୍ତୁ ସହଜରେ କାହା ପ୍ରତି ଆକୃଷ୍ଟ ହୁଏ ନାହିଁ। ଏକୁଟିଆ ହୋଇ ଅଚଳ ଅଟଳ ଥାଏ।

କେମିକାଲ ରିଆକ୍ସନ ଓ ମିଶାଇବା ଅଲଗା। ମିଶିଲେ ବି ନିଜ ଗୁଣ ବଜାୟ ରଖେ ବୋଧହୁଏ।

ପୂଜା ସରିଗଲା କିନ୍ତୁ ମୁଁ ଏଠିକା ଖବର ଦେଇନି ବୋଧେ। ଆତପୁର, ପଶ୍ଚିମବଙ୍ଗ।

କାଲି ୭୦ ବର୍ଷ ପୂରା ହେଲା। ଓଡିଶାରେ ଜୀବନର ପ୍ରଥମ ୩୩ ବର୍ଷ କଟିଛି। ପରବର୍ତ୍ତୀ ୩୩ ବର୍ଷ ଦିଲ୍ଲୀରେ। ତା' ପର ୩୩ ବର୍ଷ ଏଇ ପଶ୍ଚିମବଙ୍ଗରେ ବିତିଯିବ ବୋଲି ଆଶା। ପୁରୁଣା ଓଡିଆ ଗୀତଗୁଡିକ ଆଜିଯାଏ ୟୁଟ୍ୟୁବରେ ଏକତ୍ରିତ ହୋଇପାରିଲା ନାହିଁ, ଏହା ଏକ ବଡ ଅବଶୋଷ। ପୁରୁଣା ରେଡିଓ ଗୀତଗୁଡିକୁ ମଧ୍ୟ ଉପଯୁକ୍ତ ମର୍ଯ୍ୟାଦା ମିଳିପାରିଲା ନାହିଁ।

ଗୋଧୂଳି ଗଗନ ତଳେ ଗୀତଟି ପିଲାଦିନୁ ମୋର ଭାରି ପ୍ରିୟ ଓ ବାହାଘର ପରେ ବି ବହୁତ କାମରେ ଲାଗିଥିଲା। ଚମ୍ପକ ବରଣୀ ଶବ୍ଦଦ୍ଵୟ ବୋଧହୁଏ ତାର ସବୁଠାରୁ ବଡ ଆକର୍ଷଣ କିନ୍ତୁ ବରଣୀର ମାନେ ମୁଁ ଆଜିଯାଏ ଠିକ ବୁଝି ପାରିନଥିଲି। ଭାବୁଥିଲି ବରଣ କରିଆଣିବା ଅର୍ଥରେ। ନିକଟରେ ଏକ ବଙ୍ଗଳା ଗୀତ ଶୁଣିବା ବେଳେ ଏହା ବର୍ଣ୍ଣର ପଦ୍ଯରୂପ ବୋଲି ହୃଦବୋଧ ହେଲା।

ରେଡିଓର ଓଡିଆ ଗାୟିକାମାନେ କିଏ କୁଆଡେ ହଜିଗଲେ। ସେମାନଙ୍କ ବିଷୟରେ କେହି ପଦେ କେବେ ଆଲୋଚନା କରନ୍ତି ନାହିଁ। କାହାରି ଫଟଟିଏ ବି ଦେଖିବାକୁ ମିଳେନାହିଁ। ସ୍ବୟଂପ୍ରଭା ଓ ସ୍ବର୍ଣ୍ଣପ୍ରଭା ଦୁଇ ଭଉଣୀ ମୋର ଖୁବ ପ୍ରିୟ। ଉଇକିପିଡ଼ିଆରେ ସେମାନଙ୍କ ପୃଷ୍ଠା ଖୋଲିଥିଲି। ସ୍ବୟଂପ୍ରଭାଙ୍କ ରଙ୍ଗ ନୁହେଁ ସେ ଇନ୍ଦ୍ରଧନୁର ଛଳନା ଗୀତଟି କାଳ ଗର୍ଭରେ!

କୋଡିଏ ବର୍ଷ ତଳ କଥା କହୁଛି। ସେତେବେଳେ ଓଡିଆ ସିନେମା ଓ ସଙ୍ଗୀତ ବିଷୟରେ ବିଶେଷ କିଛି ଅନଲାଇନ ସାମଗ୍ରୀ ନଥିଲା। ନିମ୍ନ ଦୁଇଟି ବ୍ଲଗ ଖୋଲି ମୁଁ ଧୀରେ ଧୀରେ ଅନେକ କିଛି ଲୋକଲୋଚନକୁ ଆଣିଲି। ତେବେ ଓଡିଆରେ ଗୋଟିଏ ସ୍ବୟଂସମ୍ପୂର୍ଣ୍ଣ ପ୍ରାଙ୍ଗଣ ନିର୍ମାଣର ସ୍ବପ୍ନ ସଫଳକାମ ହଉନାହିଁ।

petlinks.blogspot.com

themusepaper.blogspot.com

ମହମ୍ମଦ ସିକନ୍ଦର ଆଲାମଙ୍କ ଏ ଡାଳରେ ବଉଳ ତୁମେ ମଜାଳିଆ ଗୀତଟିତ ପିଲାଦିନୁ ଶୁଣି ଆସୁଛି। ତେଣୁ ରୁପସା ଓ ପଲାସା ବୁଲି ଦେଖିବାର ଏକ ପ୍ରଛନ୍ନ ଆଶା ପୋଷଣ କରିଆସିଛି ଯାହା ଆଜିଯାଏ ସମ୍ଭବ ହୋଇନାହିଁ। ସେହିପରି ପଶ୍ଚିମ ଓଡିଶାର ବିନିକା ପ୍ରତି ମଧ୍ଯ ଏକ ଅହେତୁକ ଦୁର୍ବଳତା ରହିଛି। ଚାରିମାସ ତଳେ ହୁମା, ହରିଶଙ୍କର, ଓ ନୃସିଂହନାଥ ବୁଲିଆସିଲି।

କଥାଚିତ୍ରଟିର ଅପୂର୍ବ ସଫଳତା ସାଙ୍ଗକୁ ଗୀତଟିର ଅମାପ ଲୋକପ୍ରିୟତା ଗଢିଲା ଏକ ନୂଆ ଓଡିଆ ଆତ୍ମବିଶ୍ୱାସ ଓ ପାରଦର୍ଶିତା। ଗୋଟିଏ ଦଶନ୍ଧି ଧରି ସିନେମା, ସଙ୍ଗୀତ, ଓ ସାହିତ୍ୟ କ୍ଷେତ୍ରରେ ଜାରିରହିଲା ସେହି ସ୍ତରର ଉଦ୍ଦାମତା। ଆକାଶବାଣୀ, କଟକ ମଧ୍ୟ ସମାନ୍ତରାଳ ବେଗରେ ଓଡିଆ ଭାଷା ଓ ସଂସ୍କୃତିକୁ ଯଥେଷ୍ଟ ଉନ୍ନତ କଲେ। ନାଟକରେ ପରୀକ୍ଷା ହେଲା।

ଭାବିଲି ଭୁଲରେ ଲେଖାହୋଇଛି ବୋଧେ ହେଲେ ଗୁଗଲରେ ଖୋଜିଲା ବେଳକୁ ବହୁତ ଜାଗାରେ ଏଇ ବନାନ। ଆଜିକାଲି ଅନେକ ଶବ୍ଦ ପାଇଁ ଏକାଧିକ ବନାନ ଦେଖିବାକୁ ମିଳୁଛି। ଏହା ଭାଷାକୁ ଭିତରେ ଭିତରେ କୋରି ନଷ୍ଟ କରୁଛି।

ସେକଥା ସତ। କିନ୍ତୁ ପ୍ରକୃତ କାରଣ ହେଲା ଓଡିଶାରେ ଓଡିଆ ନେତୃତ୍ବର ଅଭାବ। ମୁଁ କହିଲେ ଲୋକଙ୍କୁ ବାଧୁଛି, କିନ୍ତୁ ଗୋଟିଏ ଦିନରେ ସମସ୍ତେ ସିଧା ହୋଇଯିବେ। (ଡ ତଳ ବିନ୍ଦୁକୁ ବିଦାୟ ଦେବା ପାଇଁ ମୋର ଅଭିଯାନ ଅବ୍ୟାହତ ରହିଛି)। ଧନ୍ୟବାଦ।

ଆପଣଙ୍କ ଅବଦାନ ତଥା ଅଧ୍ୟବସାୟ ନିଶ୍ଚିତ ଭାବେ ଅତୁଳନୀୟ, କିନ୍ତୁ ମୂଳ ପ୍ରାଙ୍ଗଣ କିପରି ଅଧିକ ଉପଯୋଗୀ ହୋଇପାରିବ ସେଥିପାଇଁ ଏଠାରେ ଆଲୋଚନା ହେଲେ ଭଲ ହୁଅନ୍ତା। ଓଡିଆରେ ସମାନ୍ତରାଳ ଭାବରେ ଅନ୍ୟ ଏକ ପ୍ରାଙ୍ଗଣର ଆବଶ୍ୟକତା ରହିଛି।

ଆପଣ ଦୁଇଜଣଙ୍କୁ ନମସ୍କାର ଓ ଶୁଭେଚ୍ଛା। ସମୟ ଅଭାବରୁ ଏଠି ବେଶି ଲେଖାଲେଖି କରିପାରୁନାହିଁ। ଧନ୍ୟବାଦ।

ଆଜି ଇତୁ ପୂଜା ବିଷୟରେ ଜାଣିଲି। ଆମର ଖୁଦୁରୁକୁଣି ସାଙ୍ଗରେ କିଛିଟା ସାମଞ୍ଜସ୍ୟ ରହିଛି କିନ୍ତୁ କଥାବସ୍ତୁ ଅଲଗା। ଇତୁଲକ୍ଷ୍ମୀ ବୋଲି କୁହାଯାଉଛି ଯାହା ଆମ ମାଣବସାକୁ ମନେପକାଇ ଦିଏ, କିନ୍ତୁ ଛଟ ଭଳି ଏହା ସୂର୍ଯ୍ୟଙ୍କର ପୂଜା। ଆଦିତ୍ୟ ଅବା ମିତ୍ରର ଅପଭ୍ରଂଶ ଭାବରେ, ମିଥୁରୁ ଇତୁ ହୋଇଥାଇପାରେ। ରବି ଶସ୍ଯ ବୀଜବପନର ଉତ୍ସବ ମଧ୍ୟ ହୋଇପାରେ।

ମୋର ଅଧା ବୟସରେ ହ୍ୟୁମାନ ସାଗର ଚାଲିଗଲେ। ଏହା ଏକ ଦାରୁଣ ଦୁସମ୍ବାଦ। ଅସୀମା ପଣ୍ଡା ଓ ସେ ଓଡିଆ ଗୀତକୁ ନେଇ ଏପରି ଏକ ଉଚ୍ଚତାରେ ପହଞ୍ଚାଇ ଦେଲେ ଯାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଗାୟନରେ ଆଉ ପ୍ରତିଭାର ଅଭାବ ରହିଲା ନାହିଁ। ବାହାରର ଲୋକସବୁ ହୁରୁଡିଗଲେ। ପୁରୁଣା ଢାଞ୍ଚା ଛାଡି କଣ୍ଠ ଶୈଳୀରେ ନୂଆ ପରୀକ୍ଷା ହେବ ବୋଲି ଆଶା କରାଯାଉ।

ଦେଓଗଡ ଭ୍ରମଣ ନିମନ୍ତ୍ରଣ।

The Big Book of Odia Literature edited by Manu Dash.

ସଂସ୍କୃତି କଣ, କୋଉ ସବୁ ପୁରୁଣା ଜିନିଷ ମୂଲ୍ୟବାନ, ବା କାହାର ଆଗକୁ ଚାହିଦା ରହିଛି ତା' ଆଜି ନିର୍ଦ୍ଧାରଣ କରିବା କଷ୍ଟକର। ମୋବାଇଲର ପାଞ୍ଚଇଞ୍ଚିଆ ପର୍ଦ୍ଦାରେ ସମସ୍ତ ସୃଜନଶୀଳତାକୁ ଖୁନ୍ଦି ଭର୍ତ୍ତି କରିବାର ଯେଉଁ ବିଡମ୍ବନା ଆସି ପହଞ୍ଚିଛି ତାକୁ ଅବମାନନା କରିବାକୁ ଆଉ ବାଟ ନାହିଁ। ତଥାପି ମଣିଷର ମନ ମୁକ୍ତି ପାଇଁ ନୂଆ ସୁଡଙ୍ଗ ଖୋଜିବ।

ଆଉ ମାତ୍ର ଘଣ୍ଟାଟାଏ

ତାପରେ କାଲି ହୋଇଯିବ

କାଲି ପୁଣି ଆଜି ହୋଇଯିବ

ଆଉ ଆଜି ବିଚରା ହୋଇଯିବ କାଲି।

ଏମିତି ଆଜି ଆଉ କାଲିର ଲୁଚକାଳି

ଦିନ ରାତି ଭଳି ଗୋଡିଆ ଗୋଡେଇ

ଆଶା ଆଉ ନିରାଶାର ନିଶାକୁ ଚଖେଇ

ସମସ୍ତଙ୍କୁ ରଖିଛନ୍ତି ବନ୍ଦୀ କରି।

ଆସନ୍ତାକାଲି ମାସିକ ପତ୍ରିକା

କଲିକତାରୁ କେତେ ସ୍ବପ୍ନ ବୋହି ଆଣୁଥିଲା

ସବୁ ଏବେ ବି ଅପୂର୍ଣ୍ଣ

କାଲି ପୂରା ହେବ।

https://x.com/i/status/1995913102572015895

କଲ୍ୟାଣୀ ବହି ମେଳାରେ ରଙ୍ଗବତୀ ଶୁଣିକରି ଫେରିଲି।

ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ, ଖଣ୍ଡଗିରି

ଝରକା ଖୋଲିଲି

ଧୂଆଁଳିଆ ଦିଗବଳୟ

କାଲି ସୂର୍ଯ୍ୟାସ୍ତ ଦେଖିଥିଲି

ଆଜି ଏକ ବିଚିତ୍ର ବିସ୍ମୟ।

ଯେମିତି ଗୋଟାଏ ବଡ ଆଁ

ଆଉ ଦୁନିଆଯାକର ଭୋକ 

ଜଳଭଉଁରୀ ପରି

ସବୁ ନିଜ ଗର୍ଭକୁ ଟାଣିନେବ।

ସକାଳର ଯାବତୀୟ ଲୀଳାଖେଳା

ଆଉ ଜୀବନର ସବୁ ସମ୍ଭାବନା

ତାପାଇଁ ଅଳୀକ ମାତ୍ର

ସବୁ ଲୁପ୍ତ ହୋଇଯିବ।

ଏହାହିଁ କଣ ସତ୍ଯ

ନାଁ

ଏକ ଶାଶ୍ଵତ ସକାଳ ହେବ

ପଶ୍ଚିମ ନଥିବ।

https://x.com/i/status/1995913102572015895

ମହମ୍ମଦ ସିକନ୍ଦର ଆଲାମଙ୍କ ସ୍ମରଣେ।

ଅସ୍ତରଙ୍ଗର ଉଦୟ ରଙ୍ଗ।

ରାଜଜୋଟକ କରାଇବ।

ଏଠି ପଶ୍ଚିମବଙ୍ଗରେ ବହୁତ ଜାଗାର ନାଆଁ ଅମୁକ ଗାଛି ବା ସମୁକ ଗାଛିଆ ଭାବରେ ଜଣାଶୁଣା। ନହେଲେ କୌଣସି ଗଛର ତଳ ଯେମିତି ନିମତଲା ବା ତେନ୍ତୁଲତଲା ଭଳି ଛକ ସ୍ଥାନଗୁଡିକର ନାମକରଣ ହୋଇଛି। କୋଉ କାଳେ ଥିବା କୋଉ ଗଛଟିର ସ୍ମୃତି ରହିଯାଇଛି। ସେମିତି ଖାଲ ଜାଗାର ନାମ ଦହ। ଯଥା ସିଆଲଦହ, ଖଡଦହ, ବା ଚାକଦହ ଷ୍ଟେସନର ନାମ। କେବେ ଥିବ, ଏବେତ ବଡ ସହର।

ଚାରି ପାଞ୍ଚ ବର୍ଷ ତଳେ।

ଆମ ପିଲାଦିନେ ମାଛ ଛଣା ହେଉଥିଲା। 

https://x.com/i/status/2005211076653469750

Friday, 23 January 2026

ନାଶୋତ୍ତର ଅମରତ୍ବ

 ଗଲା କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ

ରସାସ୍ବାଦନର ପ୍ରବୃତ୍ତି ମଣିଷର ଜନ୍ମଜାତ ଯାହାକୁ ନିଜର ଭାଷା, ସଂସ୍କୃତି, ଧର୍ମ, ବା ଦେଶ ମଧ୍ୟରେ ବାନ୍ଧି ରଖିବା ଅସମ୍ଭବ। ପିଲାଟିଏ ପାଠ ପଢିବା ପାଇଁ ହେଉ ଅଥବା ଚାକିରି ଲାଗି ଘର ଛାଡିଲା ପରେ ନୂତନ ପରିବେଶ ଭେଟେ। ବିବାହ ପରେ ଏକ ନୂତନ ମନୋଭାବ ସହ ପରିଚୟ ହୁଏ। ବିବର୍ତ୍ତନ ନିମନ୍ତେ ପ୍ରୟୋଜନ କିନ୍ତୁ ଏକ ଉଚ୍ଚତର ଉଦ୍ଦେଶ୍ଯ ବି ରହିଛି।

ମୋର ବି ଗୋଟିଏ ପାର୍ଟି ଅଛି। ସାବିତ୍ରୀ ଇରା ପାର୍ଟି। ଗୁଗଲରେ ଖୋଜି ଦେଖିବେ।

କୋଣାର୍କର ଆକର୍ଷଣ ଅନେକ।

ଲେ ଫଟୋ ଲେ - ରାଜସ୍ଥାନୀ

ବଙ୍ଗଳା ସଙ୍ଗୀତର ବିବର୍ତ୍ତନ। 

ଧର୍ମ ଓ ଭକ୍ତି ବିନା କୌଣସି ଗୋଟିଏ ପୁରୁଣା ଗୀତ ଖୋଜି ପାଇବା କଷ୍ଟ ଯେଉଁଥିରୁ ଯଥାର୍ଥରେ ଓଡିଶା ବା ଓଡିଆର ମହକ ଆସୁଥିବ। କେବଳ ଘୋଡାନାଚ ଗୀତ ହିଁ ଏହି ପରିମାପକରେ ଉତ୍ତୀର୍ଣ୍ଣ ହୁଏ। ଗୀତିନାଟ୍ୟରେ ଭଲ ସ୍ବରର ଗୀତ ସବୁ ରହିଛି କିନ୍ତୁ ସେଗୁଡିକୁ ଅଲଗା ଶୁଣିବାର ଉପାୟ ନାହିଁ। ରଜ ଓ କୁଆଁରପୁନେଇଁର ଗୀତ କେତେଦୂର ପାରମ୍ପରିକ କହିବା କଷ୍ଟ।

ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ଓଡିଶାକୁ ବୁଲିଯିବାର ପରମ୍ପରା ବହୁ ପୁରାତନ।

ଭାଷା ଓ ସଂସ୍କୃତିର ଦଶା ସବୁ ଜାଗାରେ ସେୟା। ବିବର୍ତ୍ତନର ସ୍ରୋତରେ ପରିବର୍ତ୍ତନ ହେବ।

ଏଇ ବର୍ଷର। ଆଜିର ଫଟ।

କେଉଁ ଓଡିଆ ମହାପୁରୁଷମାନେ ଜାତୀୟ ସ୍ତରରେ ସମ୍ମାନ ପାଇବା ପାଇଁ ଯୋଗ୍ୟ ସେ ବିଷୟରେ କେଉଁଠି କିଛି ଲେଖା ଅଛି କି? ମୋ ମତରେ ଯତୀନ୍ଦ୍ର ମୋହନ ମହାନ୍ତି ସେପରି ତାଲିକାରେ ଅନ୍ତର୍ଭୁକ୍ତ ହେବା ଉଚିତ।

ଉପସ୍ଥାପନା ତଥ୍ୟଭିତ୍ତିକ ହେବା ଆବଶ୍ୟକ। ଜୟଦେବ କବିଚନ୍ଦ୍ରଙ୍କ ନାଟକ ପ୍ରସୂତ। ବିଜୁ ପଟ୍ଟନାୟକ ପ୍ରଚାର ସର୍ବସ୍ବ। ଜାତୀୟ ସ୍ତରରେ ଅନ୍ୟମାନଙ୍କର ସେମିତି କିଛି ଅବଦାନ ନାହିଁ। ହଁ, ଓଡିଶା ଇତିହାସରେ ସେମାନଙ୍କ ନାଆଁ ରହିବ ନିଶ୍ଚୟ।

ମରାଠୀ ଗୁଜୁରାଟୀଙ୍କ ପ୍ରଚାର ତ ସରକାର କରିବାକୁ ବାଧ୍ୟ। କିନ୍ତୁ ପ୍ରଥମେ କେଉଁ ଦଶ ଜଣ ଓଡିଆଙ୍କୁ ଆମେ ଲୋକଲୋଚନକୁ ଆଣିବା, ସେ ସମ୍ବନ୍ଧରେ ସର୍ବସମ୍ମତି ସ୍ଥାପନ କରିବା ଦରକାର। ଏଥିନେଇ ବାଦାନୁବାଦ ହେବ। ପ୍ରଥମେ ଉଇକିପିଡ଼ିଆରେ ସେମାନଙ୍କ ପୃଷ୍ଠାଗୁଡିକୁ ସମ୍ପୂର୍ଣ୍ଣ କରାଯାଉ। ତା ସହିତ ଉପଯୁକ୍ତ ଯଥାର୍ଥତା ଜୋଡି କେଉଁଠାରେ ପ୍ରକାଶ ପାଉ।

https://x.com/i/status/1958899088411197776

କିସି କୋ ପତା ନ ଚଲେ, ତୁମକୋ ପିୟା ଦିଲ ଦିୟା, ମେରେ ଦିଲ ମେଁ ହଲକି ସି, ହର ଏକ ମୁସ୍କରାହଟ, ଅକ୍ସର ଇସ ଦୁନିଆଁ ମେଁ, ପାପା କହତେ ହୈଁ, ମେଡ ଇନ ଇଣ୍ଡିଆ, ଇମୋସନାଲ ଅତ୍ଯାଚାର, ହନୀ ଭି ହୈ ମନୀ ଭି, ମୁଡ ମୁଡ କେ ନା ଦେଖ, ରମୈୟା ଓ୍ବସ୍ତାଓ୍ବୈୟା, ହରିୟାଲା ସାଓ୍ୱନ ଢୋଲ ବଜାତା, ଚଲତ ମୁସାଫିର, ମୈଁ କୋଇ ଝୁଟ ବୋଲେୟା, ଓ ଛୁଟେ ଅସିର ତୋ।

ବହୁତ ଭଲ କଥା, କିନ୍ତୁ ଜଗନ୍ନାଥଙ୍କୁ ଓଡିଆ ସହିତ ଜୋଡି ଦେବା ମୋ ମତରେ ଠିକ ନୁହେଁ। ନିଜର ଧର୍ମ ଓ ଭକ୍ତି ଭାବ ବ୍ଯକ୍ତିଗତ, ତେଣୁ ଓଡିଆ ସ୍ବାଭିମାନ କେବଳ ଭାଷାଭିତ୍ତିକ ହେବା ଉଚିତ।

ନାଁ, ମୁ ଏପରି ବିଶ୍ଲେଷଣ ସହ ସମ୍ମତ ନୁହେଁ। ଧର୍ମକୁ ସାଧାରଣ ଜୀବନ ସହିତ ଅଙ୍ଗାଙ୍ଗୀ କରିଦେଲେ ବିପଦ ଅନେକ। ଭାରତୀୟ ସମ୍ବିଧାନ ଏପରି ଚିନ୍ତାଧାରା ଠାରୁ ଅନେକ ଦୂରରେ।

କଳ୍ପନା ଜଗତ ଓ ଭାବପ୍ରବଣତା ବ୍ଯକ୍ତିଗତ କିନ୍ତୁ ସମ୍ବିଧାନ ହେଉଛି ବାସ୍ତବିକତା। ପ୍ରାଚୀନ ଓଡିଶାର କୌଣସି ନିର୍ଭରଯୋଗ୍ୟ ଇତିହାସ ନାହିଁ। ଯାହା ଅଛି ସବୁ ପ୍ରାୟ ରାଜାମାନଙ୍କ ଭାଟଙ୍କ ଦ୍ବାରା ଲିଖିତ। ତାଛଡା ସେସବୁର ଅବତାରଣାରେ ଆଜିର ସମାଜ ଚାଲିପାରିବ ନାହିଁ। ପ୍ରତ୍ୟେକ ମଣିଷ ଭିତରେ ତାର ସ୍ବଧର୍ମ ରହିଛି ଯାହା ପହ୍ଲବାଦକୁ ମାନେ ନାହିଁ।

ଆପଣଙ୍କର ଜଗନ୍ନାଥ ଧର୍ମ ଉପରେ ଥିବା ବିଶ୍ୱାସ ଯଥାର୍ଥ କିନ୍ତୁ ଏହାକୁ ସବୁ ଓଡିଆଙ୍କ ଉପରେ ଲଦି ଦିଆଯାଇପାରିବ ନାହିଁ। ସମ୍ବିଧାନର ପ୍ରାସଙ୍ଗିକତା ଏଇଠି। ପ୍ରତ୍ୟେକ ଓଡିଆ ଜଣେ ଜଣେ ସ୍ବାଧୀନ ନାଗରିକ ଓ ମାତୃଭାଷା ପ୍ରତି ପ୍ରୀତିରଜ୍ଜୁରେ ଛନ୍ଦି ହେବା ନିମନ୍ତେ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇପାରେ। ଅନ୍ୟ ମାନଦଣ୍ଡ ପଶିଲେ ବେଙ୍ଗା ହୋଇଯିବ।

ଆପଣ ଯେଉଁ ବର୍ଣ୍ଣନଦୀକୁ ନେଇ କୋବାଦିତା ସୃଷ୍ଟି କରିବାକୁ ଚାହୁଁଛନ୍ତି ସେଥିପାଇଁ ମୋର ଶୁଭ କାମନା। ଆଶା, ଏକ ସଙ୍ଗଠନ ମାଧ୍ୟମରେ ଏହି କାର୍ଯ୍ୟକୁ ଆଗକୁ ବଢାଇବେ। କିନ୍ତୁ ମୋର ପ୍ରତିବାଦ ମୁଁ ସ୍ପଷ୍ଟ ଭାବରେ କହିସାରିଛି। ଦ୍ବିତୀୟରେ, ଆଶା ଆପଣ ଶ୍ରୀଅରବିନ୍ଦଙ୍କ ଲେଖା କିଛି ପଢିବେ ଯାହା ନିଶ୍ଚିତ ଭାବେ ବୌଦ୍ଧିକ ଦୃଷ୍ଟିରୁ ଲାଭଦାୟକ ହେବ।

https://x.com/i/status/1959120080693874879

ଏଠି ଦିପଦ ଲେଖିବାର ସୁଯୋଗ ମିଳିଛି ବୋଲି ତାର ଅର୍ଥ ନୁହେଁ ଯେ ଆମେ ମନଇଚ୍ଛା ଯା ତା କହିପାରିବା। ଶିକ୍ଷା ତଥା ଯୌକ୍ତିକତାକୁ ସମ୍ମାନ ଦେବା ଏକ ମୂଳ ନିୟମ। ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସର୍ବଦା ତତ୍ପର ହେବା ଦରକାର। ବିନା ତଥ୍ୟରେ ମିଥ୍ଯା ପ୍ରଚାର କରିବା ଅଭ୍ୟାସ ଛାଡିବା ଉଚିତ। ଲେଖାରେ ଯଥାସମ୍ଭବ ସାହିତ୍ୟ ଫୁଟାଇବା ପାଇଁ ଚାହିଁବା।

ଆଜି କଲକତାର ସ୍ଥାପନା ଦିବସ। ଯଦିଓ ବିଷୟଟି ବିବାଦୀୟ କାରଣ ପୂର୍ବରୁ ଏହାର ଅସ୍ତିତ୍ବ ଥିଲା ବୋଲି ପାର୍ସୀ ଇତିହାସରେ ଉଲ୍ଲେଖ ଅଛି। ସେ ଯାହାହେଉ, ପିଲାଦିନରୁ କଲକତା ପ୍ରତି ଆକର୍ଷଣର ପ୍ରଭାବ ମୋ ଉପରେ ରହିଛି। ୧୯୭୭ ମସିହାରେ ପ୍ରଥମଥର ବୁଲି ଆସିଥିଲି। ଗତକାଲି, ହାଓଡା ଓ ସିଆଲଦହ ମଧ୍ୟରେ ମେଟ୍ରୋ ଚଳାଚଳ ଆରମ୍ଭ ହେବା ଏକ ଐତିହାସିକ ଘଟଣା।

ଫଟ ବା ଦୃଶ୍ୟବନ୍ଧ ଡାକ୍ତି କଲାବେଳେ ଅନେକେ ଏକ ସ୍ବପ୍ନିଳ ପରିବେଶ ସୃଷ୍ଟି କରିବା ପାଇଁ ଉଦ୍ୟମ କରିଥାନ୍ତି କିନ୍ତୁ ଏହି ପରିବେଷଣଟି ବେଶ ବାସ୍ତବ।

ମନ କୀ ଆଁଖେଂ ଫିଲ୍ମଟି କାହିଁକି କେବେ ଦୃଷ୍ଟିରେ ପଡିନଥିଲା। ଧର୍ମେନ୍ଦ୍ର ଓ ଓ୍ବାହୀଦାଙ୍କ ଲୋଭନୀୟ ଜୋଡି ଓ ଗୀତ ବି ମନ୍ଦ ନୁହେଁ। କାଲି ଦେଖିଲି। ରଫିଙ୍କ ସ୍ବର ତ ଲାଗେ ଯେମିତି ଧର୍ମନ୍ଦ୍ରେଙ୍କ ପାଇଁ ତିଆରି ହୋଇଛି ଓ ତା ସାଥିରେ ପାହାଡର ସବୁଜିମାକୁ ନେଇ ଦିଲ କହେ ରୁକ ଯା ରେ ରୁକ ଯା କୁହୁକ ସୃଷ୍ଟି କରିଛି। ଅଭିନୟ ସଂଯମୀତ ବୋଧ ହେଲା।

ଷାଠିଏ ଓ ସତୁରୀ ଦଶନ୍ଧିରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଓ ସଙ୍ଗୀତ ଉତ୍କର୍ଷର ଚରମ ସୀମାରେ ପହଞ୍ଚିଥିଲା କିନ୍ତୁ ଅର୍ଥାଭାବ ଯୋଗୁ ଉପଯୁକ୍ତ ପରିଚୟ ହାସଲ କରିପାରିଲା ନାହିଁ। ଟେଲିଭିଜନ ଆସିବା ପରେ ପ୍ରାଥମିକତା ଓ ମାନ ନିର୍ଦ୍ଧାରଣରେ ପରିବର୍ତ୍ତନ ଆସିଲା। ଦୃଶ୍ୟଭିତ୍ତିକ ଲୋକପ୍ରିୟତାର ମୂଲ୍ୟ ବେଶି ହେଲା। କଥାଚିତ୍ର ବି ତଳକୁ ଗଲା।

ନୀଳକଣ୍ଠ ଦାସଙ୍କ ଦର୍ଶନ ସମ୍ବନ୍ଧରେ ଗୋଟିଏ ଭଲ ଗବେଷଣାତ୍ମକ କାଗବନ୍ଧ ପ୍ରକାଶ ପାଇଛି।

ବିଗତ ତିନି ଦଶନ୍ଧିର ବ୍ଯବଧାନରେ, ତିନିଜଣଙ୍କ ଭାଗ୍ୟରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ମୁଁ ଓଡିଶାରେ ଥିଲାବେଳେ ଜଗନ୍ନାଥ ପ୍ରସିଦ୍ଧ ଥିଲେ କିନ୍ତୁ ଏତେ ପରିମାଣରେ ଦାସତ୍ବ ଭାବ ନଥିଲା। ପ୍ରତି ଗାଆଁରେ ବିଭିନ୍ନ ମନ୍ଦିର ଥିଲା। ବିଜୁ ପଟ୍ଟନାୟକ ମହାପୁରୁଷ ସ୍ତରକୁ ଯାଇନଥିଲେ। ଅକ୍ଷୟ ମହାନ୍ତିଙ୍କର ପ୍ରଶଂସକ ଅପେକ୍ଷା ଶତ୍ରୁ ବେଶି ଥିଲେ।

ଏଇଟା ତ ରେକର୍ଡ ଗୀତ, କିନ୍ତୁ ମୂଳ ପ୍ରସ୍ତୁତିଟି ୧୯୬୯ ମସିହା ଅଗଷ୍ଟ ମାସର ସବୁ ଗୁରୁବାର ସନ୍ଧ୍ୟାରେ ଆକାଶବାଣୀ କଟକର ସଜଫୁଲ କାର୍ଯ୍ୟକ୍ରମରେ ବାଜିଥିଲା। ଅଭୂଲା ସେହି ସ୍ମୃତି। ଧନଞ୍ଜୟ ଶତପଥୀଙ୍କ ଉଦାତ୍ତ ସ୍ବର ତୋଳିଥିଲା ଆକାଶ ଯେ ମୋତେ ପାଗଳ କରିଛି ଓ ଦୈତ କଣ୍ଠରେ ଝୁମୁକୁ ଝୁମା ନାଚିବି ନାଚ ତୋ ମନ ନେଇ।

ଯାହାହେଉ ଅପରିଚିତା ଦଶ ଦିନ ତଳେ ଉତ୍ତୋଳିତ ହୋଇଛି ବୋଲି ଦେଖି ବହୁତ ଖୁସି ଲାଗିଲା। ଏଭଳି ଖବର ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର। ସେ ସମୟରେ ହୁଏତ ଭଲକୁ ଚିହ୍ନିବାରେ ଭୁଲ ହୋଇଥିବ, କିନ୍ତୁ ଆଜି ତ ଗୁଣଗ୍ରାହୀ ଦର୍ଶକମାନଙ୍କର ଅଭାବ ନାହିଁ। ଫର୍ମୁଲା ଓ ମସଲାଠାରୁ ଅଲଗା ହୋଇ ଯଦି କିଛି ସୃଷ୍ଟି ହୋଇଛି ତାକୁ ଉପଯୁକ୍ତ ଆଦର ସମ୍ମାନ ମିଳୁ।

ଉଡିବା ଲାଗି ବହୁତ କଷ୍ଟ ସହିବାକୁ ପଡେ। ମାଛ ପାଣିରେ ପହଁରିବା ବି ସେହି ଅବସ୍ଥା।

ମଣିଷ ହୁଏତ ନିଜ ସର୍ତ୍ତରେ ବଞ୍ଚିବା କିଛି ପରିମାଣରେ ସତ ହୋଇପାରେ କିନ୍ତୁ ପଶୁପକ୍ଷୀଙ୍କ ପାଖରେ ଏତେ ବିଳାସ ଅଛି ବୋଲି ଲାଗୁନି। ଜିନ ଓ ହରମୋନର ଜାଲରେ ସମସ୍ତେ ଛନ୍ଦା। 

ନିଶ୍ଚୟ, କିନ୍ତୁ ଅନ୍ୟ ସମ୍ଭାବନାଟି ହେଲା ନାଶୋତ୍ତର ଅମରତ୍ବ।

https://x.com/i/status/1964381765138862436 

Thursday, 22 January 2026

ଅମରତ୍ବର ସନ୍ଧାନ

 ଗଲା କିଛିଦିନ ଭିତରେ ମୁଁ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ 

ଓଡିଆ ଓଳିଆ: ସମ୍ବିଧାନ ଉପରେ ଗୋଇଠା odiaolia.blogspot.com/2025/07/blog-p…

ତୁଷାରନାଥ ମହାପାତ୍ର ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ମଧ୍ୟ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-୧୦୨-ସି, ଶିପ୍ରା ରିଭିଏରା, ଇନ୍ଦିରାପୁରମ, ଗାଜିଆବାଦ - ୨୦୧୦୧୪, ଉତ୍ତର ପ୍ରଦେଶ। ଫୋନ: ୯୬୫୦୦-୬୫୬୩୬

ସତରେ ମିଛ ପୁରାଇବାର ପ୍ରଥା ସାରଳା ଦାସଙ୍କ ଠାରୁ ଆରମ୍ଭ ହୋଇଗଲା ଯେ ସେଥିରୁ କୌଣସି କବି ବୋଧେ ବାଦ ଗଲେ ନାହିଁ। ହଁ କବିମାନଙ୍କ ପାଖରେ ହିଁ ତ କଳ୍ପନାରାଜ୍ୟର ଠିକା ରହିଛି! କିନ୍ତୁ ସମସ୍ଯା ହେଲା କପୋଳକଳ୍ପିତ କିମ୍ବଦନ୍ତୀସବୁ ଯେତେବେଳେ ଇତିହାସ ଭଳି ପରିଗଣିତ ହେଲେ। ବାଜୀ ପ୍ରଭୂ ଦେଶପାଣ୍ଡେ ବାଜି ରାଉତ ହୋଇ 'ଅସ୍ମିତା'ର ଚିହ୍ନ ହେଲେ!

ଆଶ୍ଚର୍ଯ୍ୟର କଥା ଯେ କଲକତାକୁ ଛାଡିଦେଲେ ପଶ୍ଚିମବଙ୍ଗର ଅନ୍ୟାନ୍ୟ ଜାଗାରୁ ଓଡିଶାକୁ ରେଳଯାତ୍ରା କରିବାର ବେଶି ସୁବିଧା ନାହିଁ। ମାୟାପୁର ନିକଟସ୍ଥ କୃଷ୍ଣନଗରରୁ ପୁରୀ ପର୍ଯ୍ୟନ୍ତ ରେଳଗାଡି ଚାଲିଲେ ଲୋକେ ବସରେ ନଯାଇ ସୁବିଧାରେ ଯାଇପାରନ୍ତେ। ତାଛଡା ବାଟରେ ପଡୁଥିବା ଅନ୍ଯାନ୍ଯ ଜାଗାଗୁଡିକର ପର୍ଯ୍ୟଟନଜନିତ ଆକର୍ଷଣ ମଧ୍ୟ ବୃଦ୍ଧି ପାଆନ୍ତା।

ଦୃଶ୍ୟ ନବଦ୍ୱୀପ ଘାଟର।

ସମ୍ଭାବିତ ପୁରୀ ବିମାନବନ୍ଦର ବିରୁଦ୍ଧରେ ଘୋର ପ୍ରତିବାଦ ଶୁଣିବାକୁ ମିଳୁଛି ସତେ ଯେମିତି ପୁରୀ ପଶ୍ଚିମବଙ୍ଗରେ। କିରେ, ଯେଉଁ ପର୍ଯ୍ୟଟକମାନେ ପୁରୀ ନାଆଁ ସହିତ ପରିଚିତ ସେମାନେ ଟାଣି ହୋଇ ଆସିବେ। ସେମାନଙ୍କ ପାଇଁ ଝାରସୁଗୁଡା କିମ୍ବା ଝୁମରି ତିଲୈୟା ଆଦି ଜାଗା ନିରର୍ଥକ। ତାଛଡା ଭୁବନେଶ୍ବର ସହିତ ପ୍ରତିଯୋଗିତା ମଧ୍ୟ ହେବ ଯାହା ଶୁଭଙ୍କର।

ଭବିଷ୍ୟତର ସମ୍ଭାବନାକୁ ବର୍ତ୍ତମାନର ବାସ୍ତବିକତା ଦ୍ବାରା କଳନା କରାଯାଇନପାରେ। ଷାଠିଏ ବର୍ଷ ଆଗରୁ ସିଙ୍ଗାପୁର କଅଣ ଥିଲା ଏବେ କଳ୍ପନା କରିବା କଷ୍ଟ।

ଏବେ ପରା ଅଦାଣୀଙ୍କ ହାତରେ ପାଞ୍ଚଣ! ସବୁ ସାବାଡ ହୋଇଯିବେ।

ମୁଁ ୧୯୭୧ରେ କଲେଜକୁ ଆସିଲି। ଓଡିଆ କଥାଚିତ୍ରରେ ମରୁଡି ଯୋଗୁ ହାହାକାର ପଡିଥାଏ। ସଂସାର ଓ ମାଂସର ବିଳାପ ଦୋଳାୟମାନ ସ୍ଥିତିରେ ଥିଲେ। ଅବଶ୍ୟ ଅକ୍ଷୟ ମହାନ୍ତିଙ୍କ ରେକର୍ଡ ଗୀତସବୁ ଆସୁଥାଏ। କିନ୍ତୁ ତାକୁ ଗ୍ରହଣ କରିବା କଷ୍ଟ ହେଉଥାଏ। କିଏ କାହାର ଓ ସ୍ତ୍ରୀର ଗୀତ ରାଜା ଆସନରେ ଥାଆନ୍ତି। ୧୯୭୩ରେ ଘର ବାହୁଡା ଓ ଧରିତ୍ରୀ ନୂଆ ଆଶା ବୁଣିଲେ।

ସୀତା ବିବାହ ପରେ ଯେଉଁ ଦୀର୍ଘ ପ୍ରତୀକ୍ଷା ଥିଲା ତାହା ଓଡିଆ ନାଟକର ସୁବର୍ଣ୍ଣ ଯୁଗ। ଏପରିକି ଅନେକ ନାଟକ ପରେ କଥାଚିତ୍ରରେ ରୂପାନ୍ତରିତ ହେଲା। ଅଧିକାଂଶ ଅଭିନେତା ଓ ଅଭିନେତ୍ରୀ ନାଟକରୁ ସିନେମାକୁ ଗଲେ। ୧୯୭୩ର ଅନ୍ୟତମ ଛବି ଘର ସଂସାର ଆଗରୁ ଥିଲା ଏକ ଅତି ଲୋକପ୍ରିୟ ନାଟକ। ମିଃବର୍ମା ଭୂମିକାରେ ନିରଞ୍ଜନ ଶତପଥୀ ଲବ୍ଧପ୍ରତିଷ୍ଠ ହୋଇଥିଲେ।

ବ୍ଯବସାୟିକ ମଞ୍ଚନାଟକର କ୍ରମ ବିଲୁପ୍ତି ଘଟିବା ପରେ ଆକାଶବାଣୀ କଟକ ଜରିଆରେ ବେତାର ନାଟକର ଜୁଆର ଉଠିଲା। ୧୯୫୭ରୁ ୧୯୬୦ ପର୍ଯ୍ୟନ୍ତ ପ୍ରଚାରିତ ହୋଇଥିଲା ପ୍ରଥମ ଧାରାବାହିକ ନାଟିକା ପୂରାପୂରି ପାରିବାରିକ। ଗୋପାଳ ଛୋଟରାୟଙ୍କ ଦ୍ୱାରା ଲିଖିତ ଏହି କୌତୁକ ଚିତ୍ରଗୁଡିକରେ ସୁରେନ୍‌ ମହାନ୍ତି ଆଦି ଅଭିନୟ କରିଥିଲେ।

archive.org/details/purapu…

ସୋନି ମ୍ୟୁଜିକ ବାଙ୍ଗଲାର ଏ ମନକୁ ଭୁଲାଇ ଗୀତର ଦୃଶ୍ୟବନ୍ଧରେ ଗୀତ ପୂର୍ବରୁ ଥିବା ଆଳାପ ନାହିଁ। ଯାହାହେଉ ଅନ୍ୟ ଏକ ଦୃଶ୍ୟବନ୍ଧ ଯୋଗେ ତାହା ଉପଭୋଗ କରିହେଉଛି। ଜିପିଜି ଟୁବରେ ଥିବା ଅନେକ ଗୀତ ସହ ପୂର୍ବ ଦୃଶ୍ୟ ଦେଖିବାକୁ ମିଳେ। କିନ୍ତୁ କେତେକ ସ୍ଥଳରେ ତାହା ଗୀତଟିର ମାଧୁର୍ଯ୍ୟ ଉପରେ ଆଞ୍ଚ ଆଣେ। ଉଦାହରଣ ସ୍ବରୂପ, ମଧୁର ଏ ଚାନ୍ଦ ରାତି।

ଆଗେ ତ କେବଳ ବିଦେଶୀମାନଙ୍କୁ ହିଁ ମିନେରାଲ ଜଳ ପିଇବାର ଦେଖିବାକୁ ମିଳୁଥିଲା ତେଣୁ ଏବେବି ପାଣିବୋତଲ କିଣିବାର କୁଣ୍ଠା ମୋର ଯାଇନାହିଁ। ପଇସାଟା ପାଣିରେ ପଡିଲା ଭଳି ଲାଗେ। ତାଛଡା ଅଧା ପିଇସାରି ବୋତଲକୁ ବୋହିବାର ଝାମେଲା! ଖାଲି ମୁଁ ଏକା ନୁହେଁ। ବିକାଳି ବିଚରା କଣ୍ଠ ଫଟେଇ ଫଟେଇ ଡାକୁଥିବ। କିନ୍ତୁ ସେ ଗଲାବେଳକୁ ଯାଇ ଜଣେ ପଛରୁ ମାଗିବ।

ଯେତେ ଶିଖିଲେ ବି ସାରା ଜୀବନ ନିଅଣ୍ଟ। ମୁଁ ଦିଲ୍ଲୀକୁ ଗଲାପରେ ଚାଉମିନ ଖାଇବା ଶିଖିଲି। ଅଫିସରେ ପ୍ରଥମ କରି ଅଖରୋଟ କଣ ଚିହ୍ନିଲି। ଏଠି ଏବେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। କଣ ସେ ଜିନିଷ ବା କିପରି ସ୍ବାଦ ମୁଁ ଜାଣିନାହିଁ। କିନ୍ତୁ ତାର ଗୁଣ ବହୁତ ବୋଲି କୁହାଯାଉଛି। ଅତୀତରେ ସ୍ପିରିଲୁନାର ଖୁବ ପ୍ରଚାର କରାଯାଉଥିଲା। ଏବେ କ'ଣ କେଜାଣି?

ସୁନ୍ଦରଗଡ ଗଲାପରେ ଏକରକମର ଏକ ନୂଆ ଭାଷା ଓ ସଂସ୍କୃତି ସହିତ ପରିଚୟ ହେଲା। କିଛି ପରିମାଣରେ ଆଦିବାସୀମାନଙ୍କୁ ମଧ୍ୟ ଦେଖିବାକୁ ମିଳିଲା। ସେଠୁ ଫେରି ଗୋପ ନିମାପଡାରେ ପହଞ୍ଚିଲା ପରେ କଥିତ ଭାଷା ଟିକେ କୌତୁକିଆ ଲାଗିଲା। ସେଠାରୁ ଆମ ଗାଆଁ ମାତ୍ର ୩୫ କିମି, ଅଥଚ କଥା କହିବାର ଶୈଳୀରେ ଏତେ ଫରକ! ଏଠି ବିହାରୀମାନେ ସେହିପରି ହିନ୍ଦୀ କହନ୍ତି।

ଆମ ପିଲାଦିନେ ତେରଟି ଜିଲ୍ଲା ଥିଲା। ଯଦି ଏବେ ସ୍ବାଧୀନତା ଦିଆଯାଏ ଯେ ପ୍ରତ୍ୟେକ ଜିଲ୍ଲା ବା ଜିଲ୍ଲା ସମୂହ ଏକ ନୂଆ ରାଜ୍ୟରେ ପରିଣତ ହୋଇପାରିବେ, ମୋର ମନେହୁଏ ତେରଟି ନୂତନ ରାଜ୍ୟ ପାଇଁ ମୋଟାମୋଟି ମତୈକ୍ଯ ହୋଇଯିବ। ହୁଏତ କେନ୍ଦୁଝର ଓ ମୟୂରଭଞ୍ଜ ଏକାଠି ରହିପାରନ୍ତି। କିନ୍ତୁ କେନ୍ଦ୍ରାପଡା ଓ ଯାଜପୁର କଟକ ପ୍ରଦେଶ ଅଧୀନରେ ରହିବା କଷ୍ଟ।

ଭାଷା, ସଂସ୍କୃତି, ତଥା ଅର୍ଥନୀତି ଦୃଷ୍ଟିରୁ ଓଡିଶା ଓ ପଶ୍ଚିମବଙ୍ଗ ଅଙ୍ଗାଙ୍ଗୀ ଭାବରେ ଜଡିତ। ତେଣୁ କଥା କଥାକେ ବାଦବୁଦିଆ ଭାବ ସୃଷ୍ଟି କରିବା ପିଲାଳିଆମୀ। ହଁ ରାଜନୈତିକ କାରଣରୁ ବିସଙ୍ଗତି ହୋଇପାରେ କିନ୍ତୁ ସାଧାରଣ ଲୋକଙ୍କ ପ୍ରତି ବୈରଭାବ ଆଦୌ ସ୍ପୃହଣୀୟ ନୁହେଁ। ରକ୍ଷା ହୋଇଛି ପୋଇରାଈ ବା ପୋଟଳ ତରକାରିକୁ ଓଡିଶାର ବୋଲି ଦାବୀ ହୋଇନି।

ବର ମାର୍କୁଣ୍ଡୀ

utkalmailtv.com/odia/?p=10900

ରାଜନୀତି ବିଜ୍ଞାନର ମୂଳ ତତ୍ତ୍ବଗୁଡିକ ଦୋରସ୍ତ ନହେଲେ ଅଗା ବଗା ଖଗା ଯାହା କହିଦେବେ ତାକୁ ହିଁ ମାନିବାକୁ ପଡିବ। ଆଜିକାଲି ତ ବେଶି ରୋଜଗାର କରୁଥିବା ଲୋକମାନଙ୍କର କାଟତି ଅଧିକା। କିନ୍ତୁ ପାଠ ପାଠ। ଗଣତନ୍ତ୍ର କଣ ବା ମାନବିକତା କଣ ଏହା ଖାଲି ଖବରକାଗଜରୁ ଠିକରେ ବୁଝିହେବ ନାହିଁ। ଦର୍ଶନର ଗୋଡି ଚୋବାଇ ଟିକିଏ ଖଣ୍ଡିଆ ଖାବରା ହେବାକୁ ହେବ।

ହଳଦିଆରେ ଥରେ ଜୋତା କିଣିବି ବୋଲି ବାଟା ଦୋକାନ ଖୋଜି ପାଇଲି ନାହିଁ। ଗୋଟିଏ ମଲରେ ଖାଦିମ ସୋରୁମ ଥିଲା। ଆଗରୁ ଏହି ନାଁ ସହ ପରିଚିୟ ନଥିଲା ଓ ମୁସଲମାନଙ୍କ ହୋଇଥିବ ବୋଲି ଭାବିଲି। ତଥାପି ଦରକାର ଥିବାରୁ କିଣିଲି। ଖଡମ ହୋଇଥିବ ବୋଲି ବି ମନକୁ ଆସୁଥିଲା। ୧୯୬୫ରେ, ଚିତପୁରରେ ଖାଦିମଙ୍କ ଠାରୁ ସତ୍ଯପ୍ରସାଦ ରାୟବର୍ମା ଜୋତା ଦୋକାନ କିଣିଥିଲେ।

ମନାଲୀ ଯିବା ବାଟରେ ନଗ୍ଗର ଦୂର୍ଗ ପଡେ ଯାହା ଆଗରୁ କୁଲ୍ଲୂ ରାଜ୍ୟର ରାଜଧାନୀ ଥିଲା। କାଠ ତିଆରି ଏହାର ଭିତରର ଦୃଶ୍ୟ ବେଶ ମନୋରମ। ପାଲାମପୁରରୁ ଚାମୁଣ୍ଡା ମନ୍ଦିର ଯିବା ବାଟରେ ମଧ୍ୟ ନଗରୀ ବୋଲି ଗୋଟିଏ ଜାଗା ପଡେ। ପାହାଡ ଉପରେ ଦୁର୍ଗମ ସ୍ଥାନରେ ଥିଲା ବୋଲି ଶକ୍ତି ପୀଠ ଏବେ ରାସ୍ତା କଡରେ କରାଯାଇଛି। ସେଠାରୁ ଅଳ୍ପ ଦୂର ଗଲେ ଧରମଶାଲା।

ଦିଲ୍ଲୀରେ ଥରେ ଗ୍ରୀକ ସଭ୍ୟତା ଓ ସାହିତ୍ୟ ଉପରେ ଏକ ସେମିନାର ହୋଇଥିଲା। ସେହି ଅବସରରେ କେତେକ ନାଟକ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଇଫିଜେନିଆଙ୍କୁ ତାଙ୍କ ବାପା ହତ୍ଯା କଲେ ଯାଇ ଯୁଦ୍ଧ ଜିତିପାରିବେ ବୋଲି ନୈତିକତାର ବିଭିନ୍ନ କୋଣ ମଧ୍ୟରେ ସଙ୍ଘର୍ଷ ଚାଲିଥାଏ। ଆଉ ଥରେ ଇଡିପସ ଦେଖିଥିଲି ଯାହା ସହ ଆମ ରାଧାନାଥଙ୍କ ପାର୍ବତୀର ସମ୍ପର୍କ ରହିଛି।

କଲେଜକୁ ଆସିବା ପରେ ମେରା ନାମ ଜୋକର ଓ ଜନୀ ମେରା ନାମ ପାଖାପାଖି ଦେଖିବାର ମନେଅଛି। ହିନ୍ଦୀରେ ସଂଳାପ ବେଶି ବୁଝି ହେଉନଥିବା ସତ୍ତ୍ୱେ ପ୍ରଥମଟି ବିଶେଷ କରି ଖୁବ ପ୍ରଭାବଶାଳୀ ହୋଇଥିଲା। ସେଥିରେ ଦୁଇଟି ଇଣ୍ଟରଭାଲ ଥିଲା ଯାହା ପରେ ଦେବ ଡିରେ ଦେଖିଥିଲି। ତାଛଡା ବବି, ଶୋଲେ, ଦୀଓ୍ବାର, ୟାଦୋଁ କୀ ବାରାତ, ଓ ରୋଟୀ କପଡା ଔର ମକାନ ଅପରାଜେୟ।

ଭୁବନେଶ୍ବରରୁ ମାତ୍ର ଦଶ କିଲୋମିଟର ଦୂରରେ।

ଗଣତନ୍ତ୍ରରେ ସମ୍ଭାବନା ଅସୀମ। ଓଡିଶାର ପ୍ରଥମ ସମସ୍ୟା ହେଉଛି ଗଠନ ହେଲା ପରେ ଏହା ଏପର୍ଯ୍ୟନ୍ତ ଏକପ୍ରାଣ ହୋଇପାରିଲା ନାହିଁ। ଦ୍ବିତୀୟଟି ହେଉଛି ଦେଶର ପ୍ରଭାବରେ ନିଜତ୍ବ ଭୁଲିଯିବା। କୌଣସି ଦଳ ବା ନେତା କେବଳ ଓଡିଶାର ସ୍ବାର୍ଥକୁ ନେଇ ଚିନ୍ତାକରିବାର ଉଦାହରଣ ଆଜିଯାଏ ନାହିଁ। ତେବେ ଯାହା ନହୋଇଛି ତାହା ଆଗକୁ ଯେ ହେବନାହିଁ ତା ସତ ନୁହେଁ।

ନୃତ୍ୟ କରୁଥିବା ସମୟରେ କଳାକାର ଜଣେ ଶ୍ରମିକ ସଦୃଶ। ଯଥାସାଧ୍ୟ ଚେଷ୍ଟା କରି ଦର୍ଶକମାନଙ୍କୁ ଖୁସି କରାଇବାରେ ସଫଳ ହେବାପାଇଁ ପ୍ରବଳ ଇଚ୍ଛା। କିଛିଟା ପ୍ରଶଂସାର ଆଶା। ତାର ଅଙ୍ଗଭଙ୍ଗୀରୁ ଦର୍ଶକ ଯାହା ଉପଭୋଗ କରେ, ଆନନ୍ଦିତ ହୁଏ, ଓ ତାଳି ବାଡାଏ, ସେ ସମୟରେ କଳାକାରର ଝାଳ ବୋହି ଯାଉଥାଏ। ସଙ୍ଗୀତର ଗଣିତ ସହିତ ତାଳ ଦେବାରେ ଧଇଁସଇଁ ହେଉଥାଏ।

ଏ ରିମଝିମ ରିମଝିମ ରାତିରେ ଗୀତଟିର ଦୁଇଟି ଦୃଶ୍ୟବନ୍ଧ ଅଛି। ଗୋଟିକରେ ସୁରେନ୍ଦ୍ର ନାଥ ବିଦ୍ଯାଧରଙ୍କ ଲେଖା ତଥା ବାସୁଦେବ ରଥଙ୍କ ସ୍ବରରେ ଭୁବନେଶ୍ବରୀ ମିଶ୍ର ବୋଲିଛନ୍ତି (୧୯୭୯) ବୋଲି ଉଲ୍ଲେଖ ଅଛି। ଅନ୍ୟଟିରେ ଅକ୍ଷୟ ମହାନ୍ତିଙ୍କ ଗୀତ ଓ ସଙ୍ଗୀତ ଏବଂ ତୃପ୍ତି ଦାସଙ୍କ କଣ୍ଠ ବୋଲି ଲେଖାଯାଇଛି। ଶ୍ରୋତା ବିଚରା ଏବେ କାହାକୁ ବିଶ୍ୱାସ କରିବ

ମୃତ୍ୟୁ ଉପରେ ବିଜୟ ହାସଲ କରିବା ପାଇଁ ଏକମାତ୍ର ପଥ ହେଲା ଶ୍ରୀମାଶ୍ରୀଅରବିନ୍ଦଙ୍କ ପୂଜା କରିବା ଏବଂ ସାବିତ୍ରୀ ମହାକାବ୍ୟ ପାଠ କରିବା। ମଣିଷର ଯାବତୀୟ ଅପରିପୂର୍ଣ୍ଣତା ତଥା ଅସମର୍ଥତାର ନିରାକରଣ ନିମନ୍ତେ ଏକ ଉଚ୍ଚତର ଚେତନାର ସ୍ତରକୁ ଆରୋହଣ କରିବା ଛଡା ଅନ୍ୟ ଉପାୟ ନାହିଁ। ତା କେବଳ ଶ୍ରୀମାଶ୍ରୀଅରବିନ୍ଦଙ୍କ କରୁଣାରେ ସମ୍ଭବ ହୋଇପାରିବ।

ଛବିରାଣୀ ମୋର ସମ୍ପର୍କୀୟା ଥିଲେ। ବର୍ତ୍ତମାନ ସେ ଓଡିଆ ମାନସରେ ଏକ କିମ୍ବଦନ୍ତୀ। କଥାଚିତ୍ର ବି ନିର୍ମାଣ ହୋଇସାରିଛି। ତାଙ୍କ ପରେ କେତେ କେତେ ଘଟଣା ଘଟିସାରିଲାଣି। ତାଲିକା ଲମ୍ବା ହେବାରେ ଲାଗିଛି। କିନ୍ତୁ ସବୁଥିରେ ପ୍ରାୟ ରାଜନୀତି ଜଡିତ ହୋଇ ରହିଛି। ସତରେ କଣ ସ୍ବଚ୍ଛ ରାଜନୀତି ସମ୍ଭବ? ଶ୍ରୀମାଶ୍ରୀଅରବିନ୍ଦ ପ୍ରତିଶ୍ରୁତି ଦେଇଛନ୍ତି।

ସାମାଜିକ ଦୃଷ୍ଟିରୁ ସଫଳତା ବିଫଳତା, ଟଙ୍କାପଇସା, ବା ପ୍ରତିପତ୍ତିର ମୂଲ୍ୟ ବହୁତ କିନ୍ତୁ ଜାନକୀବଲ୍ଲଭ ପଟ୍ଟନାୟକ, ଜୀତେନ୍ଦ୍ର ନାଥ ମହାନ୍ତି, ଓ ଲଳିତ ମୋହନ ଘୋଷଙ୍କ ପୁଅ ଅବନୀ ଘୋଷ ଇତ୍ୟାଦିଙ୍କ ସହପାଠୀ ଥିବା କାଙ୍ଗାଳି ଚରଣ ପତି ଦର୍ଶନ ଅଧ୍ୟାପକ ଚାକିରି ଛାଡି ଶ୍ରୀଅରବିନ୍ଦ ଆଶ୍ରମରେ ଯୋଗ ଦେଲାପରେ ଶ୍ରୀମା ତାଙ୍କ ନାଁ ଦେଲେ ପ୍ରପତ୍ତି।

ନାଗଫାସ ଗୀତ ବହିର ଆଗ ମଲାଟ।

selfgroup.blogspot.com/2014/11/naga-f…

ରାଜନୀତି ସହିତ ଜୋଡି ହୋଇଥିବା ଜଣେ ମହିଳା ଯଦି ନିଜ ସ୍ବାର୍ଥ ନିଜେ ରକ୍ଷା କରିପାରିଲେ ନାହିଁ ତାହାହେଲେ ସାଧାରଣ ଅଶିକ୍ଷିତ ସ୍ତ୍ରୀଲୋକମାନଙ୍କ ଠାରୁ କଣ ଆଶା କରାଯିବ? କୋର୍ଟ କଚେରୀରେ ତ ନ୍ୟାୟ ପାଇବା ଲାଗି ବର୍ଷ ବର୍ଷ ଲାଗିଯାଏ। ତେଣୁ ରାସ୍ତାଘାଟରେ ତତକ୍ଷଣାତ ନ୍ୟାୟର ଦାବି କରିବା ହାସ୍ୟାସ୍ପଦ। ଯାହାହଲେବି ସତ କେବେ ଜଣାପଡିବ ନାହିଁ।

ଅଧିକାଂଶ ଲୋକ ଏଠି ନିଜକୁ ନୈତିକତାର ମୂର୍ତ୍ତିମନ୍ତ ଅବତାର ଭାବେ ପ୍ରଦର୍ଶିତ କରୁଛନ୍ତି। ତାଭିତରୁ ଅଧା ନିଜ ପରିଚୟ ଦେବାପାଇଁ ଅକ୍ଷମ। କିନ୍ତୁ ବ୍ଯକ୍ତିଗତ ବ୍ଯାପାରରେ କୌଣସି ତଦନ୍ତ ହେବା ପୂର୍ବରୁ ଅନ୍ୟ ଉପରେ କାଦୁଅ ଫୋପାଡିବା ଲାଗି ବୋଲୁଅ ଭଳିଆ କଥା କହିବାରେ ପାରଙ୍ଗମ। କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ଆଗରୁ କାହାକୁ ଗାଳି ଦେବା ଭୂଲ।

ବହୁତ ନିଷ୍ଠାପର ଓ ବିବେକବାନ ବ୍ଯକ୍ତି ଅଛନ୍ତି। ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ କରିବାଟା ଠିକ ନୁହେଁ।

ମଣିଷ ଜନ୍ମ ହେଲାବେଳେ ଏପରି କୌଣସି ଆଶ୍ବାସନା ବା ନିର୍ଭର ପ୍ରତିଶ୍ରୁତି ପାଇନଥାଏ।

ପୁରୁଣା ରେଡିଓ ଗୀତଗୁଡିକୁ କୌଣସି ସ୍ବୀକୃତି ନମିଳିବା ଗୋଟିଏ ବଡ ଦୁର୍ବଳତା। ପୁରାତନ ଯୁଗରୁ ବାହାରି ଆମ ଓଡିଆ ଭାଷା ଓ ସାହିତ୍ୟ ଶୀର୍ଷ ସ୍ଥାନରେ ପହଞ୍ଚିଥିଲା। କିନ୍ତୁ ଯାନ୍ତ୍ରିକତା ଅଭାବରୁ ବେଶି ଗୀତ ରେକର୍ଡ ହୋଇପାରୁନଥିଲା। ଏହି ସନ୍ଧିକ୍ଷଣରେ, ରେଡିଓ ଗୀତ ବିଶେଷ କରି ସଜଫୁଲ ଗଜରା ଜାତିର ଟେକ ରଖିଥିଲେ।

ଏବେ ଏକ ଦୃଶ୍ୟବନ୍ଧରୁ ଜାଣିଲି ଯେ ହାଓଡାରୁ ଜଳେଶ୍ଵର ପର୍ଯ୍ୟନ୍ତ ଏକ ଲୋକାଲ ମେମୁ ଟ୍ରେନ୍ ଚାଲୁଛି। ବହୁତ ଭଲ କଥା କିନ୍ତୁ ଯଦି ଦିନକୁ ତିନି ଚାରି ଥର ଚାଲନ୍ତା ତାହେଲେ ତାର ଉପଯୋଗୀତା ବହୁତ ବଢିଯାଆନ୍ତା। ସେହିପରି ଆଗକୁ ଆଉ ଟିକିଏ ବଢେଇ ବାଲେଶ୍ବର ପର୍ଯ୍ୟନ୍ତ ଚାଲିଲେ ରାତିରେ ଯାତ୍ରୀମାନଙ୍କୁ ରହିବା ଖାଇବାର ଭଲ ସୁବିଧା ମିଳିପାରନ୍ତା।

ଶୁକ୍ରବାର ଦିନ, ହାଓଡାରୁ ବଡବିଲ ପର୍ଯ୍ୟନ୍ତ ଜନଶତାବ୍ଦୀ ଟ୍ରେନ ଯାଏ ବୋଲି ଏବେ ଗୋଟିଏ ଡାକ୍ତିରୁ ଜାଣିଲି। କିନ୍ତୁ କେବେ ଯିବାପାଇଁ ଇଚ୍ଛା ହେଲେ ଏତେ ସକାଳୁ ଯାଇ ହାଓଡାରେ ପହଞ୍ଚିବା ଯନ୍ତ୍ରଣା ସ୍ବରୂପ। ସେହି କାରଣରୁ, ମୁଁ ବନ୍ଦେ ଭାରତ ଟ୍ରେନ ଛାଡି ବସରେ ଭୁବନେଶ୍ବର ଯାଉଛି। ହାଓଡା ଛଡା, ବ୍ଯାଣ୍ଡେଲରୁ ଓଡିଶାକୁ ଟ୍ରେନ ଛାଡିବା ଉଚିତ।

ବଡବିଲ ଟ୍ରେନ ସବୁଦିନ କିନ୍ତୁ ସେହି ସମୟରେ ସପ୍ତାହରେ ତିନି ଦିନ ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ। ଅନ୍ୟ ଚାରି ଦିନ କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ। ଉପରବେଳା ଭଦ୍ରକକୁ ଛାଡୁଥିବା ବାଘା ଜତୀନ ଏକ୍ସପ୍ରେସ ଜଳେଶ୍ଵର ମେମୁ ଭଳି ଆରକ୍ଷଣ ବିହୀନ। ତଥାପି ପଶ୍ଚିମ ବଙ୍ଗର ଅନ୍ୟାନ୍ୟ ଜାଗାରୁ ଓଡିଶା ସହିତ ରେଳ ଯୋଗାଯୋଗ ବୃଦ୍ଧି ପାଇବା ଆବଶ୍ୟକ।

ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ମହିମା ଗୋସାଇଁ ଏକ୍ସପ୍ରେସ ସମ୍ବଲପୁର ପାଇଁ ଭଲ, କିନ୍ତୁ ବାଟରେ ପଡୁଥିବା ଓଡିଶାର ଅନ୍ୟ ଷ୍ଟେସନମାନଙ୍କ ନିମନ୍ତେ ବିଶେଷ ଉପଯୋଗୀ ନୁହେଁ କାରଣ ଡେରି ରାତିରେ ପହଞ୍ଚୁଛି। ଦିନବେଳା ଆଉ ଗୋଟିଏ ଟ୍ରେନ ଚାଲିଲେ ତାର ସୁବିଧା ବହୁ ଅଧିକ ଲୋକ ପାଇପାରନ୍ତେ। ସମ୍ବଲପୁର ଠାରୁ ଆଗକୁ ମଧ୍ୟ ଏହାର ଗତିପଥ ବଢାଯାଇପାରେ।

https://x.com/i/status/1945932925083771310

ଇଉରୋପରେ ଏତେ ଭାଷା ବଞ୍ଚିକରି ରହିଛି କାରଣ ସେଠିକାର ଦେଶଗୁଡିକ ଭାଷାଭିତ୍ତିକ। କିନ୍ତୁ ଭାରତରେ ବିଭିନ୍ନ ଭାଷା ଏପର୍ଯ୍ୟନ୍ତ ସ୍ବାଧୀନତା ପାଇନାହାନ୍ତି। ତେଣୁ ରାଜ୍ୟଗୁଡିକୁ ସାର୍ବଭୌମତ୍ବ ପ୍ରଦାନ କରାଯାଉ ବୋଲି ସାବିତ୍ରୀ ଇରା ପାର୍ଟି ବହୁଦିନରୁ ଦାବି କରିଆସୁଛି। ଓଡିଆକୁ ରକ୍ଷା କରିବା ଲାଗି ଏକମାତ୍ର ବାଟ।

savitriera.blogspot.com/2016/09/savitr…

ଧର୍ମ କଣ, ପୁଣ୍ୟ କଣ ଏସବୁ ଅତି ବିବାଦୀୟ ବିଷୟ। ପରମ୍ପରା ଆଳରେ ଖାଇବା, ପିଇବା, ବା ପିନ୍ଧିବା ଆଦି ଜୀବନଧାରଣର ବସ୍ତୁ ସବୁ ସମସ୍ତଙ୍କ ଉପରେ ଲଦିଦେବା ଏକାନ୍ତ ଅନ୍ୟାୟ। ପରିତାପର ଦିଗଟି ହେଲା ଏସବୁର ଉଦ୍ଦେଶ୍ଯ ହେଉଛି ଭୋଟ ଏକାଠି କରିବା। ଦଳ ଦଳ ମେଣ୍ଢା ପ୍ରସ୍ତୁତ କରି ରଖିବା। ଭକ୍ତି ଓ ଆତ୍ମସମର୍ପଣର ଭାବକୁ ଏତେ ନୀଚ ସ୍ତରକୁ ନିଆନଯାଉ।

ଆମ ପିଲାଦିନେ ସାଇକେଲ ଓ ରେଡିଓର ଲାଇସେନ୍ସ କିଣିବା ପାଇଁ ପଡୁଥିଲା। ସେ ଯୁଗରୁ ଆଜିକା ଭିତରେ କେତେ ପରିବର୍ତ୍ତନ। ଟେପ ରେକର୍ଡରଟିଏ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିଲା। ଘଣ୍ଟା ଆଦି ଚୋରା ମାଲ ସବୁ ଗାଁ ଗହଳରେ ବିକ୍ରି ହେଉଥିଲା। ସ୍କୁଲରେ ମୋର ଖିଲି ଖିଲି ନାଲି ଓଠେ ଗୀତଟି ପ୍ରଥମେ ରେକର୍ଡ ହୋଇଥିବାର ମନେଅଛି।

ଘୋଡଣି ମଝିରେ କଣା ଥିଲେ ପିଠାର ମଝି ଅଂଶ ଭଲ ଥଲଥଲିଆ ହୋଇଥାଏ।

ଆପଣଙ୍କ ଉଦ୍ୟମ ପ୍ରଶଂସନୀୟ କିନ୍ତୁ ସ୍ବମିଦିଆର ସମାଲୋଚନା ଯୁକ୍ତିଯୁକ୍ତ ନୁହେଁ। ସବୁକିଛି ନେଇକି ଦୁନିଆ। କେବଳ ସାହିତ୍ୟ ସବୁ ଆବଶ୍ୟକତା ପୂରଣ କରିପାରିବ ନାହିଁ। ସ୍ବମିଦିଆ ମାନବ ସଭ୍ୟତାର ଏକ ଅଭୂତପୂର୍ବ ସୃଷ୍ଟି। ତା ଭିତରେ କୁସ୍ତି କରିବା କିଛି କମ ଶିକ୍ଷାପ୍ରଦ ନୁହେଁ। ଗଣତନ୍ତ୍ର ପରିପ୍ରେକ୍ଷୀରେ ମଧ୍ୟ ଜଣେ ନାଗରିକର ସ୍ବଳ୍ପ ଅବଦାନ।

ଆମ କଲେଜ ସମୟରେ ବବି ତ ଚହଳ ପକାଇଥିଲା କିନ୍ତୁ ପୋଷ୍ଟରରେ बॉबी ବୋଲି ଲେଖା ହେଉଥିଲା ଯାହାକୁ ମୁଁ ବାବୀ ବୋଲି ଭାବୁଥିଲି। ଏପର୍ଯ୍ୟନ୍ତ ସେ ମାତ୍ରାର ଅର୍ଥ ମୁଁ ଜାଣିନାହିଁ। ବଙ୍ଗଳାରେ ବସକୁ ବାସ ବୋଲି କୁହନ୍ତି କିନ୍ତୁ କଲକାତାକୁ କୋଲକାତା। ମାନେ ଅ ପାଇଁ କୋଉଠି ଆ ତ ଆଉ କେଉଁଠି ଓ। ଅବଶ୍ୟ ସବୁ ଜାଗାରେ ଏପରି ନୁହେଁ। ସେହି ତ ଅସୁବିଧା!

ଏବେ ଜଣେ धड़ पकड़ ଲେଖିଥିବାର ଦେଖିଲି ଯାହାକୁ ଆମେ ଧରପଗଡ କହୁ। ନିଃସନ୍ଦେହରେ ଏହା ଏକ ଅପଭ୍ରଷ୍ଟ ଓ ଓଡିଆରେ ଏହିପରି ଅସଂଖ୍ୟ ଉଦାହରଣ ଅଛି। ଅଥଚ ଆମେ ସେଗୁଡିକୁ ଖାଣ୍ଟି ଓଡିଆ ବା କଞ୍ଚା ଓଡିଆ ବୋଲି ଭାବୁ। ଗାଉଁଲି ବୋଲି ବୋଲି କହି ଗର୍ବ କରୁ। ଏପରିକି ପର୍ତ୍ତୁଗୀଜ ଭାଷାର ଅନେକ ଶବ୍ଦ ମଧ୍ୟ ଆମେ ଅଜାଣତରେ ମୌଳିକ ଭାବି ବ୍ୟବହାର କରୁଛୁ।

ବର୍ଷାସ୍ନାତ ସକାଳ। ଚାହା ସହ ଆଳାପ ଦୁଇଟିକୁ ବଜାଇ ଭିନ୍ନ ଏକ ଆହ୍ଲାଦକୁ ଆବାହନ କରିବା ପାଇଁ ଚେଷ୍ଟାକଲି। କଥାଚିତ୍ର ଦୁଇଟି କିନ୍ତୁ ମାନବୀୟ ଲୀଳାଖେଳାର ଅପୂର୍ବ ଚିତ୍ରଣ। ଏହି ବାସ୍ତବତାର ଯେମିତି କୌଣସି ଅନ୍ତ ନାହିଁ ବୋଲି ସ୍ବୀକୃତି। କିନ୍ତୁ ସାବିତ୍ରୀ ମଧ୍ୟ ଏମିତି ଏକ ସକାଳର ଅବତାରଣା କରେ ଏବଂ ସେଥିରେ ଅଛି ଅନ୍ୟ ଏକ ପ୍ରତିଶ୍ରୁତି।

ସାତ ଚକୁଳି ଚଉଦ ଚେଁ, ଶାଶୁ କହେ ଜୋଇଁ ସରବଗେଁ ଗପଟି ପ୍ରାୟ ସମସ୍ତେ ଜାଣିଥିବେ। ସେହିପରି, ତମେ ଚକୁଳି ଖାଇବା ଲୋକ, ବିନ୍ଧ କାହିଁକି ଗଣୁଛ? ବୋଲି ଢଗଟି ଅତିପରିଚିତ। ପ୍ରକୃତରେ, ଚକୁଳି ଓଡିଆ ସଂସ୍କୃତିର ଏକ ମୌଳିକ ଉପାଦାନ। କିନ୍ତୁ ଆଶ୍ଚର୍ଯ୍ୟର କଥା ଦୋକାନ ବଜାରରେ ଏହା କ୍ବଚିତ ମିଳେ। ଏହାର ନାଁ ମଧ୍ୟ ଲୋପ ପାଇ ଦୋସା ହେବାରେ ଲାଗିଛି।

ବହୁତ ସୁନ୍ଦର କିନ୍ତୁ ଆଉ ଠୋପାଏ ଦି ଠୋପା ମେଲୋଡି ଦରକାର ଥିଲା।

ଆଉ ଗୋଟିଏ ମନ ପାନ୍ଥଶାଳା। ଉଭୟ ଗୀତରେ ଅନ୍ତରା ଟିକେ ପଛୁଆ।

ଇଏ ବୋଧେ ମୂଳ ସୃଷ୍ଟି।

ବାମପନ୍ଥୀ ଆଦର୍ଶ ବା ସମାଜବାଦକୁ ଏପରି ଚିତ୍ରଣ କରିବାଟା ମୋ ମତରେ ଠିକ ନୁହେଁ। ଏହା ନିଜର ଅଜ୍ଞାନତା ହିଁ ପ୍ରତିଫଳନ କରେ।

ବ୍ୟକ୍ତି ମାତ୍ରେ ବ୍ଯତିକ୍ରମ

ସାହିତ୍ୟର ସୃଷ୍ଟି ସେହିଠାରୁ

ସୃଷ୍ଟିର ଲୀଳା ହିଁ ସେୟା

ତେଣୁ କୁହାଯାଏ ଯେ ଦଇବ ଦଉଡି ମଣିଷ ଗାଈ।

ତଥାପି ମଣିଷ ଛାଞ୍ଚ ଖୋଜେ

ଫ୍ରାକ୍ଟାଲ ସନ୍ଧିକୁ ଉଣ୍ଡି ବୁଲେ

ନିଜ ଭଳିଆ ଠାକୁର ପୂଜେ

କିନ୍ତୁ ସୃଷ୍ଟିର ରହସ୍ୟ ଦୂରରେ ହିଁ ରହିଥାଏ।

ସବୁ ହେଲା ଅମରତ୍ବର ସନ୍ଧାନ

ନିରନ୍ତର ଚାଲିଛି ଏହି ଅଭିଯାନ।

https://x.com/i/status/1950108515105984599

ରଫି ସାବଙ୍କୁ ମନେପକାଇ ସକାଳୁ ସକାଳୁ ଅନେକ ଗୁଡିଏ ଗୀତ ଶୁଣିଲି। କାଲି ରାତିରେ ଛଲକେ ତେରୀ, ଛୁ ଲେନେ ଦୋ, ଓ ୟେ ଜୁଲ୍ଫ ଅଗର ଶୁଣିଥିଲି। ଆଜି ଲିଖେ ଜୋ ଖତ, ପ୍ଯାର ତୋ ଏକଦିନ ହୋନା ଥା, ଜାନ ପହଚାନ ହୋ, ମୈଁ ଜାଟ ୟମଲା, ଅକେଲେ ଅକେଲେ, ଏ ଫୁଲୋଁ କୀ ରାନୀ, ୟେ ପରଦା ହଟା ଦୋ, ହମ ତୁହ୍ମାରେ ଲିୟେ, ଏକ ବାର ରଖ ଦୋ। ଚିତ୍ରାୟନ ମନମୁଗ୍ଧକର।

ଯେଉଁମାନେ ଇତିହାସ ଓ ପୁରାତତ୍ତ୍ବ ଆଦି ବିଷୟରେ ଗବେଷଣା କରୁଛନ୍ତି ସେମାନେ ଓଡିଆ ସଂସ୍କୃତିର ବ୍ଯାଖ୍ଯା ଠିକ ଭାବରେ କରିପାରିବେ ନାହିଁ। ସେହିପରି ଯିଏ ସାହିତ୍ୟର କଳ୍ପନା ରାଜ୍ୟରେ ବୁଡି ରହିଛନ୍ତି ତାଙ୍କ ପକ୍ଷରେ ବର୍ତ୍ତମାନର ବାସ୍ତବିକତାକୁ ଗ୍ରହଣ କରିବା କଷ୍ଟ। ଆଗରୁ ଏମିତି ଥିଲା ବା ସେମିତି ଥିଲା ଏକଥା ଏଣିକି କହି କିଛି ଲାଭ ନାହିଁ।

ରାଜନୈତିକ ଦଳଗୁଡିକର ବାହାରେ ଲୋକମାନଙ୍କୁ ଏକାଠି କରିବା କିଛି ସହଜ କଥା ନୁହେଁ। କୋଉ ବିଷୟ ଉପରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ସ୍ଥିର କରିବାପାଇଁ ଯେଉଁ ସାମୂହିକ ବିଚାର ବିମର୍ଶ ଦରକାର, ତାର ମଧ୍ୟ ଅଭାବ। ସେ ଦୃଷ୍ଟିରୁ ଭାବପ୍ରବଣ ହୋଇ ସ୍ପର୍ଶକାତର ପ୍ରସଙ୍ଗରେ ହୁଁମସ୍ତିଆ ହୋଇ ମାଡିଯିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ।

ସମୟ ସ୍ରୋତରେ ହିଁ ପରିବର୍ତ୍ତନ ଆସେ। କିନ୍ତୁ ସମୟ ହେବା ଆଗରୁ ଯେତେ ବାଡେଇପିଟି ହେଲେ ମଧ୍ୟ କିଛି ବଦଳେ ନାହିଁ। ଦିନ ଥିଲା ଏଇ ପୃଥିବୀରେ ଘାସଟିଏ ବି କଅଁଳୁ ନଥିଲା। ଆଜି ପୁଣି ମଣିଷ ମଙ୍ଗଳଗ୍ରହକୁ ଯିବାର ସ୍ବପ୍ନ ଦେଖୁଛି। ମଣିଷର ବି ବିବର୍ତ୍ତନ ହେବାର ଆଶ୍ବାସନା ଶ୍ରୀଅରବିନ୍ଦ ଦେଇଛନ୍ତି ଯଦ୍ଦ୍ବାରା ଏକ ଆଦର୍ଶ ସମାଜ ପ୍ରତିଷ୍ଠିତ ହେବ।

ଟିଭି ଦେଖି ରାଜନୀତିରେ ଦଖଲ ଆସିଗଲା ବୋଲି ଭାବିବା କିଛି ବିଚିତ୍ର ନୁହେଁ କିନ୍ତୁ ମା ପେଟରେ ରହିବା ଦିନଠାରୁ ଶବସତ୍କାର ପର୍ଯ୍ୟନ୍ତ ସମାଜରେ ମଣିଷର ଯାବତୀୟ କ୍ରିୟାକଳାପକୁ ନେଇ ଯେଉଁ ନାନାବିଧ ବିଚାର ବିବେଚନା ରହିଛି ସେ ସମସ୍ତ ବିଷୟରେ ଅବଗତ ହେବା ଏତେ ସହଜ ନୁହେଁ। ବହିଟିଏ ପଢିଲେ ହିଁ ନିଜ ଅଜ୍ଞାନତାର ପରିଧି କେତେ ବଡ ତାହା ଜାଣିହୁଏ।

ଦଶ ବର୍ଷ ଭିତରେ ଦଶ ହଜାର ନିଘା ବି ହେଲାନାହିଁ। ଆଉ କଣ ଏପରି ଯାଦୁକରୀ ମୂର୍ଚ୍ଛନା କେବେ ସୃଷ୍ଟି ହୋଇ ପାରିବ?

youtu.be/cJ39oQYLYic?si…

ସିଆଲଦହ ଠାରୁ ରାଣାଘାଟ ପର୍ଯ୍ୟନ୍ତ ପ୍ରଥମ ରେଳଗାଡି ସେପ୍ଟେମ୍ବର ୨୯, ୧୮୬୨ରେ ଆରମ୍ଭ ହୋଇଥିଲା। ମୋର ତ ନିତିଦିନିଆ ବାଟ। ଆଜି ସେହି ପଥରେ ଗୋଟିଏ ଏସି ଲୋକାଲ ଟ୍ରେନର ଶୁଭାରମ୍ଭ ହେଲା। ପଶ୍ଚିମବଙ୍ଗ ଯେଉଁ ତଳିତଳାନ୍ତ ଅବସ୍ଥାରେ ଅଛି ସେ ଦୃଷ୍ଟିରୁ ଛୋଟିଆ ଉନ୍ନତିଟିଏ ବି ଏକ ବିରାଟ ବରଦାନ ବୋଲି ବୋଧହୁଏ। ବ୍ଯାରାକପୁରକୁ ମେଟ୍ରୋ ଆସିପାରେ।

ତିନୋଟି ଗୀତ ଆଲୋଡନ ଅନେକ:

କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ

କଥା ତ ଏତିକି ତୁମେ ମୋ ପାଇଁ

ଏ ମିଳନ କାହାଣୀ ଆମ ଜୀବନର

x.com/NathTusar/stat…

x.com/NathTusar/stat…

ଅନେକ ଅନେକ ଦିନ ଧରି ଗୀତରେ ଅନେକ ପୁରୁଣା ସ୍ମୃତିର ସମାରୋହ।

ଆଉ ଗୋଟିଏ ଅଜଣା କଣ୍ଠ ସହିତ ମଧ୍ୟ ଇତିହାସ ଜୋଡି ହୋଇ ଯାଇଛି!

ଡଃ ବୈଦ୍ୟନାଥ ରଥଙ୍କ ସାନଝିଅ ସ୍ବାଗତିକା ରଥ। ବାହା ହେଲା ପରେ ମହାପାତ୍ର। ଚିହ୍ନା ଅଚିହ୍ନାରେ ଚାନ୍ଦ ନା ତୁମେ ତାରା ବୋଲିବା ପାଇଁ ବାସୁଦେବ ରଥ ତାଙ୍କୁ ସୁଯୋଗ ଦେଇଥିଲେ। ଅବଶ୍ୟ, ଆଗରୁ ସେ ଗାଇ ଶୁଣାଇଥିବା ଯୋଗୁ ବୋଉଲୋ କି କହିବି ଗୀତ ଅଦିନ ମେଘ କଥାଚିତ୍ରରେ ସ୍ଥାନ ପାଇଥିଲା। ସାକ୍ଷାତକାରରେ ତାଙ୍କର କୋକିଳ କଣ୍ଠ ଶୁଣି ଖୁସି ଲାଗିଲା।

ଘର ସଂସାର କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଖାଲ ମହାନ୍ତି ଓ ଭି ବାଲସରା। ଏଥିରେ ବାଦ୍ୟଯନ୍ତ୍ରର ଯେଉଁ ସମ୍ଭାର ରହିଛି ସେଥିରୁ ପରବର୍ତ୍ତୀ ଅନେକ ଗୀତ ଧାର ନେଇଥିବା ମନେହୁଏ। ଶ୍ରାବନ୍ତୀ ମଜୁମଦାରଙ୍କ ବୋଧେ ଏଇ ଗୋଟିଏ ଓଡିଆ ଗୀତ। ଏହା ପୂର୍ବରୁ ସୁଜାତା ମୁଖାର୍ଜୀ ଗାଇଥିଲେ ଝୁମି ଝୁମି ଆସେ ଆଖି।

ଛାନ୍ଦ ସ୍ବରରେ ଶ୍ରୀମାଙ୍କ ପ୍ରାର୍ଥନା।

ପ୍ରାୟ ସମସ୍ତେ ଶୁଣିଥିବେ ଏହି ଲୋକପ୍ରିୟ ଗୀତଟିକୁ। ତଥାପି ଆଉଥରେ ଶୁଣିଲେ କିଛି ଦୋଷ ନାହିଁ।

ପଲ୍ଲବୀ

ମୋକ୍ଷ

https://x.com/i/status/1955998618176897074

ବର୍ଷବରଣ

 ଏହି କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ  ବଙ୍ଗଳାରେ ପଢିଲି ବର୍ଷବରଣ। ଭାରି ସୁନ୍ଦର ଲାଗିଲା। ଏହି ଶବ୍ଦଟି ଆମ ଓଡିଆରେ ନାହିଁ ବୋଧେ। କେଜାଣି ଆ...